ପ୍ରୟାସ- ନୂଆ ଓଡ଼ିଶାର.

ପ୍ରୟାସ- ନୂଆ ଓଡ଼ିଶାର. ସମୃଦ୍ଧ ଓଡ଼ିଶା ଗଢ଼ି ତୋଳିବାର ପ୍ରୟାସ

 ଭାରତର ପ୍ରାୟ ପ୍ରତ୍ୟେକ ଘରେ ଆମେ ତୁଳସୀ ଗଛ ଦେଖିବାକୁ ପାଉ। ଯେଉଁଠାରେ ଗୋଟିଏ ପଟେ ଏହାର ଧାର୍ମିକ ମାନ୍ୟତା ରହିଛି, ଅନ୍ୟ ପଟେ ନାନାଦି ରୋଗର...
05/03/2023



ଭାରତର ପ୍ରାୟ ପ୍ରତ୍ୟେକ ଘରେ ଆମେ ତୁଳସୀ ଗଛ ଦେଖିବାକୁ ପାଉ। ଯେଉଁଠାରେ ଗୋଟିଏ ପଟେ ଏହାର ଧାର୍ମିକ ମାନ୍ୟତା ରହିଛି, ଅନ୍ୟ ପଟେ ନାନାଦି ରୋଗର ଉପଶମ ପାଇଁ ତୁଳସୀର ବ୍ୟବହାର କରାଯାଏ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ପ୍ରାଙ୍ଗଣରେ ତୁଳସୀ ଥିବା ଘରେ ଜୀବାଣୁ ପ୍ରବେଶ କରିପାରନ୍ତି ନାହିଁ। ଏହା ଘରର ପରିବେଶକୁ ମଧ୍ୟ ଶୁଦ୍ଧ ରଖେ।

ଆସନ୍ତୁ ଏହାର ଉପକାରିତା ବିଷୟରେ ଜାଣିବା:

• ମାନସିକ ଚାପ/ଉଦାସୀନତା ଲକ୍ଷଣ ହ୍ରାସ କରିବାରେ ଏହା ସାହାଯ୍ୟ କରେ। ଏହା ସ୍ମୃତିଶକ୍ତି ହ୍ରାସ ଜନିତ ରୋଗ ଦାଉରୁ ରକ୍ଷା କରେ ।
• ଏହା ମେଟାବଲିସିମ୍ ଉପରେ ପ୍ରଭାବ ପକାଏ ଓ ଶରୀରର କ୍ଳାନ୍ତ ଜନିତ ଲକ୍ଷଣକୁ ହ୍ରାସ କରେ ।
• ତୁଳସୀ ରକ୍ତରେ ଶର୍କରା କମାଇବା, ପ୍ରି-ଡାଇବେଟିସ୍ ଏବଂ ଟାଇପ୍-୨ ଡାଇବେଟିସ୍ କମାଇବାରେ ସାହାଯ୍ୟ କରେ । ଅଧ୍ୟୟନରୁ ଜଣାପଡିଛି ଯେ ତୁଳସୀ ଓଜନ ବୃଦ୍ଧି, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ଏବଂ ଇନସୁଲିନ ପ୍ରତିରୋଧର ଲକ୍ଷଣକୁ ହ୍ରାସ କରିଥାଏ। ମଧୁମେହ ବିରୋଧୀ ଗୁଣ ପାଇଁ ତୁଳସୀ ବହୁଳ ଭାବରେ ଗ୍ରହଣୀୟ ।
• ତୁଳସୀର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ଆର୍ଥ୍ରାଇଟିସ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ଗଣ୍ଠି ଯନ୍ତ୍ରଣାକୁ ଯଥେଷ୍ଟ କମ କରିଥାଏ । ଗଣ୍ଠି ସମସ୍ୟା ଜନିତ ଯନ୍ତ୍ରଣା ଓ ଫୁଲାକୁ ହ୍ରାସ କରେ।
• ମୁଣ୍ଡବିନ୍ଧାର ଚିକିତ୍ସା କରେ
• ଜ୍ୱର ସମୟରେ ଶରୀରର ତାପମାତ୍ରା ହ୍ରାସ କରେ ଓ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରେ ।
• ପିଠି ଯନ୍ତ୍ରଣା ଜନିତ ବ୍ୟଥା ଉପଶମରେ ସାହାଯ୍ୟ କରିଥାଏ ।
• ଥଣ୍ଡା ଏବଂ ଫ୍ଳୁ ଦୂର କରେ ।
• ଆଜମା ଏବଂ ହୃଦରୋଗକୁ ପ୍ରତିରୋଧ କରିବା କ୍ଷେତ୍ରରେ ସାହାଯ୍ୟ କରେ ।
• ଯକ୍ଷ୍ମା ଏବଂ ହେପାଟାଇଟିସ୍ ନିୟନ୍ତ୍ରଣ କରେ ।

ତୁଳସୀର ବ୍ୟବହାର:

• ତୁଳସୀ ପତ୍ର, ମହୁ ଏବଂ ଅଦା ଦ୍ୱାରା ନିର୍ମିତ ତୁଳସୀ ଚାହା ବ୍ରୋଙ୍କାଇଟିସ୍, ଆଜମା, ସ୍ୱାଇନ୍ ଫ୍ଲୁ, କାଶ ଏବଂ ଥଣ୍ଡା ଜନିତ ରୋଗ ଉପଶମରେ ସାହାଯ୍ୟ କରେ ।
• ତୁଳସୀ ପତ୍ର ସହିତ ପାଣି ଫୁଟାଇ ପିଇବା ଦ୍ଵାରା ଗଳା ଯନ୍ତ୍ରଣା କମ ହୋଇଥାଏ।
• ପାଣି କିମ୍ବା କ୍ଷୀରରେ ତୁଳସୀ ମଞ୍ଜିର ମିଶ୍ରଣ ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ ।
• ଶୁଖିଲା ତୁଳସୀ ପତ୍ରକୁ ଏକ ପାଉଡରରେ ମିଶାଇ ତୁଲସୀ ଘିଅ ତିଆରି କରିପାରିବେ । ପ୍ରତି ଦୁଇରୁ ତିନି ଚାମଚ ଘି ପାଇଁ ଅଧା ଚାମଚ ତୁଳସୀ ପାଉଡର ମିଶାଇପାରିବେ।
• ଚର୍ମରୋଗ କ୍ଷେତ୍ରରେ ମଧ୍ୟ ତୁଳସୀ ସଂଜୀବନୀ ସଦୃଶ୍ୟ

Address

ଭୁବନେଶ୍ୱର
Bhubaneswar

Telephone

+918917582294

Website

Alerts

Be the first to know and let us send you an email when ପ୍ରୟାସ- ନୂଆ ଓଡ଼ିଶାର. posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ପ୍ରୟାସ- ନୂଆ ଓଡ଼ିଶାର.:

Share