Crime Reporter

Crime Reporter Social Media

13/11/2023

ଏନଏସି ନିର୍ବାହୀ ଅଧିକାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ ନେଇ ବିଜେପି ର ହୋହାଲ୍ଲା
Naveen Patnaik Bharatiya Janata Party (BJP) Argus News Amit Shah

07/08/2023

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ବର ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ୪ ବର୍ଷ ର ଶିଶୁପୁତ୍ର ର ମୃତ୍ୟୁ ଘଟିଛି ।

17/05/2023

ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ବ୍ଳକ BSSO, ଭତ୍ତା ପାଇଁ ସମିତି ସଭ୍ୟା ପ୍ରତିନିଧିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ।

26/04/2023
16/02/2023

ଚାଉଳ କାଟ ବିରୋଧରେ ପ୍ରତି ପଞ୍ଚାୟତ ରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

16/02/2023

ପୁଲୱାମାରେ ସହିଦ ବୀର ଯବାନଙ୍କ ସ୍ମୃତିରେ ମୋହନପୁର ଗ୍ରାମରେ କ୍ୟାଣ୍ତଲ ଶୋଭାଯାତ୍ରା ଅନୁଷ୍ଠିତ

14/02/2023
କଙ୍କେଇ ନିକଟସ୍ଥ ଚିଲିକାରେ ୧୨ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ଖଲ୍ଲିକୋଟ ତହସିଲ ପ୍ରଶାସନଆଜି ଚିଲିକାରେ ଥିବା ବେଆଇନ ଚିଙ୍ଗୁଡି ଘେ...
08/06/2022

କଙ୍କେଇ ନିକଟସ୍ଥ ଚିଲିକାରେ ୧୨ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ଖଲ୍ଲିକୋଟ ତହସିଲ ପ୍ରଶାସନ

ଆଜି ଚିଲିକାରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିଛି ଖଲ୍ଲିକୋଟ ତହସିଲ ପ୍ରଶାସନ । ଖଲ୍ଲିକୋଟ ତହସିଲ ଅଧିନସ୍ଥ ୧୨ ଏକର ବେଆଇନ ଚିଙ୍ଗୁଡି ଘେରି ତହସିଲଦାରଙ୍କ ନେତୃତ୍ବରେ ଉଚ୍ଛେଦ କରାଯାଇଛି । ଆଜି ଓଡ଼ିଆ ଆଲପୁର ପଞ୍ଚାୟତର କଙ୍କେଇ ନିକଟସ୍ଥ ଚିଲିକାରେ ବେଆଇନ ଭାବେ ଚାଲିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି । ଏହି ବେଆଇନ ଘେରି ରେ ବ୍ୟବହୃତ ବାଉଁଶ, ଜାଲ ପ୍ରଭୃତି କୁ ବାହାର କରାଯାଇ ନଷ୍ଟ କରିଦେଇଛି ପ୍ରଶାସନ । ଦୀର୍ଘ ଦିନ ହେଲା ଏହି ବେଆଇନ ଚିଙ୍ଗୁଡ଼ି ଘେରି ଓଡ଼ିଆ ଆଲପୁର ଅଞ୍ଚଳରେ ଚାଲୁ ରହିଥିଲା ।ଘେରି ଭାଙ୍ଗିବା ପାଇଁ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ, ଭେଜିପୁଟ ଆରଆଇ ରମେଶ ଚନ୍ଦ୍ର ଜେନାଙ୍କ ସହ ରାଜସ୍ବ ବିଭାଗ କର୍ମଚାରୀ, ଖଲ୍ଲିକୋଟ ଥାନା ଏସଆଇ ହିମାଶୁଂ ସେଖର ପାତ୍ର, ଭେଜିପୁଟ ଫାଣ୍ତି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ, ଏକ ପ୍ଲାଟୁନ୍ ପୋଲିସ ଫୋର୍ସ, ମତ୍ସ୍ୟ ବିଭାଗ ଏବଂ ଚିଲିକା ଉନ୍ନୟନ ସଂସ୍ଥାର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା । ଏନେଇ ପୃର୍ବରୁ ଵେଆଇନ ଭାବେ ଚିଲିକା ରେ ଚିଙ୍ଗୁଡ଼ି ଘେରି କରିଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି | ଏହା ଭାଙ୍ଗିବା ପରେ ଯଦି ସେମାନେ ପୁଣି ଚିଙ୍ଗୁଡ଼ି ଘେରି କରିବେ ତାହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସତର୍କ କରାଇ ଦେଇଛି ।

08/04/2022

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁଟ ଠାରେ ଆଜି ପଞ୍ଚୁଦଣ୍ତ ମହାମିଳନ ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଭେଜିପୁଟ ଗ୍ରାମରେ ଭକ୍ତିମୟ ପରିବେଷ ସୃଷ୍ଟି ହେବା ସହ ପ୍ରତ୍ୟୋକ ସାହିରେ ଆକର୍ଷଣୀୟ ତୋରଣ ମାଳାରେ ସଜ୍ଜିତ ହୋଇଥିଲା ପ୍ରତ୍ୟୋକ ସାହି । ଭେଜିପୁଟ ଗ୍ରାମର ତରୁଣ ଯୁବକ ସଂଘର ସହଯୋଗରେ ଅନୁଷ୍ଠିତ ଏହି ପଞ୍ଚୁଦଣ୍ତ ମହାମିଳନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗାଲୁଆ ଗ୍ରାମର ବାବା ଗୁପ୍ତେଶ୍ବର, ବାଲିଆ ଗ୍ରାମର ବାବା ଗାଦିଶ୍ବର ଦେବ, ମାଟିଆ ପୋଖରୀ ଗ୍ରାମର ବାବା କପିଳେଶ୍ବର ଦେବ, ଭିମପୁର ଗ୍ରାମର ବାବା ଝାଡ଼େଶ୍ବର ଦେବ ଏବଂ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାବା ସକଳେଶ୍ବର ପ୍ରଭୃତି ଦଣ୍ତ ଠାକୁର ମାନେ ଯୋଗ ଦେଇଥିଲେ । ଭେଜିପୁଟ ଗ୍ରାମସ୍ଥିତ ଯାତ୍ରା ପଡ଼ିଆରେ ଗୁରୁବାର ଅପରାହ୍ନରେ ଏହି ପଞ୍ଚୁଦଣ୍ତ ମହାମିଳନ ଅନୁଷ୍ଠିତ ହୋଇଥିଲା । ପଞ୍ଚମହାଦେବ ନିଜନିଜ ଆସ୍ଥାନରେ ବିରାଜମାନ ହେବାପରେ ଗ୍ରାମ୍ୟ କମିଟି ତରଫରୁ ଭୋଗଲାଗି କରାଯାଇଥିଲା । ଏହା ପରେ ଝୁଣାଖେଳ ସହିତ ପଞ୍ଚୁଦଣ୍ତ ମହାମିଳନ ଅନୁଷ୍ଠିତ ହୋଇଥିଲା । ଏହି ମହାମିଳନକୁ ଦେଖିବା ପାଇଁ ଭେଜିପୁଟ ଏବଂ ଏହାର ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଢ଼ୋଲ, ମୃଦ୍ଦଙ୍ଗ, ଘଣ୍ଟଘଣ୍ଟା ଧ୍ବନିରେ ଯାତ୍ରା ପଡ଼ିଆ ଉତ୍ସବ ମୁଖରିତ ହୋଇଥିଲା । ଏହା ପରେ ପଞ୍ଚ ମହାଦେବ ମିଳିତ ହୋଇ ଭେଜିପୁଟ ଗ୍ରାମର ସମସ୍ତ ସାହି ପରିକ୍ରମା କରିଥିଲେ । ପ୍ରତ୍ୟୋକ ସାହି ବାସିନ୍ଦା ଘର ଦୁଆର ଆଗରେ କୁମ୍ଭ କଳସ, ଦିପ ସହ ରାସ୍ତାରେ ଲୁଗା ପକାଇ ପଞ୍ଚୁ ମହାଦେବଙ୍କୁ ସ୍ବାଗତ କରିଥିଲେ । Bhejiput

Date :-16/03/2022Reporter By:- PAPUNU KUMAR NAHAKଖଲ୍ଲିକୋଟ ଥାନା ବଡ ଘାଟି ରାସ୍ତା କଡ଼ରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ । ତାଙ୍କୁ ...
16/03/2022

Date :-16/03/2022
Reporter By:- PAPUNU KUMAR NAHAK

ଖଲ୍ଲିକୋଟ ଥାନା ବଡ ଘାଟି ରାସ୍ତା କଡ଼ରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ । ତାଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ଅତିରିକ୍ତ ଏସପି, ଛତ୍ରପୁର ଏସଡିପିଓ ଏବଂ ଖଲ୍ଲିକୋଟ ଥାନା ଆଇଆଇସି ସହ ଅତିରିକ୍ତ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଥାନା ଠୁ ମାତ୍ର କେଇ ମିଟର ଦୂରରେ ଏଭଳି ବିବତ୍ସ ହତ୍ୟା କାଣ୍ଡ ହୋଇଥିବା ବେଳେ କେଉଁ କାରଣ ରୁ ଏଭଳି ହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇପାରୀନି ?

Address

Bhubaneswar

Website

Alerts

Be the first to know and let us send you an email when Crime Reporter posts news and promotions. Your email address will not be used for any other purpose, and you can unsubscribe at any time.

Share