29/08/2026
#ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଭାବେ ନିଯୁକ୍ତ ହେଲେ ତପନ କୁମାର ସ୍ୱାଇଁ ।
ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଭାବେ ଏରସମା ବ୍ଲକ ଅଞ୍ଚଳର ଯୁବ ସମାଜସେବୀ ତପନ କୁମାର ସ୍ୱାଇଁ ନିଯୁକ୍ତ । ଦୀର୍ଘଦିନ ଧରି ନିଜ ଅଞ୍ଚଳ ଓ ଜିଲ୍ଲାର ବିକାଶ ସହିତ ସମାଜସେବା, ଗୋ-ସେବା ଓ ଗୋ-ସୁରକ୍ଷା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିବା ତପନ କୁମାର ସ୍ୱାଇଁଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ନିଶ୍ଚିତ ଭାବେ ଅଞ୍ଚଳ ପାଇଁ ଏହା ଏକ ଗୌରବର ବିଷୟ।
ସର୍ବଦା ଯୁବପିଢ଼ିଙ୍କୁ ସାଥୀ କରି ସମାଜର ବିଭିନ୍ନ ସମସ୍ୟାର ସମାଧାନ, ଅଞ୍ଚଳର ବିକାଶ ଏବଂ ଲୋକଙ୍କ ସେବା କାର୍ଯ୍ୟରେ ତାଙ୍କର ପ୍ରୟାସ ରହିଥାଏ। ଏବେ ନୂତନ ଦାୟିତ୍ୱକୁ ସଫଳତାର ସହ ତୁଲାଇ ଜନସେବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରନ୍ତୁ—ଏହା ହିଁ ଆମର ଶୁଭକାମନା।
ତାଙ୍କର ନୂତନ ଦାୟିତ୍ୱର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ
ଶୁଭେଚ୍ଛା ଓ ଅଭିନନ୍ଦନ, ତପନ କୁମାର ସ୍ୱାଇଁ 🚩