News 4

News 4 Contact information, map and directions, contact form, opening hours, services, ratings, photos, videos and announcements from News 4, Media/News Company, Bhubaneswar.

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ।
27/07/2025

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ।

ଲୋକମାନେ ପ୍ରାୟତଃ କ୍ଷୀର ଚା’ କିମ୍ବା ନାଲି ଚା’ ପିଇ ଦିନର ଆରମ୍ଭ କରିଥାନ୍ତି, ତେବେ ଆଗ ଅପେକ୍ଷା ଏବେ କିନ୍ତୁ ସମସ୍ତେ ସେମାନଙ୍କ ଫିଗରକୁ ନେ...
26/07/2025

ଲୋକମାନେ ପ୍ରାୟତଃ କ୍ଷୀର ଚା’ କିମ୍ବା ନାଲି ଚା’ ପିଇ ଦିନର ଆରମ୍ଭ କରିଥାନ୍ତି, ତେବେ ଆଗ ଅପେକ୍ଷା ଏବେ କିନ୍ତୁ ସମସ୍ତେ ସେମାନଙ୍କ ଫିଗରକୁ ନେଇ ଯତ୍ନବାନ୍ ହେଉଛନ୍ତି



- ଅଲ୍ଟ ବାଲାଜୀ, ଉଲ୍ଲୁ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ସମେତ ୨୫ଟି ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ ବ୍ୟାନ- ଅଶ୍ଲୀଳ ବିଷୟବସ୍ତୁ ଥିବା ଆପ୍ ଉପରେ ସରକା...
25/07/2025

- ଅଲ୍ଟ ବାଲାଜୀ, ଉଲ୍ଲୁ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ସମେତ ୨୫ଟି ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ ବ୍ୟାନ
- ଅଶ୍ଲୀଳ ବିଷୟବସ୍ତୁ ଥିବା ଆପ୍ ଉପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ । ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ ।    ...
25/07/2025

ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ । ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ ।

 #ବ୍ରହ୍ମପୁରରେ ଅବସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର  ,ବରିଷ୍ଠ ଆଇଏଏସ ଅଫିସର ଶ୍ରୀମତୀ  #ରୂପା ରୋସନ୍ ସାହୁ ଓଡ଼ିଶାର ମହାମହିମ  #ରାଜ୍ୟପା...
23/07/2025

#ବ୍ରହ୍ମପୁରରେ ଅବସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ,ବରିଷ୍ଠ ଆଇଏଏସ ଅଫିସର ଶ୍ରୀମତୀ #ରୂପା ରୋସନ୍ ସାହୁ ଓଡ଼ିଶାର ମହାମହିମ #ରାଜ୍ୟପାଳଙ୍କ ସଚିବ ଭାବେ ଯୋଗ #ଦେଇଛନ୍ତି l

ରାଜନୀତିରେ ପ୍ରବେଶ କରିବେ କି ପୂର୍ବତନ ପ୍ରଶାସିକା ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର ପାଣ୍ଡିଆନ ? ଆସନ୍ତାବର୍ଷ ରାଜ୍ୟସଭା ନିର୍ବାଚନ...
23/07/2025

ରାଜନୀତିରେ ପ୍ରବେଶ କରିବେ କି ପୂର୍ବତନ ପ୍ରଶାସିକା ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର ପାଣ୍ଡିଆନ ? ଆସନ୍ତାବର୍ଷ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ କି ସୁଜାତା ? ନିକଟରେ ହସ୍ପିଟାଲରେ ଚିକିତ୍ସିତ ବିଜେି ନେତାଙ୍କ ଗହଣରେ ସୁଜାତାଙ୍କ ଆବିର୍ଭାବକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ବଢ଼ିଛି । ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସୁଜାତାଙ୍କର ରାଜନୀତିରେ ପ୍ରବେଶକୁ ସ୍ୱାଭାବିକ ବୋଲି କୁହାଯାଉଛି । ତେବେ ରାଜନୀତିରେ ସେ କେତେ ସଫଳ ହେବେ ତାହା ଆଗାମୀ ଦିନରେ ଜନସାଧାରଣ ବିଚାର କରିବେ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ ।

ରାଜନୀତିରେ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ କି ସୁଜାତା:

ଓଡିଶା ରାଜନୀତିରେ ପ୍ରବେଶ କରିବେ କି ପୂର୍ବତନ ପ୍ରଶାସିକା ସୁଜାତା ରାଉତ ପାଣ୍ଡିଆନ ? ଆସନ୍ତା ରାଜ୍ୟସଭା କିମ୍ବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଜାତାଙ୍କର ରାଜନୀତିରେ ପ୍ରବେଶ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିରୁ ରାଜନୀତିରେ ପ୍ରବେଶ କରି ନିଜର ରାଜନୈତିକ ଜୀବନର ଭାଗ୍ୟ ପରୀକ୍ଷା କରିବେ ବୋଲି ବିଜେଡି ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଗତ ମାର୍ଚ୍ଚ ମାସରେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସୁଜାତାଙ୍କର ରାଜନୀତି ପ୍ରବେଶ ଜୋର ଧରିଥିଲା । ବିଜେଡିରୁ ସେ ରାଜନୀତିରେ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ ବୋଲି ରାଜନୈତିକ ମହଲରେ କୁହାଯାଉଥିଲା । କିନ୍ତୁ ପରେ ଏନେଇ ଆଉ ବିଶେଷ ଚର୍ଚ୍ଚା ହେଉନଥିଲା । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ସୁଜାତାଙ୍କର ରାଜନୀତିରେ ପ୍ରବେଶ ଚର୍ଚ୍ଚା ଅଧିକ ହେଉଛି । ନିକଟରେ ସୁଜାତା ବିଜେଡି ନେତାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଲାଗି ରହିଛି ।

ବିଜେଡି ନେତାଙ୍କୁ ଭେଟିବା ବ୍ୟକ୍ତିଗତ ନା ରାଜନୈତିକ:

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ବିରୋଧୀ ହିଂସା ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଥିଲା ବିଜେଡି । ଗାନ୍ଧୀ ମାର୍ଗରେ ଜୁଲାଇ 16ରେ ହୋଇଥିବା ବିକ୍ଷୋଭରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେଡି ନେତା ଓ କର୍ମୀ । ପୋଲିସ ପାଣି ଓ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା । ଫଳରେ ବିଜେଡିର ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡେଇ ଓ ସୁଲତା ଦେଓଙ୍କ ସମେତ ଆଉ କିଛି ନେତା ଏବଂ ନେତ୍ରୀ ଆହତ ହୋଇଥିଲେ । ବିଜେଡି ନେତା ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆହତ ବିଜେଡି ନେତାଙ୍କୁ ଭେଟିବା ଲାଗି ଘରୋଇ ହସ୍ପିଟାଲ ଯାଇଥିଲେ ସୁଜାତା । ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜେଡି ନେତାଙ୍କୁ ଭେଟିଥିଲେ । ସ୍ୱାମୀଙ୍କ ଭଳି ସୁଜାତାଙ୍କୁ ବିଜେଡି ନେତାଙ୍କ ସହ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ବିଜେଡିର ଜଣେ ନାରୀ ନେତ୍ରୀଙ୍କ ବିବାହ କାର୍ଯ୍ୟକ୍ରମରେ ସୁଜାତାଙ୍କୁ ଦେଖା ଯାଇଥିଲା । ସେତେବେଳେ ସେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।

ରାଜନୀତିରେ ପାଦ ଥାପିବା ଲାଗି ପ୍ରାରମ୍ଭିକ ପ୍ରୟାସ :

ବିଜେଡିର ତୁଙ୍ଗ ନେତାଙ୍କୁ ସୁଜାତାଙ୍କର ସାର୍ବଜନୀନ ଭେଟ ଅନେକ ବାର୍ତ୍ତା ଦେଉଛି । ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, "ହସ୍ପିଟାଲରେ ବିଜେଡି ନେତାଙ୍କୁ ଭିକେ ପାଣ୍ଡିଆନ ଭେଟିବା କିଛି ଅସ୍ୱାଭାବିକ କଥା ନୁହେଁ । ରାଜନୀତିରୁ ସେ ସନ୍ୟାସ ନେଇଥିବା କଥା ଘୋଷଣା କରିଥିଲେ ମଧ୍ୟ ବିଜେଡିର ରିମୋଟ କଂଟ୍ରୋଲ ତାଙ୍କ ହାତରେ ଥିବା ଚର୍ଚ୍ଚା ହୁଏ । କିନ୍ତୁ ପ୍ରଥମ ଥର ସାର୍ବଜନୀନ ଭାବେ ସୁଜାତା ତାଙ୍କ ସହିତ ବିଜେଡି ନେତାଙ୍କୁ ଭେଟିବାକୁ ଗଲେ । ରାଜନୀତିରେ ପାଦ ଥାପିବା ଲାଗି ଏହା ସୁଜାତାଙ୍କର ପ୍ରାରମ୍ଭିକ ପ୍ରୟାସ ବୋଲି ଇଙ୍ଗିତ କରୁଛି । ତେଣୁ ବିଜେଡି ନେତାଙ୍କ ହୃଦୟ ଜିଣିବା ଲାଗି ସୃଷ୍ଟି ହୋଇଥିବା ସୁଯୋଗକୁ ସୁଜାତା ହାତ ଛଡା କରିବାକୁ ଚାହିଁ ନାହାନ୍ତି ।"

ସାଧାରଣ ନିର୍ବାଚନରେ ଫେଲ ମାରିଥିଲେ ପାଣ୍ଡିଆନ :

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ଭିକେ ପାଣ୍ଡିଆନ ନିଜକୁ ବିଜେଡିର ନମ୍ବର 2 ଭାବେ ପ୍ରୋଜେକ୍ଟ କରୁଥିଲେ । କିନ୍ତୁ ରାଜ୍ୟବାସୀ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପାଣ୍ଡିଆନ ଫେଲ ମାରିବା ପରେ ଓଡ଼ିଶା ରାଜନୀତିରେ ସୁଜାତା ଏଣ୍ଟ୍ରି ମାରିବେ ବୋଲି କୁହାଯାଉଛି । ଦଳୀୟ ନେତାଙ୍କ ଗହଣରେ ସୁଜାତାଙ୍କ ଆବିର୍ଭାବକୁ ନେଇ ଚର୍ଚ୍ଚା ବଢିଛି । ବିଜେଡି ନେତାଙ୍କୁ ସୁଜାତା ଭେଟିବା ପରେ ନବୀନଙ୍କ ଉତ୍ତରାଧିକାରୀ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ସୁଜାତାଙ୍କ ନେତୃତ୍ୱରେ ସବୁଜ ବାହିନୀ ଆଗକୁ ଯିବା ସହ ବିଜେପିର ବଢୁଥିବା ମହିଳା ଭୋଟ ବ୍ୟାଙ୍କକୁ ଚେକ ଦେବାକୁ ବିଜେଡିର ଏହା ଚାଲ ବୋଲି କୁହାଯାଉଛି । ରାଜ୍ୟ ତଥା ଦଳରେ ପାଣ୍ଡିଆନ ନିଆଁ ଥମିନଥିବା ବେଳେ ସୁଜାତାଙ୍କୁ ଲୋକେ ଗ୍ରହଣ କରିବେ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସ୍ୱାମୀଙ୍କ ଛବି ସୁଧାରିବା ଲାଗି ସୁଜାତାଙ୍କ ପ୍ରୟାସ:

ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, "ଜନସାଧାରଣ ଓ ଦଳରେ ମଳିନ ପଡିଥିବା ଛବିକୁ ସୁଧାରିବା ଲାଗି ଓଡ଼ିଆ ଝିଅ ଭାବେ ସୁଜାତା ପ୍ରୟାସ କରିବେ । ସେହିପରି ସରକାରୀ ଚାକିରିରୁ ଅବସର ନେବା ପରେ ପତି ପତ୍ନୀଙ୍କ ଭଡ଼ିଓ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଚର୍ଚ୍ଚା ହେଉଛି ଆଗକୁ ବିଜେଡିର ମଙ୍ଗ ଧରିପାରନ୍ତି ସୁଜାତା । ନବୀନଙ୍କ ପ୍ରୋଜେକ୍ଟ ପାଣ୍ଡିଆନ ଫେଲ ମାରିବା ପରେ ମିସେସ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ।"

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "ପାଣ୍ଡିଆନ ଯେଉଁ କୀର୍ତ୍ତି ଓ କର୍ମ କରିଛନ୍ତି, ଲୋକ ଗ୍ରହଣ କରିବେ ନାହିଁ । ଲୋକ ଯାହାକୁ ଚାହିଁବେ ସେ ରାଜନୀତିରେ ତିଷ୍ଠିବେ । ଭାରତ ଏକ ବିଚିତ୍ର ଦେଶ । ଗଣତନ୍ତ୍ରରେ ଲୋକେ ରାଜା । ଓଡ଼ିଶାବାସୀ ତାଙ୍କୁ ଉଚିତ ଜବାବ ଦେବେ ।"

ଗତ ମାର୍ଚ୍ଚ ମାସରେ VRS ନେଇଥିଲେ ସୁଜାତା :

ଗତ ମାର୍ଚ୍ଚ ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ସୁଜାତା ଆର. କାର୍ତ୍ତିକେୟନ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସୁଜାତା କାମ କରୁଥିବା ବେଳେ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମାଗିଥିଲେ । 2000 ମସିହା ବ୍ୟାଚର ଆଇଏଏସ ଅଫିସରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଗ୍ରହଣ କରିନେଇଥିଲା । ସୁଜାତା ନବରଙ୍ଗପୁର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସୁନ୍ଦରଗଡ ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ସୁନ୍ଦରଗଡ଼ ଓ କଟକ ଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରିଛନ୍ତି । ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ, ସାଧାରଣ ପ୍ରଶାସନ ବିଭାଗରେ ନିର୍ଦ୍ଦେଶକ, ମହିଳା ଏବଂ ଶିଶୁ ବିକାଶ ବିଭାଗର କମିଶନର ଓ ପରବର୍ତ୍ତୀ ସମୟରେ ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ସଂକ୍ଷିପ୍ତରେ ସୁଜାତା ଆର. କାର୍ତ୍ତିକେୟନ:

2000 ମସିହା ବ୍ୟାଚର ଆଇଏଏସ ଅଫିସର
ପ୍ରଥମେ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ
ସୁନ୍ଦରଗଡ ITDAର ପ୍ରକଳ୍ପ ନିର୍ଦ୍ଦେଶକ
2005ରୁ 2007 ସୁନ୍ଦରଗଡ଼ ଜିଲ୍ଲାପାଳ
2007ରୁ 2008 କଟକ ଜିଲ୍ଲାପାଳ
ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ
ସାଧାରଣ ପ୍ରଶାସନ ବିଭାଗରେ ନିର୍ଦ୍ଦେଶକ
ମହିଳା ଏବଂ ଶିଶୁ ବିକାଶ ବିଭାଗର କମିଶନର
ମିଶନ ଶକ୍ତି ବିଭାଗର ସଚିବ
ସାଧାରଣ ନିର୍ବାଚନ ପରେ ଝିଅର ପରୀକ୍ଷା ଥିବା ଦର୍ଶାଇ 6 ମାସ ଛୁଟି ନେଇଥିଲେ
ମୋହନ ସରକାରରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ସୁଜାତା କାର୍ଯ୍ୟରେ ଯୋଗ ଦେଇଥିଲେ
2025 ମାର୍ଚ୍ଚ 29 ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ
କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାଚନ କମିଶନ:

2024 ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ପାଇଁ ନିର୍ବାଚନ କମିଶନ ସୁଜାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସୁଜାତାଙ୍କୁ ବଦଳି କରାଯାଇଥିଲା । ସାଧାରଣ ନିର୍ବାଚନ ପରେ ଝିଅର ପରୀକ୍ଷା ଥିବା ଦର୍ଶାଇ ସେ 6 ମାସ ଛୁଟି ନେଇଥିଲେ । 6 ମାସ ପୁରିବା ପରେ ସେ ଆଉ 6 ମାସ ପାଇଁ ଆବେଦନ କରିଥିଲେ । କିନ୍ତୁ ମୋହନ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ପରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ସୁଜାତା କାର୍ଯ୍ୟରେ ଯୋଗ ଦେଇଥିଲେ । ନବୀନ ସରକାରରେ ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ଥିଲେ ସୁଜାତା । ନବୀନ ସରକାର ସମୟରେ ସରକାରୀ କାର୍ଯ୍ୟ କମ ବିଜେଡି ପାଇଁ ମହିଳା ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ନେଇ ତତ୍କାଳୀନ ବିରୋଧୀ ଦଳ ଅଭିଯୋଗ କରୁଥିଲେ ।

ପାଣ୍ଡିଆନ ଦମ୍ପତିଙ୍କୁ ବିଜେଡି ନେତାଙ୍କ ପ୍ରଶଂସା:

ବିଭିନ୍ନ ସମୟରେ ବିଜେଡିର ବରିଷ୍ଠ ନେତାମାନେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ପ୍ରଶଂସା କରିଛନ୍ତି । ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ସୋସିଆଲ ମିଡିଆରେ ସୁଜାତାଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି । ଓଡ଼ିଶାର ଅବହେଳିତ ମହିଳାଙ୍କୁ ସଶକ୍ତ ଓ ସେବା ଯୋଗାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଜାତା ସବୁବେଳେ ସ୍ବତନ୍ତ୍ର ହୋଇ ରହିବେ । ସୁଜାତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବାରୁ ଅତନୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଦର୍ଶାଇଥିଲେ । ଯିଏ ଭଲ ଅଫିସର ତାଙ୍କୁ ଭଲ କହିବୁ ବୋଲି ମଧ୍ୟ ସେ ଦୋହରାଇଥିଲେ ।

ସେହିପରି ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, "ଭିକେ ପାଣ୍ଡିଆନ ଓ ସୁଜାତା ବର୍ତ୍ତମାନ ଚାକିରିରେ ନାହାନ୍ତି । ବ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ ସେମାନେ କାହାକୁ ହସ୍ପିଟାଲ ଦେଖିବାକୁ ଗଲେ କିଛି ଅସୁବିଧା ନାହିଁ । ଜଣେ ଦକ୍ଷ ପୂର୍ବତନ ଅଫିସର ବିଜେଡି ସହ କାର୍ଯ୍ୟ କଲେ ଅସୁବିଧା କିଛି ହେବନାହିଁ । ନବୀନ ସ୍ପଷ୍ଟ ଭାବେ କହିଛନ୍ତି, ତାଙ୍କ ଉତ୍ତରାଧିକାରୀ ଓଡିଶାବାସୀ ବାଛିବେ ।"

ସ୍କୁଲକୁ ଜଗିବ ସିସିଟିଭି କ୍ୟାମେରା!
23/07/2025

ସ୍କୁଲକୁ ଜଗିବ ସିସିଟିଭି କ୍ୟାମେରା!

23/07/2025
ଆଇଏଏସ ସ୍ତରରେ ବଡ ଅଦଳବଦଳ : ବିଏମସି କମିଶନର ହେଲେ ଚଂଚଳ ରାଣା ଓ ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ     #ଆଇଏଏସ
22/07/2025

ଆଇଏଏସ ସ୍ତରରେ ବଡ ଅଦଳବଦଳ : ବିଏମସି କମିଶନର ହେଲେ ଚଂଚଳ ରାଣା ଓ ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ
#ଆଇଏଏସ

-ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଗିରଫ ହୋଇଛନ୍ତି -ତାଙ୍କ ନାମରେ ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ-ଉଦିତ୍‌ଙ୍କୁ ମଞ୍ଚେଶ୍ୱର ଥା...
21/07/2025

-ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଗିରଫ ହୋଇଛନ୍ତି
-ତାଙ୍କ ନାମରେ ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ
-ଉଦିତ୍‌ଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି
-ଯୁବତୀ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ଗତ ମାର୍ଚ୍ଚ ୧୮ରେ ଉଦିତ୍‌ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିଥିଲେ

20/07/2025

ବବିଙ୍କୁ ଦେଖିବାକୁ ଗଛରେ ଚଢ଼ିଲେ ଲୋକ...

ଆସନ୍ତା ୨୨ରୁ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ, ଫଳରେ ରାଜ୍ୟରେ ୨୩ ତାରିଖରୁ ପୁ...
18/07/2025

ଆସନ୍ତା ୨୨ରୁ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ, ଫଳରେ ରାଜ୍ୟରେ ୨୩ ତାରିଖରୁ ପୁଣି ବର୍ଷା ବଢିବ






Address

Bhubaneswar

Alerts

Be the first to know and let us send you an email when News 4 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News 4:

Share