NEWS5 Odisha

NEWS5 Odisha News 5 ODISHA always

ଭକ୍ତି ଥିଲେ ନିଶ୍ଚିନ୍ତ ଲେଖିବେ ଜୟ ଶ୍ରୀ ରାମ
02/05/2023

ଭକ୍ତି ଥିଲେ ନିଶ୍ଚିନ୍ତ ଲେଖିବେ ଜୟ ଶ୍ରୀ ରାମ

27/04/2023
  📜ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, "ବାବୁ...
27/04/2023

📜
ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, "ବାବୁ କିଛି ମିଳିବ" ?

ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ?

ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି।

ଭିକାରୀ ଏ କଥା ଶୁଣି ଦୁଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ 🛖 ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ 🌺🌻🌼🥀 ଫୁଟିଛି । କିଛି ଫୁଲ 🥀🌹🥀 ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା । ଫୁଲ 🌹🥀ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣି ରେ ରଖେ । ଯାତ୍ରୀ ମାନେ ବି ବହୁତ ଖୁସି ହୁଅନ୍ତି । ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା । ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା ।

କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା ଟ୍ରେନ ରେ । ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା, ବ୍ୟକ୍ତି ଜଣକ ପର୍ସରୁ 10 ଟଙ୍କା ତାକୁ ଦେଲେ ଏବଂ କହିଲେ
ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ?

ଭିକାରୀ ଜଣକ ଉତ୍ତର ଦେଲା "ମୁଁ ତ ସେ କଥା ଆଦୌ ଭାବିନି"। ଧନୀ ବ୍ୟକ୍ତି ଜଣକ କହିଲେ କର୍ମ କରିବା ଶିଖ।

ଭିକାରି ବିଚରା ଦ୍ଵନ୍ଦରେ ପଡିଗଲା ମନେ ମନେ ଭାବିଲା ଫୁଲ ଗଛ ତ ମୁଁ ଲଗେଇ ନାହିଁ କି କେବେ ପାଣି ମଧ୍ୟ ଦେଇ ନାହିଁ। ତା'ହିଁ କର୍ମ ବୋଧେ । ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ, ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା । ପରେ ଫୁଲ ସହ ଫୁଲ ତୋଡା ବିକ୍ରି କରିବାରେ ଲାଗିଗଲା ।

ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ, ସୁଟବୁଟ ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତି ପଚାରିଲେ ମୋତେ ଚିନ୍ହି ପାରିଲେ? ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି । ଧନୀ ବ୍ୟକ୍ତି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନେ ନାହିଁ। କୁହନ୍ତୁ କେମିତି ଜାଣିଲେ ମୋତେ, ସେ ସୂଟବୁଟ ଜଣକ ଉତ୍ତର ଦେଲେ ମୁଁ ହେଉଛି ସେଇ ଭିକାରି, ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ.....।

ଆଛା ତେବେ ଏ ପରିବର୍ତ୍ତନ କିପରି !! ସେ ଉତ୍ତର ଦେଲା ଆପଣ ହିଁ ତା ମୂଳ କାରଣ! ଦୁଇ ଥର ଆପଣଙ୍କ ସହ ଭେଟ ହୋଇଛି ଆପଣ ଦୁଇ ଥର ଯାକ ବହୁ ମୂଲ୍ୟ କଥା କହିଛନ୍ତି ।

ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ ।

ଦୁତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ।
ତେଣୁ କେବେ କାହାକୁ କିଛି ଦେବା ପୂର୍ବରୁ ଚିନ୍ତା କରିବାର ଅଛି।

କାଳିଆରେ ତୋ ରଥ ଗଢୁଛୁ...ତୁ ଆସି ଗଢେଇ ଦେ, ଏ ହାତରେ ଶକ୍ତି ଦେ
25/04/2023

କାଳିଆରେ ତୋ ରଥ ଗଢୁଛୁ...
ତୁ ଆସି ଗଢେଇ ଦେ, ଏ ହାତରେ ଶକ୍ତି ଦେ

23/04/2023

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

Address

Bhubaneswar
NAYAPALI

Telephone

+919178098435

Website

Alerts

Be the first to know and let us send you an email when NEWS5 Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NEWS5 Odisha:

Share