Timepass Odisha

Timepass Odisha 'ଟାଇମ୍‍ପାସ୍‍' ଓଡ଼ିଆ ପ୍ରକାଶନ ଜଗତର ଟ୍ରେଣ୍ଡସେଟର। ପ୍ରତିଭାବାନ ନବ ଲେଖକଙ୍କଠାରୁ ଯଶସ୍ଵୀ ବରେଣ୍ୟ ଲେଖକଙ୍କଯାଏ ଆଞ୍ଚ, ମଞ୍ଚ ଓ ପାହାଚ ସଜାଡୁଥିବା ଏକ ସୃଜନଶୀଳ ପ୍ଲାଟଫର୍ମ।

12/09/2025

#ସେଫଟିପିନକବିତାକମ୍ପିଟିସନ

କବିତା ତ କବିତା, ପୁଣି ସେଫଟିପିନ କବିତା କଣ? ଏମିତି ଭାବୁଥିବେ, ନୁହେଁ? ସତ କଥା ହେଲା, ସମୟ ଅନୁସାରେ ସାହିତ୍ଯ ତାର ରୂପ ବଦଳାଏ। ଆଜିର Gen Z ଯୁଗରେ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରତମ କବିତାର ଚାହିଦା ବଢିଛି। ନୂଆ ଯୁଗର ଟେକ୍ନୋସେଭି ପିଲାଏ ଫେସବୁକ ଓ ଇନଷ୍ଟାରେ ସାହିତ୍ଯର ନୂଆ ଯୁଗ ଆରମ୍ଭ କରିଛନ୍ତି। ଆକାରରେ ଛୋଟ ଏଇସବୁ କବିତା କେବେକେବେ ଅସାଧାରଣ ବି ପାଲଟୁଛି ନୂଆ ଆଙ୍ଗିକ ଓ ଆତ୍ମିକରେ।

ତେବେ ଆମେ କେବଳ ଆକାରରେ ଛୋଟ କବିତା ଖୋଜୁନୁ, ବରଂ ସେଫଟିପିନ ଭଳି (ଆରମ୍ଭରୁ ଯାହା, ଏବେ ବି ସେୟା) ଅପରିବର୍ତ୍ତିତ ମୂଲ୍ଯବୋଧ ଥିବା କବିତା ଖୋଜୁଛୁ, ଯାହାର ଥିବ ଗୋଟେ ଚିରନ୍ତନ ଅବବୋଧ। ଭାଷା ଓ ଉପସ୍ଥାପନ ଶୈଳୀ ସମକାଳୀନ ହୋଇପାରେ, କିନ୍ତୁ ସେ କବିତାର ଭାବ ଓ ଆତ୍ମା ସର୍ବକାଳୀନ ହୋଇଥିବ; କୌଣସି ସମୟରେ ବି (ଆଜିକୁ ହଜାରେ ବର୍ଷ ପରେ ବି) ସତ୍ତା ହରାଉ ନଥିବ ତାର ଆବେଦନ!

କଣ ଏମିତି କବିତା ଅଛି ଆପଣଙ୍କ ପାଖେ? ଛୋଟ ଅଥଚ ଶକ୍ତିଶାଳୀ? ତାହେଲେ ଡେରି କାହିଁକି? ସୁଯୋଗ ନିଅନ୍ତୁ ଏହାର ଓ ସର୍ବାଧିକ ୧୦ ଧାଡିର କବିତା ଲେଖି ଜିତନ୍ତୁ ୧୦ ହଜାର ଟଙ୍କାର ପୁରସ୍କାର!...........................................

ସବିଶେଷ ବିବରଣୀ:

⦿ ପ୍ରତିଯୋଗିତା ଶୀର୍ଷକ : ସେଫଟିପିନ କବିତା କମ୍ପିଟିସନ 2025
⦿ ଆୟୋଜକ : ଟାଇମପାସ
⦿ ଆବଶ୍ୟକ : ସ୍ଵରଚିତ ତଥା ଅପ୍ରକାଶିତ ଓଡିଆ କୁନି କବିତା
⦿ କବିତାର ବିଷୟ: କବିଙ୍କ ଇଚ୍ଛାଧୀନ
⦿ କବିତାର ଆକାର : ସର୍ବନିମ୍ନ 2 ଧାଡ଼ିରୁ ସର୍ବାଧିକ 10 ଧାଡ଼ି
⦿ କବିତା ସଂଖ୍ୟା: ସର୍ବନିମ୍ନ ଗୋଟିଏ ଓ ସର୍ବାଧିକ ୩ଟି କବିତା
⦿ ବୟସ ସୀମା : 18 ବର୍ଷରୁ 80ବର୍ଷ
⦿ ପ୍ରବେଶ ଦେୟ : 95.00 ଟଙ୍କା (ଗୋଟିଏ କବିତା)
⦿ ଶେଷ ତାରିଖ : 30 ସେପ୍ଟେମ୍ବର 2025 (11:59 PM)
⦿ ପୁରସ୍କାର ଉତ୍ସବ : ଷଷ୍ଠ ଉତ୍‍ସାହିତ୍ୟ ଉତ୍ସବ | ୨୭ ଓ ୨୮ ଡିସେମ୍ବର ୨୦୨୫ | ଭୁବନେଶ୍ବର...........................................

ସମୁଦାୟ ପୁରସ୍କାର ରାଶି: ୨୦ ହଜାର ଟଙ୍କା + ପୁସ୍ତକ ପ୍ରକାଶନ

⦿ ପ୍ରଥମ ପୁରସ୍କାର (ମାନପତ୍ର + ୧୦ ହଜାର ଟଙ୍କା + କବିତାପୁସ୍ତକ) ୧ ଜଣଙ୍କୁ
⦿ ଦ୍ଵିତୀୟ ପୁରସ୍କାର (ମାନପତ୍ର + ୭ ହଜାର ଟଙ୍କା + କବିତାପୁସ୍ତକ ) ୧ ଜଣଙ୍କୁ
⦿ ତୃତୀୟ ପୁରସ୍କାର (ମାନପତ୍ର + ୩ ହଜାର ଟଙ୍କା + କବିତାପୁସ୍ତକ ) ୧ ଜଣଙ୍କୁ
⦿ ଚତୁର୍ଥ ପୁରସ୍କାର (ମାନପତ୍ର + କବିତାପୁସ୍ତକ) ୯୭ ଜଣଙ୍କୁ
(ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ମିଳିବ ଡିଜିଟାଲ୍‍ ପ୍ରମାଣପତ୍ର)...........................................

ମନେ ରଖନ୍ତୁ:

⦿ ବିଚାରକମଣ୍ଡଳୀ ଓ 'ଟାଇମପାସ' ଅଧିକାରୀଙ୍କ ନିଷ୍ପତ୍ତି ହିଁ ପ୍ରତିଯୋଗିତାର ଚୂଡାନ୍ତ ନିଷ୍ପତ୍ତି ହେବ।
⦿ ଥରେ ପଇଠ କରିବାପରେ ପଞ୍ଜିକରଣ ଦେୟ ଆଉ ଫେରସ୍ତ ହେବନାହିଁ।
⦿ ଆବେଦନର ଶେଷ ତାରିଖ ପରେ କେବଳ ଥରେ whatsapp କିମ୍ବା ମେଲରେ ପ୍ରାପ୍ତିସ୍ଵୀକାର କରାଯିବ ଓ "ଅଂଶଗ୍ରହଣକାରୀ ପ୍ରମାଣପତ୍ର" (ଡିଜିଟାଲ) ପଠାଇ ଦିଆଯିବ।
⦿ ଏହା ପରେ ପ୍ରତିଯୋଗିତା ସମ୍ବନ୍ଧରେ କୌଣସି ପ୍ରକାର ଯୋଗାଯୋଗକୁ 'ଲବି' ବୋଲି ବିଚାର କରାଯିବ ଓ ଆବଶ୍ୟକସ୍ଥଳେ ତାଙ୍କୁ ବିଚାରପ୍ରକ୍ରିୟାରୁ ସଂପୂର୍ଣ୍ଣ ବାଦ ଦିଆଯିବ।
⦿ ପ୍ରତିଯୋଗିତାର ଫଳାଫଳ ଡିସେମ୍ବର ମାସରେ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବ ଓ କେବଳ ବିଜେତାଙ୍କୁ ବ୍ୟକ୍ତିଗତ ନମ୍ବର / ମେଲରେ ଜଣାଇ ଦିଆଯିବ। (ଯଦି ୨୦୨୫ ଡିସେମ୍ବର ୨୦ ତାରିଖ ମଧ୍ୟରେ ଆପଣ ଅମଠାରୁ କୌଣସି ସୂଚନା ପାଇନଥିବେ, ତେବେ ଆପଣଙ୍କ କବିତା ନିର୍ବାଚିତ ହୋଇନାହିଁ ବୋଲି ଧରିନେବାକୁ ହେବ!)
⦿ ଉତ୍ସବରେ ଉପସ୍ଥିତ ରହି ଅତିଥିଙ୍କ ହାତରୁ ପୁରସ୍କାର ଗ୍ରହଣ କରିବା ଓ କବିତା ପାଠ କରିବା ବିଜେତାମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ।
⦿ ଫଳାଫଳ ପ୍ରକାଶ ପାଇବା ପରେ ବିଜେତାଙ୍କୁ ଆମେ ଆଉଏକ ଲିଙ୍କ ପଠାଇବୁ, ସେଥିରେ ଉତ୍ସବରେ ଯୋଗଦାନ ଓ ଅଂଶଗ୍ରହଣ ସମ୍ପର୍କରେ ସେ ତାଙ୍କ ପସନ୍ଦ ଚୟନ କରିପାରିବେ।
⦿ ଯେଉଁ ବିଜେତାମାନେ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ, ସେମାନେ 'ଟାଇମପାସ' କାର୍ଯ୍ୟାଳୟରୁ ପରେ ତାଙ୍କର ମାନପତ୍ର ଓ କବିତାପୁସ୍ତକ ସଂଗ୍ରହ କରିପାରିବେ କିମ୍ବା କୋରିଅର ଖର୍ଚ୍ଚ ପ୍ରଦାନ କଲେ ଆମେ ତାହା ତାଙ୍କ ଠିକଣାରେ ପଠାଇଦେବୁ।...........................................

ତଳ ଫର୍ମଟି ଠିକ ଭାବେ ପୂରଣ କରି ଦାଖଲ କରନ୍ତୁ Fill the below form properly and submit by the last date: 30th Sept 2025

ଆବେଦନ ଫର୍ମ:

Timepass ଦ୍ଵାରା ନିକଟରେ ପ୍ରକାଶିତ ବହିଗୁଡ଼ିକର ଆମାଜନ ଲିଙ୍କ:.....................................ଗଳ୍ପ ସଂକଳନ:⦿ ମୋକ୍ଷମୁଦ୍ରା | ପ୍...
30/05/2025

Timepass ଦ୍ଵାରା ନିକଟରେ ପ୍ରକାଶିତ
ବହିଗୁଡ଼ିକର ଆମାଜନ ଲିଙ୍କ:.....................................
ଗଳ୍ପ ସଂକଳନ:
⦿ ମୋକ୍ଷମୁଦ୍ରା | ପ୍ରକାଶ ମୋହାପାତ୍ର
https://www.amazon.in/dp/B0DV9T8VSQ
⦿ ସୁନ୍ଦରୀ ଝିଅମାନଙ୍କୁ ମଶା କଣ ମାରିପାରେ | ସୁକାନ୍ତ ସାହୁ
https://www.amazon.in/dp/B0FBG2Q49Q
⦿ ପଳାତକ | ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
https://www.amazon.in/dp/B0FBF9GNLK
⦿ ନୂଆ ଗପର ଇଏମଆଇ | ବିରଜା ରାଉତରାୟ
https://www.amazon.in/dp/B0FBFX6B6Q.....................................
କବିତା ସଂକଳନ:
⦿ ପବନର ଦେହ | ସେନାପତି ପ୍ରଦ୍ଯୁମ୍ନକେଶରୀ
https://www.amazon.in/dp/B0FBFFL1GZ
⦿ ଡାକ | ଜ୍ଞାନୀ ଦେବାଶିଷ ମିଶ୍ର
https://www.amazon.in/dp/B0FBFQ4TWX
⦿ ଅନ୍ତରଙ୍ଗ ଆବେଗ | ଅଶୋକ କୁମାର ସିଂହ
https://www.amazon.in/dp/B0FBFHCKKF
⦿ ନଷ୍ଟ ପ୍ରେମିକ | ପଞ୍ଚାନନ ନାୟକ
https://www.amazon.in/dp/B0FBFKNQMQ
⦿ କାୟାପୁରୁଷ | ବିଜନବାଳା ପାଟଯୋଷୀ
https://www.amazon.in/dp/B0FBF9PGTH
⦿ କବିତା ଧାଡି ବାହାରେ | ଅମରେନ୍ଦ୍ର ମାଧବ ଦାଶ
https://www.amazon.in/dp/B0F5Q6GX7H.....................................
ଗୀତିକବିତା ସଂକଳନ:
⦿ ଉଠିବା ଆଗରୁ ଝଡ | ପରଶୁରାମ ପଟ୍ଟନାୟକ
https://www.amazon.in/dp/B0FB1B3R9Z.....................................
ପ୍ରବନ୍ଧ​/ ସମାଲୋଚନା:
⦿ ବର୍ଣ୍ଣାଳିର ଯେତେ ରଙ୍ଗ | ହିରଣ୍ମୟୀ ମିଶ୍ର
https://www.amazon.in/dp/B0FBFRD736
⦿ କିମଧିକମ | ପରଂବ୍ରହ୍ମ ତ୍ରିପାଠୀ
https://www.amazon.in/dp/B0FBFZBT27
⦿ ଅପ୍ରମିତ ସୁରେନ୍ଦ୍ର | ଡ. ବାସନ୍ତୀ ମହାନ୍ତି
https://www.amazon.in/dp/B0FBFX95SG.....................................
ଜୀବନୀ:
⦿ ବ୍ଲକବଷ୍ଟରରୁ ବାଲଟ ବକ୍ସ: ଅନୁଭବ ମହାନ୍ତି | ଜାଗୃତି ଶୁକ୍ଲା, ଅସ୍ତିତ୍ଵ
https://www.amazon.in/dp/B0DXCDR5D2.....................................
ଉପନ୍ୟାସ:
⦿ ସେକେଣ୍ଡ କଣ୍ଟା | କାଳନ୍ଦି ସାମଲ
https://www.amazon.in/dp/B0DV9XWRHK.....................................

 #ବହିବୈଶାଖୀ ଉତ୍ସବରେ ଲୋକାର୍ପିତ ପୁସ୍ତକସମୂହର ଆମାଜନ ଲିଙ୍କ:.....................................କବିତା ସଂକଳନ:⦿ ସମୁଦ୍ରେ ଆଁ'କୁ |...
29/05/2025

#ବହିବୈଶାଖୀ ଉତ୍ସବରେ ଲୋକାର୍ପିତ
ପୁସ୍ତକସମୂହର ଆମାଜନ ଲିଙ୍କ:.....................................
କବିତା ସଂକଳନ:
⦿ ସମୁଦ୍ରେ ଆଁ'କୁ | କିଶୋର ପାଣିଗ୍ରାହୀ
https://www.amazon.in/dp/B0F9ZN89X7
⦿ ଆଞ୍ଚୁଡାଏ କ୍ଷତର ତାନପୁରା | ଡ. ପ୍ରତୀଚୀ ନନ୍ଦ
https://www.amazon.in/dp/B0F9ZQ54R6
⦿ ଖରାର ବୟସ ଯେବେ କମିକମି ଆସେ | ସ୍ମିତା ରଥ
https://www.amazon.in/dp/B0F9ZRKQSB
⦿ ଶ୍ରେଷ୍ଠ କବିତା | ରମାକାନ୍ତ ରଥ
https://www.amazon.in/dp/B0FB16GBF6.....................................
ଉପନ୍ୟାସ
⦿ ଈଶ୍ଵର ମରିଗଲାପରେ | ମହାଶ୍ଵେତା ସାହୁ
https://www.amazon.in/dp/B0FB4TMWWB.....................................
ଗଳ୍ପ ସଂକଳନ:
⦿ ଜନ୍ମେଜୟ ପଣ୍ଡାର ମୃତ୍ୟୁ ପରେ | ଜନ୍ମେଜୟ ପଣ୍ଡା
https://www.amazon.in/dp/B0FB5D95J5
⦿ ସନ୍ଧିପୂଜା | ରଜନୀକାନ୍ତ ମହାନ୍ତି
https://www.amazon.in/dp/B0FB5HWXWK
⦿ ଛୁଆ ଠାକୁରାଣୀ | ରସାନନ୍ଦ ସାହୁ
https://www.amazon.in/dp/B0FB59S8NK
⦿ ପୁଣିଥରେ ନିଜଠାରୁ ନିଜର ଦୂରତା | ଶ୍ୟାମାପ୍ରସାଦ ଚୌଧୁରୀ
https://www.amazon.in/dp/B0FB5J6K4N
⦿ ଶ୍ରେଷ୍ଠ ଗଳ୍ପ | ମନୋଜ ଦାସ
https://www.amazon.in/dp/B0BYKPQN2X
⦿ ସାଦାପୃଷ୍ଠାର ଜାଗାସବୁ | ଜାକିର ଖାନ
https://www.amazon.in/dp/B0FB5547TF
⦿ ଭୋର ବେଳର ଜହ୍ନ | ପ୍ରବୀଣା ମହାନ୍ତି
https://www.amazon.in/dp/B0F9ZM6LQ8
⦿ ରୁପା ଜହ୍ନ | ସୁଚିତ୍ରା ମିଶ୍ର
https://www.amazon.in/dp/B0F5Q6BR2S
⦿ ସବୁ ଋତୁ ଏଇ ପୃଥିବୀର | ଭାରତୀ ତ୍ରିପାଠୀ
https://www.amazon.in/dp/B0FB5CR999.....................................
ପ୍ରବନ୍ଧ/ସମାଲୋଚନା:
⦿ ଓଡ଼ିଆ କବିତା: ପ୍ରୟୋଗବାଦରୁ ଉତ୍ତର ଆଧୁନିକତା | ଡ. ବିଶ୍ଵରଞ୍ଜନ ଦାସ
https://www.amazon.in/dp/B0FB4THVBN
⦿ ସମକାଳୀନ ସାହିତ୍ଯଚର୍ଚ୍ଚା | ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଡ. ପ୍ରତ୍ୟାଶା ଧଳ
https://www.amazon.in/dp/B0FB4RS8JM.....................................
ଭ୍ରମଣକାହାଣୀ​:
⦿ ଭଲ ଅଛ କୋଲକାତା | ମଣୀନ୍ଦ୍ର କୁମାର ମେହେର
https://www.amazon.in/dp/B0FB5D6HXF.....................................
English Novel:
⦿ A Strange Exile | Bitasta Ghoshal | Tr. Satyabrata Ghosh
https://www.amazon.in/dp/B0FB8FRHKV.....................................

   ଆପଣ ଯଦି ଭୁବନେଶ୍ବରରେ ରହୁଛନ୍ତି, ତେବେ ଘଣ୍ଟାଏ ଭିତରେ ଆପଣଙ୍କ ମନପସନ୍ଦର ବହି ହାତପାଆନ୍ତାରେ ପାଆନ୍ତୁ (କେବଳ ଟାଇମପାସ ପ୍ରକାଶିତ ପୁସ୍ତ...
01/05/2025



ଆପଣ ଯଦି ଭୁବନେଶ୍ବରରେ ରହୁଛନ୍ତି, ତେବେ ଘଣ୍ଟାଏ ଭିତରେ ଆପଣଙ୍କ ମନପସନ୍ଦର ବହି ହାତପାଆନ୍ତାରେ ପାଆନ୍ତୁ (କେବଳ ଟାଇମପାସ ପ୍ରକାଶିତ ପୁସ୍ତକ)

ଅର୍ଡର ସମୟ : ପ୍ରତିଦିନ 10ଟାରୁ ସନ୍ଧ୍ଯା 6 ଟା
(କିମ୍ବା ଲିଙ୍କ ଖୋଲାଥିବାଯାଏ)

⦿ ସର୍ବନିମ୍ନ ୫୦୦ ଟଙ୍କାର ବହି କିଣିଲେ (ଯଦି ଆପଣ ବରମୁଣ୍ଡାଠାରୁ ୭ କିମି ଦୂରତା ଭିତରେ ଥାନ୍ତି) ଡେଲିଭରି ଖର୍ଚ୍ଚ ପଡିବନାହିଁ! ୭ କିମିରୁ ଅଧିକ ଦୂର ହେଲେ ଅଳ୍ପ କିଛି ଡାକ ଖର୍ଚ୍ଚ ବହନ କରିବାକୁ ହେବ!

⦿ ଅର୍ଡର କରିବାକୁ ତଳ ଲିଂକରେ କ୍ଲିକ କରନ୍ତୁ
https://forms.gle/xprQeWVhs2vgY9Rk8
ଏବଂ ଏଇ କ୍ରମରେ ଆଗକୁ ବଢନ୍ତୁ :
1. ନିଜର ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଦିଅନ୍ତୁ
2. ନିଜ ପସନ୍ଦର ବହି ବାଛନ୍ତୁ
3. ହ୍ଵାଟସଆପ ଗ୍ରୁପରେ ଯୋଗ ଦିଅନ୍ତୁ (ପରବର୍ତ୍ତୀ ସମୟରେ ନୂଆ ବହି ଓ ଅଫର ସୂଚନା ପାଇଁ)
4. ଏହି ଫର୍ମଟିକୁ ଦାଖଲ କରିଦିଅନ୍ତୁ
5. ଆପଣଙ୍କ ହ୍ଵାଟସଆପକୁ ଆମେ ସମୁଦାୟ ମୂଲ୍ୟ ଓ ୟୁପିଆଇ ଆଇଡି ପଠାଇବୁ
6. ପେମେଣ୍ଟ କରିବା ପରେ ହ୍ଵାଟସଆପରେ ତାର ସ୍କ୍ରିନସଟ ପଠାନ୍ତୁ
7. ବାସ, ଏବେ ଆରାମ କରନ୍ତୁ... ଘଣ୍ଟେ ଭିତରେ ବହି ଯାଇ ଆପଣଙ୍କ ଦୁଆର ବାଡେଇବ

ବହିବୈଶାଖୀ : ଆପଣ ରହିବେ ସାକ୍ଷୀ
26/04/2025

ବହିବୈଶାଖୀ : ଆପଣ ରହିବେ ସାକ୍ଷୀ

ମଞ୍ଚରେ ପ୍ରଥମା | ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
17/04/2025

ମଞ୍ଚରେ ପ୍ରଥମା | ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

ମଞ୍ଚରେ ପ୍ରଥମା | ଶୀତଲ୍ ମିଶ୍ର
17/04/2025

ମଞ୍ଚରେ ପ୍ରଥମା | ଶୀତଲ୍ ମିଶ୍ର

ମଞ୍ଚରେ ପ୍ରଥମା | ସରୋଜିନୀ ଶଙ୍ଖୁଆ
17/04/2025

ମଞ୍ଚରେ ପ୍ରଥମା | ସରୋଜିନୀ ଶଙ୍ଖୁଆ

ମଞ୍ଚରେ ପ୍ରଥମା | ପ୍ରୀତିପଦ୍ମା ଦାସ
17/04/2025

ମଞ୍ଚରେ ପ୍ରଥମା | ପ୍ରୀତିପଦ୍ମା ଦାସ

ମଞ୍ଚରେ ପ୍ରଥମା | ପ୍ରତିଭା ଖିଲାର
17/04/2025

ମଞ୍ଚରେ ପ୍ରଥମା | ପ୍ରତିଭା ଖିଲାର

ମଞ୍ଚରେ ପ୍ରଥମା | ମନୀଷା ବିଶ୍ଵାଳ
17/04/2025

ମଞ୍ଚରେ ପ୍ରଥମା | ମନୀଷା ବିଶ୍ଵାଳ

Address

Bhubaneswar
751003

Alerts

Be the first to know and let us send you an email when Timepass Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Timepass Odisha:

Share

Category

ଟାଇମପାସ: ଦୁଇ ପାଦ ଆଗରେ

ପ୍ରିୟ ବହିବନ୍ଧୁ!

ଦୁଇହଜାର ଛ’ ମସିହାରେ ଗୋଟାଏ ଅଯାଚିତ ସ୍ୱପ୍ନରୁ ଆରମ୍ଭ ହୋଇଥିବା ‘ଟାଇମ୍‍ପାସ୍‍’ ପ୍ରକାଶନ ଆପଣମାନଙ୍କ ନିରବଚ୍ଛିନ୍ନ ସୁମନାସ ଓ ସାନ୍ନିଧ୍ୟ ଯୋଗୁଁ ଆଜି ସଫଳତାର 15 ବର୍ଷରେ ପହଞ୍ଚିପାରିଛି; ଏଥିପାଇଁ ମୁଁ ଆପଣମାନଙ୍କୁ ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଜଣାଉଛି ।

2006 ମାର୍ଚ୍ଚ 9 ତାରିଖରେ ମାତ୍ର ତିନିଟି ବହିରୁ ଯାତ୍ରା ଆରମ୍ଭ କରିଥିବା ଏଇ ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ଇତିମଧ୍ୟରେ ପାଖାପାଖି 800 ବହି, ତାହାପୁଣି କେବଳ ସାହିତ୍ୟବହି ଛାପି ଆପଣମାନଙ୍କର ଏତେ ନିକଟତର ହୋଇପାରିବା ଆମ ପାଇଁ ନିଶ୍ଚୟ ସୌଭାଗ୍ୟର ବିଷୟ । ଓଡ଼ିଶାର ମାନ୍ଦା ବହିବଜାର, ସରକାରୀ ପ୍ରୋତ୍ସାହନର ଅଭାବ, ଉଦାସୀନ ପାଠକୀୟତା ଓ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ ‘ବହି’ ପ୍ରତି ସାଧାରଣରେ ବିତୃଷ୍ଣା ଆଦି ପାରଂପରିକ ପ୍ରତିବନ୍ଧକ ଯଦିଓ ଆମ ଆଗରେ ଛିଡ଼ା ହୋଇଛନ୍ତି, ତଥାପି ଆମେ ସେସବୁକୁ ନୂଆନୂଆ ଢଙ୍ଗରେ, ରଙ୍ଗରେ, ଶୈଳୀରେ ଓ ପ୍ରକାରରେ ଚ୍ୟାଲେଂଜ୍‍ କରି 15 ବର୍ଷ ପାର୍‍ କରିପାରିଛୁ; ଏହା ଭାବିଲେ ବିସ୍ମିତ ଲାଗୁଛି । ଆମର ପରୀକ୍ଷାନିରୀକ୍ଷାକୁ ସହୃଦୟତାର ସହ ସ୍ୱୀକାର, ବରଦାସ୍ତ ଓ ପ୍ରଶଂସା କରିଥିବା ଲେଖକ, ପାଠକ, ସମାଲୋଚକ, ବିକ୍ରେତା... ଏପରିକି ଈର୍ଷୁକ ଓ ଅପପ୍ରଚାରକ ସମସ୍ତେ ଏଥିପାଇଁ ଧନ୍ୟବାଦାର୍ହ ।

ବିଗତ 15 ବର୍ଷ ଭିତରେ ଅନ୍ୟ ପ୍ରକାଶନ ସଂସ୍ଥା ତୁଳନାରେ ‘ଟାଇମ୍‍ପାସ୍‍’ ଅଧିକ କ’ଣ କରିଛି, ତାହା ନିଜ ମୁହଁରେ ବଖାଣିଲେ ଆତ୍ମବଡ଼ିମା ହେବ ପରା! ତଥାପି ଗୋଟିଏ ଧାଡ଼ିରେ କୁହାଗଲେ ଏୟା ହେବ ଯେ ‘ଟାଇମ୍‍ପାସ୍‍ ସବୁବେଳେ ବହିର ଦୁନିଆରେ ଦୁଇପାଦ ଆଗରେ ରହିବାକୁ ଚେଷ୍ଟା କରିଛି’ । ବଦଳୁଥିବା ସମୟ ସଙ୍ଗେ ତାଳଦେଇ ଚାଲିବା ସହ ଦୁଇପାଦ ଆଗକୁ ଆସି ଚିନ୍ତାକରିବାରେ ‘ଟାଇମ୍‍ପାସ୍‍’ ନିଜ ମୌଳିକ ଓ ସୃଜନଶୀଳ ଦୃଷ୍ଟିକୋଣ ଅବଶ୍ୟ ଜାହିର୍‍ କରିଛି; ଯେଉଁଥିପାଇଁ ଅନ୍ୟ ସମସାମୟିକ ପ୍ରକାଶନ ସଂସ୍ଥାମାନଙ୍କ ପାଇଁ ଏହା ଅନେକ କ୍ଷେତ୍ରରେ ଉଦାହରଣ, ଆଦର୍ଶ ଓ ଅନୁକରଣୀୟ ହୋଇପାରିଛି ।