09/09/2026
#ବହିବାରତା
ଏବେ ଚର୍ଚ୍ଚାରେ "ହନୁମାନ ଅଂଶ" ଚଳଚ୍ଚିତ୍ର; ଯାହା ନିମ୍ କରୋଲି ବାବାଙ୍କ ଉପରେ ଆଧାରିତ...! ତାଙ୍କର ଏପରି ନାମକରଣ ସମ୍ପର୍କରେ ରହିଛି ଏମିତି ଏକ ମଜାଦାର କାହାଣୀ - ..................................
"ରେଳଗାଡ଼ିଟି ଫାରୁଖାବାଦ ଷ୍ଟେସନରେ ଅଟକିବା ପରେ ଅପେକ୍ଷାରତ ଯୁବଯୋଗୀ ଜଣକ ଗୋଟିଏ ହାତରେ କମଣ୍ଡଳୁ ଓ ଅନ୍ୟ ହାତରେ ଚିମୁଟାଟି ଧରି ଏକମାତ୍ର ପ୍ରଥମ ଶ୍ରେଣୀ ବଗିରେ ଉଠିଯାଇ ଆସନରେ ବସିଲେ। କିଛି ସମୟ ପରେ ରେଳଗାଡ଼ି ଛାଡ଼ିଦେଲା ଟୁଣ୍ଡଲା ଅଭିମୁଖେ। ସାଧୁଙ୍କର ଗନ୍ତବ୍ୟ ସ୍ଥଳ ଥାଏ ଟୁଣ୍ଡଲା।
କିଛି ବାଟ ଗଲାପରେ ଜଣେ ଏଙ୍ଗ୍ଲୋ ଇଣ୍ଡିଆନ୍ ଟିକଟ କଲେକ୍ଟର ସାଧୁଙ୍କ ପାଖକୁ ଆସି ଟିକେଟ୍ ମାଗିଲେ। ସାଧୁ ବିନା ଟିକଟରେ ଗାଡ଼ିରେ ଚଢ଼ିଥିଲେ। କିଛି କଟୁ ମନ୍ତବ୍ୟ ଦେଇ ଟିଟିସି ଜଣକ ସାଧୁଙ୍କୁ ପରବର୍ତ୍ତୀ ଫ୍ଲାଗ୍ ଷ୍ଟେସନ “ନିମ୍ କରୋଲି”ଠାରେ ରେଳବଗିରୁ ଓହ୍ଲାଇ ଦେଲା।
ସାଧୁ ଶାନ୍ତ ଭାବେ ପ୍ଲାଟଫର୍ମରେ ଥିବା ଏକ ଗଛ ମୂଳେ ନିଜ ଚିମୁଟାଟି ମାଟିରେ ପୋତି ବସିଗଲେ। ଗାଡ଼ିକୁ ସିଗ୍ନାଲ୍ ମିଳିଲା ଷ୍ଟେସନ ଛାଡ଼ିବା ପାଇଁ। କିନ୍ତୁ ଏ କ’ଣ? ଗାଡ଼ି ହଲୁ ନାହିଁ। ଇଞ୍ଜିନରେ ପୂରା ଷ୍ଟିମ୍ ଦିଆହେଲେ ମଧ୍ୟ ଚକ ଘୂରୁ ନାହିଁ। କାଳେ ଇଞ୍ଜିନ୍ ଖରାପ ଥିବ ଭାବି ପାଖ ଷ୍ଟେସନରୁ ଅନ୍ୟ ଏକ ଇଞ୍ଜିନ୍ ଅଣାଗଲା ତଥାପି ଗାଡ଼ି ଚାଲିଲା ନାହିଁ। ସାଧୁ ନିର୍ବିକଳ୍ପ ହୋଇ ବସିଥାନ୍ତି। ଟିଟିସି ଗଲଦ୍ଘର୍ମ।
କେତେଜଣ ଭାରତୀୟ ଯାତ୍ରୀ ଏଙ୍ଗଲୋଇଣ୍ଡିଆନ୍ ଟିଟିସିଙ୍କୁ କହିଲେ, “ସାଧୁଙ୍କୁ ରେଳରେ ବସାଇ ନ ନେଲେ ଗାଡ଼ି ଚାଲିବ ନାହିଁ।” ଟିଟିସି ପ୍ରଥମେ ଉପଦେଶଟିକୁ ତାତ୍ସଲ୍ୟ କରି ଗ୍ରହଣ କଲେ ନାହିଁ। ଡ୍ରାଇଭର କହିଲେ ଇଞ୍ଜିନରେ ବା ଗାଡ଼ିରେ କୌଣସି ଯାନ୍ତ୍ରିକ ତ୍ରୁଟି ନାହିଁ।
ଅଗତ୍ୟା ଟିଟିସି ବାବାଙ୍କ ପାଖକୁ ଯାଇ କ୍ଷମା ମାଗି ଗାଡ଼ି ପାଖକୁ ତାଙ୍କୁ ପାଛୋଟି ଆଣି ଉକ୍ତ ବଗିରେ ବସେଇଲେ। ଗାଡ଼ିଟି ହ୍ୱିସିଲ୍ ମାରି ଆଗକୁ ଚାଲିଲା।
ବାବାଙ୍କ ଆଦେଶରେ ନିମ୍ କରୋଲି ଏକ ଷ୍ଟେସନ୍ ହେଲା ଓ ରେଳରେ ତାପରେ ସାଧୁମାନଙ୍କୁ ଅପମାନିତ କରା ହେଲା ନାହିଁ।"..................................
ନିମ୍ କରୋଲି ବାବାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଧ୍ରୁବପ୍ରସାଦ ପଣ୍ଡାଙ୍କ ରଚିତ "ହିମାଳୟର ସନ୍ଥସ୍ପନ୍ଦନ" ବହିଟି ପଢି ପାରିବେ...
Amazon Link:
⦿ ହିମାଳୟର ସନ୍ଥସ୍ପନ୍ଦନ | ଧ୍ରୁବ ପ୍ରସାଦ ପଣ୍ଡା
https://www.amazon.in/dp/B0HDXGN642