AadharOdisha

AadharOdisha Contact information, map and directions, contact form, opening hours, services, ratings, photos, videos and announcements from AadharOdisha, Media/News Company, Srikhetra Vihar, Iginia Plot no/42, Bhubaneswar.

12/02/2025
09/02/2025

ଯାଇଥିଲେ ଦାଦନହୋଇ-ଫେରିଲେ ଶବହୋଇ (କନ୍ଧମାଳରେ ଦାଦନଯନ୍ତ୍ରଣା)
ବାଲିଗୁଡା/୦୭/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ। ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି, କିନ୍ତୁ ଫେରିବା ବେଳକୁ ଶବହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମି8ଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ ପର୍ଡାକିଆ ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ଅନ୍ୟ ଦୁଇଜଣ ସାଙ୍ଗ ନିଜ ଅଞ୍ଚଳରେ କାମ ନ ମିଳିବାରୁ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାକୁ ଗତ ସେପ୍ଟେମ୍ବର ମାସରେ କେରଳ ଯାଇଥିଲେ। ସେଠାରେ ତ୍ରିଶୂର ଜିଲ୍ଲାସ୍ଥିତ ଅଟପାଲମ କ୍ରସର କମ୍ପାନୀରେ କାଯ୍ୟ କରୁଥିବା ସମୟରେ ପଥର ଗୁଣ୍ଡରେ ପୋତି ହୋଇଯାଇଥିଲେ ୨୫ ବର୍ଷୀୟ ହେରଦ।
କିଛି ସମୟ ପରେ ଖୋଜାଖୋଜି କରିବାରୁ ଜଣାପଡିଥିଲା ଯେ ପଥର ଗୁଣ୍ଡରେ ପୋତିହୋଇ ତାଙ୍କ ଜୀବନ ଚାଲିଯାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ତରଫରୁ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କ ମୃତ ଶରୀରକୁ ଗ୍ରାମକୁ ପଠାଯାଇଥିଲା। ଅପରପକ୍ଷରେ ବୃଦ୍ଧ ବାପା ମା ଏବଂ ପତ୍ନୀ ଏବଂ ୪ ବର୍ଷର କୁନିପୁଅ ରୋସନ ପ୍ରଧାନଙ୍କ ସମେତ ସମସ୍ତ ଅଞ୍ଚଳବାସୀ ହେରଦଙ୍କର ମୃତଘଟଣା ଶୁଣି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏଭଳି ସ୍ଥିତିରେ ତାଙ୍କ ପରିବାରକୁ କିଏ ସାହାହେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରକାଶଥାଉ କି, ଗୁମିକିଆ ପଞ୍ଚାୟତ ପର୍ଡାକିଆରୁ ସେହି କମ୍ପାନୀରେ ରହି ତିନି ଜଣ ଯୁବକ ଏବଂ ପାଖାପାଖି ସେହି ଅଞ୍ଚଳରୁ ଆହୁରି ତିରିଶି ଜଣ ରୁ ଉର୍ଦ୍ଧ ଯୁବକ ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଥିବା ଜଣା ପଡ଼ିଛି । କିନ୍ତୁ ଏଯାବତ ଗ୍ରାମରେ ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବାକୁ ପଡୁଛି ବୋଲି କହିଛନ୍ତି ଅଞ୍ଚଳ ବାସୀ।

09/02/2025

ପାହାଡ଼ ଉପରୁ ଦହିବରା ବିକାଳୀଙ୍କ ଶବଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କନ୍ଧମାଳ/୦୮/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଦାଶରଥୀ ଫେବୃଆରୀ ୧ ରେ ଦହିବରା ବିକ୍ରି କରିବାକୁ ପୁରୁଣା କଟକ ଯିବେ ବୋଲି ଜଣେ ସାଙ୍ଗକୁ କହି ଯାଇଥିଲେ । ତେବେ ବିଳମ୍ବିତ ରାତି ଯାଏଁ ନ ଫେରିବା ଓ ମୋବାଇଲ ଫୋନ ସୁଇଚ ଅଫ ଥିବା ଫଳରେ ପରିବାର ଲୋକେ ଖୋଜାଖୋଜି କରି ନ ମିଳିବାରୁ ସଦର ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ । ତେବେ ଶୁକ୍ରବାର ସର୍ଷଗୁଡାର କିଛି ଯୁବକ ଓଡି-୦୨ –ବିଏମ-୭୦୫୦ ନମ୍ବର ବିଶିଷ୍ଟ ଏକ ଲୁନା ମୋପେଡ ସପ୍ତାହେ ହେଲା ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ଫଳରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବାପରେ ପାହାଡ଼ ଉପରେ ହାତ ଗୋଡ଼ ନ' ଥିବା ଦାଶରଥିଙ୍କ ମୃତଦେହ ପାଇଥିଲେ । ଏ ନେଇ ସଦର ଥାନାକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ତଦନ୍ତ ପରେ ସବୁ ସୃଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ତଦନ୍ତ ସଠିକ ଢଙ୍ଗରେ ହେଉନଥିବା ବିଷୟ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବାଟ ଦେଖାଇଲା ମିଶନଶକ୍ତି ଓ ଜୀବିକା ମିଶନ-ମାଳଭୂମିରେ ଷ୍ଟ୍ରବେରୀ ଚାଷକରି ସ୍ୱାବଲମ୍ବୀ ହେଲେ ମହିଳାଗୁଣୁପୁର/ରାୟଗଡା/୩୧/୧/୨୦୨୫/ (ଆଧାର ମିଡ଼...
31/01/2025

ବାଟ ଦେଖାଇଲା ମିଶନଶକ୍ତି ଓ ଜୀବିକା ମିଶନ-ମାଳଭୂମିରେ ଷ୍ଟ୍ରବେରୀ ଚାଷକରି ସ୍ୱାବଲମ୍ବୀ ହେଲେ ମହିଳା
ଗୁଣୁପୁର/ରାୟଗଡା/୩୧/୧/୨୦୨୫/ (ଆଧାର ମିଡ଼ିଆ) ମିଶନ ଶକ୍ତି ଜରିଆରେ ସାରା ଓଡ଼ିଶାର ମହିଳାମାନେ ଆଜି ବୋହୁ ଉପରକୁ ଯାଇଥିବାର ଦେଖିବାକୁ ଓ ଜାଣିବାକୁ ମିଳିଛି.କେତେକ ମହିଳା ଗୃପ ବ୍ୟାଙ୍କରୁ ଟଙ୍କା ନେଇ ବାହାର ଖର୍ଚ୍ଚ କରିଦେଉ ଥିବାବେଳେ କେତେକ ଗୃପର ମହିଳାମାନେ ବ୍ୟାଙ୍କ ଦେଇଥିବା ଟଙ୍କାକୁ ଠିକ କାମରେ ଲଗାଇ ଆଜି ନିଜର ଜୀବିକା ନିର୍ବାହ କରି ନିଜ ଘରର ଖର୍ଚ୍ଚ ମେଣ୍ଟାଇବା ସହିତ ନିଜ ନିଜର ପିଲାମାନଙ୍କର ଦାଇତ୍ୱ ମେଣ୍ଟାଈ ପାରୁଛନ୍ତି.ଯେଉଁ ମହିଳାମାନେ ମିଶନଶକ୍ତି ଗୃପକରି ବାହାର ଖର୍ଚ୍ଚ କରିଦେଉଛନ୍ତି ସେମାନେ ବ୍ୟାଙ୍କର କିସ୍ତି ଦେବାବେଳେ ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି.ଏମିତି ଏକ ମହିଳା ଗୃପ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ରାମାନୁଗୁଡା ବ୍ଲକ ନିକଟସ୍ଥ ପଣସଗୁଡା ଗ୍ରାମରେ.ମିଶନ ଶକ୍ତି ଜରିଆରେ ଗୃପ ମାଧ୍ୟମରେ ବ୍ୟାଙ୍କରୁ ଟଙ୍କା ଆଣି ଷ୍ଟ୍ରବେରୀ ଚାଷ କରି ଆଜିକା ଦିନରେ ଓଡ଼ିଶାରେ ନା କମେଇପାରିଛନ୍ତି ଏବଂଲାଭବାନ ହୋଇ ନିଜ ନିଜର ଗୁଜୁରାଣ ମେଣ୍ଟାଈ ପାରୁଛନ୍ତି.ଲାଲ ଟହଟହ ହୋଇ ଜମିରେ ଫଳିଛି ଷ୍ଟ୍ରବେରୀ । ଦେଖିଲେ ଆଖି ଲାଖି ଯାଉଛି । ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ୍ ପଣସଗୁଡା ଗ୍ରାମରେ ଏବେ ଜୈବିକ ପଦ୍ଧତିରେ ହେଉଛି ଷ୍ଟ୍ରବେରି ଚାଷ । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ଜୀବନ ଜୀବିକା ମିଶନ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ମାଳଭୂମିରେ କରାଯାଉଛି ଏହି ଲାଭଦାୟକ ଚାଷ । ପଦ୍ମିନୀ ମୁଟିକା ନାମକ ଜଣେ ମହିଳା ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ସେଠାରୁ ଚାରା ଆଣି ମହିଳା ମାନଙ୍କ ସହାୟତାରେ ଏହିଚାଷ ଆରମ୍ଭ କରିଛନ୍ତି । ଗତ ଅକ୍ଟୋବରରେ ଚାରା ରୋପଣ କରିଥିବା ବେଳେ ଜାନୁଆରୀରେ ଉତ୍ପାଦନ ହେଉଛି । କିଲୋଗ୍ରାମ ପିଛା ୪୦୦ ଟଙ୍କା ଦରରେ ବିକ୍ରି କରାଯାଉଛି ଷ୍ଟ୍ରବେରି । ଏହାଦ୍ବାରା ବେଶ ଲାଭବାନ ହେଉଛନ୍ତି ଚାଷୀ ଓ ମହିଳା । ମାଳ ଅଞ୍ଚଳରେ ଷ୍ଟ୍ରବେରି ଚାଷ ପ୍ରଥମଥର ହେଉଥିବା ବେଳେ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ବହୁତ ଜନ ସମାଗମ ହେଉଛି ।

ସରକାରଙ୍କ ଆୟୁସ୍ମାନ ଯୋଜନାରେ ହରିଆଣାରେ ଚିକିସ୍ଛା ମିଳିବନାହିଁ.(ଘରୋଇ ମହାସଂଘ )ଭୁବନେଶ୍ୱର/ଓଡିଶା/ ୨୯/୦୧/୨୦୨୫/ (ଆଧାର ମିଡ଼ିଆ )-ପାଠକବନ୍...
30/01/2025

ସରକାରଙ୍କ ଆୟୁସ୍ମାନ ଯୋଜନାରେ ହରିଆଣାରେ ଚିକିସ୍ଛା ମିଳିବନାହିଁ.(ଘରୋଇ ମହାସଂଘ )
ଭୁବନେଶ୍ୱର/ଓଡିଶା/ ୨୯/୦୧/୨୦୨୫/ (ଆଧାର ମିଡ଼ିଆ )-ପାଠକବନ୍ଧୁ ଆଧାର ମିଡ଼ିଆକୁ ଆପଣମାନଙ୍କୁ ସ୍ୱାଗତ.ଆଜି ଆମ୍ଭେ ଆପଣମାନଙ୍କୁ ଏକ ବଡ଼ ଖବର ଦେବାକୁ ଯାଉଛୁ.ବିଜେପି ସରକାର ତାଙ୍କର ନୂଆଯୋଜନାରେ ଆୟୁସ୍ମାନ ଯୋଜନା ଯୋଡ଼ିଥିଲେ.ଯାହାକି ଲୋକମାନେ ଇନ୍ସୁରାନ୍ସ ମାଧ୍ୟମରେ ଅର୍ଥାତ ଆୟୁସ୍ମାନ ଯୋଜନାରେ ଲୋକମାନେ ଘରୋଇ ହସ୍ପିଟାଲରେ ଚୁକ୍ତିବଧ ଇନ୍ସୁରାନ୍ସ ଜରିଆରେ ସେବା ପାଇପାରିବେ.ଯାହାକି ଗତ ୨୦୧୯ ପରେ ହରିଆଣାରେ ଲାଗୁକରାଯାଇଥିଲା.କିନ୍ତୁ ବିଗତ ୫ବର୍ଷ ଧରି ଯେଉଁ ଘରୋଇ ହାପିଟାଲ ଅର୍ଥାତ ହରିଆଣାର ୬ଶହ ୨୩ ହାପିଟାଲ ସରକାରଙ୍କ କଥା ହିସାବରେ ସେବା ଯୋଗାଇ ଆସୁଥିଲେ.କିନ୍ତୁ ଏକ ବିଡମ୍ବନାର ବିଷୟ ଏହିକିଯେ ଘରୋଇ ୬ଶହ ୨୩ ହସ୍ପିଟାଲର ୪ଶହ ୯୩ କୋଟିଟଙ୍କା ଏ ପର୍ଯ୍ୟନ୍ତ ମିଳିପାରିନାହିଁ.ଘରୋଇ ହସ୍ପିଟାଲ ମହାସଂଘର ସଭାପତି କହିବା ହିସାବରେ ସରକାର ଦେଇଥିବା କଥା ଆମ୍ଭେ ରକ୍ଷାକରି ସେବା ଯୋଗାଇଦେଇଛୁ କିନ୍ତୁ ଆଉ ଉକ୍ତସେବା ଦିଆଯିବନାହିଁ ବୋଲି ମହାସଂଘ ରୋକଠୋକ ନାହିଁ କରିଦେବାରୁ ସରକାରଙ୍କର ପେଡି ଖୋଲିଯାଇଛି.ଏହାର ବିରୋଧରେ ଓଡ଼ିଶାର ମହିଳା ମହାସଂଘ ସ୍ୱର ଉଠାଇବାରେ ଦେଖିବାକୁ ମିଳିଛି.o

୨୦୨୫ ମହାକୁମ୍ଭରେ ୧୨୩ଜଣ ଭକ୍ତଙ୍କ ମୃତ୍ୟୁ-ଆୟୋଜକ ସରକାର ଫେଲ.ଭୁବନେଶ୍ୱର/ଓଡିଶା/୨୯/୦୧/୨୦୨୫/ (ଆଧାର ମିଡ଼ିଆ )-ପାଠକ ବନ୍ଧୁ ଆଧାର ମିଡ଼ିଆକୁ...
30/01/2025

୨୦୨୫ ମହାକୁମ୍ଭରେ ୧୨୩ଜଣ ଭକ୍ତଙ୍କ ମୃତ୍ୟୁ-ଆୟୋଜକ ସରକାର ଫେଲ.
ଭୁବନେଶ୍ୱର/ଓଡିଶା/୨୯/୦୧/୨୦୨୫/ (ଆଧାର ମିଡ଼ିଆ )-ପାଠକ ବନ୍ଧୁ ଆଧାର ମିଡ଼ିଆକୁ ଆପଣମାନଙ୍କୁ ସ୍ୱାଗତ.ଆଜି ଆମ୍ଭେ ଏକ ଜରୁରୀ ସୂଚନା ଆପଣମାନଙ୍କ ନିକଟର କହିବାକୁ ଯାଉଛୁ.ବହୁତ ବର୍ଷପରେ ମହାକୁଂଭରେ ବୁଡ଼ ଦେବାର ଯୋଗ ପଡିଛି.ଆଯତକ ନ୍ୟୁଜର ରିପୋର୍ଟ ଅନୁଯାଇ ୨ କୋଟିରୁ ଅଧିକ ଭକ୍ତଙ୍କର ସମାଗମ ହୋଇଛି.ଇଉପୀ ସରକାର ଭଲଭାବରେ ଜାଣିଛନ୍ତି.୧୦୦ ବର୍ଷପରେ ଏଭଳି ଯୋଗ ପଡୁଥିବାରୁ ଆଗରୁ ଜାଣିଥିଲେବି ଯୋଗିଁସର୍କର ଠିକ ଭାବରେ ସମନ୍ୱୟ ରକ୍ଷା କରିପାରିଲେ ନାହିଁ.ମହା କୁମ୍ଭରେ ଲୋକମାନଙ୍କର ରହିବାର ବନ୍ଦୋବସ୍ତ ଠିକ ଭାବରେ କରି ନ ପାରିବାରୁ (ଆଜତକ)ନ୍ୟୁଜରେ ଭାଇରଏଲ ହୋଇଥିବା ନ୍ୟୁଜ ହିସାବରେ ୧୨୩ ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି.ମହାକୁମ୍ଭାର ଆୟୋଜନ କରି ବାହା ବ୍ବାହା ନେବା ଜାଗାରେ ବଦ୍ନାମରେ ସଢ଼ିଯାଇଛି ଯୋଗୀ ସରକାର.ଆହୁରି ମୃତ୍ୟୁସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି.ଏ ପର୍ଯ୍ୟନ୍ତ ସରକାରୀ ସ୍ଥରରେ କୌଣସି ଖୁଲାସା କରାଯାଇନାହିଁ କାହିଁକି ବୋଲି ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

14/09/2024

ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଁ ତହସିଲ ଘେରାଉ ।
ଢେଙ୍କାନାଳ/୧୪/୦୯/୨୦୨୪/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଦ୍ୟୋତ ବିଶ୍ୱାଳ )-ପ୍ରତିଶୃତି ଦେଇ ପୁଣି ଭୁଲିଯିବା ରାଜନେତା ମାନଙ୍କର ଏକ ବଦଭ୍ୟାସ.ପ୍ରତିଶୃତି ଜରିଆରେ ଲୋକମାନଙ୍କ ଠାରୁ ଭୋଟ ପଇସାରିଲା ପରେ ସବୁକିଛି ଭୁଲି ନିଜ ନିଜର ପାୱାରକୁ ଅପବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି.ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଢ଼ଣାପଡା ଅଂଚଳରେ .ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲ ଅଞ୍ଚଳର ବାଙ୍ଗୁରୁସିଂହ, ନୂଆବାଙ୍ଗୁରୁ ସିଂହ,ପନେଇଲ ଓ ବୁଢ଼ୀ ପାହାଡ଼ ଗ୍ରାମର ଶତାଧିକ ମହିଳା ଆଦିବାସୀ, ହରିଜନ ଓ ପାରମ୍ପରିକ ବନବାସୀ ନିଜର ନ୍ୟାର୍ଯ୍ୟ ଦାବିନେଇ ଓଡାପଡା ତହସିଲ ଅଫିସ ଘେରାଉ କରିଥିଲେ । ମିଳିଥିବା ସୂଚନା ଅନୁଯାଇ ୧୯୬୨ ମସିହାରେ ଜଳବନ୍ଦୀ ଗରିବ ହରିଜନ ଆଦିବାସୀମାନଙ୍କୁ ଜିଲ୍ଲା ପ୍ରଶାସନ ତଳିଆବୁଡି ଅଞ୍ଚଳରୁ ବୁଢୀପର୍ବତରେ ଥଇଥାନ କରିଥିଲେ । ସେଠାରେ ଗରିବ ପ୍ରଜାମାନେ ବସବାସ କରି ଜୀବନ ଯାପନ କରି ଆସୁଥିବାବେଳେ ବହୁବାର ପ୍ରଜାମାନେ ପଟ୍ଟାନିମନ୍ତେ ଦାବିକରୀ ଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ନିରୀହ ଲୋକେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ଜିଲ୍ଲପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରି ନିରାଶ ହୋଇ ରହିଥିବା ପ୍ରଜାମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ତା୦୨/୦୭/୨୦୨୪ ରିଖରେ ମିଳିତ ଅଭିଯୋଗ କରିଥିଲେ ! ଓଡାପଡା ତହସିଲଦାର ଘରବାରି ପଟ୍ଟା ଯୋଗାଇଦେଵାର ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ଓ ମିଥ୍ୟା ଖବର ପ୍ରସାରଣ ଭୟରେ ଦୀର୍ଘଦିନ ଧରି ପୁରୁଶାନୁ କ୍ରମେ ଜଙ୍ଗଲ ଜମିରେ ବାସକରି ଆସୁଥିଲେ ମଧ୍ୟ ଗରିବଙ୍କ ଗୁହାରି ଶୁଣିବାକୁ ଲୁଚକାଳି ଖେଳିଥିଲେ ଏହି ଚକ୍ରାନ୍ତ କାରୀ ମାନେ।
ସୂଚନା ଥାଉକି ସେହି ଜଙ୍ଗଲ ଅଞ୍ଚଳରେ କେତେକ ମୁଷ୍ଟିମେୟ ଲୋକଙ୍କୁ ଘରଡ଼ିହ ପଟ୍ଟା ଯୋଗାଇଦିଆଯାଇଥିବାର ନଜିର ରହିଛି। ତାହାର ତଦନ୍ତ କରାଯାଉ ଓ ବୁଢୀପର୍ବତରେ ଦୀର୍ଘ ଦିନଧରି ବସବାସ କରୁଥିବା ନିରୀହ ଗରିବ ବନବାସୀଙ୍କୁ ପଟ୍ଟା ଯୋଗାଇ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଓଡିଶା,ରାଷ୍ଟ୍ରପତି, ସଚିବ ଆଦିବାସୀ ଓ ହରିଜନ କଲ୍ୟାଣ ଓଡିଶା, ଜିଲ୍ଲାପାଳ ଢେଙ୍କାନାଳ, ଜିଲ୍ଲା ବନବିଭାଗ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଉପଜିଲ୍ଲାପାଳ ଢେଙ୍କାନାଳ,ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓଡାପଡା, ଗୋଷ୍ଠୀ ଜନମଙ୍ଗଳ ଅଧିକାରୀଙ୍କ ଅଵଗତି ନିମନ୍ତେ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଗଲା । ଯଦିଓ ଏଭଳି ଦୁଖଃଦ ସମସ୍ୟାର ସମାଧାନ କରାନଯାଏ ଜିଲ୍ଲା ପ୍ରଶାସନକୁ ଦାୟୀରଖି ଅଞ୍ଚଳର ବନବାସୀ ମାନେ ରାଜରାସ୍ତାକୁ ଓଲ୍ହାଇ ବାକୁ ଚେତାବନୀ ଦେବାସହ ମିଥ୍ୟା ଖବରପ୍ରସାରଣ କାରୀଙ୍କୁ ଦଣ୍ଡବିଧାନ ନିମନ୍ତେ ଦାବିକରିଛନ୍ତି । ଆଜିର ଏହି ତହସିଲ ଘେରାଉରେ ହିନ୍ଦୋଳ ଅଞ୍ଚଳର ଜଣାଶୁଣା ସମାଜ ସେବୀ ସତମନ୍ୟୁ ନାଏକ (ସଞ୍ଜୟ) ମଞ୍ଜୁ ଲତା ସାହୁ,ଦୁଷ୍ମନ୍ତ ବେହେରା, ସତ୍ୟ ରଞ୍ଜନ ସାହୁ,ସରୋଜ କୁମାର କରଣ ପ୍ରମୁଖ ସାମିଲ ରହିଥିଲେ ।ଖବର ପ୍ରସାରଣ ପରେ ବନବାସୀମାନ କ'ଣ ନ୍ୟାୟ ପାଉଛନ୍ତି ଓ ଦୋଷୀକୁ କେତେ ଦଣ୍ଡବିଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

14/09/2024

ଶିକ୍ଷାଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ
ବାଲିଗୁଡା/୧୩/୦୯/୨୦୨୪/:(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛିବର୍ଷ ହେବ ଜଣେବ୍ୟକ୍ତି ଶିକ୍ଷା ଦେବା ନାରେ ଆସି ରହିବାପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତିବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ବେଲଘର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ମଣିପୁର ରାଜ୍ୟର ଜଣେବ୍ୟକ୍ତି ଦୀର୍ଘ ୧୦ବର୍ଷ ହେବ ଏହି ଅଞ୍ଚଳକୁ ଆସି ଅଶିକ୍ଷିତ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତିବର୍ଗର ଲୋକଙ୍କୁ ଶିକ୍ଷାପ୍ରଦାନ କରିବା ନେଇ ଲୋକଙ୍କୁ ବୁଝାଇ ତରଲଙ୍ଗି ଠାରେ ରହିବା ଆରମ୍ଭ କରିଥିଲା। ଏହାପରେ ଶିକ୍ଷାଦେବା ନାମରେ ବିଭିନ୍ନ ଗ୍ରାମକୁ ଯାଇ ସରଳତା ଓ ନିରକ୍ଷରର ସୁଯୋଗନେଇ ଧର୍ମ ପରିବର୍ତ୍ତନ କରିଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ଉଷାବାଲି ଗ୍ରାମରେ ଯାଇ କିଛି ପରିବାରକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଦେଖାଇ ଧର୍ମାନ୍ତରୀକରଣ ହେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏଣୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଶିଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତଅଞ୍ଚଳ ଛାଡ଼ି ତାଙ୍କ ନିଜଅଞ୍ଚଳ ମଣିପୁର ଚାଲିଯିବା ପାଇଁ କହିଛନ୍ତି।ବାଲେଶ୍ଵର ମାଝି, ପିତାମ୍ବର ମାଝି ଗୋବିନ୍ଦ ମାଝୀ , ସୁଜିତ ମାଝି , ସୁଶୀଳ ମାଝି ପ୍ରମୁଖ ବେଲଘର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି, ତାହାର ତଦନ୍ତ କରାଯିବା ସହ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Address

Srikhetra Vihar, Iginia Plot No/42
Bhubaneswar

Alerts

Be the first to know and let us send you an email when AadharOdisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AadharOdisha:

Share