09/06/2026
ଦୀଘାରୁ ହଟିଲା ‘ଧାମ’
#ଦୀଘା ଜଗନ୍ନାଥ ଧାମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି। ଦୀଘା ଜଗନ୍ନାଥ ଧାମ ନାମ ପରିବର୍ତ୍ତନ ଦାବିକୁ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଦାବି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ମୂଳ ଧାମ ପୁରୀ ହୋଇଥିବାରୁ ଏହି ନାମକରଣକୁ ନେଇ ବିଭିନ୍ନ ମହଳରେ ଆପତ୍ତି ଉଠିଥିଲା।
🔴 ଦୀଘାରୁ ହଟିଲା ‘ଧାମ’
🔴 ମୋହନଙ୍କ ଚିଠି ପରେ ବଦଳିଲା ନାମ
🔴 ଦୀଘା ଜଗନ୍ନାଥ ମନ୍ଦିର ନେଇ ବଡ଼ ନିଷ୍ପତ୍ତି