Samagra Khabar

Samagra Khabar ଓଡ଼ିଶାର ସବୁ ଖବର ଲୋକମାନଙ୍କ ପାଖେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆମର ଅଭିଯାନ।"ଗାଁ ରୁ ସହର ଧ୍ୟାନ ଆମର"

* ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର।* ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାରକୁ ବୃଦ୍ଧି।* ମିନି ଅଙ୍ଗନବାଡ଼ି କର୍ମୀଙ୍କ ...
01/03/2024

* ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର।
* ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାରକୁ ବୃଦ୍ଧି।
* ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୭୫ରୁ ୭୨୫୦କୁ ବୃଦ୍ଧି।
* ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫ ହଜାର ହେଲା।
* ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଲାଗୁ।
*୫୦୪ ଜଣ ଠିକା ଅଙ୍ଗନବାଡ଼ି ସୁପରଭାଇଜର ନିୟମିତ ହେବେ।
*ନିୟମିତ ହେବା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।

ଆଦାନୀ ଦୁର୍ନୀତିର ଜେ ପି ସି ତଦନ୍ତ କର;CPI ଭୁବନେଶ୍ୱର/ସମଗ୍ର ଖବର    ୩୦/୦୩/୨୦୨୩   ଗୌତମ ଆଦାନୀ ଗ୍ରୁପ କମ୍ପାନୀ ବିଶ୍ୱ ଅର୍ଥନୀତିରେ ରଚିଥ...
30/03/2023

ଆଦାନୀ ଦୁର୍ନୀତିର ଜେ ପି ସି ତଦନ୍ତ କର;CPI

ଭୁବନେଶ୍ୱର/ସମଗ୍ର ଖବର
୩୦/୦୩/୨୦୨୩

ଗୌତମ ଆଦାନୀ ଗ୍ରୁପ କମ୍ପାନୀ ବିଶ୍ୱ ଅର୍ଥନୀତିରେ ରଚିଥିବା ମହା ଦୁର୍ନୀତିର ପର୍ଦାଫାଶ କରିବା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି )ଦ୍ୱାରା ତଦନ୍ତ ଦାବୀ ସହିତ ରାହୁଲ ଗାନ୍ଧୀଙ୍କ ଏମପି ସଦସ୍ୟ ପଦ ରଦ୍ଧ ଭଳି ମୋଦୀ ସରକାରଙ୍କର କୁତ୍ସିତ ରାଜନୀତି ବିରୁଦ୍ଧରେ ଆଜି ସିପିଆଇ (ଏମ ), ଭୁବନେଶ୍ୱର ତରଫରୁ ମାଷ୍ଟର କ୍ୟାଣ୍ଟିନଛକ ଠାରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ବନ୍ଧୁ ଗୌତମ ଆଦାନୀ ବିଶ୍ୱ ଧନୀକ ତାଲିକାରେ ଛଅ ଶହ ତଳେ ଥିବାବେଳେ ବିଜେପିର ମୋଦୀ ଶାସନ କାଳରେ ବିଶ୍ୱର ଦୁଇ ନମ୍ବର ସ୍ଥାନରେ ପହଁଚିଛି।ହିଂଡେନବର୍ଗ ସର୍ଭେ ରିପୋର୍ଟ ଆସିବା ପରେ ରାତା ରାତୀ ଯାଇ ୩୩ ନମ୍ବର ସ୍ଥାନରେ କଚାଡି ହୋଇ ପଡିଛି l

ମନ କି ବାତ ଶୁଣାଉଥିବା ମୋଦୀଙ୍କ ଅଲିଖିତ ନିର୍ଦ୍ଧେଶ ରେ ଦେଶବାସୀଙ୍କ ଏଲଆଇସି,ଷ୍ଟେଟ ବ୍ୟାଙ୍କ, ଇପିଏଫ ସଂସ୍ଥାର ଲକ୍ଷଲକ୍ଷ କୋଟି ଟଙ୍କା ଆଦାନୀ ଠକ କମ୍ପାନୀରେ ଡୁବି ଯାଇଛି।ପ୍ରଧାନମନ୍ତ୍ରୀ ମୌନବ୍ରତ ପାଳନ କରିଛନ୍ତି lପାଆରଲିଆମେଣ୍ଟର ଉଭୟ ଗୃହ ବିରୋଧୀ ଦଳଙ୍କ ଯୁକ୍ତି ତର୍କ,ଜେପିସି ତଦନ୍ତ ଦାବୀ ଓ କକ୍ଷ ତ୍ୟାଗ ଯୋଗୁଁ ବାରମ୍ବାର ଅଚଳ ହେଉଛି l

ଏପରି ସନ୍ଧିକ୍ଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ସୁରତ ଜିଲ୍ଲାକୋର୍ଟ ନିର୍ଦେଶ ଆସିବା ପରେ ତତକ୍ଷଣାତ ବିନା ବିଚାରାଲୋଚାନାରେ ରଦ୍ଧ କରିଦେବା କୁତ୍ସିତ ଓ କାପୁରୁଷ ପଣିଆ,ଗଣତନ୍ତ୍ରର ହତ୍ୟା।ପ୍ରଦୀପ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଶତାଧିକ କର୍ମୀଙ୍କ ବିକ୍ଷୋଭରେ ପାର୍ଟୀର ରାଜ୍ୟ ସମ୍ପାଦକ ମଣ୍ଡଳୀ ନେତା ଜଗନ୍ନାଥ ମିଶ୍ର,ସୁରେଶ ପାଣିଗ୍ରାହୀ,ଶ୍ରମିକ ନେତା ପ୍ରଭାତ ପାଣିଗ୍ରାହୀ,ନାରୀନେତ୍ରୀ ମିନତୀ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ l

30/12/2022
ହୀରାଵେନଙ୍କ ପରଲୋକ।
30/12/2022

ହୀରାଵେନଙ୍କ ପରଲୋକ।



ବୋଇତ ବନ୍ଦାଣ ଉତ୍ସବ କମିଟି ଗଜେନ୍ଦ୍ରପୁର ଠାରେ ସ୍ଵର୍ଗତ ମୋହନ ଜେନାଙ୍କ ଶ୍ରଦ୍ଧାଞ୍ଜାଳି ସଭା।
23/12/2022

ବୋଇତ ବନ୍ଦାଣ ଉତ୍ସବ କମିଟି ଗଜେନ୍ଦ୍ରପୁର ଠାରେ ସ୍ଵର୍ଗତ ମୋହନ ଜେନାଙ୍କ ଶ୍ରଦ୍ଧାଞ୍ଜାଳି ସଭା।

ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ
23/12/2022

ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ

02/12/2022

#ଧାର୍ଯ୍ୟ_ସମୟରେ_ସରୁନି_କାମ
କେନାଲ ବନ୍ଧ ନିର୍ମାଣ ନିମ୍ନ ମାନର ଅଭିଯୋଗ କଲେ ଅଞ୍ଚଳ ଲୋକେ।
Balichandrapur To Benipur Road




&B


ଶହେଚଉରାଳିଶର ଘଣ୍ଟାଏ ଚାଲିଲା ବାଲି ଚାଲାଣ
02/12/2022

ଶହେଚଉରାଳିଶର ଘଣ୍ଟାଏ ଚାଲିଲା ବାଲି ଚାଲାଣ

01/12/2022

#ସାତ_ଦିନ_ମଧ୍ୟରେ_କାମ_ଆରମ୍ଭ_ନ_କଲେ_ଆନ୍ଦୋଳନ_କରିବ_ଛାତ୍ର_କମିଟି
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାଛାତ୍ର କମିଟି ଗଠନ





 #ଝାଡଖଣ୍ଡ_ମୁକ୍ତି_ମୋର୍ଚ୍ଚାର_ପଶ୍ଚିମ_ମୟୂରଭଞ୍ଜ_ଜିଲ୍ଲାଛାତ୍ର_କମିଟି_ଗଠନସାତ ଦିନ ମଧ୍ୟରେ କାମ ଆରମ୍ଭ ନ କଲେ ଆନ୍ଦୋଳନ କରିବ ଛାତ୍ର କମିଟି।...
01/12/2022

#ଝାଡଖଣ୍ଡ_ମୁକ୍ତି_ମୋର୍ଚ୍ଚାର_ପଶ୍ଚିମ_ମୟୂରଭଞ୍ଜ_ଜିଲ୍ଲାଛାତ୍ର_କମିଟି_ଗଠନ
ସାତ ଦିନ ମଧ୍ୟରେ କାମ ଆରମ୍ଭ ନ କଲେ ଆନ୍ଦୋଳନ କରିବ ଛାତ୍ର କମିଟି।







ସମଗ୍ର ଖବର/ମୟୁରଭଞ୍ଜ

ରାଇରଙ୍ଗପୁର ଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ପ୍ରଦେଶ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବାମନଘାଟୀ ଉପଖଣ୍ଡସ୍ଥିତ ଚାରୋଟି ବ୍ଲକ କମିଟି ବହଳଦା,ରାଇରଙ୍ଗପୁର,ବିଶୋଇ ଏବଂ ଜାମଦା ବ୍ଲକର ପ୍ରମୁଖ କର୍ମକର୍ତ୍ତାଙ୍କର ନାମ ଘୋଷଣା କରାଯିବା ସହିତ ବିଶୋଇ ବ୍ଲକ୍ ଯୁବ କମିଟି ଏବଂ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଛାତ୍ର କମିଟିର କର୍ମକର୍ତ୍ତାଙ୍କର ନାମ ମଧ୍ୟ ଘୋଷଣା କରାଯାଇଥିଲା।ପଶ୍ଚିମ ମୟୂରଭଞ୍ଜ ଛାତ୍ର କମିଟି ଜିଲ୍ଲା ସଭାପତି ଭାବେ ମୁନାରାମ ନାୟକ,ଉପସଭାପତି ଖେରୱାଲ ହାଁସଦାଃ,ସୁରେଶ ଚନ୍ଦ୍ର ଟୁଡୁ,ଜିଲ୍ଲା ସଂପାଦକ ଯଦୁନାଥ ହେମ୍ବ୍ରମ୍,ସହ ସଂପାଦକ ମନୁରାମ ମୁର୍ମୁ,ବାଗୟ ସୋରେନ ଓ କୋଷାଧକ୍ଷ୍ୟ ରୂପେ ଫାଗୁରାମ ମୁର୍ମୁ ଙ୍କୁ ଚୟନ କରାଯାଇଥିଲା।

ଦେଢ ମାସ ହେଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ବାମନଘାଟି ଉପଖଣ୍ଡ ଘାଟିରାସ୍ତା ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାର କୌଣସି ମରାମତି କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ।ଯାହା ଫଳରେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ସଡକ ଦୁର୍ଘଟଣାରେ ଅନେକ ଧନଜୀବନ ନଷ୍ଟ ହେଉଛି।ଆଗାମୀ ସାତ ଦିନ ଭିତରେ ଏହି ରାସ୍ତାର ସଠିକ ଭାବରେ ମରାମତି କାର୍ଯ୍ୟ ଆରମ୍ଭ ନ ହେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜରାସ୍ତା ଅବରୋଧ କରିବା ସହିତ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସୂଚନା ମିଳିଛି।

Address

Bhubaneswar

Website

Alerts

Be the first to know and let us send you an email when Samagra Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Samagra Khabar:

Share