
13/06/2023
ଭୁବନେଶ୍ୱରର ଏକ ପବ୍ ନିକଟରେ ହଙ୍ଗାମା : ହୋଟେଲ ଭିତରେ ପଶି ଯୁବକଙ୍କ ଭଙ୍ଗାରୁଜା; ପୋଲିସର ତଦନ୍ତ ଜାରି
ଭୁବନେଶ୍ୱରରେ ଏକ ପବ୍ ନିକଟରେ ହଙ୍ଗମା । ରାତି ଅଧରେ ହୋଟେଲ ଭିତରେ ପଶି ଯୁବକଙ୍କ ଭଙ୍ଗାରୁଜା । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକାଲି ରାତି ଅଧରେ ଏହି ଘଟଣା ଘଟିଛି । ଯାହାର ସିସିଟିଭି ଫୁଟେଜ ସାମନାକୁ ଆସିଛି । ସୂଚନା ଅନୁସାରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ହୋଟେଲକୁ ଆସିଥିଲେ । ଏହି ଖବର ପାଇ ଯୁବତୀଙ୍କ ପୁରୁଣା ପ୍ରେମିକ ୭-୮ ଜଣ ଯୁବକଙ୍କୁ ଧରି ସେହି ହୋଟେଲ୍ ନିକଟକୁ ଆସିଥିଲେ । ସେମାନେ ମୁଖା ପିନ୍ଧିଥିଲେ ।
ସଂପୃକ୍ତ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ବେଳେ ବିରୋଧ କରିଥିଲେ ହୋଟେଲ୍ କର୍ତ୍ତୃପକ୍ଷ । ଏଥିରେ ଉତକ୍ଷପ୍ତ ହୋଇ ଯୁବକମାନେ ପାର୍କିଂରେ ଥିବା ଗାଡ଼ି ଭାଙ୍ଗିବା ସହ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜଣେ ହୋଟେଲ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଛି । ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ପୁଲିସ ।