Nihal Tv

Nihal Tv Very Soon We are Coming 24X7 Live Stream With Local Cable
Connect with Us--9861011001

02/09/2023
ବ୍ରହ୍ମପୁର ମହାନଗର ନିଗମ ର ଟାଉନ ହାଲ ଠାରେ ମହିଳା ସ୍ଵୟଂ ସହାୟକ ଚାରି ଦିନିଆ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କଲେ ମାନନୀୟା ବ୍ରହ୍ମପୁର ସ...
13/07/2023

ବ୍ରହ୍ମପୁର ମହାନଗର ନିଗମ ର ଟାଉନ ହାଲ ଠାରେ ମହିଳା ସ୍ଵୟଂ ସହାୟକ ଚାରି ଦିନିଆ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କଲେ ମାନନୀୟା ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ @⁨Bikram Panda⁩ ମାନନୀୟା ବ୍ରହ୍ମପୁର ମେୟର ଶ୍ରୀମତୀ @⁨Sanghamitra Dalai Mayor⁩ Ganjam District Magistrate, କମିଶନର BeMC ଜେ.ସୋନାଲ, ଡେପୁଟି ମେୟର Vivek Reddy, ICDS ଓ CDPO, ମିଶନ ଶକ୍ତି ର S H G ମହିଳା ମାନେ ଉପସ୍ଥିତ ଥିଲେ.

୧୮୭୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହଦେବ(ପ୍ରଥମ)ଙ୍କୁ କଳାପାଣି ଦଣ୍ଡାଦେଶ କରନ୍ତି ଇଂରେଜ ସରକାର। ନିଜ ୯ ଜଣ ଅନୁଗତଙ୍କ ସହ ତାଙ୍କୁ ଦଣ୍ଡ ...
13/07/2023

୧୮୭୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହଦେବ(ପ୍ରଥମ)ଙ୍କୁ କଳାପାଣି ଦଣ୍ଡାଦେଶ କରନ୍ତି ଇଂରେଜ ସରକାର। ନିଜ ୯ ଜଣ ଅନୁଗତଙ୍କ ସହ ତାଙ୍କୁ ଦଣ୍ଡ ମିଳିଥାଏ। ବାସ୍ତବରେ ପିତୃହୀନ ହୋଇଯିବା ପରେ ସଂଯୋଗକୁ ଦିବ୍ୟସିଂହ ଦେବଙ୍କୁ ସିଂହାସନ ଆରୋହରଣ କରିବାକୁ ପଡ଼ିଥିଲା। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମୃତ ଗଜପତିଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଏହି ସିଂହାସନରେ ନୂଆ ଗଜପତିଙ୍କ ଅଭିଷେକ ହେବାପରେ ଯାଇ ଠାକୁରଙ୍କ ନୀତି ହୁଏ। ଏହି କ୍ରମରେ ଅଳ୍ପ ବୟସରୁ ଦାୟିତ୍ୱ ମୁଣ୍ଡାନ୍ତି ଦିବ୍ୟସିଂହ ଦେବ। ହେଲେ ସ୍ଵଭାବତଃ ଚଞ୍ଚଳ ଓ ପିତୃହୀନ ହୋଇଥିବାରୁ କୁସଙ୍ଗରେ ପଡି ସେ ପଥଭଷ୍ଟ୍ର ହୁଅନ୍ତି। ଫଳରେ ଭଗବାନପୁର ମହନ୍ତ ଶିବ ଦାସଙ୍କ ହତ୍ୟା ଚକ୍ରାନ୍ତରେ ତାଙ୍କୁ ଗିରଫ କରାଯାଏ ଆଉ ଦଣ୍ଡମିଳେ କଳାପାଣି। ସେତେବଳେ ଆଣ୍ଡାମାନ୍‌ ଦ୍ଵୀପକୁ ଦେଶାନ୍ତର କରିବାକୁ କଳାପାଣି ଦଣ୍ଡାଦେଶ ବୋଲି କୁହାଯାଉଥିଲା। ଯାହା ଥିଲା ସମ୍ଭବତଃ ସେ ସମୟରେ ସବୁଠାରୁ ଭୟଙ୍କର ନିର୍ବାସନ ଦଣ୍ଡ ।
ଅବଶ୍ୟ ଏହା ଇଂରେଜମାନଙ୍କର ହିଁ ଚାଲ୍‌ ଥିଲା। ସେମାନେ ଜାଣିଥିଲେ ଓଡ଼ିଆ ପ୍ରଜାଙ୍କୁ ନିଜ ଅଧୀନକୁ ଆଣିବାର ଗୋଟିଏ ମାତ୍ର ଉପାୟ ହେଉଛନ୍ତି ଶ୍ରୀ ଜଗନ୍ନାଥ ଓ ଗଜପତିଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବା। ଶ୍ରୀମନ୍ଦିରକୁ କରାୟତ୍ତ କରି ଜଗନ୍ନାଥଙ୍କ ସେବାପୂଜାକୁ ଇଂରେଜ ନିଜ ହାତକୁ ନେଲେ ଯାଇ ଓଡ଼ିଆ ଲୋକେ ତାଙ୍କ ଆନୁଗତ୍ୟ ସ୍ୱୀକାର କରିବେ। ସେହି ଚାଲ ଅନୁଯାୟୀ ରାଜାଙ୍କୁ କଳାପାଣି ଦଣ୍ଡାଦେଶ ଦେଇ ଆରମ୍ଭ ହେଲା ଚକ୍ରାନ୍ତ।
ଗଜପତି ଦିବ୍ୟସିଂହଦେବଙ୍କ ମା’ ସୂର୍ଯ୍ୟମଣି ପାଟ ମହାଦେଈ ଇଂରେଜମାନଙ୍କ ଏ ଚକ୍ରାନ୍ତ ଜାଣିପାରିଲେ। ଦିବ୍ୟସିଂହଙ୍କ ନାବାଳକ ପୁତ୍ର ଜଗନ୍ନାଥ ଜେନାମଣିଙ୍କୁ(ମୁକୁନ୍ଦଦେବ ୨ୟ) ସିଂହାସନ ଅରୋହଣ କରାଇ ମହାପ୍ରଭୁଙ୍କ ସେବାପୂଜା ବଢାଇବାକୁ ଉଦ୍ୟମ କଲେ। କିନ୍ତୁ ଇଂରେଜ ପ୍ରଶାସନ ଏହାକୁ ବିରୋଧ କଲା। ମନ୍ଦିରର ସମସ୍ତ ପ୍ରଶାସନିକ କାର୍ଯ୍ୟ ଇଂରେଜ ସରକାର ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଆରମ୍ଭ ହେଲା ବିଦ୍ରୋହ। କୋର୍ଟକୁ ଗଲା ମାମଲା।
ଇଂରେଜ ସରକାରଙ୍କ ହାତରେ ସମସ୍ତ କଳବଳ ଥିବା ବେଳେ ପାଟମହାଦେଈ ଥିଲେ ନିସ୍ୱ ଏବଂ ଅସହାୟ। ଓଡ଼ିଆ ଜାତି ବିକ୍ରି ହେବାକୁ ବସିଥିଲା। ଜଗନ୍ନାଥ ସଂସ୍କୃତି ଭ୍ରଷ୍ଟ ହେବାକୁ ବସିଥିଲା। ଏହି ସମୟରେ ମନେ ପଡ଼ିଲେ ମଧୁସୂଦନ। ଓକିଲ ଭାବେ କଟକରେ ବଡ଼ ନାମ କମାଇଥାନ୍ତି ମଧୂସୁଦନ ଦାସ। ତାଙ୍କର ନାଁ ଡାକ କଟକଠାରୁ ନେଇ ପୁରୀ ପର୍ଯ୍ୟନ୍ତ ରହିଥାଏ। ହେଲେ ପରିସ୍ଥିତିରେ ପଡ଼ି ମଧୁବାବୁ ଖ୍ରୀଷ୍ଟ୍ରଧର୍ମ ଗ୍ରହଣ କରିଥିବାରୁ କିଛି ଲୋକେ ତାଙ୍କୁ ଆଡ଼ ଆଖିରେ ଦେଖୁଥିଲେ। ସରକାର କୋର୍ଟରେ ମକଦ୍ଦମା ଦାଖଲ କରିଥିବା ବେଳେ ପାଟ୍ଟମହାଦେଈଙ୍କ ପକ୍ଷରୁ ମଧୂବାବୁ ଲଢ଼ିବେ କି ନାହିଁ ସେ ନେଇ ଆରମ୍ଭ ହୁଏ ତର୍ଜମା।
ହେଲେ ମଧୁବାବୁ ଥିଲେ ନିଆରା ମଣିଷ। ସେ କହିଥିଲେ, “ମୁଁ ଓଡ଼ିଆ। ଶ୍ରୀ ଜଗନ୍ନାଥ ଏ ଜାତିର ସମ୍ପତ୍ତି, ଓଡ଼ିଆଙ୍କ ସମ୍ପତ୍ତି। ଏଣୁ ତାଙ୍କୁ ସୁରକ୍ଷା ପ୍ରଦାନ କରି ଗଜପତିଙ୍କ ଗୌରବ ଫେରାଇ ଆଣିବା ମୋର ପରମ କର୍ତ୍ତବ୍ୟ।”
ଅପ୍ରତ୍ୟାଶିତ ଭାବେ ମଧୁବାବୁ ଶ୍ରୀମନ୍ଦିର ଗଜପତିଙ୍କର ଅଧିକାରଭୁକ୍ତ ବୋଲି ଯୁକ୍ତି ବାଢି କୋର୍ଟରେ କେସ୍‌ ଲଢନ୍ତି।
ଇଂରେଜ ସରକାରଙ୍କ ଅଭିଯୋଗ ଥିଲା ମାତ୍ର ୩ଟି। ଶ୍ରୀମନ୍ଦିର ପରିଚାଳନାରେ ଅପାରଗତା, ନାବାଳକ ନାତିଙ୍କୁ ସିଂହାସନ ଆରୋହଣ କରାଇବା ଓ ପେନସନ ଟଙ୍କାରୁ ସାନରାଣୀଙ୍କୁ ବଞ୍ଚିତ କରିବା। ହେଲେ, ପ୍ରଥମ ଓ ଶେଷ ଅଭିଯୋଗ ସମ୍ପର୍କରେ ଠୋସ୍‌ ତଥ୍ୟ ନ ଥିଲା। କେବଳ ଯାହା ନାବାଳକ ରାଜା ପ୍ରସଙ୍ଗରେ ଦୃଢ ଥିଲେ ଇଂରେଜ ସରକାର। ହେଲେ ରାଣୀ ମା’ଙ୍କ ଅସହାୟତା ଓ ବାଜି ଲାଗିଥିବା ଓଡ଼ିଆ ଜାତିର ଅସ୍ମିତା ରକ୍ଷା କରିବାକୁ ମଧୁବାବୁ ଦୃଢ଼ପରିକର ଥିଲେ। ବାରିଷ୍ଟର ମିଷ୍ଟର ଉଡ୍‌ରଫ୍‌ ଓ ମିଷ୍ଟର ସ୍ୟାଣ୍ଡେଲଙ୍କ ସହଯୋଗରେ କଲିକତା ହାଇକୋର୍ଟରେ ପାଟମହାଦେଈଙ୍କ ପକ୍ଷରୁ ମାମଲା ରୁଜୁ କଲେ ମଧୁସୂଦନ। ହେଲେ ସରକାର ପକ୍ଷ ଜିତିବାର ସମ୍ଭାବନା ଥିବା ଜାଣି ସୁଦ୍ଧା ମଧୁବାବୁ ନିଜକୁ ଦୁର୍ବଳ ମନେ କରି ନ ଥିଲେ। ସେ ୨ ବରିଷ୍ଠ ଓକିଲ ବନ୍ଧୁଙ୍କ ସହ ବ୍ରିଫ୍‌ ପ୍ରସ୍ତୁତ କରୁଥାନ୍ତି, ଯାହା କୋର୍ଟରେ ଦାଖଲ ହେବ। ଏହି ସମୟରେ ଜନମତକୁ ଆଧାର କରି ରାଣୀ ମା’ଙ୍କ ପକ୍ଷର ଦାବିକୁ ଉପସ୍ଥାପନ କରିବା ଶୁଭଙ୍କର ହେବ ବୋଲି ବିଚାର କରାଗଲା। ବିଚକ୍ଷଣ ଓଡ଼ିଆ ପୁଅ ମଧୂସୁଦନ ୨ଟି ଇଂରାଜୀ ଚିଠି ପ୍ରସ୍ତୁତ କଲେ। ଶ୍ରୀମନ୍ଦିରକୁ ନେଇ ଇଂରେଜମାନଙ୍କ ଦୁରଭିସନ୍ଧି ଓ ଅବିଚାର କଥା ଚିଠିରେ ଉଲ୍ଲେଖ କରାଯାଇ ଥିଲା। ପ୍ରେରକ ଜଣେ ପାଗଳ ବୋଲି ଉଳ୍ଲେଖ କରି ତତ୍କାଳୀନ ଓଡ଼ିଆ ପତ୍ରିକା ‘ଉତ୍କଳ ଦୀପିକା’ରେ ସେହି ଲେଖା ପ୍ରକାଶ କରାଇ ଦେଲେ। ଏମାରମଠ ମହନ୍ତ ଇଂରେଜମାନଙ୍କ ସହ ମିଶି ଶ୍ରୀମନ୍ଦିର ଦାୟିତ୍ୱ ନିଜ ହାତକୁ ନେବାକୁ ଆଗଭର ହେଉଥିବା କଥାଟି ମଧ୍ୟ ଇଂରାଜୀ ପତ୍ରିକା ଦି ଷ୍ଟେଟ୍ସମ୍ୟାନରେ ପ୍ରକାଶିତ ହେଲା। ଯାହାକୁ ଆଧାର କରି କୋର୍ଟରେ ଉପସ୍ଥାପନ ହେଲା ଯୁକ୍ତି।
ଏପଟେ ଇଂଲଣ୍ଡ ମହାରାଣୀ ଭିକ୍ଟୋରିଆଙ୍କ ଜୁବୁଲି ଉତ୍ସବ ପାଇଁ ସାରା ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ତରବରିଆ ସମୟର ଫାଇଦା ଉଠାଇଲେ ମଧୁସୂଦନ। ଓଡ଼ିଶା ଦଖଲ ବେଳେ ଶ୍ରୀମନ୍ଦିର ମାମଲାରେ ହସ୍ତକ୍ଷେପ ନ କରିବାକୁ ଗର୍ଭର୍ଣ୍ଣର ଜେନେରାଲଙ୍କ ମାଧ୍ୟମରେ ଇଂରେଜମାନେ ଦେଇଥିବା ପ୍ରତିଶ୍ରୁତି ସେ ମନେପକାଇଦେଲେ। ଚାରିଆଡେ଼ ଏହି କଥା ଚର୍ଚ୍ଚା ହେଲା। ୧୮୮୭ ଫବୃୟାରୀ ୧୬ରେ ରାଣୀଙ୍କ ଜୁବୁଲି ଉତ୍ସବ ପାଳନ ହେବାକୁ ଥିବା ବେଳେ ତରବରିଆ ଭାବେ ମାତ୍ର ୨ଦିନ ପୂର୍ବରୁ କଲିକତା ହାଇକୋର୍ଟରେ ଶ୍ରୀମନ୍ଦିର ମକଦ୍ଦମା ପେଶ କଲେ। ଶୁଣାଣିକୁ ଅତିକମ୍‌ରେ ୩ ଦିନ ଲାଗିବାକୁ ଥିବା ବେଳେ ମଧୁସୂଦନଙ୍କ ଚିଠା ଆଧାରରେ ମାତ୍ର ୩ଘଣ୍ଟାରେ ସରିଲା ଶୁଣାଣି। ଉପସ୍ଥାପିତ ଯୁକ୍ତି ଓ ଜନମତ ଆଧାରରେ ରାୟ ଶୁଣାଇଲେ ଜଜ୍‌। ଜିତିଲେ ପାଟମହାଦେଈ, ହାରିଗଲେ ଇଂରେଜ ସରକାର। ଓଡ଼ିଆ ଅସ୍ମିତାର ବିଜୟ ହେଲା, ଜଗନ୍ନାଥଙ୍କ ବିଜୟ ହେଲା।
ଯିଏ ଦିନେ ଖ୍ରୀଷ୍ଟିଆନ୍‌ ହୋଇ ବିଧର୍ମୀ ହୋଇଥିଲେ ବୋଲି ଲୋକେ ତାଙ୍କୁ ଆଡ଼ ଆଖିରେ ଦେଖୁଥିଲେ ସେଇ ଓଡ଼ିଆ ପୁଅ ପ୍ରତି ଓଡ଼ିଆ ପାଇଁ ପାଲଟିଗଲେ ଶ୍ରେଷ୍ଠ ଓ ଗୌରବମୟ। ମନ୍ଦିର ଓ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ସେ ପାଲଟିଗଲେ ଓଡ଼ିଆମାନଙ୍କ ସବୁଠାରୁ ପ୍ରିୟ ବ୍ୟକ୍ତି। କଟକଠାରୁ ପୁରୀ ପର୍ଯ୍ୟନ୍ତ ତାଙ୍କ ସ୍ୱାଗତ ପାଇଁ ଲୋକେ ଦୁବ ଚାଉଳ ବିଞ୍ଚିଲେ। କିଏ ଦଣ୍ତବତ୍‌ କଲା ତ କିଏ କୁଣ୍ଡାଇ ପକାଇଲା। ରାଣୀମା’ ସୂର୍ଯ୍ୟମଣୀ ପାଟମହାଦେଈ ବା ଏଥିରୁ ମୁକ୍ତ ହୁଅନ୍ତେ କିପରି। ଛାମୁଙ୍କ ଚିଟାଉ ଜାରି ହେଲା। ଶ୍ରୀନହରକୁ ମଧୁସୂଦନଙ୍କୁ ଡାକିଲେ ରାଣୀମା’। ପୁଅ ଭଳି ପାଛୋଟି ନେଲେ ଅନ୍ତଃପୁରକୁ। ନା’ ଥିଲା ଟେରା ନା ପହରା। ତାଙ୍କ କୋଳରେ ବସାଇ ଦେଲେ ବାଳକ ଗଜପତି ମୁକୁନ୍ଦ ଦେବଙ୍କୁ।
କାନ୍ଦିବାକୁ ଲାଗିଲେ ‘ମଧୁ ବାରିଷ୍ଟର’। ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିଥିଲେ ବୋଲି ତାଙ୍କ ଜନ୍ମକଲା ବୋଉ ତାଙ୍କୁ ଛୁଇଁଲେ ଗାଧୋଇ ଘରକୁ ଯାଉଥିଲେ। ହେଲେ ଆଜି ରାଣୀମା’ ତାଙ୍କୁ ଶ୍ରଦ୍ଧାରେ ପାଛୋଟି ନେଲେ ଆଉ ବଡ଼ଠାକୁରଙ୍କ ଶିରକପଡ଼ା ବାନ୍ଧିଦେଲେ ମଥାରେ। ଓଡ଼ିଆ ପୁଅଟେ ପାଇଁ ଏହାଠାରୁ ବଡ଼ ଗର୍ବ ଆଉ କ’ଣ ଥାଇପାରେ ବୋଲି ନିଜକୁ ନିଜେ ପ୍ରଶ୍ନ କଲେ ଉତ୍କଳଗୌରବ…। 🙏 *ଜୟ ଜଗନ୍ନାଥ*🙏

୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏସ୍‌ସିବି ଛାତ୍ର ସଂସଦ ବାର୍ଷିକୋତ୍ସବରେ ଯୋଗଦେବେ
13/07/2023

୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏସ୍‌ସିବି ଛାତ୍ର ସଂସଦ ବାର୍ଷିକୋତ୍ସବରେ ଯୋଗଦେବେ

ମହାମହିମ ରାଜ୍ୟପାଳ ଦ୍ଵାରା ପ୍ରଶଂସା ପତ୍ର ପାଇ,ସମ୍ମାନିତ ହୋଇଥିବା କଳାଞ୍ଜଳି ଆର୍ଟିଷ୍ଟ୍ରୀ ର ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ...
13/07/2023

ମହାମହିମ ରାଜ୍ୟପାଳ ଦ୍ଵାରା ପ୍ରଶଂସା ପତ୍ର ପାଇ,ସମ୍ମାନିତ ହୋଇଥିବା କଳାଞ୍ଜଳି ଆର୍ଟିଷ୍ଟ୍ରୀ ର ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ମହାପ୍ରଭୂ ଜଗନ୍ନାଥଙ୍କ ଶ୍ରୀପୟରରେ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ତଥା ଉନ୍ନତି କାମନା କଲେ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା..।

  ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ ହସ୍ପିଟାଲ ଅଧୀନରେ ନିର୍ମାଣ ହେଉଥିବା ପ୍ରକଳ୍ପର ସମୀକ୍ଷା କରିଛନ...
13/07/2023

ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ ହସ୍ପିଟାଲ ଅଧୀନରେ ନିର୍ମାଣ ହେଉଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇ ଉପଲବ୍ଧ ହେଉଥିବା ଚିକିତ୍ସା ସୁବିଧା ବିଷୟରେ ବୁଝିଛନ୍ତି।

ବଦଳିଲା ସ୍କୁଲ୍‌ ୟୁନିଫର୍ମ: ନବମ-ଦଶମରେ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟ୍‌, ରହିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଲୋଗୋ
12/07/2023

ବଦଳିଲା ସ୍କୁଲ୍‌ ୟୁନିଫର୍ମ: ନବମ-ଦଶମରେ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟ୍‌, ରହିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଲୋଗୋ

ଢେଙ୍କାନାଳ ଜିଲ୍ଲା ସଦେଇବେରେଣୀ ବୁଣାକାର ଓ ଶିଳ୍ପୀଙ୍କ ଗାଁକୁ ଯାଇ ବୁଣାକାର, କଳାକାର ଓ ଶିଳ୍ପୀଙ୍କ ସହ ଆଲୋଚନା କରୁଛନ୍ତି 5T ସଚିବ ଭି.କେ. ...
12/07/2023

ଢେଙ୍କାନାଳ ଜିଲ୍ଲା ସଦେଇବେରେଣୀ ବୁଣାକାର ଓ ଶିଳ୍ପୀଙ୍କ ଗାଁକୁ ଯାଇ ବୁଣାକାର, କଳାକାର ଓ ଶିଳ୍ପୀଙ୍କ ସହ ଆଲୋଚନା କରୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ

Nepal's Prime Minister Prachanda's wife Sita passed away, PM Modi expressed grief
12/07/2023

Nepal's Prime Minister Prachanda's wife Sita passed away, PM Modi expressed grief

Lovely view of Nila Chakra and 🚩 Flag changing ritual on the Shikar of Sree Mandir, Sri Jagannath Dham, Puri, Odisha.Jai...
12/07/2023

Lovely view of Nila Chakra and 🚩 Flag changing ritual on the Shikar of Sree Mandir, Sri Jagannath Dham, Puri, Odisha.
Jai Jagannath 🙏
12th July 2023, Wednesday.

Address

Bhubaneswar
751022

Telephone

+919861011001

Website

Alerts

Be the first to know and let us send you an email when Nihal Tv posts news and promotions. Your email address will not be used for any other purpose, and you can unsubscribe at any time.

Share