Spiritual Knowledge Odia

Spiritual Knowledge Odia Spiritual knowledge, God, Devotion and Ethics
(1)

12/08/2026

ଚିତାଲାଗି ଅମାବାସ୍ୟାରେ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ 🙏

12/08/2026

ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗିଲା ସୁବର୍ଣ୍ଣ ଚିତା 🙏
ଚିତାଲାଗି ଅମାବାସ୍ୟା
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

*ବିଶେଷ ସୂଚନା* ଆସନ୍ତାକାଲି, ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ ।ଏଣୁ ଦ୍ୱିତୀୟ ...
12/08/2026

*ବିଶେଷ ସୂଚନା* ଆସନ୍ତାକାଲି, ଗୁରୁବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । SJTA

ପବିତ୍ର ଚିତାଲାଗି ଅମାବାସ୍ୟାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଆଳତି ଦର୍ଶନ 🙏
12/08/2026

ପବିତ୍ର ଚିତାଲାଗି ଅମାବାସ୍ୟାରେ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଆଳତି ଦର୍ଶନ 🙏

ଚିତାଲାଗି ଅମାବାସ୍ୟାରେ ଦେବ ଦେବ ମହାଦେବଙ୍କ ଦିବ୍ୟ ଦର୍ଶନ 🙏
12/08/2026

ଚିତାଲାଗି ଅମାବାସ୍ୟାରେ
ଦେବ ଦେବ ମହାଦେବଙ୍କ ଦିବ୍ୟ ଦର୍ଶନ 🙏

*ଆଜି ମହାପ୍ରଭୁଙ୍କ ଚିତାଲାଗି*ଶ୍ରାବଣସ୍ୟ ଚ ଦର୍ଶେଅପିହ୍ୟରୁଣୋଦୟ କାଳକେ ।ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ ।।ସୁବର୍ଣ୍ଣରଚିତଂ ଦି...
12/08/2026

*ଆଜି ମହାପ୍ରଭୁଙ୍କ ଚିତାଲାଗି*
ଶ୍ରାବଣସ୍ୟ ଚ ଦର୍ଶେ
ଅପିହ୍ୟରୁଣୋଦୟ କାଳକେ ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍ ।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ ।।
ଶ୍ରାବଣ ଅମାବାସ୍ୟା ଦିନ ଆର୍ଥାତ୍ ଆଜି ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହେବ । ଆଜି ମହାପ୍ରଭୁଙ୍କର ସ୍ୱର୍ଣ୍ଣ ଚିତା ଲାଗି ହୋଇଥାଏ। ହୀରା ଲୀଳା ଏବଂ ମାଣିକ ପରିଧାନ କରନ୍ତି ଚତୁର୍ଦ୍ଦାମୂର୍ତ୍ତି । ବିଭିନ୍ନ ପ୍ରକାରର ଅଳଙ୍କାରରେ ତିଆରି ହୋଇଥିବା ଆକର୍ଷଣୀୟ ଚିତାକୁ ଶ୍ରୀବିଗ୍ରହ ମାନଙ୍କ ମଥାରେ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ପାଳିତ ଅନେକ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା, ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।
ସୂଚନାଯୋଗ୍ୟ ଯେ ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସର ରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତ ଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ।
ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ନୀଳା ଚିତା ମଝିରେ ଏକ ବଡ଼ ନାୟକ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ ଚୁନି , ହୀରା କଣି , ମର୍କତ ଚୁନି , ହୀରା କଣି , ନୀଳ ପଥର ଆଦି ଖଚିତ ହୋଇଛି।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ହୀରାଚିତା ମଝିରେ ନାୟକ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ହୀରା କଣି, ମାଣିକ୍ୟ , ହୀରା , ମର୍କତ , ମର୍କତ ଚୁନି ଆଦି ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।
ଦେବୀ ସୁଭଦ୍ରା ଙ୍କ ମାଣିକ୍ୟଚିତା ମଝିରେ ଏକ ଚଉଖୁଣ୍ଟିଆ ନାୟକ ମର୍କତ ରହିଛି । ଚିତାର ତିନୋଟି ବେଢ଼ରେ ବଡ଼ ମାଣିକ୍ୟ , ଛୋଟ ମାଣିକ୍ୟ, ହୀରା କଣି, ହୀରା ଚୁନି , ମର୍କତ ଚୁନି ,ମାଣିକ୍ୟ, ତେଲିଆ ହୀରା , ନୀଳା , ହୀରା କଣ୍ଠୀ ଆଦି ରହିଛି।
ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧର୍ଚ୍ଚୟେତ୍ କମଳାପତିମ୍ । ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଳବମ୍ ।। ”
—ସ୍କନ୍ଧ ପୁରାଣ
ଅର୍ଥ: ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା'ର ପୁନର୍ଜନ୍ମ ହେବନାହିଁ ।

“ ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ । ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ କୃତ୍ୱା ପାପ ଶତାନ୍ୟପି ॥ ଶ୍ରାବଣେ ମାସି ଯୋ ଦଦ୍ୟାତ୍ ଲଜାନ୍‌ଘତ ସମନ୍ୱିତାନ୍ । ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍ ॥ ”
—ସ୍କନ୍ଧ ପୁରାଣ

ଅର୍ଥ: ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା' ଗୃହରେ ବିପତ୍ତି ପଡ଼ିନଥାଏ ।

ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍‌ଗପୂରିତଂ । ଦଦାତି ତସ୍ୟ ବିପ୍ରର୍ଷେ ଗୃହେ ଶ୍ରୀନିଶ୍ଚଳା ଭବେତ୍ ॥ ”
—ପଦ୍ମ ପୁରାଣ

ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ "ଯାତ୍ରା ଭାଗବତ" ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଏ । ସେ ଲେଖିଛନ୍ତି

“ ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ । ଲଲାଟ-ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍ ॥
ଲଲାଟଭୂଷ-ମୁତ୍ତାର୍ଯ୍ୟ ସ୍ମାନାନ୍ତଂ ଶୟୀଜଗତ୍‌ପ୍ରଭୋଃ । ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ॥
ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ । ଦଦ୍ୟାତ୍ ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ ॥

ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବତି । ତାବତ୍ ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନ ସଂଶୟଃ ॥


—ବାଲୁଙ୍କୀ ପାଠୀ, "ଯାତ୍ରା ଭାଗବତ"

ଆଜି ସକାଳ ଧୂପ ପୂଜା ବସିଥିବା ବେଳେ ଭଣ୍ଡାର ମେକାପ ମୁଦ ହୋଇଥିବା ହୀରାଚିତା ତିନିଗୋଟା ଆଣି ବେହରଣରେ ତଡ଼ଉ, ଦେଉଳକରଣ ଓ ପ୍ରାଶାସନିକ ଅଧିକାରୀଙ୍କ ମାର୍ଫତରେ ଦେବେ । ଶ୍ରୀମନ୍ଦିର ବଣିଆ ସେବକ ସେମାନଙ୍କ ଉପସ୍ଥିତିରେ ଚିତାମାନ ମାଜି ସଫା କରିବେ । ସକାଳ ଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ତିନିବାଡ଼ରୁ 'ଝୋବାକଣ୍ଠି’ ଅଳଙ୍କାର ମଇଲମ କରି ପାଳିଆ ମେକାପଙ୍କୁ ଦେବେ । ସେ ଉକ୍ତ ଅଳଙ୍କାରମାନ ଭଣ୍ଡାର ମେକାପଙ୍କୁ ଦେବେ । ଏହାପରେ ପୁଷ୍ପାଳକମାନେ ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଖଟ ଶେଯ ଘରେ ବିଜେ କରିବେ । ଏହା ପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକିବାକୁ ଯିବେ । ସେମାନଙ୍କ ସାଥିରେ ପାଳିଆ ମେକାପ ରହିଥିବେ। ବାଡ଼ଗ୍ରାହୀ ଦଇତା ଓ ପତି ତିନିବାଡ଼ରେ ସିଂହାସନ ଉପରକୁ ଉଠି ଚିତାଲାଗି କରିବେ । ଏଥିପାଇଁ ଅଣସର ସୁଧ ସୁଆର ଓଷୁଅ ଓ ପାଟରା ବିଶୋଇ ପାଟ ଡୋର ଯୋଗାଥାନ୍ତି । ଚିତାଲାଗି ହେବା ପରେ ପାଳିଆ ମେକାପ ସିଂହାସନ ଉପର ଧୁଅନ୍ତି । ସୁଧ ସୁଆର ମହାସ୍ନାନ ପୂଜା ଠା' କରନ୍ତି । ତିନିଜଣ ପୂଜାପଣ୍ଡା ଆସି ମହାସ୍ନାନ ପୂଜା କରନ୍ତି । ତା'ପରେ ଭିତରେ ପାଣି ପଡ଼ି ଧୋପଖାଳ ହେବା ପରେ ପୁଷ୍ପାଳକମାନେ ଆସି ମଇଲମ କରନ୍ତି । ସେମାନେ ଖଟଶେଯ ଘରେ ଥିବା ଶ୍ରୀଦେବୀ ଓ ଭୂଦେବୀଙ୍କୁ ନେଇ ସିଂହାସନରେ ବିଜେ କରାନ୍ତି । ମାଳ ଫୁଲ ଇତ୍ୟାଦି ଲାଗି ହେବା ପରେ ଓ ବେଶ ବଢ଼ିବା ପରେ ଦିଅଁମାନେ ଛଅ ମୁର୍ତ୍ତି ଅଳଙ୍କାର ଲାଗି ହୁଅନ୍ତି । ଏହା ପରେ ମଧ୍ୟାହ୍ନ ଧୂପ ହୁଏ । ତା' ପରେ ପାଣି ପଡ଼ିଲା ପରେ ପୂଜାପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।

ଇତିହାସ ପୃଷ୍ଠା ରୁ ଜଣାଯାଏ କି ରକ୍ତବାହୁ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସୁବର୍ଣ୍ଣପୁର ରେ ପାତଳୀ କରି ରଖା ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଯଯାତି କେଶରୀ ଶ୍ରୀଜୀଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିର ରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନ ଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି। ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ।🙏

ଶ୍ରୀମନ୍ଦିରରୁ ପତିତପାବନ ମହାପ୍ରଭୁଙ୍କ ପ୍ରାତଃ ଦର୍ଶନ 🙏
12/08/2026

ଶ୍ରୀମନ୍ଦିରରୁ ପତିତପାବନ ମହାପ୍ରଭୁଙ୍କ ପ୍ରାତଃ ଦର୍ଶନ 🙏

ଶ୍ରୀମନ୍ଦିରରୁ ପତିତପାବନ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ 🙏
11/08/2026

ଶ୍ରୀମନ୍ଦିରରୁ ପତିତପାବନ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ 🙏

ହର ହର ମହାଦେବ 🙏
11/08/2026

ହର ହର ମହାଦେବ 🙏

10/08/2026

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅପୂର୍ବ ସନ୍ଧ୍ୟା ଦର୍ଶନ 🙏
ପବିତ୍ର ଶ୍ରାବଣ ମାସର ସୋମବାର
ଜଗନ୍ନାଥ ମନ୍ଦିର, ଜଗନ୍ନାଥ କୋଲନୀ, ତାଳଚେର

Address

Bhubaneswar
751021

Alerts

Be the first to know and let us send you an email when Spiritual Knowledge Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share