20/06/2026
#ରାୟଗଡ଼ାର_କୁରୁସଭା
ତା ଛିଣ୍ଡା ଡ୍ରେସ୍ ଠାରୁ ବେଶି ଛିଣ୍ଡିଯାଇଥିଲା ସମାଜର ବିବେକ
ତା ଆଖିର ଲୁହଠାରୁ ବେଶି କାନ୍ଦିଥିଲା ମାନବିକତା
ତା ଶରୀରର କ୍ଷତଠାରୁ ବେଶି କ୍ଷତବିକ୍ଷତ ହୋଇଥିଲା ସଭ୍ୟତାର ଆତ୍ମା । ତା ଚିତ୍କାରଠାରୁ ବେଶି ନୀରବ ହୋଇଯାଇଥିଲା ଆମ ବିବେକ । ତାକୁ ମାରୁଥିବା ହାତଠାରୁ ବେଶି ଭୟଙ୍କର ଥିଲା ଦେଖି ଚୁପ୍ ରହିଥିବା ଆଖି। ତାର ସମ୍ମାନ ଉପରେ ଆକ୍ରମଣଠାରୁ ବେଶି ଆକ୍ରମଣ ହୋଇଥିଲା ମଣିଷପଣିଆ ଉପରେ। ତାର ରକ୍ତଠାରୁ ବେଶି ରାସ୍ତାରେ ବୋହିଯାଇଥିଲା ଆମର ନୈତିକତା। ତାର ନେହୁରାଠାରୁ ବେଶି ଭାଙ୍ଗିଯାଇଥିଲା ମଣିଷ ଉପରେ ମଣିଷର ବିଶ୍ୱାସ।ଖାଲି ସେ ଝିଅ ଗୁରୁତର ହୋଇନି, ସଂକଟାପନ୍ନ ହୋଇପଡିଛି ଆମ ସମାଜ। ପୁଣିଥରେ ଭିଡ଼ ଜିତିଗଲା ଆଉ ମଣିଷଟା ହାରିଗଲା ।
କୁହାଯାଏ...ପଶୁର ଦାନ୍ତ ଥାଏ,ନଖ ଥାଏ, ହିଂସ୍ରତା ଥାଏ...ହେଲେ ମଣିଷ ପାଖରେଗୋଟିଏ ଜିନିଷ ଅଧିକ ଥାଏ । ତାହାହେଲା ବିବେକ। ସେହି ଗୋଟିକ ହିଁ ମଣିଷକୁ ପଶୁଠାରୁ ଅଲଗା କରେ। କିନ୍ତୁ ରାୟଗଡ଼ାରେ ମଣିଷ ପାଖରୁ ବିବେକଟା ମରିଯାଇଥିଲା ଯେମିତି।