Kalinga Scroll

Kalinga Scroll 24X7 PALMTOP READ-N-SEE PORTAL

ବ୍ରିସବେନ୍‌ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ...
17/12/2024

ବ୍ରିସବେନ୍‌ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍‌କୁ ଏଡାଇବା ପାଇଁ ଟିମ ଇଣ୍ଡିଆ ସଂଘର୍ଷ କରୁଛି। ଏହି ସମୟରେ କଙ୍ଗାରୁ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ ଆହତ ହୋଇଛନ୍ତି।ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ହାଜଲେଉଡ ତାଙ୍କ ଗୋଡରେ ଆଘାତ କାରଣରୁ ପଡ଼ିଆ ଛାଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ଆଘାତର ସ୍କାନ ମଧ୍ୟ ହେବ। ଚତୁର୍ଥ ଦିନ ସେ କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲେ। ଯନ୍ତ୍ରଣା ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି।ଆଡିଲେଡରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ହାଜଲେଉଡଙ୍କ ସ୍ଥାନରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଖେଳିଥିେ। ଏଥିସହ ସେ ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ତଥାପି, ଗାବା ଟେଷ୍ଟରେ ବୋଲାଣ୍ଡଙ୍କ ବଦଳରେ ହାଜଲେଉଡ ଅଣାଯାଇଥିଲା।

Visit Our Website https://kalingascroll.in/

ଏବେ କଂଗ୍ରେସ ପାଖରେ ଅଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଯାହା ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍...
16/12/2024

ଏବେ କଂଗ୍ରେସ ପାଖରେ ଅଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଯାହା ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି ତାହାକୁ ଫେରାଇବା ନାଁ ଧରୁନି କଂଗ୍ରେସ । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି । ସମଗ୍ର ଦେଶବାସୀଙ୍କ ନିମନ୍ତେ ଖୁବ୍‌ ଗୁରୁତ୍ୱ ବହନ କରୁଛି ଏହି ସବୁ ଚିଠି। ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ କୁହାଯାଇଛି ରାହୁଲ ଗାନ୍ଧିଙ୍କୁ ।ମାତ୍ର ଏହାକୁ ନେଇ କଂଗ୍ରେସ ତରଫରୁ ମିଳିପାରିନାହିଁ କୌଣସି ପ୍ରତିକ୍ରିୟା ।

Visit Our Website https://kalingascroll.in/

Champion Gukesh Dommaraju, World Chess Championship 2024 LIVE Updates: Gukesh D became the youngest world champion in hi...
13/12/2024

Champion Gukesh Dommaraju, World Chess Championship 2024 LIVE Updates: Gukesh D became the youngest world champion in history on Thursday after a Ding Liren blunder in the final game of the world chess championship which came at a time when tiebreaks looked like a very realistic possibility.

Visit Our Website https://kalingascroll.in/

ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ମିଶନ ଶକ୍ତି...
10/12/2024

ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିଛନ୍ତି ନୂଆ ସରକାର । ରାଜ୍ୟରେ ପାଖାପାଖି ୭୦ ଲକ୍ଷ ମହିଳା ମିଶନ ଶକ୍ତିରେ ଅଛନ୍ତି ସାମିଲ । ହେଲେ ସେମାନଙ୍କ ସ୍ବାର୍ଥକୁ ବାଧାଦେଇ ସେମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିବା ଲଜ୍ଜାଜନକ । ମୁଁ ଏହାକୁ ନିନ୍ଦା କରୁଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।ଅନ୍ୟପକ୍ଷରେ ନବୀନଙ୍କ ପ୍ରଶ୍ନର ଦୃଢ଼ ଜବାବ ରଖିଛି ବିଜେପି।ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ଅସତ୍ୟ କହିବାରେ ପରାକାଷ୍ଠା ଦେଖାଇଛନ୍ତି ନବୀନ। ସରକାରରେ ଥିବା ବେଳେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି। ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ ବୋଲି ନବୀନ ବାବୁ କହୁଛନ୍ତି। ହେଲେ ନବୀନ ବାବୁ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ? ସେମାନଙ୍କ ସହ ଥିଲେ କି ନାହିଁ ନବୀନ ବାବୁ?ଏମବିକେ, ସିଆରପି ମାନଙ୍କ ୮ମାସ ହେଲା ଦରମା ପାଇନାହାନ୍ତି କୁହାଯାଉଛି। ବିଜେପି ସରକାର ୫ ମାସ ହେଲା ସରକାରରେ ଆସିଛି। ତା’ ପୂର୍ବରୁ ୩ ମାସ କିଏ ସରକାରରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର।ସେହିପରି ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ପୂର୍ବ ନବୀନ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ବିରୋଧୀ ଦଳ ବିଧାୟିକା ସୋଫିଆ ଫିଦୌସ ଓ ବିଜେପି ବିଧାୟିକା ଉପାସନା ଉପାସନା ମହାପାତ୍ର।

Visit Our Website https://kalingascroll.in/

18/10/2024

କୁମାର ପୂର୍ଣ୍ଣିମା ରୂପଯାତ୍ରା ପାଇଁ ଚୌଦ୍ଵାର ଅଂଚଳ ଉତ୍ସବ ମୁଖର I

08/10/2024

ପାଳିତ ହେଲା ଚୌଦ୍ଵାର ଫଟୋଗ୍ରାଫର ଆସୋସିଏସନ ର ୫ମ ବାର୍ଷିକ ଉତ୍ସବ !

Gallery

07/10/2024

ଚୌଦ୍ଵାରରେ ବିରାଟ ବଜାର ଗୃହ ପ୍ରବେଶ |


07/10/2024

Private Bus Owners Withdraw Strike in Western, Southern Odisha ||


05/10/2024

ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ।

01/10/2024

କଥାଦେଇ କଥା ରଖିଲେ ବିଜେପି ନେତା ହିମାଂଶୁ ମହାନ୍ତି ।

28/09/2024

ଆସ ଖେଳିବା ବ୍ୟାଡ୍ ମିଣ୍ଟନ |




26/09/2024

ଚୌଦ୍ୱାର ପୌରପାଳିକାର ଦଶହରା ଭେଟି- ମ୍ୟାଲେରିଆ ସହ ଡେଙ୍ଗୁ ମାଗଣା




Address

Bhubaneswar
751001

Alerts

Be the first to know and let us send you an email when Kalinga Scroll posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kalinga Scroll:

Share