Utkal Prahari

Utkal Prahari We update latest news of Odisha, India & abroad. https://www.utkalprahari.com/ 11

Politics to Public, Government to Ground, Sports to Spiritual, Crime to Cinema all verities of NEWS in One Platform.

24/06/2024

Sachin Tendulkar with her Mother in Mumbai

07/09/2023

Janmashtamiରେ ବ୍ରତ କଲେ କେଉଁ ଗ୍ରହ ଶାନ୍ତି ହୁଅନ୍ତି ଜାଣନ୍ତୁ

ଭାରତ-ଚାଇନା ସଂଘର୍ଷ ପରେ ନିଜ ପ୍ରତିକ୍ରିୟା ରଖିଲେ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତାନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା...
16/12/2022

ଭାରତ-ଚାଇନା ସଂଘର୍ଷ ପରେ ନିଜ ପ୍ରତିକ୍ରିୟା ରଖିଲେ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତା ନିଜର ପ୍ରତିକ୍ରିୟା ରଖିଛନ୍ତି। ଶୁକ୍ରବାର ବିଜୟ ଦିବସର ୫୧ତମ ବାର୍ଷିକୀ ଅବସରରେ କୋଲକାତାରେ ପୁଷ୍ପମାଲ୍ୟ ଅର୍ପଣ ସମାରୋହରେ ଆରପି କାଲିତା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ପିଏଲ୍‌ଏ ଏଲ୍‌ଏସିରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା। ଏହାକୁ ବିରୋଧ କରି ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯେଉଁଥିରେ ଅନେକ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ସ୍ତରରେ ଏହାକୁ ସମାଧାନ କରାଯାଇଥିଲା। ଏହାକୁ ନେଇ ବୁମ୍‌ଲାରେ ଏକ ଫ୍ଲାଗ୍‌ ମିଟିଂ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ଏଲ୍‌ଏସିରେ ପରିସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତା କହିଛନ୍ତି। ତେବେ ଶାନ୍ତି ହେଉ କିମ୍ବା ସଂଘର୍ଷ ପ୍ରାଥମିକ କାର୍ଯ୍ୟ ହେଉଛି ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ବିପଦ ବିରୋଧରେ ଦେଶର ଆଞ୍ଚଳିକ ଅଖଣ୍ଡତା ନିଶ୍ଚିତ କରିବା ବୋଲି ଇର୍ଷ୍ଟନ କମାଣ୍ଡରର ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୮ ଓ ୯ ତାରିଖ ରାତିରେ ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ । ଏହି ସମୟରେ ଖବର ପାଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ଚୀନ ସୈନ୍ୟଙ୍କୁ ଘେରିଯାଇଥିଲେ । ଏହି ହାତାହାତି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି ।

କିଭ୍‌ର ୩ଟି ସହର ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କଲା ରୁଷମସ୍କୋ: ମୈଦାନ ଛାଡ଼ି ନାହିଁ ରୁଷ। ଗତ ୧୧ ମାସ ହେବ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥି...
16/12/2022

କିଭ୍‌ର ୩ଟି ସହର ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କଲା ରୁଷ

ମସ୍କୋ: ମୈଦାନ ଛାଡ଼ି ନାହିଁ ରୁଷ। ଗତ ୧୧ ମାସ ହେବ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ ନିଜ ଲକ୍ଷ ହାସଲ ନହେବା ପର୍ଯ୍ୟନ୍ତ ଓହରି ଯିବାର ସଙ୍କେତ ଦେଉ ନାହିଁ। ପୂର୍ବରୁ ଯେଉଁ ଘମାଘୋଟ ଲଢ଼େଇ ହେଉଥିଲା ତାହା ମଝିରେ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି ଆକ୍ରାମାତ୍ମକ ହୋଇଛି ରୁଷ। ୟୁକ୍ରେନର ରାଜଧାନୀରେ ପହଞ୍ଚିଥିବା ରୁଷ ସେନା ନିକଟରେ ଏକ ବଡ଼ଧରଣର ମିସାଇଲ ଆଟାକ କରିଛି। କିଭ୍‌ର ୩ଟି ସହର ଉପରେ ଅତି ଭୟଙ୍କର ମିଶାଇଲ ଆକ୍ରମଣ କରିଛି ରୁଷ। ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରି ୟୁକ୍ରେନ୍ ବିଷୋଦଗାର କରିଛି। କିଭ୍‌ରେ ଥିବା ପ୍ରମୁଖ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରିଛି ରୁଷ।

କିଭର ଦକ୍ଷିଣ କ୍ରଭିରିହ ଏବଂ ଉତ୍ତର ଖାରକିଭରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆକ୍ରମଣ ପରେ ଖାରକିଭ ସହର ଅନ୍ଧାର ହୋଇଯାଇଛି। ବିନା ବିଜୁଳିରେ ଲୋକେ ଅନ୍ଧାରରେ ଅଛନ୍ତି। ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର ପରେ ରୁଷିଆ ୟୁକ୍ରେନ୍ ଉପରେ ସେହି ମିଶାଇଲରେ ଆକ୍ରମଣ କରୁଛି, ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ରୁଷିଆକୁ ଦେଇଥିଲା । ଅସଲ କଥା ହେଲା ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ନିକଟରେ ବିଶ୍ୱର ସବୁଠାରୁ ତୃତୀୟ ବଡ ପରମାଣୁ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ଭଣ୍ଡାର ରହିଥିଲା ।

ଆର୍ଥିକ ସଙ୍କଟର ସାମ୍ନା କରୁଥିବା ୟୁକ୍ରେନ୍ ଆମେରିକା ଓ ୟୁରୋପର ଚାପରେ ନିଜ ପରମାଣୁ ଅସ୍ତ୍ର ତ୍ୟାଗ କରିବାକୁ ସ୍ଥିର କରିଥିଲା । ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି, ୧୯୭୦ ଦଶକରେ ୟୁକ୍ରେନରେ ନିର୍ମାଣ କରାଯାଇଥିବା କେଏଚ-୫୫ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଧ୍ୱଂସାବଶେଷ ରୁଷିଆର ଆକ୍ରମଣ ପରେ ୟୁକ୍ରେନର ଖ୍ମେଲନିତ୍ସକି ଅଞ୍ଚଳରେ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି କେବଳ ଏହି କ୍ଷେପଣାସ୍ତ୍ର ୟୁକ୍ରେନରେ ନୁହେଁ, ବରଂ ଏହାକୁ ଚଳାଇଥିବା ଟିୟୁ-୧୬୦ ବିସ୍ଫୋରଣକାରୀ ମଧ୍ୟ ୟୁକ୍ରେନରେ ନିର୍ମାଣ କରାଯାଇଥିଲା ।

ବିଷାକ୍ତ ମଦ ମୃତ୍ୟୁକୁ ନେଇ କଠୋର ହେଲେ ନୀତିଶ କୁମାର, ମୃତକଙ୍କୁ ମିଳିବନି କୌଣସି କ୍ଷତିପୂରଣପାଟନା: ବିହାରରରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ଅ...
16/12/2022

ବିଷାକ୍ତ ମଦ ମୃତ୍ୟୁକୁ ନେଇ କଠୋର ହେଲେ ନୀତିଶ କୁମାର, ମୃତକଙ୍କୁ ମିଳିବନି କୌଣସି କ୍ଷତିପୂରଣ

ପାଟନା: ବିହାରରରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ଅଧିକ କଠୋର ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ନୀତିଶଙ୍କର କୌଣସି ସମବେଦନା ନଥିବା ସଙ୍କେତ ଦେଇଛନ୍ତି। ମୃତକଙ୍କୁ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ନୀତିଶ କୁମାର କହିଛନ୍ତି। ମଦ ମୃତ୍ୟୁକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ନୀତୀଶ କୁମାର ଆରମ୍ଭରୁ କାଉଣ୍ଟର ଆଟାକିଂମୁଡ୍‌ରେ ଅଛନ୍ତି। ଆଜି ରାଜ୍ୟ ବିଧାନସଭାରେ ଭାଷଣ ଦେଇ ବିଷାକ୍ତ ମଦ ପିଇଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି ପ୍ରକାର କ୍ଷତିପପୂରଣ ମିଳିବ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଯଦି ଅପାଣ ପିଇବେ, ତେବେ ମରିବେ ବୋଲି ସିଧାସଳଖ ଶୁଣାଛନ୍ତି ନୀତିଶ କୁମାର। ଯେଉଁମାନେ ମଦ ସପକ୍ଷରେ ଯୁକ୍ତି କରୁଛନ୍ତି ସେମାନେ ଆପଣଙ୍କ ପାଇ ଭଲ କରୁନାନହାନ୍ତି। ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର କ୍ଷତି ପୂରଣ ଦେବାର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ବିରକ୍ତି ପ୍ରକାଶ କରିଛନ୍ତି। ଯିଏ ମଦ ପିଇବେ, ସେ ମରିବ ବୋଲି ଗତକାଲି କହିଥିଲେ । ନୀତୀଶଙ୍କକ ଏହି ବୟାନକୁ ନେଇ ବିରୋଧୀ ବିଜେପି ତୀବ୍ର ପ୍ରିତିରୋଦ କରଥିବା ବେଳେ ଧରାଣା ମଧ୍ୟ ଦେଥିଲିଲେ।

ଏଥିସହ ବିଜେପି ନୀତୀଶ କୁମାରଙ୍କ ଇସ୍ତଫା ମଦ୍ୟ ଦାବି କରିଥିଲା। ବିହାରର ସରନ ଜିଲ୍ଲା ଅଧୀନ ଛାପ୍ରା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଗୁରୁବାର ୩୯ରେ ପହଞ୍ଚିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେତେକ ପରିବାର ମୃତ୍ୟୁ ଖବରକୁ ଲୁଚାଇ ରଖିଥିଲେ ବୋଲି ସିଭିଲ୍‌ ସର୍ଜନ ତଥା ମେଡିକାଲର ଭାରପ୍ରାପ୍ତ ଅଫିସର ଡ. ସାଗର ଦୁଲାଲ ସିଂ କହିଛନ୍ତି। ଅନ୍ୟପକ୍ଷେ ମଦମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ବିହାର ମହାମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିହାରରେ ମଦମୃତ୍ୟୁକୁ ନେଇ ଲୋକ ସଭାରେ ଗୁରୁବାର ଜୋର୍‌ଦାର ହଟ୍ଟଗୋଳ ହୋଇଥିଲା। ଏହା ଏକ ଗଣହତ୍ୟା ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିବା ସହ କେନ୍ଦ୍ର ସରକାର ତୁରନ୍ତ ନୀତୀଶ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ମ୍ୟାଲେସିୟା ଭୂସ୍ଖଳନ ଘଟଣା: ୧୨କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଆହୁରି ୨୨ ନିଖୋଜକ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉ...
16/12/2022

ମ୍ୟାଲେସିୟା ଭୂସ୍ଖଳନ ଘଟଣା: ୧୨କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଆହୁରି ୨୨ ନିଖୋଜ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ। ଏହି କ୍ୟାମ୍ପ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି। ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ। ତେଣୁ ପ୍ରାୟ ୯୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ଦେଇଥିବା ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁଁ ପ୍ରାୟ ୯୦ ଜଣ ମାଟି ତଳେ ପୋତି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫୯ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ୨୨ ଜଣ ଏବେ ବି ନିଖୋଜ ଅଛନ୍ତି। ୧୨ ଜଣ ପ୍ରାଣ ହରାଇଥିବା ବେଳେ ଉଦ୍ଧାର ହୋଇଥିବା ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜିଲ୍ଲା ପୁଲିସ୍‌ ମୁଖ୍ୟ ସୁଫିଆନ ଅବଦୁଲ୍ଲା କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସିର ୪୦୦ ଲୋକଙ୍କୁ ସାମିଲ କରାଯାଇଛି। ଆମର ଆଶା ଖୁବଶୀଘ୍ର ନିଖୋଜ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। ପ୍ରଶାସନିକ ଅଧିକାରୀ ନୋରାଜମ ଖାମିସ କହିଛନ୍ତି, କ୍ୟାମ୍ପ ହୋଇଥିବା ସ୍ଥାନର ୧୦୦ ଫୁଟ ଉପରୁ ମାଟି ଅତଡ଼ା ଧସିଥିଲା। ପ୍ରାୟ ୧ ଏକର ପରିଧି ମଧ୍ୟରେ ମାଟି ଅତଡ଼ା ଖସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଥିବା ସେ କହିଛନ୍ତି।

ବର୍ଷକ ତଳେ ଅବିଶ୍ରାନ୍ତ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୭ ରାଜ୍ୟର ୨୧ ହଜାର ଲୋକ ବିସ୍ଥାପିତ ହୋଇଥିଲେ। ଏହି ସେଲାନଗୋର ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପାହାଡ଼ ଠାରୁ ଆରମ୍ଭ କରି ସୁଉଚ୍ଚ ସ୍ଥାନ ସବୁ ରହିଛି। ତେଣୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି। ସୁନ୍ଦର ପରିବେଶର ମଜା ନେବାକୁ ଅନେକ ଲୋକ କ୍ୟାମ୍ପରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ କ୍ୟାମ୍ପରେ ରହିଥିବା ଲୋକ ଏବେ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଛନ୍ତି।

ସାମ୍ନାକୁ ଆସିଛି ଏକ ବିରଳ ଘଟଣା, ଜନ୍ମ ହେଲା ୪ଟି ଗୋଡ଼ ଥିବା ଶିଶୁକନ୍ୟାଗ୍ୱାଲିୟର: ପୂର୍ବରୁ ଯୋଡ଼ାମୁଣ୍ଡ ଶିଶୁ, ଦେହଯୋଡ଼ା ଶିଶୁଙ୍କ ପରି କେତେ ...
16/12/2022

ସାମ୍ନାକୁ ଆସିଛି ଏକ ବିରଳ ଘଟଣା, ଜନ୍ମ ହେଲା ୪ଟି ଗୋଡ଼ ଥିବା ଶିଶୁକନ୍ୟା

ଗ୍ୱାଲିୟର: ପୂର୍ବରୁ ଯୋଡ଼ାମୁଣ୍ଡ ଶିଶୁ, ଦେହଯୋଡ଼ା ଶିଶୁଙ୍କ ପରି କେତେ ଅଜବ ଶିଶୁଙ୍କ ବିଷୟରେ ଶୁଶିଥିବେ ଓ ଦେଖିଥିବେ। ହେଲେ ଏବେ ଆଉ ଗୋଟିଏ ବିରଳ ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଜଣେ ମହିଳା ୪ଟି ଗୋଡ଼ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଲୋକମାନେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ବେଶ ଉତ୍ସାହ ଦେଖାଇଛନ୍ତି।

ସିକନ୍ଦର କାମ୍ପୋ ଅଞ୍ଚଳରେ ରହୁଥିବା ଆରତୀ କୁଶୱା ବୁଧବାର କମଳା ରାଜା ହସ୍ପିଟାଲରେ ଗୋଟିଏ କନ୍ୟା ସନ୍ତନାକୁ ଜନ୍ମ ଦେଇଛନ୍ତି। ତେବେ ସେ ଜନ୍ମ ଦେଇଥିବା ଶିଶୁକନ୍ୟାର ୪ଟି ଗୋଡ଼ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ସେମାନେ ୪ ଗୋଡ଼ିଆ ଶିଶୁକନ୍ୟା ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ତା’ର ଓଜନ ୨.୩ କେଜି ଥିବା ବେଳେ ସେ ବର୍ତ୍ତମାନ ଯାଏ ସଂପୂର୍ଣ୍ଣ ସୁସ୍ଥ ଅଛି। ଆରତୀ ଦେବୀ ମଧ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ବି ପଡ଼ି ନାହାନ୍ତି। ତଥାପି ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି। ଜୟ ଆରୋଗ୍ୟ ହସ୍ପିଟାଲ ଗ୍ରୁପର ସୁପରିଟେଣ୍ଡ ମଧ୍ୟ ଶିଶୁକନ୍ୟାର ଏକାଧିକ ପରୀକ୍ଷା କରିଛନ୍ତି।

ସୁପରିଟେଣ୍ଡ ଡା ଆରକେଏସ୍‌ ଧାକାଡ କହିଛନ୍ତି, “ଜନ୍ମ ବେଳ ଶିଶୁକନ୍ୟାର ୪ଟି ଗୋଡ଼ ରହିଥିଲା। କିଛି ଭୃଣ ମାତୃ ଗର୍ଭରେ ଥିବା ସମୟରେ ବେଳେବେଳେ ଅତିରିକ୍ତ ବଢ଼ିଥାଏ। ଏହାକୁ ଡାକ୍ତରୀ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏ କ୍ଷେତ୍ରରେ ଭୃଣ ଶିଶୁକନ୍ୟାର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି। କିନ୍ତୁ ଏହି ଦୁଇ ଗୋଡ଼ ଅଚଳ ରହିଛି। ଏବେ ଡାକ୍ତରୀ ଟିମ ଶିଶୁକନ୍ୟାର ଦେହରେ ଅନ୍ୟ କୌଣସି ଅତିରିକ୍ତ ଅଂଶ ରହିଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ଯଦି ଯାଞ୍ଚ ପରେ ସେ ସୁସ୍ଥ ଥିବା ଜଣାପଡ଼ିବ ତା’ହେଲେ ଅପରେସନ ଦ୍ୱାରା ଅତିରିକ୍ତ ଦୁଇଟି ଯାକ ଗୋଡ଼କୁ ବାହାର କରି ଦିଆଯିବ। ଫଳରେ ସେ ସ୍ୱାଭାବିକ ଜୀବନଯାପନ କରିପାରିବ।

‘ପତଲି କମରିୟା ତେରୀ’ ଗୀତରେ ଡ୍ୟାନ୍ସ କରି ଫସିଲେ ୪ ମହିଳା କନଷ୍ଟେବଲଅଯୋଧ୍ୟା: ମନ ଖୁସିରେ ନାଚିବା ୪ ଜଣ ମହିଳା କନଷ୍ଟେବଳଙ୍କୁ ପଡିଛି ମହଙ୍ଗ...
16/12/2022

‘ପତଲି କମରିୟା ତେରୀ’ ଗୀତରେ ଡ୍ୟାନ୍ସ କରି ଫସିଲେ ୪ ମହିଳା କନଷ୍ଟେବଲ

ଅଯୋଧ୍ୟା: ମନ ଖୁସିରେ ନାଚିବା ୪ ଜଣ ମହିଳା କନଷ୍ଟେବଳଙ୍କୁ ପଡିଛି ମହଙ୍ଗା ପଡ଼ିଛି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରୁ ସମସ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି। ଏହି ୪ ମହିଳା କନଷ୍ଟେବଲ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ରହିଥିଲେ।

ହେଲେ ସେମାନେ ଭୋଜପୁରୀ ଗୀତ ‘ପତଲି କମରିୟା ତେରୀ’ ବା ପତଳା ଅଣ୍ଟା ତୋର ତାଳେ ତାଳେ ନାଚିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡ୍ୟାନ୍ସ ବେଳେ ଏମାନେ ପୁଲିସ୍‌ ବର୍ଦ୍ଦିରେ ନଥିଲେ। ତଥାପି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ୩ ଜଣ ମହିଳା କନଷ୍ଟେବଳ ରହିଛନ୍ତି। ସମ୍ଭବତଃ ଆଉ ଜଣେ ଡ୍ୟାନ୍ସ ଦୃଶ୍ୟକୁ କଏଦ କରୁଥିଲେ। ଏହି ଭିଡିଓରେ ଜଣେ ମହିଳା କନଷ୍ଟେବଳ ନାଚୁଥିବା ବେଳେ ଅନ୍ୟ ୨ ଜଣ ତାଙ୍କୁ ଉତ୍ସାହିତ କରିବା ସହ ଅଭିନୟ ଦ୍ୱାରା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବାର ଦୃଶ୍ୟ ରହିଛି। ସେମାନେ ଗୋଟିଏ ବନ୍ଦ ରୁମରେ ଡ୍ୟାନ୍ସ କରୁଥିବା ଜଣାପଡ଼ୁଛି। ତେବେ ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏସ୍‌ଏସ୍‌ପି ମୁନୀରାଜ ଜିଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଛି।

ନିଲମ୍ବିତ କନଷ୍ଟେବଳମାନେ ହେଲେ କବିତା ପଟେଲ, କାମିନୀ କୁଶୱା, କାଶିଶ ସାହାଣୀ ଓ ସନ୍ଧ୍ୟା ସିଂହ। ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଅତରିକ୍ତ ଏସ୍‌ପି(ସିକ୍ୟୁରିଟି) ପଙ୍କଜ ପାଣ୍ଡେ ତଦନ୍ତ କରିଥିଲେ। ସେ ସୂଚନା ଦେବା ପରେ ସମସ୍ତଙ୍କୁ ଏସଏସ୍‌ପି ମୁନରାଜ ଆଜି ସକାଳୁ ନିଲମ୍ବିତ କରିଛନ୍ତି।

ମାଲେସିୟାରରେ ବଡ ଧରଣର ଭୂସ୍ଖଳନ, ୨ ମୃତ ୫୧ ନିଖୋଜକ୍ୱାଲାଲୁମପୁର: ମାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ବଡ ଧରଣର ଭୂସ୍ଖଳନ ହୋଇଛି। ...
16/12/2022

ମାଲେସିୟାରରେ ବଡ ଧରଣର ଭୂସ୍ଖଳନ, ୨ ମୃତ ୫୧ ନିଖୋଜ

କ୍ୱାଲାଲୁମପୁର: ମାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ବଡ ଧରଣର ଭୂସ୍ଖଳନ ହୋଇଛି। ଏଠାରେ ଲୋକମାନଙ୍କ ରହଣୀ ପାଇଁ ହୋଇଥିବା ଗୋଟିଏ କ୍ୟାମ୍ପରେ ଭୂସ୍ଖଳନ ହେବାରୁ ଏଯାଏ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମାଟି ତଳେ ୫୧ ଜଣ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଯାଏ ୫୦ ଜଣଙ୍କ ପତ୍ତା ମିଳି ନଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଛି। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ। ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ।

ଭୂସ୍ଖଳନ ଯୋଗୁଁ କ୍ୟାମ୍ପରେ ଥିବା ଅଧିକାଂଶ ଲୋକ ମାଟି ତଳେ ଚାପି ହୋଇଯାଇଛନ୍ତି। ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ମୋଟ ୭୯ ଜଣ ଭୂସ୍ଖଳନ ପରେ ମାଟି ତଳେ ଚାପି ହୋଇ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଏଯାଏ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ୨ ଜଣ ପ୍ରାଣ ହରାଇଥିବା ବେଳେ ୫୧ ଜଣ ଏବେ ବି ନିଖୋଜ ରହିଛନ୍ତି।

ପ୍ରଶାସନିକ ଅଧିକାରୀ ନୋରାଜମ ଖାମିସ କହିଛନ୍ତି, କ୍ୟାମ୍ପ ହୋଇଥିବା ସ୍ଥାନର ୧୦୦ ଫୁଟ ଉପରୁ ମାଟି ଅତଡ଼ା ଧସିଥିଲା। ପ୍ରାୟ ୧ ଏକର ପରିଧି ମଧ୍ୟରେ ମାଟି ଅତଡ଼ା ଖସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଥିବା ସେ କହିଛନ୍ତି।

ଏକାଧିକ ସାମ୍ବାଦିକମାନଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କଲେ ଏଲନ ମସ୍କସାନ ଫ୍ରାନ୍ସିକୋ: ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ...
16/12/2022

ଏକାଧିକ ସାମ୍ବାଦିକମାନଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କଲେ ଏଲନ ମସ୍କ

ସାନ ଫ୍ରାନ୍ସିକୋ: ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି କମ୍ପାନୀର ନୂଆ ମାଲିକ ଏଲନ ମସ୍କ। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା ସନ୍ଦେହ କରାଯାଉଛି।

ଆକାଉଣ୍ଟ ସସ୍‌ପେଣ୍ଡ ହୋଇଥିବା ସାମ୍ବାଦିକଙ୍କ ମଧ୍ୟରେ ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ରିପୋର୍ଟରମାନେ ରହିଛନ୍ତି। ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍‌ପେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି।
କ’ଣ ପାଇଁ ପ୍ରକୃତରେ ସାମ୍ବାଦିକମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି, ସେକଥା ଟ୍ୱିଟର କହିନାହିଁ।

କିନ୍ତୁ ସମସ୍ତ ସସପେଣ୍ଡ ଆକାଉଣ୍ଟଧାରୀ ସାମ୍ବାଦିକମାନେ କିଛି ଦିନ ହେଲା ଟ୍ୱିଟର ମାଲିକ ତଥା ଶିଳ୍ପପତି ଏଲନ ମସ୍କଙ୍କ ବିରୋଧରେ ରିପୋର୍ଟ ଛାପୁଥିଲେ। ଏଥିସହ ମସ୍କ ମାଲିକ ହେବା ପରେ କେମିତି ଟ୍ୱିଟରରେ ନିୟମ ବାରମ୍ବାର ବଦଳୁଛି, ସେ ବିଷୟରେ ବିଶ୍ଲେଷଣ କରି ତାଙ୍କୁ ସମାଲୋଚନା କରିଥିଲେ।

ଟେଲର ଲୋରେଞ୍ଜ ନାମକ ଜଣେ ମହିଳା ସାମ୍ବାଦିକ ଟ୍ୱିଟ କରି କହିଛନ୍ତି ଯେ “ମସ୍କ ଏବେ ତାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟ ଓ ସିଏନଏନର ଜଣେ ସାମ୍ବାଦିକଙ୍କ ଆକାଉଣ୍ଟକୁ ସସପେଣ୍ଡ ହୋଇ ସାରିଲାଣି। ମୋ ଟାଇମ ଲାଇନରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ଓ ଲୋକମାନେ ନିୟମିତ ଭାବେ ମୋ ଟ୍ୱିଟକୁ ରିପୋର୍ଟ ମାରିବା ଆରମ୍ଭ କରିଛନ୍ତି। ତେଣୁ ମୁଁ ମଧ୍ୟ ଖୁବଶୀଘ୍ର ବ୍ୟାନ ହୋଇଯିବି ବୋଲି ଆଶଙ୍କା କରୁଛି।

ଏହି ଟ୍ୱିଟର କ୍ରିନଶଟ୍‌କୁ ଶେୟାର କରି ଜଣେ ଟ୍ୱିଟର ବ୍ୟବହାର କରି ଲେଖିଛନ୍ତି ଯେ ମେଲ୍ଟ ଡାଉନ। ଏହାର ଜବାବରେ ମସ୍କ କହିଛନ୍ତି, “ସମାନ ଡୋକ୍ସିଂ ନିୟମ ସମସ୍ତଙ୍କ ଭଳି ସାମ୍ବାଦିକମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଛି।” ଜଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଶେୟାର କରିବା ଘଟଣାକୁ ଡୋକ୍ସଂ କୁହାଯାଏ। ଏହାକୁ ଟ୍ୱିଟର ନିୟମ ଅନୁସାରେ ବ୍ୟାନ କରିଥାଏ। ତେଣୁ ମସ୍କ ସେହି ଆଧାରରେ ସାମ୍ବାଦିକଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା ସଫେଇ ଦେଇଛନ୍ତି।

ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଲୋକମାନେ ପେଟ୍ରୋଲ ଲିଟର ...
16/12/2022

ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଲୋକମାନେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ଦେଇ କିଣୁଛନ୍ତି। ତଥାପି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏଥିସହ ବିଶ୍ୱର ପରିସ୍ଥିତି ଓ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ୨୦୨୧-୨୦୨୨ ପିରିୟଡରେ ଭାରତରେ ପେଟ୍ରୋଲ ଦର ମାତ୍ର ୨% ବୃଦ୍ଧି ପାଇଥିବା ଦାବି କରିଛନ୍ତି।

ସଂସଦରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଯେ, କିଛି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟ ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ସେମାନା ଭ୍ୟାଟ କମାଇଥିଲେ। କିନ୍ତୁ କିଛି ବିରୋଧୀ ଶାସିତ ଅଞ୍ଚଳରେ ଭ୍ୟାଟ ହ୍ରାସ କରୁ ନାହାନ୍ତି। ସେଠାରେ ପେଟ୍ରୋଲ ଓ ଡିଜେଲ ଦାମ ଅଧିକ ରହିଥିବା ସେ କହିଛନ୍ତି।

ଶ୍ରୀ ପୁରୀ କହିଛନ୍ତି, “ମୁଁ ଗୃହରେ କହିବାକୁ ଚାହେଁ ଯେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର, କେରଳ ଓ ଝାରଖଣ୍ତ ତୈଳ ଦର ଉପରେ ଲାଗୁ କରୁଥିବା ଟିକସ ହ୍ରାସ କରିନାହାନ୍ତି। ଲୋକଙ୍କୁ ଉଚିତ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ଓ ୨୦୨୨ ମେ’ ମାସରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି।

ମୁଁ ଖୁସିର ସହ କହିବାକୁ ଚାହେଁ ଯେ କେନ୍ଦ୍ରର ଏପରି ନିଷ୍ପତ୍ତି ପରେ କିଛି ରାଜ୍ୟ ମଧ୍ୟ ଭ୍ୟାଟ ହ୍ରାସ କରିଛନ୍ତି। ବର୍ତ୍ତମାନ ଆମେ ଏମିତି ଏକ ସ୍ଥିତିରେ ରହିଛୁ ଯେ କିଛି ରାଜ୍ୟ, ମୁଁ ସେମାନଙ୍କୁ ବିଜେପି ଶାସିକ ରାଜ୍ୟ କହିବି ନାହଁ, କାରଣ ଅନ୍ୟ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ମଧ୍ୟ ଭ୍ୟାଟ ହ୍ରାସ କରିଛନ୍ତି। ସେମାନଙ୍କୁ ମଧ୍ୟରୁ କିଛି ରାଜ୍ୟ ଭ୍ୟାଟ ବାବଦରେ ୧୭ ଟଙ୍କା ଚାର୍ଜ କରୁଥିବା ବେଳେ ଅଣ ବିଜେପି ରାଜ୍ୟ ଗୁଡ଼ିକ ୩୨ ଟଙ୍କା ନେଉଛନ୍ତି।

ତେଣୁ ତୈଳ ଦରରେ ପାର୍ଥକ୍ୟ ଦେଖାଯାଉଛି। ଏହାକୁ ଆଧାର କରି ପେଟ୍ରୋଲ ୧୦୦ ଟଙ୍କାରେ ମିଳୁଥିବା ପ୍ରଚାର କରାଯାଉଛି। ଭ୍ୟାଟ ହ୍ରାସ ହୋଇଥିବା ରାଜ୍ୟରେ ପେଟ୍ରୋଲ ୮ରୁ ୧୦ ଟଙ୍କା ଶସ୍ତାରେ ମିଳୁଛି। ବିଶ୍ୱର ନ୍ୟ ରାଷ୍ଟ୍ରଗୁଡ଼ିକରେ ତୈଳ ଦାମ ୫୦ରୁ ଅଧିକ ପ୍ରତିଶତ ବଢ଼ିଛି। ହେଲେ ଭାରତରେ ସମ୍ଭବତଃ ଶାସ୍ତରେ ପେଟ୍ରୋଲ ମିଳୁଛି।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ...
16/12/2022

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି। ଅଢ଼େଇ ବର୍ଷ କରୋନା କାଳରେ ସମସ୍ତଙ୍କ ସ୍ମରଣଶକ୍ତି ଟିକିଏ କିମି ଯାଇଛି, ହେଲେ ଅନ୍ତର୍ଜାତୀୟ ସମୂହ ଭଲ ଭାବେ ଜାଣିଛନ୍ତି ଯେ, ଆତଙ୍କବାଦର ଉତ୍ପତ୍ତି ସ୍ଥଳ କେଉଁଠି ରହିଛି ବୋଲି ମିଳିତ ଜାତିସଂଘରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି।

ଏଥିସହ ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲଣ୍ଟନ ପାକିସ୍ତାନ ଉଦ୍ଦେଶ୍ୟରେ ଦେଇଥିବା ସାପ ମନ୍ତବ୍ୟକୁ ମଧ୍ୟ ଜୟଶଙ୍କର ଉଠାଇ ଇସଲାମାବାଦକୁ ଟାର୍ଗେଟ କରିଛନ୍ତି।

ପୂରା ବିଶ୍ୱ ସେମାନଙ୍କୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ବିଚାର କରୁଛି। ସେହି ଦୃଷ୍ଟି ବଦଳି ନାହିଁ। ମୁଁ ଜାଣିଛି ଆମେ ସମସ୍ତେ ଦୀର୍ଘ ଅଢ଼େଇ ବର୍ଷ ହେଲା କୋଭିଡ ସହ ଲଢ଼େଇ କରୁଥିଲେ। ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କ ମୁଣ୍ଡରେ ଥିବା ସ୍ମରଣ ଶକ୍ତି ସାମାନ୍ୟ ହ୍ରାସ ପାଇ ଯାଇଛି।

କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ, ବିଶ୍ୱ ସମୂହ ଆତଙ୍କବାଦ କେଉଁଠି ଆରମ୍ଭ ହେଉଛି, ସେକଥା ଭୁଲି ନାହିଁ। କେଉଁ ସ୍ଥାନରେ ସବୁ କିଛିର ଯୋଜନା ହେଉଛି, ସେକଥା ମଧ୍ୟ କେହି ଭୁଲି ନାହାନ୍ତି। ତେଣୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆକାଶରୁ କଥା ତୋଳି କିଛି କହିବା ଓ କଳ୍ପନା କରିବା ପୂର୍ବରୁ ସେମାନେ ପ୍ରଥମେ ନିଜ କଥା ବିଚାର କରନ୍ତୁ। ସେମାନଙ୍କ ସ୍ଥିତି କ’ଣ ସେମାନେ ନିଜେ ସମୀକ୍ଷା କରନ୍ତୁ।”

ନିକଟରେ ପାକିସ୍ତାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୀନା ରବ୍ବାନି ଖାର ଅଭିଯୋଗ କରିଥିଲେ ଯେ “ଭାରତ ଠାରୁ ଆତଙ୍କବାଦର ବ୍ୟବହାର ଆଉ କୌଣସି ଦେଶ ଭଲ ଭାବେ ବ୍ୟବହାର କରିବା ଜାଣିନାହାନ୍ତି।” ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବେଳେ ଜୟଶଙ୍କର କ୍ଲିଣ୍ଟନଙ୍କ ସାପ ମନ୍ତବ୍ୟ କଥା ଉଠାଇଛନ୍ତି।

କ୍ଲିଣ୍ଟନ ୨୦୧୧ରେ ତତ୍କାଳୀ ପାକ୍‌ ବୈଦେଶିକ ମନ୍ତ୍ରୀ ଖାରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ଆପଣ ନିଜ ବଗିଚାରେ ସାପ ରଖିବେ ଓ ଆଶା କରିବେ ଯେ ସେମାନେ କେବଳ ପଡ଼ୋଶୀଙ୍କୁ କାମୁଡ଼ନ୍ତୁ? ଆପଣଙ୍କର କିଛି କ୍ଷତି ନ କରନ୍ତୁ?

Address

M/67 Samanta Vihar, Near Kalinga Hospital Square
Bhubaneswar
751017

Opening Hours

Monday 9am - 6pm
Tuesday 9am - 6pm
Wednesday 9am - 6pm
Thursday 9am - 6pm
Friday 9am - 6pm
Saturday 9am - 6pm
Sunday 9am - 6pm

Alerts

Be the first to know and let us send you an email when Utkal Prahari posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal Prahari:

Share