Nineteen Lovers

Nineteen Lovers For some love is more than just being interested physically in someone, it's an emotional attachment

06/01/2026
12/05/2024

ଟିକେ ସମୟ ବାହାରକରି ନିଶ୍ଚୟ ପଢିବେ 🙏😍🥳🥳💞

ଆମେ ବୋଧେ ଶେଷ ପିଢ଼ି।
★ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ ।
★ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
★ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
★ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
★ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
*ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ----* ।ପିଲାଦିନର କଥା ହଠାତ ମନେ ପଡ଼ିଗଲା
୧)_ କାଠଡବା ବାଲା ଆଇସକ୍ରୀମ, ମୁଣ୍ଡରେ ନଡିଆ ଆଉ ବିସ୍କୁଟ । ( ସମସ୍ତ କୁହନ୍ତି ସେଥିରେ ପୋକ ଥାଏ , କିରୋସିନ ପକାଇଲେ ବାହାରେ । ମୋତେ କେବେ ମିଳିନି , ସତ କହିଲେ କେବେ ଖୋଜିନି )
୨)_ ସେ ସୁନପାମ୍ପଡି ବାଲା ଯେ ଖରାବେଳେ ଆସେ ବିକିବାକୁ , ତା ଡବା ଖଡଖଡ ରେ ଜମା ନିଦରେ ଶୋଇ ନଥିବା ଆମେ ଦୁଷ୍ଟ ପିଲାମାନେ ଉଠି ବାହାରକୁ ଦୌଡୁ !! ( ହଲଦିରାମ ର ସୁନୁ ପାମ୍ପୁଡିରେ ସେ ସ୍ବାଦ କାହିଁ ଯେ )
୩)_ ପାଞ୍ଚ ପଇସାର ସେ କମଳା ଚକଲେଟ୍ , ଯୋଉଟା ଦେଖିବାକୁ ବି କମଳା ପାଖୁଡା ପରି । 50ପଇସାରେ ଏତେ ମିଳୁଥିଲା ଯେ ଦାନ୍ତତଳେ ରଡ ରଡ ଶଦ୍ଦ କରେ ଅଣ୍ଟିରୁ ନସରିଲା ଯାଏଁ ( ତମ ଡାର୍କ ଚକଲେଟ୍ ରେ ସେ ମଜା କାହିଁ )
୪)_ କୋଡିଏ ପଇସାର ସେ ଖଟା ପ୍ୟାକେଟ୍ , ଗୋଟେ କିଣିବାକୁ ପୁରା 4/5 ଦିନ ପଇସା ସଞ୍ଚିବାକୁ ପଡୁଥିଲା । ସ୍ବାଦ ଆଉ ମହକରେ ଧରା ପଡି ଯାଉଥିଲେ ଅଙ୍କ ସାର ଙ୍କ ହାତରେ । ପରେ ପଛେ ମାଡ ହଉ । ଖଟା ତ ଖିଆ ହେଉଥିଲା ( ଏବେର ମଦର୍ସ ପିକିଲ୍ ରେ ସେ ସ୍ବାଦ, ମହକ କାହିଁ )
୫)_ ନଳୀ ପ୍ୟାକେଟ୍ ଗୋଟା ଦଶ ପଇସା । ପାଞ୍ଚ ଆଙ୍ଗୁଠି ରେ ପାଞ୍ଚଟି ଭର୍ତ୍ତି କରି ବେଳେବେଳେ ଆଙ୍ଗୁଠି ସହ ଚୋବେଇ ପକାଉଥିଲେ , ନୁହେଁ । ( ଏବେ ସେ ୱଫର, ଲେଜ , କୁରକୁରେ ରେ ସେ ମଜା କୋଉଠି )
ମନେପଡେ ପିଲାଦିନ...
ମନେ ପଡୁଛି :
୬. ସେ ପିଲାଦିନ କଥା,ଯେବେ ସାଙ୍ଗର କିଛି ଦରକାର ଥିଲେ,ସେ କହୁ କହୁ ନିଜ ଘରୁ କାହାକୁ ନ ପଚାରି ନେଇ ଯାଉଥିଲି, ମାତ୍ର ଏବେ ନିଜେ ରୋଜଗାର କରି ସେ କାମ କିଛି କରିବା ପାଇଁ ମନରେ କାହା ପ୍ରତି ଶଙ୍କା ରହୁଛି ।
୭. ମନେ ପଡେ ସେ କଥା ,ଯେବେ ଘରକୁ କେହି ଆସିବାର ଥିଲେ ସମସ୍ତେ ଖୁସୀ ହେଉଥିଲେ, ଏବେ କେହି ଆସିବାରର ଖବର ଶୁଣି କେହି ଜଣେ ପଚାରିଦେଉଛି କାହିଁକି ଆସୁଛି ? ପଚାରି ବୁଝ ।
୮. ମନେପଡେ ସେ କଥା,ଯେବେ କିଛି ଦରକାର ଥିଲେ ସାଙ୍ଗକୁ କହିଲେ ସାଙ୍ଗେ ସାଙ୍ଗେ ହୋଇଯାଉଥିଲା, ଏବେ କିଛି କହିଲେ ସେ ସାଙ୍ଗ କହୁଛି ମୁଁ ଏବେ ବହୁତ busy ଅଛି, ଆଉ କାହାକୁ କହି ଦେ ।
୯. ମନେ ପଡେ ସେ ପିଲାଦିନ ଯେବେ କେହି ଘରକୁ ଆସିଲେ ତାଳ ପତ୍ର ଭୋଗେଇ ଭିତରେ ଚିନି ଲଗା ଛେନାଗଜା ଗୋଟେ ମିଳିଲେ ଘଣ୍ଟାଏ ଲାଗେ ତାକୁ ଚାଟି ଚାଟି ଖାଇବାକୁ,ଏବେ ସେ ଜରିଡିବା ରସଗୋଲା ରେ ସେ ସ୍ୱାଦ କୋଉଠି ?
୧୦. ମନେ ପଡେ ପିଲାଦିନ ଯେବେ କେଉଁଠି ଅଷ୍ଟପ୍ରହରୀ ହେଲେ ସେ ଭାତ ଡାଲମାର ଲୋଭ ସମ୍ଭାଳି ହୁଏନାହିଁ, ବିନା ନିମନ୍ତ୍ରଣରେ ପଙ୍ଗତରେ ବସିଗଲେ ଖୁସୀ ଲାଗୁଥିଲା,ଏବେ କେଉଁଠି ଅଷ୍ଟପ୍ରହରୀ ରେ ନିମନ୍ତ୍ରଣ ପାଇ ମଧ୍ୟ ଯିବାପାଇଁ ମନ କୁନ୍ତୁ କୁନ୍ତୁ ଆଉ ତ ପିଲାଦିନ ଫେରିବ ନାହିଁ ତଥାପି ନୀରୋଳାରେ ସେହି ପୁରୁଣା ସ୍ମୃତି କୁ ସ୍ମରଣ କରି କିଛି ସମୟ ପାଇଁ ହୁଏତ ପିଲା ସାଜିବାକୁ ପଡ଼ିବ...?
୧୧. ମନେ ପଡ଼େ ସେ ପିଲାଦିନ ଚୁଟି କାଟିବାକୁ ଗଲେ ଆମଗ୍ରାମ ଛକ ରେ ବାରିକ ଦୋକାନ କୁ ,ମନେପଡେ ବାରିକ ତାର ମୁଷ୍ଟିମେୟ ଜଙ୍ଘ ଭିତରେ ମୁଣ୍ଡ କୁ ପୁରାଇ ପୁରା ବେଲା କଟ ଷ୍ଟାଇଲ ରେ , କାନ ମୁଣ୍ଡ ଝାଉଁ ଝାଉଁ ତୁମର ସେ ପାର୍ଲର ମଜା କେଉ ଠୁଁ ମିଳିବ....?

ତୁମର ଆଉ କିଛି କଥା ମନେପଡେ ସେୟାର କର କାରଣ ବହୁତ ଖୁସି ଲାଗେ ଅନୁଭବ କଲେ ଆଖି ରେ ଖୁସି ର ଲୁହ ଆସେ, ନିଜ ପିଲାମାନଙ୍କ ସହିତ କଥାବାର୍ତ୍ତା ରେ ଏମିତି କିଛି କଥା ସେୟାର କର କାରଣ ଅନ୍ୟ ମାନଙ୍କ ଠାରୁ ନିଜ କୁ ବେସି ଆନନ୍ଦ ଲାଗେ ।🙏🙏💐💐💖💕🥰💚💚💛💛

20/03/2024
25/11/2023

Tere khayalo me khoya rahunga tere liye har dard sahunga💕💕💕💕

One day ❣️
15/10/2023

One day ❣️

08/01/2023

😍😍😍

05/01/2023

Aaj unse milna hai hame💕

Address

Bhubaneswar

Website

Alerts

Be the first to know and let us send you an email when Nineteen Lovers posts news and promotions. Your email address will not be used for any other purpose, and you can unsubscribe at any time.

Share

Category