09/09/2026
#ଦୁଷ୍କର୍ମକାରୀ_ଙ୍କୁ_୨୦ବର୍ଷ_କାରାଦଣ୍ଡାଦେଶ_ପାଇଁ_ନିର୍ଦ୍ଦେଶ
୧୫ବର୍ଷୀୟ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ । ଅପହରଣ କରି ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କୀର୍ତ୍ତନପାଟିଆ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ସଂଗ୍ରାମ ମୁଣ୍ଡା। ୨୦୨୫ ମସିହା କଳିଙ୍ଗ ନଗର ଥାନା ଅଂଚଳରେ ୧୫ ବର୍ଷୀୟ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏ ନେଇ ପିଡିତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କଳିଙ୍ଗ ନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ସଂଗ୍ରାମ ଙ୍କୁ ପୋଲିସ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୨୧ଜଣ ସାକ୍ଷ ପ୍ରମାଣ ଓ ୧୩ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଳାସ ସେନାପତି । ଏହି ମାମଲା ଟିକୁ ସ୍ୱତନ୍ତ୍ର ସରକାରୀ ଓକିଲ ଶ୍ରୀନିବାସ ସାହୁ ପରିଚାଳନା କରିଥିଲେ। ଏ ନେଇ ଜିଲ୍ଲା ଆଭିଯୋଜନ ନିର୍ଦେଶାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ନିର୍ଦେଶିକା ଅଭିଯୋଜିକା ରଶ୍ମିତା ମହାପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦେଶିକା ପ୍ରତିମା ଓଝା, ସହକାରୀ ନିର୍ଦେଶକ ହିନ୍ଦୁ ହାଂସଦା ଉପସ୍ଥିତଥିଲେ।