Odisha Reporter

Odisha Reporter This is the official page of odishareporter.in, the biggest digital native Odia news portal. Under the dynamic leadership of Mrs.
(11)

Odishareporter.in is an initiative by Odisha Reporter to connect netizens to the latest information about Odisha and beyond. The site is also a gateway to the state and offers a wide spectrum of subjects such as History, Demography, Art and Culture, Tourist places, Festivals, Eminent sons of soil and so on. Odisha Reporter is the pioneering media venture that boasts of redefining media viewing in

Odisha. An undisputed market leader with five very popular channels (OTV, Tarang, Tarang Music, Prarthana and Alankar) in its bouquet; the group is more than a household name in the state. OTV, its flagship brand, is known for its free, fair and unbiased news reporting. The channel is respected for its integrity and commitment to set and practice enviable standards of journalism. Jagi Mangat Panda, Odisha Television is making rapid strides as a highly successful media venture in the state and beyond.

09/08/2026

#ରାଜଧାନୀରେ_କୋଟିଏ_ଟଙ୍କାର_ଟ୍ରକ_ଚୋରି
ମାତିଛନ୍ତି ଚୋର... ରାସ୍ତା କଡରୁ ଉଠାଇ ନେଉଛନ୍ତି ଗାଡି । କିନ୍ତୁ ଥରେ ନଜର ପକାନ୍ତୁ ଏହି 18 ଚକିଆ ଟ୍ରକ ଉପରେ । ଆପଣ ଭାବୁଥିବେ , ଏତେ ବଡ ଗାଡି କଣ ଚୋରି ହୋଇଯିବ । କିନ୍ତୁ ହଁ ରାସ୍ତାରେ ଗାଡି ରଖି ଆପଣ ନିଘୋଡ ନିଦରେ ଶୋଇଥିବେ । ସେପଟେ ଗାଡି ଧରି ଚୋର ଚମ୍ପଟ ମାରି ଛୁ । ଏମିତି ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ ।

09/08/2026

#ଡ୍ରାଇଭର_ମଦ_ପିଇ_ଚଢେଇ_ଦେଲା
ବାଇକ୍ ଉପରେ ଚଢ଼ିଗଲା ବସ୍ । ଭୁବନେଶ୍ବର ପିଏମଜି ଛକରେ ଭୟଙ୍କର ଦୁର୍ଘଟଣା। ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଏକ ଟୁରିଷ୍ଟ୍ ବସ୍ ଚଢିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ । ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

09/08/2026

#ଆମ୍ବୁଲାନ୍ସ_ଧକ୍କାରେ_ଚାଷୀ_ମୃତ
ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ନିକଟ ବିଜୁ ଏକ୍ସପ୍ରେସ ରାସ୍ତା ନିକଟରେ ଆମ୍ବୁଲାନ୍ସ ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଯାଇଛି l ମୃତକ ଜଣଙ୍କ ହେଉଛନ୍ତି, ଡଙ୍ଗର ଗାଁର ଭରତ ପାତ୍ର l ଆଜି ସକାଳୁ ଦୁଇଟି ବଳଦକୁ ନେଇ ବିଲକୁ ଯାଉଥିବା ବେଳେ, ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଭରତ ପାତ୍ରଙ୍କ ମୃତ ହୋଇଥିଲା l ଏପଟେ ଆମ୍ବୁଲାନ୍ସ ଗାଡ଼ିକୁ ଛାଡି ଡ୍ରାଇଭର ଫେରାର ହୋଇଛି l ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ତଦନ୍ତ କରିଛି l ମୃତକଙ୍କ ପରିବାରକୁ କ୍ଷତି ପୂରଣ ପାଇଁ ଦାବି ହୋଇଛି l

09/08/2026

#ବିଲ_ଭିତରକୁ_ମାଡି_ଆସିଲା_କାର୍
କୋରାପୁଟ ଜିଲ୍ଲା ଲମତାପୁଟର ଗୁନେଇପଡା ନିକଟରେ ଓଲଟିଲା କାର। ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକ ଗୁରୁତରେ। କାରରେ ଥିବା ପର୍ଯ୍ୟଟକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ବାରିଗୁମ୍ମା ଅଞ୍ଚଳରୁ ଚାରିଜଣ ପର୍ଯ୍ୟଟକ ଡୁଡୁମା ଜଳପ୍ରପାତ ବୁଲି ଫେରୁଥିବା ସମୟରେ, ଗୁନେଇପଡା ନିକଟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସମୟରେ ପାଖ ଚାଷଜମିରେ କାମ କରୁଥିବା ବାଇରପଡା ଗ୍ରାମର ରାଇ ବଡ଼ନାୟକ ନାମକ ମହିଳା ଶ୍ରମିକଙ୍କୁ କାର ଧକ୍କା ଦେଇଥିଲା । ଫଳରେ ଗୁରୁତର ଆହତ ହୋଇଥିଲେ ମହିଳା ଜଣକ । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗୁରୁତର ମହିଳାଙ୍କୁ ପରେ ଅଧିକ ଚିକିତ୍ସା ପାଇଁ ଜୟପୁର ପଠାଯାଇଛି। ଖବର ପାଇ ମାଛକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

09/08/2026

#ଶୋଇଥିବା_ବେଳେ_କାନ୍ଥ_ଭୁଶୁଡିଲା
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମରେ ଅଘଟଣ । ଘରେ ଶୋଇଥିବା ବେଳେ, ଭୁଶୁଡିଲା ଘରର ଛାତ । ଅଳ୍ପକେ ବର୍ତ୍ତିଲେ ପରିବାର। ଗାଁର ଏଲ. ଜୟନ୍ତୀଙ୍କ ଘର ଛାତ ଭୁଶୁଡି ପଡିଛି । ଗତ ଦୁଇ ସପ୍ତାହ ଧରି ଅଞ୍ଚଳରେ ବର୍ଷା ଲାଗି ରହିଛି । ରାତିରେ ବର୍ଷା ସମୟରେ ଜୟନ୍ତୀ ଘରେ ଶୋଇଥିବା ବେଳେ, ହଠାତ ଭିତର ଘରର ଛାତ ଭୁଶୁଡି ପଡିଥିଲା। ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚ୍ ଜୟନ୍ତୀଙ୍କୁ ଘର ଭିତରୁ ବାହାରକୁ ଆଣିଥିଲେ। ଆଉ ବର୍ତ୍ତମାନ ଜୟନ୍ତୀ ବାସହରା ହୋଇ ପଡିଛନ୍ତି ।

09/08/2026

#ଜୋର_ଧରିଲାଣି_ଦାବି_ଗଣ୍ଡଙ୍କୁ_କେବେ_ମିଳିବ_ଦଣ୍ଡ?
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସବୁ ଆଡୁ ସଣ୍ଡୁଆସି ଆକ୍ରମଣ । ଗଣ୍ଡ ତମେ ଇସ୍ତଫା ଦିଅ ନାରାକୁ ନେଇ ରବିବାର କମ୍ପିଥିଲା ଲୋୟର ପିଏମଜି । ଗତ ଦୁଇ ଦିନ ହେଲା ଛାତ୍ର କଂଗ୍ରେସ ପକ୍ଷରୁ ଅହୋରାତ୍ର ଧାରଣା ଦିଆଯାଇଥିଲା । ବିହି ବିଭ୍ରାଟ ପାଇଁ ଗଣଶିକ୍ଷାମନ୍ତ୍ରୀ ଉତ୍ତର ଦାୟୀତ୍ବ ନିଅନ୍ତୁ । ଆଉ ନିଜ ପଦକୁ ଇସ୍ତଫା ଦିନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ଯାହାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ମଧ୍ୟ କରାଯାଇଥିଲା । ପୁଲିସ ସହ ଧସ୍ତା ଧସ୍ତି ହେବା ପରେ ଗିରଫ ହୋଇଥିଲେ ଛାତ୍ର କଂଗ୍ରେସ ସଭାପତି ଓ କର୍ମୀ । କେବଳ ଗଣଶିକ୍ଷା ମନ୍ତ୍ରୀ ନୁହଁନ୍ତି 3 ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ କରି ପାରୁନଥିବାରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ବି ଇସ୍ତଫା ଦେବାର ଆବଶ୍ୟକ ଅଛି ବୋଲି କହିଛି କଂଗ୍ରେସ ।

09/08/2026

#ବଜ୍ରପାତରେ_ମହିଳାଙ୍କ_ମୃତ୍ୟୁ
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗ୍ରାମ ନିକଟରେ, ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି । ମୃତକ ହେଲେ ତଣ୍ଡିପୁର ଗାଁର ଭାସ୍କର ସେଠୀଙ୍କ ପତ୍ନୀ କୁନ୍ତୀ ସେଠୀ । କୁନ୍ତୀ ସେଠୀ ଓ ସେହି ଗ୍ରାମର ଝୁଲଣ ବେହେରା ସମେତ କିଛି ମହିଳା ଧାନରୁଆ କାମ ପାଇଁ ଗ୍ରାମ ନିକଟସ୍ଥ ପଡ଼ିଆଭଙ୍ଗା ଜମିକୁ ଯାଇଥିଲେ। ହେଲେ ଅପରାହ୍ନରେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ, ଉଭୟେ ଏହାର ଶିକାର ହୋଇଥିଲେ। ବଜ୍ରପାତରେ କୁନ୍ତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଝୁଲଣ ଆହତ ହୋଇଥିଲେ।

09/08/2026

ଆହା କି ସୁନ୍ଦର ଦୃଶ୍ୟ ....

09/08/2026

#କାହାକୁ_ଶୁଭେନି_ଦେହଜୀବୀର_ଚିତ୍କାର
ଆଖିରେ କଜଳ ଆଉ ଓଠରେ ଲାଲ ରଙ୍ଗ ଲିପଷ୍ଟିକ୍ …. ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସେ ହସମିଶା ଚାହାଣୀ। ଆମେ କହୁଛୁ, ରେଡ୍ ଲାଇଟ୍ ଏରିଆର ସେହି ରାଣୀଙ୍କ କାହାଣୀ । କାହିଁକି ବାଟ ହୁଡ଼ି ପର ପୁରୁଷ ପାଖରେ ଦେହରେ ବିକ୍ରି କରେ ? ଅନ୍ଧାରି ଇଲାକାର ସେହି ଅନ୍ଧାରି ଗଳିରେ ପାଦ ରଖିବାକୁ ପରିସ୍ଥିତି ବାଧ୍ୟ କଲା ନା ଖୁସିରେ ଆପଣାଇନେଲେ ଏ ପନ୍ଥା ?

09/08/2026

#ଅମିତାଭ_ବଚ୍ଚନଙ୍କ_ପ୍ରଶ୍ନର_ଉତ୍ତର_ଦେବେ_ଆଦିବାସୀ_ଝିଅ
ଦୁର୍ଗମ ଜଙ୍ଗଲରୁ ସିଧା କୌନ୍ ବନେଗା କରୋଡପତିର ମଞ୍ଚ। ମାଲକାନଗିରିର ଜଣେ ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଦେଶର ଦଶ ଜଣଙ୍କ ମଧ୍ୟରେ ଓଡ଼ିଶାର ଏକମାତ୍ର ଆଦିବାସୀ ଝିଅ ଭାବେ KBCରେ ପହଞ୍ଚିଥିଲେ ଜୟନ୍ତି। ଆଦିବାସୀଙ୍କ ସମସ୍ୟାକୁ ନେଇ ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ସାମାଜିକ କାର୍ଯ୍ୟ କରିଆସୁଥିବା ଜୟନ୍ତିଙ୍କ ସ୍ୱପ୍ନ ଥିଲା KBC ହଟ୍ ସିଟ୍‌ରେ ବସିବା। ସ୍ୱପ୍ନର ଖୁବ୍ ନିକଟରେ ପହଞ୍ଚି ବି ଶେଷ ପାହାଚରେ ଅଟକିଗଲେ। ହେଲେ ହାରିନାହାନ୍ତି ଜୟନ୍ତି।

Address

Plot No/N/28-30/1 Chandadaka Industrial Estate
Bhubaneswar
751024

Alerts

Be the first to know and let us send you an email when Odisha Reporter posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Reporter:

Shortcuts

Share