23/10/2025
*ଖବର ଆଜିର, ୨୩ ଅକ୍ଟୋବର, ଗୁରୁବାର*
=======================
ତିଆରି ହେଲା ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ ହେବ।
ପଢିବାକୁ ପିଲାଙ୍କ ଆଗ୍ରହ ନାହିଁ। ଯୁକ୍ତଦୁଇରେ ଖାଲି ପଡିଛି ୧.୮୧ ଲକ୍ଷ ଆସନ। ବଢୁଛି ସ୍କୁଲ କଲେଜ ସଂଖ୍ୟା, କିନ୍ତୁ ନାହାନ୍ତି ପିଲା
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଲା। ୫ ନାମାଙ୍କନ ନାକଚ, ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଶିକ୍ଷାର ମାନ କମୁଛି। ବିଏଡ୍ ର ଚାରିଟି ସେମିଷ୍ଟରକୁ ୧୦ ମାସରେ ସାରୁଛନ୍ତି ଆନ୍ଧ୍ରର ବିଶ୍ବବିଦ୍ଯାଳୟ ।
ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ପାଇଁ ଗାଇଡ୍ ଲାଇନ୍ ଆସିଲା। ପ୍ରଶ୍ନ ପତ୍ର ପଠାଇବା ଦାୟିତ୍ବ ଓସେପାର। ସ୍ଥାନୀୟ ସୁରକ୍ଷା ଦେବେ ବ୍ଲକ ଶିକ୍ଷା ଅଧିକାରୀ।
ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି ମାମଲାରେ ଓଡିଶା ପୋଲିସର ତଦନ୍ତରେ ସନ୍ତୁଷ୍ଟ ହେଲେନି ମୁଖ୍ୟମନ୍ତ୍ରୀ ମାଝୀ। ସି.ବି.ଆଇ ତଦନ୍ତ ପାଇଁ ନିଷ୍ପତ୍ତି।
ବ୍ରହ୍ମପୁର ଆଇନଜୀବୀ ଓ ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ।
କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ରେଂଜରେ ବାଘ ଆତଙ୍କ। ସତର୍କ ରହିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଗଲା
ଜଗତସିଂହପୁର ପାଇକା ନଦୀରେ ଭାସିଗଲେ ତିନି ଜଣସାଙ୍ଗ, ଜଣେ ମୃତ, ଦୁଇ ନିଖୋଜ।
ଭୁବନେଶ୍ୱର ଦାରୁଠେଙ୍ଗ ପାଖରେ ୨୧ ଟିକିଆ ହାତୀପଲଙ୍କ ପ୍ରବେଶ। ବିଲରେ ପଶି ଧାନ ଫସଲ ନଷ୍ଟ କଲେ।
ଭୁବନେଶ୍ୱର ୟୁନିଟ ୧ ପରିବା ମାର୍କେଟରେ ଲାଗିଗଲା ନିଆଁ। ଜଳିଗଲା ଚାଳିଶି ଦୋକାନ।
ବାଲେଶ୍ବର କଲେଜ ଝିଅ ସୈାମ୍ୟଶ୍ରୀ ଆତ୍ମହୁତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା
ଭୁବନେଶ୍ୱରରେ ମହିଳା ସବ ଇନ୍ସପେକ୍ଟରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାହା ହେଲେନାହିଁ ଥାନା ଇନଚାର୍ଜ। ଦୁଷ୍କର୍ମ ଅଭିଯୋଗରେ ଗିରଫ
ଖବର ପ୍ରସାରଣ ନେଇ ଭୁବନେଶ୍ବର ୟୁନିଟ୍-୧ ହାଟରେ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଦୋକାନୀ ସମୂହ
ରାୟଗଡ଼ା ଜିଲ୍ଲା ଗୁଣପୁରରେ ଗାର୍ମେଣ୍ଟ ଦୋକାନରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି
ସୁନ୍ଦରଗଡ଼ ହେମଗିର ଓ ଲେଫ୍ରିପଡ଼ା ଅଞ୍ଚଳର ଜୀବନ ବସୁନ୍ଧରା ନଦୀ ଖଣିରେ ଲୁପ୍ତ। ଚତୁର୍ଧାରା ଓ ଇଚ୍ଛା ନଦୀ ଏବେ ଲିଭିବାକୁ ବସିଲେଣି
ଖୋର୍ଦ୍ଧା ଜଙ୍କିଆ ଅଂଚଳରେ ଇଡକୋକୁ ଜମି ହସ୍ତାନ୍ତରକୁ ବିରୋଧ କରି ପ୍ରଶାସନକୁ ଭେଟିଲେ ଗ୍ରାମବାସୀ
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅକ୍ଟୋବର ୩୦ ଏବଂ ୩୧ ତାରିଖରେ ମେଗା ଚାଉଳ ସମ୍ମିଳନୀରେ ଭାଗ ନେବ ଓଡିଶା
ତୀର୍ଥଯାତ୍ରାରେ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ଚକ କେରଳର ଏକ ଲ୍ୟାଣ୍ଡିଂ ପ୍ୟାଡରେ ଫସିଗଲା। ସୁରକ୍ଷାରେ ତ୍ରୁଟି
ଅଧା ବାଟରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଫେରିଲା। ପୁଣି ଦେଖାଗଲା ସମସ୍ୟା
ଆଜି ଦ୍ଵିତୀୟ ଦିନିକିଆ କ୍ରିକେଟ। ଏଥର ହାରିଲେ ହାତରୁ ସିରିଜ ଖସିଯିବ
ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି କର ବା ମର ସ୍ଥିତିରେ ଭାରତ- ନିଉଜିଲାଣ୍ଡ।
ଲୋକପାଳଙ୍କ ସାତ ସଦସ୍ୟଙ୍କ ପାଇଁ ପାଞ୍ଚ କୋଟିର ସାତଟି ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିବା ପାଇଁ ଟେଣ୍ଡର କରି, ସମାଲୋଚିତ ହେଉଛନ୍ତି ଲୋକପାଳ
ସରକାର କରିବେ ‘ଧରତୀ ମାତା ବଞ୍ଚାଓ’ ଅଭିଯାନ, ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ମିଳିବ ପ୍ରୋତ୍ସାହନ।
ଆଗାମୀ ଦିନରେ ଫ୍ୟୁଚର୍ସ ବଜାରରେ ସୁନା ଦର ୧.୧୫ ଲକ୍ଷ ଟଙ୍କାରୁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିପାରେ, କହିଲେ ବିଶେଷଜ୍ଞ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ଖସିଲା। କିନ୍ତୁ ଭାରତରେ ତେଲ ଦର କମିବ ନାହିଁ
ମୋବାଇଲରେ ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ
ଗତବର୍ଷ ଏଇ ସମୟରେ, ବମ୍ବେ ହାଇକୋର୍ଟ କହିଲେ, ଏକରୁ ଅଧିକ ବିବାହ ପଞ୍ଜିକରଣ କରିପାରିବେ ମୁସଲମାନ ପୁରୁଷ
=======================
ଆଜି ଅନ୍ତର୍ଜାତୀୟ ମୋଲ ଦିବସ
ଆଜି ଭାଇଦୁଜ ଉତ୍ସବ
ଆଜି ଜନ୍ମଦିନ: ପେଲେ (ଫୁଟବଲ), ବାରୋନ ହିଲଟନ, ଭୈରୋ ସିଂ ଶେଖାୱତ, ସୁନୀଲ ମିତ୍ତଲ, ଦେବେନ ବର୍ମା, ଶଫି ଇନାମଦାର, ମଲାଇକା ଅରୋରା, ମିସ ଇଣ୍ଡିଆ ଶିଖା ସ୍ୱରୂପ, ପ୍ରଭାସ (ବାହୁବଳୀ), ପିନାକୀ ମିଶ୍ର
ଆଜି ତିରୋଧାନ: ବିଶନ ସିଂ ବେଦୀ (କ୍ରିକେଟ), ମୀନୁ ମମତାଜ, ପରମବୀର ଚକ୍ର ଯୋଗୀନ୍ଦର ସିଂ
ଇତିହାସରେ ଆଜି: (୧୭୬୪) ବକ୍ସର ଯୁଦ୍ଧରେ ମୀର କାଶିମ ପରାସ୍ତ ହେଲା/ (୧୯୧୫) ଆମେରିକାରେ ଭୋଟଦାନ ଅଧିକାର ପାଇଁ ମହିଳାଙ୍କ ବିଦ୍ରୋହ/ (୧୯୪୩) ସୁଭାଷ ବୋଷଙ୍କ ଦ୍ୱାରା ସିଙ୍ଗାପୁରରେ ଝାନସୀ ରାଣୀ ମହିଳା ସେନାଙ୍କ ତାଲିମ ଆରମ୍ଭ/ (୧୯୮୯) ହଙ୍ଗେରୀ ରେ ଗଣତନ୍ତ୍ର ଘୋଷଣା/ (୨୦୦୧) ଆପଲ କମ୍ପାନୀ ଦ୍ୱାରା ଆଇପଡ଼ ପ୍ରସ୍ତୁତ
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
Mera Channel OTT
ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12