Soumya Ranjan Patnaik

Soumya Ranjan Patnaik ପାର୍ଟି ବଡ଼ ନୁହେଁ ମାଟି ବଡ଼ ।
ଆସନ୍ତୁ ଆମେ ସମସ୍ତେ ମାଟି ମନସ୍କ ହେବା ।

ଗତକାଲି ଲଗାଣ ବର୍ଷା ସତ୍ବେ ଯେଉଁ ବନ୍ଧୁମାନେ ‘ଆମ ଓଡ଼ିଶାର ପ୍ରତିଷ୍ଠା ଦିବସ’ରେ ଯୋଗଦେଇ ଆମକୁ ଉତ୍ସାହିତ କଲେ ସେମାନଙ୍କୁ କେଉଁ ଭାଷାରେ କୃତଜ...
26/07/2025

ଗତକାଲି ଲଗାଣ ବର୍ଷା ସତ୍ବେ ଯେଉଁ ବନ୍ଧୁମାନେ ‘ଆମ ଓଡ଼ିଶାର ପ୍ରତିଷ୍ଠା ଦିବସ’ରେ ଯୋଗଦେଇ ଆମକୁ ଉତ୍ସାହିତ କଲେ ସେମାନଙ୍କୁ କେଉଁ ଭାଷାରେ କୃତଜ୍ଞତା ଜଣାଇବି, ମୁଁ ଜାଣି ପାରୁ ନାହିଁ। ସତୀ ସୀତା ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରି, ସେମାନେ ବର୍ଷାର ଏ ପରୀକ୍ଷାରେ ଅତ୍ୟନ୍ତ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି କହିବି। ପ୍ରତିକୂଳ ପରିବେଶକୁ ସାହସର ସହିତ ମୁକାବିଲା କରିବା ଭଲ ମଣିଷର ଅସଲ ପରିଚୟ। ଗତକାଲିର ବନ୍ଧୁମାନେ ନିଜେ ଉପସ୍ଥିତ ରହି ‘ଆମ ଓଡ଼ିଶା’ ପ୍ରତି ଯେଉଁ ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି ଆମେ ସେଥି ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିବୁ।
ଏ ଅବସରରେ 'ଆମ ଓଡ଼ିଶାର ନବକଳେବର'ର ବାର୍ତ୍ତା ବହନ କରି ଉନ୍ମୋଚିତ ହୋଇଥିବା ‘ଆମ ଓଡ଼ିଶା’ ସାପ୍ତାହିକକୁ ସ୍ବାଗତ କରି ଅନେକ ବନ୍ଧୁଙ୍କର ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା ପାଇଛି। ‘ସମ୍ବାଦ’ର ସମ୍ପାଦନା ଦାୟିତ୍ବରୁ ଅବ୍ୟାହତି ନେଇ ଏଇ ଛୋଟିଆ ପତ୍ରିକାର ସମ୍ପାଦନା ଦାୟିତ୍ବ ମୋତେ ଅତ୍ୟନ୍ତ ଆତ୍ମ-ସଚେତନ କରିଦେଇଛି। ୫୦ ବର୍ଷର ବୃତ୍ତିଗତ ଜୀବନରେ ଦୁଇଟି ଅବ୍ୟାହତିର ଅନୁଭବ ହୋଇଛି। ପ୍ରଥମଟି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଅଧ୍ୟାପନା ବୃତ୍ତିରୁ ଅବ୍ୟାହତି ନେଇ ଖବରକାଗଜ ଶିଳ୍ପରେ ପ୍ରବେଶ । ତାହା ଅତ୍ୟନ୍ତ ମଧୁର, ଆହ୍ବାନପୂର୍ଣ୍ଣ ଓ ଆନନ୍ଦଦାୟକ ଥିଲା। ଅନ୍ୟଟି ‘ସମ୍ବାଦ’ର ସମ୍ପାଦକ ଦାୟିତ୍ବରୁ ଅବ୍ୟାହତି । ଏହା ଅତ୍ୟନ୍ତ ତିକ୍ତ ଓ ଦୁଃଖଦାୟକ ଥିଲା। ମୋ ଜୀବନର ଏହା ଏକ ଅଭୁଲା, ଅଲିଭା, କଳାଦାଗ ହୋଇ ରହିବ। ‘ଆମ ଓଡ଼ିଶା’ର ଏଇ ନୂତନ ଦାୟିତ୍ବ କେତେ ପରିମାଣରେ ଏ ଦୁଃଖକୁ ଲାଘବ କରିପାରିବ ତାହା ‘ଆମ ଓଡ଼ିଶା’ ପରିବାରର ସଦସ୍ୟମାନଙ୍କ ଉପରେ ନିର୍ଭର କରୁଛି।
ଆସନ୍ତୁ ଆମ ସମୟର ‘ସର୍ବ ବୃହତ୍‌ ଓଡ଼ିଆ ପରିବାର’ରେ ଯୋଗଦେବା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ କାମନାକରି ଓଡ଼ିଆ ‘ଅସ୍ମିତା’ର ଜୟଗାନ କରିବା !

ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏ଆଜି ଦିନଟି ମୋ ପାଇଁ ଅନେକ ଦୃଷ୍ଟିରୁ ଉତ୍ସାହଜନକ ଥିଲା। ଆଜି ହନୁମାନଙ୍କର ଜନ୍ମଦିନ ହୋଇ...
14/04/2025

ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏

ଆଜି ଦିନଟି ମୋ ପାଇଁ ଅନେକ ଦୃଷ୍ଟିରୁ ଉତ୍ସାହଜନକ ଥିଲା। ଆଜି ହନୁମାନଙ୍କର ଜନ୍ମଦିନ ହୋଇଥିବା ବେଳେ 'ସମ୍ବାଦ' ପରିସରରେ ଥିବା ହନୁମାନ ମନ୍ଦିରର ମଧ୍ୟ ପ୍ରତିଷ୍ଠା ଦିବସ ଥିଲା। ପୁଣି ଆଜି ମଧ୍ୟ ଡ. ବାବାସାହେବ ଆମ୍ବେଦକରଙ୍କର ଜନ୍ମଦିନ ଥିଲା। ସବୁ ବର୍ଷ ପରି ଦିନର ପ୍ରଥମାର୍ଦ୍ଧଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ କଟିଲା। ଅପରାହ୍ମରେ ଡେରାବିଶ ବ୍ଲକର ହଳଦିଆ ପାଟଣାଠାରେ 'ଡ. ଆମ୍ବେଦକର ଯୁବକ ସଂଘ-ପାଠାଗାର' ଆନୁକୁଲ୍ୟରେ ଅନୁଷ୍ଠିତ ଏକ ସମାରୋହରେ ଡ. ଆମ୍ବେଦକରଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ଗୌରବ ମିଳିଲା। ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ, ଉତ୍ସାହୀ ବନ୍ଧୁମାନଙ୍କ ଉଦ୍ୟମରେ ଆୟୋଜିତ ସଭାରେ ମହିଳାମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ମୋତେ ପ୍ରଭାବିତ କରିଥିଲା। 'ମୂର୍ତ୍ତି ବଡ଼ ନୁହେଁ କୀର୍ତ୍ତି' - ଆମ୍ବେଦକରଙ୍କର ମୂର୍ତ୍ତିଟି ତାଙ୍କ କୀର୍ତ୍ତିକୁ ମନେପକାଇ ଆମ ଯୁବକମାନଙ୍କୁ ସଚେତନ କରାଇ ପାରିଲେ ଏ ସମାରୋହ ସାର୍ଥକ ହେବ। ଆମ୍ବେଦକର କୌଣସି ପ୍ରକାର ସୁବିଧା, ସୁଯୋଗ କିମ୍ବା ଆଶୀର୍ବାଦ ନ ପାଇ ସ୍ରୋତର ପ୍ରତିକୂଳରେ ଯାଇ ସଫଳତାର ଶୀର୍ଷତମ ସୋପାନରେ ପହଞ୍ଚି ପାରିଥିଲେ। ଆମ ଯୁବକମାନେ ଏପରି ଆହ୍ବାନକୁ ଗ୍ରହଣ କରିବା ପାଇଁ ସଂକଳ୍ପ ନେବେ ବୋଲି ମୁଁ ଆଶା କରୁଛି। 🙏

ଦୀର୍ଘ ଏକସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି। ଏହି କେତେଦିନ ଧରି ଓଡ଼ି...
06/04/2025

ଦୀର୍ଘ ଏକସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି। ଏହି କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ। ବିଶେଷକରି ନବୀନବାବୁଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି। ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା' ହେଲା "ବେଇମାନ୍"। ଆଜି 'Waqf Bills' ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ'ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, "ଚୁପ୍ ସୈତାନ୍" ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।
ଦିନ ଥିଲା, ନବୀନବାବୁଙ୍କୁ ଓଡ଼ିଆମାନଙ୍କର 'ହୃଦୟ ସମ୍ରାଟ' ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ। ନବୀନବାବୁ ଏହାକୁ ନେଇ କ'ଣ ଭାବୁଥିଲେ ଜଣା ନାହିଁ। କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ। ପିତାଙ୍କ ନାମରେ ଗଢ଼ିଥିବା ‘'ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ" ବୋଲି ସମସ୍ତେ କହୁଥିଲେ। ଆଜି କ'ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି ! ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି; ପୁଣି ଶେଷରେ ବିବେକ କଥା କହିଛନ୍ତି !
ଦଳର ବିବେକ କ'ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ। ବିଭିନ୍ନଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ। ଇଂରାଜୀରେ କଥା ଅଛି- "Better late than never"। ଏବେବି ସମୟ ଅଛି, ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକା ନ ଦିଅନ୍ତୁ। ମଣିଷ ମାତ୍ରେ ଭୁଲ୍ କରେ। ଭୁଲ୍‌କୁ ସ୍ବୀକାର କରି ଆଗେଇଯିବା ସୁପୁରୁଷର ଲକ୍ଷଣ। କିନ୍ତୁ ଭୁଲ୍‌କୁ ଜାଣିଶୁଣି ଠିକ୍ ବୋଲି ପ୍ରମାଣିତ କରିବାପାଇଁ ବାହାସ୍ଫୋଟ ମାରୁଥିବା ନେତାମାନେ ଜାଣିବା ଦରକାର ଯେ ଏହା କାପୁରୁଷର ଲକ୍ଷଣ। ଆଜି ନହେଲେ ବି କାଲି, ଈଶ୍ୱର ଏଥିପାଇଁ ଉଚିତ ନ୍ୟାୟ କରିବେ।🙏

୨୦୨୫ର ଉତ୍କଳ ଦିବସ ପାଳନର ଅନୁଭବ ମୋ ପାଇଁ ଅନ୍ୟ ବର୍ଷଗୁଡ଼ିକଠାରୁ ଭିନ୍ନ ଥିଲା। ଏ ବର୍ଷ ମୋତେ ମୋର ପୁରାତନ ଶିକ୍ଷାନୁଷ୍ଠାନ ବନାରସ ହିନ୍ଦୁ ବ...
01/04/2025

୨୦୨୫ର ଉତ୍କଳ ଦିବସ ପାଳନର ଅନୁଭବ ମୋ ପାଇଁ ଅନ୍ୟ ବର୍ଷଗୁଡ଼ିକଠାରୁ ଭିନ୍ନ ଥିଲା। ଏ ବର୍ଷ ମୋତେ ମୋର ପୁରାତନ ଶିକ୍ଷାନୁଷ୍ଠାନ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ତରଫରୁ ଏକ ବିଶେଷ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିଲା। ଯେ କୌଣସି ଛାତ୍ର ପାଇଁ ତା'ର ପୁରାତନ ଶିକ୍ଷାନୁଷ୍ଠାନ ସ୍ଵତନ୍ତ୍ର ମହତ୍ତ୍ଵ ରଖେ। ଦୀର୍ଘବର୍ଷର ବ୍ୟବଧାନରେ ମୁଁ ଏଠାକୁ ଆସିପାରିଥିବାରୁ ବିଶେଷ ଆନନ୍ଦିତ ହୋଇଥିଲି। ଏହା ଓଡ଼ିଶା ପ୍ରଦେଶର ଜନ୍ମଦିନ ଅବସରରେ 'କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର'ର ଶୁଭ ଉନ୍ମୋଚନର ଅବସର ହୋଇଥିବାରୁ ମୋର ଆନନ୍ଦ ଓ ଉତ୍ସାହ ଦ୍ଵିଗୁଣିତ ହେଲା।
ଓଡ଼ିଶା ସରକାର ଦେଇଥିବା ଅନୁଦାନକୁ ବିନିଯୋଗ କରି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଢଙ୍ଗରେ ଏହି ଚେୟାରର ଉଦ୍ଦେଶ୍ୟ ପୂରଣ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେଲା। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଏହି ଉଦ୍ୟମକୁ ମୁଁ ପ୍ରଶଂସା ନ କରି ରହି ପାରୁନାହିଁ। ପୁଣି ଏହା ଉତ୍କଳ ଦିବସ ଅବସରରେ ହୋଇଥିବାରୁ ଉଦ୍ୟୋକ୍ତା ବନ୍ଧୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି।🙏

Address

B-27, Industrial Estate, Rasulgarh
Bhubaneswar
751010

Alerts

Be the first to know and let us send you an email when Soumya Ranjan Patnaik posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Soumya Ranjan Patnaik:

Share