05/09/2026
#ବିଜେପିର_ପରିବର୍ଦ୍ଧିତ_କାର୍ଯ୍ୟକାରିଣୀ_ବୈଠକ
ଭାରତୀୟ ଜନତା ପାର୍ଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି କଟକ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ସାଂଗଠନିକ ସୁଦୃଢ଼ତା, ଆଗାମୀ କାର୍ଯ୍ୟପନ୍ଥା, ଜନସମ୍ପର୍କ ଏବଂ ଓଡ଼ିଶାର ବିକାଶକୁ ନେଇ ବିସ୍ତୃତ ଆଲୋଚନା ହେବ।
ବୈଠକକୁ ନେଇ ଦଳୀୟ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଏହି ଅବସରରେ ରାଜ୍ୟ ଉପସଭାପତି ଡଃ ଯତୀନ ମହାନ୍ତିଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାରେ ନୂତନ ଉତ୍ସାହ ଯୋଗାଇବ।
ସଂଗଠନ ଶକ୍ତିଶାଳୀ ହେଲେ, ଜନସେବା ଆହୁରି ଶକ୍ତିଶାଳୀ ହେବ।
ସୁଶାସନ, ବିକାଶ ଓ ଜନକଲ୍ୟାଣର ସଂକଳ୍ପ ସହ ଆଗକୁ ବଢ଼ିବ ବିଜେପି ।