Mo lekha, Mo katha.

Mo lekha, Mo katha. Just to spread my word among all ma frnds

ଗ୍ରୀଷ୍ମ ର ଜ୍ଵାଳା ରେ, ଦେହ ଖୋଜେ ଆଜି ଶୀତଳ ସମୀର ଛୁଆଁ,ମନ ର ଚିତ୍କାର, ଚର୍ମର ଗହ୍ୱର, ଉଚ୍ଛନ୍ନ ହୁଏ ସତେକି ଆହା,ଆସ ତୁମେ ମେଘ ରାଜା ନେଇ ତ...
19/06/2026

ଗ୍ରୀଷ୍ମ ର ଜ୍ଵାଳା ରେ, ଦେହ ଖୋଜେ ଆଜି ଶୀତଳ ସମୀର ଛୁଆଁ,

ମନ ର ଚିତ୍କାର, ଚର୍ମର ଗହ୍ୱର, ଉଚ୍ଛନ୍ନ ହୁଏ ସତେକି ଆହା,

ଆସ ତୁମେ ମେଘ ରାଜା ନେଇ ତୁମ ସନ୍ୟସଯା
ବରଷି ଜାଅ ତୁମେ, କିଛି ନ ବିଚାରି ସହର ଗାଁ
ଭସାଇ ଦେଇ ଯାଅ ଏ ଉଷ୍ଣ ରାକ୍ଷସ ସନ୍ୟ କୁ,
କରି ଦିଅ ସବୁ କିଛି ଶୀତଳ, ଦେଇ ଦିଅ ସ୍ୱଳ୍ପ ଛାୟା

ସାଗରର 🌊 ନୀଳ ବେଳାଭୂମିରେ ନିରବେ ବସିଥିଲା ମାନିନୀ। ମାମୁଁଘରୁ ଆଣିଥିବା ନୀଳ ରଙ୍ଗର ଫୁଲଛାପା ଫ୍ରକ୍‌ଟି 👗 ପିନ୍ଧି, ଚପଲ ଉପରେ ଗୋଡ଼ ଗୁଡ଼ିକୁ...
23/05/2026

ସାଗରର 🌊 ନୀଳ ବେଳାଭୂମିରେ ନିରବେ ବସିଥିଲା ମାନିନୀ। ମାମୁଁଘରୁ ଆଣିଥିବା ନୀଳ ରଙ୍ଗର ଫୁଲଛାପା ଫ୍ରକ୍‌ଟି 👗 ପିନ୍ଧି, ଚପଲ ଉପରେ ଗୋଡ଼ ଗୁଡ଼ିକୁ ସଜାଇ ବସିଥିଲା ସେ, ଖୋଲା କେଶକୁ ସମୁଦ୍ର ପବନରେ ଉଡ଼ିବାକୁ ଛାଡ଼ିଦେଇଥିଲା। ଜହ୍ନ 🌖 ଆଲୋକରେ ଧୋଇଯାଇଥିବା ଶ୍ୱେତ-ଫର୍ଚ୍ଚା ଆକାଶ ତଳେ, ସମୁଦ୍ରର ସୁ…ସୁ… 🌬️🌬️ଗର୍ଜନରେ ପ୍ରକମ୍ପିତ ଚତୁର୍ଦ୍ଦିଗ ମନେ ହେଉଥିଲା ତାକୁ ନିଜ ଅଙ୍ଗରେ ବାନ୍ଧି ନେଇଛି। ବହୁ ଦୂରରୁ ମିଞ୍ଜି ମିଞ୍ଜି ଆଲୁଅରେ ମାଛଧରା ଡଙ୍ଗା ସବୁ ଫେରସ୍ତ ଆସୁଥାନ୍ତି, ସେ ବିମୋହିତ ହୋଇ ହଜିଯାଇଥିଲା ନିଜ ପିଲାବେଳର ସ୍ମୃତିରେ। ବାପାଙ୍କ ସହ କେତେଥର ଆସିଛି ପୁରୀ - ଏହି ବେଳାଭୂମିକୁ ଦେଖିଲେ ମନରେ କେତେ ଅଜଣା ଶିହରଣ, କେତେ ଅସୁମାରୀ ଉଲ୍ଲାସ ଖେଳିଯାଉଥିଲା ତାର। କେତେ ସମୁଦ୍ର ଢେଉରେ ପଡ଼ିଯାଇଛି, କେତେ ଉଠିଛି, ସାରାଦେହ ଭିଜାଇ ନେଇଛି ସାଗରର ପଣତରେ। ଓଦା ବାଲିରେ ଛୋଟ ଛୋଟ ବାଲିଘର ତୋଳି, ପୁଣି ସେଗୁଡ଼ିକୁ ନିଜ ହାତରେ ଭାଙ୍ଗିଦେବାରେ ଯେଉଁ ନିର୍ମଳ ଆନନ୍ଦ ଥିଲା, ସେ ଆନନ୍ଦ ଆଜି ମଧ୍ୟ ତା ମନର କେଉଁଠି ଜୀବନ୍ତ।
ହେଲେ ସମୟର ⌚ ସ୍ରୋତରେ ମାନିନୀ ଆଜି ବଡ଼ ହୋଇଯାଇଛି। ଜୀବନରେ ଅନେକ କିଛି ପାଇବା ଓ ହରାଇବା ପରେ, ସେହି ଶୈଶବର ,👶ନିର୍ମଳ ଉଲ୍ଲାସକୁ ଆଜି ଚାହିଁକରି ମଧ୍ୟ ଫେରାଇ ଆଣିପାରୁନି। ମନ ଚାହୁଁଥାଏ, କିନ୍ତୁ ଭାବନାଗୁଡ଼ିକ ମନ ହୁଏ ଅଭିମାନ କରି ଦୂରେ କେଉଁଠି ରହିଯାଇଛି।
ଏତିକି ବେଳେ ସାଗରର ଶୀତଳ ଢେଉ ଆସି ତାର କୋମଳ ପାଦକୁ ଛୁଇଁ ଚାଲି ଯାଇଥାଏ, ଡ୍ରେସର କୋଣ କିଛି ଭିଜିଗଲା। ଭାବନାର ଅତଳ ଗହ୍ୱରରୁ ଫେରିଆସି ସଂଯତ ହେଲା ମାନିନୀ। ଦୂରରୁ ତାର ଦୁଇଜଣ 👫 ସାଙ୍ଗ ବସ୍‌ଷ୍ଟାଣ୍ଡକୁ 🚌 ଫେରିବା ପାଇଁ ହାତ👋👋 ଠାରି ଡାକୁଥିଲେ।
ମାନିନୀ ଧୀରେ ଧୀରେ ଉଠିଲା। ପାଦରେ ଲାଗିଥିବା ବାଲିକୁ ଝାଡ଼ି, ଆଉ କିଛି ଅମଳିନ ସ୍ମୃତିକୁ ହୃଦୟରେ ସାଇତି, ସେ ଚାଲିଗଲା ନିରବ ପଦକ୍ଷେପରେ…
ପଛରେ ରହିଗଲା କେବଳ ତାର କୋମଳ କୁନି ପାଦର ଚିହ୍ନ, ଭିଜା ବାଲି ଉପରେ…।।

12/01/2026

ବରଗଛ

-: BARA-GACHA :-
Naveen asithae dola chuti re gaon ku , dirgha 4 brasha pare asichi se 3 din ra chuti nei kebala Gaan ku, Holi khelibaku au dola melana dekhibaku, Sahara re aji kaali au kehi holi khelu nahanti. Ta clg sanga mane madhya kie kuade jai bahare chakiri kari ghara sansaara kaleni, Gaan ku Dola re asiba pain tara bahut icha thila, Hele samaya ra ghor avaaba, sethire karma ra janjaala, se asiparunathe gaan ku, Hmm au gote karana b thae , jaha ki ta manare se rakhithae. Hele se karana tiku naveen hajeidabku anek chesta karichi sei samaya ra srota re.
Jhumpi... bhala naaa Rojalin, jhumpura baala paain naveen dake jhumpi..Mane Mane taku vala pauthila Naveen, Gaan Bila majhi baragacha Pakhare duhen basi kete katha hauthile, raja re doli kheluthile, sanga mane sabu misi khati karuthile, sei khati majhire jhumpi chahunthae naveen ku, akhire se nija premara nivedana karuthae..sei prema ra nivedana ku naveen b swikar kare,. Hele kala ratri ra andhara vali,, ta jibanare madhya asithila biraha ra kala andhara, ghara loknaka jabardasti re jhumpi naveen ra anupasthitire bibaha kari chali jaithila se gaon ru sabu dina pain aau kahara hoi.. naveen khabar paithila tara thik para dina, banchibaku icha chadijaithiba vali hau thae naveen, taku ta sanga mane nua jeevan deithile,, ta parathu Naveen asini gaon ku, hele jejemaa ra sneha baschala daka ku se aau vangi parilani, Budhi ta au kete din banchiba je,, Jhumpi o Naveen sei same saharare ruhanti,, e katha jani b duhen duhin ku kebe vetibaku chesta kari nahanti, Ebe gaon re sei doli nahi, na achi se baragacha ohala mula khatti maza.. Hele Udi asuthiba Fagu holi re naveen sei dinagudikara basna baridauthaeeee...... sei Baragacha tale...

08/01/2026

କିଏ ଏ ମନ, କିଛି ବାସ୍ତବ ରୂପ , ରଙ୍ଗ କିଛି ଅଛି କି ନାଇଁ ?
ଦେଖା ତ ଯାଏନି, ହେଲେ ସମସ୍ତଙ୍କୁ ସେ ହିଁ ଚଲାଏ ,
କିଏ ଭଲ କିଏ ଖରାପ, କିଏ ସୁନ୍ଦର କିଏ ଗୁଣବାନ - ସବୁକିଛି ତ ସେ ହିଁ ଜତାଏ। ମଣିଷ ବିବେକ୍ ର ସେ କେବେ ମିତ୍ର ତ କେବେ ଶତ୍ରୁ, କେବେ ସେ କାହା ଭିତରେ କବି, ଗାଳ୍ପିକ ହେଇ ଯାଏ ତ କେବେ ଗୀତିକାର, କେବେ ସେ ଆକାଶରେ ଉଡ଼ିବୁଲେ ତ କେବେ ଅକାତ କାତ ପାଣି ରେ ଚିକ ମିକ୍ ମହଲ ର କାଳ୍ପନିକ ସାଜ ସଜା ରେ ମନୋହର ହୁଏ,

08/01/2026

ଆଜି ଠୁ ଠିକ୍ 60 ବର୍ଷ ପରେ, ମୁଁ ନଥିବି । ମୁଁ ଯାହା ଦେଖୁଚି, ଯାହା ଭାବୁଚି, ଯାହା ଜାଣିଛି, ସବୁ କିଛି ହଜି ଯାଇଥିବ କେଉଁ ଆଡେ । ନା କେହି ଜାଣି ପାରିବେ ନା କାହାର ପରୱାହ୍ ଥିବ, ମୋ ସାଙ୍ଗ,ମୋ କାମ, ମୋ ବାପା , ବୋଉ , ଭାଇ , ସ୍ତ୍ରୀ କେହି ବି ନଥିବେ, ନା କି ମୋ ପର ପିଢ଼ି ମତେ କେବେ ମନେ ପକେଇବେ,
ସବୁ କିଛି ବହୁତ୍ ସ୍ୱଳ୍ପ ସମୟ ର ଖେଳ ସତରେ,

ପାଣି ଫୋଟକା ଏ ଜୀବନ ,,,,,

07/01/2026

ଶୀତ ର ଏଭଳି ରୂପ ଦେଖି ଜଣା ପଡୁଛି ଭଗବାନ flipkart ସେଲ ରେ ନୂଆ ac କିଣି କି try କରୁଛନ୍ତି High Cool ମୋଡ୍ ରେ 😆😆😆

Mu gala pareକେତେ ସୁନ୍ଦର ହେଇଥାନ୍ତା,ଯଦି ମୁଁ ତୁମର ହୋଇଥାନ୍ତି,ତୁମ ସୁଖ ଦୁଃଖ ହସ କାନ୍ଦ କୁ ଟିକେ ପାଖରୁ ନିରିଖି ଥାନ୍ତି,ତୁମ ରାଗ କୁ ପା...
06/01/2026

Mu gala pare

କେତେ ସୁନ୍ଦର ହେଇଥାନ୍ତା,
ଯଦି ମୁଁ ତୁମର ହୋଇଥାନ୍ତି,
ତୁମ ସୁଖ ଦୁଃଖ ହସ କାନ୍ଦ କୁ ଟିକେ ପାଖରୁ ନିରିଖି ଥାନ୍ତି,

ତୁମ ରାଗ କୁ ପାସୋରି, ତୁମ ହସକୁ ଆଦରି
ତୁମ ଇଚ୍ଛା କୁ ନମାରି, ତୁମ ମନକୁ ଆବୁରି,
ତୁମ ଅସହାୟ ସମୟର ସାହା ମୁଁ ଯେ ହୋଇଥାନ୍ତି,

ତୁମ ମନର ଭାବନା ହୋଇ, ତମ ଗପ ଆଳାପର ନାୟକ ହୋଇ,
ତୁମ ଡାଏରୀ ର ସେ ଗୋଲାପ ଫୁଲ ଦିଆ ପୃଷ୍ଠାରେ
ଲେଖା ହୋଇଥିବା ତୁମ ସେ ଗୁପ୍ତ ବ୍ୟାଖ୍ୟା ହୋଇ
ନିତି ମୁଁ ଗର୍ବିତ ହୋଇଥାନ୍ତି,
ଯଦି ମୁଁ ତୁମର ହେଇଥାନ୍ତି,

ତୁମ ସ୍ୱପ୍ନରେ, ତୁମ ମନ ଗହ୍ଵର ରେ, ତୁମ ନିଃଶ୍ୱାସ ର ଉଷ୍ଣତାରେ
ତୁମ ସଦ୍ୟସ୍ନାତ ଦେହର ବାସ୍ନା ରେ କେବଳ ମୁଁ ହିଁ ମିଲିଥାନ୍ତି,

କେତେ ସୁନ୍ଦର ହୋଇଥାନ୍ତା,
ଯଦି ମୁଁ ତୁମର ହୋଇଥାନ୍ତି

ତୁମ ହାତକୁ ମୋ ହାତେ ଧରି, ତୁମ ମଥାକୁ ସ୍ନେହ କରି
ତୁମ ଲୁହ ଦୁଇ ଟୋପା କୁ କେବେ ମୁ ପୋଛି ପାରିଥାନ୍ତି
ଯଦି କେବେ ମୁ ତୁମର ହେଇଥାନ୍ତି

ସେ ଜୀବନ ସତେ ହୋଇଥାନ୍ତା କିଛି ଅଲଗା,
କିଛି ପରିପୁଷ୍ପିତ, କିଛି ସୁବାସିତ, କିଛି ମଧୁର ଆବେଗିକ

ତୁମ ଆଡୁ ପ୍ରେମର ଆମନ୍ତ୍ରଣ ନ ମିଳିଥିଲେ ବି,
ତୁମକୁ ପାଖରେ ପାଇ, ତୁମ ଛାଇ କୁ ଛୁଇଁ,
ତୁମ ସ୍ମିତହାସ୍ୟ କୁ ଦେଖି
ଆନନ୍ଦିତ ମୁଁ ଯେ ହେଇଥାନ୍ତି,
ଯଦି ମୁଁ ତୁମର ହେଇଥାନ୍ତି,

ତୁମ ସହ ଚାଲନ୍ତି କେବେ ଥରେ - ଅସରା ସେ ପଥରେ
ହାତରେ ହାତ ଛନ୍ଦି, ଆଖିରେ ଭବିଷ୍ୟତ ସ୍ବପ୍ନ ବାନ୍ଧି
ନେହେରୁ ବଙ୍ଗଳାର ସେ ପଥର ବନ୍ଧରେ
କିମ୍ବା ସାନ୍ତିନିକେତନର ସେ ବରଗଛ ଛାଇ ତଳେ

ତୁମ ପ୍ରିୟ ଜାଗା ସବୁ ତୁମ ସହ ବୁଲି ଦେଖନ୍ତି
ତୁମେ ସ୍ମୃତି ବଖାଣିଲେ, ଜନ୍ହ ମାମୁ ଗପ ଭଳି ଆବେଗେ ସୁଣିଥାନ୍ତି

କେତେ ସୁନ୍ଦର ହେଇଥାନ୍ତା,
ଯଦି ମୁଁ ତୁମର ହୋଇଥାନ୍ତି

ବୈଶାଖ ର ସେ ଉଷ୍ମ ଖରାବେଳେ,
ଶ୍ରାବଣ ର ସେ ଆର୍ଦ୍ର ସଡକରେ
ଡଙ୍ଗାଭସା ର ଶୀତଳ ସକାଳରେ,
ଦୀପାବଳି ରେ ସେ ଦୀପଶିଖା ଆଲୁଅରେ
ତୁମ ହସ ହସ ମୁହଁ ଦେଖି
ନିଜକୁ ଭାଗ୍ୟବାନ ମନେ କରିଥାନ୍ତି,

କେତେ ସୁନ୍ଦର ହେଇଥାନ୍ତା,
ଯଦି ମୁଁ ତୁମର ହୋଇଥାନ୍ତି

କେବେ ଯଦି ଆଉ ଜନ୍ମ ହୁଏ ତମ ସମକକ୍ଷେ
ଗୁହାରି ଏତିକି ରଖିବି ସେ ବଡ଼ଠାକୁର ପାଖେ,

ସେ ଜନ୍ମରେ ଥରୁଟିଏ ହଉ ତମ ସହ ଦେଖା
ଆଉ ନ ଛାଡ଼ି ତୁମକୁ, ପାଖେ ରଖି ଦିଅନ୍ତି
କେତେ ସୁନ୍ଦର ହେବ,
ଯେବେ ମୁଁ ତୁମର ହୁଅନ୍ତି,,,

ଜ୍ଞାନ,,,,,

04/01/2026

★★ ସାହାଡ଼ା ସୁନ୍ଦରୀ କଥା ★★

ଜେଜେମା' ତା' ପାଟିରେ ଜାକିଥିବା ପାନଖିଲଟାକୁ ଏପଟ କଳରୁ ନେଇ ସେପଟ କଳରେ ଜାକି ଛେପ ଢ଼ୋକିଲା । କେମିତି ଗୋଟେ କଡ଼ା ଗୁଣ୍ଡି , ପାନମସଲା ଆଉ କେତକୀ ଖଇରର ମିଶାମିଶି ବାସ୍ନାଟେ ଖେଳିଗଲା ଚାରିଆଡେ। ଖୁବ୍ ଅଳ୍ପ ସମୟର ବିରତି ପରେ ପୁଣି ଆରମ୍ଭ ହେଲା ଗପ .... ହୁଁ .....ସେଇଠୁ କ'ଣ ହେଲା ନା ......ରାଜାପୁଅ ଆଉ ମନ୍ତ୍ରୀପୁଅ ଘୋଡାରେ ବସି ସେ ସୁନ୍ଦରୀ କନ୍ୟାକୁ ଖୋଜି ବାହାରିଲେ। ସୁନ୍ଦରୀ କନ୍ୟାଟି ଜଙ୍ଗଲ ଭିତରେ ଗୋଟେ ସାହାଡ଼ା ଗଛମୂଳେ ବସି ତା ବାରହାତ ଲମ୍ବର ସୁନାକେଶକୁ ଖରାରେ ଶୁଖାଉଥିଲା । ଯେମିତି ତା କାନରେ ଘୋଡାଟାପୁର ଶବ୍ଦ ବାଜିଛି , ସାଙ୍ଗେ ସାଙ୍ଗେ ସେ ପଶିଗଲା ସାହାଡ଼ା ଗଛ ଭିତରକୁ କୁଆଡେ । ଏ କଥାଟି ମନ୍ତ୍ରୀପୁଅ ଆଖିରେ ପଡି ଯାଇଛି ସିନା କିନ୍ତୁ ମନ୍ତ୍ରୀପୁଅ ଭାରି ଚାଲାକ । ରାଜାପୁଅକୁ କିଛି ନ ଜଣେଇ ଏ କଥାଟି ସେ ନିଜ ମନ ଭିତରେ ରଖିଲା । ଦୁହେଁ ସେମିତି ବୁଲିବୁଲି ସନ୍ଧ୍ୟା ବେଳକୁ ଘରକୁ ଫେରିଲେ। ମନ୍ତ୍ରୀ ପୁଅକୁ କି ଆଉ ରାତିରେ ନିଦ ହୁଏ !! ସେ ସ୍ୱପ୍ନରେ ବି ସେଇ ସୁନ୍ଦରୀ କନ୍ୟାକୁ ଦେଖିଲା , ଯାହାର ବାରହାତ ଲମ୍ବ କେଶ , ପଦ୍ମ ପାଖୁଡା ପରି ମୁହଁ , ଢଳଢଳ ଆଖି ....। ତା ପରଦିନ ସକାଳୁ ସକାଳୁ ମନ୍ତ୍ରୀପୁଅ ଏକାଏକା ଯାଇ ଗଛମୂଳେ ହାଜର ହୋଇଗଲା । ନିଜର ଖଣ୍ଡା ଉଞ୍ଚେଇ କହିଲା , "ଏ ଗଛରେ କିଏ ଅଛ ସାଙ୍ଗେସାଙ୍ଗେ ବାହାରକୁ ଚାଲିଆସ , ନଚେତ ଏବେ ଏଇ ମୁହୂର୍ତ୍ତରେ ମୋ ଖଣ୍ଡା ଚୋଟରେ ଏ ଗଛକୁ ମୁଁ ଛେଦନ କରିବି।" କେହି ବାହାରକୁ ବାହାରିଲେନି। ମନ୍ତ୍ରୀପୁଅ ପ୍ରଥମ ଖଣ୍ଡା ଚୋଟକୁ ଗଛରେ ଛୁଆଁଉ ଛୁଆଁଉ ସୁନ୍ଦରୀ ଝିଅଟି ସାଙ୍ଗେ ସାଙ୍ଗେ ତା ଆଗରେ ଉଭା ହୋଇଗଲା। ମନ୍ତ୍ରୀପୁଅ ତାର ପରିଚୟ ମାଗନ୍ତେ କନ୍ୟାଟି କହିଲା , " ମୁଁ ସାହାଡ଼ାସୁନ୍ଦରୀ , ଗୋଟିଏ ଅଭିଶପ୍ତ ରାଜକନ୍ୟା। ଆପଣଙ୍କ ଖଣ୍ଡା ଚୋଟରେ ଆଜି ମୁଁ ଶାପମୁକ୍ତ ହେଲି .....
ବାସ୍ .... ୟା ପରେ ଏ ତ୍ରିକୋଣୀୟ ପ୍ରେମ କାହାଣୀଟି ଆଗକୁ ବଢୁଥିଲେ ମଧ୍ୟ ଠିକ ଏଇଠି ହିଁ ଅଟକି ଯାଏ ମୁଁ । ବାରମ୍ବାର ଜେଜେମା' ମୁହଁରୁ ସେଇ ଗପ ଶୁଣି ଶୁଣି ସାହାଡ଼ାସୁନ୍ଦରୀ ପ୍ରତି ଗୋଟେ ଅଦ୍ଭୁତ ଆକର୍ଷଣ ଧୀରେ ଧୀରେ ଦାନା ବାନ୍ଧୁଥାଏ ମୋ ଭିତରେ ।
ସେତେବେଳେ ମୋର ଖୁବ ଛୁଆ ବୟସ ।ଆମ ଘରକୁ ଲାଗି ଲତାଖୁଡ଼ୀଙ୍କ ଘର । ଗୋଟିଏ ଅଗଣା। ଅଗଣା ମଝିରେ ଖାଲି ଗୋଟେ ପାଚିରୀ ଉଠି ଯାଇଛି ଯାହା । ଆଉ ବାଡିପଟେ ଦୁଇ ଘରର ଏକଦମ ମଝାମଝି ଗୋଟାଏ ସାହାଡ଼ା ଗଛ ।ଛୁଆବେଳେ ସେଇ ସାହାଡ଼ା ଗଛ ମୂଳେ ହିଁ ମୁଁ ଖେଳୁଥିଲି। ମେଳଣ ପଡ଼ିଆରୁ କିଣି ଆଣିଥିବା ଖେଳନା ଖଣ୍ଡାକୁ ଧରି ସାହାଡ଼ା ଗଛର ଚାରିପଟେ ମନ୍ତ୍ରୀପୁଅ ସାଜି ବୁଲୁଥିଲି ଆଉ ବେଳେବେଳେ ଖଣ୍ଡାରେ ଗଛକୁ ଚୋଟ ମାରି କହୁଥିଲି ଯେ ସାହାଡ଼ା ସୁନ୍ଦରୀ ବାହାରିଲେ ତାକୁ ମୁଁ ହିଁ ବାହାହେବି। ଘରେ ସମସ୍ତେ ମୋ ଛୁଆଳିଆମିରେ ହସିହସି ଗଡି ଯାଉଥିଲେ। ଜେଜେମା' ଥଟ୍ଟାରେ ମୋତେ 'ହଇରେ ରସିକ ମନ୍ତ୍ରୀପୁଅ' ବୋଲି ମଧ୍ୟ ଡାକୁଥିଲା ।
'ସାହାଡ଼ା ସୁନ୍ଦରୀ' ଯେ ଗଳ୍ପ ରାଇଜର ଏକ କାଳ୍ପନିକ ଚରିତ୍ର , ବୟସ ବଢ଼ିବା ପରେ ଏକଥା ଜାଣିଲେ ମଧ୍ୟ ସେଇ ଚରିତ୍ରଟି ପ୍ରତି ମୋ ମନର ଆକର୍ଷଣ ସେମିତି ବଳବତ୍ତର ରହିଥିଲା।
ୟା ଭିତରେ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ମୁଁ ଚାକିରୀ କରି ଏବେ ଗାଁ ଠାରୁ ଦୂରରେ । ଜେଜେମା' କୋଉକାଳୁ ଗଲାଣି ଆରପାରିକି । ବାପା ବି ନାହାନ୍ତି ଆଉ । ବୋଉ ଏକା ଗାଁରେ । ଯେତେବେଳେ ବି ମୁଁ ମୋ ଚାକିରୀ ଜାଗା କଲିକତାରୁ ଘରକୁ ଆସେ , ବୋଉ ରୀତିମତ ମୋ ବାହାଘର ପଛରେ ପଡ଼ିଯାଏ । ଗାଁରେ ରହିବା ଦିନତକ ଖାଲି ଝିଅ ଦେଖାରେ ମୋ ସମୟ ଯାଏ କିନ୍ତୁ ମୋ ମନ କୋଉଠି ବି ମାନେନି। ବୋଉ ବିରକ୍ତ ହୁଏ , କୁହେ ... ତୁ କ'ଣ ସତରେ ତୋ ଜେଜେମା' ଗପର ସେଇ ସାହାଡ଼ା ସୁନ୍ଦରୀକୁ ଖୋଜୁଛୁ ନା କ'ଣ !!! ଆଉ କେବେ ବାହା ହେବୁ ?? ବୟସ କ'ଣ ଆଉ ବସିଛି । ମୁଁ ବି ତ ମଶାଣିକୁ ଯିବାକୁ ବାହାରିଲିଣି । ଏ ବର୍ଷକୁ ନହେଲେ ଆରବର୍ଷକୁ ତୋତେ ପୁଣି ଯୋଡ଼ା ବୟସ ପଶିବ । ପୁଣି ବର୍ଷେ ଅପେକ୍ଷା ।
ମୁଁ ବୋଉକୁ କଥା ଦେଇ ଆସିଥିଲି, "ଆଉ ମନଦୁଃଖ କରନା ... ଏ ଥର ଗାଁକୁ ଆସିଲେ ତୁ ଯେଉଁଠି ଠିକ୍ କରିଥିବୁ ସେଇଠି ନିଶ୍ଚୟ ବାହା ହୋଇକି ଯିବି । ସେ କୁଜି ହେଉ କି କାଣି ।"
ବୋଉ ମୋର ବଡ଼ ଆଶା ଧରି ବସିଥିଲା ଯେ ଏଥର ମୁଁ ଆସିଲେ ନିଶ୍ଚୟ ବାହାଘର କାମଟା ସରିଯିବ। କିନ୍ତୁ ହଠାତ କରୋନା ଭୂତାଣୁର ଆବିର୍ଭାବ ଯୋଗୁଁ ମୁଁ ଆଉ ଗାଁକୁ ଯାଇ ପାରିଲିନି ଗୁଡ଼ାଏ ମାସ ଧରି । ବୋଉ ସହ ଫୋନରେ କଥାବାର୍ତ୍ତା ଯାହା । ବୋଉ ଠାରୁ ଫୋନରେ ଗାଁର ଖବର ସବୁ ଶୁଣେ । ଗାଁରେ ଚବିଶି ଘଣ୍ଟିଆ ପୋଲିସ ପହରା , ସ୍କୁଲ ଘରେ ଚାଲିଥିବା କ୍ୱାରେଣ୍ଟାଇନ ସେଣ୍ଟର , ଖାଲି ଦଶବାର ଜଣ ସାଇ ପଡିଶାଙ୍କୁ ନେଇ ଲତାଖୁଡିଙ୍କ ପୁଅ ମଣ୍ଟୁଭାଇର ବାହାଘର , ବାହାଘର ପରେପରେ ମଣ୍ଟୁଭାଇର କୋଭିଡ ପଜିଟିଭ ରିପୋର୍ଟ , ବାହାଘରର ଠିକ ଚବିଶ ଦିନରେ ମଣ୍ଟୁଭାଇର ମୃତ୍ୟୁ , ପୁଅର ମଲା ଖବରକୁ ସମ୍ଭାଳି ନ ପାରି ତା ପରଦିନ କକେଇଙ୍କ ମୃତ୍ୟୁ , ଖୁଡିଙ୍କର ଘଡିକି ଘଡି ଚେତା ବୁଡିଯିବା ଆଦି ସବୁ ଖବର ବୋଉଠାରୁ ଶୁଣି ବ୍ୟତିବ୍ୟସ୍ତ ହୋଇ ପଡୁଥିଲି ମୁଁ । କିନ୍ତୁ କିଛି କରିପାରୁ ନଥିଲି । "ବୋଉଟା ମୋର ଏକୁଟିଆ ଅଛି । କେତେବେଳେ କାଳେ କିଛି ଘଟିଯିବ !!" ଏମିତି ଭାବିଭାବି ରାତିରେ ଶୋଇ ପାରେନି ମୁଁ ।
ପରିସ୍ଥିତିରେ ଟିକେ ସୁଧାର ଆସିବା ପରେ ଗାଁକୁ ଆସିଲି ମୁଁ । ଭାବିଥିଲି ଘର ଦେଖାରଖାର କିଛି ଗୋଟେ ବ୍ୟବସ୍ଥା କରି ବୋଉକୁ ସାଙ୍ଗରେ ନେଇ ମୁଁ କଲିକତା ଚାଲିଯିବି । ବାପା ଗଲାପରେ ବୋଉ ଘରେ ପୁରା ଏକୁଟିଆ । ଅବଶ୍ୟ ମଝିରେ ମଝିରେ ଲତାଖୁଡୀ ଆସି ଗପସପ ହୁଅନ୍ତି ବୋଉ ସହ ।ତଥାପି ରୋଗଣା ମଣିଷ , କେତେବେଳେ କୋଉ କଥା । ବୋଉକୁ କହିଲି ମୋର ପ୍ଲାନିଂ ବିଷୟରେ ।ସେ କିନ୍ତୁ ମୁହଁ ମୋଡ଼ିଦେଲା ମୋ କଥାକୁ । ତା'ର ଏକା ଜିଦ୍ .... ତୋ ବାହାଘର ନ ସାରିବା ଯାଏ ମୋର ଏ ଗାଁ ଘରୁ ଘୁଞ୍ଚିବାର ନାହିଁ କୁଆଡେ। ଅଜବ ଖିଆଲ ସବୁ ବୋଉର। ସାଙ୍ଗେ ସାଙ୍ଗେ ବୋଉ ପାଇଁ ବୋହୂଟେ ଏବେ କୋଉଠୁ ଖୋଜିବି ମୁଁ ଏଇ ପନ୍ଦର ଦିନ ଛୁଟି ଭିତରେ । ସେଥିରେ ପୁଣି କୋଉ ଗୋଟିଏ ବି ଝିଅ ସୁନ୍ଦର ଦିଶୁ ନାହାନ୍ତି ମୋ ଆଖିକୁ। ବଡ଼ ଅଡ଼ୁଆ କଥା ।
ରାତିରେ ଭାରି ଗରମ ହେଉଥାଏ ସେଦିନ ।ଜ୍ୟେଷ୍ଠ ମାସିଆ ଗୁଳୁଗୁଳି ସାଙ୍ଗକୁ ଗାଁରେ ଏସି ର ସୁବିଧା ନାହିଁ । ଜମାରୁ ନିଦ ହେଉ ନଥାଏ ଠିକରେ।ବୋଉ ତାର ଶୋଇବାକୁ ଗଲାଣି କେତେବେଳୁ। ଗାଁ ରେ ରାତି ନ'ଟା ମାନେ ବହୁତ । ସହର ପରି ଏଠି ଲୋକ ରାତି ଗୋଟାଏରେ ଶୋଇ ଦିନ ଆଠଟାରେ ଉଠନ୍ତିନି । ଜଲ୍ଦି ଶୋଇ ଜଲ୍ଦି ଉଠିବାର ସୁସ୍ଥ ପରମ୍ପରା ଏବେ ବି ବଳବତ୍ତର ଅଛି ଗାଁରେ ।
ଭୋର ଚାରିରୁ ଉଠି ପଡନ୍ତି ପ୍ରାୟ ସମସ୍ତେ । ମୋତେ କିନ୍ତୁ ଆଦୌ ନିଦ ଆସୁ ନଥାଏ । ଇଚ୍ଛା ହେଉଥାଏ ବାଡିପଟ ଝରକାଟା ଖୋଲିଦେବା ପାଇଁ । ବୋଉ କିନ୍ତୁ ବାରମ୍ବାର କହି ଦେଇ ଯାଇଥାଏ ଶୋଇବା ଆଗରୁ , "ବାଡ଼ିପଟ ଝରକା ଜମା ଖୋଲିକି ଶୋଇବୁନି। ବାଉଁଶ ବୁଦା ସେପାଖ ତିଆଡି ଘର ଡିହ ଖାଲି ପଡ଼ିଛି ତିନିବର୍ଷ ହେଲାଣି । ତିଆଡିପୁଅ ତ ରହିଲା ବିଦେଶରେ । କିଛି ନ ହେଲେ ବି ପ୍ରତିବର୍ଷ ମହାଳୟା ବେଳକୁ ଆସି ଶ୍ରାଦ୍ଧମଉଳା କରି ପିତୃପୁରୁଷଙ୍କୁ ପିଣ୍ଡପାଣି ଟିକେ ଟେକି ଦେଇ ଯାଉଥିଲା । ତିନିବର୍ଷ ହେଲାଣି କାଇଁ ତା'ର ବି ଦେଖା ଦର୍ଶନ ନାହିଁ । ତା ପିତୃପକ୍ଷ ପାଣି ପାଉଛନ୍ତି କି ଅପାଣିଆ ପଡିଛନ୍ତି ଭଗବାନଙ୍କୁ ଜଣା। ତୁ ଜମା ଝରକା ଖୋଲିବୁନି ରାତିରେ। ଏକା ଶୋଉଛୁ। କିଏ କୋଉଠି ବୁଲୁଥିବ ଯଦି ଦେଖିଲେ ପୁଣି ତୁ ଚମକି ପଡ଼ିବୁ। ଆଇଁଷିଣିଆ ଦେହ ତୋ'ର। ଚମକିଲେ ଜର ହୁଏ।"
କିନ୍ତୁ ଗରମ ସମ୍ଭାଳି ନପାରି , ବୋଉ କଥା ନ ମାନି ଝରକାଟା ଖୋଲିଦେଲି ମୁଁ । ଦଲକାଏ ଥଣ୍ଡା ପବନ ଘର ଭିତରକୁ ପଶି ଆସୁ ଆସୁ ଠାଏ କରି ଚମକି ପଡିଲି ମୁଁ । ମୋ ପ୍ରିୟ ସାହାଡ଼ା ଗଛମୂଳେ କେହି ଜଣେ ବସିଥିଲା । ଏତେ ରାତିରେ କିଏ ? ଭୂତ !! ପ୍ରେତ !! ଚିରୁଗୁଣୀ !!! ନା ...ମ , ଏ ଭୂତ ପ୍ରେତ ସବୁ ମନଗଢା କାହାଣୀ । ମୁଁ ଆଉ ଟିକେ ନିରିଖେଇ ଦେଖିଲି ତାକୁ। ସ୍ତ୍ରୀ ଲୋକଟିଏ ପରି ଦିଶୁଛି ତ !! କିଏ ?? ସାହାଡ଼ା ସୁନ୍ଦରୀ !! ଧେତ୍ .... ନିଜ ପିଲାଳିଆମୀ ରେ ନିଜକୁ ହସ ଲାଗିଲା ମୋତେ ।
ମୋ କୌତୁହଳ ସୀମା ଅତିକ୍ରମ କରୁଥିଲା ।ମନ ଭିତରେ କେଉଁଠି ନା କେଉଁଠି ଭୟ ବି ବସା ବାନ୍ଧୁଥିଲା ନିଶ୍ଚୟ । ମୁଁ ପୁଣି ଥରେ ଝରକା ବନ୍ଦ କରିଦେଇ ଶୋଇବାକୁ ଚେଷ୍ଟା କଲି। କିନ୍ତୁ ନିଦ ମୋ ଆଖିଠାରୁ ଥିଲା କାହିଁ ଯୋଜନ ଯୋଜନ ଦୂରରେ ।ସକାଳୁ ଉଠୁ ଉଠୁ ବୋଉ ମୋତେ ଦେଖି ପଚାରିଲା .... ତୋ ମୁହଁଟା କ'ଣ ଏମିତି ଶୁଖିଲା ଦିଶୁଛି , ଆଖି କୁମ୍ଭାଟୁଆ ଆଖି ପରି ଲାଲ ଦିଶୁଛି !! ରାତିରେ ଶୋଇନୁ କି ?? ମୁଁ ବୋଉ ଆଗରେ ଗୋଟି ଗୋଟି କରି ସବୁ କଥା କହିଲି ଆଉ ପଚାରିଲି , " ବୋଉ ସେ କିଏ ??"

-- ସେ କାକଳୀ । ଲତାଖୁଡୀଙ୍କ ବୋହୂ। ତୁ ତାକୁ ଜମା ଦେଖିନୁ ତ ଆଗରୁ , ସେଥିପାଇଁ ଜାଣି ପାରିଲୁନି ।

-- ମଣ୍ଟୁଭାଇର ସ୍ତ୍ରୀ !!!

-- ହଁ । ଭାରି ହତଭାଗିନୀ ଟି ବିଚାରୀ । ବାହାଘର ମାସେ ପୁରିନି , ସ୍ୱାମୀ ଚାଲିଗଲା । ଖୁଡୀର ବି ମାନସିକ ଅବସ୍ଥା ଭଲ ନାହିଁ ସ୍ୱାମୀ ପୁଅଙ୍କୁ ଏକାବେଳେ ହରେଇ । ନିଜ ରାଗ ଶୁଝେଇବାକୁ ଖୁଡୀ ସବୁବେଳେ ନୂଆବୋହୂଟାକୁ ରଡ଼ମଡ଼ କରି ଶୋଧୁଛି । ବିଚାରୀ ସେଇ ସାହାଡ଼ା ଗଛ ମୂଳେ ବସି କାନ୍ଦେ ରାତି ଅଧରେ ବେଳେବେଳେ ।
କରୋନାରେ ମଣ୍ଟୁଭାଇ ଚାଲିଯିବା ଖବର ଶୁଣିଥିଲି ଆଗରୁ ବୋଉ ପାଖରୁ । ଦୁଃଖ ବି ଲାଗିଥିଲା ମୋତେ । କିନ୍ତୁ କାକଳୀର କଥା ଶୁଣି ଭାରି କଷ୍ଟ ଲାଗିଲା ମୋତେ । ଛାତି ଭିତରଟା କେମିତି ଗୋଟେ ଓଜନ ଓଜନ ଲାଗିଲା । ମନକୁ ଦୁଃଖ ଲାଗିବା ଆଉ ଛାତିରେ କଷ୍ଟ ଲାଗିବା ଯେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ , ସେଦିନ ପ୍ରଥମ କରି ଅନୁଭବ କଲି ମୁଁ ।
ତା' ପରଦିନ ଜଳଖିଆ ଟିକେ ଖାଇଦେଇ ଗଲି ଲତାଖୁଡୀଙ୍କ ଘର ଆଡ଼କୁ ବୁଲିବା ପାଇଁ । ଖୁଡୀ ଭାରି ଖୁସି ହୋଇଗଲେ ମୋତେ ଦେଖି । କହିଲେ .... କିରେ ବାପ ... ମୁଁ କ'ଣ ଶୁଣିଲି ତୁ ତିନିଦିନ ହେବ ଗାଁକୁ ଆସିଲୁଣି । ଆଉ ଆଜି ମନେ ପଡ଼ିଲା ମୋ କଥା । ହଉ ବସ ବାପା , ଏଇଠି ବସ , କହି ସପଟାଏ ବିଛେଇ ଦେଲେ ଅଗଣା ପିଣ୍ଡା ଦାଢ଼ରେ ।ଖୁଡିଙ୍କ ସହ କଥା ହେଉଥିଲି ସିନା ମୋ ଆଖି କିନ୍ତୁ ଖୋଜୁଥିଲା କାକଳୀକୁ। କିଛି ସମୟର କଥାବାର୍ତ୍ତା ପରେ ଖୁଡି ଡାକ ପକେଇଲେ ....ଆଲୋ ହେ କାକଳୀ .... ଆଲୋ କୁଆଡେ ଗଲୁ ଲୋ ନିଆଁଲାଗି , ମୋ ପୁଅ ପାଇଁ ଚା ଟିକେ କରିକି ଆଣେ ।
କିଛି ନ ଜାଣିଲା ପରି ଖୁଡୀଙ୍କୁ ପଚାରିଲି , ଖୁଡୀ .... ଏ କାକଳୀ କିଏ ??

--- ତୋ ମଣ୍ଟୁଭାଇର ସ୍ତ୍ରୀ । ତୁ କ'ଣ ଶୁଣିନୁ କିଛି ?

-- ହଁ ଖୁଡୀ , ବୋଉ ଠାରୁ ଫୋନରେ କିଛି କିଛି ଶୁଣିଥିଲି ଯାହା ..

--- ହଁ ରେ ପୁଅ , ମଣ୍ଟୁ କଥା ତ ଜାଣିଛୁ । ମାତ୍ର ଦି ଦିନ ବଡ଼ ସାନ ତୁମେ ଦି ଜଣ । ସାଙ୍ଗ ଭଳିଆ ଚଳୁଥିଲ । ତା ବାହାଘରକୁ ତୁ ଆସି ପାରିଲୁନି ବୋଲି ଭାରି ମନଦୁଃଖ କରୁଥିଲା ସେ । ଏବେ ଥିଲେ କେତେ ରାଗ ଅଭିମାନ ଅଜାଡି ଦେଇଥାନ୍ତା ତୋ ଉପରେ । କିନ୍ତୁ କୋଉ ରହିଲା ସେ। ବାହାଘର ଚବିଶ ଦିନ ପୁରିଛି କି ନାହିଁ ଚାଲିଗଲା ସେଇ ବଉଁଶବୁଡା କରୋନା ରୋଗରେ । ତୋ କକେଇଙ୍କ ଦେହ ବି ଭଲ ନ ଥିଲା ସେତେବେଳେ । ଭେଣ୍ଡାପୁଅ ମରିବା ଖବର ସମ୍ଭାଳି ପାରିଲେନି ସେ । ସେ ବି ଚାଲିଗଲେ ହାର୍ଟ ଆଟାକରେ ତା ପରଦିନ। ମୁଁ ପୋଡାକପାଳି ଏକା ବଞ୍ଚି ରହଲି ଖାଲି ଏ ଜବାନ ବୋହୂର ବିଧବା ବେଶ ଦେଖି ଦେଖି ବଞ୍ଚିବି ବୋଲି ।
କାକଳୀ ଚା' କପେ ଆଣି ଥୋଇ ଦେଇଗଲା ।ଶଙ୍ଖ ମଲମଲ ଗୋରା ଦେହରେ ମାଟିଆ ରଙ୍ଗର ସୂତାଶାଢ଼ୀ ଖଣ୍ଡିଏ । ଅଣ୍ଟାତଳ ଯାଏ ଲମ୍ବିଛି ଅଲରା ବଲରା ହୋଇ ଗୋଛାଏ ନୁଖୁରା କେଶ। ସପ୍ତାହେ ହେବ ପାନିଆ ବାଜିନି ବୋଧେ। ସାଜସଜ୍ଜା ରହିତ ଆଭୂଷଣ ଶୂନ୍ୟ ଦେହରୁ ଛିଟିକି ପଡୁଛି ଗୋଟାଏ ଦିବ୍ୟ ସୌନ୍ଦର୍ଯ୍ୟ ଯେମିତି । ନିରୀହ ମୁହଁଟିର କୋମଳତା ଭିତରେ ଲୁଚି ରହିଛି ଅନେକ ଅକୁହା ଯନ୍ତ୍ରଣା। ଢଳଢଳ ଆଖି ହଳକ ସତେ ଯେମିତି ଶ୍ରାବଣର ବର୍ଷଣ ମୁଖର ଆକାଶ । ଏଇ ଏଇ ବର୍ଷି ଯାଇଛି ନିର୍ଧୁମ , ପୁଣି ବି ବର୍ଷି ଯାଇପାରେ କେଉଁ ମୁହୂର୍ତ୍ତରେ।
ମନ ଭିତରେ ଆହତ ହେଲି ମୁଁ । ଖୁଡୀ ତାଙ୍କର ଗପି ଚାଲିଥିଲେ।

-- ଏ ଅଲକ୍ଷଣୀକୁ କହିଲି , "ତୋ ବୋପା ଘରକୁ ପଳା। ଏଠି ଆଉ କିଏ ଅଛି ଯେ ତୁ ପଡିକି ରହିଛୁ ।ସ୍ୱାମୀ ତ ଗଲା , ଶ୍ବଶୁର ବି ଗଲା , ଆଉ ମୁଁ ବୁଢ଼ୀ ମଣିଷଟା ତ ମରି ମରି ବଞ୍ଚିଛି । ସେଥିରେ ପୁଣି ତୋତେ କେତେ ଜଗିବି , କେମିତି ପୋଷିବି । କୋଉ ଯାଉଛି ସେ !! ଜମା ଯାଉନି । ଠେଲିପେଲି ,ଗାଳିମନ୍ଦ କରି ଜବରଦସ୍ତି ବାପା ଘରେ ଛାଡ଼ିଦେଇ ଆସିଥିଲି ଯେ ପୁଣି ଦି' ଦିନ ଠେଇଁ ତା ଭାଇ ଆଣି ତାକୁ ଛାଡି ଦେଇ ଗଲା ଏଠି । ସେ ବି କ'ଣ କରିବ ? ବାପା ନାହିଁ କି ମା' ନାହିଁ , ଭାଇ ଭାଉଜ ଘର କଥା । ଚଳିବା ପକ୍ଷ ବି ଏତେ ଭଲ ନୁହେଁ । ସେ ବି କାହିଁକି ୟେ ବୋଝ ମୁଣ୍ଡେଇବେ । ହଜାରେ ଗାଳିମନ୍ଦ ଶୁଣୁଛି ନିଇତି ନିଇତି , ପୁଣି ମୋରି ପାଖରେ ମୁହଁକୁ ମାଡିକି ପଡି ରହିଛି ବିଚାରୀ । ଆଉ କୁଆଡେ ବି ଯିବାକୁ ଚାରା ନାହିଁ ତାର । ୟା ପାଇଁ ମୁଁ ବି କୁଆଡେ ଟିକେ ଯାଇ ପାରୁନି । ପୁଅ ତ ଗଲା , ଝିଅ ଘରେ କିଛି ଦିନ ରହି ସମୟ କାଟି ଦେଇଥାନ୍ତି । କୋଉ ଯାଇ ପାରୁଛି ?? କିଏ ଜାତି ଭିତରେ ରାଜି ହୁଅନ୍ତା କି ୟାକୁ । ସେ କୁଜା , କେମ୍ପା , କଣା , ଦୋଅଡ଼ବାହି ହେଲେ ବି ଉଠେଇ ଦିଅନ୍ତି ଏଇଟାକୁ ।ମଶାଣୀକୁ ଯିବା ବୟସରେ ଆହୁରି ଏ ଦଣ୍ଡ ଥିଲା ମୋତେ । ମୋ ପୋଡାଭାଗ୍ୟ ....
ରାତିଯାକ ଆଉ ନିଦ ହେଲାନି ମୋତେ ।ଖୁଡୀଙ୍କର କଥା ଗୁଡାକ ବାରମ୍ବାର କାନରେ ବାଜୁଥିଲା ମୋର । ପରେ ମୁଁ ଆଉ ଦୁଇଥର ଏମିତି ଦେଖିଛି କାକଳୀକୁ ସାହାଡ଼ା ଗଛ ମୂଳେ ବସି କାନ୍ଦିବାର। ସବୁଦିନେ ଖୁଡୀ ଘର ଆଡ଼କୁ ଯିବାକୁ କେମିତି ଗୋଟେ ମାଡି ମାଡି ପଡେ ମୋତେ। କେବଳ କାକଳୀକୁ ଦେଖିବା ପାଇଁ ହିଁ ରାତିରେ ଝର୍କା ଖୋଲା ରଖି ଶୁଏ ମୁଁ । ବେଳେବେଳେ ଅପେକ୍ଷା ବି କରେ , କାଳେ କାକଳୀ ଆଜି ବି ଆସିବ କି ଗଛ ମୂଳକୁ !! ଯଦିଓ ଅନ୍ତର ଭିତରୁ ମୁଁ ଏହା କେବେ ବି ଚାହେଁନି ଯେ କାକଳୀ ଏଠି ଏମିତି ଅସହାୟ ଅବସ୍ଥାରେ ବସି କାନ୍ଦୁ ବୋଲି । ଛାତି ଭିତରେ କେଉଁଠି ଗୋଟେ ଯନ୍ତ୍ରଣା ହୁଏ ତାକୁ ଏ ଅବସ୍ଥାରେ ଦେଖିଲେ । କିନ୍ତୁ ତଥାପି କାହିଁକି କେଜାଣି ବାରମ୍ବାର ତାକୁ ଦେଖିବାକୁ ଇଚ୍ଛା ହୁଏ । ବେଳେବେଳେ ବୋଉକୁ ବୁଲେଇ ବଙ୍କେଇ ପଚାରେ କାକଳୀ ଆଉ ଲତାଖୁଡୀ ଘର ବିଷୟରେ । ମୋର ତାଙ୍କ ଘର ବିଷୟରେ ଏତେ କୌତୁହଳ ଦେଖି ବୋଉ ବି କୌତୁହଳି ଦୃଷ୍ଟିରେ ଚାହିଁରହେ ମୋ ମୁହଁକୁ। ମୁଁ କିଛି ଗୋଟେ ଲୁଚାଇବା ଭଳି ମୁହଁ ବୁଲାଇ ନିଏ ।
ଏ ଭିତରେ ମୋର ଗାଁରେ ଦଶ ଦିନ ଛୁଟି ସରି ଯାଇଥିଲା । ଆଉ ଚାରିଦିନ ପରେ ମୋତେ ପୁଣି ଫେରି ଯିବାକୁ ହେବ କର୍ମସ୍ଥଳୀକୁ। ଏତିକି ଦିନ ଭିତରେ କେମିତି ଗୋଟେ ମାୟା ଲାଗି ଯାଇଥିଲା ମୋର କାକଳୀ ପ୍ରତି। ଧୀରେ ଧୀରେ ମନ ଭିତରେ ଦୁର୍ବଳ ହୋଇ ପଡୁଥିଲି ମୁଁ । କାକଳୀ ଭିତରେ ମୁଁ ଦେଖୁଥିଲି ମୋ ସାହାଡ଼ା ସୁନ୍ଦରୀକୁ। ଭାରି ଇଚ୍ଛା ହେଉଥିଲା କାକଳୀର ଭଙ୍ଗା ମନକୁ ସଯତ୍ନେ ସାଉଁଟି ନେବାକୁ। ପୁଣିଥରେ ତାକୁ ସଂସାରଟିଏ ଗଢିବାର ସୁଯୋଗ ଦେବାକୁ। କିନ୍ତୁ ବୋଉ ଆଉ ଖୁଡୀ କେତେଦୂର ଗ୍ରହଣ କରିବେ ମୋ କଥାକୁ ??
ଖୁଡୀ ହୁଏତ ରାଜି ହୋଇ ଯାଇପାରନ୍ତି । ସେ ତ କାକଳୀକୁ ତାଙ୍କର ବୋଝ ବୋଲି ଭାବନ୍ତି । ତାଙ୍କ ଘର ପାଇଁ ସେ ଆଦୌ ସୁଲକ୍ଷଣୀ ନୁହେଁ ବୋଲି ବାରମ୍ବାର କହି ହୁଅନ୍ତି । ନିଜକୁ ଜଞ୍ଜାଳମୁକ୍ତ କରିବା ବାହାନାରେ ସେ ହୁଏତ ରାଜି ହୋଇ ଯାଇପାରନ୍ତି ।କିନ୍ତୁ ମୋ ବୋଉ ?? ଖୁଡୀଙ୍କ ମୁଣ୍ଡର ବୋଝକୁ ସେ କ'ଣ ନିଜ ଘର ଭିତରକୁ ସ୍ୱାଗତ କରି ପାରିବ ଖୁସି ମନରେ !! ସେ କ'ଣ ରାଜି ହେବ ତା ବଂଶର ଏକମାତ୍ର କୂଳବଧୁ ରୂପେ କାକଳୀକୁ ଗ୍ରହଣ କରିବାକୁ !!
ତଥାପି ମନରେ ଦମ୍ଭ ବାନ୍ଧି ବୋଉ ପାଖରେ ବସିଲି କଥାଟି ପକେଇବା ପାଇଁ । କିନ୍ତୁ ଶତଚେଷ୍ଟା ସତ୍ତ୍ୱେ ବି ସାହାସ କୁଳେଇଲାନି ମୋର କଥାଟା ସିଧା ସଳଖ ଆରମ୍ଭ କରିବା ପାଇଁ । ବହୁତ ଭାବିଚିନ୍ତି ବୁଲେଇ ବଙ୍କେଇ ଆରମ୍ଭ କଲି ମୁଁ ....
--- ବୋଉ .... କାକଳୀକୁ ଦେଖିଲେ ତୋତେ ଦୁଃଖ ଲାଗେନି ?

--- ହୁଁ , ଲାଗେ ....ବୋଉର ସଂକ୍ଷିପ୍ତ ଉତ୍ତର ।

-- ଏଇଟା କ'ଣ ଗୋଟେ ବୟସ .... ବିଧବା ଜୀବନ ବିତେଇବା ପାଇଁ ।

-- କିନ୍ତୁ କିଏ କ'ଣ କରି ପାରିବ ? ଯେଝା ଭାଗ୍ୟ ଯାହାର ।

--- ଆମେ ଚାହିଁଲେ କ'ଣ କାକଳୀ ପାଇଁ କିଛି କରି ପାରିବାନି ??

ବୋଉ ଚୁପ୍ ହୋଇ ମୋ ମୁହଁକୁ ଚାହିଁଲା କିଛି ସମୟ । ମୋ ଆଖିରେ ଆଖି ମିଶେଇ ପଢିବାକୁ ଚେଷ୍ଟା କଲା ମୋତେ । ମୁଁ ତଳକୁ ମୁହଁ ପୋତିଦେଲି । କିନ୍ତୁ ବୋଉ ମୋତେ ପଢିବାରେ କେବେ ବି ଭୁଲ କରେନି । ଏଥର ବୋଉ ଟିକେ ହସି ଦେଇ ତା ହାତରେ ମୋ ମୁଣ୍ଡକୁ ସାଉଁଳେଇ ଦେଲା ।କହିଲା ... ମୋ ହାତରେ କ'ଣ ଅଛି ରେ ବାଇଆ । ତୁ ହିଁ ଚାହିଁଲେ ସବୁ କରି ପାରିବୁ। ମନ୍ତ୍ରୀପୁଅ ଅଭିଶପ୍ତା ସାହାଡ଼ା ସୁନ୍ଦରୀକୁ ଶାପମୁକ୍ତ କଲାପରି ତୁ ଚାହିଁଲେ କାକଳୀ ବି ମୁକ୍ତି ପାଇଯିବ ତା ଅଭିଶପ୍ତ ଜୀବନରୁ ।

ରୋଜାଲିନି ମିଶ୍ର
ଭି ଏସ ଏସ ନଗର

【 ଗଳ୍ପଟି ପ୍ରକାଶିତ ହୋଇଥିଲା ଶ୍ରୀଯୁକ୍ତ Harihar Sukla ସାରଙ୍କ ସମ୍ପାଦିତ ପତ୍ରିକା "ସୃଜନୀ"ର ପଞ୍ଚଦଶ ବର୍ଷର ପ୍ରଥମ ସଂଖ୍ୟାରେ 】
ଗଳ୍ପଟି ଭଲ ଲାଗିଲେ copy paste ନକରି କେବଳ share କରିବାକୁ ବିନମ୍ର ଅନୁରୋଧ ରହିଲା 🙏😊

Address

Bhubaneswar
751010

Telephone

+919658831795

Website

Alerts

Be the first to know and let us send you an email when Mo lekha, Mo katha. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category