22/01/2024
ପୁଣ୍ୟ ପବିତ୍ର ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଶ୍ରୀରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସମସ୍ତ ସନାତନୀ ହିନ୍ଦୁଙ୍କୁ ସାଂସ୍କୃତିକ ସ୍ୱତନ୍ତ୍ରତା ଦିବସ ର ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା।
ଜୟ ଶ୍ରୀରାମ 🚩
ଜୟତୁ ଭାରତ 🚩
ଲଲାଟଦେଶୋଜ୍ଜ୍ୱଳବାଳଭୂଷଣମ୍
ସତାଣ୍ଡବଂ ବ୍ୟାଘ୍ରନଖାଙ୍କଧରମ୍ ।
ଦିଗାମ୍ବରମ୍ ଶୋଭିତବର୍ବରାଳକମ୍
ଶ୍ରୀବାଳରାମମ୍ ଶିରସା ନମାମି ।।
ଅର୍ଥାତ୍- ଯିଏ ଲଲାଟରେ ପରମ ଉଜ୍ଜ୍ୱଳ ବାଳୋଚିତ ଅଭୂଷଣ ପିନ୍ଧି ରଖିଛନ୍ତି, ଗଳାରେ ବ୍ୟାଘ୍ରନଖା ଧାରଣ କରିଛନ୍ତି, ଯାହାର ଶିରରେ କୁଟିଳ ଅଳକାବଳୀ ସୁଶୋଭିତ ଅଟେ, ଯିଏ ନଗ୍ନ ଶରୀରରେ ନାଚ-କୁଦ କରୁଛନ୍ତି, ସେହି ବାଳରୂପଧାରୀ ଶ୍ରୀରାମଙ୍କୁ ନତମସ୍ତକ ନମସ୍କାର କରୁଛି।
ଶ୍ରୀରାମ ମନ୍ଦିର ସମ୍ବନ୍ଧୀୟ...
▪️ମନ୍ଦିର ନିର୍ମାଣ ପରମ୍ପରାଗତ ନାଗର ଶୈଳୀରେ ହେଉଛି ।
▪️ମନ୍ଦିରର ଦୈର୍ଘ୍ୟ (ପୂର୍ବ ପଶ୍ଚିମ)୩୮୦ ଫୁଟ, ପ୍ରସ୍ଥ ୨୫୦ ଫୁଟ,ଏବଂ ଉଚ୍ଚତା ୧୬୧ ଫୁଟ ଅଟେ।
▪️ ମନ୍ଦିର ଦିନି ମହଲା ବିଶିଷ୍ଟ ହୋଇଛି । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ, ମନ୍ଦିରରେ ମୋଟ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ପ୍ରବେଶ ଦ୍ବାର ରହିଛି।
▪️ତଳ ମହଲା ସ୍ଥିତ ଗର୍ଭ ଗୃହରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଏବଂ ପ୍ରଥମ ମହଲା ସ୍ଥିତ ଗର୍ଭ ଗୃହରେ ଶ୍ରୀରାମ ଦରବାର ରହିଛି ।
▪️ମନ୍ଦିରରେ ମୋଟ ୫ଟି ମଣ୍ଡପ ରହିଛି । ଯଥା- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ
▪️ ସ୍ତମ୍ଭ ଏବଂ କାନ୍ଥମାନଙ୍କରେ ଦେବୀ, ଦେବତା ଏବଂ ଦେବାଙ୍ଗନାମାନଙ୍କ ମୂର୍ତ୍ତି ରହିଛି ।
▪️ ମନ୍ଦିରକୁ ପ୍ରବେଶ ପାଇଁ ୩୨ଟି ସିଢି (ଉଚ୍ଚତା ୧୬.୫ ଫୁଟ) ଚଢି ସିଂହଦ୍ଵାର ଦେଇ ଯିବାକୁ ହେବ ।
▪️ଦିବ୍ୟାଙ୍ଗ ଏବଂ ବୃଦ୍ଧ ମାନଙ୍କ ପାଇଁ ରେମ୍ପ ଓ ଲିଫ୍ଟ ବ୍ୟବସ୍ଥା ରହିଛି।
▪️ ମନ୍ଦିରର ଚତୁର୍ଦ୍ଦିଗରେରେ ଥିବା ଆୟତାକାର ସୁରକ୍ଷା କାନ୍ଥର ଦୈର୍ଘ୍ୟ ୭୩୨ ମିଟର ଓ ପ୍ରସ୍ଥ ୪୨୫ ମିଟର ହୋଇଛି । ସୁରକ୍ଷା କାନ୍ଥର ଚାରିକୋଣରେ ଭଗବାନ ସୂର୍ଯ୍ୟ, ଭଗବାନ ଶଙ୍କର, ଭଗବାନ ଗଣେଶ, ଦେବୀ ଭାଗବତୀଙ୍କ ୪ ଟି ମନ୍ଦିର ରହିଛି।
▪️ ମନ୍ଦିର ନିକଟରେ ପୌରାଣିକ କାଳର ସୀତାକୁପ ରହିଛି।
▪️ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଅନ୍ୟ ମନ୍ଦିର ଗୁଡିକ ତିଆରି ହୋଇଛି । ମହର୍ଷି ବାଲ୍ମୀଳି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ଵାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ ଗୁହ୍ୟକ, ମାତା ଶବରୀ ଏବଂ ଦେବୀ ଅହଲ୍ୟାଙ୍କ ମନ୍ଦିର
▪️ ଦକ୍ଷିଣ-ପଶ୍ଚିମ ଭାଗରେ ନବରତ୍ନ କୁବେର, ଟିଲା (ପୁରାତନ ମନ୍ଦିର ସ୍ତୁପ) ଉପରେ ଥିବା ଶିବ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏବଂ ରାମଭକ୍ତ ଜଟାୟୁରାଜଙ୍କ ପ୍ରତିମା ସ୍ଥାପନ ହୋଇଛି।।
🙏🙏🙏