City News Odisha

City News Odisha The Best Social Media Platform of News :
Crime,Politics,Health,Business Promotion.

ବ୍ରହ୍ମପୁର ଏମକେସିଜି ରେ ଅଭିରାମ ଏଜେନ୍ସି ଅଧିନରେ ଆଉଟ୍ ସରସିଂ କର୍ମଚାରୀ ଙ୍କ ଅସନ୍ତୋଷ,ଦରମା ବିଳମ୍ବ ପାଇଁ ଧାରଣାରେ କର୍ମଚାରୀ l ସୁପରିଟେଣ...
18/10/2025

ବ୍ରହ୍ମପୁର ଏମକେସିଜି ରେ ଅଭିରାମ ଏଜେନ୍ସି ଅଧିନରେ ଆଉଟ୍ ସରସିଂ କର୍ମଚାରୀ ଙ୍କ ଅସନ୍ତୋଷ,ଦରମା ବିଳମ୍ବ ପାଇଁ ଧାରଣାରେ କର୍ମଚାରୀ l ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଆଗରେ ଧାରଣା ଜାରୀ। କେବଳ ଅଧା ପିଲା ଙ୍କ ଦରମା ଆସିଥିବା ସୂଚନା I
City News Odisha

ବିଏମସି ରେ ସହର ତଳି ଅଞ୍ଚଳ ମିଶ୍ରଣ,ବ୍ରହ୍ମପୁରକୁ ଜିଲ୍ଲା ଗଠନ ଓ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ ନେଇ ଏକ ଦାବୀ ପତ୍ର ସହର ତଳ...
18/10/2025

ବିଏମସି ରେ ସହର ତଳି ଅଞ୍ଚଳ ମିଶ୍ରଣ,ବ୍ରହ୍ମପୁରକୁ ଜିଲ୍ଲା ଗଠନ ଓ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ ନେଇ ଏକ ଦାବୀ ପତ୍ର ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱର ଠାରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ,ରାଜ୍ଵସ୍ଵ ସଚିବ ପ୍ରଦାନ କରଯାଇଛି l
City News Odisha CMO Odisha

ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ CPR ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ l ବିଦ୍ୟାର୍ଥୀ ସହ ଅଧ୍ୟା...
17/10/2025

ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ CPR ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ l ବିଦ୍ୟାର୍ଥୀ ସହ ଅଧ୍ୟାପକ ମାନଙ୍କ ମଧ୍ୟରେ ଜୀବନ ରକ୍ଷାକାରୀ କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ l କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ଲାୟନ୍ ଲୋକନାଥ ପାତ୍ର ସଂଯୋଜନା କରିଥିଲେ। ମଞ୍ଚରେ ୟୁସିପି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଏ.ଏସ୍. ରାଜ,ରିସୋର୍ସ ପର୍ସନ ଡକ୍ଟର ବଦ୍ରି ଦଣ୍ଡପାଣି,ଏବଂ ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡର ଜେନେରାଲ ଫିଜିସିଆନ୍ ଏବଂ ପରାମର୍ଶଦାତା ଡକ୍ଟର ଟି. ଓମପ୍ରକାଶ ଥିଲେ l କାର୍ଯ୍ୟକ୍ରମ ସାମୁଦାୟିକ କଲ୍ୟାଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସାର୍ବଜନୀନ ସେବାକୁ ପ୍ରୋତ୍ସାହିତ କରିବା ପ୍ରତି ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।
City News Odisha

17/10/2025

ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ CPR ସଚେତନତା କାର୍ଯ୍ୟକ୍ରମ
ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ଆଜି ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ ସ୍କୁଲର ବାୟୋଟେକ୍ନୋଲୋଜି ବିଭାଗରେ ଏକ CPR ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ର ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ଜୀବନ ରକ୍ଷାକାରୀ କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି କାର୍ଯ୍ୟକ୍ରମର ଆୟୋଜନ ଏବଂ ସଂଯୋଜନା ସଭାପତି ଲାୟନ୍ ଲୋକନାଥ ପାତ୍ର କରିଥିଲେ। ମଞ୍ଚରେ ୟୁସିପି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଏ.ଏସ୍. ରାଜ; ରିସୋର୍ସ ପର୍ସନ ଡକ୍ଟର ବଦ୍ରି ଦଣ୍ଡପାଣି; ଏବଂ ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡର ଜେନେରାଲ ଫିଜିସିଆନ୍ ଏବଂ ପରାମର୍ଶଦାତା ଡକ୍ଟର ଟି. ଓମପ୍ରକାଶ ଥିଲେ।

ଅତିଥି ପରିଚୟ ବାୟୋଟେକ୍ନୋଲୋଜି ବିଭାଗର ଫ୍ୟାକଲ୍ଟି ଶ୍ରୀମତୀ ସ୍ୱେତାଙ୍ଗିନୀ ନାୟକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏବଂ ସଂଯୋଜନା କରିଥିବା ଅନ୍ୟ ଲାୟନ୍ସ ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଲାୟନ୍ ରୂପେଶ ମିଶ୍ର, ପ୍ରଶାସକ; ଲାୟନ୍ ଇ. ଡିଲେସୁ ରେଡ୍ଡି, ପୂର୍ବତନ ସଭାପତି; ଲାୟନ୍ ଦୀନବନ୍ଧୁ ଗୌଡ଼ା, ସଚିବ; ଲାୟନ୍ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଉପାଧ୍ୟକ୍ଷ; ଲାୟନ୍ ସୁରେଶ ଚନ୍ଦ୍ର ପ୍ରଧାନ, ସେବା ଅଧ୍ୟକ୍ଷ; ଲାୟନ୍ ସୁନିଲ ପଟ୍ଟନାୟକ, ମିଡିଆ ପ୍ରତିନିଧି; ଏବଂ ଲାୟନ୍ ସତ୍ୟ ପ୍ରସାଦ ପଟ୍ଟନାୟକ, ସଦସ୍ୟ।

ପ୍ରାରମ୍ଭରେ, ଲାୟନ୍ସ କ୍ଲବ୍ ଅଫ୍ ବ୍ରହ୍ମପୁର ଗୋଲ୍ଡର ସଭାପତି ଲାୟନ୍ ଲୋକନାଥ ପାତ୍ର ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଲାୟନ୍ସ କ୍ଲବ୍ସ ଇଣ୍ଟରନ୍ୟାସନାଲ୍ର ସମାଜ ସେବା ମିଶନ ଏବଂ ମାନବିକ ଉଦ୍ଦେଶ୍ୟ ବିଷୟରେ କହିଥିଲେ, ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସାମାଜିକ ସଚେତନତା କ୍ଷେତ୍ରରେ ବ୍ରହ୍ମପୁର ଗୋଲ୍ଡ କ୍ଲବର ଚାଲିଥିବା ସାମୁଦାୟିକ ପଦକ୍ଷେପ ବିଷୟରେ କହିଥିଲେ।

ବୈଷୟିକ ଅଧିବେଶନର ନେତୃତ୍ୱ ଡକ୍ଟର ବଦ୍ରି ଦଣ୍ଡପାଣି, ଏମଡି (ମେଡିସିନ୍), ଡିଏମ୍ (କାର୍ଡଓଲୋଜି), ଆସିଷ୍ଟାଣ୍ଟ ପ୍ରଫେସର, କାର୍ଡୋଲୋଜି ବିଭାଗ, ଆଇଏମଏସ୍ ଏବଂ ଏସୟୁଏମ୍ ହସ୍ପିଟାଲ, ବ୍ରହ୍ମପୁର, ଯିଏ ରିସୋର୍ସ ପର୍ସନ ଭାବରେ କାର୍ଯ୍ୟ କରିଥିଲେ, କରିଥିଲେ। ସେ ଏକ ବିସ୍ତୃତ ପାୱାରପଏଣ୍ଟ ଉପସ୍ଥାପନା କରିଥିଲେ ଏବଂ ପରେ ଏକ ମାନେକ୍ୱିନ୍ ବ୍ୟବହାର କରି କାର୍ଡିୟ ପଲ୍ମୋନାରୀ ରିସସିଟେସନ୍ (ସିପିଆର) ର ଏକ ଲାଇଭ୍ ପ୍ରଦର୍ଶନ କରିଥିଲେ।

ଉପସ୍ଥିତ ଲିଓ ସଦସ୍ୟମାନଙ୍କ ମଧ୍ୟରେ ରୁଦ୍ର ପ୍ରସାଦ, ମନୀଷା ଏବଂ ନିବେଦିତା ଥିଲେ। 60 ରୁ ଅଧିକ ଛାତ୍ର ଏବଂ କର୍ମଚାରୀ ସଦସ୍ୟ ଅଧିବେଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଛୋଟ ବ୍ୟାଚ୍ରେ ସିପିଆର କୌଶଳ ଅଭ୍ୟାସ କରିଥିଲେ। ରୁଦ୍ର ପ୍ରସାଦ ନାୟକଙ୍କ ଧନ୍ୟବାଦ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମ ସାମୁଦାୟିକ କଲ୍ୟାଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସାର୍ବଜନୀନ ସେବାକୁ ପ୍ରୋତ୍ସାହିତ କରିବା ପ୍ରତି ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

17/10/2025

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ଥାନା ଅଧୀନରେ ରତ୍ନମଣିପୁର ଓ ସିଙ୍ଗିପୁର ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟଣା ନେଇ ଗଞ୍ଜାମ ଏସପି ଙ୍କ ପତିକ୍ରିୟା l
City News Odisha
SP Ganjam

ପୁକୁଡ଼ିବନ୍ଧ ଜଙ୍ଗସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା,କିଛି ଆହତ ସହ ଜଣେ ମୃତ ହୋଇଥିବା ସୂଚନା । ଛତ୍ରପୁର ବିଧାୟକ କୃଷ୍ଣ ନାୟକ ସହ ଦିଗପହଣ୍...
17/10/2025

ପୁକୁଡ଼ିବନ୍ଧ ଜଙ୍ଗସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା,କିଛି ଆହତ ସହ ଜଣେ ମୃତ ହୋଇଥିବା ସୂଚନା । ଛତ୍ରପୁର ବିଧାୟକ କୃଷ୍ଣ ନାୟକ ସହ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅଟକାଇ ପୋଲିସ କୁ ଖବର ଦେଇଥିବା ଜଣାପଡିଛି l
City News Odisha

17/10/2025

ଚିକିଟି ରତ୍ନେଶ୍ଵରୀ ମନ୍ଦିର ନିକଟରେ ଦୁର୍ଘଟଣା l
City News Odisha

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଦ୍ୱାଦଶାହ ର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ lCity News Odisha
17/10/2025

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଦ୍ୱାଦଶାହ ର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ l
City News Odisha

ଓଡିଶା ପୋଲିସ ଏସ ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଶଙ୍କର ପୃଷ୍ଟି ର ଘନିଷ୍ଟ ସହଯୋଗୀ ମୁନା ମହାନ୍ତି ସମେତ ୫ ଗିରଫ l ଗିରଫ ଅଭିଯୁକ୍ତ ମାନେ ହ...
17/10/2025

ଓଡିଶା ପୋଲିସ ଏସ ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଶଙ୍କର ପୃଷ୍ଟି ର ଘନିଷ୍ଟ ସହଯୋଗୀ ମୁନା ମହାନ୍ତି ସମେତ ୫ ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ: (1) Srikanta Maharana @ Rinku (34 Yrs) S/o- Laxmidhara Maharana, At- Kunjabanagada, PS-Daspalla, Dist-Nayagarh, (2) Arabinda Das, (3) Biswaranjan Behera, (4) T. Abhimanyu Dora of Dasapalla, (5) Priyadarsini Samal of Makundapur Dist- Dhenkanal, A/P-Bhagabat Sandhan, Bhubaneswar.
City News Odisha SP BERHAMPUR

17/10/2025

ଆଇନଜୀବୀ ତଥା ବିଜେପି ନେତା ସ୍ୱର୍ଗୀୟ ପୀତବାସ ପଣ୍ଡା ଙ୍କ ଆଜି ଦ୍ୱାଦଶ ଶ୍ରଦ୍ଧାଞ୍ଜଳି ସଭା l
City News Odisha BJP Ganjam BJD Ganjam Indian National Congress - Odisha BJP Odisha

ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ପଶୁ ଚିକିତ୍ସା ଅନ୍ଧାରରେ,ବିନା ଔଷଧରେ ଚିକିତ୍ସା କିପରି ସମ୍ଭବ ହେବ ବୋଲି ବିଭିନ୍ନ ସମସ୍ୟା ନେଇ ମାନବ ଅଧିକାର ସୁ...
17/10/2025

ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ପଶୁ ଚିକିତ୍ସା ଅନ୍ଧାରରେ,ବିନା ଔଷଧରେ ଚିକିତ୍ସା କିପରି ସମ୍ଭବ ହେବ ବୋଲି ବିଭିନ୍ନ ସମସ୍ୟା ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ର ପ୍ରତିବାଦ ସହ ଦେଲା ଦାବୀ ପତ୍ର l ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟ ରେ,ନା ଅଛି ଔଷଧ, ନା ଅଛି ଚିକିତ୍ସା l ପଚାରିଲେ ଉତ୍ତର ମିଳୁଛି ଷ୍ଟାଫ ନାହାଁନ୍ତି l ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ବହୁ ଚିକିତ୍ସା ଜନିତ ଅବହେଳା ଦେଖି ତାଜୁବ ହୋଇଥିଲେ l ଚିକିତ୍ସାଧିକାରୀ ଅଞ୍ଜନ କୁମାର ଦାଶ ସ୍ପଷ୍ଟୀ କରଣ ଦେଉଥିବା ବେଳେ ବିନା ଔଷଧ,ଇଞ୍ଜେକ ସନ, ସାଲାଇନ୍,ଭେକ୍ସିନ ରେ ପଶୁ ଚିକିତ୍ସା କିପରି ସମ୍ଭବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ତଥା ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରଶ୍ନ କରିଛି l ମନ୍ତ୍ରୀଙ୍କ ଜିଲ୍ଲାରେ ପଶୁ ବିଭାଗରେ ଅବ୍ୟବସ୍ଥା ତେବେ ଅନ୍ୟ ଜିଲ୍ଲାର କଥା ନ କହିଲେ ଭଲ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଅବନୀ ଗୟା କ୍ଷଭ ପ୍ରକାଶ କରିଛନ୍ତି l
City News Odisha

Address

Bhubaneswar
751024

Alerts

Be the first to know and let us send you an email when City News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to City News Odisha:

Share