
21/10/2024
ଏ ସବୁ ଦେଖିଲା ପରେ ଗୋଟିଏ କଥା ମନକୁ ଆସିଲା
ଭାଗ ଚାଷୀ କଥା :-
ଗୋଟିଏ ଲୋକ ର କିଛି ଚାଷ ଜମି ଥିଲା ସେ ସେଥିରେ ଚାଷ କରି କାର୍ଯ୍ୟ କରୁଥିଲା ଆଉ ତାର ସେ ଚାଷ କାର୍ଯ୍ୟରେ କିଛି ଶ୍ରମିକ ମଧ୍ୟ ଥିଲେ, ଦିନେ ସେ ଚିନ୍ତା କଲା କି ମୋ ଜମି କୁ ମୁଁ ଭାଗ ଦେଇ ଦେବି, ଆଉ ଭାଗ ଚାଷୀ ଡାକି ଚାଷ ଜମି କୁ କିଛି ପଇସା ରେ ଭାଗ ଚାଷୀକୁ ଦେଇ ଦେଲା ଆଉ କହିଲା କି ମୁଁ ତୁମଠୁ ଏତିକି ପଇସା ନେବି ତୁମର ଫସଲ ହଉ କି ନ ହଉ ଆଉ ତା ସହିତ ମୋ ପାଖରେ ଥିବା ଶ୍ରମିକ ମାନଙ୍କୁ ବି ଦେଇ ଦେବି।ଭାଗ ଚାଷୀ ସେଥିରେ ରାଜି ହେଇ ଗଲା। ଭାଗ ଚାଷୀ ଜଣକ ବହୁତ ଚତୁର ଥିଲା ତାକୁ ଜଣା ଥିଲା କି ଚାଷ କେମିତି କଲେ ଅଧିକ ଫସଲ ହେବ। ତେଣୁ ସେ ଭାଗ ଚାଷୀ କଣ କଲା ନା ଖୁବ୍ କମ ପଇସା ରେ କିଛି ମୂଲିଆ ମାନକୁ ଆଣିଲା ଆଉ ପାଖରେ ଥିବା ଶ୍ରମିକ ମାନଙ୍କୁ କମ୍ ପଇସାରେ ଆଣିଥିବା ମୂଲିଆ ମାନଙ୍କୁ ନେଇ କାମ କରିବା ପାଇଁ କହିଲା, କମ ପଇସା ରେ ଆସିଥିବା ମୂଲିଆ ମାନଙ୍କୁ ନାନା ପ୍ରକାର ନିର୍ଯାତନା ଦେଇ ବହୁତ ଭଲ ଫସଲ ମଧ୍ୟ ଉତ୍ପାଦନ କଲା।
ଉତ୍ପାଦନ କରିଥିବା ଫସଲ କୁ ବହୁତ ଭଲ ପଇସା ରେ ବିକ୍ରି କରି ନିଜେ ଲାଭବାନ ହେବାକୁ ଲାଗିଲା।
ଏହାର ସାରାଂଶ ଏହା କି
ଜମି ମାଲିକ - ରାଜ୍ୟ ସରକାର
ଜମି - ବିଦ୍ୟୁତ୍ ବିଭାଗ
ଭାଗ ଚାଷୀ - ଟାଟା ପାୱାର
ମୂଲିଆ - ଵିଏ କର୍ମଚାରୀ
ଧନ୍ୟ ଧନ୍ୟ ତୁମେ 🙏🙏🙏🙏