11/07/2025
।। ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।।
ବାଙ୍କୀ ଉପଖଣ୍ଡର ପାଟପୁର ଗ୍ରାମର ପାଇକସାହି ଭାଗବତ ଘର ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।। ଚକ୍ଷ୍ୟୁ ବିଶେଷଜ୍ଞ ଡାକ୍ତର ଗାୟତ୍ରୀ ପ୍ରିୟଦର୍ଶିନୀ, ସଂଗୀତା ସାହୁ ଏବଂ , ତ୍ରୁପ୍ତିମୟୀ ମହାପାତ୍ର ପ୍ରମୁଖ ରୋଗୀମାନଙ୍କର ପରୀକ୍ଷା କରିଥିଲେ। ଉକ୍ତ ଶିବିରକୁ ଏସ ବି ଆଇ ବ୍ୟାଙ୍କର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ଭକ୍ତବନ୍ଧୁ ଶତପଥୀ ଉଦଘାଟନ କରିଥିଲେ। କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଏବଂ ଅଭୟପାଦ ଆଧ୍ଯାତ୍ମିକ ଚେତନାର ମିଳିତ ସହଯୋଗରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା | ଅଭୟପାଦ ଆଧ୍ଯାତ୍ମିକ ଚେତନାର ସଂପାଦକ ଶ୍ରୀ ସୁଦର୍ଶନ ସାହୁ, ଅନିରୁଦ୍ଧ ପଣ୍ଡା, ମନୋରଞ୍ଜନ ଧଳ ଶିବିର ପରିଚାଳନା କରିଥିଲେ | ୨୬ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ଯରୁ ୧୨ ଜଣଙ୍କୁ ଅସ୍ତ୍ରୋପଚାର ନିମନ୍ତେ କଟକ ଜେ.ପି.ଏମକୁ ପଠାଯାଇଥିବାର ବ୍ୟବସ୍ଥା କରାଯାଇଛି।। ଏପରି ଏକ ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି |