Bhubaneswar Live

Bhubaneswar Live Contact information, map and directions, contact form, opening hours, services, ratings, photos, videos and announcements from Bhubaneswar Live, News & Media Website, Bhubaneswar.

ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।ଭୁବନେଶ୍ୱର; ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳ...
03/05/2026

ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।
ଭୁବନେଶ୍ୱର; ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ଜୟଶ୍ରୀ ଧଳ, ଚନ୍ଦ୍ରଭାନୁ କର ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ନାୟକ । ଏହି ଅବସରରେ ବାଙ୍କୀ ଅଞ୍ଚଳର ଜଣେ ଅସହାୟ କର୍କଟ ପିଡ଼ିତା ରାଞ୍ଜୁଲତା ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ସେଥିରୁ ଆଦାୟ ମୋଟ ଅର୍ଥରାଶି ପ୍ରଦାନ କରାଯିବା ସହ କିଛି ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ଓଡ଼ିଆ ଅସ୍ମିତା ଗୌରବ ସମ୍ମାନ ପ୍ରଦାନ କରାଯାଇଛି।
ସଙ୍ଘ ପ୍ରତିଷ୍ଠାତା ବାପୁଓଝାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସମ୍ମାନିତ ଅତିଥିଭାବେ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସୁରେଶ ଚନ୍ଦ୍ର ରାଉତରାୟ, ଫୋକସ ପ୍ଲସ ମୁଖ୍ୟ ସୁଧାଂଶୁ ରାଉତ,
ମହିଳାଉଦ୍ୟୋଗୀ ସୃଷ୍ଟି ସୌମେନ,
କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ବିଶିଷ୍ଟ ଲେଖିକା, ଗବେଶିକା ଡ଼. ଭାଗ୍ୟଲିପି ମଲ୍ଲ, ଅକ୍ଷୟ ଯୁବ ସଂଘ ଆବାହକ ଶ୍ରୀମାନ ଅବିନାଶ ପଟ୍ଟନାୟକ, ବିଜେପି ନେତା ବିଭୁତି ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ, କବି ସୁନୀଲ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘ ସଭାପତି ଧୀରେନ ଶଙ୍କର ଦାସ, ମଞ୍ଚ ପରିଚାଳନା କରିଥିଲେ ବିକାଶ ବାରିକ, ଉପସଭାପତି ଡେଜି ଶତପଥୀ, ତନ୍ମୟ ସାମନ୍ତରାୟ, ଚିତ୍ତରଞ୍ଜନ ଦାଶ, ରୋହିତ ନାୟକ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଦୀପକ ବାରିକ, ପ୍ରତାପ ସାହୁ, ପ୍ରଦୀପ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ ।

ବାଲୁଙ୍କେଶ୍ଵର ରାମନାଟ୍ୟ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ।  ବାଙ୍କି - ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ବାବା ବାଲୁଙ୍କେଶ୍ୱ...
25/04/2026

ବାଲୁଙ୍କେଶ୍ଵର ରାମନାଟ୍ୟ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ।

ବାଙ୍କି - ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ବାବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ପାଲା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଉଛି। ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ସୁଭ୍ରାଂଶୁ ମୋହନ ପାଢି। ମୂଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ କୁବେର ଚୈଧୁରୀ, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ନିରଞ୍ଜନ ସାହୁ,ବିଶିଷ୍ଟ ପାଲା ଗାୟକ ଦିଲ୍ଲୀପ କୁମାର ମହାପାତ୍ର,ନାଟ୍ୟକାର ଓ ନିର୍ଦ୍ଦେଶକ ନିରଞ୍ଜନ ମହାପାତ୍ର, ତାଳବସ୍ତ ଶ୍ରୀରାମ କମିଟି ସଭାପତି ବିଶ୍ୱରଞ୍ଜନ ସ୍ୱ।ଇଁ ,ଡମପଡା ମଣ୍ଡଳ ସଭାପତି ଦାଶରଥି ପଢିଆରି, ପୂର୍ବତନ ସମିତି ସଭ୍ୟ ମକର ଜେନା, ସମାଜସେବୀ ପ୍ରଣବ ମହାପାତ୍ର, ଯୁବ କଳାକାର ରାଜକିଶୋର ମହାନ୍ତି , ବୁଲୁ ସ୍ୱ।ଇଁ ପ୍ରମୁଖ ଭାବେ ଯୋଗଦେଇ ଗାଁର ପ୍ରତିଭାକୁ ଲୋକଲୋଚନକୁ ଆଣିଥିବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରକୁ ପ୍ରଶଂସା କରିଥିଲେ।ଅନୁଷ୍ଠାନର ସଭାପତି ସମର କେଶରୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୁଲଣାପୁର ଗ୍ରାମ କମିଟି ମୁଖ୍ୟ ତଥା ଶିକ୍ଷାବିତ୍ ବନମାଳୀ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବାସବ ରାଜେଶଶ୍ୱର ରୁଦ୍ରବଂଶୀ ବାର୍ଷିକ ବିବରଣୀ ଓ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଚିତ୍ରାନନ୍ଦ ମହାପାତ୍ର । ଗ୍ରାମର 45 ଜଣ ପୁରୁଣା କାଳାକାରକୁ ସମ୍ବର୍ଦ୍ଧନା କରାଯିବା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁଭେନ୍ଦୁ ମହାପାତ୍ର, ପୁର୍ଣ୍ଣେନ୍ଦୁ କୁମାର ନାୟକ, ସୁବ୍ରତ କୁମାର ନାୟକ, ସଞ୍ଜୟ କୁମାର ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ଲଙ୍କା ଦହନ ଓ ବାଳିବଧ"ନାଟକ ମଞ୍ଚସ୍ଥ କରାଯାଇଥିଲା !

ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ llଭୁବନେଶ୍ୱର : ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ...
14/04/2026

ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ll

ଭୁବନେଶ୍ୱର : ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୪ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ପାଳିତ ହୋଇଅଛି । ଅନୁଷ୍ଠାନର ମହିଳା ସଦସ୍ୟ ମାନଙ୍କ ଦ୍ବାରା ପ୍ରଥମେ ଦ୍ଵୀପ ଧୂପ ହୁଳହୁଳି ଧ୍ବନିରେ ପଣା ହାଣ୍ଡି ବନ୍ଦାପନା କରାଯାଇଥିଲା । ପରେ ସଦସ୍ୟ ମାନେ ବେଲ, ବସାଦହି, କଦଳୀ, ନଡ଼ିଆ, ଗୁଡରେ ପ୍ରସ୍ତୁତ ସୁସ୍ବାଦୁ ପଣା ପଥଚାରୀ ମାନଙ୍କୁ ବଣ୍ଟନ କରିବା ସହ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଇଥିବା ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଅରୁଣ ସ୍ୱାଇଁ, ଯୁବ ସଦସ୍ୟ ନିରଞ୍ଜନ ସାହୁ, ସହଦେବ ମହାରଣା, ମନୋରଞ୍ଜନ ଦାଶ, ବୈଲୋଚନ ସାହୁ, ମାନି ପଣ୍ଡା,ଶେଷାଶିଷ ସାହୁ ,ବାବୁଲିଚରଣ ସ୍ବାଇଁ,ରୁତୁରାଜ ପଟ୍ଟନାୟକ, ଲିପ୍ସା ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ତଥା ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଯୁବ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଶିକ୍ଷାବିତ୍ ବନମାଳୀ ରାଉତ,ବହୁ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

22/03/2026

ବିଶ୍ୱ ଜଳ ଦିବସ ଅବସରରେ" ଜନମଙ୍ଗଳ ପରିଷଦ" ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ ।।

ବିଶ୍ୱ ଜଳ ଦିବସ ଅବସରରେ" ଜନମଙ୍ଗଳ ପରିଷଦ "ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ !!                ***ରାଜଧାନୀରେ ଖୋଲିଲା ପ୍ରଥମ ଜଳଦାନ କେ...
22/03/2026

ବିଶ୍ୱ ଜଳ ଦିବସ ଅବସରରେ" ଜନମଙ୍ଗଳ ପରିଷଦ "ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ !!


***ରାଜଧାନୀରେ ଖୋଲିଲା ପ୍ରଥମ ଜଳଦାନ କେନ୍ଦ୍ର***

ଭୁବନେଶ୍ୱର : ଆଜି ମାର୍ଚ୍ଚ 22 ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା 14 ବର୍ଷରେ ପଦାର୍ପଣ କରିଛି।ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିସନର ପୋଲିସ ଜୋନ ୧ ର ଏସିପି ଶ୍ରୀଯୁକ୍ତ
ରମେଶ ଚନ୍ଦ୍ର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ନିରଞ୍ଜନ ସାହୁ, ଅରୁଣ କୁମାର ସ୍ୱାଇଁ,ସୁକାନ୍ତ ମହାନ୍ତି, ବୈଲୋଚନ ସାହୁ, ମାନସ ରଞ୍ଜନ ବସ୍ତିଆ,ରୁତୁରାଜ ପଟ୍ଟନାୟକ ,ମାନି ପଣ୍ଡା,ବନଜା ବାସିନି ତ୍ରିପାଠୀ,ଅଂଶୁମାନ ଦାଶ, ସହଦେବ ମହାରଣା ,ନିରୋଜ ନଳିନୀ ସାମଲ, ମନୋରଞ୍ଜନ ଦାଶ, ଲିପ୍ସ ମହାରଣା, ହାପି ବାବୁ, ବାବୁଲି ଚରଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

!!   ଦୁଲଣାପୁରରେ ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!ବାଙ୍କୀ- ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁରସ୍ଥିତ ଲକ୍ଷ୍ମୀନାରୟଣ ମନ୍ଦିର ମଣ୍...
05/03/2026

!! ଦୁଲଣାପୁରରେ ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!

ବାଙ୍କୀ- ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁରସ୍ଥିତ ଲକ୍ଷ୍ମୀନାରୟଣ ମନ୍ଦିର ମଣ୍ଡପରେ ଏକ ସ୍ୱତନ୍ତ୍ର ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ତଥା ଜନମଙ୍ଗଳ ପରିଷଦର ସଂପାଦକ ନିରଞ୍ଜନ ସାହୁ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ରଙ୍ଗ ଉତ୍ସବ ହେଉଛି ଏକ ଭାଇଚାରାର ସଂପର୍କ ଓ ମିଳନର ପର୍ବ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ପାଲା ଗାୟକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିପିନି ବିହାରୀ ମହାପାତ୍ର, ସମ୍ବାଦିକ ଅନନ୍ତ କୁମାର ମହାପାତ୍ର, ପ୍ରତାପ ନାୟକ, ଅନନ୍ତ ରଣା, ଶୁଭେନ୍ଦୁ କୁମାର ମହାପାତ୍ର, ମାନସ ରଞ୍ଜନ ସାହୁ, ପୂର୍ଣ୍ଣେନ୍ଦୁ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ସ୍ଥାନୟ ୱାର୍ଡ ସଭ୍ୟା ସବିତା ସାହୁ, ସମାଜସେବୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗଦାନ କରି ରଙ୍ଗ ଉତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଦିଲ୍ଲୀପ କୁମାର ମହାପାତ୍ର, ରକ୍ତଦାତା ସର୍ବେଶ୍ୱର ସାହୁ, ଦିଲ୍ଲୀପ କୁମାର ସାହୁ , ଅକ୍ଷୟ କୁମାର ସାମଲ ଓ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟଶିଳ୍ପୀ ପ୍ରତିମୟୀ ମହାରଣାଙ୍କ ନୃତ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ସାହୁ, ନିର୍ମଳ ସାହୁ, ବାସବରାଜେଶ , ରୁଦ୍ରବଂଶୀ ମହାପାତ୍ର, ଲିଟନ ନାୟକ, ନିରଞ୍ଜନ ସାହୁ, ଭୀମସେନ ସାହୁ ଓ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ । ଶେଷରେ ସମାଜସେବୀ ମୁକେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଲଣାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ବାଙ୍କୀ -ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଉ...
01/02/2026

ଦୁଲଣାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଙ୍କୀ -ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ମହାପାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବନମାଳୀ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଡମପଡ଼ା ଶିକ୍ଷା ମଣ୍ଡଳର ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବେ ସାଧନା ସଂଯୋଜକ ଦିଲ୍ଲୀପ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ଦୁଲଣାପୁର ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସନାତନ ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମହାପାତ୍ର ଏକାଧାରରେ ଛାତ୍ର ବାତ୍ସଳ , ଆଦର୍ଶ, କର୍ତ୍ତବ୍ୟ ନିଷ୍ଠ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ, ନିମେଇଁ ଚରଣ ସାହୁ, ବିଜୟଲକ୍ଷ୍ମୀ ପରିଡ଼ା, ସଂଞ୍ଜବି କୁମାର ନାୟକ, ମନୋରମା ସାହୁ, ପ୍ରେମଲତା ଲେଙ୍କା, ପ୍ରମିଳା ମହାପାତ୍ର, ତପସ୍ୱିନୀ ମୂର୍ମୁ ଙ୍କ ସମେତ ବିଦ୍ୟାଳୟର ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଦୁଲଣାପୁର ଗ୍ରାମ ବାସୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଶଶଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଦିବାସୀ ଗାଁ ରେ ଶୀତବସ୍ତ୍ର ବାଣ୍ଟିଲା ଜନମଙ୍ଗଳ ପରିଷଦ ।। ଭୁବନେଶ୍ୱର/ବାଙ୍କୀ : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଆଜି ଜଙ୍ଗଲ ମଧ...
30/01/2026

ଆଦିବାସୀ ଗାଁ ରେ ଶୀତବସ୍ତ୍ର ବାଣ୍ଟିଲା ଜନମଙ୍ଗଳ ପରିଷଦ ।।

ଭୁବନେଶ୍ୱର/ବାଙ୍କୀ : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଆଜି ଜଙ୍ଗଲ ମଧ୍ୟରେ ଥିବା ଏକ ଆଦିବାସୀ ଗାଁ ରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି | ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟର ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅରେ ପରିଷଦର କର୍ମକର୍ତ୍ତାମାନେ ପହଞ୍ଚି ଶୀତବସ୍ତ୍ର ପ୍ରଦାନ କରିଥିଲେ | କିଛି ଦିନ ହେବ ଅନୁଭୂତ ହେଉଥିବା ହାଡଭଙ୍ଗା ଶୀତରେ ଏହି ଅସହାୟ ନିରୀହ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କ ପାଖରେ ନା ଥିଲା ଭଲ ଘର ଖଣ୍ଡେ ନା ଭଲ ଶୀତବସ୍ତ୍ରଟିଏ | ସ୍ଥାନୀୟ ଶିକ୍ଷାବିତ୍ ସନ୍ତୋଷ ସାହୁଙ୍କ ଠାରୁ ଏବିଷୟରେ ସୂଚନା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା | ଗତ 8 ବର୍ଷ ଧରି ଶୀତ ଦିନରେ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଆସୁଥିବା ଜନମଙ୍ଗଳ ପରିଷଦ ଏବର୍ଷ ମଧ୍ୟ ଗତ ଡିସେମ୍ବର ମାସରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଆସୁଅଛି | ସେହି କ୍ରମରେ ଆଜି ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅ ପ୍ରାୟ 40 ଗୋଟି ପରିବାରରେ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସମ୍ପାଦକ ନିରଞ୍ଜନ ସାହୁ, ଲକ୍ଷ୍ମଣ ଦାଶ , ସମାଜସେବୀ ମୁକେଶ ରାଉତ, ରକ୍ତଦାତା ସର୍ବେଶ୍ଵର ସାହୁ, ସଞ୍ଜୟ ସାହୁ, ଶିକ୍ଷକ ଧନୁଧର ନାଏକ ପ୍ରମୁଖ ଉପସ୍ଥିତ ରହି କମ୍ବଳ ପ୍ରଦାନ କରିବା ସହ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ | ଗାଁ ର ଲୋକମାନଙ୍କ ସହ କଥା ହୋଇ ଜଣାପଡିଲା ଯେ, ଏହି ଗାଁ ରେ ଏବେବି ଇଲେକ୍ଟ୍ରି ନାହଁ | ମୋବାଇଲ ନେଟୱର୍କ ଆସୁନଥିବାରୁ ପିଲାମାନେ ପାଠପଢ଼ାରୁ ବଂଚିତ | ପିଇବା ପାଣି କଥା ନକହିଲେ ଭଲ | ରାଜଧାନୀରୁ ମାତ୍ର 15 କିଲୋମିଟର ଦୂରରେ ଥିବା ଏହି ଗାଁ ପ୍ରତି ପ୍ରଶାସନର ଦୃଷ୍ଟି ନରହିବା ସ୍ଥାନୀୟ ସରକାରୀ ବ୍ୟବସ୍ଥାର ଅପାରଗତାକୁ ଆଙ୍ଗୁଳି ନିର୍ଦେଶ କରୁଛି | ପରିଷଦ ପକ୍ଷରୁ ଗାଁ ଲୋକଙ୍କ ସହ ଆଲୋଚନା କରାଯାଇ ଏବିଷୟରେ ସ୍ଥାନୀୟ ପ୍ରଶାସନର ତୁରନ୍ତ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା |

ଶ୍ରୀରାମ କମିଟିର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ।।ବାଙ୍କୀ - ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ର...
25/01/2026

ଶ୍ରୀରାମ କମିଟିର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ।।

ବାଙ୍କୀ - ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀରାମ କମିଟି ଆନୁକୁଲ୍ୟରେ ୩ଦିନ ବ୍ୟାପି ଚାଲିଥିବା ସାଂସ୍କୃତିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସମାଜସେବୀ, କଳାକାର, ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଉତ୍ସବରେ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ଏହି ଅନୁଷ୍ଠାନ ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ଅଭିନୟ ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ଅନୁଷ୍ଠାନ ଖୁବ୍ କମ୍ ଦିନରେ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ହେବା ଗୌରବର ବିଷୟ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଯୋଗଦାନ କରି ଏହି ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଓ ଡାକ୍ତରଖାନା ସଫେଇ କରିବା ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୋକଲେଚନକୁ ଆସିପାରିଛି ବୋଲି କହିଥିଲେ । ସମ୍ମାନିତଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ, ମାନବ ଅଧିକାର କର୍ମୀ ପ୍ରସନ୍ନ ଗୁରୁ, ସମାଜସେବୀ ଅକ୍ଷୟ କୁମାର ବେହେରା, ପ୍ରଦୀପ କୁମାର ଜେନା, ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ମାନସ କୁମାର ବେହେରା, ଦିଲ୍ଲୀପ୍ ଜେନା, ରଞ୍ଜୁକ୍ତା ବେହେରା , ଅନୁଷ୍ଠାନର ସଂପାଦକ ସଂଗ୍ରାମ ରାଜ, ଉପସଭାପତି ଜଗବନ୍ଧୁ ସେଠୀ, ପ୍ରଦ୍ୟୁମ୍ନ ପାଲ୍‌, ରୁଦ୍ର ନାରାୟଣ ଦାସ, ଶିବନାରାୟଣ ଷଡଙ୍ଗୀ, ଅଧ୍ୟାପିକା ସରସ୍ୱତୀ ଦେଉରୀ, ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ , ବଳରାମ ରଣା ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବିରବିନାରାୟଣ ମଙ୍ଗରାଜ, ରକ୍ତଦାତା ସର୍ବେଶ୍ଵର ସାହୁ, ସମାଜସେବୀ ମୁକେଶ ରାଉତ, ସମାଜସେବୀକା ରଞ୍ଜୁକ୍ତା ବେହେରା, ମାମିନା ଜେନା, ସୁବ୍ରତ ନାୟକ, ପ୍ରିତିଲତା ଗିରି, ଅଧ୍ୟାପିକା ସରସ୍ୱତୀ ଦେଉରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରିବା ସହିତ ନୃତ୍ୟ, ସଂଗୀତ, କ୍ରିଡାରେ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନବାଙ୍କୀ : ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ  ଦୁଲଣାପୁର ଗ୍ରାମ ...
12/01/2026

ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ବାଙ୍କୀ : ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ଦୁଲଣାପୁର ଗ୍ରାମ ପଞ୍ଚାୟତର ହାମିରା
ଗ୍ରାମର କୋଠ ଘର ପରିସରରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ ଗ୍ରାମର ପ୍ରାୟ ୩୦ରୁ ଉର୍ଦ୍ଧ ଦଳିତ, ଆଦିବାସୀ ଓ ନିରାଶ୍ରୟ ଶେଣୀର ଲୋକଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସମାଜସେବୀ ମୁକେଶ ରାଉତଙ୍କ ତତ୍ତ୍ଵାବଧାନରେ ଜନମଙ୍ଗଳ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ଯୁବ ସଦସ୍ୟ ନିରଞ୍ଜନ ସାହୁ, ଲକ୍ଷ୍ମଣ ଦାଶ, ସଞ୍ଜୟ ସାହୁ , ରକ୍ତଦାତା ସର୍ବେଶ୍ଵର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଜଣାଶୁଣା ସାମାଜିକ କର୍ମୀ ତଥା ଯୁବ ନେତୃତ୍ୱ ନିରଞ୍ଜନ ସାହୁ କହିଥିଲେ କି, ଆମ ଆଖପାଖରେ ଏବେ ବି ବହୁତ୍ ଲୋକ ଆର୍ଥିକ ଅସହାୟତା ପରିସ୍ଥିତିରେ ଅଛନ୍ତି l ଯେଉଁମାନେ ସକ୍ଷମ ସେମାନେ ଏମିତି ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିବା ଦରକାର୍ । ଜନମଙ୍ଗଳ ପରିଷଦ ପକ୍ଷରୁ ଆଗମୀ ଦିନରେ ମଧ୍ଯ ଏଭଳି ସେବା ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ସାହୁ ସୁଚନା ଦେଇଥିଲେ ।

Address

Bhubaneswar

Website

Alerts

Be the first to know and let us send you an email when Bhubaneswar Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share