Cybercon News

Cybercon News Cybercon News is one of the Leading and Largest Cyber Media/IPTV Channel in Odisha. It is the media

ଆରପାରିରେ ବର୍ଷୀୟାନ ସିନେ ଅଭିନେତା ଅଜିତ ଦାସ । କରୋନାରେ ଆକ୍ରାନ୍ତ ଅଜିତ୍ ଦାସଙ୍କୁ ମାତ୍ର ୭୧ ବର୍ଷ ବୟସ ହୋଇଥିଲା ।
13/09/2020

ଆରପାରିରେ ବର୍ଷୀୟାନ ସିନେ ଅଭିନେତା ଅଜିତ ଦାସ । କରୋନାରେ ଆକ୍ରାନ୍ତ ଅଜିତ୍ ଦାସଙ୍କୁ ମାତ୍ର ୭୧ ବର୍ଷ ବୟସ ହୋଇଥିଲା ।

24/08/2020

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ SIଙ୍କ ବିରୋଧରେ ମହିଳା SIଙ୍କ ଅଭିଯୋଗ ! ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ କଲେ ମହିଳା SI । ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସ୍‌ ଦ୍ୱାରସ୍ଥ । ଖଲ୍ଲିକୋଟ ଏସ୍ଆଇ ସିଲୁ ଧଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

24/08/2020

ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ କଲେଜ ନିକଟରେ ଦୁର୍ଘଟଣା: ମିନି ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଦମ୍ପତିଙ୍କ ମୃତ୍ୟୁ । ମୃତକ ରଣପୁର ଥାନା ଗୋଡ଼ିମଡ଼ା ଗାଁର ବାବୁଲା ପ୍ରଧାନ ଓ ତାଙ୍କ ସ୍ତ୍ରୀ । ଭୁବନେଶ୍ବରରୁ ପୈତୃକ ଗାଁକୁ ଯାଉଥିବା ବେଳେ ହେଲା ଦୁର୍ଘଟଣା । ମିନିଟ୍ରକ୍‌ ଜବତ, ଡ୍ରାଇଭର ଓ ହେଲ୍‌ପରଙ୍କୁ ଅଟକ ରଖିଲା ପୋଲିସ ।

24/08/2020

ଭୁବନେଶ୍ୱର : UG ଓ PG ଶେଷ ସେମିଷ୍ଟର ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ କହିଲେ- ଶେଷ ସେମିଷ୍ଟର ପରୀକ୍ଷା ନେଇ ଶୁଶାଣି ଚାଲିଛି । ସବୁ ରାଜ୍ୟ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ରାଜ୍ୟ ସରକାର ଲିଖିତ ଭାବେ ଜଣାଇଛନ୍ତି । କିଛି ଦିନ ଭିତରେ ରାୟ ଆସିବ, ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବା ନେଇ ଆମେ ପକ୍ଷ ରଖିଛୁ ।

24/08/2020

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୬ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଅରେଞ୍ଜ ୱାର୍ଣ୍ଣିଂ-ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ୟେଲୋ ୱାର୍ଣ୍ଣିଂ-ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ ଓ ବୌଦ୍ଧ, ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ।

24/08/2020

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହେଲେ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ୨୦୧୯ରେ ସାଲିଆ ସାହିର ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନିକଟରୁ ଟଏ ଗନ୍ ଓ ବାଇକ୍‌ ଜବତ କଲା ନୟାପଲ୍ଲୀ ପୋଲିସ ।

24/08/2020

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୨୯୪୯ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୧୮୨୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି । କଟକରୁ ସର୍ବାଧିକ ୫୮୯, ଖୋର୍ଦ୍ଧାରୁ ୪୭୪, ଯାଜପୁରରୁ ୨୧୫, କୋରାପୁଟରୁ ୧୮୧ ପଜିଟିଭ । ଗଞ୍ଜାମ ୧୭୯, ମୟୂରଭଞ୍ଜ ୧୫୬, ରାୟଗଡ଼ା ୧୪୩, ସମ୍ବଲପୁର ୧୦୪, ନୟାଗଡ଼ ୯୩, ବାଲେଶ୍ବର ୮୮, ପୁରୀ ୮୬, ସୁନ୍ଦରଗଡ଼ ୮୧, ମାଲକାନଗିରି ୭୮, ଭଦ୍ରକ ୬୬, ବରଗଡ଼ ୬୨, ବଲାଙ୍ଗିର ୫୭, କେନ୍ଦ୍ରାପଡ଼ା ୫୬, ଜଗତସିଂହପୁର ୫୧, କନ୍ଧମାଳରୁ ୩୪ ଚିହ୍ନଟ । ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କୋରୋନା, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି, ଗଞ୍ଜାମରୁ ୫, ସୁନ୍ଦରଗଡ଼ରୁ ୨, କଟକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ ।

09/08/2020

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଉପକାରାଗାରରେ ୬ ଜଣ କରୋନାରେ ଆକ୍ରାନ୍ତ । ଜେଲର ଜଣେ କର୍ମଚାରୀ ଓ ୪ ଅନ୍ତେବାସୀ କରୋନାରେ ଆକ୍ରାନ୍ତ । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସୂଚନା ।

09/08/2020

ଭୁବନେଶ୍ୱର: କିଛିଦିନ ହେଲା ଲାଗିରହିଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରସ୍ତ ପ୍ରସଙ୍ଗ । ଆଜି କାଳିଆ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ସରକାରଙ୍କ ଏହି ନିଷ୍ପତ୍ତି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଧେଶାଳୟ ପକ୍ଷରୁ ନିର୍ଦ୍ଧେଶାନାମା । ଏନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ଲେଖିଲେ ଚିଠି ।

09/08/2020

ବରଗଡ଼: ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ । ମାଓ କ୍ୟାମ୍ପ ଖବର ପାଇ SOGର ଚଢ଼ଉ ବେଳେ ଗୁଳି ବିନିମୟ । ଘଟଣାସ୍ଥଳରୁ ୧୦/୧୫ ଜଣ ମାଓବାଦୀ ଖସି ପଳାଇଥିବା ସୂଚନା । ୧୦ଟି ଫୁଟା ଗୁଳି, ୧ ଜୀବନ୍ତ ଗୁଳି ଏବଂ ମାଓବାଦୀ ପ୍ରଚାରପତ୍ର ଜବତ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ଏସ୍‌ପି ପଦ୍ମିନୀ ସାହୁଙ୍କ ସୂଚନା ।

Address

1119/4066, 1st Floor, Sarala Nivas, Jayadurga Nagar, Bomikhal
Bhubaneswar
751006

Alerts

Be the first to know and let us send you an email when Cybercon News posts news and promotions. Your email address will not be used for any other purpose, and you can unsubscribe at any time.

Share

Category