Bhubaneswar Television production, BTv

Bhubaneswar Television production, BTv Producing awarenes film/adfilm, print n publicity, news vews of social intrest

18/9/25 ସମ୍ବାଦରେ ଓଡିଶାର ପ୍ରଥମ ଆଇ.ସି.ଏସଙ୍କ ଜାତିମାଟି ମୋହର ଏକ ମାର୍ମିକ ଅଭିବ୍ୟକ୍ତି...
22/09/2025

18/9/25 ସମ୍ବାଦରେ ଓଡିଶାର ପ୍ରଥମ ଆଇ.ସି.ଏସଙ୍କ ଜାତିମାଟି ମୋହର ଏକ ମାର୍ମିକ ଅଭିବ୍ୟକ୍ତି...

ଭୁବନେଶ୍ୱର କ୍ଳବ ଓଡିଶା ଶାସନର ଅନ୍ୟତମ କ୍ଷମତା କେନ୍ଦ୍ର I ସମ୍ପୃକ୍ତ ସ୍ଥାନରେ ଶାସକଙ୍କ ଆଶୀର୍ବାଦରେ ପରାକ୍ରମ ଥାଏ😇 ଅସିତ ତ୍ରିପାଠୀଙ୍କ ବିଜ...
21/09/2025

ଭୁବନେଶ୍ୱର କ୍ଳବ ଓଡିଶା ଶାସନର ଅନ୍ୟତମ କ୍ଷମତା କେନ୍ଦ୍ର I ସମ୍ପୃକ୍ତ ସ୍ଥାନରେ ଶାସକଙ୍କ ଆଶୀର୍ବାଦରେ ପରାକ୍ରମ
ଥାଏ😇 ଅସିତ ତ୍ରିପାଠୀଙ୍କ ବିଜୟ ଢଙ୍ଗରେ ଏଥର ପ୍ରଦୀପ ଜେନାଙ୍କ ବିଜୟ 🤔 ତେବେ ମୁଁ' ପରିବର୍ତ୍ତେ ଆମେ, ଏବଂ ଲୁଚା ଛପା ପରିବର୍ତ୍ତେ ସ୍ୱଛତା' ଉପରେ ପ୍ରଦୀପ ଜେନାଙ୍କ ଗୁରୁତ୍ୱ..

ଶିଶୁ ସାହିତ୍ୟକୁ ଦେବରାଜ ସାମନ୍ତରାୟଙ୍କ ଦାନ ଅତୁଳନୀୟ...ଭୁବନେଶ୍ୱର, 21/9:
21/09/2025

ଶିଶୁ ସାହିତ୍ୟକୁ ଦେବରାଜ ସାମନ୍ତରାୟଙ୍କ ଦାନ ଅତୁଳନୀୟ...
ଭୁବନେଶ୍ୱର, 21/9:

18/09/2025

ନିଯୁକ୍ତି ମେଳା କଣ କିପରି ? ଶୁଣନ୍ତୁ ପୁରା ଭିଡ଼ିଓ BijuJanataDalOdisha

CTET 2025 ଡିସେମ୍ବର: କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା  ପ୍ରକ୍ରିୟା ଏବଂ ପ୍ରମୁଖ ଅପଡେଟ୍ ଜାଣନ୍ତୁଭୁବନେଶ୍ୱର,17/9/25:  👍ସାରା ଭାରତରେ ହଜାର ହ...
17/09/2025

CTET 2025 ଡିସେମ୍ବର: କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପ୍ରକ୍ରିୟା ଏବଂ ପ୍ରମୁଖ ଅପଡେଟ୍ ଜାଣନ୍ତୁ
ଭୁବନେଶ୍ୱର,17/9/25:
👍ସାରା ଭାରତରେ ହଜାର ହଜାର ଆଶାୟୀ ଶିକ୍ଷକଙ୍କ ପାଇଁ, 2025 ଡିସେମ୍ବର ବିଜ୍ଞପ୍ତି ପାଇଁ ଅପେକ୍ଷା ପ୍ରାୟ ଶେଷ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ୱେବସାଇଟ୍ ctet.nic.in ରେ ସେପ୍ଟେମ୍ବର 2025 ରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଆଶା କରାଯାଉଛି।
-କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ପ୍ରତିବର୍ଷ ଦୁଇଥର ଅନୁଷ୍ଠିତ ହୁଏ। ପ୍ରଥମେ ଜୁଲାଇରେ ହୋଇଥାଏ , ଦ୍ୱିତୀୟଟି ସାଧାରଣତଃ ଡିସେମ୍ବରରେ
ହୋଇଥାଏ ।
♦️CTET 2025 ଯୋଗ୍ୟତା ମାନଦଣ୍ଡ----
ଆପଣ ଯୋଗ୍ୟ କି ନାହିଁ ତାହା ନିଶ୍ଚିତ କରିବା ପାଇଁ, ପ୍ରତ୍ୟେକ ପେପର ପାଇଁ ଆବଶ୍ୟକୀୟ ଯୋଗ୍ୟତା ଗୁଡିକ ନିମ୍ନରେ ପ୍ରଦାନ କରାଗଲା...
**ପେପର ୧ (ଶ୍ରେଣୀ ୧ ରୁ ୫ ପାଇଁ)
ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ୫୦% ନମ୍ବର ଏବଂ ପ୍ରାଥମିକ ଶିକ୍ଷାରେ ୨ ବର୍ଷର ଡିପ୍ଲୋମା, କିମ୍ବା
ଦ୍ୱାଦଶ ଶ୍ରେଣୀରେ 4 ବର୍ଷର B.El.Ed ସହିତ 50%, କିମ୍ବା
ଦ୍ୱାଦଶ ଶ୍ରେଣୀରେ ୫୦% ଏବଂ ସ୍ୱତନ୍ତ୍ର ଶିକ୍ଷାରେ ୨ ବର୍ଷର ଡିପ୍ଲୋମା।
ପେପର ୨ (ଶ୍ରେଣୀ ଷଷ୍ଠ ରୁ ୮ ପାଇଁ)
ପ୍ରାଥମିକ ଶିକ୍ଷାରେ ୨ ବର୍ଷିଆ ଡିପ୍ଲୋମା ସହିତ ସ୍ନାତକ, କିମ୍ବା
ବି.ଏଡ୍ ସହିତ ସ୍ନାତକରେ ୫୦%, କିମ୍ବା
ଦ୍ୱାଦଶ ଶ୍ରେଣୀରେ 4 ବର୍ଷର B.El.Ed ସହିତ 50%, କିମ୍ବା
ଦ୍ୱାଦଶ ଶ୍ରେଣୀରେ 4 ବର୍ଷର BA/B.Sc.Ed ସହିତ 50%, କିମ୍ବା
ସ୍ନାତକରେ ୫୦% ଏବଂ ସ୍ୱତନ୍ତ୍ର ଶିକ୍ଷାରେ ବି.ଏଡ୍।
ସର୍ବନିମ୍ନ ମାର୍କ ଏବଂ ପାସ ମାନଦଣ୍ଡ ରହିଛି..
CTET ଯୋଗ୍ୟତା ଅର୍ଜନ କରିବା ପାଇଁ, ପ୍ରାର୍ଥୀମାନଙ୍କୁ CBSE ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମାର୍କ ହାସଲ କରିବାକୁ ପଡିବ,
ସାଧାରଣ ବର୍ଗ: ୧୫୦ ରୁ ୯୦ ମାର୍କ (୬୦%)।
SC/ST/OBC ବର୍ଗ: 150 ରୁ 82 ମାର୍କ (55%)।
ସବୁଠାରୁ ଭଲ କଥା ହେଉଛି, CTET ସାର୍ଟିଫିକେଟ୍ ଏବେ ଜୀବନବ୍ୟାପୀ ବୈଧ। ଥରେ ଆପଣ ପାସ୍ କରିବା ପରେ, ଆପଣଙ୍କୁ ଯୋଗ୍ୟତା ପାଇଁ ଏହାକୁ ଆଉ ଥରେ ଦେବାକୁ ପଡ଼ିବ ନାହିଁ..
♦️ଡିସେମ୍ବର 2025 CTET ପରୀକ୍ଷା କେବେ ?
ଏବେ ସରକାରୀ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଥିବାବେଳେ, ଡିସେମ୍ବର 2025 ବର୍ଷର ଶେଷ ମାସରେ ହେବାର ସମ୍ଭାବନା ରହିଛି। ଯେଉଁମାନେ ଜୁଲାଇରେ ଯୋଗ୍ୟତା ଅର୍ଜନ କରିପାରି ନଥିଲେ,ସେମାନଙ୍କ ପାଇଁ ଏହା ଦ୍ୱିତୀୟ ସୁଯୋଗ
ହେବ🤔

ଲୋକାୟୁକ୍ତ:ବିଶ୍ୱାସ ବଦଳରେ ଅବିଶ୍ୱାସ...*ଆମ ଲୋକାୟୁକ୍ତଙ୍କର ହୋଇପାରିଲା ଡବଲ ପେନସନ🤭** ସମ୍ଭବ ହେଲାନି ରାଜ୍ୟରେ ଦୁର୍ନୀତି ରୋକିବା !ବରଂ କୋ...
16/09/2025

ଲୋକାୟୁକ୍ତ:ବିଶ୍ୱାସ ବଦଳରେ ଅବିଶ୍ୱାସ...
*ଆମ ଲୋକାୟୁକ୍ତଙ୍କର ହୋଇପାରିଲା ଡବଲ ପେନସନ🤭
** ସମ୍ଭବ ହେଲାନି ରାଜ୍ୟରେ ଦୁର୍ନୀତି ରୋକିବା !ବରଂ କୋଟି କୋଟି ବରବାଦ😭
ଭୁବନେଶ୍ୱର, 16/9/25: (ଚିତ୍ତ ମହାପାତ୍ର) ବହୁ ପ୍ରତିକ୍ଷୀତ ଲୋକପାଳ ବା ଲୋକାୟୁକ୍ତ ସଂସ୍ଥା ଆମ ରାଜ୍ୟରେ ଲୋକଙ୍କ ବିଶ୍ୱାସ ବଦଳରେ ଅବିଶ୍ୱାସର କାରଣ ବୋଲି ଧାରଣା ସ୍ପଷ୍ଟ ହୋଇ
ଯାଇଛି I ଅନ୍ୟ ଖବରଟି ହେଉଛି ଯେ,ଆୟୁକ୍ତ ଏବଂ ସଦସ୍ୟ ମାନେ ଆଇନ ମୁତାବକ ବିଗତ ଏକ ବର୍ଷ ଧରି ନିଯୁକ୍ତି ପାଇ ପାରି ନାହାନ୍ତି !ଏ ସଂକ୍ରାନ୍ତରେ ଗତ 11ତାତିଖ ଦିନ ଆଡ଼ଭୋକେଟ ପ୍ରବୀର କୁମାର ଦାସଙ୍କ ଦ୍ୱାରା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଠାରୁ ସତ୍ୟପାଠ ପୂର୍ବକ ଉତ୍ତର
ତଲବ କରିଛନ୍ତି I ନୁଆ ଲୋକାୟୁକ୍ତ ନିଯୁକ୍ତି ପୂର୍ବରୁ ସମ୍ପୃକ୍ତ ସଂସ୍ଥା ବାବଦରେ ନାନାଦି ଭିର୍ଣ୍ଣ ପ୍ରଶ୍ନ ଉଠିଛି I ଗତ 5ବର୍ଷ ଭିତରେ ଉଚ୍ଚ ପ୍ରଶାସନିକ ବର୍ଗର ଦୁର୍ନୀତି ରୋକିବା ବାବଦରେ ସମ୍ପୃକ୍ତ ସଂସ୍ଥାରେ 50/60 କୋଟିରୁ ଉର୍ଧ୍ଵ ଅର୍ଥ ବସ୍ତୁତଃ ବରବାଦ ହୋଇଛି ! ଲକ୍ଷ ଲକ୍ଷ କୋଟିଟଙ୍କା ଖଣି, ପାଣି, ଚିଟଫଣ୍ଡ ଦୁର୍ନୀତିରେ ଉବୁଟୁବୁ ହେଉଥିଲା ବେଳେ ଓଡିଶା କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ
ଦେଶରେ ପ୍ରଥମ କରି ଦୁର୍ନୀତି ରୋକିବା ନାମରେ ଅଣ୍ଟା ଭିଡ଼ିଥିଲେ 👌 ଲୋକାୟୁକ୍ତ ସଂସ୍ଥା ଗଠନ ପ୍ରକ୍ରିୟାକୁ 2014 ସୁଦ୍ଧା ମଧ୍ୟ ସମାପ୍ତ କରିଥିଲେ I କିନ୍ତୁ ସେତେବେଳର ବିଜୁ ଜନତା ଦଳର ସରକାର 2019ରେ ଲୋକାୟୁକ୍ତ ପୂର୍ଣ କାର୍ଯ୍ୟକ୍ଷମ କରାଇଥିଲେ I ଲୋକାୟୁକ୍ତ ତଥା ଅନ୍ୟାନ୍ୟ ସଦସ୍ୟଙ୍କ ସମେତ 50ରୁ ଉର୍ଧ୍ଵ ପଦସ୍ଥ ଅଧିକାରୀ ନିଯୁକ୍ତି ପାଇଥିଲେ I ଏ ସବୁ ସତ୍ୱେ ଦୁର୍ନୀତି ବିରୋଧରେ ମନେ ରଖିଲା ଭଳି ବା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା ନାହିଁ I ଲୋକାୟୁକ୍ତ ଏବେ ଦନ୍ତ ବିହୀନ ଏବଂ ଧଳା ହାତୀ ପୋଷା ସଂସ୍ଥାରେ ପରିଣତ ହୋଇଛି I ତେଣୁ
ସଂପୃକ୍ତ ସଂସ୍ଥାରେ ଲୋକାୟୁକ୍ତ ପୁନଃ ନିଯୁକ୍ତି ନ କରି ବରଂ ସରକାର ତାହା ବନ୍ଦ କରିଦେବା ପାଇଁ
ଦାବି ଉଠିଛି..
ସାରା ଦେଶରେ 2010 ମସିହାରେ ସମାଜସେବୀ ଆନା ହଜାରେ, ଜଷ୍ଟିସ ସନ୍ତୋଷ ହେଗଡ଼, ଆଇନଜ୍ଞ ପ୍ରଶାନ୍ତ ଭୂଷଣ, ରାଜନେତା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଜନ ଲୋକପାଳ ଆଇନ ପ୍ରଣୟନ ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ଲାଗିରହିଥିଲା ଫଳରେ ଭାରତରେ 2014 ମସିହାରୁ ଲୋକପାଳ ବା ଲୋକାୟୁକ୍ତ ନୁଆ ରୂପରେ ଗଠନ ହୋଇ ଥିଲା I ଓଡିଶା ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ରାଜ୍ୟରେ ଆଇନ କାର୍ଯ୍ୟକାରୀ କରାଇଲେ ଏବଂ ଅଗ୍ରଣୀ ରାଜ୍ୟ ଭାବେ ସବୁ ପ୍ରକାର ନିଯୁକ୍ତି ପ୍ରଦାନ ସହିତ ସଂସ୍ଥା ପାଇଁ ବଜେଟରେ ଖର୍ଚ୍ଚ ବ୍ୟବସ୍ଥା ମଧ୍ୟ କରାଇଥିଲେ I ହେଲେ ଆୟୁକ୍ତ 2019 ମାର୍ଚ୍ଚରୁ 5 ବର୍ଷ ପର୍ଯ୍ୟନ୍ତ
ଦଳବଳ ଧରି କାର୍ଯ୍ୟକ୍ଷମ ରହିଥିଲେ ସିନା ଦୁର୍ନୀତି ବିରୋଧରେ ଶାଣିତ ହୋଇ ପାରିଲେ ନାହିଁ 😇 ଉଦେଶ୍ୟ କିଛି ଅଂଶରେ ବି ସାଧିତ ହୋଇ ପାରି ନଥିଲା...ଏବେ ଏକ ବର୍ଷ ହେଲା ଆୟୁକ୍ତ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ପଦ ଖାଲି ପଡିଛି, ହେଲେ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ଦରମା ଭତା, ଗାଡି, ଶୀତତାପ ନିୟନ୍ତ୍ରଣ ଏବଂ ଆନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ 5 ବର୍ଷରେ 50/60 କୋଟି ଟଙ୍କା ବ୍ୟୟ ସାରିଲାଣି ! ହେଲେ ଉଚ୍ଚ ଠାରୁ ନୀଚ୍ଚ ପାହ୍ୟାର ପ୍ରଶାସନିକ ଅଧିକାରୀ କେଉଁଠି ବି ଲାଞ୍ଚ ମିଛର ଦୁର୍ନୀତି ହ୍ରାସ ପାଇ
ନାହିଁ.. ବରଂ ବୃଦ୍ଧି
ପାଇଛି 😭
ଲୋକପାଳ ବା ଜିଲ୍ଲାପାଳ' ଭଳି ଶବ୍ଦରେ ସାଧାରଣ ମଣିଷ ଭିତରେ ଯେଉଁ ସମ୍ନାନବୋଧ ଆସେ ବା ବିଶ୍ୱାସ ଥାଏ ତାହା ଅବିଶ୍ୱାସ ଏବଂ ସର୍ବନାଶରେ ରୂପାନ୍ତରିତ ହୋଇଛି I ସାଧାରଣ ମଣିଷ ଅଭିଯୋଗ କରିବାକୁ ଶକ୍ତି ଓ ସାହସ ଜୁଟାଇବା ଆଜିକାର ଭୋଟ ରାଜନୀତି ଦେଶରେ ସମ୍ଭବ ନୁହେଁ I ସରକାର ଶକ୍ତିଶାଳୀ !
ସେହି କାରଣରୁ ଲୋକାୟୁକ୍ତ ନିଜ ଆଡୁ ଖୋଜା ଲୋଡ଼ା କରି ମାମଲା ରୁଜୁ କରି
ପାରିଥାନ୍ତେ I ହାୟ😇 ଆମର ସବୁ ପ୍ରକାର ବ୍ୟବସ୍ଥା ଥାଇ ମଧ୍ୟ ତାହା ନେତା,ବାବୁ ବା ହାକିମଗଣ କରି ପାରୁ ନାହାନ୍ତି !
ଓଡିଶା ଲୋକାୟୁକ୍ତ
2024ରେ ବଲାଙ୍ଗୀର ଜିଲ୍ଲା ସୁକତେଲ ନଦୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମହୀପାଳ ଠାରେ ନଦୀ ଉପରେ ନବ ନିର୍ମିତ ପୋଲ ଭାଙ୍ଗିବା ଅଭିଯୋଗରେ ନିଜ ଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ I ପ୍ରସଙ୍ଗ ହେଉଛି ନିଜ ଆଡୁ ମାମଲା ପ୍ରତି ବର୍ଷ ଆଉ କିଛି କିଛି କରାଯିବା ପାଇଁ ଲୋକେ ଯେଉଁ ଆଶା ବିଶ୍ୱାସ ରଖିଥିଲେ ତାକୁ ଲୋକାୟୁକ୍ତ ପୂରଣ କରି ପାରିଲେ ନାହିଁ I
ଆମ ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅବସର ପ୍ରାପ୍ତ ବିଚାରପତି ଅଜିତ ସିଂହ ନିଜ ସରକାରୀ ବାସଭଵନ ମରାମତି ଏବଂ ବିଳାସପୁର୍ଣ ସାମଗ୍ରୀ କିଣା ବାବଦରେ ସରକାର 70 ଲକ୍ଷରୁ କୋଟିଏ ଟଙ୍କା ଖର୍ଚ୍ଚ କରାଯିବାର ପ୍ରମାଣ ମିଳିଥିଲା I ହେଲେ ବିଚାରପତି ନିଜ ଆଡୁ କିଛି ଉତ୍ତର ରଖିଲେ ନାହିଁ I କେବଳ ସେତିକି ନୁହେଁ ରାଜ୍ୟସରକାର ଲୋକାୟୁକ୍ତ ଏବଂ ଅନ୍ୟ ସଦସ୍ୟଙ୍କ ପାଇଁ ଅବସର ପେନସନ ବ୍ୟବସ୍ଥା ମଧ୍ୟ କରାଇଦେଲେ I ଯଦିବା ସମସ୍ତେ ଅବସର ପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ ଏବଂ ପେନସନ ମଧ୍ୟ ପାଉଥିଲେ I ପ୍ରଶ୍ନ ହେଉଛି ଦୁଇଟି ପେନସନ ଭୋଗ କଣ ଶ୍ରେଷ୍ଠ ବିଚାର ପଣିଆ... 🤭 ଦେବା ଏବଂ ନେବା ଲୋକ ଏକା ଗୋଷ୍ଠୀର ନୁହେଁ କି..?
ମୋଟା ମୋଟି ଭାବେ
ବିଜେଡି ଶାସନର ଶେଷ ସମୟ ବେଳକୁ ତାଙ୍କ
ଦଳର ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ସୁଧାଂଶୁ ପରିଡାଙ୍କ ଉପରେ ଲୋକାୟୁକ୍ତଙ୍କ ଛାଟ ବାଜିବା ବିଷୟ ଲୋକାୟୁକ୍ତଙ୍କ ସ୍ୱଛତା ନେଇ ସନ୍ଦେହ ସୃଷ୍ଟି
କରିଥିଲା I ମାତ୍ର ଜଣେ ବରିଷ୍ଠ ଆଇ.ଏ. ଏସ ଅଧିକାରୀ ବିଷ୍ଣୁପଦ ସେଠି ଦୁଇଟି ସଂସ୍ଥାରୁ ପାରିବାରିକ ଚିକିତ୍ସା ପାଇଁ ଅର୍ଥ ଉଠାଇ ଥିବାର ପ୍ରମାଣ ମିଳିଥିଲା ଏବଂ ସମ୍ପୃକ୍ତ ଶ୍ରୀ ସେଠିଙ୍କ ବିରୋଧ ରେ କିଛି ବି କାର୍ଯ୍ୟାନୁଷ୍ଠାନ କରାଯାଇ ପାରି ନଥିଲା ! ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ଅଧୀନରେ ରଖି ନପାରି ତତକାଳୀନ ସରକାର ଦୁର୍ନୀତିକୁ କିଭଳି ରୋକିବାକୁ ଚାହିଁ ଥିଲେ ?
ରାଜ୍ୟ ଭିଜିଲାନ୍ସ ଠାରୁ ଆମ ରାଜ୍ୟର ଲୋକାୟୁକ୍ତ କିପରି ଅଲଗା ? କିପରି ମୁକ୍ତ ତାହା ଏଯାବତ ବୁଝା ପଡି ନ
ଥିଲା ! ଶକ୍ତିଶାଳୀ ଲୋକାୟୁକ୍ତ ନହେବା ଯାଏଁ ସମ୍ପୃକ୍ତ ଧଳା ହାତୀ ପୋଷା ବ୍ୟବସ୍ଥା ବନ୍ଦ ହୋଇଯିବା ଭଲ👍 ବୋଲି ବୁଦ୍ଧିଜୀବି ମହଲରେ ଦାବି କରାଯାଇଛି

ଦାରିଦ୍ର୍ୟ ଦୂରୀକରଣ ପାଇଁ ଆନ୍ଧ୍ରର 'P4 ମଡେଲ' : ଓଡିଶା ପାଇଁ ଏକ ଆହ୍ୱାନ...       *ପ୍ରଦୀପ କୁମାର ବିଶ୍ୱାଳଅବସରପ୍ରାପ୍ତ ଆଇ.ଏ.ଏସ     👍ସ...
15/09/2025

ଦାରିଦ୍ର୍ୟ ଦୂରୀକରଣ ପାଇଁ ଆନ୍ଧ୍ରର 'P4 ମଡେଲ' :
ଓଡିଶା ପାଇଁ ଏକ ଆହ୍ୱାନ...
*ପ୍ରଦୀପ କୁମାର ବିଶ୍ୱାଳ
ଅବସରପ୍ରାପ୍ତ ଆଇ.ଏ.ଏସ
👍ସ୍ୱାଧୀନତା ପରଠାରୁ ଦାରିଦ୍ର୍ୟ ଦୂରୀକରଣ ଶାସନ ପାଇଁ ଏକ ମୁଖ୍ୟ ବିଷୟ ବସ୍ତୁ ବା ଆହ୍ୱାନ ହୋଇ ରହି ଆସିଛି।😇 କେନ୍ଦ୍ର ଏବଂ ରାଜ୍ୟ ଉଭୟରେ ସରକାର ପରେ ସରକାର ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଅନେକ ନୀତି ବା ଯୋଜନା ଗ୍
ପ୍ରଣୟନ କରିଛନ୍ତି। ଯଦିଓ ବିଗତ ବର୍ଷମାନଂକରେ ଦାରିଦ୍ର୍ୟ ନିଶ୍ଚିତ ଭାବରେ ହ୍ରାସ ପାଇଛି, ତଥାପି ଏହା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ।
ଦାରିଦ୍ର୍ୟର ମାପକାଠି ଏକ ବିତର୍କିତ ପ୍ରସଙ୍ଗ ହୋଇଛି ଏବଂ ସଦ୍ୟତମ ମାପକାଠି ହେଉଛି ବହୁମୁଖୀ ଦାରିଦ୍ର୍ୟ। ପ୍ରତିଦିନ ପାଇଁ ବ୍ୟକ୍ତିକୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ଆଉ ଦାରିଦ୍ର୍ୟ ନିର୍ଣ୍ଣୟ କରିବାର ମାନଦଣ୍ଡ ନୁହେଁ। ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ସମାଜରେ ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣ ପ୍ରସ୍ତାବକୁ ସମର୍ଥନ କରିଥିଲେ। ତାଂକ ମତରେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅସମାନତା ଏବଂ ଅଭାବର ସ୍ତର ହିଁ ଜଣେ ବ୍ୟକ୍ତିଙ୍କ ଦାରିଦ୍ର୍ୟ ନିର୍ଣ୍ଣୟ କରେ।
ଦାରିଦ୍ର୍ୟ ଦୂରୀ କରଣର ସରଳ ସୂତ୍ର କଣ ହୋଇ ପାରେ ?
ସରକାରଙ୍କ ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ ଯୋଜନା ମାଧ୍ୟମରେ ଗରିବ ବର୍ଗଙ୍କୁ ଲାଭ ପହଞ୍ଚାଇବାର ପାରମ୍ପରିକ ପଦ୍ଧତି ଅତୀତରେ ଏତେ ସଫଳ ହୋଇନାହିଁ।
ସମ୍ପ୍ରତି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିର୍ଦ୍ଦେଶରେ ଆନ୍ଧ୍ର ପ୍ରଦେଶ ସରକାର ଏକ ଅଭିନବ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, P4 ମଡେଲ୍ ଆରମ୍ଭ କରିଛନ୍ତି। 'P4'ର ଅର୍ଥ ହେଉଛି ସରକାରୀ, ଘରୋଇ କ୍ଷେତ୍ର , ନାଗରୀକ ସମାଜ ଏବଂ ସହଭାଗୀତା। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି 2029 ସୁଦ୍ଧା ରାଜ୍ୟରେ ଶୂନ୍ୟ ଦାରିଦ୍ର୍ୟ ହାସଲ କରିବା।
ଏହି ପ୍ରୟାସର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି, ସରକାର- ଘରୋଇ କ୍ଷେତ୍ର ଏବଂ ନାଗରିକଙ୍କ ମଧ୍ୟରେ ଏକ ସହଯୋଗପୂର୍ଣ୍ଣ ବନ୍ଧନ। ଏହା କେବଳ ସରକାରୀ ପାଣ୍ଠି ଏବଂ ପରିଚାଳିତ ପାରମ୍ପରିକ କଲ୍ୟାଣ ଯୋଜନାରୁ ଏକ ପ୍ରତ୍ୟାବର୍ତ୍ତନ। ମୂଳ ଧାରଣା ବାଙ୍ଗାରୁ କୁଟୁମ୍ବମ୍ ("ସ୍ୱର୍ଣ୍ଣ ପରିବାର") ଉପରେ କେନ୍ଦ୍ରିତ। ଏମାନେ ହେଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅବହେଳିତ ପରିବାର। ଆନ୍ଧ୍ରର ଚନ୍ଦ୍ର ବାବୁ ନାଇଡ଼ୁ ସରକାର ଏହି ପରିବାରଗୁଡ଼ିକୁ ସର୍ଭେ କରି ତାଲିକାଭୁକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ପ୍ରାୟ 15 ଲକ୍ଷ ଏପରି ପରିବାରର ଉନ୍ନତି କରିବା।
ଏଥିରେ ଯୋଡା ହୋଇଛି ମାର୍ଗଦର୍ଶୀ ("ଗୁରୁ")। ଏମାନେ ହେଉଛନ୍ତି ଧନୀ ବ୍ୟକ୍ତି, ଯେଉଁଥିରେ ଉଚ୍ଚ ସମ୍ପତ୍ତି ଥିବା ବ୍ୟକ୍ତି ଏବଂ ତେଲୁଗୁ ପ୍ରବାସୀ ଭାରତୀୟଙ୍କ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ "ବାଙ୍ଗାରୁ କୁଟୁମ୍ବମ୍"ଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି।
ଜଣେ ପରାମର୍ଶଦାତା ଚାକିରି, ମାଗଣା ଚିକିତ୍ସା, ଶିକ୍ଷାଗତ ସହାୟତା କିମ୍ବା ବୃତ୍ତିଗତ ତାଲିମ ପ୍ରଦାନ କରିପାରିବେ। ପରାମର୍ଶଦାତାମାନେ ସିଧାସଳଖ ସଂସ୍ଥାଗୁଡ଼ିକୁ ଅର୍ଥ ପ୍ରଦାନ କରନ୍ତି, ହିତାଧିକାରୀଙ୍କୁ ନଗଦ ଆକାରରେ ନୁହେଁ।

ଏହି ଯୋଜନାରେ ସରକାର ଏକ ସୁବିଧାଦାତା ଭାବରେ କାର୍ଯ୍ୟ କରନ୍ତି, ପରାମର୍ଶଦାତାମାନଙ୍କୁ ହିତାଧିକାରୀ ପରିବାର ସହିତ ସଂଯୋଗ କରନ୍ତି। ଏହା ହିତାଧିକାରୀ ଚୟନ ପାଇଁ ଡିଜିଟାଲ ପ୍ଲାଟଫର୍ମ ଏବଂ ଗ୍ରାମସଭା ମାଧ୍ୟମରେ ସ୍ୱଚ୍ଛତା ସୁନିଶ୍ଚିତ କରେ। ଏହା ପରାମର୍ଶଦାତା ଏବଂ ପରିବାର ମଧ୍ୟରେ ସିଧାସଳଖ ପାରସ୍ପରିକ କ୍ରିୟା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରେ।

ଏହି କାର୍ଯ୍ୟକ୍ରମ ଜନସଂଖ୍ୟାର ଶୀର୍ଷ ୧୦% ଲୋକଙ୍କୁ ତଳ ୨୦% ଲୋକଙ୍କୁ ସମର୍ଥନ କରିବାକୁ ଉତ୍ସାହିତ କରେ।

ଏହି ପ୍ରତ୍ୟକ୍ଷ, ବ୍ୟକ୍ତିଗତ କିମ୍ବା ସମ୍ପ୍ରଦାୟ-ଆଧାରିତ ସହାୟତା ବ୍ୟବସ୍ଥା ଏକ କଲ୍ୟାଣକାରୀ
-- ଯୋଜନା ଅପେକ୍ଷା ଅଧିକ ସାମଗ୍ରିକ ଏବଂ ସ୍ଥାୟୀ ସହାୟତା ପ୍ରଦାନ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି।
.....P4 ମଡେଲ ବିଦ୍ୟମାନ ସରକାରୀ କଲ୍ୟାଣ ଯୋଜନାଗୁଡ଼ିକଠାରୁ ସ୍ୱାଧୀନ ଭାବରେ କାର୍ଯ୍ୟ କରେ। ଏହା ଏକ ପରିପୂରକ ପଦକ୍ଷେପ ଯାହା ଅତିରିକ୍ତ ରାଜ୍ୟ ପାଣ୍ଠି ଉପରେ ନିର୍ଭର କରିବା ପରିବର୍ତ୍ତେ ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟର ଅବଦାନକୁ ଏକତ୍ରିତ କରେ।
- ସରକାର ସବୁଠାରୁ ପ୍ରଭାବଶାଳୀ "ମାର୍ଗଦର୍ଶୀ" ଏବଂ "ବାଙ୍ଗାରୁ କୁଟୁମ୍ବମ" ଚିହ୍ନଟ କରିବା ପାଇଁ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ପ୍ରଗତି ନିୟମିତ ଭାବରେ ସମୀକ୍ଷା କରିବାକୁ ଯୋଜନା କରୁଛନ୍ତି।
ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା P4 ମଡେଲ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ସେମାନଙ୍କ ରାଜ୍ୟରେ ଏହି ମଡେଲର ଅନୁକରଣ ପାଇଁ ଆଗ୍ରହ ସୃଷ୍ଟି କରିଛି। ଏହା ହିତାଧିକାରୀଙ୍କ ପାଇଁ ନଗଦ-ଆଧାରିତ ପ୍ରୋତ୍ସାହନ ନୁହେଁ ବରଂ ଜୀବନରେ ଉତ୍ତମ ସୁଯୋଗ ସୁନିଶ୍ଚିତ କରିବା ଏବଂ ଦାରିଦ୍ର୍ୟ ଦୂର କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ହସ୍ତକ୍ଷେପ।
ନିତି ଆୟୋଗ ଦ୍ୱାରା ୨୦୨୩-୨୪ ପାଇଁ ଏହାର ରିପୋର୍ଟରେ ସ୍ୱୀକାର କରାଯାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (SDG) ଅଧୀନରେ ପରିକଳ୍ପିତ ଶୂନ୍ୟ ଦାରିଦ୍ର୍ୟ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ତଥାପି, ରାଜ୍ୟରେ ଦାରିଦ୍ର୍ୟ, ଅଭାବ ଏବଂ କୁପୋଷଣ ଏବେ ବି ରହିଛି। ତେଣୁ ଏକ P4 ମଡେଲ୍ ଓଡ଼ିଶା ପାଇଁ ବହୁତ ପ୍ରାସଙ୍ଗିକ ଏବଂ ପ୍ରବାସୀ ଓଡ଼ିଆ ଏବଂ ସ୍ୱେଚ୍ଛାକୃତ ଭାବରେ ଗରିବଙ୍କ ପାଇଁ କାମ କରିବାକୁ ଇଚ୍ଛୁକ ଯେକୌଣସି ବ୍ୟକ୍ତି କର୍ପୋରେଟ୍ କ୍ଷେତ୍ର ଦ୍ୱାରା ଦାରିଦ୍ର୍ୟ ଦୂରୀକରଣକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିପାରିବେ। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଇତ୍ୟାଦି କ୍ଷେତ୍ରରେ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଏକ ପରିବାରକୁ ଗ୍ରହଣ କରିବା ଦ୍ୱାରା ପରିବାର ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାରେ ବହୁତ ସାହାଯ୍ୟ ମିଳିବ। ପରାମର୍ଶ ଦେବାର ପଦ୍ଧତି ଅଧିକ ବ୍ୟବହାରିକ ଏବଂ ଲାଭଦାୟକ। ଏହା ବ୍ୟକ୍ତିଠାରୁ ବ୍ୟକ୍ତି ପର୍ଯ୍ୟନ୍ତ ଭିନ୍ନ ଏବଂ ଆବଶ୍ୟକତା ଅନୁସାରେ ଅନ୍ୟମାନଙ୍କଠାରୁ ଭିନ୍ନ ଭାବରେ ହିତାଧିକାରୀଙ୍କ ସ୍ୱାର୍ଥକୁ ସାଧନ କରେ। ସରକାରଙ୍କ ଭୂମିକା କେବଳ ଜଣେ ସହାୟକଙ୍କ ଭାବରେ ସୀମିତ ଏବଂ ରାଜ୍ୟ ରାଜକୋଷ ଉପରେ କୌଣସି ଆର୍ଥିକ ବୋଝ ନାହିଁ।
ଓଡ଼ିଶା ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ଆନ୍ଧ୍ରର ଏହି ମଡେଲ ଉପରେ ଗମ୍ଭୀରତାର ସହ ଚିନ୍ତା କରିପାରନ୍ତି

13/09/2025

ଲୋକପାଳ: ବିଶ୍ୱାସ ବଦଳରେ ସର୍ବନାଶ😭

ଗଡ଼କରୀଙ୍କ ପାଇଁ ବଡ଼ କିଏ,ଇମେଜ ନା ଇଥାନଲ ?୯/୯/୨୫: (ଚିତ୍ତ ମହାପାତ୍ର)- ଭାରତ ସରକାରଙ୍କ ଅଭିଜ୍ଞ ମନ୍ତ୍ରୀ ନିତୀନ ଗଡ଼କରିଙ୍କ ପାଇଁ ଏବେ ଗୁରୁତ...
09/09/2025

ଗଡ଼କରୀଙ୍କ ପାଇଁ ବଡ଼ କିଏ,ଇମେଜ ନା ଇଥାନଲ ?
୯/୯/୨୫: (ଚିତ୍ତ ମହାପାତ୍ର)- ଭାରତ ସରକାରଙ୍କ ଅଭିଜ୍ଞ ମନ୍ତ୍ରୀ ନିତୀନ ଗଡ଼କରିଙ୍କ ପାଇଁ ଏବେ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଇମେଜ ନା ଇଥାନଲ ? କାହାକୁ ରଖିବେ କିପରି ! 😇 ଇଥାନଲ ହିଁ ସୁଲ୍ଲଭ ସୁନ୍ଦର ଏବଂ ଏହାକୁ ପ୍ରମାଣ କରିବାର କ୍ଷମତା ଗଡ଼କରୀ ଜୀ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ତାଙ୍କ ମହତ୍ୱପୂର୍ଣ୍ଣ ଇମେଜ ପାଇଁ ମାପ କାଠି। ଯେଉଁ ଭାରତବାସୀ ଗାଡ଼ି ବ୍ୟବହାର କରୁଛନ୍ତି ସେମାନେ ଗତ ମାର୍ଚ୍ଚ ମାସରୁ ଖାଂଟି ପ୍ରେଟ୍ରୋଲ ପାଉ ନାହାନ୍ତି! କାରଣ ପ୍ରତ୍ୟେକ ଏକ ଲିଟଟ ପ୍ରେଟ୍ରୋଲରେ ଇ/୨୦ ବା ଶତକଡ଼ା ୨୦ ଭାଗ ଇଥାନଲ ମିଶ୍ରଣ ବାଧ୍ୟତା ମୂଳକ କରାଯାଇଛି। ବାସ୍‌, ପେଟ୍ରୋଲରେ ଏପରି ମାତ୍ରାଧିକ ଇଥାନଲ ମିଶ୍ରଣ ଏବଂ ଏହାକୁ କ୍ରମଶଃ ବୃଦ୍ଧି କରିବାକୁ ଯେଉଁ ଯୋଜନା ଭାରତ ସରକାର କରୁଛନ୍ତି ସେଥିରେ ଗଡ଼କରୀ ଜୀଙ୍କ ସଂପୃକ୍ତି ବା ଅଭିସନ୍ଧି ଅଧିକ ରହିଛି।
ପ୍ରଖ୍ୟାତ ୟୁଟୁବର ଧ୍ରୁବ୍ ରାଥି ତାଙ୍କ ଲୋକ ପ୍ରିୟ ଚାନେଲର ଏକ କାର୍ଯ୍ୟକ୍ରମରେ ଗଡ଼କରୀଙ୍କ ଚରିତ୍ର ଉପରେ ଏପରି ସିଧା ଖୁଲାସା କରିଛନ୍ତି। ରାଥି ମହାଶୟ ଇଥାନଲର ଉପକାରିତା ଅପେକ୍ଷା ଅଧିକ ଭାବରେ ଗଡ଼କରୀଙ୍କ ପୁତ୍ର ମୋହ ଏବଂ ସେମାନଙ୍କ ପାରିବାରିକ ବ୍ୟବସାୟିକ ଅଭିସନ୍ଧୀର ପ୍ରମାଣ ଦେଇଛନ୍ତି। ଦୁଇ ପୁଅ ନିଖିଲ ଏବଂ ସାରଙ୍ଗ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଏବଂ ଇଥାନଲ ନାଗପୁର ନିକଟରେ ଉତ୍ପାଦନ କରୁଥିବାରୁ ଏବେ ବାପା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ସାଧାରଣରେ ସମାଲୋଚନାର ଶୀକାର ହୋଇଛନ୍ତି। ସଡ଼କ ଏବଂ ପରିବହନ ମନ୍ତ୍ରୀ ଇନ୍ଧନ ଉପରେ ଅଧିକ ଭାଷଣ ଦେଇ ଇଥାନଲ ବ୍ୟବହାରକୁ କ୍ରମଶଃ ବୃଦ୍ଧି କରିବାକୁ ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଇତିମଧ୍ୟରେ ଭାରତ ସରକାର ଶତକଡ଼ା ୧୦ରୁ ଏଇବର୍ଷ ୨୦କୁ ବୃଦ୍ଧି କରିଛନ୍ତି । ନିତୀନ ଗକକରୀ ଇଥାନଲ ୪୦ ଭାଗ ମିଶାଇବା ଉପରେ ଗୁରୁତ୍ୱଦେଇ ଭାଷଣ ପ୍ରଦାନ କରିଆସୁଛନ୍ତି । ଫଳରେ କୁଆଡ଼େ ପ୍ରେଟ୍ରୋଲ ଲିଟର ପିଛା ମାତ୍ର ୧୫ ଟଙ୍କା ହୋଇଯିବ! ସଂପ୍ରତି ଇଥାନଲ ଯେଉଁ ପରିମାଣରେ ମିଶିଲାଣି ସେହି ଅନୁସାରେ ଆମ ଦେଶରେ ପେଟ୍ରୋଲ ମୂଲ୍ୟ ହ୍ରାସ ଆଶାନୁରୂପକ ହୋଇ ପାରି ନାହିଁ। ବିଦେଶରୁ କ୍ରୁଡ଼ ଅଏଲ ଆମଦାନୀ ପରିମାଣ ଆଖିଦୃଶିଆ ହ୍ରାସ ପାଇଛି ଅଥଚ ପେଟ୍ରୋଲ ଦର ହ୍ରାସ ସେଇ ଅନୁପାତରେ କମି ପାରି ନାହିଁ। ଅପରପକ୍ଷରେ ସବୁ ଗାଡ଼ି ଗୁଡ଼ିକରେ ଇଥାନଲ ଅନୁକୂଳ ଇଂଜିନ ନଥିବାରୁ ମାଇଲେଜ ମଧ୍ୟ ହ୍ରାସ ପାଇଛି। ଗାଡ଼ି ମଧ୍ୟ ଖରାପ ହେଉଛି ବୋଲି ଅଭିଯୋଗ ହେଉଛି। ଏପରି କ୍ଷତି ସବୁ ଶ୍ରେଣୀର ଲୋକ ସହିବା ସହଜ ହେବ ନାହିଁ। ଦେଶର ଜନମଙ୍ଗଳ ସରକାର ଇଥାନଲ ଫ୍ରେଣ୍ଡଲି ଗାଡ଼ି ଉତ୍ପାଦନ ନ କରି ଦେଶରେ ହଠାତ୍ ଇଥାନଲ ଉତ୍ପାଦନ ବୃଦ୍ଧି କରିଥିବାରୁ ସେଥିପାଇଁ ଗଡ଼କରିଙ୍କ ଇମେଜ ଉପରେ ବଡ଼ ପ୍ରଶ୍ନ ଠିଆ କରିଛି। କାରଣ ଇଥାନଲ ଉତ୍ପାଦନରେ ଏବେ ଭାରତ ବିଶ୍ୱର ତୃତୀୟ ଦେଶର ମାନ୍ୟତା ହାସଲ କରିଛି ଯେଉଁଥିରେ ଗଡ଼କରୀ ପରିବାର ଭାଗ ମଧ୍ୟ ଯଥେଷ୍ଟ।
ଇଥାନଲ ପରିବେଶ ଉପଯୋଗୀ ଏବଂ ସ୍ୱଳ୍ପ ମୂଲ୍ୟର ହୋଇ ପାରେ କିନ୍ତୁ ସେଥିପାଇଁ ଗାଡ଼ି ନିର୍ମାଣ ତଥା ଗାଡ଼ି ଖରାପ ହେଲେ ବୀମା ସୁବିଧା ପ୍ରଦାନ ବ୍ୟବସ୍ଥା ଇତ୍ୟାଦି ନ କରି ତରବରିଆ ଭାବେ ଯେଉଁ ନିଷ୍ପତି ଗ୍ରହଣ କରାଯାଇଛି ସେଥିପାଇଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ପୁତ୍ରଙ୍କ ଲାଭ ବୃଦ୍ଧି ଭଳି ଦେଶବାସୀ ଏବଂ ପରିବେଶ ଉଭୟର ଲାଭ ହେଲା ଭଳି କାର୍ଯ୍ୟ କରି ଦେଖାଇ ପାରିଲେ ଗଡ଼କରୀଙ୍କ ବର୍ଷ ବର୍ଷର ଉଜ୍ଜଳ ଇମେଜ ରକ୍ଷା ସମ୍ଭବ ହେବ ବୋଲି ବୁଦ୍ଧିଜୀବିଗଣ ମତ ଦିଅନ୍ତି

08/09/2025

ଭୋଟ'ଗଣତନ୍ତ୍ରର ଶ୍ରେଷ୍ଠ ଶକ୍ତି,ଦୁର୍ଭାଗ୍ୟ ନେତାଗଣ ଯେଉଁ ଦେଶରେ ଭୋଟ ଦେବାକୁ ଡ଼ରୁଛନ୍ତି ସେଠି ସଧାରଣ ନାଗରିକର ଅବସ୍ଥା କଣ😇

Address

Bhubaneswara, Odisha
Bhubaneswar

Website

Alerts

Be the first to know and let us send you an email when Bhubaneswar Television production, BTv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhubaneswar Television production, BTv:

Share