Bhubaneswar Television production, BTv

Bhubaneswar Television production, BTv Producing awarenes film/adfilm, print n publicity, news vews of social intrest

16/09/2026

ଦ୍ରୁତତତର ପୁଞ୍ଜିନିବେଶ ପ୍ରସ୍ତାବ
13/09/2026

ଦ୍ରୁତତତର ପୁଞ୍ଜିନିବେଶ ପ୍ରସ୍ତାବ

-ଓଡ଼ିଶାକୁ ଆସିବ ₹୨.୪୩ ଲକ୍ଷ କୋଟିର ନିବେଶ, -ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା ସମୁଦାୟ ପୁଞ୍ଜି ନି....

ଭୁବନେଶ୍ୱର, 19/9/26
10/09/2026

ଭୁବନେଶ୍ୱର, 19/9/26

- ମସ୍ତିଷ୍କ ଲଗାଇ ଦାୟିତ୍ୱ ତୁଲାଅ - ଜରିମାନା 5ଲକ୍ଷ - ପଦୋନ୍ନତି ରେ ଲଗାମ - ସମ୍ବିଧାନ ମାନି ଶାସନ, ନେତାଙ୍କ ମନଖୁସି ପାଇଁ କାମ କର ନାହି...

https://bhubaneswartelivision.blogspot.com/2026/09/blog-post_09.html
09/09/2026

https://bhubaneswartelivision.blogspot.com/2026/09/blog-post_09.html

ସ୍ଵରାଞ୍ଜଳିର ସେନାପତି.. ଭୁବନେଶ୍ୱର,9/9/26: ଶିକନ୍ଦର ଆଲାମ ଫାଉଣ୍ଡେସନ ପକ୍ଷରୁ "ସ୍ୱରାଞ୍ଜଳୀ" ସଂଗୀତ ସନ୍ଧ୍ୟା ସ୍ଥାନୀୟ ଜୟଦେବ ଭବନରେ...

ଓଡିଶା ଜଙ୍ଗଲରେ ଓରାଙ୍ଗଉଟାନ       ଭୁବନେଶ୍ୱର, 8/9/26:ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର-ତାଳସାରି ବନ ବିଭାଗ (Udayapur ...
08/09/2026

ଓଡିଶା ଜଙ୍ଗଲରେ ଓରାଙ୍ଗଉଟାନ
ଭୁବନେଶ୍ୱର, 8/9/26:
ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର-ତାଳସାରି ବନ ବିଭାଗ (Udayapur Forest Section) ଅଧୀନରେ ଥିବା ବିଚିତ୍ରପୁର ଝାଉଁ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ (Orangutans) ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ବିସ୍ମୟ ସୃଷ୍ଟି କରିଛି। ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖାଯାନ୍ତି ନାହିଁ, ତେଣୁ ଏହି ବିଦେଶୀ ଜୀବମାନଙ୍କୁ ବନ ବିଭାଗ ଅତି ସତର୍କତାର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
ଏହି ଜୀବମାନଙ୍କୁ ଧରିବା ଓ ଉଦ୍ଧାର କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିମ୍ନରେ ଦିଆଗଲା:
୧. ପ୍ରାରମ୍ଭିକ ସୂଚନା ଓ ଠାବ (Routine Patrolling & Sighting)
ସକାଳର ପାଟ୍ରୋଲିଂ: ସେପ୍ଟେମ୍ବର ୮, ୨୦୨୬ (ମଙ୍ଗଳବାର) ସକାଳ ପ୍ରାୟ ୬ଟା ସମୟରେ ଉଦୟପୁର ବନ ବିଭାଗର ଏକ ପାଟ୍ରୋଲିଂ ଟିମ୍ ରଣକୋଠା-ବଡ଼ପାହି ଅଞ୍ଚଳରେ ନିୟମିତ ଯାଞ୍ଚ କରୁଥିଲେ।
ଗ୍ରାମବାସୀଙ୍କ ସୂଚନା: ସ୍ଥାନୀୟ ବଡ଼ପାଇ ଗ୍ରାମବାସୀ ମଧ୍ୟ ଜଙ୍ଗଲରେ କିଛି ଅଜଣା ଜୀବ ବୁଲୁଥିବାର ଦେଖି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଠାବ ପ୍ରକ୍ରିୟା: ଝାଉଁ ବଣ (Casuarina Forest) ଭିତରେ ବନ କର୍ମଚାରୀମାନେ ପ୍ରଥମେ ଏହି ୫ଟି ଜୀବଙ୍କୁ ଦେଖିବାକୁ ପାଇଲେ ଏବଂ ସେମାନେ ଓରାଙ୍ଗଉଟାନ ବୋଲି ଚିହ୍ନଟ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ।
୨. ସ୍ୱତନ୍ତ୍ର ଟିମ୍ ଗଠନ ଓ ସୁରକ୍ଷିତ ଭାବେ ଧରିବା (Securing the Animals)
ଉଦ୍ଧାର କାର୍ଯ୍ୟ: ଖବର ପାଇ ବାଲେଶ୍ୱର ବନଖଣ୍ଡ ଅଧିକାରୀ (DFO) ଓ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା।
କାବୁ କରିବା ପ୍ରକ୍ରିୟା: ଉଦ୍ଧାର କରାଯାଇଥିବା ସମସ୍ତ ୫ଟି ଓରାଙ୍ଗଉଟାନ ବୟସରେ ଛୋଟ (ପ୍ରାୟ ୧ ରୁ ୨ ବର୍ଷର ଜୁଭେନାଇଲ୍/ଛୁଆ) ଏବଂ ସେମାନଙ୍କ ଉଚ୍ଚତା ମାତ୍ର ୧ ରୁ ୧.୫ ଫୁଟ ଥିଲା। ସେମାନେ ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ବନ ବିଭାଗ କର୍ମଚାରୀମାନେ ଜାଲ କିମ୍ବା ସୁରକ୍ଷିତ ଖାଞ୍ଚା ସାହାଯ୍ୟରେ ସେମାନଙ୍କୁ ବିନା କୌଣସି ଆଘାତରେ ଧରିବାରେ ସଫଳ ହୋଇଥିଲେ।
ଜଙ୍ଗଲରେ ସେମାନଙ୍କୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିବାରୁ ବନ ବିଭାଗ ଲୋକଙ୍କୁ ଦୂରେଇ ରଖି ସତର୍କତାର ସହ ଏହି ଅପରେସନ ଶେଷ କରିଥିଲା।
୩. ପ୍ରାଥମିକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା (Veterinary Care)
କାର୍ଯ୍ୟାଳୟକୁ ସ୍ଥାନାନ୍ତର: ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦୟପୁର ବନ ବିଭାଗ ସେକ୍ସନ୍ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା।
ଡାକ୍ତରୀ ଚିକିତ୍ସା: ବାରିପଦା ସର୍କଲ ଓ ସ୍ଥାନୀୟ ଅଞ୍ଚଳର ଏକ ପ୍ରାଣୀ ଚିକିତ୍ସକ (Veterinary) ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୫ଟି ମଧ୍ୟରୁ ୪ଟି ଓରାଙ୍ଗଉଟାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସେମାନଙ୍କୁ ଫଳ ଏବଂ ଓଆରଏସ (ORS) ପିଇବାକୁ ଦିଆଯାଇଥିଲା। ଅନ୍ୟ ଏକ ଓରାଙ୍ଗଉଟାନକୁ ବିଶେଷ ନଜରରେ (Observation) ରଖାଯାଇଥିଲା।
Rescue Sites
Region
୪. ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର (Transfer to Nandankanan Zoo)
ସେମାନଙ୍କର ଅଧିକ ଯତ୍ନ ଏବଂ ସୁରକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoological Park) ରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଓ ଡାକ୍ତରୀ ଟିମ୍ ବାଲେଶ୍ୱର ଭୋଗରାଇରେ ପହଞ୍ଚିଥିଲେ।
ଏକ ସ୍ୱତନ୍ତ୍ର ସୁରକ୍ଷିତ ଗାଡ଼ି (Specialised Vehicle) ସାହାଯ୍ୟରେ ସେମାନଙ୍କୁ ଭୁବନେଶ୍ୱର ନନ୍ଦନକାନନକୁ ଅଣାଯାଇଛି, ସେଠାରେ ସେମାନଙ୍କୁ ନିୟମ ଅନୁଯାୟୀ କ୍ବାରେଣ୍ଟାଇନ୍‌ (Quarantine) ବା ପୃଥକବାସରେ ରଖି ଚିକିତ୍ସା କରାଯାଉଛି।
୫. ବର୍ତ୍ତମାନର ସ୍ଥିତି ଓ ତଦନ୍ତ (Current Probe)
ଓରାଙ୍ଗଉଟାନ ସାଧାରଣତଃ ମାଲେସିଆ, ଇଣ୍ଡୋନେସିଆ, ବୋର୍ଣ୍ଣିଓ ଏବଂ ସୁମାତ୍ରାର ବର୍ଷା ଅରଣ୍ୟରେ ଦେଖାଯାନ୍ତି।
ଓଡ଼ିଶା ଜଙ୍ଗଲରେ ସେମାନଙ୍କ ଉପସ୍ଥିତି ପଛରେ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣ ର଼୍ୟାକେଟ୍ (International Wildlife Trafficking Network) ର ହାତ ଥିବା ସନ୍ଦେହ କରାଯାଉଛି। ଆନ୍ତର୍ଜାତୀୟ ବଜାରରେ ଏକ ଏକ ଓରାଙ୍ଗଉଟାନର ମୂଲ୍ୟ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କା।
ଚୋରା ଚାଲାଣକାରୀମାନେ ଧରାପଡ଼ିବା ଭୟରେ କିମ୍ବା କୌଣସି କାରଣରୁ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏଥିପାଇଁ ଓଡ଼ିଶା ବନ ବିଭାଗ ଏବଂ କେନ୍ଦ୍ରୀୟ ସଂସ୍ଥା WCCB (Wildlife Crime Control Bureau) ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି।

ଭୁବନେଶ୍ୱର, 2/9/26, ଆଜି ସମ୍ବାଦ ପୃଷ୍ଠାରେ ସରୋଜ କୁମାର ସାମଲ ପଚାରିଲେ ରାଜ୍ୟ କଥା...
02/09/2026

ଭୁବନେଶ୍ୱର, 2/9/26, ଆଜି ସମ୍ବାଦ ପୃଷ୍ଠାରେ ସରୋଜ କୁମାର ସାମଲ ପଚାରିଲେ ରାଜ୍ୟ କଥା...

ଦର୍ଶକ ଦୃଷ୍ଟିରେ...ନାଟକ “ପକ୍ଷୀ ଫୁରର..ଭୁବନେଶ୍ୱର,୩୧/୮:( ଚିତ୍ତ ମହାପାତ୍ର )ଗତ କାଲି ସନ୍ଧ୍ୟାରେ କବି ଗାଳ୍ପିପ ଅଜୟ ସ୍ୱାଇଁଙ୍କର ରଚିତ ଓ ...
31/08/2026

ଦର୍ଶକ ଦୃଷ୍ଟିରେ...ନାଟକ “ପକ୍ଷୀ ଫୁରର..
ଭୁବନେଶ୍ୱର,୩୧/୮:( ଚିତ୍ତ ମହାପାତ୍ର )
ଗତ କାଲି ସନ୍ଧ୍ୟାରେ କବି ଗାଳ୍ପିପ ଅଜୟ ସ୍ୱାଇଁଙ୍କର ରଚିତ ଓ ନର୍ଦ୍ଦେଶିତ ନାଟକ ପକ୍ଷୀ ଫୁର୍ର’ ଦର୍ଶନ କରିବାର ସୁଯୋଗ ମିଳିଥିଲା । ଗୋଟିଏ ଲେଖକ ପରିବାରର ସଂଘର୍ଷମୟ ମିନି କାହାଣୀକୁ ନେଇ ଦେଢଘଂଟା ଧରି ନାଟକମଂଚ ମୋ ପରି ଦର୍ଶକଙ୍କୁ ଆଚ୍ଛାଦିତ କରି ରଖିଲାପରି ଅନୁଭବ ହୋଇଥିଲା । 'ପ୍ରେମ୍ ପଟ୍ଟନାୟକ ଜଣେ କବି, ତାଙ୍କର ସ୍ତ୍ରୀ ଥିଲେ ମଧ୍ୟ ସ୍ତ୍ରୀ ସୁଖ ପାଇଁ ତାଙ୍କ ପାଖରେ ସତେଯେପରି ସୁଯୋଗ ନଥିଲା ! ସେ ସ୍ତ୍ରୀଙ୍କୁ ଗାଁ କୁ ପଠାଇ ଦେଇ ୧୫ ବର୍ଷ ଧରି ସହରରେ ଗୋଟିଏ ନିବାସ ନିର୍ମାଣ ପୂର୍ବକ ତାକୁ ଭଡ଼ା ସୂତ୍ରରେ ଦେଇ ବଂଚିବା ପାଇଁ ବିଭିନ୍ନ ଫନ୍ଦି ଫିକର କରନ୍ତି ଓ ନିବାସର ନାମ ବାରମ୍ବାର ବଦଳ କରି ରଖନ୍ତି ‘ପକ୍ଷୀ ଫୁରର ନିବାସ’ । ନିବାସକୁ ଯେଉଁମାନେ ଭଡ଼ା ରହିବାକୁ ଆସନ୍ତି ପ୍ରାୟ ୨/୪ ମାସ ବ୍ୟବଧାନରେ ବିଭିନ୍ନ ନୀତି ନିୟମମାନ ଅସହ୍ୟ ହେବାରୁ ଛାଡି ପଳାଇ ଯାଆନ୍ତି । ଶେଷକୁ ଯେଉଁ ଦୁଇଜଣ ଯୁବକ ଯୁବତୀ ଭଡା ରହିବାକୁ ଆସିଛନ୍ତି ସେମାନେ ଅବିବାହିତ ଅଥଚ ଏକାଠି ରହିବା ପାଇଁ ସ୍ଥିର କରିଥିଲେ । ସେମାନେ ଭଡ଼ାରେ ରହିଲେ । ଆଉ ସେଇମାନଙ୍କ ଚାଲି ଚଳନ କର୍ମକୁ ଦୂରରୁ ଲୁଚିଛପି ନିବାସ ମାଲିକ ସବୁ ନିରୀକ୍ଷଣ କରନ୍ତି । ଯୁବକ ଯୁବତୀଙ୍କର ବନ୍ଧୁତ୍ୱର ସମ୍ପର୍କ କେବେ ନୀବିଡ ଓ ପ୍ରେମମୟ ହେବ ସେହି ସମୟକୁ ନିଜ ଭିତରେ ନିବାସ ମାଲିକ ଚାତକ ଭଳି ଅପେକ୍ଷା କରନ୍ତି । ତେଣେ ନିବାସ ମାଲିକ ପ୍ରେମ୍ ଙ୍କ ଗାଁରେ ଅଭାବ ଅନାଟନରେ ଚଳିବା ଅସହ୍ୟ ହେବାରୁ ତାଙ୍କର ପତ୍ନୀ ବାଧ୍ୟ ହୋଇ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତି । ଘଟଣାକୁ ବୃଦ୍ଧି ନକରି ସମାଧାନ ନକଲେ ଗିରଫ ପାଇଁ ତାଗିଦ୍ କରିଯାଆନ୍ତି ପୁଲିସ । ପ୍ରେମଙ୍କ ଘରେ ଯାବତୀୟ ବ୍ୟକ୍ତିଗତ କାର୍ଯ୍ୟ ସମ୍ଭାଳୁଥବା ମାୟାଧର' ଯେ କି ଜଣେ ହିଞ୍ଜିଡ଼ା ଶ୍ରେଣୀଭୁକ୍ତ । ମାୟାଧର ହିଁ ଘରେ ଭଡାଥିବା ଯୁବକ ଯୁବତୀଙ୍କର ସଂପର୍କକୁ ଅଧିକ ଯୋଡିବାରେ ସଫଳ ହୋଇ ପାରିଛନ୍ତି । ତେଣେ ପ୍ରେମଙ୍କ ସ୍ତ୍ରୀ ଚିଠି ମାଧ୍ୟମରେ ଖବର ପଠାଇ ଦିନେ ସହରର ନିବାସକୁ ଫେରୁଛନ୍ତି । ଯୁବକ ଯୁବତୀ ନିଜ ନିଜ ଜୀବନ ସଂଘର୍ଷରେ ଅସହ୍ୟ ହୋଇ ନିଜ ନିଜ ରାସ୍ତାରେ ନିଜ ନିଜ ଗାଁକୁ ଫେରିବାକୁ ମନସ୍ଥ କରି ନିବାସ ପ୍ରସ୍ଥାନ ସମୟରେ ପ୍ରେମ ପଟ୍ଟନାୟକଙ୍କ ପତ୍ନୀ ନିବାସକୁ ପ୍ରବେଶ କରୁଛନ୍ତି । ସବୁ ବିଷୟ ବୁଝିସୁଝି ଭଡ଼ାଥିବା ଯୁବକ ଯୁବତୀଙ୍କୁ ନିଜର କରିବା ସହ ବିବାହ ବ୍ୟବସ୍ଥା କରି ଘରର ମଣିଷ ଭାବେ କାଳ କାଳ ରଖିବାକୁ ସ୍ଥିର କରିଛନ୍ତି ।
.. ବାସ୍, କାହାଣୀ ଏତିକି କିନ୍ତୁ ଚରିତ୍ର ଭୂମିକାର ଅଭିନୟର ଅନେକ । ନିବାସ ମାଲିକ ନିଜ ସ୍ତ୍ରୀଙ୍କୁ ପାଖରେ ନରଖି ଏକ ଭିନ୍ନ ଜୀବନ ପଛରେ ଯେଉଁ ସଂଘର୍ଷ କରୁଥିଲେ ବା ତାଙ୍କ ଗୋପନ ମନରେ ଯେଉଁ ସବୁ ବିଚିତ୍ର ଭାବନାସବୁ ଆସୁଥିଲା ଓ ତାଙ୍କ ସହଯୋଗୀ ମାୟାଧର' ଯିଏକି ଭିନ୍ନ ଲିଙ୍ଗୀ ହୋଇଥିଲେ ମଧ୍ୟ ତାଙ୍କ ଭିତରର ମଣିଷ ପଣିଆ ସମଗ୍ର ନାଟକକୁ ପ୍ରଭାବିତ କରିଥିଲା । ଯେତେସବୁ ଆଇନ କାନୁନ୍ ସତ୍ୱେ ମଣିଷର ପାରିବାରିକ ଜୀବନ କିପରି ତାହା ଠାରୁ ଭିନ୍ନ ଏବଂ ଉଦ୍ଧ୍ୱର୍ରେ ତାହା ପ୍ରେମ୍ ଓ ତାଙ୍କ ପତ୍ନୀଙ୍କ ଚରିତ୍ର ମାଧ୍ୟମରେ ଅତି ନିଖୁଣଭାବେ ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ନାଟ୍ୟକାର । ପତ୍ନୀ ଥାନାରେ ଅଭିଯୋଗ କରୁଛନ୍ତି, ପୁଲିସି ପ୍ରେମ୍ ଙ୍କୁ ବୁଝାମଣା କରିବାକୁ ଚାପ ସୃଷ୍ଟି କରୁଛନ୍ତି ଅଥଚ ପ୍ରେମଙ୍କ ପତ୍ନୀ,ସେ ସବୁକୁ ପଛରେ ପକାଇ ସ୍ୱାମୀଙ୍କ ସହ ପବିତ୍ର ସଂପର୍କ ଦ୍ୱାହିରେ ହିଁ ବୁଝାମଣା କରୁଛନ୍ତି ! ଏହି ଦୃଶ୍ୟଟିରେ ସ୍ୱାମୀ ସ୍ତ୍ରୀଙ୍କର ଅନେକ ସଂଘର୍ଷ ଓ ସଂପର୍କ କିପରି ନଛୋଡବନ୍ଧା ତାକୁ ଅଭିନୟ ମାଧ୍ୟମରେ ଯେପରି ଚିତ୍ରଣ କରଯାଇଥିଲା ତାହା ମୋତେ ବିଭୋର କରିଥିଲା । ପ୍ରେମ୍ ପଟ୍ଟନାୟକଙ୍କ ଅନେକ ପ୍ରକାରର ବିଚିତ୍ର ଗୁଣର ପରୀକ୍ଷା ନିରୀକ୍ଷାର ଚିତ୍ରଣ ତଥା ମାୟାଧରଙ୍କ ହାସ୍ୟରସମୟ ଭୂମିକାର ଅଭିନୟ ଦର୍ଶକଙ୍କ କରତାଳିର ହକ୍ଦାର
ହୋଇଥିଲା । ଯୁବକ ଯୁବତୀ ଗୋଟିଏ ଘରେ ରହୁଥିଲେ ମଧ୍ୟ ତାଙ୍କର ଦାମ୍ପତ୍ୟ ଜୀବନ ନେଇ ଯେଉଁ ଦ୍ୱନ୍ଦ ସର୍ବୋପରି ଯୁବତୀଜଣଙ୍କର ଗୋପନ ମନକୁ ପରିଷ୍ପୁଂଟନ ହିଁ ନାଟକର ଅନ୍ୟତମ ଶ୍ରେଷ୍ଠ ଦୃଷ୍ଟାନ୍ତ । --"ପୁରାତନ ଚିଠି ଏଣେ ନୂତନ ମୋବାଇଲର ଯୁଗ, ପ୍ରେମ ଅଥଚ ବିରହ, କ୍ରୋଧ ଅଥଚ ହିଂସା ବିହୀନ, ଆଉ ସଂଘର୍ଷମୟ" ଏକ ପାରିବାରିକ କାହାଣୀକୁ ହାସ୍ୟରସରେ ରୂପାନ୍ତରିତ ହୋଇଛି ନାଟକଟି । କେବଳ ପ୍ରେମ ପଟ୍ଟନାୟଙ୍କ ପତ୍ନୀ ପରଷମଣୀ ଗାଁରେ ରହି ସଂଘର୍ଷ କରୁଛନ୍ତି ଏବଂ ନାଟକର ଶେଷ ଦୃଶ୍ୟରେ ଦର୍ଶନ ଦେଇଛନ୍ତି! ସେହି ଚରିତ୍ରର ସଂଘର୍ଷ ଜୀବନର ଗୋଟିଏ ଦୃଶ୍ୟ ଯୋଡ଼ାଯିବା ଉପରେ ମୋର ବିନମ୍ର ମତ ରହିବ । ପରଷମଣୀଙ୍କ ନିବାସ ଆଗମନ ପରେ କାହାଣୀ ସବୁ ବୁଝାପଡି ଯାଉଥିଲା ହୁଏତ ସେହି ଶେଷ ଦୃଶ୍ୟକୁ ଆଉ ସାମାନ୍ୟ କାଟଛାଂଟ କରାଯାଇ ପାରେ.. ଯେହେତୁ ପ୍ରତୀକାତ୍ମକ ସଂକ୍ଷେକ ସଂଳାପକୁ ରସଗ୍ରାହୀ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ସେହି ଦୃଷ୍ଟିରୁ ପୁଲିସ ଚରିତ୍ରରେ ଅନାବଶ୍ୟକ କିଛି ସଂଳାପ କଟାଯାଇ ପାରେ । ଯେପରି ଓଡିଆ ଚଳଚ୍ଚିତ୍ର ବାବଦରେ କହିବାକୁ ଯାଇ ଟିକେ ଅଧିକ କୁହାଗଲା ଭଳି ଅନୁଭବ
ହେଲା । ନାଟକରେ ପ୍ରତ୍ୟେକ ଅଭିନେତାଙ୍କ ଅଭିନୟ ନିଖୁୁଣ ରହିଥିଲା । ସଂଗୀତ ସଂଯୋଜନ ମନଛୁଆଁ ଥିଲା । ଯେଉଁ ମାନେ ଅଭିନୟ କରୁଥିଲେ ସେମାନେ ହେଲେ ଉପେନ୍ଦ୍ର ପତି,ଦେବୀ ବାରିକ ବିନୟ ମିଶ୍ର, ଲୀନା, ପିହୁ,ଶ୍ରୀମନ୍ତ ଏବଂ
ଓଁଙ୍କାର ମିଶ୍ର ।

22/08/2026

ଜାତୀୟ ସଂଗୀତ/ଗାନକୁ ନେଇ ରାଜନୀତି, ବିଜେପି ନେଲା ବଡ଼ ନିଷ୍ପତି

20/08/2026

ଡ୍ରାଇଭର ଆମ ଜୀବନ ରକ୍ଷକ, ସରକାର ଦାବି ପ୍ରତି ସମ୍ବେଦନଶୀଳ ହୁଅନ୍ତୁ

16/08/2026

ସ୍ୱତନ୍ତ୍ରତା ଦିବସର ଶପଥ

Address

Bhubaneswara, Odisha
Bhubaneswar

Website

Alerts

Be the first to know and let us send you an email when Bhubaneswar Television production, BTv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhubaneswar Television production, BTv:

Shortcuts

Share