ODISHA AWAAZ

ODISHA AWAAZ To bring awaaz of Odisha.

02/06/2021
ରାଜ୍ୟର ୨୫ରୁ ଅଧିକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନାwww.odishaawaaz.comଭୁବନେଶ୍ବର: ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, କନ୍ଧମ...
21/05/2021

ରାଜ୍ୟର ୨୫ରୁ ଅଧିକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା
www.odishaawaaz.com
ଭୁବନେଶ୍ବର: ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କୋରାପୁଟ, ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡରେ ମଧ୍ୟମ ବଜ୍ରପାତ ଏବଂ ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ମାଲକାନଗିରି, ପୁରୀ, ବୌଦ୍ଧ, ଦେଓଗଡ, ବାଲେଶ୍ବର, ଏବଂ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ବଜ୍ରପାତର ସମ୍ଭାବନା ରହିଛି। ଏହି ସମୟରେ ୧୮ଟି ଜିଲ୍ଲାକୁ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁରରେ ଆଗାମୀ ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଚୀନ-ପାକିସ୍ତାନ ସୀମା ଉପରେ ସ୍ୱତନ୍ତ୍ର ନଜର ରଖିବ ଡିଆରଡିଓର ନୂତନ ପରୀକ୍ଷାଗାର (www.odishaawaaz.com) ସୀମାରେ ଉତ୍ତେଜନା ଜାରି ରହିଥିବା ବ...
01/12/2020

ଚୀନ-ପାକିସ୍ତାନ ସୀମା ଉପରେ ସ୍ୱତନ୍ତ୍ର ନଜର ରଖିବ ଡିଆରଡିଓର ନୂତନ ପରୀକ୍ଷାଗାର

(www.odishaawaaz.com)

ସୀମାରେ ଉତ୍ତେଜନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ)ର ୨ଟି ପରୀକ୍ଷାଗାରକୁ ଏକତ୍ର କରି ଏକ ନୂଆ ପରୀକ୍ଷାଗାର କରିଛନ୍ତି । ଏହି ନୂତନ ପରୀକ୍ଷାଗାର ଚୀନ ଓ ପାକିସ୍ତାନର ସୀମା ଅଂଚଳରେ ବରଫାବୃତ୍ତ ପାଗରେ ଗବେଷଣା ସମୟରେ ସହାୟକ ହେବ । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡିଆରଡିଓ ୨ଟି ପରୀକ୍ଷାଗାରକୁ ଏକତ୍ର କରି ‘ଡିଫେନ୍ସ ଜିଓ ଇନଫରମେଟିକ୍ସ ଏଷ୍ଟାବ୍ଲିସମେଣ୍ଟ’ ନାଁରେ ଏକ ନୂତନ ପରୀକ୍ଷାଗାର କରିଛି ।

ନୂତନ ପରୀକ୍ଷାଗାର ଲଦ୍ଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚୀନକୁ ଲାଗିଥିବା ସୀମା ଓ ହିମସ୍ଖଳନ ଉପରେ ଗବେଷଣାକୁ କେନ୍ଦ୍ରୀତ କରିବ । ସରକାରଙ୍କ ତରଫରୁ କରାଯାଇଥିବା ନୂତନ ପରୀକ୍ଷାଗାରରେ ଯେଉଁ ୨ଟି ପରୀକ୍ଷାଗାର ବିଳୟ କରାଯାଇଛି ତାହା ହେଲା, ମନାଲୀ ମୁଖ୍ୟାଳୟରେ ଥିବା ବରଫ ଓ ହିମସ୍ଖଳନ ପ୍ରତିଷ୍ଠାନ (ଏସଏଏସଇ) ଓ ଦିଲ୍ଲୀସ୍ଥିତ ପ୍ରତିରକ୍ଷା ଭୂଭାଗ ଗବେଷଣା ପରୀକ୍ଷାଗାର ।

ଡିଆରଡିଓର ପ୍ରମୁଖ ଡ. ଜୀ, ସତୀଶ ରେଡ୍ଡୀ କହିଛନ୍ତି ଏହାକୁ ଆହୁରି ଅଧିକ ଫଳପ୍ରଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏସଏଏସଇ ବହୁତ ସକ୍ରିୟ ଭାବେ ପରିଚାଳନା କ୍ଷେତ୍ରରେ ବରଫ ଓ ହିମସ୍ଖଳନର ଅଧ୍ୟୟନରେ ଲାଗିଥିଲା । ଦେଶର ଭିନ୍ନ ଭିନ୍ନ ଅଂଳଚରେ ୩୦୦୦ ଅନରୋଡ ସ୍ଥାନରେ ଏକ ହିମସ୍ଖଳନ ଆଟଲାସ ପ୍ରସ୍ତୁତ କରିଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହୋଇଛି ଜାଲିଆତି, ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଏଭଳି ଅଭିଯୋଗ ଆଣିଲା ବ୍ରାଜିଲ୍ (www.odishaawaaz.com) ...
01/12/2020

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହୋଇଛି ଜାଲିଆତି, ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଏଭଳି ଅଭିଯୋଗ ଆଣିଲା ବ୍ରାଜିଲ୍

(www.odishaawaaz.com)

ସମଗ୍ର ବିଶ୍ୱରେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ପରେ ବର୍ତ୍ତମାନ ପୁଣି ଆଉ ଏକ ଦେଶ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଘୋଟାଲା ହୋଇଥିବା ଅଭିଯୋଗ କରିଛି । ଆମେରିକା ନିର୍ବାଚନକୁ ନେଇ ​​ବ୍ରାଜିଲ ଖୋଲାଖୋଲି ଭାବେ ଆଲୋଚନା କରିଛି । ଏହା ସହ ବ୍ରାଜିଲ ପ୍ରଥମ ଦେଶ ଯିଏ ଆମେରିକାର ନିର୍ବାଚନର ଫଳାଫଳ ଉପରେ ପ୍ରଶ୍ନ ଉଠାଇଛି । ରବିବାର ଦିନ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ ଆମେରିକାର ନିର୍ବାଚନରେ ​​ଜୋ ବିଡେନଙ୍କ ବିଜୟକୁ ସ୍ୱୀକୃତି ଦେବା ପୂର୍ବରୁ ଆମକୁ ଟିକେ ଅପେକ୍ଷା କରିବାକୁ ପଡିବ ।

ବ୍ରାଜିଲର ସ୍ଥାନୀୟ ସଂସ୍ଥା ପାଇଁ ହେଉଥିବା ଏକ ନିର୍ବାଚନରେ ​​ଭୋଟ୍ ଦେବା ପରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ସମର୍ଥନ କରି ତାକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ମୋତେ ମିଳିଥିବା ସୂଚନା ଉତ୍ସ ଅନୁସାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । ସୂଚନାଯୋଗ୍ୟ ଯେ, ଡୋନାଲ୍ଡ ଟ୍ରମ୍ପ ଏବଂ ଜାୟର ବୋଲସନାରୋଙ୍କର ମଧ୍ୟରେ ଘନିଷ୍ଠ ବନ୍ଧୁତା ଅଛି | ବ୍ରାଜିଲର ବର୍ତ୍ତମାନର ଇଲେକ୍ଟ୍ରୋନିକ୍ ଭୋଟିଂ ବ୍ୟବସ୍ଥା ଉପରେ ମଧ୍ୟ ବୋଲସନାରୋ ମଧ୍ୟ ସନ୍ଦେହ ସୃଷ୍ଟି କରିଛନ୍ତି ।

ଏହା ଠକେଇର କାରଣ ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । 2022 ରାଷ୍ଟ୍ରପତି ନିର୍ବାଚନକୁ ବାଲାଟ ପେପର ମାଧ୍ୟମରେ ପାରମ୍ପାରିକ ଢଙ୍ଗରେ କରାଯିବାକୁ ସେ ତାଙ୍କ ଦେଶର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଜୋ ବିଡେନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନନ୍ଦନ ଜଣାଇ ନାହାଁନ୍ତି ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ । ଭୋଟ୍ ଗ୍ରହଣ ଦିନଠାରୁ ଡୋନାଲ୍ଡ ଟ୍ରମ୍ପ ମେଲ୍ ବାଲେଟରେ ଠକେଇ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ତାଙ୍କ ଦଳ ଏହା ମଧ୍ୟ ଦାବି କରିଛି ଯେ ଜୋ ବିଡେନଙ୍କ ଡେମୋକ୍ରାଟିକ୍ ପାର୍ଟିର ଅଧିକାରୀମାନେ ଅତି କମରେ ଛଅଟି ରାଜ୍ୟରେ ମେଲ୍ ବାଲେଟରେ ଜାଲିଆତି କରିଛନ୍ତି । ଏହି ରାଜ୍ୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟାୟ ବିଭାଗ ଏବଂ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଉପରେ ନିର୍ବାଚନରେ ଜାଲିଆତି କରିଥିବା ନେଇ ଅଭିଯୋଗ କରିଛନ୍ତି । 3 ନଭେମ୍ୱରରେ ହୋଇଥିବା ନିର୍ବାଚନରେ ଏହି ବିଭାଗର ଅଧିକାରୀମାନେ ଗଡବଡ କରିବାରେ ​​ଜଡିତ ହୋଇପାରନ୍ତି ବୋଲି ସେ କହିଛନ୍ତି । ରବିବାର ଦିନ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ଏହା ଆମେରିକା ପାଇଁ ଏକ ବିପଜ୍ଜନକ ଘଟଣା ।

ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଶିଶୁ ଅଧିକାର ସୁକ୍ଷା ଆୟୋଗ (www.odishaawaaz.com) ନୟାଗଡର ୫ ବର୍ଷର ନାବ...
01/12/2020

ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଶିଶୁ ଅଧିକାର ସୁକ୍ଷା ଆୟୋଗ

(www.odishaawaaz.com)

ନୟାଗଡର ୫ ବର୍ଷର ନାବାଳିକା ପରୀ ହତ୍ୟା କାଣ୍ଡକୁ ନେଇ ଏବେ ସାରା ରାଜ୍ୟ ପଡୁଛି ଉଠୁଛି । ଏହାରି ମଧ୍ୟରେ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ପ୍ରଶାସନର ନିରବ ଦ୍ରଷ୍ଟା ନୀତି ଓ ପୋଲିସ୍ ର ତଦନ୍ତ ପ୍ରକ୍ରିୟା ସନ୍ଦେ ଘେରକୁ ଆସିଛି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ବିକ୍ଷୋଭ ଓ ପ୍ରତିବାଦରେ ପୋଡାଜଳା ମଧ୍ୟ ଦେଖା ଦେଇଛି ।

ସେପଟେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଅଡିଓ କ୍ଳିପ୍ ଘୁରି ବୁଲିଛି ଯାହା ମାମଲାକୁ ଆହୁରି ସଙ୍ଗିନ୍ କରୁଛି । ଏଭଳି ସ୍ଥିତି ରେ ଆଜି ନିଜ ଆଡୁ ମାମଲା ରୁରଜୁ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ଶିଶୁ ଅଧିକାର ସୁକ୍ଷା ଆୟୋଗ ।

ସୂଚନା ଅନୁସାରେ ପରୀ ମୃତ୍ୟୁ ମାମଲଶ ସମ୍ପୂର୍ଣ୍ଣ ତଥ୍ର ସହିତ ତଦନ୍ତ ରିପୋର୍ଟ ମଧ୍ୟ ମାଗିଛନ୍ତି ଏନସିପିସିଆର । ରାଜ୍ୟ ସରକାରଙ୍କୁ ଏବାବଦରେ ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ଚିଠି କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

କରୋନା କଟକଣା ପାଇଁ ଚଳିତବର୍ଷ ହେବନି ତୋଷାଳି ଓ ଶିଶିର ସରସ ମେଳା (www.odishaawaaz.com) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତୋଷ...
01/12/2020

କରୋନା କଟକଣା ପାଇଁ ଚଳିତବର୍ଷ ହେବନି ତୋଷାଳି ଓ ଶିଶିର ସରସ ମେଳା

(www.odishaawaaz.com)

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତୋଷାଳି କ୍ରାଫ୍ଟ ମେଳା ଏବଂ ଶିଶିର ସରସ ମେଳା ହେବ ନାହିଁ ବୋଲି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି।

ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନା ରହିଥିବାରୁ ସରକାର ମେଳାର ଆୟୋଜନ ଉପରେ କଟକଣା ଲଗାଇଛନ୍ତି।

ଆଜିଠାରୁ ସବୁ ରୁଟରେ ଗଡିବ ମୋ ବସ୍, ଯାତ୍ରୀ ପାଇପାରିବେ ସେବା(www.odishaawaaz.com) କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମୋ ବସ୍ ସେବ...
01/12/2020

ଆଜିଠାରୁ ସବୁ ରୁଟରେ ଗଡିବ ମୋ ବସ୍, ଯାତ୍ରୀ ପାଇପାରିବେ ସେବା

(www.odishaawaaz.com)

କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମୋ ବସ୍ ସେବା ଆଜିଠାରୁ ସ୍ବାଭାବିକ ହୋଇଛି । ରାଜ୍ୟର ସମସ୍ତ ୨୨ ଟି ରୁଟ୍ ରେ ୧୪୪ଟି ମୋ ବସ୍ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପୂର୍ବରୁ କରୋନା ପାଇଁ କେବଳ ୭ଟି ରୁଟ୍ ରେ ମୋ ବସ୍ ସେବା ଯୋଗାଇବା ପାଇଁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ରୁଟ୍ ରେ ଓ ଶେଷ ଥର ପାଇଁ ନଭେମ୍ବର ମାସ ୧୭ ତାରିଖରେ ୧୦୯ଟି ମୋ ବସ୍ କୁ ଚଳାଚଳ ପାଇଁ ଅନୁମତି ମିଳିଥିଲା ।

ହ୍ୱାଟସ୍‌ଆପ୍ ରେ ଡିଲିଟ ମେସେଜ୍ ପଢିବା ପାଇଁ ନୂଆ ଟ୍ରିକ୍‌ (www.odishaawaaz.com) ଲୋକପ୍ରିୟ ଚାଟିଙ୍ଗ୍ ଆପ୍ ହ୍ୱାଟସ୍‌ଆପ୍ ଦିନକୁ ଦିନ ନିଜ...
01/12/2020

ହ୍ୱାଟସ୍‌ଆପ୍ ରେ ଡିଲିଟ ମେସେଜ୍ ପଢିବା ପାଇଁ ନୂଆ ଟ୍ରିକ୍‌

(www.odishaawaaz.com)

ଲୋକପ୍ରିୟ ଚାଟିଙ୍ଗ୍ ଆପ୍ ହ୍ୱାଟସ୍‌ଆପ୍ ଦିନକୁ ଦିନ ନିଜ ମେସେଜିଙ୍ଗ ଆପ୍ ରେ ନୂଆ ନୂଆ ଫିଚର ଜୋଡିବା ଆରମ୍ଭ କରିଛି । ଯାହା ଲୋକମାନଙ୍କୁ ଅଧିକ ଆକୃଷ୍ଟ କରୁଛି ହ୍ୱାଟସ୍‌ଆପ୍ ବ୍ୟବହାର କରିବା ପାଇଁ ।

ହ୍ୱାଟସ୍‌ଆପ୍ ରେ ଥିବା ସବୁ ଫିଚର ମଧ୍ୟରେ ପଠାଯାଇଥିବା ମେସେଜକୁ ବି ଡିଲିଟ୍ କରିପାରିବାର ଫିଚର ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିବା ସହିତ ସହାୟକ ହୋଇ ପାରିଛି । ଯାହା ଫଳରେ ଲୋକମାନେ ଭୁଲ ବଶତଃ କୌଣସି ମେସେଜ୍ ପଠାଇଦେଲେ ତାକୁ ନିଜେ ଡିଲିଟ୍ କରିପାରୁଛନ୍ତି । କିନ୍ତୁ ଏହାର ଅନେକ ଲୋକ ଭୂଲ ଭାବରେ ଫାଇଦା ମଧ୍ୟ ଉଠାଉଛନ୍ତି । ଅନେକାଂଶରେ ଜରୁରୀ ଡକ୍ୟୁମେଣ୍ଟ ସେଣ୍ଡ କରିବା ବି କିଛି ଲୋକ ଜାଣିଶୁଣି ଏହାକୁ ଡିଲିଟ୍ କରିଦେଉଛନ୍ତି ଯାହା ଫଳରେ ଅନ୍ୟ ଲେଶକଟି ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ।

ତେବେ ଯଦି ଆପଣଙ୍କୁ କିଏ କିଛି ମେସେଜ୍ ପଠାଇ ଡିଲିଟ୍ କରିଦେଇଛନ୍ତି ଓ ଆପଣ ସେହି ମେସେଜ୍ ଟିକୁ ପଢିବାକୁ ଚାହୁଛନ୍ତି ତାହାଲେ ଏଣିକି ହ୍ୱାଟସ୍‌ଆପ୍ ରେ ଡିଲିଟ୍ ହୋଇଯାଇଥିବା କୌଣସି ମେସେଜ୍ କୁ ବି ଆପଣ କିଛି ଟ୍ରିକ୍ ଆପଣାଇ ପଢିପାରିବେ ।

ଏହି ଟ୍ରିକ୍ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଅଟେ । ଆପଣ କେବଳ ଏକ ତୃତୀୟ ପକ୍ଷ ଆପ୍ ମାଧ୍ୟମରେ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବାକୁ ହେଲେ ସର୍ବପ୍ରଥମେ ଆପଣଙ୍କ ଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହ୍ୱାଟସ୍‌ଆପ୍ ରିମୁଭଡ୍ + ଆପ୍ ଡାଉନଲୋଡ୍ କରନ୍ତୁ ।

ଏହାପରେ ହ୍ୱାଟସ୍‌ଆପ୍ ରିମୁଭଡ୍ + ଆପ୍ କିଛି ଆପ୍ ପରିମିଶନ ଫିଡ୍ କଲା ପରେ ଅପେଣଙ୍କୁ ଏହି ଆପ୍ ରେ ହ୍ୱାଟସ୍‌ଆପ୍ ନୋଟିଫିକେସନ୍ ସିଲେକ୍ଟ କରି ଆପଣଙ୍କ ହ୍ୱାଟସ୍‌ଆପ୍ ର ସବୁ ମେସେଜ୍ ନୋଟିଫିକେସନକୁ ସେଭ୍ କରିବା ସହିତ ଏହାପରେ ଯଦି ଆପଣଙ୍କୁ କିଏ ମେସେଜ୍ କରି ଡିଲିଟ୍ କରି ଦେଉଛି ତାହାଲେ ଆପଣ ଏହି ଆପ୍ ଜରିଆରେ ସେହି ସବୁ ଡିଲିଟେଡ୍ ମେସେଜ୍ କୁ ପଢି ପାରିବେ

ଚାଷୀ ଆନ୍ଦୋଳନ: ଅମଙ୍ଗ ଚାଷୀଙ୍କୁ ମନାଇବାକୁ ସରକାରଙ୍କ ଉଦ୍ୟମ, ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା (www.odishaawaaz.com) ନୂଆ କୃଷି ଆଇନ ବିରୋଧ...
01/12/2020

ଚାଷୀ ଆନ୍ଦୋଳନ: ଅମଙ୍ଗ ଚାଷୀଙ୍କୁ ମନାଇବାକୁ ସରକାରଙ୍କ ଉଦ୍ୟମ, ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

(www.odishaawaaz.com)

ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ସହିତ କେନ୍ଦ୍ର ସରକାର ଆଜି ଆଲୋଚନା କରିବେ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଚାଷୀ ସଂଗଠନର ନେତାଙ୍କୁ ଡିସେମ୍ବର ୩ ସ୍ଥାନରେ ଆଜି ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରସ୍ତାବ ବିଜେପିର ବରିଷ୍ଠ ନେତାଙ୍କ ସହିତ ବିଚାର-ବିମର୍ଶ ପରେ ଆସିଛି । କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀର ସୀମାରେ ବିଗତ ୫ ଦିନ ହେବ ଆନ୍ଦୋଳନ କରୁଛନ୍ତି ।

ଆନ୍ଦୋଳନ ରତ ଚାଷୀ କହିଛନ୍ତି ଯେ, ସେମାନେ ସର୍ତ୍ତମୂଳକ ଆଲୋଚନାରେ ରାଜି ହେବେ ନାହିଁ । ସେମାନେ ଜାତୀୟ ରାଜଧାନୀରେ ଆଗାମୀ ଦିନରେ ସମସ୍ତ ୫ଟି ପ୍ରବେଶ ପଥକୁ ବନ୍ଦ କରିବେ । ଚାଷୀଙ୍କୁ ଆଶା ଯେ, ଏହା ଦ୍ୱାରା ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମଏସପି) ଶେଷ ହୋଇଯିବ ।

ଏହାରି ମଧ୍ୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କରୋନା ଭାଇରସ ଓ ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଚାଷୀ ସଂଗଠନଙ୍କ ନେତାଙ୍କୁ ଡିସେମ୍ବର ୩ରୁ ବୈଠକ ପାଇଁ ଆମନ୍ତ୍ରଣ କରିଛୁ । ଏହି ବୈଠକ ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଅପରାହ୍ନ ୩ଟାରେ ଡକାଯାଇଛି ।

ସାଇକେଲ ସଂସ୍କୃତିରେ ବିକାଶ ଆଣିବାକୁ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଆହ୍ବାନ  www.odishaawaaz.comନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ ...
30/11/2020

ସାଇକେଲ ସଂସ୍କୃତିରେ ବିକାଶ ଆଣିବାକୁ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଆହ୍ବାନ
www.odishaawaaz.com

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସହରରେ ସାଇକେଲ।ଟ୍ରାକ ନିର୍ମାଣର ଆବଶ୍ୟକତା ଉପରେ ଆହ୍ୱାନ ଦେଇ ସାରା ଦେଶରେ ସାଇକେଲ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଗୁରୁତ୍ବ ଦେଇଛନ୍ତି। ସାଇକେଲ ଚାଳନା ଦ୍ବାରା ଜୀବନଶୈଳୀ ବିପଦକୁ ହ୍ରାସ କରି ପ୍ରଦୂଷଣ ସମସ୍ୟାରୁ ମୁକ୍ତି ପାଇପାରିବେ।

ନାଇଡୁ ଶନିବାର ଦିନ ସହରରେ ସାଇକେଲ ଚଲାଇବା ଯୋଜନା ସୃଷ୍ଟି କରିବା, ସର୍ବସାଧାରଣ ସାଇକେଲ ବାଣ୍ଟିବା ପ୍ରଣାଳୀ ଲାଗୁ କରିବା, ସାଇକେଲ ଚାଳକଙ୍କୁ ଉପକୃତ କରିବା ପାଇଁ 'କୋଭିଡ ପରବର୍ତ୍ତୀ ଦୁନିଆରେ ସାଇକେଲ ଚଲାଇବା' ପ୍ରସଙ୍ଗରେ ଏକ ଆନ୍ତର୍ଜାତୀୟ ୱେବିନିନାର ଆୟୋଜନ କରିଥିଲେ। କାର୍ବନ କ୍ରେଡିଟ୍ ସିଷ୍ଟମ ପାଇଁ ଏକ ଯନ୍ତ୍ରକୌଶଳ ସୃଷ୍ଟି ଏବଂ ଇ-ଚକ୍ରକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

କୋଭିଡ କାରଣରୁ ଲୋକମାନଙ୍କର ଜୀବନ, ​​କ୍ରୟ, ସମୟ ଏବଂ ଯାତାୟାତର ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ପୃଥିବୀର ଅନେକ ସହରରେ ଏହି ପ୍ରତିବନ୍ଧକ ଦ୍ବାରା ମୋଟର ଚାଳିତ ଟ୍ରାଫିକ ହ୍ରାସ ପାଇଛି। ତେଣୁ ଲୋକେ ଏକ ବିକଳ୍ପ ଭାବରେ ସାଇକେଲକୁ ବାଛିଛନ୍ତି ।

ବସିବା ଜୀବନଶୈଳୀ ସହିତ ଜଡିତ ବିପଦକୁ ହ୍ରାସ କରିବା ପାଇଁ ସାଇକେଲ ଚଲାଇବା ହେଉଛି ସର୍ବୋତ୍ତମ ଉପାୟ ବୋଲି ସେ କହିଥଲେ । ଯାହା ଶକ୍ତି ଉତ୍ସ, ଶୂନ୍ୟ ପ୍ରଦୂଷଣ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସମେତ ସାଇକେଲ ଚଲାଇବା ଅନେକ ସୁବିଧା ପ୍ରଦାନ କରିଥାଏ।

ସେ କହିଛନ୍ତି ଯେ ସାଇକେଲ ଚଲାଇବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ କାରଣ ଏହା ଶବ୍ଦ ପ୍ରଦୂଷଣକୁ ହ୍ରାସ କରିଥାଏ, ସଡକ ସୁରକ୍ଷାକୁ ଉନ୍ନତ କରିଥାଏ ଏବଂ ଶକ୍ତି ଆମଦାନୀ ବିଲ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ନିକଟରେ ହୋଇଥିବା ଏକ ଅଧ୍ୟୟନକୁ ଦର୍ଶାଇ ସେ କହିଛନ୍ତି ଯେ ଭାରତରେ ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ଦୁଇ ଏବଂ ଚାରି ଚକିଆ ସ୍ଥାନରେ ସାଇକେଲ ବ୍ୟବହାର କରିବା ଦ୍ବାରା ବାର୍ଷିକ ୨୪.୩ ବିଲିୟନ ଆମେରିକୀୟ ଡଲାର ଲାଭ ହୋଇପାରେ।

ହାଇଦ୍ରାବାଦରେ ବିଜେପିର ହାଇ ଭୋଲଟେଜ୍ ପ୍ରଚାର, ଛାନିଆ ହୋଇଗଲେ ଓୱେସୀwww.odishaawaaz.comଦିଲ୍ଲୀ ଆଗାମୀ ୧ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠ...
30/11/2020

ହାଇଦ୍ରାବାଦରେ ବିଜେପିର ହାଇ ଭୋଲଟେଜ୍ ପ୍ରଚାର, ଛାନିଆ ହୋଇଗଲେ ଓୱେସୀ

www.odishaawaaz.com

ଦିଲ୍ଲୀ ଆଗାମୀ ୧ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁଥିବା ହାଇଦ୍ରାବାଦ ନଗର ନିଗମ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ନିଜର ସ୍ଥିତି ମଜବୁତ ଥିବା ଦର୍ଶାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦରେ ଜୋରସୋରରେ ପ୍ରଚାର କରୁଛନ୍ତି। ବିଜେପି ପ୍ରଚାର ଅଭିଯାନକୁ ନେଇ ଅସଦୁଦ୍ଦିନ ଓୱେସୀ ଆକ୍ଷେପ କରିଛନ୍ତି।

ଲାଙ୍ଗର ହାଉସରେ ହୋଇଥିବା ଏକ ରାଲିରେ ଓୱେସୀ କହିଥିଲେ ଯେ, ଏହା ହାଇଦ୍ରାବାଦ ନିର୍ବାଚନ ଭଳି ଜଣାପଡ଼ୁନାହିଁ। ଲାଗୁଚି ଯେମିତି ନରେନ୍ଦ୍ର ମୋଦିଙ୍କ ଜାଗାରେ ଆମେ ପ୍ରଧାନମନ୍ତ୍ରୀ ନିର୍ବାଚନ କରୁଛୁ। ମୁଁ ଏକ ରାଲିରେ ଥିଲି ଏବଂ କୁହାଯାଇଥିଲା ଯେ ସମସ୍ତଙ୍କୁ ଡକାଯାଇଛି। ସେତେବେଳେ ଜଣେ ଛୋଟ ପିଲା କହିଥିଲା ଯେ ଟ୍ରମ୍ପଙ୍କୁ ମଧ୍ୟ ଡାକିବାର ଥିଲା। ଟ୍ରମ୍ପ ହିଁ ବାକି ରହିଗଲେ।’

ଏହା ପୂର୍ବରୁ ମଧ୍ୟ ଓୱେସୀ ବିଜେପିକୁ ଆକ୍ଷେପ କରି କହିଥିଲେ ଯେ ଡିସେମ୍ବର ୧ ତାରିଖରେ ଜନତା ଡେମୋକ୍ରାଟିକ ଷ୍ଟ୍ରାଇକ କରିବ। ଶନିବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦରେ ପହଞ୍ଚିଥିଲେ। ସେ ସେଠାରେ ରୋଡ଼ ଶୋ’ କରିଥିଲେ ଓ ରାତିରେ ଏକ ସଭାକୁ ସମ୍ବୋଧନ କରିଥିଲେ। ରୋଡ଼ ଶୋ’ ବେଳେ ଜନତା ଯୋଗୀଙ୍କୁ କହିଥିଲେ ଯେ ହାଇଦ୍ରାବାଦ ନାଁ ବଦଳାଇ ଭାଗ୍ୟନଗର ହୋଇଯିବ ଉଚିତ। ଜବାବରେ ଯୋଗୀ କହିଥିଲେ ହଁ ନିଶ୍ଚୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଦିନ ହାଇଦ୍ରାବାଦରେ ରୋଡ଼ ଶୋ’ କରିଥିଲେ।

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ  www.odishaawaaz.comଦିଲ୍ଲୀ : ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ୱର ୩୦ ବା ସୋମବାର ହେବା...
30/11/2020

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ

www.odishaawaaz.com

ଦିଲ୍ଲୀ : ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ୱର ୩୦ ବା ସୋମବାର ହେବାକୁ ଯାଉଛି । ତେବେ ଏହା ପ୍ରତିଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଭାରତରେ ପାଳନୀୟ ନୁହେଁ। ଏହା ଛଡା ଗ୍ରହଣ ଦିନବେଳା ଲାଗୁଥିବାରୁ ଭାରତରେ ଦୃଶ୍ୟମାନ ମଧ୍ୟ ହେବନି ବୋଲି ଉଜ୍ଜୈନ ସରକାରୀ ଅବଜରଭେଟରୀର ଅଧିକ୍ଷକ ଡା. ରାମପ୍ରକାଶ ଗୁପ୍ତା କହିଛନ୍ତି। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ।

ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଯାହା ମଧ୍ୟାହ୍ନ ୧୨ଟା ୫୯ ମିନିଟ ୯ ସେକେଣ୍ଡରେ ଆରମ୍ଭ ହେବ। ଏହାର ମଧ୍ୟକାଳ ଅପରାହ୍ନ ୩ଟା ୧୨ ମିନିଟ୍ ୯ ସେକେଣ୍ଡରେ ହେଉଥିବା ବେଳେ ସନ୍ଧ୍ୟା ୫ଟାବାଜି ୨୫ ମିନିଟ୍ ୯ ସେକେଣ୍ଡରେ ଗ୍ରହଣ ସମାପ୍ତ ହେବ। ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିୟା, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ।

ବିଶ୍ୱରେ କରୋନା ଭାଇରସ: ମୃତକଙ୍କ ସଂଖ୍ୟା ୧୪.୬୪ ଲକ୍ଷ, ୬.୩୦ କୋଟି ଲୋକ ଆକ୍ରାନ୍ତ  www.odishaawaaz.comନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇ...
30/11/2020

ବିଶ୍ୱରେ କରୋନା ଭାଇରସ: ମୃତକଙ୍କ ସଂଖ୍ୟା ୧୪.୬୪ ଲକ୍ଷ, ୬.୩୦ କୋଟି ଲୋକ ଆକ୍ରାନ୍ତ

www.odishaawaaz.com

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଛି । ଆମେରିକାରେ ପରିସ୍ଥିତି ଅଧିକ ଜଟିଳ ହୋଇଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୩୭ ଲକ୍ଷ ୪୭ ହଜାର ୬୭୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୭୩ ହଜାର ୭୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮୧ ଲକ୍ଷ ୫ ହଜାର ୩୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୬୯ ହଜାର ୨୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୪ ହଜାର ୮୨୨ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କରୋନା ଲାଗି ୬ କୋଟି ୩୦ ଲକ୍ଷ ୫୩ ହଜାର ୯୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୪ ଲକ୍ଷ ୬୪ ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୩୫ ଲକ୍ଷ ୩୧ ହଜାର ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮୦ ଲକ୍ଷ ୫୬ ହଜାର ୯୬୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୫ ହଜାର ୫୪୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୯୩ ଲକ୍ଷ ୯୨ ହଜାର ୯୧୯ ସଂକ୍ରମିତ, ୧ ଲକ୍ଷ ୩୬ ହଜାର ୬୯୬ ମୃତ

ବ୍ରାଜିଲ: ୬୩ ଲକ୍ଷ ୧୪ ହଜାର ୭୪୦ ସଂକ୍ରମିତ, ୧ ଲକ୍ଷ ୭୨ ହଜାର ୮୩୩ ମୃତ

ଋଷିଆ: ୨୨ ଲକ୍ଷ ୬୯ ହଜାର ୩୧୬ ସଂକ୍ରମିତ, ୩୯ ହଜାର ୫୨୭ ମୃତ

ଫ୍ରାନ୍ସ: ୨୨ ଲକ୍ଷ ୧୮ ହଜାର ୪୮୩ ସଂକ୍ରମିତ, ୫୨ ହଜାର ୩୨୫ ମୃତ

ସ୍ପେନ: ୧୬ ଲକ୍ଷ ୪୬ ହଜାର ୧୯୨ ସଂକ୍ରମିତ, ୪୪ ହଜାର ୬୬୮ ମୃତ

ୟୁକେ: ୧୬ ଲକ୍ଷ ୧୭ ହଜାର ୩୨୭ ସଂକ୍ରମିତ, ୫୮ ହଜାର ୨୪୫ ମୃତ

ଇଟାଲି: ୧୫ ଲକ୍ଷ ୮୫ ହଜାର ୧୭୮ ସଂକ୍ରମିତ, ୫୪ ହଜାର ୯୦୪ ମୃତ

ଆର୍ଜେଣ୍ଟିନା: ୧୪ ଲକ୍ଷ ୧୮ ହଜାର ୮୦୭ ସଂକ୍ରମିତ, ୩୮ ହଜାର ୪୭୩ ମୃତ

କଲମ୍ବିଆ: ୧୩ ଲକ୍ଷ ୮ ହଜାର ୩୭୬ ସଂକ୍ରମିତ, ୩୬ ହଜାର ୫୮୪ ମୃତ

ମେକ୍ସିକୋ: ୧୧ ଲକ୍ଷ ୦୦ ହଜାର ୬୩୭ ସଂକ୍ରମିତ, ୧ ଲକ୍ଷ ୫ ହଜାର ୪୫୯ ମୃତ

ଆଜି ଦେବ ଦୀପାବଳି: ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜଳିବ ୧୫ ଲକ୍ଷ ଦୀପ  www.odishaawaaz.comନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନ...
30/11/2020

ଆଜି ଦେବ ଦୀପାବଳି: ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜଳିବ ୧୫ ଲକ୍ଷ ଦୀପ

www.odishaawaaz.com

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ୬ଥକିଆ ରାସ୍ତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ୭୩ କିମି ବିଶିଷ୍ଟ ଏହି ସଡ଼କ ପାଇଁ ୨ ହଜାର ୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାସ୍ତା ଲୋକାର୍ପଣ ହୋଇଯିବା ପରେ ବାରାଣସୀରୁ ପ୍ରୟାଗରାଜ ୧ ଘଣ୍ଟା ରାସ୍ତା କମ ହୋଇଯିବ ।

ବାରାଣସୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଦେବ ଦୀପାବଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏତଦ ବ୍ୟତୀତ ସେ କାଶୀ ବିଶ୍ୱନାଥ ମନ୍ଦିର ଓ ସାରନାଥ ପ୍ରତ୍ନତାତ୍ତ୍ୱିକ ଅଂଚଳର ପରିଦର୍ଶନ କରିବେ । ବାରାଣସୀର ରାଜଘାଟ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦୀପ ଜଳାଇବେ । ଏହା ପରେ ଗଂଗା ନଦୀ କୂଳରେ ୧୫ ଲକ୍ଷ ଦୀପ ଜଳିବ ।

ସୂଚନାଯୋଗ୍ୟ, ଦେବ ଦୀପାବଳି ହେଉଛି ଦୀପାବଳି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଅଯୋଧ୍ୟାରେ ଯେପରି ଭାବେ ଦୀପାବଳି ପାଳନ ହୋଇଥାଏ, ଠିକ ସେହିପରି ବାରାଣସୀରେ ଉତ୍ସାହର ସହିତ ଦେବ ଦୀପାବଳି ପାଳନ କରାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଇଥାଏ ।

ମୁସଲମାନଙ୍କ ଉପରେ ଚୀନର ନିର୍ଯାତନା ବିରୋଧରେ ନୋପାଳରେ ବିରୋଧ ପ୍ରଦର୍ଶନ  www.odishaawaaz.comକାଠମାଣ୍ଡୁ : ନେପାଳ ଯାତ୍ରାରେ ଆସିଥିବା ଚୀନ...
30/11/2020

ମୁସଲମାନଙ୍କ ଉପରେ ଚୀନର ନିର୍ଯାତନା ବିରୋଧରେ ନୋପାଳରେ ବିରୋଧ ପ୍ରଦର୍ଶନ

www.odishaawaaz.com

କାଠମାଣ୍ଡୁ : ନେପାଳ ଯାତ୍ରାରେ ଆସିଥିବା ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ନୋପାଳର ପଖୋରାରେ ମୁସଲମାନମାନେ ଚୀନର ଶିନଜିୟାଙ୍ଗ ରାଜ୍ୟରେ ୱିଗର ମୁସନମାନମାନଙ୍କ ଉପରେ ଦିଆଯାଉଥିବା ନିର୍ଯାତନା ବିରୋଧରେ ବିରୋଧ-ପ୍ରଦର୍ଶନ କରିଛନ୍ତି । ଚୀନ ବିରୋଧରେ ଶ୍ଲୋଗାନ ମଧ୍ୟ ଦିଆଯାଇଛି ।

ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କ ନେପାଳକୁ ୨ ଦିନିଆ ଯାତ୍ରା ପରେ ରବିବାର ଚୀନର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେନ୍ଧେ ନେପାଳ ପହଂଚିଛନ୍ତି । ତାଙ୍କର ଗସ୍ତକୁ ନେପାଳରେ ରହୁଥିବା ମୁସଲମାନମାନେ ଜାଣିବା ପରେ ବିରୋଧ ଆରମ୍ଭ କରିଦେଇଛନ୍ତି । ପ୍ରଦର୍ଶନକାରୀମାନେ ଶିନଜିୟାଙ୍ଗ ରାଜ୍ୟରେ ଭଙ୍ଗାଯାଇଥିବା ମସଜିଦ ବିରୋଧରେ ମଧ୍ୟ ଆନ୍ଦୋଳନ କରିଛନ୍ତି । ସେମାନେ କହିଛନ୍ତି ଯେ, ଚୀନରେ ୱିଙ୍ଗର ମୁସଲମାନମାନଙ୍କୁ ନିର୍ଯାତନା ଦିଆଯାଉଛି । ଅନ୍ତର୍ଜାତୀୟ ସମୂହକୁ ଏହାରି ଉପରେ ଦୃଷ୍ଟି ଦେବା ଦରକାର । ମୁସଲିମ କଲ୍ୟାଣକାରୀ ସମାଜ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି ।

ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଦଳ ଗଠନ କଲେ ସରକାର, ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ (www.odishaawaaz.com) ବିରୋଧୀଙ୍କ କଡା ସମାଲୋଚନା...
29/11/2020

ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଦଳ ଗଠନ କଲେ ସରକାର, ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ

(www.odishaawaaz.com)

ବିରୋଧୀଙ୍କ କଡା ସମାଲୋଚନା ପରେ ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି(ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କରିଛନ୍ତି ।

ଏହି ଟିମ୍‌ରେ ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେଥିରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲଙ୍କ ସମେତ ଏଏସପି ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି।

ପରୀ ହତ୍ୟା ଘଟଣାର ଏସଆଇଟି ଗଠନ ହୋଇଥିବା ନେଇ ଗୃହବିଭାଗ ହାଇକୋର୍ଟଙ୍କୁ ଜଣାଇଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ସଚିବ।

ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ   (www.odishaawaaz.com)  ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଧଶୀ ଓ ପବିତ୍ର ...
29/11/2020

ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ

(www.odishaawaaz.com)

ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଧଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ । ଆଜି ଭକ୍ତମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଳକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜୀଉଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରତିବର୍ଷ ପ୍ରବଳ ଭିଡ଼ ଲାଗେ କିନ୍ତୁ ଚଳିତ ବର୍ଷ କରୋନା କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହୁଏ । ଏହି ଲକ୍ଷ୍ମୀ ନୃସିଂହ ବେଶରେ ସୁନାକିଆ ଡାଳି ଭଳି ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ ।

ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ସେବାୟତ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ତାହା ମଧ୍ୟରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ । ତେବେ ତିନି ଠାକୁର ଅନ୍ୟ ବେଶପରି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଧାରଣ କରିଥାନ୍ତି ।

ପଶ୍ଚିମବଙ୍ଗ ସମେତ ଚାରିଟି ରାଜ୍ୟରେ ଜାରି ରହିଛି ସିବିଆଇର ଛାନଭିନ୍, ଟାର୍ଗେଟରେ କୋଇଲା ମାଫିଆ  (www.odishaawaaz.com) କେନ୍ଦ୍ରୀୟ ଅନୁସନ୍...
29/11/2020

ପଶ୍ଚିମବଙ୍ଗ ସମେତ ଚାରିଟି ରାଜ୍ୟରେ ଜାରି ରହିଛି ସିବିଆଇର ଛାନଭିନ୍, ଟାର୍ଗେଟରେ କୋଇଲା ମାଫିଆ

(www.odishaawaaz.com)

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ପଶ୍ଚିମବଙ୍ଗ ସମେତ ଦେଶର ଚାରିଟି ରାଜ୍ୟରେ ୪୫ ଟି କୋଇଲା ମାଫିଆଙ୍କ ଉପରେ ଚଢାଉ ଆରମ୍ଭ କରିଛି। ସେହି ମାମଲାଗୁଡିକ ବେଆଇନ ବାଣିଜ୍ୟ, କୋଇଲା ଚୋରି ଏବଂ ଚୋରା କାରବାର ସହ ଜଡିତ।

ସିବିଆଇ ମୁଖପାତ୍ର ଆର.କେ ଗୌରଙ୍କ ଅନୁଯାୟୀ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ବିହାରର ମୋଟ ୪୫ଟି ସ୍ଥାନରେ ଶନିବାର ସିବିଆଇ ଚଢାଉ କରୁଛି।

ଇଷ୍ଟର୍ଣ୍ଣ କୋଇଲଫିଲ୍ଡସ୍ ଲିମିଟେଡ୍, ରେଳବାଇ, ସିଏସ୍ଏଫ୍ ଏବଂ ବହୁ ଅଧିକାରୀ ଏବଂ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିରେ ଅନେକ କୋଇଲା ଚୋରା ଚାଲାଣକାରୀ ଅନ୍ତର୍ଭୁକ୍ତ । ମୁଖ୍ୟତ ପଶ୍ଚିମବଙ୍ଗରେ ଏହି ଚଢାଉ କରାଯାଇଛି। ରାଣୀଗଞ୍ଜ, ଦୁର୍ଗାପୁର, କୋଲକାତା, ଦକ୍ଷିଣ ଚବିଶ ପ୍ରଗଣାରେ ୨୨ଟି ସିବିଆଇ ଦଳ ଚଢାଉ ଜାରି ରଖିଛନ୍ତି ।

ଟିକା ପ୍ରସ୍ତୁତିରେ ଥିବା ୩ଟି କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାଞ୍ଚଟି ପର୍ଯ୍ୟାୟରେ ହୋଇପାରେ ଟୀକା(www.odishaaw...
29/11/2020

ଟିକା ପ୍ରସ୍ତୁତିରେ ଥିବା ୩ଟି କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାଞ୍ଚଟି ପର୍ଯ୍ୟାୟରେ ହୋଇପାରେ ଟୀକା
(www.odishaawaaz.com)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପ୍ରସ୍ତୁତ କରୁଥିବା ତିନୋଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଅହମ୍ମଦାବାଦର ଜିଡସ୍ କ୍ୟାଡିଲା ପ୍ଲାଣ୍ଟରେ ପହଞ୍ଚିଥିଲେ। ଏହା ପରେ ସେ ହାଇଦ୍ରାବାଦର ଭରତ ବାୟୋଟେକ୍ ପ୍ଲାଣ୍ଟ ଏବଂ ଶେଷରେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଯିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦେଶରେ ଏହି ଟିକା କେବେ ଉପଲବ୍ଧ ହେବ ଏବଂ କାହାକୁ ପ୍ରଥମେ ଦିଆଯିବ ସେନେଇ ଆଲୋଚନା ହୋଇଛି । ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପ୍ରାଥମିକତା ହେଉଛି ଆଗଧାଡିର ଯୋଦ୍ଧାଙ୍କୁ ପ୍ରଥମେ ଟିକା ଯୋଗାଇ ଦିଆଯିବ । ଏହି ଗୋଷ୍ଠୀଗୁଡିକ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ । ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ସମେତ ୩୧ କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଟିକା କେବେ ଆସିବ ଏବଂ ଏହାର ମୂଲ୍ୟ କେତେ ହେବ ସେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇନାହିଁ।

ସୂତ୍ରରୁ ପ୍ରକାଶ ଯେ ଏହି ଟିକା ପ୍ରଥମେ ଦେଶର ଫ୍ରଣ୍ଟ ଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ୩୧ କୋଟି ଲୋକଙ୍କୁ ଚିହ୍ନଟ କରୁଛନ୍ତି ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଏବଂ ଆଶା କର୍ମଚାରୀଙ୍କୁ ଟୀକାକରଣ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ। ସେଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ, ପୋଲିସ୍ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ । ତୃତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ। ଚତୁର୍ଥ ପର୍ଯ୍ୟାୟରେ, ୫୦ ବର୍ଷରୁ ଅଧିକ ବର୍ଷୀୟ ୨୬ ନିୟୁତ ଲୋକଙ୍କୁ ଟିକା ଦିଆଯିବ।

ପଞ୍ଚମ ପର୍ଯ୍ୟାୟରେ, ସଂକ୍ରମଣର ଆଶଙ୍କା ଅଧିକ ଥିବା ଯୁବକମାନଙ୍କୁ ସରକାର ଟୀକାକରଣ କରିବେ। ଏହି ବର୍ଗରେ ୫୦ ବର୍ଷରୁ କମ୍ ବ୍ୟକ୍ତି ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସଂଖ୍ୟାନ ଆଧାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ନିୟୁତ ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଭାଇରସରୁ ନିସ୍ତାର ପାଇବା ପାଇଁ ପ୍ରସ୍ତୁତ ଟିକା ଉପରେ ସମସ୍ତଙ୍କ ନଜର ରହିଛି।

କୃଷକ ସଂଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ କେନ୍ଦ୍ର କୃଷିମନ୍ତ୍ରୀ, ରାଜନୀତି ନକରିବାକୁ ଚେତାବନୀ (www.odishaawaaz.com) କେନ୍ଦ୍ର କୃଷ...
29/11/2020

କୃଷକ ସଂଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ କେନ୍ଦ୍ର କୃଷିମନ୍ତ୍ରୀ, ରାଜନୀତି ନକରିବାକୁ ଚେତାବନୀ

(www.odishaawaaz.com)

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଦୋହରାଇଛନ୍ତି ଯେ ସଂସଦରେ ପାରିତ ହୋଇଥିବା ଆଇନ ବିରୁଦ୍ଧରେ କୃଷକମାନଙ୍କୁ ଆନ୍ଦୋଳନ କରିବା ବିରୋଧରେ ସେ କୃଷକ ସଂଗଠନ ସହ ଆଲୋଚନା କରିବାକୁ ପ୍ରସ୍ତୁତ। କୃଷକଙ୍କ ନାମରେ ରାଜନୀତି ନକରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।

ନରେନ୍ଦ୍ର ସିଂ ତୋମାର ଶନିବାର କହିଛନ୍ତି ଯେ ସରକାର କୃଷକ ସଂଗଠନ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଦ୍ବାରା ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ। ଡିସେମ୍ବର ୨ରେ ଆଲୋଚନା ପାଇଁ କୃଷକ ସଂଗଠନକୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି। ବିରୋଧୀ ଦଳମାନଙ୍କୁ କୃଷକଙ୍କ ନାମରେ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ।

କେନ୍ଦ୍ର ସରକାର କହିଛନ୍ତି ଯେ କୃଷକମାନଙ୍କୁ ସରକାରଙ୍କ ଉପରେ ବିଶ୍ୱାସ ରଖିବାକୁ ଅନୁରୋଧ କରାଯାଇଛି। ସରକାର ପ୍ରତ୍ୟେକ ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରିବାକୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଦିଗରେ ଗତି କରୁଛନ୍ତି।

ଝାରସୁଗୁଡାରେ ଜାଲ ନୋଟ କାରଖାନା ଠାବ ସହ ବିପୁଳ ପରିମାଣର ନକଲି ନୋଟ ଜବତ, 3 ଗିରଫ  (www.odishaawaaz.com)  ଦିନକୁ ଦିନ ଜାଲ ନୋଟ କାରବାର ବ...
29/11/2020

ଝାରସୁଗୁଡାରେ ଜାଲ ନୋଟ କାରଖାନା ଠାବ ସହ ବିପୁଳ ପରିମାଣର ନକଲି ନୋଟ ଜବତ, 3 ଗିରଫ

(www.odishaawaaz.com)

ଦିନକୁ ଦିନ ଜାଲ ନୋଟ କାରବାର ବୃଦ୍ଧି ପାଉଛି । ଜାଲ ନୋଟ କାରଖାନା ଠାବ କଲା ଝାରସୁଗୁଡା ପୋଲିସ । ୯୬ ହଜାର ୩୦୦ ଟଙ୍କାର ନକଲି ନୋଟ ଜବତ । ବନହରପାଲି ଥାନା ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। । ପେଟ୍ରୋଲ ପମ୍ପ ରେ ବାଇକରେ ତେଲ ଭରିବା ସମୟରେ ନକଲି ଶହେ ଟଙ୍କିଆ 2ଟି ନୋଟ ଦେବାରୁ ଧରାପଡିଥିଲା ଜାଲ ନୋଟ ।

ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ରେ ଥିବା ସ୍ୱାଧୀନ କମ୍ପ୍ଲେକ୍ସ ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଖଡାମ ଗାଁର ମହମ୍ମଦ ଅଜମାଲ ଗତକାଲି ସକାଳ 10ଟାରେ ତେଲ ଭରିବାକୁ ଯାଇ ଦୁଇଟି 100ଟଙ୍କିଆ ନକଲି ନୋଟ ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । କୌଶଳ କ୍ରମେ ପେଟ୍ରୋଲ ପମ୍ପ କର୍ମଚାରୀ ଅଜମାଲ କୁ ଅଟକାଇ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ତୁରନ୍ତ ପୋଲିସ କୁ ସୂଚନା ଦେବା ପରେ ବନ୍ଧବାହାଲ ଫାଣ୍ଡି ଓ ବନହରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଜମାଲକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ଅଟକଙ୍କୁ ପଚରାଉଚରା ପରେ ସମ୍ବଲପୁର ଜିଲ୍ଲା ବାମରାରେ ଏହି ନୋଟ କାରବାର ଚେର ଥିବା ଜାଣି ସେଠାରେ ପୋଲିସ ଚଢ଼ାଉ କରିଥିଲା । ନକଲି ନୋଟ ଛପାରେ ବ୍ୟବହୃତ କମ୍ପୁଟର, ପ୍ରିଣ୍ଟର,ଜାଲ ନୋଟ ଛପାର ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

ବାମରା ଅଞ୍ଚଳରେ ରହି ନକଲି ନୋଟରେ ବ୍ୟବହାର କାଗଜ, ସ୍କେନର ମେସିନ, ପ୍ରିଣ୍ଟର ଆଦି ସାମଗ୍ରୀରୁ ପାଞ୍ଚଶହ ଓ ଏକ ଶହ ଟଙ୍କିଆ ନକଲି ନୋଟ ଛାପି ବ୍ୟବହାର କରୁଥିଲେ । ଏହାର ତଦନ୍ତ କରିବା ସହ ନକଲି ଏକ ଶହ ଟଙ୍କିଆ ୯୧୮ ଟି ଓ ନକଲି ପାଞ୍ଚଶହ ୯ ଟି ନୋଟ ଜବତ କରିଛି ପୋଲିସ ।ଆଜି ଏହି ମାମଲାରେ ଅଜମାଲ ସହ ଅନ୍ୟ ଦୁଇ ଜଣ ମହମ୍ମଦ ଇରଫାନ, ଇସ୍ତିଫାକ ଅନସାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ଅବସରରେ କରୋନା ଲକଡାଉନ ସମୟରେ ଏହି କାରବାର ଆରମ୍ଭ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ।

ଆଜି ଦିନ 11 ଟାରେ 'ମନ କି ବାତ୍' କାର୍ଯ୍ୟକ୍ରମ, ଦେଶକୁ ସମ୍ବୋଧିତ କରିବେ (www.odishaawaaz.com)  ଆଜି ଦିନ 11 ଟାରେ ରେଡିଓରେ 'ମନ କି ବାତ...
29/11/2020

ଆଜି ଦିନ 11 ଟାରେ 'ମନ କି ବାତ୍' କାର୍ଯ୍ୟକ୍ରମ, ଦେଶକୁ ସମ୍ବୋଧିତ କରିବେ

(www.odishaawaaz.com)

ଆଜି ଦିନ 11 ଟାରେ ରେଡିଓରେ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ପିଏମ ମୋଦୀ ଦେଶ ତଥା ବିଦେଶରେ ଜନସାଧାରଣଙ୍କ ସହ ନିଜର ମତ ବାଣ୍ଟିବେ । ଏହା ହେଉଛି ମନ୍ କି ବାତ୍ 2.0 ର 18 ତମ ସଂସ୍କରଣ ।

ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ 25 ଅକ୍ଟୋବରରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଲୋକମାନେ ଦିନ 11 ଟାରେ ପିଏମ୍ ମୋଦୀଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମର ସଙ୍କେତ ଭାଷା ସଂସ୍କରଣ ଦେଖିପାରିବେ । ଏଥିସହ, ଏହି ମନ୍ କି ବାତ୍ ର ଆଞ୍ଚଳିକ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ପ୍ରସାରଣ ପରେ ତୁରନ୍ତ ଅଲ ଇଣ୍ଡିଆ ରେଡିଓର ସମ୍ପୃକ୍ତ ଆଞ୍ଚଳିକ ଷ୍ଟେସନ୍ ଦ୍ୱାରା ପ୍ରସାରିତ ହୁଏ । ଏବଂ ସେହି ଦିନ ରାତି 8 ଟାରେ ମଧ୍ୟ ପୁନଃପ୍ରସରଣ ହୁଏ ।

ବୁଦ୍ଧି ଶିଖିବ ଚୀନ, ଭାରତ ସହ ହାତ ମିଳାଇଲା ଭିଏତନାମ ଇଣ୍ଡୋ ପ୍ରଶାନ୍ତ ମହାସାଗରର ପ୍ରମୁଖ ଅଂଶର ହେବ ଆଧୁନିକୀକରଣ (www.odishaawaaz.com) ଚ...
29/11/2020

ବୁଦ୍ଧି ଶିଖିବ ଚୀନ, ଭାରତ ସହ ହାତ ମିଳାଇଲା ଭିଏତନାମ ଇଣ୍ଡୋ ପ୍ରଶାନ୍ତ ମହାସାଗରର ପ୍ରମୁଖ ଅଂଶର ହେବ ଆଧୁନିକୀକରଣ

(www.odishaawaaz.com)

ଚୀନ୍ ସହିତ ଭିଏତନାମର ଖରାପ ସମ୍ପର୍କ ମଧ୍ୟରେ ଭାରତ ଭିଏତନାମ ସଶସ୍ତ୍ର ବାହିନୀକୁ ଇଣ୍ଡୋ ପ୍ରଶାନ୍ତ ମହାସାଗରର ପ୍ରମୁଖ ଅଂଶୀଦାର ଭାବରେ ଆଧୁନିକୀକରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନରେ ନିୟୋଜିତ ହେବାକୁ ଥିବା ବାହିନୀର ପାଇଲଟ ଏବଂ ପରସ୍ପରର ବାୟୁସେନା ପାଇଲଟମାନଙ୍କୁ ମିଳିତ ତାଲିମ ଦେବାକୁ ଭାରତ ଏବଂ ଭିଏତନାମ ସହମତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ମାଧ୍ୟମରେ ଭିଏତନାମର ତିନିଟି ସୈନ୍ୟବାହିନୀକୁ ମଧ୍ୟ ଉନ୍ନତ ତାଲିମ ପ୍ରଦାନ କରିବାକୁ ଭାରତ ଆଗ୍ରହୀ। ଭାରତ-ଭିଏତନାମ ମଧ୍ୟ ନିଜ ଭାଷାରେ ଚୀନ୍‌କୁ ଜବାବ ଦେବାକୁ ରଣନୀତି କରିଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ଦିନ ଭାରତ ଏବଂ ଭିଏତନାମ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ହାଇଡ୍ରୋଗ୍ରାଫି ଚୁକ୍ତିନାମା ସହିତ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରିବାକୁ ଆହ୍ବାନ ଦିଆଯାଇଛି ।

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସ୍ ନେବାକୁ ହାନୋଇଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଚୀନ୍ ସାଗରରେ ଚୀନ୍ ସହିତ ସାମୁଦ୍ରିକ ସୀମା ପ୍ରସଙ୍ଗରେ ଭାରତ ଭିଏତନାମ ସହ ଆଲୋଚନା କରୁଛି। ଭିଏତନାମ ବ୍ରହ୍ମୋସ, ଭାରତର ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଧ୍ରୁଭ ହେଲିକପ୍ଟର ସମେତ ଅନେକ ସାମରିକ ଉପକରଣ ହାସଲ କରିବାକୁ ଆଗ୍ରହୀ କିନ୍ତୁ ଅର୍ଥ ସମେତ ଅନେକ କାରଣରୁ ଏହି ଚୁକ୍ତି ହୋଇପାରି ନାହିଁ।

ନିକଟରେ ଭିଏତନାମ ପାଇଁ ଭାରତ ଲାଇନ୍ ଅଫ୍ କ୍ରେଡିଟ୍ ବୃଦ୍ଧି କରିଛି। ବାୟୁସେନା ପାଇଲଟ୍ ଏବଂ ମିଳିତ ଜାତିସଂଘର କାର୍ଯ୍ୟକଳାପ ସମେତ ଭିଏତନାମର ସଶସ୍ତ୍ର ବାହିନୀର ଦକ୍ଷତା ବୃଦ୍ଧି ଏବଂ ବୃଦ୍ଧି ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ।

ମିଳିତ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଦକ୍ଷତା ବିକାଶ, ତାଲିମ ଏବଂ ସହଯୋଗରେ ମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ। ଭାରତ କହିଛି ଯେ ଭିଏତନାମକୁ ସାଧାରଣ ବୈଦେଶିକ ଦେଶ ଭାବରେ ଦେଖୁଛି ଏବଂ ସହଭାଗୀ ସ୍ୱାର୍ଥ ରହିଛି। ଦୁଇ ଦେଶ ପ୍ରତିରକ୍ଷା ସହଯୋଗର ଅନେକ କ୍ଷେତ୍ରରେ ସହଯୋଗ କରୁଛନ୍ତି ଯେପରିକି ଜାହାଜ ନିର୍ମାଣ, ଭୂପୃଷ୍ଠ ଏବଂ ସମୁଦ୍ରରେ ଉପଗ୍ରହ କ୍ଷମତା ବୃଦ୍ଧି କରିବ ।

ଭିଏତନାମ ସହିତ ବଢୁଥିବା ପ୍ରତିରକ୍ଷା ସହଯୋଗର ଏକ ଅଂଶ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭିଏତନାମର ପ୍ରତିରକ୍ଷା ପ୍ରତିରକ୍ଷା ମନ୍ତ୍ରୀ ହେ ଜେନେରାଲ ଏଙ୍ଗୋ ଜୁଆନ ଲିଚ ଦ୍ୱିପାକ୍ଷିକ ସ୍ତରର ଆଲୋଚନା ସମୟରେ ଦୁଇ ଦେଶର ପାଇଲଟଙ୍କ ସହ ଯୋଗ ଦେଇଥିଲେ ।

ଜାହାଜ ନିର୍ମାଣ ଏବଂ ବୁଡ଼ାଜାହାଜ ନିର୍ମାଣରେ ସହଯୋଗ ଅନ୍ୱେଷଣ କରିବା ପାଇଁ ଉଭୟ ଦେଶ ପ୍ରତିରକ୍ଷା ସହଯୋଗର ଅନେକ ଡୋମେନରେ ରହିଛନ୍ତି ଯେପରିକି ଜାହାଜ ନିର୍ମାଣ, ଭୂପୃଷ୍ଠ ଏବଂ ସମୁଦ୍ରରେ ବୁଡ଼ାଜାହାଜ ପରି ସବ୍‌ସ୍ରଫେସ୍ ସାମର୍ଥ୍ୟରେ ସହଯୋଗ କରୁଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ପ୍ରକଳ୍ପ ଏବଂ ଭବିଷ୍ୟତର ପ୍ରତିରକ୍ଷା ସହଭାଗିତାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ଆହ୍ବାନ କରିଛନ୍ତି। ଏଥିପାଇଁ ଭବିଷ୍ୟତରେ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଏକ ଅନୁଷ୍ଠାନିକ ଢାଞ୍ଚାରେ ଚୁକ୍ତି କରିବେ।

ଭାରତରେ ପୁଣି ବ୍ୟାନ ହେଲା ୪୩ ମୋବାଇଲ୍ ଆପ୍ (www.odishaawaaz.com) ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଆଉ ୪୩ଟି ମୋ...
25/11/2020

ଭାରତରେ ପୁଣି ବ୍ୟାନ ହେଲା ୪୩ ମୋବାଇଲ୍ ଆପ୍

(www.odishaawaaz.com)

ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଆଉ ୪୩ଟି ମୋବାଇଲ୍ ଆପ‌କୁ ବ୍ଲକ୍ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା (କ) ଅନୁସାରେ ୪୩ଟି ଆପ୍‌କୁ ବ୍ୟାନ୍ କରିଛନ୍ତି ଭାରତ ସରକାର । ଭାରତ ଏକତା, ଅଖଣ୍ଡତା ପ୍ରତି ବିପଦ କାରଣରୁ ଏହି ସବୁ ଆପ୍‌କୁ ବ୍ଲକ୍ କରାଯାଇଛି । ଏହି ବ୍ଲକ୍ ଆପ୍ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ଓ୍ବିଡେଟ୍‌, ରେଲା ଆଦି ଆପସ୍ ରହିଛି ।

ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ ୧୧୮ଟି ମୋବାଇଲ୍ ଆପ୍‌କୁ ବ୍ୟାନ୍ କରାଯାଇଥିବାବେଳେ ଜୁନ୍ ଶେଷରେ ଟିକ୍‌ଟକ୍‌, ହାଲୋ ସମେତ ୫୯ଟି ମୋବାଇଲ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ ୪୭ଟି ଆପ୍‌କୁ ଭାରତରେ ନିଷେଧ କରାଯାଇଥିଲା ।

ସୋସିଆଲ ମିଡିଆର କିଙ୍ଗ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(www.odishaawaaz.com)  ପୁଣିଥରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମର କିଙ୍ଗ ...
25/11/2020

ସୋସିଆଲ ମିଡିଆର କିଙ୍ଗ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

(www.odishaawaaz.com)

ପୁଣିଥରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମର କିଙ୍ଗ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ପ୍ରମାଣିତ କରିଛନ୍ତି । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ନେତା । ସେ ଚଳିତ ବର୍ଷ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଟ୍ୱିଟର, ୟୁଟ୍ୟୁବ୍, ଗୁଗୁଲ୍ ସର୍ଚ୍ଚରେ ଟ୍ରେଡିଂ ଚାର୍ଟରେ ସବୁଠାରୁ ଶୀର୍ଷରେ ରହିଛନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ତାଙ୍କ ବ୍ରାଣ୍ଡ ମୂଲ୍ୟ ପ୍ରାୟ 336 କୋଟି ଟଙ୍କା ଅଟେ । ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକରେ 2,171 ଟ୍ରେଣ୍ଡ ସହିତ ପିଏମ ମୋଦୀ ସବୁଠାରୁ ଆଗରେ ରହିଥିବାବେଳେ, ତାଙ୍କ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ରହିଥିଲେ, ଯିଏ 2,137 ଟ୍ରେଣ୍ଡ ହାସଲ କରିଥିଲେ ।

ଅନଲାଇନ୍ ଭାବନା ବିଶ୍ଳେଷଣ କମ୍ପାନୀ ଚେକ୍ ବ୍ରାଣ୍ଡ ଅନୁଯାୟୀ, ଏହା ପରେ କ୍ରମାଗତ ଭାବେ ଟ୍ରେଣ୍ଡ କରୁଥିବା ଅନ୍ୟ ନେତାଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।

ଏହାର ଅନୁସନ୍ଧାନରେ, ଚେକବ୍ରାଣ୍ଡ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ଶ୍ରେଷ୍ଠ 95 ନେତା ତଥା 500 ପ୍ରଭାବଶାଳୀ ସୋସିଆଲ ମିଡିଆ ବ୍ୟକ୍ତିତ୍ୱଙ୍କ ଅନଲାଇନ୍ ଆସାଇନମେଣ୍ଟ ଉପରେ ଏକ ଗଭୀର ଅଧ୍ୟୟନ କରିଥିଲେ | ଏହି ଅଧ୍ୟୟନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 70 ଟି ବ୍ରାଣ୍ଡ ସ୍କୋର ହାସଲ କରିଛନ୍ତି, ଯାହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନେତାଙ୍କ ତୁଳନାରେ ଦୁଇଗୁଣ ଅଧିକ। ଏହି ବ୍ରାଣ୍ଡ ସ୍କୋରକୁ 5 ଟି ପାରାମିଟର ଉପରେ ଆଧାର କରି ଗଣନା କରାଯାଇଥିଲା – ଭାବନା(ସେଣ୍ଟିମେଣ୍ଟ), ଅନୁସରଣକାରୀ(ଫଲୋଅର), ଯୋଗଦାନ(ଏନଗେଜମେଣ୍ଟ), ମେନ୍ସନ ଏବଂ ଟ୍ରେଣ୍ଡ |

ଚେକବ୍ରାଣ୍ଡ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା 36.43 ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ 27.03 ସ୍କୋର କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ 31.89 ପଏଣ୍ଟ ହାସଲ କରିଛନ୍ତି, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ 31.89 ମାର୍କ ପାଇଛନ୍ତି ।

ବ୍ରାଣ୍ଡ ମୂଲ୍ୟ କ’ଣ?

ଅଧ୍ୟୟନ ଅନୁଯାୟୀ, ପିଏମ ମୋଦୀଙ୍କ ବ୍ରାଣ୍ଡ ମୂଲ୍ୟ ପ୍ରାୟ 336 କୋଟି ଟଙ୍କା, ତା’ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ରାଣ୍ଡ ମୂଲ୍ୟ 335 କୋଟି ଟଙ୍କା ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ରାଣ୍ଡ ମୂଲ୍ୟ 328 କୋଟି ଟଙ୍କା ରହିଛି। ଏହି ବ୍ରାଣ୍ଡ ମୂଲ୍ୟ ସୋସିଆଲ ମିଡିଆର ଯୋଗଦାନ ଏବଂ ଅନୁସରଣକାରୀଙ୍କ ଉପରେ ଆଧାରିତ ହୋଇଥାଏ ବୋଲି ଜଣାପଡିଛି |

ଭୟଙ୍କର ହୋଇ ମାଡ଼ି ଚାଲିଛି ବାତ୍ୟା 'ନିଭାର୍ ', ଆଜିଠୁ ଓଡ଼ିଶାରେ ବର୍ଷା ସମ୍ଭାବନା (www.odishaawaaz.com) ବଙ୍ଗୋପସାଗରରେ ଥିବା ଏକ ଲଘୁଚା...
25/11/2020

ଭୟଙ୍କର ହୋଇ ମାଡ଼ି ଚାଲିଛି ବାତ୍ୟା 'ନିଭାର୍ ', ଆଜିଠୁ ଓଡ଼ିଶାରେ ବର୍ଷା ସମ୍ଭାବନା

(www.odishaawaaz.com)

ବଙ୍ଗୋପସାଗରରେ ଥିବା ଏକ ଲଘୁଚାପ ଘନୀଭୂତ ହୋଇ ଭୀଷଣ ବାତ୍ୟା ନିଭାରରେ ପରିଣତ ହୋଇଛି। ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବ । ଏବଂ ତାମିଲନାଡୁର କରାଇକାଲ ଏବଂ ମଲାପୁରାମ ଉପକୂଳ ଦେଇ ଆଜି ଅପରାହ୍ନ 5 ଟା ପର୍ଯ୍ୟନ୍ତ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ମଙ୍ଗଳବାର ରାତିରୁ ଧାରା 144 ଲାଗୁ କରାଯାଇଛି । ଯାହା ଗୁରୁବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଜି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ଆଜି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ମଧ୍ୟ ଆଜିଠୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କିନ୍ତୁ ପବନର ପ୍ରଭାବ ଓଡ଼ିଶାରେ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ ୨୫ ଓ ୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ ।

ମହିଳାଙ୍କୁ ରାତି ସିଫ୍ଟ ଅନୁମତି(www.odishaawaaz.com) ବିଧାନସଭାରେ କାରଖାନା ସଂଶୋଧନ ବିଲ୍ ୨୦୨୦ ପାରିତ ହୋଇଛି । ଏଣିକି କାରଖାନାରେ ରାତିର...
25/11/2020

ମହିଳାଙ୍କୁ ରାତି ସିଫ୍ଟ ଅନୁମତି

(www.odishaawaaz.com)

ବିଧାନସଭାରେ କାରଖାନା ସଂଶୋଧନ ବିଲ୍ ୨୦୨୦ ପାରିତ ହୋଇଛି । ଏଣିକି କାରଖାନାରେ ରାତିରେ କାର୍ଯ୍ୟ କରିପାରିବେ ମହିଳା । ଏନେଇ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର ବିକାଶ କରାଯିବ । କାରଖାନା ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ ହୋଇଛି ।

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ, କରୋନାରେ ଥିଲେ ସଂକ୍ରମିତ(www.odishaawaaz.com)  କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେ...
25/11/2020

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ, କରୋନାରେ ଥିଲେ ସଂକ୍ରମିତ

(www.odishaawaaz.com)

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଛି। ତାଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ପୁଅ କହିଛନ୍ତି ଯେ, 25 ନଭେମ୍ବରରେ ସକାଳ 3.30 ରେ ଅହମ୍ମଦଙ୍କ ଦେହାନ୍ତ ହୋଇଛି। ପ୍ରାୟ ଏକ ମାସ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ଶରୀରର ଅନେକ ଅଙ୍ଗ କାର୍ଯ୍ୟ ବନ୍ଦ କରିଦେଲା । ମୁଁ ସମସ୍ତ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ କୋଭିଡ -19 ପ୍ରୋଟୋକଲ ଅନୁସରଣ କରନ୍ତୁ ଏବଂ ସାମାଜିକ ଦୂରତାର ଯତ୍ନ ନିଅନ୍ତୁ ନାହିଁ ।

ଗୁଜୁରାଟର ଭାରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଜନ୍ମ ହୋଇଥିବା ପଟେଲ ତିନିଥର ଲୋକସଭା ସାଂସଦ ଏବଂ ପାଞ୍ଚ ଥର ରାଜ୍ୟସଭା ସାଂସଦ ଥିଲେ । ପଟେଲ 1977 ମସିହାରେ ଭାରୁଚରୁ ତାଙ୍କର ପ୍ରଥମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି 62,879 ଭୋଟରେ ଜିତିଥିଲେ। 1980 ରେ ସେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏଥର 82,844 ଭୋଟରେ ଜିତିଥିଲେ । 1984 ର ତୃତୀୟ ଲୋକସଭା ନିର୍ବାଚନରେ ​​ସେ 1,23,069 ଭୋଟରେ ଜିତିଥିଲେ । ଅହମ୍ମଦ 1993 ରୁ ରାଜ୍ୟସଭା ସାଂସଦ ଥିଲେ ଏବଂ 2001 ମସିହାରୁ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ମଧ୍ୟ ଥିଲେ ।।

ସାରା ଦେଶରେ 400 ଟଙ୍କାରେ RTPCR ଟେଷ୍ଟ କରିବା ନେଇ ସମସ୍ତ ରାଜ୍ୟକୁ ଜବାବତଲବ କଲେ ସୁପ୍ରିମକୋର୍ଟ(www.odishaawaaz.com) ସୁପ୍ରିମକୋର୍ଟ ମଙ...
25/11/2020

ସାରା ଦେଶରେ 400 ଟଙ୍କାରେ RTPCR ଟେଷ୍ଟ କରିବା ନେଇ ସମସ୍ତ ରାଜ୍ୟକୁ ଜବାବତଲବ କଲେ ସୁପ୍ରିମକୋର୍ଟ

(www.odishaawaaz.com)

ସୁପ୍ରିମକୋର୍ଟ ମଙ୍ଗଳବାର ଦିନ କରୋନା ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସାରା ଦେଶରେ କରୋନା ଭାଇରସର ଆରଟିପିସିଆର ପରୀକ୍ଷଣ ଦର ନିର୍ଣ୍ଣୟ ଧାର୍ଯ୍ୟ କରିବା ନେଇ ହୋଇଥିବା ଆବେଦନ ଉପରେ କେନ୍ଦ୍ର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି । ଆବେଦନକାରୀ ନିଜ ଆବେଦନରେ ସୁପ୍ରିମକୋର୍ଟରେ କହିଥିଲେ ଯେ ଏହି ପରୀକ୍ଷା ପାଇଁ ସର୍ବାଧିକ ଦର 400 ଟଙ୍କା ସ୍ଥିର କରାଯିବା ଉଚିତ କାରଣ ଏହି ପରୀକ୍ଷଣର ମୂଲ୍ୟ 200 ଟଙ୍କାରୁ ବି କମ୍ ଖର୍ଚ୍ଚ ହୋଇଥାଏ ।

ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ ଓକିଲ ଅଜୟ ଅଗ୍ରୱାଲଙ୍କ ଆବେଦନର ବିଚାର କରି ସମସ୍ତଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି । ଦେଶରେ ହେଉଥିବା RTPCR ଅନୁସନ୍ଧାନର ଦରକୁ ସର୍ବତ୍ର ଗୋଟିଏ ମୂଲ୍ୟ 400 ଟଙ୍କା ସ୍ଥିର କରାଯିବାକୁ ଦାବି କରାଯାଇଛି । ଏହା ଫଳରେ ଦେଶରେ କରୋନା ପରୀକ୍ଷଣକୁ ବୃଦ୍ଧି କରିବ ଏବଂ ଲୋକଙ୍କୁ ଉପକୃତ କରିବ |

ଦେଶରେ କରୋନା ପରୀକ୍ଷଣ ପାଇଁ ହେଉଥିବା ଆରଟିପିସିଆର ପରୀକ୍ଷଣର ବିଭିନ୍ନ ଦର ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଦ୍ୱାରା ବିଭିନ୍ନ ଦର ସ୍ଥିର କରାଯାଇଛି ଏବଂ କିଛି କିଛି ରାଜ୍ୟରେ ଏହି ଦର 900 ଟଙ୍କାରୁ ଆରମ୍ଭ ହୋଇ 2800 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି । କିଛି ପ୍ରାଇଭେଟ୍ ଲାବୋରେଟୋରୀଗୁଡିକ ନିଜ ଇଚ୍ଛାରେ ମନମୁତାବକ ଦର ଚାର୍ଜ କରୁଛନ୍ତି |

RTPCR ପାଇଁ ଆବଶ୍ୟକ ପଡୁଥିବା ଏହି କିଟ୍ ଭାରତୀୟ ବଜାରରେ 200 ରୁ କମ୍ ମୂଲ୍ୟରେ ଉପଲବ୍ଧ ବୋଲି ଆବେଦନକାରୀ ଦାବି କରିଛନ୍ତି । ଏହା ବ୍ୟତୀତ ଏହାର ଅନ୍ୟ କୌଣସି ମୂଲ୍ୟ ନାହିଁ କାରଣ ବ୍ୟବହୃତ ମେସିନ୍ ଲ୍ୟାବରେ ସ୍ଥାପିତ ହୋଇଛି | ଏହା ପରେ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ମାଗି କେନ୍ଦ୍ର, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରିଛନ୍ତି। କେବଳ ଏତିକି ନୁହେଁ, ସମାନ ମାମଲା ସହ ଜଡିତ ଅନ୍ୟ ଏକ ଆବେଦନ ସହିତ ମଧ୍ୟ କୋର୍ଟ ଏହି ମାମଲାକୁ ଯୋଡିଛନ୍ତି ।

Address

Bhubaneswar
751025

Alerts

Be the first to know and let us send you an email when ODISHA AWAAZ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ODISHA AWAAZ:

Videos

Share


Other News & Media Websites in Bhubaneswar

Show All