ODISHA NEWS

ODISHA NEWS "Odisha News" is Brand Name of "Odia News"
Samir is Brand Name Creator of Odia News It was so painful. Now things are different.

Odisha News

Our Publication Odisha News was launched on May 9, 2002 at Sambalpur, Odisha as a Daily and it was published in three languages ( Tribhashi – Odia, Hindi and English). Later in the same year, it was re-launched as a weekly Odia newspaper, due to lack of proper printing services, non-availability of trained manpower and also lack of suitable communication facilities. There are faciliti

es galore and hence, newspaper publishers and journalists have mushroomed everywhere. The situation is such that practically anyone can enter the media profession or business at will. In the meanwhile however, Odisha News has started appearing as a fortnightly & Daily from Bhubaneswar, the capital city of Odisha, since April, 2005. Despite hardships, we have always focused on making our newspaper people-centric by bringing to the fore all issues and problems faced by the people of our state and also, by highlighting the policies, programmers and schemes of the Government for the benefit of the common people. We are happy and proud to state that we have been instrumental in increasing the level of public awareness and spreading positive and constructive ideas, in keeping with our civilization values and our liberal-democratic traditions. We have always shunned paid news, the land and building mafia, the ‘cheat-fund’ organizations and the private educational institutions/universities that exploit and loot people in the name of education. We have never approached them for funds or advertisements in spite of grim issues of survival. Among other things, we have been a pioneer in using the term, ‘Odisha’ instead of the distorted spelling, ‘Orissa’. Our stance has since been vindicated as the term ‘Odisha’ has officially replaced the term ‘Orissa’, due to the efforts of the present government of our state. This development has been a great source of satisfaction for us. ‘Making a difference’ has been our motto along with the ideal of simple living and high thinking. Best wishes
Samir Kumar Singh
Owner_Publisher_Editor

କୃଷି ଭବନ : ଭକ୍ତ କବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ର ଅବିକଳ ସଂସ୍କରଣ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ...
02/02/2025

କୃଷି ଭବନ : ଭକ୍ତ କବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ର ଅବିକଳ ସଂସ୍କରଣ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

01/02/2025

ଭୁବନେଶ୍ଵର : କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ...

ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି - ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପାଇଁ ମୁଖ୍ୟମନ୍ତ...
31/01/2025

ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି - ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର୍ ଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି ।

ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ବହୁ ଉନ୍ନତିମୂଳକ କାର୍ଯ୍ୟ ରାଜ ପରିବାର ଦ୍ଵାରା ସମାପନ ହୋଇଥିଲା । ଆଜି ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ବଡ଼ ମେଡ଼ିକାଲ ଓଡ଼ିଶାର ବରପୁତ୍ର ମୟୂରଭଞ୍ଜର ସୁନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅନନ୍ୟ ଅବଦାନ । ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ପାଇଁ ଭଞ୍ଜ ରାଜ ପରିବାରର ଅବଦାନ ରହିଛି । ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମଧ୍ୟ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା ।

ସେ ପୁଣି କହିଥିଲେ ମୟୂରଭଞ୍ଜ ଜିଲ୍ଲାର ସୁକନ୍ୟା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ଭାବେ ସେବା କରି ଆଜି ମୟୂରଭଞ୍ଜ ସହିତ ଓଡ଼ିଶାର ଗର୍ବ ଓ ଗୌରବ କୁ ଅନେକ ଗୁଣରେ ବୃଦ୍ଧି କରିଛନ୍ତି । ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି । ଏ ଜିଲ୍ଲା ଅନେକ ଯଶସ୍ୱୀ କବି, କଳାକାର, ଜନନେତା, କ୍ରୀଡାବିତ୍, ଶିକ୍ଷାବିତ୍ ଙ୍କୁ ଜନ୍ମଦେଇ ଓଡ଼ିଶାକୁ ମହିମା ମଣ୍ଡିତ କରିଛି । ମୟୂରଭଞ୍ଜ ର ଛଉ ନୃତ୍ୟ ପାଇଁ ଓଡିଶା ଗର୍ବିତ । ମୟୂରଭଞ୍ଜ ରେ ଛଉ ନୃତ୍ୟର ଲୋକପ୍ରିୟତା ଓ ଜିଲ୍ଲା ବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ ।

ମୟୂରଭଞ୍ଜ ର ପ୍ରାକୃତିକ ପରିବେଶ, କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପ୍ରଶଂସା ପାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତଥା ଓଡିଶାର ଫୁସଫୁସ ଶିମିଳିପାଳ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ହେଉଛି ଭାରତ ବର୍ଷର ଏକ ଶ୍ରେଷ୍ଠ ଅଭୟାରଣ୍ୟ । ଶିମିଳିପାଳର ଘଞ୍ଚ ଶାଳ ବଣ ବିଭିନ୍ନ ଜୀବଜନ୍ତୁଙ୍କ ସମେତ ବିରଳ କଳା ବାଘ, ଅନେକ ପ୍ରଜାତିର ଉଦ୍ଭିଦ ଓ ଛୋଟବଡ ବହୁ ଜଳପ୍ରପାତମୟ ମନଲୋଭା ପରିବେଶ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ ମାନଙ୍କୁ ସଦା ସର୍ବଦା ଆକୃଷ୍ଟ କରିଥାଏ । ଜିଲ୍ଲାର ଦେବକୁଣ୍ଡ, ଭୀମକୁଣ୍ଡ , ସୀତାକୁଣ୍ଡ, କୁଚେଇ ପରି ଅନେକ ଛୋଟବଡ ଜଳପ୍ରପାତ ସହିତ ମା କିଚେକେଶ୍ୱରୀ ଙ୍କ ମନ୍ଦିର ଓ ବାରିପଦାର ଜଗନ୍ନାଥ ମନ୍ଦିର ଦେଶ ବିଦେଶର ଭ୍ରମଣପ୍ରେମୀଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟନ କ୍ଷେତ୍ରରେ ଜିଲ୍ଲାର ପ୍ରସିଦ୍ଧି ରହିଥିବାରୁ ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ପରି ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୟୁରଭଞ୍ଜ କେବଳ ତାର ପ୍ରାକୃତିକ ପରିବେଶ ଓ ନିଆରା କଳା ସଂସ୍କୃତି ପାଇଁ ପ୍ରସିଦ୍ଧ ନୁହେଁ । ଜିଲ୍ଲାକୁ ସମସ୍ତଙ୍କଠୁ ଭିନ୍ନ ଓ ଶ୍ରେଷ୍ଠ କରିଛି ଏହାର ଆଦିବାସୀ ପରମ୍ପରା । ସାନ୍ତାଳୀ ଭାଷା ଓ ସାହିତ୍ୟ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଅବିସ୍ମରଣୀୟ । ନୂତନ ଶିକ୍ଷା ନୀତ ଲାଗୁ ହେଲା ପରେ ରାଜ୍ୟରେ ସାନ୍ତାଳୀ ଭାଷାରେ ଶିକ୍ଷାଦାନ କରିବା ପାଇଁ ନୂଆ ସରକାର ନିଷ୍ପତି ନେଇଛନ୍ତି ବୋଲି ସେ କହିଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ନୂଆ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଗମନାଗମନ ଆଦି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଗତ ଡ଼ିସେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ୬୨୯୪ କୋଟି ଟଙ୍କା ବିନିଯୋଗରେ ଜିଲ୍ଲାରେ ତିନୋଟି ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଶିଳ୍ପାୟନ ଜିଲ୍ଲା ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରିରହିଛି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଇସ୍ପାତ କାରଖାନା ପାଇଁ GM IRON AND STEEL କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି, ଏଥି ସହିତ ଇମ୍ଫା କମ୍ପାନୀ ସହିତ ଗୋଟିଏ ଇଥାନଲ ପ୍ରକଳ୍ପ ସ୍ଥାପନ ପାଇଁ ଚୁକ୍ତିନାମା ହୋଇଛି । ଆଗାମୀ ଦିନରେ ଜିଲ୍ଲାକୁ ଆହୁରି ଅଧିକ ଶିଳ୍ପ ଆସିବ, ନିଯୁକ୍ତି ବଢିବ ଏବଂ ମୟୂରଭଞ୍ଜ ର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ମୟୁରଭଞ୍ଜ କଳା ସଂସ୍କୃତିର ଜିଲ୍ଲା, ପ୍ରକୃତିର ଜିଲ୍ଲା । ମୟୁରଭଞ୍ଜର ପ୍ରକୃତିକୁ ବିନିଯୋଗ କରିବାକୁ ଏବେ ସମୟ ଆସିଛି । ମୟୁରଭଞ୍ଜ ବାସୀଙ୍କ ଆର୍ଥିକସ୍ଥିତି ସ୍ୱଚ୍ଛଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ଅଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଶି ଏହି ଜିଲ୍ଲାର ବିକାଶ କରି ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ ଓଡିଶା ଗଠନରେ ମୟୂରଭଞ୍ଜର ଭାଗିଦାରୀକୁ ଏକ ନମ୍ୱର ସ୍ଥାନରେ ରଖିବା ।

ଅନ୍ୟତମ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ, ଓଡିଶା ଇତିହାସରେ ମୟୂରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହି ଉତ୍ସବ ପ୍ରତି ମୟୂରଭଞ୍ଜିଆଙ୍କ ପାଈଁ ଗର୍ବ ଓ ଗୌରବର ଉତ୍ସବ । ମୟୁରଭଞ୍ଜର ଅସ୍ମିତାକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ସେ ଆହ୍ବାନ କରିଥିଲେ ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ସାଂସଦ ତଥା ବିଧାୟକ ଶ୍ରୀ ବୀରଭଦ୍ର ସିଂହ ତାଙ୍କର ବକ୍ତବ୍ୟ ରଖିଥିଲେ । ଅତିଥି ମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଉପସ୍ଥିତ ଥିଲେ । ଅତିଥିମାନେ ମୟୂରଭଞ୍ଜ ଉତ୍ସବ ଅବସରରେ ସ୍ମରଣିକା ଉନ୍ମୋଚନ କରିଥିଲେ । ଉତ୍ସବ କମିଟିର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ରଥ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସାଧାରଣ ସମ୍ପାଦକ ଡ ରଜନୀକାନ୍ତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ମଧୁସୂଦନ ପାଢ଼ୀଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଜି ଅବସରପ୍ରାପ୍ତ ବରି...
31/01/2025

ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଜି ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମଧୁସୂଦନ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୋଷଳି ଭବନସ୍ଥିତ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଢ଼ୀ ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଷ୍ଟମ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ପାଢ଼ୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ପରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଶ୍ରୀ ପାଢ଼ୀ ସମସ୍ତଙ୍କୁ ନିଷ୍ଠାପର ଓ ଦାୟିତ୍ୱର ସହ କାର୍ଯ୍ୟ ସଂପାଦନ କରି ନିର୍ବାଚନ ଆୟୁକ୍ତର ଗରିମା ବଜାୟ ରଖବାକୁ ପରାମର୍ଶ ଦେଇଥିଲେ । ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରି ରାଜ୍ୟବାସୀଙ୍କ ଅସ୍ଥାଭାଜନ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ ।
ଶ୍ରୀ ପାଢ଼ୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ ।

ପତାକା ଅବତରଣ ଉତ୍ସଵ ୨୦୨୫ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
31/01/2025

ପତାକା ଅବତରଣ ଉତ୍ସଵ ୨୦୨୫ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ ଖରିଫ ଋତୁ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ...
31/01/2025

ରାଜ୍ୟରେ ଖରିଫ ଋତୁ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକ

ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି

ଅଦ୍ୟାବଧି ପ୍ରାୟ ୧୦ ହଜାର କୋଟି ଏମ୍‌ଏସ୍‌ପି ଏବଂ ୩୪୭୬ କୋଟି ଇନ୍‌ପୁଟ ସହାୟତା ପ୍ରଦାନ

ଭୁବନେଶ୍ୱର : ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ପ୍ରଦାନ କରାଯାଉଥିବାରୁ ଧାନକିଣାରେ ଅଧିକରୁ ଅଧିକ ଚାଷୀ ଭାଗନେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବୈଠକରେ ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜାଙ୍କ ସମେତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏ ପର୍ଯ୍ୟନ୍ତ ୯ ଲକ୍ଷ ୭୭ ହଜାର ୨୯୩ ଜଣ ଚାଷୀଙ୍କଠାରୁ ୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ୍‌ ଟନ୍‌ ଧାନ କିଣାଯାଇଛି । ଏପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ପ୍ରାୟ ୧୦ ହଜାର କୋଟି ଟଙ୍କା ସାଙ୍ଗକୁ ଇନ୍‌ପୁଟ ସହାୟତା ବାବଦରେ ୩୪୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇ ସାରିଛି । ଚଳିତ ବର୍ଷ ଧାନକିଣା ପାଇଁ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ମଣ୍ଡିଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ସହ ୩୮୮୩ ଜଣ ନୋଡାଲ ଅଧିକାରଙ୍କୁ ନିୟୋଜିତ କରାଯାଇଛି । ଏଥି ସହ ବାହାର ରାଜ୍ୟର ଧାନଗାଡ଼ି ଉପରେ କଡ଼ା ନଜର ରଖିବା ପାଇଁ ୨୧୭ ଜଣ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମଣ୍ଡିରୁ ମିଲ୍‌କୁ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖାଯାଉଛି । ଚାଷୀମାନଙ୍କୁ ଟୋକନ, ଇନ୍‌ପୁଟ ସହାୟତା, ଏମ୍‌ଏସ୍‌ପି ପ୍ରଦାନ ସହ ଧାନବିକ୍ରୟ ସମ୍ପର୍କିତ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରାଯାଉଛି । ଏଥି ନିମନ୍ତେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି । ଚାଷୀମାନଙ୍କ ହିତରେ ଜାରି ଟୋଲ୍‌ଫି୍ର ନଂ-୧୯୬୭ ଜରିଆରେ ୪ଲକ୍ଷ ୧୫ ହଜାର ୨୬୭ଟି କଲ୍‌ ଗ୍ରହଣ କରାଯାଇ ଏହାର ସମାଧାନ କରାଯାଇଛି । ଏଥି ସହ ମିଲ୍‌ଗୁଡ଼ିକୁ ଧାନ ପଠାଯାଇ ଏଥିରୁ ବିଭିନ୍ନ ଉତ୍ପାଦ ପ୍ରକ୍ରିୟା ପ୍ରସ୍ତୁତି ଜାରି ରହିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ବର୍ଷର ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଛି । ତାଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲାଗସ୍ତ କରି ଧାନକିଣା ପ୍ରକ୍ରିୟାକୁ ତଦାରଖ କରୁଥିବାରୁ ଧାନକିଣା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସଫଳ ହୋଇପାରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖୁସିବ୍ୟକ୍ତ କରିଛନ୍ତି । ଏହି ପ୍ରକ୍ରିୟା କିପରି ଅଧିକ ଚାଷୀ ଅନୁକୂଳ ହୋଇପାରିବ ସେଥି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ବ୍ୟାପକ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଆସନ୍ତା ରବି ଋତୁରେ ଧାନକିଣା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତିବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତାରାସ୍ତା...
31/01/2025

ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି

ବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା

ରାସ୍ତାକଡ଼ରେ ନିର୍ମାଣ ହେବ ୟୁଟିଲିଟି କରିଡ଼ର

ଗ୍ରାମାଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ରହିବ ଅର୍ଥ ବ୍ୟବସ୍ଥା

ନିୟମିତ ରାସ୍ତାର ସ୍ଥିତି ଯାଞ୍ଚ ମରାମତି ପାଇଁ ହେବ ବ୍ୟବସ୍ଥା

ରାସ୍ତା ଦୁର୍ଘଟଣା ଏଡ଼ାଇବା ପାଇଁ ନୀତିରେ ରହିବ ସ୍ୱତନ୍ତ୍ର ପ୍ରାବଧାନ

ଭୁବନେଶ୍ୱର :ରାଜ୍ୟରେ ରାସ୍ତାଘାଟର ନିର୍ମାଣ, ମରାମତି ଏବଂ ଉନ୍ନତିକରଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଆଇନ୍‌, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗୃହ, ରାଜ୍ୟ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଗମନାଗମନ ସୁବିଧାକୁ କିଭଳି ଅଧିକ ଉନ୍ନତ ଏବଂ ଶୃଙ୍ଖଳିତ କରି ହେବ ସେଥିନେଇ ଆଲୋଚନା ହୋଇଥିଲା । ଏଥିରେ ବାର୍ଷିକ ୧୫ ହଜାର କିଲୋମିଟର ହିସାବରେ ଆସନ୍ତା ୫ ବର୍ଷରେ ୭୫ ହାଜର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗର ରାସ୍ତା ଓ ସେତୁ ଅନ୍ତର୍ଭୁକ୍ତ । ସମ୍ପ୍ରତି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ପାଣି ପାଇପ୍‌, ବିଜଳି ଲାଇନ୍‌, ଟେଲିଫୋନ୍‌ ଇଣ୍ଟରନେଟ୍‌ କେବୁଲ ଆଦି ବିଛାଇବା ପାଇଁ ଭଲଥିବା ରାସ୍ତାକୁ ବାରମ୍ବାର ଖୋଳି ଦିଆଯାଉଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଭିନ୍ନ ରାସ୍ତାକଡ଼ରେ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ । ଏଥି ସହିତ ରାସ୍ତା ସମ୍ପ୍ରସାରଣ ସମୟରେ ଯେପରି ଗଛ କାଟିବାକୁ ନପଡ଼େ ସେହିଭଳି ଭାବେ ଚାରାରୋପଣ ପାଇଁ ବ୍ୟବସ୍ଥା କରାଯିବ । ତେବେ ଆବଶ୍ୟକସ୍ଥଳେ ପୁରୁଣା ତଥା ବଡ଼ ବଡ଼ ଗଛକୁ ନ କାଟି ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇପାରିବ ତହା ଉପରେ ନୀତିରେ ବ୍ୟବସ୍ଥା ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା କ୍ଷୁଦ୍ର, ମାଧ୍ୟମ ଏବଂ ଦୀର୍ଘ ସେତୁ ନିର୍ମାଣ ଶୈଳୀ ଓ ଏହାର ମାନ କିଭଳି ହେବ ସେଥି ନେଇ ଏହି ନୀତିରେ ଉଲ୍ଲେଖ ରହିବ I
ଅନେକ ସମୟରେ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣବେଳେ ଜମି ଅଧିଗ୍ରହଣ ନେଇ ସମସ୍ୟା ଉପୁଜୁ ଥିବାରୁ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ରହିବ ।
ଏଥିସହିତ କେବଳ ନୂଆ ରାସ୍ତା ନିର୍ମାଣ ନୁହେଁ ପୁରୁଣା ରାସ୍ତାର ନିୟମିତ ଯାଞ୍ଚ ଏବଂ ମରାମତି କରାଯିବ । ମୌସୁମୀ ଏବଂ ମୌସୁମୀ ପୂର୍ବ ଓ ପରବର୍ତ୍ତୀ ସମୟରେ ରାସ୍ତା ଯାଞ୍ଚ ତଥା ମରାମତି ଉପରେ ଧ୍ୟାନ ଦିଆଯିବ । ରାସ୍ତା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ନିର୍ମାଣ ଶୈଳୀକୁ ଆପଣାଇବା ସହ ରାସ୍ତା ନିର୍ମାଣ ସମୟରେ ପରିବେଶକୁ ଗୁରୁତ୍ୱ ଦେବା ସହ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବର୍ଜ୍ୟବସ୍ତୁକୁ କିଭଳି ରାସ୍ତା ନିର୍ମାଣ ଉପଯୋଗ କରାଯାଇପାରିବ ସେଥିନେଇ ସମୀକ୍ଷା ବୈଠକ ଆଲୋଚନା ହୋଇଥିଲା ।
ଏହି ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରିଶ ଏସ୍‌.ଏନ୍‌, ରାଜ୍ୟ ପରିବହନ ପ୍ରାଧିକରଣର କମିଶନର ଅମିତାଭ ଠାକୁର, ଇଆଇସି ସିଭିଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ. ମହେଶ୍ଵର ସ୍ଵାଇଁ, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ଯକ୍ଷ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅବସର ଗ୍ରହଣ l ଭୁବନେଶ୍ୱର  : ଭୁବନେଶ୍ୱର ଜିଲ୍ଲା ସୂଚନା ...
31/01/2025

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅବସର ଗ୍ରହଣ l
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ରଥିଆ ନାଏକ ଦୀର୍ଘ 34 ବର୍ଷ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି l ଶ୍ରୀ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପେନସନ ସମ୍ପର୍କିତ କାଗଜାତ ଜିଲ୍ଲାସୁଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିଥିଲେ l ସେହିପରି କାର୍ଯ୍ୟାଳୟର ପୂର୍ବତନ ଭଣ୍ଡାର ରକ୍ଷକ ଶ୍ରୀ ଶକ୍ତିକାନ୍ତ ରାଉତ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଥାଇ ଅବସର ନେଉଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସୁଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀମତୀ ମେରିଲିନା ରାଉତରାୟ ନିକ୍ଷେପକ ଦିଲ୍ଲୀପ ମିଶ୍ର, ଗ୍ରନ୍ଥାଗାରିକ ଦୀପାଳିବାଳା ଦାସ,କନିଷ୍ଠ ଭଣ୍ଡାରରକ୍ଷକ ମିନା ଖାକା, କର୍ମଚାରୀ ରାମ ଚନ୍ଦ୍ର ପଲାଇ, ଵିଷ୍ଣୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରଥିଆ ନାଏକ ଶ୍ରୀ ଶକ୍ତିକାନ୍ତ ରାଉତଙ୍କ ଉତ୍ତମ ସେବା ସମ୍ପର୍କରେ ଆଲୋକପାତ କରିଥିଲେ l

31/01/2025

ଭୁବନେଶ୍ୱର : ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେ....

31/01/2025

ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେ....

ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ଓ ଶିତଳଭଣ୍ଡାର ପାଇଁ ଉପମୁଖ୍ୟମନ୍ତ୍ର...
30/01/2025

ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ

ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ଓ ଶିତଳଭଣ୍ଡାର ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କୁ କଲେ ସାକ୍ଷାତ

ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯିବ : ଶ୍ରୀ ସିଂହଦେଓ

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି l ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବା ନେଇ ଆଗ୍ରହ ଦେଖାଇଛନ୍ତି l ଏହି ପରିପ୍ରେକ୍ଷିରେ ଫଣିଧର ଗ୍ରୁପର ଚେୟାରମ୍ୟାନ ଶ୍ରୀ କୃଣାଳ ପଟେଲ ଓ ପ୍ରେସିଡେଣ୍ଟ ଡ଼ ବିଭୁ ପ୍ରସାଦ ସ୍ଵାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଛନ୍ତି l

କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତି l ଏତଦବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବସିଡ଼ି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ l ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଦିଆ ଯାଉଥିବା ସୁବିଧାର ଲାଭ ମଧ୍ୟ ଏହି କମ୍ପାନୀ ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି l ଫଣିଧର ଗ୍ରୁପ ଗୁଜୁରାଟର ଏକ ନାମକରା କୃଷି ଉଦ୍ୟୋଗ l ଗୁଜୁରାଟର ମେହେସାନାରେ ଏହାର ଏକ ମେଗା ଫୁଡ଼ ପାର୍କ ରହିଛି l ସେହିଭଳି ଏକ ମେଗା ଫୁଡ଼ ପାର୍କ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଇଚ୍ଛାପ୍ରକାଶ କରିଛନ୍ତି l ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ସହ ସମ୍ପୃକ୍ତ କମ୍ପାନୀର ଚେୟାରମ୍ୟାନ ଓ ପ୍ରେସିଡେଣ୍ଟ ଓଡ଼ିଶାର ବିଭିନ୍ନ ଯୋଜନା ଓ ପ୍ରଣାଳୀ ବାବଦରେ ଆଲୋଚନା କରିସାରିଛନ୍ତି l ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ଉପସ୍ଥିତ ଥିଲେ l

ସମୁଦାୟ 145ଟି  ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି : ମୁଖ୍ୟମନ୍ତ୍ରୀଜନତା ମଇଦାନ : ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍...
29/01/2025

ସମୁଦାୟ 145ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି : ମୁଖ୍ୟମନ୍ତ୍ରୀ

ଜନତା ମଇଦାନ : ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ 2025 ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ । ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ସେ କହିଥିଲେ ଯେ ଓଡିଶା ହେଉଛି ଉତ୍କୃଷ୍ଟ । ଓଡିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଏଥିପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ପ୍ରକାଶ କରିବା ସହିତ ଓଡିଶାର ସାଢେ ଚାରିକୋଟି ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ । 2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ 2047 ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ୍ ଇଞ୍ଜି୍ନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି । ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ।

ଏହି ସମ୍ମିଳନୀରେ ସମୁଦାୟ 145ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଗୁଡିକ ଓଡିଶାର ଶିଳ୍ପକ୍ଷେତ୍ରରେ କାୟକଳ୍ପ ପରିବର୍ତ୍ତନ କରିବା ସହିତ ବିଶ୍ୱ ସ୍ତରୀୟ ଶିଳ୍ପସଂସ୍ଥା ମାନଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ କରିବ ।

ଏହି MoU ଗୁଡିକ ଜରିଆରେ ସମୁଦାୟ 12 ଲକ୍ଷ 89 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି ।
ଏହା ଦ୍ୱାରା ରାଜ୍ୟରେ 8 ଲକ୍ଷ 94ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି (Inclusive Growth) ହୋଇପାରିବ ।

MoU ସ୍ୱାକ୍ଷର ବ୍ୟତୀତ ଆହୁରି 3.84 ଲକ୍ଷ କୋଟି ଟଙ୍କାର 448 ଟି ପୁଞ୍ଜିନିବେଶ ଅଭିପ୍ରାୟ (Investment Intents Received in Forms) ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ । ଏହା ଦ୍ୱାରା 3.92 ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।

ଏହି କନକ୍ଲେଭରେ ସମୁଦାୟ 20 ଟି ସେକ୍ଟରରେ 593ଟି ପ୍ରକଳ୍ପ ପାଇଁ 16.73 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଏବଂ ଏହାଦ୍ୱାରା 12.88 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।

ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ 16 ଟି ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗଦେଇଥିଲେ । ଏହା ଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲଡ୍ ଇନ୍ ଓଡିଶା, ମହିଳା ମାନଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା ।

ଆଧୁନିକ ଓ ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ୱାର୍କଫୋର୍ସକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ୍ ଇନ୍ ଓଡିଶା ସେସନରେ ଆଲୋଚନା କରାଯାଇଥିଲା ।

ମହିଳା ଉଦ୍ୟମଶୀଳତା (Women Entrepreneurship) ଓ ଷ୍ଟାର୍ଟଅପ୍ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଡିସ୍କସନରେ ଅଭିନବ ଓ ସମାବେଶୀ (Innovation and Inclusivity) ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ନବୀକରଣୀୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ଚିରନ୍ତନ ବିକାଶ (Sustainable Development) ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା ।

2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ 2047 ସୁଦ୍ଧା ବିକଶିତ ଭାରତକୁ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ ଓ ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରିରହିବ ।

ଏହି କନକ୍ଲେଭର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସି.ଆଇ.ଆଇ, ପିଡବ୍ଲୁସି ପରି ବିଭିନ୍ନ ସଂସ୍ଥା ଦ୍ୱାରା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି । ସେମାନଙ୍କୁ ମୁଁ ଧନ୍ୟବାଦ୍ ଦେଉଛି ।

ଏହି ଦୁଇ ଦିନର କାର୍ଯ୍ୟକ୍ରମ ଗଣମାଧ୍ୟମ ଜରିଆରେ ଉତ୍କର୍ଷ ଓଡିଶାର ସମ୍ବାଦ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି । ଏଥିପାଇଁ ମୁଁ ଗଣମାଧ୍ୟମ ସଂସ୍ଥା ଓ ଏଥିରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି : ମୁଖ୍...
28/01/2025

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି l ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ l

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର l ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି l ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ l ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି l ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ l ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି l

ସେ ପୁଣି କହିଥିଲେ, ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛୁ l ଏଥିପାଇଁ ଆମେ ଭିତ୍ତିଭୂମି ବିକାଶ କରୁଛୁ l ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି l ଯଦ୍ଵାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି l ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରିବ l

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ସାତ ମାସର ସରକାର l କିନ୍ତୁ ଏହି ସାତ ମାସ ମଧ୍ୟରେ ଆମେ ଓଡ଼ିଶାରେ ଜାତୀୟ ସ୍ତରର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛୁ l ଆଜିର ଏହି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରିଛି l ଓଡ଼ିଶା ପ୍ରାକୃତିକ ସମ୍ବଳ ଓ ଖଣିଜ ସମ୍ପଦରେ ଭରପୂର l ଏସବୁର ସଠିକ ଉପଯୋଗରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ବୋଲି ମୋଦିଜୀ କହିଛନ୍ତି l ଆପଣ ମାନଙ୍କ ସହଯୋଗରେ ମୋଦିଜୀଙ୍କ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଥିଲେ l

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଵାଗତ ଅଭିଭାଷଣ ରଖି ଅଂଶଗ୍ରହଣକାରୀ ସମସ୍ତ କମ୍ପାନୀ ଗୁଡିକୁ ଓଡ଼ିଶାକୁ ସ୍ଵାଗତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ l ସିଆଇଆଇର ମହାନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ ବାନାର୍ଜୀ ଅଧିବେଶନକୁ ସଂଚାଳନ କରିଥିବାବେଳେ, ପିଡବ୍ଲୁସି (pwc)ର ଅଧ୍ୟକ୍ଷ ଶ୍ରୀ ସଂଜୀବ କ୍ରିଷନ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।ଶେଷରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ l

ଓଡ଼ିଶା ହେବ ପୂର୍ବ ଭାରତର ବିକାଶ ଇଞ୍ଜିନ – ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁ...
28/01/2025

ଓଡ଼ିଶା ହେବ ପୂର୍ବ ଭାରତର ବିକାଶ ଇଞ୍ଜିନ – ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ - ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ‘‘ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ଏଡୁଟେକ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଗ୍ରିନ ଏନର୍ଜି ଏବଂ ପର୍ଯ୍ୟଟନ ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି । ଆଗାମୀ ଦିନରେ ଓଡ଼ିଶା ହେବ ପୂର୍ବ ଭାରତର ବିକାଶର ଇଞ୍ଜିନ,’’ ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଏବଂ ନିବେଶକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ । ଏହି ଦୁଇଦିନିଆ ସମ୍ମିଳନୀକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବିଦେଶର ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

‘‘ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ରାଜ୍ୟର ଅନନ୍ୟ ପ୍ରାକୃତିକ ସମ୍ଭାର ଓ ଖଣିଜସମ୍ପଦ ଆଜି ଦେଶ ବିଦେଶର ଉଦ୍ୟୋଗୀ ଓ ନିବେଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ପାଇଁ ଭାରତ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି,’’ କହିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ

‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ରେ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ତଥା ସମସାମୟିକ ଶିଳ୍ପ ପ୍ରତିଷ୍ଠା ଉପରେ ଭାରତ ସରକାର ଗୁରୁତ୍ୱ ଦେଉଥିବା କହିଥିଲେ । ସେ କହିଥିଲେ ଯେ, ‘‘ଭାରତ ଏବେ ‘ଗ୍ରିନ ଫ୍ୟୁଚର, ଗ୍ରିନ ଟେକ୍ନୋଲୋଜି’ ଉପରେ ଫୋକସ୍ କରୁଛି । ବିଶେଷକରି ସୋଲାର, ୱିଣ୍ଡ, ହାଇଡ୍ରୋ ଏବଂ ଗ୍ରିନ ହାଇଡ୍ରୋଜେନ ଶିଳ୍ପ ସ୍ଥାପନ ଉପରେ ଅଗ୍ରାଧିକାର ଦିଆଯାଉଛି । ଓଡ଼ିଶାରେ ମଧ୍ୟ ଏଭଳି ଶିଳ୍ପ ସ୍ଥାପନ ପାଇଁ ପରିବେଶ ଅନୁକୂଳ ରହିଛି । ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଉଛି ।’’

ସେହିପରି ପେଟ୍ରୋକେମିକାଲ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାର ପାରାଦୀପ ଓ ଗୋପାଳପୁରଠାରେ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରିବା ପାଇଁ ଉଦ୍ୟମ କରାଯାଉଛି । ଏ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶେଷ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ଲୁ ଇକୋନୋମି - ଓଡ଼ିଶାର ପ୍ରମୁଖ ଯୋଗଦାନ

ସାମୁଦ୍ରିକ ସମ୍ବଳକୁ ଉପଯୋଗ କରି ଭାରତର ଅର୍ଥନୀତିକୁ କିପରି ସମୃଦ୍ଧ କରାଯାଇପାରିବ ସେ ଦିଗରେ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ନେଉଛନ୍ତି । ଏଥିରେ ଓଡ଼ିଶାର ଏକ ପ୍ରମୁଖ ଭାଗିଦାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିପାଇଁ ଓଡ଼ିଶାର ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଥିବା ସେ ସୂଚନା ଦେଇଥିଲେ ।

‘‘ଓଡ଼ିଶାରେ ଥିବା ବନ୍ଦରଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସହିତ ଯୋଡ଼ା ଯାଉଛି । ପୁରୁଣା ବନ୍ଦରଗୁଡ଼ିକର ସଂପ୍ରସାରଣ କରାଯାଇ ଏହାକୁ ଆଧୁନିକ ରୂପ ଦିଆଯିବା ସହ ନୂତନ ବନ୍ଦର ନିର୍ମାଣ ଉପରେ ପ୍ରାଥମିକତା ଦିଆଯାଉଛି । ଏହାଦ୍ୱାରା ସମୁଦ୍ର ପଥରେ ପରିବହନ ବ୍ୟବସ୍ଥା ସୁବିଧାଜନକ ହୋଇପାରିବ,’’ କହିଥିଲେ ପ୍ରଧାନମନ୍ତ୍ରୀ ।

ପର୍ଯ୍ୟଟନ ଶିଳ୍ପ – ଓଡ଼ିଶାରେ ସମ୍ଭାବନା

‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ବିଷୟରେ ଗୁରୁତ୍ୱ ଦେଇଥିଲେ ।

‘‘ଓଡ଼ିଶାର ବିସ୍ତୃତ ବେଳାଭୂମି ଓ ଜଙ୍ଗଲ ସମ୍ପଦକୁ ଆଧାରକରି ‘ଇକୋ ଟୁରିଜିମ୍’ ଏବଂ ‘ଆଡଭେଞ୍ଚର ଟୁରିଜିମ୍’ ଆଦି କ୍ଷେତ୍ରକୁ ସମୃଦ୍ଧ କରାଯାଇପାରିବ । ସେହିପରି କନଫରେନ୍ସ ଟୁରିଜିମ୍ ଓ କନସର୍ଟ ଇକୋନୋମି ଆଦିରୁ ଓଡ଼ିଶା ମଧ୍ୟ ବିଶେଷ ଲାଭବାନ ହୋଇପାରିବ,’’ ନୂତନ ଶିଳ୍ପ ସମ୍ଭାବନା ସମ୍ପର୍କରେ ଜୋର୍ ଦେବାକୁ ଯାଇ କହିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଅର୍ଥନୀତି

ଭାରତ ଆଜି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିକ ଦେଶ ହେବାକୁ ଯାଉଛି ଭାରତ । ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ଏକ ପ୍ରମୁଖ ଯୋଗଦାନ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ପାଇଁ ଦିନେ ଏ ରାଜ୍ୟ ପରିଚିତ ଥିଲା । ଦକ୍ଷିଣ ଏସୀୟ ଦେଶ ସମୂହ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ନିବିଡ଼ ଥିଲା । ଏହାକୁ ମନେପକାଇ ଆଜି ବାଲିଯାତ୍ରା ଆୟୋଜନ କରାଯାଉଛି । ତେଣୁ ଆଗାମୀ ଦିନରେ ଓଡ଼ିଶାର ଏହି ପ୍ରାଚୀନ ବାଣିଜ୍ୟିକ ସଫଳତା ପୁନଃ ପ୍ରତିଷ୍ଠା ହେବାକୁ ଯାଉଛି । ସେହିପରି ସିଙ୍ଗାପୁର ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହେବାକୁ ଯାଉଛି । ବିଭିନ୍ନ ଦେଶ ଆଜି ଓଡ଼ିଶା ସହିତ ସମ୍ପର୍କ ସ୍ଥାପନ କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି ବୋଲି ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଜି ପୂର୍ବ-ଭାରତର ବିକାଶ ଇଞ୍ଜିନ ହେବାକୁ ଯାଉଛି ସେ କହିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେଇଛନ୍ତି ।

26/01/2025

କଟକ : ପ୍ରିୟ ଭାଇ ଓ ଭଉଣୀମାନେ, ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି । ପ୍ରତ୍ଯେକ ଓଡିଶା....

26/01/2025

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋ.....

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଶ୍ରୀ ଡନି ମିଚେଲଙ୍କ ସୌଜ...
24/01/2025

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଶ୍ରୀ ଡନି ମିଚେଲଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ଵର : ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଶ୍ରୀ ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା ।

ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହ ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଛି ।

ଆଗାମୀ ଦିନରେ ତଟ ସୁରକ୍ଷା ଏବଂ ଓଡିଶା ପୋଲିସର ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋର୍ଡ଼ ଗଠନ କରାଯିବ । ଏହି ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ଏବଂ ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନା ଗୁଡିକୁ ବୋଟ ଯୋଗାଇଦିଆଯିବ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ସହ ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌ ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମେରାଇନ ଥାନା ଗୁଡିକରେ ନିଯୁକ୍ତି ଦିଆଯିବ।

ଓଡିଶା ପୋଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଦେଖିହେବ ଗ୍ରହପୁଞ୍ଜର ବିରଳ ଦୃଶ୍ୟଭୁବନେଶ୍ଵର : ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ...
20/01/2025

ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଦେଖିହେବ ଗ୍ରହପୁଞ୍ଜର ବିରଳ ଦୃଶ୍ୟ

ଭୁବନେଶ୍ଵର : ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିହେବ । ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଭଳି ଗ୍ରହ ଏକ ସରଳରେଖାରେ ରହି ସୁନ୍ଦର ଦୃଶ୍ୟ ସୃଷ୍ଟି କରିବେ ଏବଂ ଏଗୁଡିଙ୍କୁ ଖାଲି ଆଖିରେ ଦେଖିହେବ। ସେହିଭଳି ଦୂରବୀକ୍ଷଣ ଏବଂ ଟେଲିସ୍କୋପ୍ ମାଧ୍ୟମରେ ନେପଚୁନ୍ ଏବଂ ୟୁରେନସ୍ ଦୃଶ୍ୟମାନ ହେବେ ।

ସର୍ବସାଧାରଣ ମାନଙ୍କ ପାଇଁ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ସୋମବାର ବ୍ୟତୀତ ଏହି ଦିନଗୁଡ଼ିକରେ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ ।

Address

Plot No. 159/1, Sector-A, Zone-A, Mancheswar Industrial Estate
Bhubaneswar
751010

Alerts

Be the first to know and let us send you an email when ODISHA NEWS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ODISHA NEWS:

Share