Odia XPress

Odia XPress OdiaXPress news portal

20/09/2025

*ଖବର ଆଜିର, ୨୦ ସେପ୍ଟେମ୍ବର, ଶନିବାର*
=======================
ବଙ୍ଗୋପସାଗର ରେ ଆସନ୍ତା ୨୫ ତାରିଖ ସୁଦ୍ଧା ପୁଣି ଲଘୁଚାପ ସୃଷ୍ଟି ହେବ। ଷଷ୍ଠୀ ଓ ସପ୍ତମୀରେ ବର୍ଷା ସମ୍ଭାବନା

ରାଜ୍ୟରେ ସ୍କୁଲରେ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ।

ନିଜ ଜିଲାରେ ଶିକ୍ଷା କର୍ମଚାରୀଙ୍କୁ ମିଳିବନି ନିଯୁକ୍ତି। ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବେ ନାହିଁ। ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ।

ଭୁବନେଶ୍ବର ଜନତା ମଇଦାନରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଚାଲିଛି, ବିଭିନ୍ନ ରାଜ୍ୟର ପାରମ୍ପରିକ ସାମଗ୍ରୀ ସହ ବିଭିନ୍ନ ଆସବାବପତ୍ର ବିକ୍ରି ହେଉଛି

ନ୍ୟାସନାଲ୍ ଜିଓଗ୍ରାଫିକ୍ ମ୍ୟାଗାଜିନର କଭରରେ ମୟୁରଭଞ୍ଜ ଶିମିଳିପାଳର ବିରଳ କଳା ବାଘର ଫଟୋ ସ୍ଥାନ ପାଇଲା

୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ, ୨୫ ହଜାର ୨ଶହ ଚାକିରି ସୃଷ୍ଟି ହେବ ବୋଲି ଦାବୀ

ଆସନ୍ତା ୨୭ ତାରିଖରେ ବ୍ରହ୍ମପୁରରେ "ସେବା ପର୍ବ" କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ।

ଦ୍ୱିତୀୟ ଦିନରେ ବିଧାନ ସଭା ଗୃହ ଅଚଳ। ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଆଜି ସକାଳ ୧୦ଟା ଯାଏଁ ଗୃହ ମୁଲତବୀ।

ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢ଼ିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ତଥ୍ୟ ରଖିଲେ ଶିକ୍ଷା ମନ୍ତ୍ରୀ

ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ। ରେଭେନ୍ସାରେ ସବୁଠାରୁ ଅଧିକ ଖାଲି।

କଟକ ଜିଲ୍ଲା ବାଙ୍କୀରେ ଓଡ଼ିଶାରେ ପ୍ରଥମ ଆଳୁଚାରା ଉତ୍ପାଦନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହେଲା

ଓଡିଶାରୁ ପଶ୍ଚିମବଙ୍ଗକୁ କଇଁଛ ଚାଲାଣ କରୁଥିଲା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ରେଳ ସୁରକ୍ଷା ବାହିନୀ

ବାଲେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ୱର ଧଉଳି ପାଦଦେଶରେ ବିକୁଥିଲା ବେଳେ ଧରାପଡ଼ିଲା ଯୁବକ

ମୟୁରଭଞ୍ଜ ବାଙ୍ଗିରିପୋଶୀରେ ୧ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାର ଜବତ, ଛଅ ଅଭିଯୁକ୍ତ ଗିରଫ

ରାୟଗଡା ମୁନିଗୁଡ଼ାରୁ କେରଳକୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲା କାଶୀନଗର କେ. ସୀତାପୁର ଗ୍ରାମର ଜି ଭାସ୍କର ରାଓଙ୍କ ଘରେ ୧୫ ଲକ୍ଷ ଟଙ୍କାର ବାଣସହ ବାରୁଦ ଜବତ

କଟକ ବାଙ୍କୀ ପାଥପୁର ଗାଁରେ ଜମିଜମା ବିବାଦକୁ ନେଇ ହଣାକଟା, ଦୁଇ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର।

ସୁନ୍ଦରଗଡ ବଡ଼ଗାଁ ବିରିମୁଣ୍ଡାରେ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି, ନିର୍ବସ୍ତ୍ର କରି ଗାଁ ରାସ୍ତା​‌ରେ ବୁଲାଇଲେ ସ୍ବାମୀ

ରାୟଗଡ଼ା କାଶୀପୁର ରେଞ୍ଜରଙ୍କ ଠାରୁ ନଗଦ ୯.୪୩ ଲକ୍ଷ ଟଙ୍କା ଜବତ କଲେ ଭିଜିଲାନ୍ସ। ୫ ଟି କୋଠାଘର ଓ ୯ଟି ପ୍ଲଟ୍ ଠାବ ହୋଇଛି। odiaxpress

ବାଲେଶ୍ଵର ସିମୁଳିଆରେ ଗହଣା ଦୋକାନୀଙ୍କୁ ଭୁଜାଲିରେ ହାଣିଲେ, ଲକ୍ଷାଧିକ ଟଙ୍କାର ସୁନା ଲୁଟିଲେ ଛଅଜଣ ମୁଖାଧାରୀ

କେନ୍ଦ୍ରାପଡା ଆଳିରେ ବାପାଙ୍କ ମୃତ୍ୟୁର ୪ ଦିନ ପରେ ବନ୍ଧୁଖବର କରିବାକୁ ଯାଇ ଅଜଣା ଗାଡ଼ି ଧକ୍କାରେ ପୁଅର ମୃତ୍ୟୁ

ଅନୁଗୁଳ ଜରପଡ଼ାରେ ଦୁଇ ନାବାଳକ ପୁଅଙ୍କୁ ବିଷ ପିଆଇଲା ବାପା, ଫେରାର ପୂର୍ବରୁ କାବୁ କଲେ ଲୋକେ। odiaxpress

ମୋବାଇଲ ଓ android ଟିଭିରେ ମାଗଣାରେ ୨୫୦ ଚାନେଲ ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ

ମଣିପୁରରେ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ କଲେ ଉଗ୍ରବାଦୀ, ତିନିଜଣ ଯବାନ ସହିଦ

ସିଙ୍ଗାପୁରରେ ସ୍କୁବା ଡାଇଭିଂ ବେଳେ 'ୟା ଅଲି' ଗୀତର ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ।

ଦୁବାଇରେ ଏସିଆ କପ୍‌ କ୍ରିକେଟ୍‌ରେ ଓମାନ ଠାରୁ ଜିତିଲା ଭାରତ

ଆମେରିକା କାଲିଫର୍ଣ୍ଣିଆରେ ରୁମ୍‌ମେଟ୍‌ ସହ ସାମାନ୍ୟ ଝଗଡ଼ାକୁ ନେଇ ଭାରତୀୟଙ୍କୁ ଗୁଳି କରି ହତ୍ୟା କଲା କ୍ଳାରା ପୁଲିସ୍‌
=======================
ଆଜି ସିନେମା ଦିବସ
(ସିନେମା ଟିକେଟ ଶସ୍ତା ହୁଏ)
ଆଜି ନେପାଳ ସମ୍ବିଧାନ ଦିବସ
ଆଜି ଫ୍ରାଏଡ଼ ରାଇସ ଦିବସ

ଆଜି ଜନ୍ମଦିନ: ମହେଶ ଭଟ୍ଟ, ନାଗେଶ୍ୱର ରାଓ (ସିନେମା), କ୍ଷମାସାଗର (ଜୈନ ସାଧୁ), ଫ୍ରିଡା ଟପ୍ନ (ନେତ୍ରୀ, ସୁନ୍ଦରଗଡ)

ଆଜି ତିରୋଧାନ: ଆନି ବେସାନ୍ତ

ଇତିହାସରେ ଆଜି: (୧୮୫୭) ସିପାହୀ ବିଦ୍ରୋହୀଙ୍କ ଠାରୁ ଦିଲ୍ଲୀକୁ ଛଡ଼ାଇନେଲେ ବ୍ରିଟିଶ/ (୧୯୪୬) ପ୍ରଥମ କାନସ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ/ (୧୯୯୫) ଏଟିଆଣ୍ଡଟି କମ୍ପାନୀ ତିନିଭାଗରେ ବିଭକ୍ତ ହେଲା
=======================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

20/09/2025

*ରାଶିଫଳ ଆଜି, ୨୦ ସେପ୍ଟେମ୍ବର ଶନିବାର*

ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

ମେଷ:-ସ୍ଵାସ୍ଥ୍ୟରେ ସୁଧାର ଆସିବ। ପ୍ରପର୍ଟୀ ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ମନରେଥିବା କାମନା ପୂର୍ଣ୍ଣ ହେବ। ଅନେକ ସମୟ ମନୋରଞ୍ଜନ ଓ ହସ ଖୁସିରେ ବ୍ୟତୀତ ହେବ। ବାକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ ତେଣୁ ମନରେ ସନ୍ତୁଷ୍ଟି ଆସିବ। ଅଧ୍ୟୟନ ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ବୃଷ:-କୌଣସି ନୂତନ କର୍ମ କରିବାକୁ ଯୋଗାଯୋଗ କରି ପାରିବେ। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଚାକିରୀରେ ପଦୋନ୍ନତି, ଯଶପ୍ରତିଷ୍ଠା, ମାନସମ୍ମାନ ତଥା ଲୋକପ୍ରିୟତା ମଧ୍ୟ ହାସଲ କରିପାରିବେ। ମନୋରଞ୍ଜନ ଓ ମଉଜ ମସ୍ତିରେ ସମୟ କଟି ପାରେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ବହୁତ ଭଲ ପାଉଥିବା ଲୋକ ଓ ବନ୍ଧୁ ମିତ୍ରମାନେ ସହଯୋଗର ହାତ ବଢେଇବେ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପରିବାରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲା ବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳି ପାରେ। ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ ଅଟେ। ଘରୁ ବାହାରକୁ ବାହାରିଲେ ବିପଦରେ ପଡି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଅଳ୍ପ ପରିଶ୍ରମରେ ଅଧିକ ଧନ ଲାଭ ହେବ। ସରକାରୀ କାମରେ ସଫଳତା ମିଳିବ। ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ। ବ୍ୟବସାୟ କ୍ଷେତ୍ରରେ କାରବାର ବଢିବା ଫଳରେ ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ଉତ୍ତମ ବୁଝାମଣା ଜନିତ ଉତ୍ସାହ ଉଦ୍ଦୀପନାଯୁକ୍ତ ହେବେ। ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇ ପରାକ୍ରମ ବଢିବା ସହ ପରିବାରରେ ସୁଖଶାନ୍ତି ଅନୁଭବ କରିବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ସମସ୍ତ କ୍ଷେତ୍ରରେ ଜୟଜୟକାର ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କର ସମର୍ଥନ ଫଳରେ ବିପଦ ସଙ୍କୁଳ ଟଳିଯିବ। ବ୍ୟବସାୟକୁ ନେଇ ପ୍ରତିଦ୍ଵନ୍ଦିତା ଦେଖା ଦେଲେ ମଧ୍ୟ ଆପଣ ବିଜୟୀ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପ୍ରତିକାର:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ। ଶ୍ଵଶୁର ଘର କିମ୍ବା ଜମିବାଡିକୁ ନେଇ ବିଶେଷ ବ୍ୟସ୍ତ ରହିବେ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ଚିତ୍ତପ୍ରସନ୍ନ ରହିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ବିଚ୍ଛା:-ଶୁଭ ସମ୍ବାଦପାଇ ଖୁସିହେବେ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ସଫଳତା ମିଳିବ ଓ ଉତ୍ସାହିତ ହେବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ ଓ ବନ୍ଧୁ ସମାଗମ ହେବ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ ଓ ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ।ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ବିରୋଧିମାନେ ଦୂରେଇ ଯିବେ। ପ୍ରିୟଜନଙ୍କସହ ମିଳନ ହେବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଉଚିତ୍ ପରାମର୍ଶ ପାଇ ବିଦ୍ୟାରେ ଉନ୍ନତି ହେବ। ବିଭାଗୀୟ ପରୀକ୍ଷା, ପ୍ରତିଯୋଗି ପରୀକ୍ଷାର ପରିଣାମ ମନ ଅନୁକୂଳହେବ। ପ୍ରତିକାର-ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-ଅଧିକ ପରିଶ୍ରମ କରିବା ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ଓ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ଆପଣ ଲୋକଙ୍କ ଉନ୍ନତି ବିଷୟରେ ଚିନ୍ତା କରିବେ କିନ୍ତୁ ସେମାନେ ଆପଣଙ୍କୁ ଅସମ୍ମାନ କରିପାରନ୍ତି। ପ୍ରତିକାର-ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। କାର୍ଯ୍ୟ କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ କି ଛୋଟ ଛୋଟ ଜିନିଷକୁ ଅବହେଳା କରନ୍ତୁ ନାହିଁ। ପିଲାମାନଙ୍କ ଆଚରଣରେ ଅତିଷ୍ଟ ହେବାର ସମ୍ଭାବନା ଅଛି। ହୃଦୟ ରୋଗୀମାନେ ସେମାନଙ୍କର ଯତ୍ନ ନେବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

#ରାଶିଫଳ Mera Channel OTT

ନିର୍ବାଚନ କମିଶନ ନିର୍ବାଚନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହାର ଅଂଶ ସ୍ୱରୂପ ୪୭୪ଟି ପଞ୍ଜିକୃତ ଅଣସ୍ୱୀ...
19/09/2025

ନିର୍ବାଚନ କମିଶନ ନିର୍ବାଚନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହାର ଅଂଶ ସ୍ୱରୂପ ୪୭୪ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାଦ୍ ଦେଇଛି ନିର୍ବାଚନ କମିଶନ।
ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହାର ଅଂଶ ସ୍ୱରୂପ ୪୭୪ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାଦ୍ ଦେଇଛି। ଏହା ସମେତ ଆହୁରି ୩୫୯ଟି ଦଳ ବିରୁଦ୍ଧରେ ମଧ୍ୟ ତାଲିକାରୁ ବାଦ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଲଗାତାର ଛଅ ବର୍ଷ ଧରି ନିର୍ବାଚନ ଲଢ଼ି ନଥିବା ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ନିର୍ବାଚନ ଆୟୋଗ (Election Commission) କହିଛି ଯେ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନରେ ​​ଅଂଶଗ୍ରହଣ କରିନଥିବା ଦଳଗୁଡ଼ିକୁ ତାଲିକାରୁ ବାଦ୍ ଦିଆଯାଇଛି। ଏହି ପଦକ୍ଷେପ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୯କ ଅନୁଯାୟୀ ନିଆଯାଇଥିବା ସର୍ତ୍ତ ଅନୁଯାୟୀ ନିଆଯାଇଛି।

ଦୁଇ ମାସରେ ୮୦୮ଟି ଦଳକୁ ତାଲିକାରୁ ବାଦ୍ ଦିଆଯାଇଛି
ପ୍ରଥମ ପର୍ଯ୍ୟାୟରେ ୯ ଅଗଷ୍ଟ ୨୦୨୫ରେ ୩୩୪ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ଦଳକୁ ବାଦ୍ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ, ସେପ୍ଟେମ୍ବର ୧୮ରେ ୪୭୪ଟି ଦଳକୁ ତାଲିକାରୁ ବାଦ୍ ଦିଆଯାଇଛି। ଏହିପରି ଦୁଇ ମାସରେ ମୋଟ ୮୦୮ଟି ଦଳକୁ ତାଲିକାରୁ ବାଦ୍ ଦିଆଯାଇଛି।

୩୫୯ ଟି ଦଳକୁ ପଠାଯିବ ନୋଟିସ
ତୃତୀୟ ପର୍ଯ୍ୟାୟରେ କମିଶନ ଏପରି ୩୫୯ ଟି ଦଳକୁ ଚିହ୍ନଟ କରିଛି, ଯେଉଁମାନେ ଗତ ତିନି ଆର୍ଥିକ ବର୍ଷ (୨୦୨୧-୨୨, ୨୦୨୨-୨୩, ଏବଂ ୨୦୨୩-୨୪) ପାଇଁ ସେମାନଙ୍କର ବାର୍ଷିକ ହିସାବ ଏବଂ ନିର୍ବାଚନ ଖର୍ଚ୍ଚ ରିପୋର୍ଟ ସମୟ ମଧ୍ୟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏହି ଦଳଗୁଡ଼ିକ ୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ। ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ଦଳଗୁଡ଼ିକୁ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ତାଲିକାରୁ ବାହାର କରାଯାଇଥିବା ୪୭୪ ଟି ଦଳ ମଧ୍ୟରୁ ଉତ୍ତର ପ୍ରଦେଶ ସର୍ବାଧିକ ୧୨୧ ଟି ଦଳ ଥିଲା। ଏହା ବ୍ୟତୀତ, ଦିଲ୍ଲୀରୁ ୪୦ ଟି, ମହାରାଷ୍ଟ୍ରରୁ ୪୪ ଟି, ତାମିଲନାଡୁରୁ ୪୨ ଟି, ବିହାରରୁ ୧୫ ଟି, ମଧ୍ୟପ୍ରଦେଶରୁ ୨୩ ଟି, ପଞ୍ଜାବରୁ ୨୧ ଟି, ରାଜସ୍ଥାନରୁ ୧୭ ଟି ଏବଂ ହରିୟାଣାରୁ ୧୭ ଟି ଦଳ ଥିଲେ।

ଚୂଡ଼ାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ
କମିଶନ ସ୍ପଷ୍ଟ କରିଛନ୍ତି ଯେ କୌଣସି ଦଳକୁ ତାଲିକାରୁ ବାହାର କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପୃକ୍ତ ରାଜ୍ୟଗୁଡ଼ିକରୁ ପ୍ରାପ୍ତ ରିପୋର୍ଟଗୁଡ଼ିକୁ ବିଚାର କରିବା ପରେ ନିଆଯିବ।
Mera Channel OTT

ପୁଣି ଆସୁଛି ବର୍ଷା୨୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ...
19/09/2025

ପୁଣି ଆସୁଛି ବର୍ଷା
୨୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୦ରୁ ୨୧ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨୧ରୁ ୨୨ ତାରିଖ ମଧ୍ୟରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨୨ ରୁ ୨୩ ତାରିଖ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨୩ରୁ ୨୪ ତାରିଖ ମଧ୍ୟରେ ବର୍ଷା ଏବଂ ବିଜୁଳି ଘଡଘଡି ନେଇ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି

୨୪ରୁ ୨୫ ତାରିଖ ମଧ୍ୟରେ କେବଳ ମୟୁରବଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ।
୨୫ରୁ ୨୬ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ ସମେତ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ।
Mera Channel OTT

ଶିକ୍ଷା ବିଭାଗ କର୍ମଚାରୀ ନିଜ ଜିଲ୍ଲାରେ ନିଯୁକ୍ତି ହେବେନି, ଯଦି ହେଲା ନିଜ ବ୍ଲକରେ ରହିପାରିବେନି । ଏହା ସହ ଅତିକମ୍‌ରେ ୩ ବର୍ଷ ରହିବା ପରେ ...
19/09/2025

ଶିକ୍ଷା ବିଭାଗ କର୍ମଚାରୀ ନିଜ ଜିଲ୍ଲାରେ ନିଯୁକ୍ତି ହେବେନି, ଯଦି ହେଲା ନିଜ ବ୍ଲକରେ ରହିପାରିବେନି । ଏହା ସହ ଅତିକମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ କର୍ମଚାରୀ ।
ସ୍ୱାମୀ ସ୍ତ୍ରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧରେ ୫ ବର୍ଷ ପୂରଣ କଲେ ବଦଳି ସମ୍ଭବ ହେବ ।
ଅନ୍ୟ ଜିଲ୍ଲାରେ ୧୦ ବର୍ଷ ପୂରଣ କରିଥିଲେ, ଅବିଭକ୍ତ କେବିକେରେ ନିଯୁକ୍ତି ହେବେ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ହେବେ ଶିକ୍ଷକ ଓ ଶିକ୍ଷୟିତ୍ରୀ ।
ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
Mera Channel OTT

19/09/2025

*ଖବର ଆଜିର, ୧୯ ସେପ୍ଟେମ୍ବର, ଶୁକ୍ରବାର*
=======================
ସୁଭଦ୍ରା ମାଗଣା ଟଙ୍କା ପାଇବେ ୬୦ ବର୍ଷିୟା ମହିଳାମାନେ। ଆବେଦନ କରିବା ପାଇଁ କହିଲେ ସରକାର

ରାଜ୍ଯ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ବିଧାନସଭା ସଚିବଙ୍କୁ ଦେଲା ୧୫ ବିଧାୟକଙ୍କ ଚିଠି।

ଓଡ଼ିଶାର ପୁରପଲ୍ଲୀରେ ଭର୍ତ୍ତି ହୋଇଗଲେଣି ଅବୈଧ ବାଙ୍ଗଲାଦେଶୀ। ଭୁବନେଶ୍ୱର ର ଗଳିକନ୍ଦିରେ ବୁଲୁଛନ୍ତି। ଚିହ୍ନଟ ପ୍ରକ୍ରିୟା ଅଟକାଇଛନ୍ତି ସରକାର

ଭୁବନେଶ୍ୱର ବରମୁଣ୍ଡା ବସ୍ ଟର୍ମିନାଲରେ ୧୧୨ ଟି ଦୋକାନ ଆବଣ୍ଟନ ପାଇଁ ବିଡିଏ ପକ୍ଷରୁ ହେଲା ଲଟେରୀ।

ରାଜଧାନୀ ପଟିଆ, ଇନଫୋସିଟି ଅଞ୍ଚଳରେ ଶହଶହ ଉଠା ଦୋକାନୀ। ବିଏମସି କର୍ମଚାରୀଙ୍କୁ ମାସିକ ବଟି ଦେଇ ରାସ୍ତାକଡ଼ରେ ବସୁଛନ୍ତି ୟୁପି, ବିହାର, ବଙ୍ଗଳା ଦୋକାନୀ

ଓଡିଶା ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି ହୋଇଗଲା। ଜିନିଷ ଉଦ୍ଧାର ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରି ଚିଠି ଲେଖିଲେ ବିଧାୟକ

ଭଦ୍ରକ ଚାନ୍ଦବାଲି ରାସ୍ତାରେ ଜବରଦଖଲ ଉଚ୍ଛେଦ ବେଳେ ପୌରାଧ୍ୟକ୍ଷାଙ୍କୁ ପ୍ରଶାସନର ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ

ବଲାଙ୍ଗୀର ଧଣ୍ଡାମୁଣ୍ଡାରେ ସାର ଅଭାବରୁ ରାସ୍ତା ରୋକ କଲେ ଚାଷୀ। ଗମନାଗମନ ବନ୍ଦ

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜରେ ପଶିଲେ ୩୮ଟିକିଆ ହାତୀପଲ, ଫସଲ ନଷ୍ଟ କଲେ। ଚିନ୍ତାରେ ଚାଷୀ

ସମ୍ବଲପୁର କୁଚିଣ୍ଡାରେ ବିଭିନ୍ନ ହୋଟେଲରେ ଚଢ଼ଉ। ୧୯ଟି ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ବେଆଇନ ବାଣ ଜବତ, ଜଣେ ବିହାରୀ ଯୁବକ ଗିରଫ

କନ୍ଧମାଳ କଳିଙ୍ଗା ଘାଟି ଭୁସ୍ଖଳନ ପରେ ମରାମତି କାମ ଗତ କାଲିଠାରୁ ଆରମ୍ଭ ହେଲା।

ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାରୀ ଦୀପକ ଟଙ୍କା ପାଇଁ ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା।

ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୋଲିସ। odiaxpress

ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରୁଛନ୍ତି ସିକ୍ୟୁରୀଟି କର୍ମଚାରୀ। ଡାକ୍ତର, ନର୍ସ, ନାହାନ୍ତି। ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର,

ରାଜଧାନୀରେ ପୁଣି ଆମ ବସ୍ କର୍ମଚାରୀଙ୍କ ଦାଦାଗିରି। ଯୁକ୍ତିତର୍କରୁ ଯାତ୍ରୀଙ୍କୁ ନିସ୍ତୁକ ପିଟିଲେ କଣ୍ଡକ୍ଟର।ବସ ନମ୍ବର OD33AH0166

ଗଜପତି ମାଛମରା ଅପଗ୍ରେଡ୍ ହାଇସ୍କୁଲରେ ପରସ୍ପର ମାରପିଟ୍ ହୋଇ ତିନିଜଣ ଶିକ୍ଷକ ନିଲମ୍ବିତ। odiaxpress

ପୁରୀ ବାଲିହରଚଣ୍ଡି ଗଣବଳାତ୍କାର ମାମଲାରେ ଅଭିଯୁକ୍ତ ମନୋଜ ସହ ଅନ୍ୟ ଦୁଇଜଣ ଗିରଫ।

ଯାଜପୁର ଜିଲ୍ଲା ସୁକିନ୍ଦା ବନ୍ଧଗାଁରେ ସାପ କାମୁଡ଼ାରେ ଆଦିବାସୀ ଦମ୍ପତିଙ୍କ ମୃତ୍ୟୁ। ଅନାଥ ହେଲେ ତିନି ସନ୍ତାନ

ବିହାରରେ ବେକାର ଯୁବକଙ୍କୁ ନିର୍ବାଚନ ଭେଟି। ମାସିକ ୧୦୦୦ଟଙ୍କା ଭତ୍ତା ଦେବେ ସରକାର।

କେରଳ ସାବରିମାଲା ମନ୍ଦିରରେ ସୁନା ଅଦଳ ବଦଳ ବେଳେ ସାଢେ ୪ କିଲୋ ସୁନା ଗାଏବ ହୋଇଗଲା

ଭୋଟର ତାଲିକାରୁ ଭୋଟରଙ୍କ ନାମ ହଟାଯିବା ପ୍ରସଙ୍ଗରେ ରାହୁଲ କହିଲେ, ଷଡ୍‌ଯନ୍ତ୍ର କରୁଛି ନିର୍ବାଚନ କମିଶନ

ଏସିଆ କପ୍‍ ୨୦୨୫ କ୍ରିକେଟରେ ୨୧ ତାରିଖରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‍। ବିରୋଧ କରୁଛନ୍ତି ପହଲଗାମ ପୀଡିତଙ୍କ ପରିବାର

ସେପ୍ଟେମ୍ବର ୨୨ ପୂର୍ବରୁ ଉତ୍ପାଦିତ ସାମଗ୍ରୀ ଉପରେ ନୂଆ ମୂଲ୍ୟ ଷ୍ଟିକର ମାରିବା ବାଧ୍ୟତାମୂଳକ ନୁହେଁ, କହିଲେ କେନ୍ଦ୍ର ସରକାର

ଆମେରିକା ଠାରୁ ଯୁଦ୍ଧଅସ୍ତ୍ର କିଣିଲା ପରେ ଭାରତ ପାଇଁ ବଦଳିଲା ଟ୍ରମ୍ପଙ୍କ ସ୍ୱର। ନଭେମ୍ବର ଶେଷ ସୁଦ୍ଧା ଅତିରିକ୍ତ ଶୁଳ୍କ ପ୍ରତ୍ୟାହାର କରିପାରେ।

ମୋବାଇଲରେ ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ
=======================
ଆଜି ଜନ୍ମଦିନ: କଳ୍ପନା କାର୍ତ୍ତିକ (ଅଭିନେତ୍ରୀ), ଲକି ଅଲ୍ଲୀ, ସୁନୀତା ଉଇଲିୟମସ, ଆକାଶ ଚୋପ୍ରା, ଇଶା କୋପିକାର, ରାକେଶ ମହାନ୍ତି (କ୍ରିକେଟ, କଟକ), ଟାପି ଧର୍ମା ରାଓ (ତେଲୁଗୁ ଲେଖକ, ବ୍ରହ୍ମପୁର)

ଆଜି ତିରୋଧାନ: ପ୍ରିୟା ତେନ୍ଦୁଲକର (ଅଭିନେତ୍ରୀ)

ଇତିହାସରେ ଆଜି: (୧୯୬୦) କରାଚୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ବାକ୍ଷରିତ/ (୨୦୦୮) ଦିଲ୍ଲୀ ବାଟଲା ହାଉସରେ ଆତଙ୍କୀ ଏନକାଉଣ୍ଟର/ (୧୮୯୩) ନିଉଜିଲାଣ୍ଡରେ ମହିଳାଙ୍କୁ ଭୋଟ ଅଧିକାର/ (୧୯୫୭) ଆମେରିକାର ପ୍ରଥମ ଭୂତଳ ପରମାଣୁ ବୋମା ପରୀକ୍ଷା/ (୧୯୮୫) ମେକ୍ସିକୋ ଭୁକମ୍ପରେ ୯,୫୦୦ ମୃତ
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻


ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

19/09/2025

*ରାଶିଫଳ ଆଜି, ୧୯ ସେପ୍ଟେମ୍ବର ଶୁକ୍ରବାର*

ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

ମେଷ:-କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଅଧିକ ରହିବ। ଆପଣଙ୍କ କ୍ୟାରିୟରରେ ପ୍ରଗତିର ଯୋଗ ଅଛି। କୌଣସି ସଂପତ୍ତିକୁ ନେଇ ଅଧିକ ଯାତୟାତ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ବୃଷ:-କୌଣସି କାମରେ ବିଦେଶ ଯିବାର ସୁଯୋଗ ଆସିବ। ବ୍ୟବସାୟକୁ ଆହୁରି ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣ କାହାରି ସହିତ କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ:-ଭଲ ରଣନୀତି ପ୍ରସ୍ତୁତ କରି କାମ କରିବେ। ପାରିବାରିକ ଖର୍ଚ୍ଚ ବଢ଼ିବ। ନିଜର ଯୋଜନା ଅନ୍ୟମାନଙ୍କୁ କୁହନ୍ତୁନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶିକ୍ଷାର୍ଥୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।

କର୍କଟ:-ଆପଣଙ୍କୁ କୌଣସ ବଡ଼ ଲାଭ ପ୍ରାପ୍ତି ହୋଇପାରେ। କୋର୍ଟର ପରିଣାମ ଆପଣଙ୍କ ପକ୍ଷରେ ଆସିବ। ପାରିବରିକ ଜୀବନରେ ଖୁସି ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ପଛଘୁଞ୍ଚା ଦେବେନାହିଁ।

ସିଂହ:-ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକରୂପେ ମଜଭୁତ ଆସିବ। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବନ୍ଧୁ ସହିତ ସିନେମା ଦେଖିବେ। କ୍ୟାରିୟରରେ ନୂଆ ଅବସର ପାଇବେ।

କନ୍ୟା:-କାର୍ଯ୍ୟକ୍ଷେତ୍ରରେ ନୂଆ ମଉକା ପାଇବେ। ଆପଣଙ୍କ ସାମନାକୁ ଭାବନାତ୍ମକ ଚାଲେଞ ଆସିବ। ଜୀବନସାଥୀ ଠାରୁ ପ୍ରେମ ଓ ସମ୍ମାନ ପାଇବେ। ନିଜର ଆଗକୁ ପାଠପଢ଼ା ପାଇଁ ଧନ ସଂଚୟ କରିବେ।

ତୁଳା:-ଆପଣଙ୍କ ଲାଗି ସକାରାତ୍ମକ ପରିବର୍ତ୍ତନ ଆଣିବାର ଦିନଟିଏ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।‌

ବିଛା:-ଆପଣଙ୍କୁ ସଫଳତା ଦେବା ପାଇଁ ଦିନଟିଏ। ଆପଣ ସକାରାତ୍ମକ ମାନସିକତା ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ପାଇବେ। ଜମି ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ‌

ଧନୁ:-କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ଆୟୋଜନରେ ଧନ ଖର୍ଚ୍ଚ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ‌

ମକର:-ଚାକିରିରେ କତୃପକ୍ଷଙ୍କ ସହଯୋଗ ପାଇବେ। ଯାହା ଦ୍ବାରା ଯଥେଷ୍ଟ ଲାଭ ହେବାର ସମ୍ଭାବନା। ପରିବାରରେ ଆନନ୍ଦର ବାତାବରଣ ରହିବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ।

କୁମ୍ଭ:-ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବେପାର କରୁଥିବା ଲୋକଙ୍କୁ ଲାଭ ମିଳିବା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଆପଣ ଅଧିକ ଉତ୍ତେଜିତ ହୁଅନ୍ତୁନାହିଁ। ସ୍ବାସ୍ଥ୍ୟ ଭଲ ରହିବ।

ମୀନ:-ନୂଆ ଚାକିରି ପାଇଁ କୌଣସି ସୁଯୋଗ ଆସିପାରେ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ଆପଣଙ୍କ ସ୍ବଭାବରେ ଧର୍ମ ପ୍ରତି ଆସ୍ଥା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ରହିବ।

#ରାଶିଫଳ Mera Channel OTT

18/09/2025

*ଖବର ଆଜିର, ୧୮ ସେପ୍ଟେମ୍ବର, ଗୁରୁବାର*
=====================
ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବା। ମୋଟ ସାତଟି କାର୍ଯ୍ୟଦିବସ ରହିବ

ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣାରେ ବସ୍ ସେବା ସୁବିଧା। ଜାରି ହେଲା ସର୍କୁଲାର

ଏବର୍ଷ ଦୁର୍ଗା ମେଢ଼କୁ ଟଙ୍କା ଦେବେ ସରକାର। ୧୦୦ ବର୍ଷରୁ ଅଧିକ ହୋଇଥିଲେ ୧ ଲକ୍ଷ ଟଙ୍କା, ୭୫ ବର୍ଷରୁ ଅଧିକକୁ ୭୫ ହଜାର ଓ ୫୦ ବର୍ଷରୁ ଅଧିକକୁ ୫୦ ହଜାର ଟଙ୍କା ମିଳିବ

ପୁରୀ ଶ୍ରୀମନ୍ଦିରରେ ହୁଣ୍ଡିକୁ ସ୍ଥାନାନ୍ତର କରିବେ ସରକାର।ତାପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ

ସେପ୍ଟେମ୍ବର ୨୩ରେ ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରିବେ ସରକାର

ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ। ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବିଭାଗ ଜାରିକଲା ସର୍କୁଲାର

ଘୋଷଣା କଲା ରାଜ୍ୟ କଂଗ୍ରେସ। ସରକାର ବିରୁଦ୍ଧରେ ଆସିବ ଅନାସ୍ଥା ପ୍ରସ୍ତାବ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପ୍ରଥମ ଅସ୍ତ୍ରୋପଚାର, ମେରୁଦଣ୍ଡରୁ ବାହାରିଲା ଟ୍ଯୁମର।

କନ୍ଧମାଳ କଳିଙ୍ଗା ଘାଟିର ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ଲାଗିବ। ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଏଆଇ ଦେଲା ସୂଚନା

ଅପହୃତ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ମୃତଦେହ କେନ୍ଦୁଝର ଘଟଗାଁ ଜଙ୍ଗଲ ଭିତରୁ ଉଦ୍ଧାର। କନେଷ୍ଟବଳ ବନ୍ଧୁ ଦୀପକ ରାଉତକୁ ଜେରା

ବାଲେଶ୍ବର ସୋରରେ ଶିଶୁ ରୋଗ ଡାକ୍ତରଙ୍କୁ ଛଅ ଜଣଙ୍କ ଦ୍ୱାରା କଟୁରୀରେ ଆକ୍ରମଣ। ଗୁରୁତର ଆହତ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର। odiaxpress

ବାଲେଶ୍ଵର ବେଲପୁରରେ ୪ ବର୍ଷର ପୁଅକୁ ଛାଡ଼ି ଜୀବନ ହାରିଲେ ମହିଳା। ହତ୍ୟା ଅଭିଯୋଗ ଆଣିଲେ ବାପଘର। ମୃତକ ଭାଗ୍ୟବତୀ ବେହେରା

ଗଂଜାମ ଗୋଳନ୍ଥରା ରେ ଅଧା ମୂଲ୍ୟରେ ପୁରୁଣା ସୁନା ବିକିବା ବାହାନାରେ ୧୫ ଲକ୍ଷ ଧରି ନକଲି ପୋଲିସ ଗାଡ଼ିରେ ଚମ୍ପଟ ମାରିଲା ଠକ। odiaxpress

କଟକ ଆଠଗଡ ସର୍ପଶ୍ୱର ବିଦ୍ୟାଳୟରେ ଶିକ୍ଷକଙ୍କ ଅସ୍ଥାୟୀ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

ସମ୍ବଲପୁର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ, ମ୍ୟୁଟେସନ କେସ୍‌ରେ ପକ୍ଷପାତିତା କରି ରିପୋର୍ଟ ଦେଇଥିଲେ।

କେନ୍ଦ୍ରାପଡା ଆଳିର ଏକମାଣିଆ ଗ୍ରାମ ନଦୀ ଜୋରରେ ଶ୍ୱାସରୁଦ୍ଧ ହୋଇ ୪୪ ମଇଁଷିଙ୍କ ମୃତ୍ୟୁ।

ରାଉରକେଲା ଜେଲରୁ ବିଚାରାଧୀନ କଏଦୀ ଫେରାର ହୋଇଛି। ସୁରେଶ ବାର୍ଲା ଜେଲର ପଛପଟ ପାଚେରୀ ଡେଇଁ ଚମ୍ପଟ ମାରିଛି

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର

ପୁରୀ ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ିଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି। ପର୍ଯ୍ୟଟକଙ୍କ ପରିଚୟ ଜଣାପଡ଼ିନାହିଁ

ରାଜ୍ୟରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଦାମ୍ ୧,୦୨,୬୦୦ ଟଙ୍କା, ୨୪ କ୍ୟାରେଟ୍ ସୁନା ଦାମ୍ ୧,୧୧,୯୩୦ ଟଙ୍କା। ରୁପା କେଜି ୧,୪୪,୦୦୦ ଟଙ୍କା

କର୍ଣ୍ଣାଟକର ବିଜୟପୁରା ଏସବିଆଇରୁ ୨୦ କୋଟି ଲୁଟିନେଲେ ସଶସ୍ତ୍ର ଡକାୟତ

କୋଡିଏ ଦିନରୁ ଅଧିକ ଜାମ୍ମୁ-ଶ୍ରୀନଗର ରାଜପଥ ଅବରୋଧ। ଅଟକିଛି ସହସ୍ରାଧିକ ଟ୍ରକ୍‌, ସଢ଼ୁଛି ଟନ୍‌ ଟନ୍‌ ସେଓ

ଇଭିଏମ୍ ବାଲଟରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ। ପୂର୍ବରୁ ବାଲଟ୍ ପେପରରେ ପ୍ରାର୍ଥୀଙ୍କର କଳାଧଳା ଫଟୋ ରହୁଥିଲା ।

କ୍ରିକେଟ ଏସିଆ କପ୍‌- ୨୦୨୫ରେ ପାକିସ୍ତାନକୁ ୧୪୬ ରନ୍‌ରେ ଅଟକାଇଲା ୟୁଏଇ। ୪୧ ରନରେ ଜିତିଲା ପାକିସ୍ତାନ

ମୋବାଇଲ ଓ android ଟିଭିରେ ମାଗଣାରେ 250 ଚାନେଲ ଦେଖନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ
=====================
ଆଜି ବିଶ୍ୱ ବାଉଁଶ ଦିବସ
ବିଶ୍ୱ ସମାନ ମଜୁରୀ ଦିବସ
ଚିଲି ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ଶବାନା ଆଜମି, କାକା ହାଥରସି, ଅର୍ଜୁନ ସେଠୀ (ନେତା, ଭଦ୍ରକ), ପରେଶ ପଟେଲ (କ୍ରିକେଟ, ଭୁବନେଶ୍ୱର)

ଆଜି ତିରୋଧାନ: ସଂଗ୍ରାମୀ ଭଗବାନ ଦାସ (ବାରାଣସୀ)

ଇତିହାସରେ ଆଜି: (୧୮୦୩) ପୁରୀ ଅକ୍ତିଆର କଲେ ବ୍ରିଟିଶ, ଭକ୍ତଙ୍କ ଉପରେ ଲାଗିଲା ଟ୍ୟାକ୍ସ/ (୨୦୧୬) କାଶ୍ମୀର ଉରି ରେ ଆତଙ୍କୀ ଆକ୍ରମଣ/ (୧୮୫୧) ନ୍ୟୁୟର୍କ ଟାଇମସ ଖବରକାଗଜ ପ୍ରକାଶନ ଆରମ୍ଭ/ (୧୯୪୭) ଆମେରିକା ବାୟୁସେନା ପ୍ରତିଷ୍ଠା ହେଲା/ (୧୯୧୯) ହଲାଣ୍ଡ ମହିଳାଙ୍କୁ ଭୋଟ ଅଧିକାର ମିଳିଲା/ (୨୦୦୩) ଢାକା- ଅଗରତାଲା ବସ ସେବା ଆରମ୍ଭ
=====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

18/09/2025

*ରାଶିଫଳ ଆଜି, ୧୮ ସେପ୍ଟେମ୍ବର ଗୁରୁବାର*

ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12

ମେଷ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିବାରୁ କାର୍ଯ୍ୟହାସଲ ସକାଶେ ବିବ୍ରତ ହେବେ। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଆନୁଷ୍ଠାନିକ କାମରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ନିର୍ଦ୍ଦିଷ୍ଟ କାମ ସକାଶେ ଉଦ୍ଦିଷ୍ଟ ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।

ବୃଷ
ଅର୍ଥାଭାବ ନ ଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଅନ୍ୟ ଉପରେ ବିରକ୍ତି ପ୍ରକାଶ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଜିର ବ୍ୟବସାୟ ଓ ପରିବହନରେ ସାଧାରଣ କଥାକୁ କେନ୍ଦ୍ରକରି ଝଗଡ଼ାର ଆଶଙ୍କା ରହିଛି।

ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଆଶା ରହିଛି। ସାମାନ୍ୟ କଥାକୁ କେନ୍ଦ୍ରକରି ପରିବାର ଭିତରେ ତର୍କବିତର୍କ ବୃଦ୍ଧି ହେତୁ ଚିନ୍ତା କରି ପାରନ୍ତି। ସାହିତ୍ୟ, ସଂଗଠନ, ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ଅଧିକ ପରିଶ୍ରମ କରିବା ସାଙ୍ଗକୁ ନିଜର ରୋଜଗାର ପ୍ରତି ଧ୍ୟାନ ଦେଇପାରନ୍ତି।

କର୍କଟ
କର୍ମକ୍ଷେତ୍ରରେ ବିଶେଷ ପରିଶ୍ରମ କାରଣରୁ ଟେନସନ୍‌ ଲାଗିରହିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ପାରସ୍ପରିକ କଥାର ତାଳମେଳ ଅଭାବରୁ ବିତର୍କର ଆଶଙ୍କା ରହିଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଅନୁଭବ କରିବେ।

ସି˚ହ
ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଅଟକି ଯାଉଥିବା କାମକୁ ସମ୍ପନ୍ନ କରିବାରେ ସହାୟକ ହେବ। କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବାରେ ସହାୟକ ହେବ। କିନ୍ତୁ ସଭାସମିତିରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି।

କନ୍ୟା
କର୍ମକ୍ଷେତ୍ରରୁ ଶତ୍ରୁଙ୍କ ପ୍ରାୟୋଜିତ କୌଣସି ଗୁଜବ ମନକୁ ଚହଲାଇ ଦେବ। ସାମାଜିକ ସ୍ତରରେ ଆତ୍ମୀୟଙ୍କ ଅସହଯୋଗ ଓ ଅସମ୍ମାନ ପାଇଁ ଦୁଃଖିତ ହେବେ। ବନ୍ଧୁଙ୍କୁ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ , ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ତୁଳା
କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତି ପ୍ରତି ସଚେତନ ରହି କାମ କରିବାରେ ସମର୍ଥ ହେବେ। ତୀର୍ଥାଟନ ଯାତ୍ରା କାଳରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହୋଇପାରେ। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମ ସକାଶେ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେ ମନେ ବିରକ୍ତ ହୋଇପାରନ୍ତି।

ବିଛା
ମନରେ ଯାହା ପାଇବାକୁ ଆଶାବାନ୍ଧି ବସିଛନ୍ତି ଆଜି ତାହା ପାଇବା ସମ୍ଭାବନା ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ଉତ୍ତମ। ସାହିତ୍ୟ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତିରେ ଟେନସନ୍‌ ବଢିପାରେ।

ଧନୁ
ଆଜିର କର୍ମକ୍ଷେତ୍ରରେ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ବନ୍ଧୁଙ୍କ ସହାୟତାରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ପ୍ରକାଶ କରିବା ଠିକ୍‌ ହେବ ନାହିଁ।

ମକର
ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ମନକୁ ବୁଝାଇ ଚଳିବା ହେତୁ ମାନସିକ ଦୁଶ୍ଚିନ୍ତା ଦୂରହେବ। ପରିବାରର ଅର୍ଥସଂକଟ ଦୂରେଇବାକୁ ଧାର କରଜ କରିବାକୁ ବାଧ୍ୟ ହେବେ। ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ମୁଖ୍ୟଭୂମିକା ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ
ପରିବାରର ଆବଶ୍ୟକତାକୁ ନେଇ ନୂତନ ଜିନିଷ କ୍ରୟ ସକାଶେ ମନ ବଳାଇପାରନ୍ତି। ଆଲୋଚନା କାଳରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। ବିଶେଷ ଭ୍ରମଣଜନିତ ପୁରାତନ ରୋଗପୀଡ଼ାରୁ କଷ୍ଟ ପାଇପାରନ୍ତି।

ମୀନ
କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶର ଗମ୍ଭୀରତାକୁ ଅନୁଭବ କରି ବ୍ୟଥିତ ହେବେ। ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିବେ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବେ। ବ୍ୟବସାୟରୁ ପାଇଥିବା ଲାଭ ଟଙ୍କାକୁ ଅନ୍ୟ ଏକ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।

#ରାଶିଫଳ Mera Channel OTT

"ମୁଖ୍ୟମନ୍ତ୍ରୀ ବସ ସେବା" ଯୋଜନାରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ ସେବା ଓଡ଼ିଶାରେ ଆରମ୍ଭ ହେଲା
17/09/2025

"ମୁଖ୍ୟମନ୍ତ୍ରୀ ବସ ସେବା" ଯୋଜନାରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ ସେବା ଓଡ଼ିଶାରେ ଆରମ୍ଭ ହେଲା

17/09/2025

ଓଁ ଅନନ୍ତୟା ବିଦମହେ ବିଶ୍ୱରୁପାୟା ଧିମହି ତାନ୍ନୋ ବିଶ୍ୱକର୍ମା ପ୍ରଚୋଦୟାତ୍🙏
17/09/2025

ଓଁ ଅନନ୍ତୟା ବିଦମହେ ବିଶ୍ୱରୁପାୟା ଧିମହି ତାନ୍ନୋ ବିଶ୍ୱକର୍ମା ପ୍ରଚୋଦୟାତ୍🙏

Address

Saheed Nagar
Bhubaneswar
751007

Website

https://whatsapp.com/channel/0029Va9CSms4dTnFavuQgR12

Alerts

Be the first to know and let us send you an email when Odia XPress posts news and promotions. Your email address will not be used for any other purpose, and you can unsubscribe at any time.

Share