30/06/2024
ନବୀନ ପଟନାୟକ ଙ୍କୁ ଧୋକା ଦେଲା କିଏ ? ବିଜେଡି କୁ ବୁଡ଼ାଇଲା କିଏ ?
NPFC;30-06-24
ବିଜେଡି ର କାର୍ଯ୍ୟକଳାପ ୨୦୧୯- ରୁ ୨୦2୪ ପର୍ଯ୍ୟନ୍ତ ଅନୁଧ୍ୟାନ ଯିଏବି କରୁଥିବ ତାଙ୍କ ପାଇଁ ଏହା ସେମିତି କିଛି ଆଶ୍ଚର୍ଯ୍ୟଜନକ ନୁହଁ ଯାହା ଦେଖା ଯାଉଥିଲା , ସେଇଟା ହିଁ ହେଲା ! ହଁ ଏହା ତାଙ୍କ ଅନୁମାନ ର କିଛି ଏପଟ ସେପଟ ହୋଇଥାଇ ପାରେ କିନ୍ତୁ ଏହା କଦାପି ଆଶ୍ଚର୍ଯ୍ୟଜନକ ନୁହଁ |
ଦୁଇହଜାର ଉଣେଇଶ ରେ ଲୋକେ ବିଜେଡି କୁ ଭୋଟ ଦେଲେ , ବିଜେଡିର ଏମ ଏଲ ଏ ଙ୍କୁ ଲୋକେ ଜିଟାଇଲେ କିନ୍ତୁ ଜିତଲା ପରେ ବିଜେଡି ଏମ ଏଲ ଏ ରାଜ୍ୟ ସଭା ପାଇଁ ବିଜେପି ଏମ ପି ଙ୍କୁ ପଠାଇଲେ | ଚାରି ବର୍ଷ ପରେ ପୁଣି ଥରେ ପଠାଇଲେ ରାଜ୍ୟ ସଭାକୁ | ଦିଲ୍ଲୀରେ ବିଜେପି କୁ ସବୁ କଥାରେ ସମର୍ଥନ କଲେ | ଏପରିକି ମଣିପୁର ପ୍ରସଙ୍ଗ ରେ ଗୃହରୁ ଅନୁପସ୍ଥିତ ରହି ବିଜେପି କୁ ପୋରକ୍ଷ ରେ ସମର୍ଥନ ଦେଲେ | ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ପାଇଁ ଆଲୋଚନା କଲେ, କହିଲେ ରାଜ୍ୟର ସ୍ୱାର୍ଥ ପାଇଁ ମେଣ୍ଟ ହୋଇପାରେ | ବିଜେଡି ତାର କାର୍ଯ୍ୟ କଳାପରେ ଲୋକଙ୍କୁ ବୁଝେଇଦେଲା ବିଜେପି ସହ ବିଜେଡିର ଘନିଷ୍ଠ ସାମ୍ପର୍କ ରହିଛି |
ଲୋକେ ବୁଝିଲେ , ଏବଂ ବିଜେଡି କୁ ଦୁରେଇ ଡାଇରେକ୍ଟ ଦେଇଦେଲେ ବିଜେପି କୁ , ଏମିତ ଦେଲେ ଯେ କୋଡ଼ିଏଟି ଲୋକସଭା ଆସନ ବିଜେପି ପାଇଲା ଆଉ ବିଜେଡି ଘର ଶୂନ | ( ପାଣ୍ଡିଆନ ପ୍ରଭାବ , ନାରୀଙ୍କୁ ନିର୍ଯାତିତ କରିଥିବା ବ୍ୟକ୍ତିଙ୍କୁ ଏମ ଏଲ ଏ ଟିକଟ, ଭଲ ନେତାଙ୍କ ଟିକଟ କାଟିବା , ସମର୍ଥନ ହରାଇଥିବା ନେତାଙ୍କ , ପୁଅ ସ୍ତ୍ରୀ ଙ୍କୁ ଟିକଟ ଦେବା , ତୃଣମୂଳ ସ୍ତରରେ ଥିବା କର୍ମୀଙ୍କୁ ହତାଦର , କମ୍ପାନୀ ଷ୍ଟାଇଲ ରେ ଦଳ ଚଳାଇବା , ସୋସିଆଲ ମିଡ଼ିଆ କର୍ମୀଙ୍କୁ ହତାଦର କରି , ଫେକ ଆକାଉଣ୍ଟ ରେ ପ୍ରଚାର କରିବା ଇତ୍ୟାଦି ପ୍ରସଙ୍ଗ ଆଗକୁ ଆଲୋଚନା କରିବା ) ଆପଣଙ୍କ ମତାମତ ଦିଅନ୍ତୁ , କେଉଁମାନେ ଦଳକୁ ସୁଦୃଢ କରୁଥିଲେ , କେଉଁମାନଙ୍କ ପାଇଁ ଦଳର ଏହି ବିପର୍ଯୟ ଘଟିଲା ଇତ୍ୟାଦି ଇତ୍ୟାଦି | }