AMA TV

AMA TV A Full Public Domain for all genres from horrors, action to cult and classic silent movies, comedy, d

*ନଭେମ୍ବର ୫ରେ ଲୋକାର୍ପିତ ହେବ ‘ବାଲିଯାତ୍ରା*ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ସାଧବପୁଅ ମାନଙ୍କର ସ୍ବର୍ଣ୍ଣିମ ଇତିହାସର ଏକ ମାର୍ମିକ ନାଟ୍ୟାଭି...
29/10/2025

*ନଭେମ୍ବର ୫ରେ ଲୋକାର୍ପିତ ହେବ ‘ବାଲିଯାତ୍ରା*

ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ସାଧବପୁଅ ମାନଙ୍କର ସ୍ବର୍ଣ୍ଣିମ ଇତିହାସର ଏକ ମାର୍ମିକ ନାଟ୍ୟାଭିନୟ ହେଉଛି ‘ବାଲିଯାତ୍ରା’ ।
ଏହାର ପରିକଳ୍ପନା, ବିଷୟବସ୍ତୁ, ଗୀତ ରଚନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ଵ ନିଜେ ଗୁରୁଜୀ ଚନ୍ଦ୍ରଭାନୁ
ଶତପଥୀ ବହନ କରିଛନ୍ତି। ଏହି
ନାଟ୍ୟାୟନକୁ ଦେଶବିଦେଶରେ ପହଞ୍ଚାଇବା ଓ ଅତୀତର ଗୌରବ ଗାଥାକୁ ପୁନର୍ଜୀବିତ କରିବା ତଥା ସାଧବ ମାନଙ୍କ ଗୌରବମୟ ଇତିହାସ କୁ ପ୍ରଦର୍ଶିତ କରିବା ପାଇଁ ଏହା ଡଃ ଚନ୍ଦ୍ରଭାନୁ ଶତପଥୀ ଙ୍କର ଏକ ବଳିଷ୍ଠ ପ୍ରୟାସ l ଏହାର ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା l
ସାଇ ଶ୍ରଦ୍ଧା ପ୍ରଡ଼କସନ୍ସ ବ୍ୟାନର ରେ ଏହି ସଙ୍ଗୀତ ଭିତ୍ତିକ ଅଡିଓ ଭିସୁଆଲ ପ୍ରସ୍ତୁତ ହେଉଛି l
ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି,
ଶ୍ରୀତମ୍ ଦାସ, ସୁକାନ୍ତ ରଥ, ଅଖିଳ ପଟ୍ଟନାୟକ, ସାହେବ ସିଂ, ସୋହମ, ଶୁଭାଶିଷ, ଶକ୍ତି ବରାଳ, ଶମ୍ଭୁ ଖୁଣ୍ଟିଆ, ବିଶ୍ବଜିତ୍, ହିତେଶା ବାଗ୍, ଲଭରିନ ଖାନ,ଲିପ୍ସା ମହାରଣା,
ସୌମ୍ୟା ସୁଚରିତା ସାହୁ, ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ଓ ପ୍ରିୟଙ୍କା ସାହୁ।
କୋରିଓଗ୍ରାଫିରେ ଅଛନ୍ତି ବବି ଇସ୍‌ଲାମ୍। ପାରିକୁଦ ଓ ଭିଙ୍ଗାରପୁର ଠାରେ ଏହାର ସୁଟିଂ ଚାଲିଛି। ଆସନ୍ତା
ନଭେମ୍ବର ୫ ତାରିଖରେ ଉତ୍କଳ ମଣ୍ଡପରେ ଏହା ଲୋକାର୍ପିତ ହେବ। ଗୁରୁଜୀ
ଚନ୍ଦ୍ରଭାନୁ ଶତପଥୀଙ୍କ ମାର୍ଗଦର୍ଶନରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର
ସଫଳତା ପରେ ଏଥର ‘ବାଲିଯାତ୍ରା’ର
ନାଟ୍ୟାଭିନୟ ସଫଳ ରୂପରେଖ ନେବ ବୋଲି ଆଶା କରିଛନ୍ତି l

Happy Birthday Ollywood Real Star Ardhendu Fan Club
29/10/2025

Happy Birthday Ollywood Real Star Ardhendu Fan Club

*ଉଦଯାପିତ ହେଲା ଦୁଇ ଦିନିଆ କାର୍ଯ୍ୟକ୍ରମ - ଜେମ୍ସ ଓଡିଶା ୨୦୨୫, ସବୁ ବର୍ଗ ର ନାରୀ ଓ ଦିବ୍ୟାଙ୍ଗ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବ...
27/10/2025

*ଉଦଯାପିତ ହେଲା ଦୁଇ ଦିନିଆ କାର୍ଯ୍ୟକ୍ରମ - ଜେମ୍ସ ଓଡିଶା ୨୦୨୫, ସବୁ ବର୍ଗ ର ନାରୀ ଓ ଦିବ୍ୟାଙ୍ଗ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାର ପ୍ରୟାସ*

ଛତ୍ରପୁର ନିକଟ ତାମ୍ପରା ଠାରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ୨୦୨୫ ର ଦୁଇ ଦିବସୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l

ଏହି ଉଦଯାପନୀ ଉତ୍ସବରେ ଡକ୍ଟର ସୁନୀତା ୱାଧବନ, ଶ୍ରୀମତୀ ସୁଧା ଚନ୍ଦ୍ରାଣୀ ଖାତ୍ରୀ, ଡକ୍ଟର ଭୁବନେଶ୍ୱରୀ ଦେୱଙ୍ଗନ, ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଅନିତା ମଣ୍ଡଳ, ଆୟୋଜକ ଶ୍ରୀଯୁକ୍ତ ଉମାଶଙ୍କର ଦାସପ୍ରମୁଖ ଉପସ୍ଥିତ ଥିଲେ l ସେଲିବ୍ରିଟି ବିଚାରକ ଭାବେ ଅଭିନେତା ହରିହର ଦାସ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ବ୍ରାଣ୍ଡ ଅମ୍ବାସଡ଼ର ଭାବେ ଅର୍ଚ୍ଚିତା ସାହୁ, ଉପସ୍ଥାପନା ରେ ଶୁଭୋଜିତ ପଣ୍ଡା, ଉପଦେଷ୍ଟା ଭାବେ ଆମ ଟିଭି ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ l ରାଣୀ ବର୍ଗ ରେ ସମ୍ବଲପୁର ର ଝିଅ ଶ୍ରଦ୍ଧା ପ୍ରଧାନ ୱିନର ହୋଇଥିବା ବେଳେ ଭୁବନେଶ୍ୱରର ଡକ୍ଟର ମୋନାଲିସା ମିଶ୍ର ପ୍ରଥମ ରନର ଅପ୍ ଏବଂ ସବିତାରାଣୀ ମଲ୍ଲିକ ଦ୍ଵିତୀୟ ରନର ଅପ୍ ହୋଇଛନ୍ତି l ସେହିପରି ଶ୍ରୀଶକ୍ତି ବର୍ଗରେ ଛତିଶଗଡ ର ମହିମା ସହାରେ ଏବଂ ତେଷା ୱିନର ହୋଇଥିବା ବେଳେ ମାଳତୀ ଜଇଶ୍ୱାଲ ଏବଂ ଭୈଭବୀ ପ୍ରଥମ ରନର ଅପ୍, ବ୍ରହ୍ମପୁରର ଜଣେ ଭିନ୍ନକ୍ଷମ ଝିଅ ରଞ୍ଜନା ନାହାକ ଦ୍ଵିତୀୟ ରନର ଅପ୍ ହୋଇଛନ୍ତି l

ପ୍ରତ୍ୟେକ ନାରୀର ଇଚ୍ଛା ଥାଏ ହେଲେ କୌଣସି କାରଣରୁ ସେ ତାର ସ୍ୱାଧୀନ ଚିନ୍ତାଧାରା କୁ ଆଗକୁ ଆଣିବାରେ ସକ୍ଷମ ହୋଇନଥାଏ l ତାହାକୁ ଲୋକ ଲୋଚନକୁ ଆଣିବା ପାଇଁ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱର ର ଜେମ୍ସ ଅଫ ଓଡିଶା ଆରମ୍ଭ କରିଥିଲା ଏହି ପ୍ରୟାସ l ଅନୁଷ୍ଠାନର ମୁଖ୍ୟ ଉମାକାନ୍ତ ଦାସ ଏବଂ ତାଙ୍କ ସହଧର୍ମିଣୀ ତଥା ସହଯୋଗୀ ମୁଖ୍ୟ ଅନିତା ମଣ୍ଡଳ ଏହି ପ୍ରୟାସ ଆରମ୍ଭ କରିଥିଲେ l ରାଜ୍ୟ ଭିତର ଏବଂ ରାଜ୍ୟ ବାହାର ଛତିଶଗଡ଼, ଗୋଆ, ମୁମ୍ବାଇ ଏବଂ ବାଙ୍ଗାଲୋର ର ବିଭିର୍ଣ୍ଣ ବର୍ଗର ମହିଳା, ଯୁବତୀ ଏପରି କି ଦିବ୍ୟାଙ୍ଗ ମାନଙ୍କୁ ଗତ ୨ମାସ ଧରି ପ୍ରଶିକ୍ଷିକଙ୍କ ଦ୍ୱାରା ଯୋଗ, ବିୟୁଟି ସହ ଅନ୍ୟାନ୍ୟ ଇଭେଣ୍ଟ ରେ ତାଲିମ ଦିଆଯାଇଥିଲା l ସେମାନଙ୍କ ମଧ୍ୟରୁ ଜୁରୀ ମାନଙ୍କ ଦ୍ୱାରା ମନୋନୀତ କୃତୀ ପ୍ରତିଯୋଗୀମାନେ ଫାଇନାଲ ରାଉଣ୍ଡ ରେ ଭାଗ ନେଇଥିଲେ l ଅନୁଷ୍ଠାର ମୁଖ୍ୟ ଉମାଶଙ୍କର ଦାସ ଏବଂ ସହଯୋଗୀ ମୁଖ୍ୟ ଅନିତା ମଣ୍ଡଳ ଙ୍କ ସହଯୋଗ ରେ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏନ ଏ ସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଆଇନଜୀବି ଚନ୍ଦ୍ର ଶେଖର ରେଡି, ଜୁରୀ ମେମ୍ବର ଡକ୍ଟର ସୁନିତା ୱାଧବନ, ସୁଧା ଚାନ୍ଦିନୀ ଖଟରୀ, ଡକ୍ଟର ଭୁବନେଶ୍ୱରୀ ଦେୱାନୀଗନ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିବା ସହ ଏହାକୁ ବ୍ୟାପକ କରିବା ପାଇଁ ମତ ପୋଷଣ କରିଥିଲେ l ଉଦଘୋଷକ ଶୁଭଜିତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ୨ଟି ଭାଗରେ ବିଭକ୍ତ କରାଯାଇଛି l ରାଣୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରୀଶକ୍ତି l

26/10/2025

ଅନନ୍ତା ର World TV Premier ନଭେମ୍ବର ୨୬ ସଂଧ୍ୟା ୬.୩୦ମିନିଟ୍ ରେ।

26/10/2025

Gems of Odisha at Lake Resort, Chatrapur, Ganjam

ନୂଆ ଚଳଚ୍ଚିତ୍ର ଚକ୍ରାନ୍ତ ର ପ୍ରଚାର ଓ ପ୍ରସାର ଆରମ୍ଭ ଶୁଭମୁକ୍ତି ଡିସେମ୍ବର‌ ୨୦୨୫
26/10/2025

ନୂଆ ଚଳଚ୍ଚିତ୍ର ଚକ୍ରାନ୍ତ ର ପ୍ରଚାର ଓ ପ୍ରସାର ଆରମ୍ଭ
ଶୁଭମୁକ୍ତି ଡିସେମ୍ବର‌ ୨୦୨୫

*ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ*ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଗବ...
22/10/2025

*ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ*

ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଗବାନ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳନ ଅବସରରେ ରାଜ୍ୟ ସଂଗଠନ ପକ୍ଷରୁ ଗ୍ରହଣ କରାଯାଉଥ‌ିବା ଆଧ୍ୟାମ୍ଭିକତା, ସେବା, ଶିକ୍ଷା ସଂସ୍କୃତି, ସାହିତ୍ୟ, ନୃତ୍ୟ, ସଙ୍ଗୀତ,ଉପାସନା ଓ ସାମାଜିକ ଚେତନାର ବିବିଧ ମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।
ସାମ୍ବାଦିକ ସମ୍ମିଳନୀରେ
ଶ୍ରୀ ସତ୍ୟସାଇ ସେବା ସଂଗଠନର ପୂର୍ବାଞ୍ଚଳ ଜୋନ୍
ସଭାପତି ନାରାୟଣ ପ୍ରସାଦ ସର, ଓଡ଼ିଶା ରାଜ୍ୟ ସଙ୍ଗଠନର ସଭାପତି ଡାକ୍ତର ସତ୍ୟସ୍ବରୂପ ପଟ୍ଟନାୟକ, ରାଜ୍ୟ ଟ୍ରଷ୍ଟି ଆବାହକ ଅକ୍ଷୟ
କୁମାର ପାଣି ଓ ଉପ ସଭାପତି ଶ୍ରୀ ସାଇ ପ୍ରସାଦ ପ୍ରମୁଖ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳନ
ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।
ସାରା ରାଜ୍ୟରେ ପାଳିତ ହେବ ଆଧ୍ୟାତ୍ମିକତା,ସେବା, ଶିକ୍ଷା ଓ ସାମାଜିକ ଚେତନାର ବିବିଧ କାର୍ଯ୍ୟକ୍ରମ
• ପ୍ରେମ ଓ ସେବାର ୧୦୦ ବର୍ଷ
• ଶ୍ରୀ ସତ୍ୟସାଇ ଶତବାର୍ଷିକୀ
• ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମଦିବସ
• ଶ୍ରୀ ସତ୍ୟସାଇ ଓ ଶ୍ରୀ ସତ୍ୟସାଇ ସେବା ସଂଗଠନ

୧୦୦ ବର୍ଷରେ ଶ୍ରୀ ସତ୍ୟସାଇ

ସେବା ଓ ପ୍ରେମର ଅନନ୍ୟ ନିଦର୍ଶନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମଦିବସ
• ସମାଜ ପାଇଁ ସମର୍ପିତ ଶ୍ରୀ ସତ୍ୟସାଇ ସେବା ସଂଗଠନ ର ପ୍ରତିଷ୍ଠାତା ସତ୍ୟସାଇଙ୍କ ଶତବାର୍ଷିକୀ
• ଶ୍ରୀ ସତ୍ୟସାଇ ସେବା ସଂଗଠନ ମାନବ ସମାଜ ପାଇଁ ସତ୍ୟସାଇଙ୍କ ବରଦାନ

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳନ ପାଇଁ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ପାଳନ କରାଯାଉଛି। ୨୦୨୪ ନଭେମ୍ବର ୨୩ରୁ ୨୦୨୬ ମସିହା ନଭେମ୍ବର ୨୩ ପର୍ଯ୍ୟନ୍ତ।
ଏହାକୁ ସମଗ୍ର ରାଜ୍ୟସ୍ତରରେ ପାଳନ କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୁଧବାର ଦିନ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇ ଜନନୀ ପ୍ରେକ୍ଷାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
ଏହି ସୂଚନା ଦିଆଯାଇଛି ।
ଶ୍ରୀ ସତ୍ୟସାଇଙ୍କର ଆବିର୍ଭାବ ସମଗ୍ର ମାନବ ସତ୍ତା ନିମନ୍ତେ ଏକ ବିରଳ ଅନୁଭବ। ସେ ତାଙ୍କର ସ୍ବଶରୀର ଅବସ୍ଥାନ କାଳରେ ସମଗ୍ର ବିଶ୍ବରେ
ପ୍ରତ୍ୟେକ ରାଷ୍ଟ୍ରରେ,ପ୍ରତ୍ୟେକ ଧର୍ମ ମତ ଓ ଚିନ୍ତନର ବ୍ୟକ୍ତି ବିଶେଷଙ୍କ ନିକଟରେ ପରିଚିତ ହୋଇଥିଲେ। ପୃଥ‌ିବୀର ପ୍ରତ୍ୟେକ ରାଷ୍ଟ୍ରନେତାଙ୍କର
ଆଶ୍ରିତ ଓ ଅନୁଗାମୀମାନେ ରହିଥ‌ିବା ବେଳେ ସମାଜରେ ପ୍ରତ୍ୟେକ ବର୍ଗର ମଣିଷ ତାଙ୍କୁ ଗ୍ରହଣ କରିନେଇଥିଲେ। ସମଗ୍ର ବିଶ୍ବ ପ୍ରତି ତାଙ୍କର ଦିବ୍ଯ ବାର୍ତ୍ତା ଥିଲା " ସମସ୍ତଙ୍କୁ ଭଲ ପାଅ ଏବଂ ସମସ୍ତଙ୍କର ସେବାକର "। ଆନ୍ଧ୍ରପ୍ରଦେଶର ପୂଟ୍ଟପଉଁ ପରି ଏକ ନିପଟ ମଫସଲ ଗ୍ରାମରେ ସେ ପ୍ରତିଷ୍ଠା କରିଛନ୍ତି ନିଶୁଳ୍ମ ଶ୍ରୀ ସତ୍ୟସାଇ ସୁପର ସ୍ପେସାଲିଟି ହସ୍ପିଟାଲ, ଶ୍ରୀ ସତ୍ୟସାଇ ବିଶ୍ବ ବିଦ୍ୟାଳୟ ଓ ଆନ୍ଧ୍ର ଏବଂ
ତାମିଲନାଡୁର ଅନେକ ଜଳକ୍ଲିଷ୍ଠ ଜିଲ୍ଲାକୁ ମାଗଣା ଜଳଯୋଗାଣ ପ୍ରକଳ୍ପ ଶ୍ରୀ ସତ୍ୟସାଇ ୱାଟର ପ୍ରୋଜେକ୍ଟ । ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ସତ୍ୟସାଇ ସେବା ସଂଗଠିନ ତାଙ୍କର ଜନ୍ମ ଶତ ବାର୍ଷିକୀର୍ସମାରୋହକୁ ଏକ ବିଶ୍ବ ସମ୍ମିଳନୀ ଭାବରେ ପ୍ରଶାନ୍ତି ନିଳୟମ ଠାରେ ଆୟୋଜନ କରୁଛନ୍ତି । ନଭେମ୍ବର ୨୦ ଓ ୨୧ ତାରିଖରେ ଏହି ଭବ୍ୟ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଶ୍ବର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିନିଧ‌ି ଯୋଗଦେବେ । ଏ ଅବସରରେ ସର୍ବଭାରତୀୟ ସଂଗଠନ
ତରଫରୁ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥଯାତ୍ରା ଓ ରନ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି।
ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ତରଫରୁ ରନ ଆଣ୍ଡ ରାଇଡର ଆୟୋଜନ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଭୁବନେଶ୍ବରଠାରେ ଓ
ଡ଼ିସେମ୍ବର ୨୧ ତାରିଖରେ ରାଉରକେଲା ଠାରେ ଆୟୋଜିତ ହେବ। ସଂଗଠନ ଦ୍ବାରା ଜନ୍ମ ଶତ ବାର୍ଷିକୀସମାରୋହକୁ ୨ ବର୍ଷ ଧରି ପାଳନ କରାଯାଉଥିବା ବେଳେ ୨୦୨୪ ନଭେମ୍ବର ୨୩ ରେ ଆରମ୍ଭ ହୋଇ ୨୦୨୬ ନଭେମ୍ବରରେ ଏହି ମହୋତ୍ସବ ଉଦଯାପିତ ହେବ। ୨୦୨୫ ମାର୍ଚ୍ଚ ମାସରେ ରାଜ୍ୟ ସ୍ତରୀୟ ଭଜନ ମହୋତ୍ସବ, ଅଗଷ୍ଟ ମାସରେ ପଉଁଯାତ୍ରା, ସେପ୍ଟେମ୍ବର ମାସରେ ସେବା ମହୋତ୍ସବର ରାଜ୍ୟ ସ୍ତରୀୟ ଆୟୋଜିତ ହୋଇ ସାରିଛି। ଆଗାମୀ ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମା' ତାରିଣୀଙ୍କ ପୀଠ ଘଟଗାଁଠାରେ ଅତିରୁଦ୍ର ପାରାୟଣ ମହୋତ୍ସବର ଆୟୋଜନ କରାଯାଉଅଛି। ନଭେମ୍ବର ଦ୍ୱିତୀୟ ଶନିବାର ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ଅଖଣ୍ଡ ଭଜନ ସହିତ ଆରମ୍ଭ ହୋଇ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମଦିବସ ୨୩ ତାରିଖ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ରକ୍ତଦାନ, ନାରାୟଣସେବା, ଗ୍ରାମସେବା, ପାଲିଙ୍କି ଯାତ୍ରା, ମହିଳା ଦିବସ, ବୃକ୍ଷ ରୋପଣ ବୃକ୍ଷସେବା, ପଶୁସେବା, ପ୍ରଶାନ୍ତି ଚିକିତ୍ସିତ ହୃଦରୋଗୀ ସେବା, ପୂଜ୍ୟ ପୂଜା, ବିଶ୍ୱଶାନ୍ତି ଯଜ୍ଞ, ରୁଦ୍ର ପାଠ ଇତ୍ୟାଦି ମଧ୍ୟ ଆୟୋଜିତ ହେବ। ଜାନୁଆରୀ ମାସରେ ରାଜ୍ୟ ସଂଗଠନ ଦ୍ବାରା ସମଗ୍ର ରାଜ୍ୟରେ ଏକ କୃତ୍ରିମ ଅଙ୍ଗ ପରୀକ୍ଷା ଓ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଡ଼ିସେମ୍ବର ମାସରେ ସଂଗଠନ ଦ୍ବାରା ପରିଚାଳିତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଆନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଶ୍ରୀ ସତ୍ୟସାଇ ବାଳବିକାଶ ଛାତ୍ରଛାତ୍ରୀ, ଗୁରୁ, ପରିଚାଳକ ଓ ସହାୟକମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଅନୁଷ୍ଠିତ ହେବ। ଚଳିତ ମାସରେ
ଓଡିଶାର ଅନେକ ଗ୍ରାମୀଣ ସାଇଆଶ୍ରିତ,ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଭିଦର୍ଶନ ଉଦ୍ଦେଶ୍ୟରେ ମଧ୍ଯ ଯାତ୍ରା କରିବେ। ବିଗତ ତିନି ବର୍ଷ ଧରି ପ୍ରଶାନ୍ତି ନିଳୟମରୁ ଆସିଥ‌ିବା ଦିବ୍ୟ ପାଦପଦ୍ମ ଏକ ରଥରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାର କୋଣ ଅନୁକୋଣ ପରିକ୍ରମା କରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ସହ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସାର ଯୁଗ ଉପଯୋଗୀ ବାର୍ତ୍ତାକୁ ପ୍ରସାରିତ କରିଚାଲିଛି। ଏହି ଶ୍ରୀ
ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରାର ଉଦଯାପନୀ ସମାରୋହ ୨୦୨୬ ଜାନୁଆରୀ ୧୮ ତାରିଖ ଦିନ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ। ଏଥ‌ିରେ ଅନ୍ୟୁନ ୫୦ ହଜାର ଆଶ୍ରିତଙ୍କର ସମାଗମ ସହ ସଂଗଠନର ଜାତୀୟ ନେତୃବର୍ଗ ଯୋଗଦାନ କରିବେ।

21/10/2025
*ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି।*ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଓଡ଼ିଶାରେ...
21/10/2025

*ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି।*
ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବାରେ ଏହାର ଏକ ବର୍ଷ ପୂରଣ କରିଛି। ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୨୦୦୫ ମସିହାରୁ ଭାରତରେ ଜରୁରୀକାଳୀନ ଚିକିତ୍ସା ପ୍ରତିକ୍ରିୟା ଏବଂ ରୋଗୀ ପରିବହନ ସେବା ପ୍ରଦାନ କରିବାରେ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଓଡ଼ିଶାରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସହଭାଗୀତାରେ IPTHHS-II ପ୍ରକଳ୍ପ ଅଧୀନରେ ୧୦୮ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା, ୧୦୮ ରେଫରାଲ୍ ପରିବହନ ବ୍ୟବସ୍ଥା (ଜନନୀ ଆମ୍ବୁଲାନ୍ସ) ଏବଂ ୧୦୪ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ପରିଚାଳନା କରୁଛୁ। ଓଡ଼ିଶା ସହିତ, ଆମେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୦,୦୦୦ ରୁ ଅଧିକ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଜରୁରୀକାଳୀନ ସେବା ମଧ୍ୟ ପ୍ରଦାନ କରୁଛୁ।
୨୦୧୩ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ୨୨୧ ଟି ଆମ୍ବୁଲାନ୍ସକୁ ନେଇ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଓଡିଶାରେ ୮୬୦ ଟି ଜରୁରୀକାଳୀନ ଆମ୍ବୁଲାନ୍ସ,୫୦୦ ଟି ଜନନୀ ଆମ୍ବୁଲାନ୍ସ ଏବଂ ୬ ଟି ବୋଟ୍ ଆମ୍ବୁଲାନ୍ସ କାର୍ଯ୍ୟକାରୀ ଅଛି। ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୩୨ ଲକ୍ଷ୍ୟ ଲୋକ ସେବା ପାଇଥିବା ବେଳେ,ଗତ ଏକ ବର୍ଷ ମଧ୍ୟରେ ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ୧୪୮୪୦୨୭ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଛି। ତନ୍ମଧ୍ୟରୁ ୩୬୮୭୩୩ ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଇ ଦିଆଯାଇଛି।
ଏହି ଅବସରରେ ୧୦୮ ଆମ୍ବୁଲାନ୍ସ ତଥା ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ର ରାଜ୍ୟମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ଵାଳ କହିଛନ୍ତି,"୧୦୮ ଜରୁରୀକାଳୀନ ସେବା ଲୋକମାନଙ୍କ ପାଇଁ ଏକ ଜୀବନଧାରାରେ ପରିଣତ ହୋଇଛି। ଏହି ସେବା ମାଧ୍ୟମରେ ଦୈନିକ ୫ ରୁ ୬ ହଜାର ଲୋକ ଉପକୃତ ହେଉଛନ୍ତି । ରୋଗୀଙ୍କୁ କିପରି ସୁରକ୍ଷିତ ଭାବେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଡାକ୍ତରଖାନା ପହଞ୍ଚାଯାଇ ପାରିବ ସେଥିପ୍ରତି ଆମେ ଯତ୍ନବାନ ରହିଛୁ ଏବଂ ଏହି ସେବା କିପରି ଆହୁରି ଉନ୍ନତ ହୋଇ ପାରିବ ସେ ପ୍ରତି ମଧ୍ୟ ଚେଷ୍ଟା ଜାରି ରଖିଛୁ।"

21/10/2025

ଜୀସାର୍ଥକ ରେ ଚଳଚ୍ଚିତ୍ର ଅନନ୍ତା ଅକ୍ଟୋବର ୨୬ ରେ

*ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ପୋଷ୍ଟ ପ୍ରଡ଼କସନ କାମ ଶେଷ, ଜାନୁଆରୀ ରେ ଶୁଭମୁକ୍ତି*ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେପ୍ରସ୍ତୁତ ତଥା ସୌରଭ ପାଢ...
21/10/2025

*ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ପୋଷ୍ଟ ପ୍ରଡ଼କସନ କାମ ଶେଷ, ଜାନୁଆରୀ ରେ ଶୁଭମୁକ୍ତି*

ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେ
ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ
ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର
‘ଚକ୍ରାନ୍ତ' ର ପୋଷ୍ଟ ପ୍ରଡ଼କସନ ଶେଷ ଜାନୁଆରୀ ରେ ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି l ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି l ଚକ୍ରାନ୍ତ ର ଚିତ୍ରନାଟ୍ୟ ଓ
ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ
ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ ।
କାହାଣୀ ରଚନା କରିଛନ୍ତି ଦିଶା
ପାଢ଼ୀ ଏବଂ ସଂଳାପ ରଚନା
କରିଛନ୍ତି ଜିତେନ୍ଦ୍ର କୁମାର ବରାଳ
। ଗୀତ ଡଃ ନିର୍ମଳ ନାୟକ ଏବଂ
ଡଃ ରଘୁନାଥ ସାହୁ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି
ଅଭିଜିତ ମଜୁମଦାର l
ଚିତ୍ରତ୍ତୋଳନ ଦାୟିତ୍ଵରେ ସୁଦର୍ଶନ
ସେନାପତି ଅଛନ୍ତି l କବିର ପ୍ରସାଦ୍ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ନାୟକ ଶୁଭାଶିଷ
ଶର୍ମା (ମଣ୍ଟୁ), ନାୟିକା ଭୂମିକା
ଦାଶ, ହରିହର ମହାପାତ୍ର,
ଚୌଧୁରୀ ଜୟପ୍ରକାଶ ଦାସ,
ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ,
ସୁରଭି, ସୌମ୍ୟ ଶତପଥୀ, ଶୁଭମ
ପାଢ଼ୀ, ସୁମନ ମହାନ୍ତି, କୁସୁମ
ତ୍ରିପାଠୀ, ପ୍ରମୋଦ ରାଉତ,
ତୁଷାର, ଉମାକାନ୍ତ, ନିରଞ୍ଜନ
ନିରୁଆ, ପୁଣ୍ୟତୋୟା ମିଶ୍ର
କ୍ରିଷ୍ଣାରାଣୀ ଦାଶ ଏବଂ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ କଳାକାର ଚକ୍ରାନ୍ତରେ ଅଭିନୟ
କରୁଛନ୍ତି । ଚକ୍ରାନ୍ତର କାହାଣୀ
ଏପରି ; ଯୋଉ ପୁଅଝିଅ ମାନେ
ପାଠ ପଢିବା ପାଇଁ କିମ୍ବା ଚାକିରି
କରି, ନିଜ ପରିବାରଠୁ ଯଥେଷ୍ଟ
ଦୂର ସହରରେ ରହୁଛନ୍ତି, ସେମାନେ
କେମିତି ନିଜ ଜୀବନର ଲକ୍ଷ୍ୟକୁ
ଭୁଲି, କୁସଙ୍ଗରେ ପଢି ଭୁଲ୍ ରାସ୍ତାକୁ
ଚାଲି ଯାଉଛନ୍ତି । ଆଉ ବେଳେ
ବେଳେ ପୁଅ ବା ଝିଅଟି ନିଜେ
ନିର୍ଦୋଷ ହେଇକି ବି ଅଚାନକ୍ ତା'
ସାଙ୍ଗ ସାଥୀଙ୍କ ଦୋଷରେ ଅପରାଧର
ଜାଲରେ ଛନ୍ଦି ହେଇଯାଉଛି ।
ଘର ଲୋକ ଭାବୁଛନ୍ତି ଝିଅ ଆମର
ହଷ୍ଟେଲ୍ ରେ ରହି ପାଠ ପଢୁଚି, କିନ୍ତୁ
ଏପଟେ ଝିଅଟି ପ୍ରେମ ପାଇଁ
ଆତ୍ମହତ୍ୟା କରି ଦେଉଛି ।
ଗୋଟେ ଝିଅର ବାପା ଟେ ନିଜ
ଝିଅକୁ ଏଇ ପୁରୁଷ ପ୍ରଧାନ
ସମାଜରେ, ବଡ ମଣିଷ କରି ଛିଡା
କରେଇବା ପାଇଁ କେତେ ତ୍ୟାଗ
ସହିଥାଏ, କେତେ ସ୍ବପ୍ନ ଦେଖୁଥାଏ,
କିନ୍ତୁ ଝିଅଟି ଯେତେବେଳେ ସହରକୁ
ଆସି, ପାର୍ଟି, ପବ୍ କୁ ଯାଇ ବଦଳି
ଯାଏ, ଭୁଲ୍ ରାସ୍ତାକୁ ଚାଲିଯାଏ,
ସେତେବେଳେ ସେ ଝିଅର ବାପା
ମା’ ଙ୍କ ମନର ଅବସ୍ଥା କଣ ହୁଏ ! ଅନ୍ୟ ପଟେ, ପୁଅଟେ ର
ବାପା ଟେ, ନିଜ ପୁଅକୁ ସମାଜରେ
ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା
କରୁଥିଲା ବେଳେ, ପୁଅଟି କେମିତି
ଚକ୍ରାନ୍ତରେ ଫସିଯାଉଚି । ଏଇ
ଭଳି ଗୋଟେ ସମ୍ବେଦନଶୀଳ
ବିଶୟ ବସ୍ତୁକୁ ନେଇ ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଚକ୍ରାନ୍ତ l
ରହସ୍ୟ ଓ ରୋମାନ୍ସରେ ଭରା ଏଇ
ଫିଲ୍ମ ଟି ହଉଚି ଗୋଟିଏ ସମ୍ପୂର୍ଣ୍ଣ
ଏଣ୍ଟରଟେନମେଣ୍ଟ ପ୍ୟାକେଜ୍,
ଯୋଉଥିରେ ଭରପୁର କମେଡି ମଧ୍ୟ
ଅଛି । ଫ୍ୟାମିଲି ଡ୍ରାମା ସହ, ଲଭ୍
ରୋମାନ୍ସ ଥିବା ବେଳେ, ଆମ
ଓଡିଶାର ଦୋଳ ପର୍ବ ଅତି
ଜାକଜମକରେ ଦେଖିବାକୁ ମିଳିବ ।
ଏହି ଫିଲ୍ମ ରେ, ଗାଁ ପରିବେଶ ତଥା
ଆମ ମାଟିର ବାସ୍ନା ଅନୁଭବ କରି
ହେବ । ସମାଜକୁ
ସଚେତନତା ବାର୍ତ୍ତା
ଦେଉଥ‌ିବା ଏଇ ଫିଲ୍ମ କୁ, ପରିବାରର
ସମସ୍ତେ ଏକାଠି ବସି ଦେଖି ପାରିବେ ।
ଯୋଉ ବାପା ମାଆଙ୍କ ପିଲାମାନେ
ଦୂରରେ ରହୁଛନ୍ତି, ସେମାନେ ନିଜ
ପିଲାଙ୍କୁ ଏଇ ଶିକ୍ଷଣୀୟ ଫିଲ୍ମ ଟି
ଦେଖିବାକୁ ନିହାତି କହିବେ ବୋଲି
ପ୍ରଯୋଜକ ମତବ୍ୟକ୍ତ ଦେଇଛନ୍ତି ।
ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ଵରେ
ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ ପ୍ରଣୟ
ଜେଠୀ ରହିଛନ୍ତି ।

Address


751006

Telephone

+919090011555

Website

Alerts

Be the first to know and let us send you an email when AMA TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AMA TV:

  • Want your business to be the top-listed Media Company?

Share

New Odia movie Subha mahurat Aug 13

New Odia movie Subha mahurat Aug 13