
28/06/2025
#ସିନେସମୀକ୍ଷା : ଅନନ୍ତା
#କାହାଣୀ : ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ "ରାଣ୍ଡୀ ପୁଅ ଅନନ୍ତା"ର ଅବଲମ୍ବନରେ ନିର୍ମାଣ କରାଯାଇଥିବା ଅନନ୍ତା ଚଳଚ୍ଚିତ୍ର ସବୁ ଦିଗରୁ ଦର୍ଶକଙ୍କୁ ଅମୋଦିତ କରିବ। ପୂର୍ବରୁ ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କୁ ନେଇ ସବ୍ୟସାଚୀ ମହାପାତ୍ର ଦୂରଦର୍ଶନ ପାଇଁ ଟେଲିଫିଲ୍ମ ଟିଏ କରି ଖୁବ ପ୍ରଶଂସିତ ହୋଇଥିଲେ, ଆଉ ଏଥର ଆହୁରି ଅଧିକ ହେବା ନିଶ୍ଚିତ।
#ସଂଳାପ : ଡ଼.ରଜନୀ ରଂଜନ ଗୋଟିଏ ଗ୍ରାମରେ ପର୍ଯ୍ୟବେସିତ ହୋଇଥିବା କାହାଣୀର ସଂଳାପ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି।
#ଚିତ୍ରତ୍ତୋଳନ : ହୁଏନସାଂ ମହାପାତ୍ରଙ୍କ ସିନେମାଟୋଗ୍ରାଫି ଅତ୍ୟନ୍ତ ଉଚ୍ଚକୋଟିର। ପୁରା ଗାଁର ପରିବେଶ କୁ ଯେମିତି କ୍ୟାମେରାରେ କଏଦ କରିଛନ୍ତି। ନିହାତି ଭାବରେ ପ୍ରଶଂସନୀୟ।
#ସଙ୍ଗୀତ : ଦୀର୍ଘ ଦିନର ଅନ୍ତରାଳ ପରେ ଅଭିଜିତ ଦା ତାଙ୍କ ପୂର୍ବ ଚମକ ଦେଖାଇଛନ୍ତି। ସବୁ ଗୀତ ସୁନ୍ଦର ହୋଇଛି। ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି। ଛ' ମାସର ଦୀର୍ଘ ପରୀକ୍ଷା ନିରୀକ୍ଷା ଶେଷରେ ଶ୍ରୋତାର କର୍ଣ୍ଣକୁ ସ୍ମୃତି ମଧୁର ସଙ୍ଗୀତ ଗୁଡିଏ ଦେଇଛି।
#ସାଉଣ୍ଡ_ବିଭାଗ : ଅଭିଷେକ ତ୍ରିପାଠୀଙ୍କ କାମ ସୁନ୍ଦର ହୋଇଛି। ଆଗକୁ ଆହୁରି ସୁନ୍ଦର କାମ କରିବେ ବୋଲି ଦୃଢ଼ ବିଶ୍ୱାସ।
#ଭିଜୁଆଲ_ଇଫେକ୍ଟ : କଳିଙ୍ଗ ଜୟସିଂହ ଚମ୍ପିୟାନ ଭଳି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି।
#ସମ୍ପାଦନା : ଲମ୍ବୋଦର ଟକରିଙ୍କ ସହ ମିଶି ନିର୍ଦ୍ଦେଶକ କୁମାର ସି ଦେବ, ସିନେମାଟିର ସମ୍ପାଦନା ସୁନ୍ଦର ଭାବରେ କରିଛନ୍ତି। ଯେତେବେଳେ ଜଣେ ନିର୍ଦ୍ଦେଶକ ନିଜେ edit table ରେ ବସନ୍ତି ଫିଲ୍ମଟି ସୁନ୍ଦର ହେବା ସ୍ୱାଭାବିକ। ଉଦାହରଣ Raj Kumar Hirani.
#ଅଭିନୟ :
ଆମ ଅନନ୍ତା ମାନେ ସବ୍ୟସାଚୀ ମିଶ୍ର, ତାଙ୍କର ଏହି ଅଭିନୟ ତାଙ୍କୁ ଜାତୀୟ ସ୍ତରରେ ଖୁବ ପୁରସ୍କାର ଓ ପ୍ରଶସ୍ତି ଦେବ। ଜାତୀୟ ପୁରସ୍କାରଟା ବି ନିକଟତର। He is a versatile actor. Fit for everything. Big Hands to Sabya.
ସୂର୍ଯ୍ୟମୟୀ ବର୍ତ୍ତମାନ ସମୟର ଶ୍ରେଷ୍ଠ ଅଭିନେତ୍ରୀ। ତାଙ୍କ ଅଭିନୟର ବରାବରୀ କରିବା ଅନ୍ୟମାନଙ୍କ ପାଇଁ କାଠିକର ପାଠ। She is the gem of Ollywood. ଅନନ୍ତା ର ମା ଭୂମିକାରେ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଅଭିନୟ ଦେଖିବାର ଅଛି। ତାଙ୍କ body language, dialogue delivery ସବୁ ଚମତ୍କାର ହୋଇଛି। She is the right choice for this role.
ଶୁଶୀଳା ନାୟକ ପ୍ରଭାବୀ ଅଭିନୟ କରିଛନ୍ତି। କୁନା ତ୍ରିପାଠୀଙ୍କ ଉପସ୍ଥିତି ହିଁ ତାଙ୍କର ଦକ୍ଷତାକୁ ଜଣାଏ। Brilliant. ପୃଥ୍ୱୀରାଜ ନାୟକ ଓ ଜେଡ଼ି ନିଜ ନିଜର ଅଭିନୟ କୁ ସଠିକ ଭାବରେ ସମ୍ପାଦନ କରିଛନ୍ତି। ଶେଷରେ ଗୋଟିଏ କଥା କହିବି ଯେ "Director hi Actor kaa Baap Hota Hai!!" ଏହି ଉକ୍ତିଟି ତାପସ ସରଘରିଆ ଓ ସବ୍ୟସାଚୀ ମହାପାତ୍ରଙ୍କ ଉଦ୍ଦେଶ୍ୟରେ। କଣ ଅଭିନୟ କରିଛନ୍ତି ମ! ଉଭୟଙ୍କୁ ଅନୁରୋଧ ଯେ ମଝିରେ ମଝିରେ କ୍ୟାମେରା ଆଗକୁ ଏମିତି ଆସନ୍ତୁ।
ନିର୍ମାତା : ନବୀନ ଭଣ୍ଡାରୀ, ସୁଶାନ୍ତ କେ ମହାପାତ୍ର, ଶ୍ୱେତପଦ୍ମା ମହାପାତ୍ର, ସୁରଜ ମୋହନ୍ତ, ଅର୍ଚ୍ଚିତା ସାହୁଙ୍କୁ ଅଜସ୍ର ଧନ୍ୟବାଦ ଯେ ବହୁତ ଦିନ ପରେ ପ୍ରକୃତ ଓଡ଼ିଆ ସିନେମା କେମିତି ହେବା କଥା ଆମକୁ ଜଣାଇ ଦେଲେ ଓ ଦେଖାଇଦେଲେ।
#ନିର୍ଦ୍ଦେଶନା : ପିତା-ପୁତ୍ର ଯୋଡି ଓଡ଼ିଆ ସିନେମାକୁ ବିଶ୍ୱ ଦରବାରରେ କେବଳ ଠିଆ କରାଇବେ ତାହା ନୁହଁ ବରଂ ଓଡ଼ିଆ ସିନେମାକୁ ସ୍ୱତନ୍ତ୍ର ପରିଚୟ ଦେବେ। ଖୁବ ଉଚ୍ଚକୋଟୀର ନିର୍ଦ୍ଦେଶନା ଦେଇଛନ୍ତି ଏହି ଯୋଡି। ହସ, କାନ୍ଦ, ମଜା, ମସ୍ତି ସବୁରେ ଭରପୁର। ସିନେମାର climex ଯିଏ ଦେଖିଛି, ସେ ଛୋଟ ଛୁଆ ପରି କାନ୍ଦିଛି। ଏଇଟା ହିଁ ନିର୍ଦ୍ଦେଶକ ର ପ୍ରକୃତ ପ୍ରାପ୍ୟ। Huge Respect to Sabyasachi Mohapatra and Kumar C Dev.
: କିଛି ସିନେମା କେବଳ ଟଙ୍କା କମେଇବା ପାଇଁ ତିଆରି ହୋଇ ନଥାଏ। ଓଡ଼ିଆ ଜାତିର ନିଜର ପରିଚୟ, ନିଜର ଅସ୍ମିତା, ନିଜର ଗାରିମାକୁ ମନେ ପକେଇଦେବା ପାଇଁ ହେଇଥାଏ। ଅନନ୍ତା ଚଳଚ୍ଚିତ୍ରଟି ଉଭୟ ଦିଗରେ ବିଜୟ ଲାଭ କରିଛି।
Thank You to the whole team of "Ananta" for such a milestone Creation and loved movie.