27/04/2026
#କଂକାଳ_ଦେଉଛି_ମୃତ୍ୟୁ_ପ୍ରମାଣ !
ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜିଲ୍ଲାର ଘଟଣା
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡାଙ୍କ । ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ଅଛି। ଅପାଠୁଆ ଭାଇ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳ ଶୟ ଧରି ବ୍ୟାଙ୍କରେ ପହଞ୍ଚିଲେ।
ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଉଛୁ। ଗରିବ ଲୋକଟିଏ ପାଇଁ କିନ୍ତୁ କରାଯାଇ ପାରିଲା ନାହିଁ।