AMA TV

AMA TV 24/7 Web News channel. Odisha's largest media House. Odisha's First Multilanguage web News channel.

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ବ୍ରହ...
30/08/2026

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର : ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ବ୍ରହ୍ମପୁରରେ ସଫଳତାର ସହ ସମାପ୍ତ ହୋଇଛି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ପ୍ରାୟ ୧୦୦ ଜଣ ସଦସ୍ୟ ଯୋଗଦେଇ ଡିଜିଟାଲ ସାମ୍ବାଦିକତା, ମିଡ଼ିଆ ନୀତି, ଦାୟିତ୍ୱବୋଧ ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ପ୍ରଶିକ୍ଷଣର ପ୍ରଥମ ଅଧିବେଶନ ରେ ଦୈନିକ ‘ସକାଳ’ ଖବରକାଗଜର ଏଡିସନ୍ ଇନ୍‌ଚାର୍ଜ ଶ୍ରୀ ଶକ୍ତିଧର ରାଜଗୁରୁ ଉପସ୍ଥିତ ରହି ସାମ୍ବାଦିକତା ଓ ଖବର ପରିବେଷଣର ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଦ୍ୱିତୀୟ ଅଧିବେଶନ ରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଯିମ ଓ ମାସ କମ୍ୟୁନିକେସନ ବିଭାଗର ମୁଖ୍ୟ ଡ଼. ଜୟନ୍ତ କୁମାର ପଣ୍ଡା ଏବଂ ଓଟିଭି ର ବ୍ରହ୍ମପୁର ବ୍ୟୁରୋ ହେଡ୍ ଶ୍ରୀ ଅଶୋକ କୁମାର ବ୍ରହ୍ମା, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମହାସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ମୀରାବାଈ ଦେଓ, ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ଉପସଭାପତି ଶ୍ରୀ ବିଜୟାନନ୍ଦ ତ୍ରିପାଠୀ, ଶ୍ରୀ ରୁଦ୍ର କୁମାର ପାତ୍ର ଓ ଶ୍ରୀ ପଦ୍ମନ ବାତ୍ରା, ଜୋନାଲ ସଂଗଠନ ସମ୍ପାଦକ ଶ୍ରୀ ଜି. ଅଜୟ କୁମାର, ଶ୍ରୀ ସୁକାନ୍ତ ପ୍ରଧାନ, ଶ୍ରୀ ଯଦାବ ବାଗ, ବରିଷ୍ଠ ସଦସ୍ୟ ଶ୍ରୀ ସତୀଶ ପଟ୍ଟନାୟକ ଓ ଶ୍ରୀ ସୁଶାନ୍ତ ମହାକୁଡ଼ଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ରାକେଶ କୁଲଦୀପ, ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ବଛଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସଦସ୍ୟ ଅରକ୍ଷିତ ପରିଛା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ସମ୍ପାଦକ ଲୋକନାଥ ମହାନ୍ତି, ବ୍ରହ୍ମପୁର ମଣ୍ଡଳ ସମ୍ପାଦକ ବିନୋଦ ପଣ୍ଡା, ବ୍ରହ୍ମପୁର ମଣ୍ଡଳ ଉପସଭାପତି ସତ୍ୟ ନାରାୟଣ ରେଡ୍ଡୀ, ନିଗମାନନ୍ଦ ପଣ୍ଡା, ଘୁମୁସର ମଣ୍ଡଳ ଉପସଭାପତି ସୁବ୍ରତ କୁମାର ଦାଶ, ଡ଼. ବି ପ୍ରକାଶ ପାତ୍ର ପ୍ରମୁଖ ଜିଲ୍ଲା ସଭାପତିଙ୍କ ତତ୍ତ୍ୱାବଧାନରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର କ୍ଲଷ୍ଟର ଅନ୍ତର୍ଗତ ଡିଜିଟାଲ ଚ୍ୟାନେଲ ମାଲିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ‘ଜନ ବାଣୀ’ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକର୍ତ୍ତାମାନଙ୍କ ବିଶେଷ ସହଯୋଗ ପାଇଁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ ସାଧୁବାଦ ଜଣାଇଥିଲେ। ଏଥିସହ ଟ୍ରେନିଂ କ୍ୟାମ୍ପକୁ ସଫଳ କରିବାରେ ସହଯୋଗ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ODMM ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା।

ଡିଜିଟାଲ ମିଡ଼ିଆକୁ ଅଧିକ ଦାୟିତ୍ୱଶୀଳ, ଶକ୍ତିଶାଳୀ ଓ ଲୋକାଭିମୁଖୀ କରିବା ସହ ସଦସ୍ୟମାନଙ୍କ ଦକ୍ଷତା ବିକାଶ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ODMMର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

30/08/2026

Odisha digital media mahasangha tranning program at behrampur

28/08/2026

जुएल ओराम के बयान पर मचा शियासी बवाल




ଦକ୍ଷିଣ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଅଣଦେଖା ଅସହ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ସାଂସ...
24/08/2026

ଦକ୍ଷିଣ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଅଣଦେଖା ଅସହ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ
​ବ୍ରହ୍ମପୁର / ଭୁବନେଶ୍ୱର:
ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶମୂଳକ ଆକାଂକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ଅବହେଳା ଏବଂ ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପଠାଇ ଦକ୍ଷିଣ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବା ସହ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଛନ୍ତି।
​ସାଂସଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ବିଭିନ୍ନ ଶ୍ରମିକ ସଂଗଠନ, କର୍ମଚାରୀ ମହାସଂଘ ଏବଂ ବୁଦ୍ଧିଜୀବୀ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଞ୍ଚଳ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।
​ମୁଖ୍ୟ ପ୍ରସଙ୍ଗଗୁଡ଼ିକ:
​ବିଶ୍ୱବିଦ୍ୟାଳୟ ଟାଉନସିପ୍ ଓ ଭିତ୍ତିଭୂମି ଉନ୍ନତିକରଣରେ ବ୍ରହ୍ମପୁର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଅଣଦେଖା:
ରାଜ୍ୟରେ ପ୍ରସ୍ତାବିତ ପିପିପି (PPP) ମୋଡେଲ ବିଶ୍ୱବିଦ୍ୟାଳୟ ଟାଉନସିପ୍ ଯୋଜନାରେ ଭୁବନେଶ୍ୱର, ସମ୍ବଲପୁର ଓ କୋରାପୁଟକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଉତ୍କଳ, ରେଭେନ୍ସା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତିକରଣ ତାଲିକାରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଐତିହାସିକ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (Khallikote Unitary University) କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବା ଦୁର୍ଭାଗ୍ୟଜନକ।
​ରେଳ ଡାକ ସେବା (RMS) ଡିଭିଜନର କଟକ ସହ ମିଶ୍ରଣ ପ୍ରସ୍ତାବ:
ବ୍ରହ୍ମପୁରସ୍ଥିତ ରେଲୱେ ମେଲ୍ ସର୍ଭିସ (RMS) କାର୍ଯ୍ୟାଳୟକୁ କଟକ ସହିତ ମିଶ୍ରଣ କରିବା ପାଇଁ ହେଉଥିବା ପ୍ରୟାସକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡାକ ଯୋଗାଯୋଗ ଓ ପରିବହନ କେନ୍ଦ୍ର ଥିବା ଏହି କାର୍ଯ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବା ନିହାତି ଜରୁରୀ।
​ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ଆଲୋଚନାରେ ସାଂସଦମାନଙ୍କୁ ସାମିଲ ନକରିବା:
ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସ୍ଥାନୀୟ ନିର୍ବାଚିତ ସାଂସଦ ତଥା ଲୋକପ୍ରତିନିଧିମାନଙ୍କୁ ବିଚାରବିମର୍ଶରୁ ଦୂରେଇ ରଖାଯାଉଥିବାରୁ ଜନସାଧାରଣଙ୍କ ସମସ୍ୟାର ସଠିକ୍ ପ୍ରତିଫଳନ ହୋଇପାରୁ ନାହିଁ।
​ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଅଭାବ:
ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରମୁଖ ରାସ୍ତା, ଫ୍ଲାଏଓଭର, ବନ୍ଦର ଭିତ୍ତିକ ଶିଳ୍ପ, ନଦୀ ସଂରକ୍ଷଣ ତଥା ଜଳସେଚନ ଭିତ୍ତିଭୂମି ସମ୍ପର୍କିତ ପୂର୍ବ ପ୍ରସ୍ତାବଗୁଡ଼ିକ ଉପରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ।
​ଅଞ୍ଚଳବାସୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୂର କରିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମତୁଲ ପ୍ରଗତି ନିମନ୍ତେ ମୁଖ୍ୟ ଶାସନ ସଚିବ ତଥା ସମସ୍ତ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କୁ ନେଇ ତୁରନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବାକୁ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।


Dr. Pradeep Kumar Panigrahy

ଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର | ଯାଜପୁର ରୋଡ୍, ୨୩/୮: ଡିଜିଟ...
23/08/2026

ଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର |

ଯାଜପୁର ରୋଡ୍, ୨୩/୮: ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଷଠିପୁରଠାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ହେଉଛି ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର । ପ୍ରଥମ ପ୍ରଶିକ୍ଷଣ ଶିବିର ପଶ୍ଚିମ ଓଡିଶା ର ୧୧ ଟି ଜିଲ୍ଲା କୁ ନେଇ ହୋଇ ଥିବା ବେଳେ ଆଜିର ପ୍ରଶିକ୍ଷମ ଶିବିର ମଧ୍ୟ ୧୧ ଜିଲ୍ଲା ଯଥା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ କୁ ନେଇ ହୋଇଥିଲା ।

ମହାସଂଘର ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ପ୍ରଶିକ୍ଷକ ଅରବିନ୍ଦ ଦାସ ଏବଂ ନନ୍ଦିଘୋଷ ସାଟେଲାଇଟ୍ ଚ୍ୟାନେଲର ଯଯାତି କେଶରୀ ମହାନ୍ତି ଯୋଗଦେଇ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟପ୍ରଣାଳୀ, ଡିଜିଟାଲ ମିଡିଆର ବିକାଶ ଓ ସାମ୍ବାଦିକତା କ୍ଷେତ୍ରରେ ଏହାର ବଢ଼ୁଥିବା ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ।

ଶିବିରର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ଡିଜିଟାଲ ମାଧ୍ୟମରେ ଦ୍ରୁତ ଗତିରେ ସମ୍ବାଦ ପରିବେଷଣ ସହ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ, ତଥ୍ୟର ସତ୍ୟତା ଯାଞ୍ଚ ଏବଂ ନିର୍ଭରଯୋଗ୍ୟ ଖବର ପ୍ରସାରଣ ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।

ରାଜ୍ୟର ୧୩ଟି ଜିଲ୍ଲାରୁ ଯୋଗଦେଇଥିବା ସାମ୍ବାଦିକମାନେ ଶିବିରରେ ଅଂଶଗ୍ରହଣ କରି ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଂଶଗ୍ରହଣକାରୀ ସାମ୍ବାଦିକମାନଙ୍କ ପାଇଁ ପ୍ରାତଃ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ମହାସଂଘର ସମ୍ପାଦକ କବିରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ସହ ଗୁଣାତ୍ମକ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପାଇଁ ଏହି ଶିବିର ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

୧୧ ଜିଲ୍ଲାର ସାମ୍ବାଦିକଙ୍କୁ ନେଇ ବରଗଡ଼ରେ ଡିଜିଟାଲ ମିଡ଼ିଆ ପ୍ରଶିକ୍ଷଣ ଶିବିର ।AMA TV ବରଗଡ଼: ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ବର...
19/08/2026

୧୧ ଜିଲ୍ଲାର ସାମ୍ବାଦିକଙ୍କୁ ନେଇ ବରଗଡ଼ରେ ଡିଜିଟାଲ ମିଡ଼ିଆ ପ୍ରଶିକ୍ଷଣ ଶିବିର ।
AMA TV
ବରଗଡ଼: ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ବରଗଡ଼ ମିଲନ ମଣ୍ଡପଠାରେ ଆଜି ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୧ଟି ଜିଲ୍ଲାରୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ଓ ସାମ୍ବାଦିକମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ବରଗଡ଼ଜିଲ୍ଲା ସଭାପତି ମୁନ୍ନା ସାହୁ ଓ ସେକ୍ରେଟାରୀ ଏମ ଦୁର୍ଗାପ୍ରସାଦ ,ରାଜ୍ୟ ସେକ୍ରେଟାରୀ ତରଣୀ ପଟେଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଟ୍ରେନର ଅରବିନ୍ଦ ଦାଶ ଯୋଗଦେଇ ସାମ୍ବାଦିକତାର ନୂତନ ଧାରା ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବରଗଡ଼ SP ରବୀନ୍ଦ୍ରନାଥ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଡିଜିଟାଲ ମିଡ଼ିଆ ଖବର ପ୍ରସାରଣର ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ଜରୁରୀ। ଗଣମାଧ୍ୟମ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିଲେ ସମାଜର ବିଭିନ୍ନ ସମସ୍ୟା ସମାଧାନରେ ସହଯୋଗ ମିଳିପାରିବ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ମହାସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ କାନ୍ତ ଖେଡୁୱାଲ ସିଂ ରାଜ୍ୟ ସଧାରଣ ସମ୍ପାଦକ କବିରାଜ ପାତ୍ର ରାଜ୍ୟ ସଭପତି ମନୋଜ ଶତପଥୀ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିରରେ ଡିଜିଟାଲ ସାମ୍ବାଦିକତା, ଖବରର ସତ୍ୟତା ଯାଞ୍ଚ, ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ ଓ ଆଧୁନିକ ଗଣମାଧ୍ୟମର ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଥିଲା।

11/08/2026

एनएच - 143 की बदहाली के विरोध में बिरमित्रपुर बंद


ଯାଜପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରସ୍ତୁତି ବୈଠକ: ୨୩ ଅଗଷ୍ଟ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି078529 ...
05/08/2026

ଯାଜପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରସ୍ତୁତି ବୈଠକ: ୨୩ ଅଗଷ୍ଟ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି
078529 22654

ଯାଜପୁର: ଆସନ୍ତା ୨୩ ଅଗଷ୍ଟ ତାରିଖରେ ଯାଜପୁରରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର-୧ ର ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଗୌରାଙ୍ଗ ଚରଣ ମହି, ଜିଲ୍ଲା ଉପଦେଷ୍ଟା ନିର୍ମଳ ସମକକ୍ଷ ଏବଂ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ l

ବୈଠକରେ ଗୌରାଙ୍ଗ ଚରଣ ମହି ସାମ୍ବାଦିକମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ବୃଦ୍ଧି, ବୃତ୍ତିଗତ ମାନଦଣ୍ଡ ଓ ଡିଜିଟାଲ ସାମ୍ବାଦିକତାରେ ଉନ୍ନତି ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ। ସେହିପରି ୨୩ ଅଗଷ୍ଟରେ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ର ସମସ୍ତ ସଦସ୍ୟ ମାନେ ଏହି ପ୍ରଶିକ୍ଷଣ ଶିବିର ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଶିବିର ରେ ଯୋଗ ଦେଉଥିବା ସମସ୍ତ ସାମ୍ବାଦିକମାନଙ୍କୁ ସମ୍ମାନଜନକ ସ୍ୱାଗତ ଓ ସୁଚାରୁ ବ୍ୟବସ୍ଥାପନା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଯାଜପୁର ଜିଲ୍ଲା ମିଡ଼ିଆ ସେଲ୍ର ଦାୟିତ୍ୱ ହେମନ୍ତ କୁମାର ନାୟକଙ୍କୁ ଅର୍ପଣ କରାଯାଇଥିଲା।

ବୈଠକରେ ରାଜ୍ୟ ପରିଷଦ ସଭ୍ୟ ସରୋଜ କୁମାର ଧଳ, ସଦସ୍ୟ ନିୟୁଜ ଚେନେଲ ର ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଜିତୁ ବେହେରା, ନିରୋଜ କୁମାର ସେଠୀ, ପ୍ରଦୀପ କୁମାର ପୃଷ୍ଟି, ଉଦୟନାଥ ଜେନା, ପ୍ରଭାତ ମଲ୍ଲିକ, ସୁଶାନ୍ତ କୁମାର ଜେନା, ଅଗ୍ନିବେଶ ଭାସ୍କର, ସଞ୍ଜୟ ନାୟକ, ଭାଗିରଥି ଜେନା, ମାନସ କୁମାର ସାହୁ, ନବଘନ ବାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ।

ଶେଷରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି ୨୩ ଅଗଷ୍ଟର ପ୍ରଶିକ୍ଷଣ ଶିବିରକୁ ସୁଚାରୁ, ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

28/07/2026

ओडिशा डिजिटल मीडिया महासंघ (ODMM) की महत्वपूर्ण बैठक भुवनेश्वर स्थित रोटरी भवन में संपन्न , गरीब और असहायों को न्याय दिलाने के लिए बुलंद हुई आवाज




ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନରେ ହୋଇଛି !ଗରିବ ଓ ଅସହାୟଙ୍କୁ ନ୍ୟାୟ ଦେବା ...
26/07/2026

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନରେ ହୋଇଛି !ଗରିବ ଓ ଅସହାୟଙ୍କୁ ନ୍ୟାୟ ଦେବା ପାଇଁ ଉଠିଲା ସ୍ୱର l
AMA TV
ଗରିବ, ନିଷ୍ପେଷିତ ଓ ଅସହାୟ ଶ୍ରେଣୀର ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
​ଏହି ବୈଠକରେ ବିଶିଷ୍ଟ ସମାଜସେବୀ ତଥା ଆର.ଟି.ଆଇ (RTI) କର୍ମୀ ଡକ୍ଟର ରାଜକୁମାର ଯାଦବ ଏବଂ ଓଡ଼ିଶା ସରକାରଙ୍କ ଖଣି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ସାରଦା ପ୍ରସାଦ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ନିଜର ମୂଲ୍ୟବାନ ସୂଚନା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିସହିତ କେନ୍ଦୁଝର ଜିଲ୍ଲାର ଜଣାଶୁଣା ସମାଜସେବୀ ସୂର୍ଯ୍ୟନାରାୟଣ କର ମଧ୍ୟ ଉପସ୍ଥିତ ରହି ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ।
​ସଂଗଠନର ନେତୃତ୍ୱ ନେଇ ODMM ର ରାଜ୍ୟ ସଭାପତି ମନୋଜ କୁମାର ଶତପଥି, ସାଧାରଣ ସମ୍ପାଦକ କବିରାଜ ପାତ୍ର ଏବଂ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରମୁଖ ବୈଠକ ପରିଚାଳନା କରିଥିଲେ। ଏହା ସହିତ ODMM ର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମୀରା ବାଇ ଦେଓ ଏବଂ ସୂର୍ଯ୍ୟକାନ୍ତ ଖେଡୁୱାଲ୍ ସିଂ ଉପସ୍ଥିତ ରହି ଗରିବ ଶ୍ରେଣୀର ଲୋକଙ୍କ ହକ ପାଇଁ ସଂଗଠନକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।
​"ଅନ୍ୟାୟ ବିରୋଧରେ ଆମର ଆବାଜ" ସ୍ଲୋଗାନକୁ ପାଥେୟ କରି ଆୟୋଜିତ ଏହି ସଭାରେ ସବୁ ଜିଲ୍ଲାରୁ ଆସିଥିବା ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଗାମୀ ଦିନ ରେ ସଂଗଠନ କୁ ଆଗକୁ ନେବା ପାଇଁ ଆଲୋଚନା ହୋଇଥିଲl

Address

Bhubaneswar

Alerts

Be the first to know and let us send you an email when AMA TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AMA TV:

Shortcuts

Share