Satyapaath

Satyapaath Contact information, map and directions, contact form, opening hours, services, ratings, photos, videos and announcements from Satyapaath, Digital creator, BHUBANESWAR, Bhubaneswar.

ସତ୍ୟପାଠରେ, ଆମେ ସତ୍ୟର ଅନୁସନ୍ଧାନ କରିବା। ଓଡ଼ିଶାରୁ ଭାରତ ଏବଂ ବିଶ୍ବରେ ପ୍ରତ୍ୟେକଦିନ ଘଟୁଥିବା ଘଟଣା ଗୁଡ଼ିକର ତଥ୍ୟର ଗଭୀର ଭାବରେ ଅନୁସନ୍ଧାନ ଏବଂ ଲୁକ୍କାୟିତ ଥିବା ସତ୍ୟ କୁ ଉନ୍ମୋଚନ କରିବା ,ସତ୍ୟ ଖୋଜିବା, ଜାଗରଣ ସୃଷ୍ଟି କରିବା ଓ ପରିବର୍ତ୍ତନକୁ ପ୍ରେରିତ କରିବା ପାଇଁ ଆମ ସହିତ ଯୋଗ ଦିଅନ୍ତୁ।

19/10/2025

🔥 ପିତୃପକ୍ଷ, ଆମର ପୂର୍ବପୁରୁଷ ଙ୍କ ପାଇଁ ଶ୍ରଦ୍ଧା ର ପର୍ବ 🔥
🔱🛑 🌷🕉 🌷 🛑🔱


ଗୟା ଓ ବ୍ରହ୍ମକପାଳ ପ୍ରଭୃତି ପୁରାଣପ୍ରସିଦ୍ଧ ପିତୃତୀର୍ଥରେ ପୂର୍ବପୁରୁଷଙ୍କର ମୁକ୍ତି ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ ଆଦି କରାଯାଏ। କିନ୍ତୁ ଏପରି ପିତୃତୀର୍ଥ ମଧ୍ୟରେ ପୁରୀ ପରିଗଣିତ କି? ‘ପିତୃପକ୍ଷ’ ଅବସରରେ ଏ ପ୍ରଶ୍ନଟି ପ୍ରାସଙ୍ଗିକ ମନେହୁଏ। ଏହାର ଉତ୍ତର ଦେଇ ‘ଶ୍ରୀଜଗନ୍ନାଥ ତତ୍ତ୍ୱ ସମୀକ୍ଷା’ ପୁସ୍ତକରେ ପଣ୍ଡିତ ସଦାଶିବ ରଥଶର୍ମା କହିଛନ୍ତି- ‘ବିଷ୍ଣୁସ୍ମୃତି’ ଓ ‘ହାରିତସ୍ମୃତି’ ପରି ଦୁଇ ପ୍ରାଚୀନ ଧର୍ମଗ୍ରନ୍ଥ ‘ନୀଳାଚଳ’କୁ ପିତୃତୀର୍ଥ ବୋଲି ଘୋଷଣା କରିଛନ୍ତି। ଏହି ସ୍ମୃତି ଯାଜ୍ଞବଳ୍‌କ୍ୟଙ୍କ ସମର୍ଥିତ ଧର୍ମଗ୍ରନ୍ଥ ଏବଂ ଏହା ସୁପ୍ରାଚୀନ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ଏହି ମତ ପ୍ରଚଳିତ ଅଛି।

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ୨୦ ଅଧ୍ୟାୟରେ, ‘ଇନ୍ଦ୍ରଦ୍ୟୁମ୍ନ ସରୋବର’ର ରହସ୍ୟ ବର୍ଣ୍ଣନା ପ୍ରସଙ୍ଗରେ ମଧ୍ୟ ଏହା ସ୍ୱୀକୃତ ହୋଇଛି। ଜୈମିନୀ ଋଷି କହିଛନ୍ତି- ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ସ୍ନାନ ଏବଂ ପିତୃ ଓ ଦେବତାମାନଙ୍କର ତର୍ପଣ ବିଧିମତେ ସଂପାଦନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳେ। ଏହି ସରୋବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ। ମାନବଗଣ ସେହି ସ୍ଥଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କଲେ, କୁଳର ୨୧ ପୁରୁଷଙ୍କୁ ଉଦ୍ଧାର କରନ୍ତି ଏବଂ ନିଜେ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି। ଅଶ୍ୱମେଧ ଯଜ୍ଞରୁ ସୃଷ୍ଟି ହୋଇଥିବା ଏହି ସରୋବରଠାରୁ ଶ୍ରେଷ୍ଠତୀର୍ଥ ଅନ୍ୟ କେଉଁଠାରେ ନାହିଁ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଏହି ‘ସ୍କନ୍ଦପୁରାଣ’ର ୩୦ ଅଧ୍ୟାୟରେ କୁହାଯାଇଛି। ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାର ଉପାୟ ସୂଚାଇ, ତାଙ୍କୁ ‘ଦ୍ରବରୂପୀ ତୀର୍ଥରାଜ’ ବା ‘ତରଳତୀର୍ଥ’ ବୋଲି କହିଛନ୍ତି। ସେହି ପ୍ରାର୍ଥନା ହେଉଛି- ହେ ଦେବଦେବ! ହେ ପ୍ରଭୋ ଜଗନ୍ନାଥ! ଆପଣ ହିଁ ସର୍ବତୀର୍ଥର ସୃଷ୍ଟିକର୍ତ୍ତା, ସର୍ବତୀର୍ଥମୟ ଓ ସର୍ବଦେବମୟ ଅଟନ୍ତି। ହେ ଦେବ! ମୁଁ ଯେଉଁ ତୀର୍ଥ ଜଳରେ ସ୍ନାନ କରୁଅଛି, ଆପଣଙ୍କ ପ୍ରସାଦରୁ ତାହା ସଫଳ ହେଉ। ଆପଣ କୃପାକରି ମୋତେ ଯଥାର୍ଥ ଫଳ ପ୍ରଦାନ କରନ୍ତୁ। ହେ ବିଭୋ! ଆପଣ ଯେ ଦ୍ରବରୂପୀ ତୀର୍ଥରାଜ ଅର୍ଥାତ୍ ତରଳତୀର୍ଥ ଏଥିରେ ସନ୍ଦେହ ନାହିଁ। ହେ ନାଥ! ଆପଣଙ୍କୁ ନମସ୍କାର। ମୁଁ ଏହି ଘୋର ସଂସାରରୂପକ ପାପ ଆଳୟରେ ଆବଦ୍ଧ ରହିଅଛି। ମୋତେ ପରିତ୍ରାଣ କରନ୍ତୁ!
🍀🌻☘️🌻☘️🌻☘️🌻☘️
ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା?

ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା? ସତରେ କଣ ଏହା ଯମ ଲୋକ ବା ସ୍ୱର୍ଗ ଲୋକ ଯାଇଥାଏ ? ସତରେ କଣ ଆତ୍ମାର ମୃତ୍ୟୁ ନାହିଁ? ବ୍ୟକ୍ତିର ମୃତ୍ୟୁ ପରେ ପରିବାର ଲୋକେ ଦେଉଥିବା ଶ୍ରାଦ୍ଧ ତର୍ପଣ ଏକ ମୃତ ଆତ୍ମର କ’ଣ ବା କାର୍ଯ୍ୟରେ ଆସିବ। ଏଭଳି ଅନେକ ପ୍ରଶ୍ନ ବେଳେ ବେଳେ ମନକୁ ଆନ୍ଦୋଳିତ କରିଥାଏ । ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା…
ଶାସ୍ତ୍ର କହେ ଆତ୍ମା ଅମର, ତାହାର ମୃତ୍ୟୁ ନାହିଁ । ମଣିଷ ପୋଷାକ ବଦଳାଇବା ପରି ଆତ୍ମା ଶରୀର ବଦଳାଇଥାଏ। ତେବେ ମନରେ ପ୍ରଶ୍ନ ଆସେ ଆତ୍ମା ଯଦି ଗୋଟିଏ ଶରୀର ବଦଳାଇ ଆଉ ଏକ ଶରୀରରେ ପ୍ରବେଶ କରେ ତେବେ ଆତ୍ମା ଶାନ୍ତି ପାଇଁ ହେଉଥିବା ଏହି ଶ୍ରାଦ୍ଧ ପୁଣି କଣ ପାଇଁ?
ବେଦ ଅନୁଯାୟୀ, ଶରୀର ଛାଡିବା ପରେ ଯେଉଁମାନେ ତପ ଧ୍ୟାନ କରିଥାନ୍ତି ସେମାନେ ବ୍ରହ୍ମରେ ଲୀନ ହୋଇଯାଆନ୍ତି । ମୃତ ଶରୀର ତ୍ୟାଗ କରି ଆତ୍ମା ପୁନର୍ଜନ୍ମ ମଧ୍ୟ ଲାଭ କରିଥାଏ । ଜୀବିତ ବ୍ୟକ୍ତିର କର୍ମ ଅନୁଯାୟୀ ଏହାକୁ ଯୋନିରେ ସ୍ଥାନ ମିଳିଥାଏ । ଭଲ କର୍ମ କରିଥିଲେ ଦେବଲୋକ ନହେଲେ ନର୍କ ଲୋକ। ଆହୁରି ମଧ୍ୟ କୁହାଯାଇଛି ଆମେ ଅଗ୍ନିକୁ ଦେଉଥିବା ଅନ୍ନ ଜଳକୁ ଅଗ୍ନି ଆମ ପିତୃ ପୁରୁଷଙ୍କ ପାଖରେ ପହଞ୍ଚାଇ ତାଙ୍କୁ ତୃପ୍ତ କରିଥାନ୍ତି ।
ମୃତ୍ୟୁ ପରେ ଆତ୍ମା ପ୍ରେତ ଯୋନିରେ ଯିବାକୁ ଖରାପ ବୋଲି ଧରାଯାଏ । ଶ୍ରାଦ୍ଧ ଓ ତର୍ପଣ ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ମିଳିବାରେ ସହାୟତା ହୋଇଥାଏ । ଆମର ଯେଉଁ ପୂର୍ବଜମାନେ ପିତୃଲୋକ ଯାଇ ପାରନ୍ତି ନାହିଁ କିମ୍ବା ପୁନର୍ଜନ୍ମ ଲାଭ କରି ନଥାନ୍ତି ଏପରି ଅତୃପ୍ତ ଆତ୍ମାର ମୁକ୍ତି ଲାଗି ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ । ଏଭଳି କରିବା ଦ୍ୱାରା ଆତ୍ମା ପ୍ରେତ ଯୋନିରୁ ମୁକ୍ତି ପାଇ ମନୁଷ୍ୟ ଯୋନିରେ ଜନ୍ମ ନେଇଥାଏ ।
କୁହାଯାଏ ସ୍ୱର୍ଗଲୋକରେ ଆତ୍ମା ପହଞ୍ଚିବା ଅତି ସୈାଭାଗ୍ୟର କଥା । ସେଠାରେ ଆତ୍ମା ପହଞ୍ଚିବା ପରେ ସମସ୍ତ ଶୋକ ସନ୍ତାପରୁ ମୁକ୍ତ ହୋଇ କିଛି କାଳ ରହିବା ପରେ ପୁର୍ନବାର ମଣିଷ ଯୋନିରେ ଜନ୍ମ ନେଇଥାଏ । ଯେତେବେଳେ ଆମର ଏଠି ପିତୃପକ୍ଷ ଆରମ୍ଭ ହୁଏ ଆମର ପତୃଲୋକ ତାଙ୍କର ବଂଶଜକୁ ଦେଖିବା ପାଇଁ ଧରାପୃଷ୍ଠକୁ ଆସିବା ସହ ଶ୍ରାଦ୍ଧ ଗ୍ରହଣ କରି ଆଶିର୍ବାଦ ଦେଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି ।
🍀🌻☘️🌻☘️🌻☘️🌻☘️

19/10/2025

ଓଁ ନମୋ ଭଗବତେ ବାସୁଦେବାୟ🙏

କର୍ମ ନେଇ ଫଳ,ତୀର୍ଥ ନେଇ ବଳ,
ଜଣା ଅଛି ଏ ଜଗତେ।
ଜଗତ ଗୁରୁ ପ୍ରଭୁ ଜଗନ୍ନାଥ,
ସତ ଏକା ଏହି ମରତେ।
ସତ୍ୟ ଦ୍ଵାରା କ'ଣ ଘଟୁଛି ?
୧-ସତ୍ୟ ହିଁ ପୃଥିବୀକୁ ଧାରଣ କରିଛି।
୨- ସତ୍ୟଦ୍ଵାରା ସୂର୍ଯ୍ୟ ଉତ୍ତପ୍ତ ହେଇଛନ୍ତି।
3- ସତ୍ୟଦ୍ବାରା ବାୟୁ ପ୍ରବାହିତ ହେଉଅଛି।
ସବୁ କିଛି ସତ୍ୟଦ୍ବାରା ପ୍ରତିଷ୍ଠିତ ହେଉଅଛି। ଅର୍ଥାତ ପରମାତ୍ମାଙ୍କୁ ହିଁ ଏଠାରେ ସତ୍ୟ କୋଲି କୁହାଯାଇଛି। ସତ୍ୟରେ ହିଁ ପୃଥିବୀ ରହିଅଛି।
ସତ୍ୟ କାରଣରୁ ହିଁ ସୂର୍ଯ୍ୟ, ବାୟୁ, ନିଜ ନିଜ ର କାର୍ଯ୍ୟ କୁ ନିୟମିତ ଭାବରେ କରୁଛନ୍ତି ଏବଂ ଏହି ସାରା ସଂସାର ସତ୍ୟ ପାଇଁ ହିଁ କାର୍ଯ୍ୟ କରି ଚାଲିଛି। ତେଣୁ ସତ୍ୟ ହେଉଛି ସବୁକିଛିର ଆଧାର।
ଏହି ସଂସାରରେ ସ୍ଥିର କ'ଣ ?
ଲକ୍ଷ୍ମୀ ଚଞ୍ଚଳା, ପ୍ରାଣ, ଜୀବନ,ଶରୀର ସବୁ କିଛି ଚଞ୍ଚଳ ଓ ବିନାଶଶୀଳ।
ସଂସାରରେ କେବଳ ଧର୍ମ ହିଁ ନିଶ୍ଚଳ, ସ୍ଥିର।
ଲକ୍ଷ୍ମୀ, ଧନ,-ଦ୍ରବ୍ୟାଦି ସବୁକିଛି ଚଞ୍ଚଳ,
ତାହା କେତେବେଳେ ଜଣଙ୍କ ପାଖରେ ଥାଏ ତ କେତେବେଳେ ତାହା ଆଉ ଜଣଙ୍କ ପାଖରେ ଥାଏ। ତେଣୁ ଦ୍ରବ୍ୟ ଉପରେ ବିଶ୍ୱାସ କରିହେବ ନାହିଁ କି ଗର୍ବ କରିହେବ ନାହିଁ। ପ୍ରାଣ, ଜୀବନ, ଶରୀର ଓ ଏହି ସାରା ସଂସାର ମଧ୍ୟ ଚିରକାଳ ପାଇଁ କେବେ ସ୍ଥିର ନୁହେଁ। ଏ ସବୁ ଦିନେ ନା ଦିନେ ଅବଶ୍ୟ ନଷ୍ଟ ହୋଇଯିବ।
ସଂସାରରେ କେବଳ ଧର୍ମ ଏପରି ଏକ ଜିନିଷ ଯାହା କେବେହେଲେ ନଷ୍ଟ ହୁଏ ନାହିଁ। ତାହା ବ୍ୟକ୍ତିର ପ୍ରକୃତ ସାଥି, ଏହା ସବୁଠାରୁ ବଡ଼ ସମ୍ପତ୍ତି,।ଯାହା ଜୀବନ ଥିବା ଯାଏଁ କାମରେ ଆସେ ଓ ଜୀବନ ପରେ ମଧ୍ୟ। ଏଣୁ ଏହାକୁ ସବୁବେଳେ ସଂଚୟ କରିବା ଦରକାର।
ଧନସମ୍ପତ୍ତି, ପ୍ରାଣ, ଶରୀର, ଆଦିର ମୋହରେ ଅଧିକ ଆକର୍ଷିତ ହେବା ଉଚିତ ନୁହେଁ।
ଶୁଣି ଶୁଣି କି ଲାଭ ହୁଏ ?
୧-ଶୁଣି ଶୁଣି ମନୁଷ୍ୟ ନିଜର ଧର୍ମ ବିଷୟରେ ଜାଣିଥାଏ।
୨- ଶୁଣି ଶୁଣି ମନୁଷ୍ୟ ନିଜର ଦୁର୍ବୁଦ୍ଧି ତ୍ୟାଗ କରିଥାଏ।
୩- ଶୁଣି ଶୁଣି ମନୁଷ୍ୟ ର ଜ୍ଞାନ ପ୍ରାପ୍ତ ହୁଏ
୪- ଶୁଣି ଶୁଣି ମନୁଷ୍ୟ ମୋକ୍ଷ ଲାଭ କରିଥାଏ।
ମନୁଷ୍ୟ ନିଜର ପୂଜ୍ୟ ଲୋକମାନଙ୍କ ମୁହଁରୁ ,ଗୁରୁଜୀ,ଗୁରୁମା, ସାଧୁ ଓ ମହାପୁରୁଷମାନଙ୍କ ମୁହଁରୁ ବିଭିନ୍ନ ନୀତିକଥା,ସାଧୁବାଣି, ସତସଙ୍ଗ ଶୁଣି ମନୁଷ୍ୟ ନିଜର ଧର୍ମ ଅର୍ଥାତ କର୍ତବ୍ୟ ସମ୍ପର୍କରେ ଜ୍ଞାନ ଲାଭ କରିଥାଏ।
ଯାହାଫଳରେ ସେ ତାକୁ ସେ ଧ୍ଵଂସ ପଥକୁ ନେଇ ଯାଉଥିବା ସମସ୍ତ କାର୍ଯ୍ୟକୁ ତ୍ୟାଗ କରି ଦେଇଥାଏ। ଶୁଣିକି ମଧ୍ୟ ମଣିଷକୁ ଦିବ୍ୟଜ୍ଞାନ,ଓ ମୋକ୍ଷ ମିଳିଥାଏ। ଏଣୁ ଏହା ସ୍ଵଷ୍ଟ ଯେ କଥାକୁ ପଢି ବୁଝିବା ଅପେକ୍ଷା ତାହାକୁ କୌଣସି ଜ୍ଞାନୀ ଗୁରୁଙ୍କ ମୁଖରୁ ଶୁଣିବାକୁ ଅଧିକ ଗ୍ରାହ୍ଯ ବୋଲି ମନେ କରାଯାଇଥାଏ।
ଏମିତି ଅନେକ ମନୁଷ୍ୟ ବା ମହାପୁରୁଷ ଅଛନ୍ତି ଯେଉଁମାନେ କି ଶୁଣି ଶୁଣି ବହୁତ କିଛି ଜାଣିଛନ୍ତି। ଏଣୁ ମାନୁଷ୍ୟର କର୍ତ୍ତବ୍ୟ
ହେଉଛି ସେ ଯଦି ସେ ସ୍ୱୟଂ ଶାସ୍ତ୍ରକୁ ପଢ଼ି ପାରେନାହିଁ,ତା ହେଲେ ଧର୍ମ ଉପଦେଶକୁ ଶୁଣି କି ଗ୍ରହଣ କରେ ତେବେ ମଧ୍ୟ ତାହାକୁ ପୂର୍ଣ୍ଣ ଲାଭ ମିଳିଥାଏ।
ଓଁ ଶ୍ରୀ ପରମାତ୍ମନେ ନମୋଃ🙏

https://youtu.be/s2AUjk2p3FI?si=3sKzTueIlQ0Ayc0J
05/09/2025

https://youtu.be/s2AUjk2p3FI?si=3sKzTueIlQ0Ayc0J

🙏 ଆଜିର ଏହି ପବିତ୍ର ଦିନ – ଗୁରୁଦିବସ । ଗୁରୁଙ୍କୁ ସ୍ମରଣ କରିବାର ଦିନ, ତାଙ୍କ ଶିକ୍ଷା ଓ ପ୍ରେରଣାକୁ ଆମ ଜୀବନରେ ଅନୁସରଣ କରିବାର ଦି.....

https://youtu.be/j7twa3pCVQA?si=Q3XiF2v-9kar7bDj
05/09/2025

https://youtu.be/j7twa3pCVQA?si=Q3XiF2v-9kar7bDj

ଏହି ଭିଡିଓଟି ମୋର ପ୍ରିୟ ଶିକ୍ଷକମାନଙ୍କୁ ଗୁରୁଦିବସରେ ସମର୍ପିତ ।ଶିକ୍ଷକମାନେ ଆମ ଜୀବନର ପ୍ରେରଣା, ଆଲୋକ ଓ ଭବିଷ୍ୟତର ନିର୍ମାତା .....

30/08/2025

Address

BHUBANESWAR
Bhubaneswar

Website

Alerts

Be the first to know and let us send you an email when Satyapaath posts news and promotions. Your email address will not be used for any other purpose, and you can unsubscribe at any time.

Share