PratinidhiOdia

PratinidhiOdia Odisha's leading news portal Pratinidhi is one of the best ways to access current information, news

28/02/2024
13/09/2023
13/09/2023
24/08/2023
24/08/2023

ଭାରତର ଚନ୍ଦ୍ରଯାତ୍ରାରେ ଓଡ଼ିଆଙ୍କ ଅବଦାନ ପ୍ରଶଂସନୀୟ 🌝🇮🇳

'ଚନ୍ଦ୍ରଯାନ-୩'ର ସଫଳ ଅଭିଯାନ ମାଧ୍ୟମରେ ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତର ପାରିଦର୍ଶିତାକୁ ସାରା ବିଶ୍ବ ଦେଖିଛି । ଏହି ମୁନ୍ ମିଶନରେ ଓଡ଼ିଆଙ୍କ ଭୂମିକା ମଧ୍ୟ କିଛି କମ୍ ନୁହେଁ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇର ବୈଜ୍ଞାନିକ ସୁଶୀଲ କୁମାର ନାୟକ 'ଚନ୍ଦ୍ରଯାନ-୩' ପ୍ରକଳ୍ପର ମୁଖ୍ୟ ସୂତ୍ରଧର ଥିବା ବେଳେ ସେହି ଜିଲ୍ଲାର ଡେରାବିଶର ୨୮ ବର୍ଷୀୟ ଶୁଭାଶିଷ ନାୟକ ଇସ୍ରୋର ମେକାନିକାଲ ଇରିଗେସନ ଡିଭିଜନରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆ ଇସ୍ରୋରେ କ୍ରାଏଜୋନିକ ଷ୍ଟେଜ୍ ଓ ଥର୍ମାଲ ସୁରକ୍ଷା ବ୍ୟବସ୍ଥା ବିଭାଗରେ କାର୍ଯ୍ୟ କରି 'ଚନ୍ଦ୍ରଯାନ-୩' ଅଭିଯାନର ସଫଳତାରେ ନିଜ ନାଁ ଯୋଡ଼ି ଓଡ଼ିଶାକୁ ଗର୍ବିତ କରିଛନ୍ତି ।

24/08/2023

India is on the Moon 🇮🇳 🌝

becomes the 1st country to land on the Lunar South Pole.

Thank You ISRO For making India Proud..



24/08/2023

ଓଡ଼ିଶୀ ନୃତ୍ୟକୁ ବିଶ୍ବ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

#ସଂଯୁକ୍ତାପାଣିଗ୍ରାହୀ

Address

Bhubaneswar

Alerts

Be the first to know and let us send you an email when PratinidhiOdia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PratinidhiOdia:

Share

ଆମ ସମ୍ପର୍କରେ

ଓଡ଼ିଶାର ଅଗ୍ରଣୀ ନ୍ୟୁଜ ପୋର୍ଟାଲ ‘ପ୍ରତିନିଧି’ ସାମ୍ପ୍ରତିକ ଘଟଣାବଳୀ, ଦେଶ ଦୁନିଆର ଖବର ଓ ବଜାର ଟ୍ରେଣ୍ଡ୍‌ ସମ୍ପର୍କିତ ସୂଚନା ଜାଣିବା ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ। ସାଧାରଣ ପାଠକଙ୍କ ଦୈନନ୍ଦିନ ଦୁନିଆ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ଆକର୍ଷଣୀୟ ଫଟୋ ଓ ଫିଚର ସହ ଉପସ୍ଥାପନ କରିବାର ଅହରହ ପ୍ରୟାସ କରିଚାଲିଛି ଏହି ନ୍ୟୁଜ ଓ ଫିଚର ପୋର୍ଟାଲ। ଏଥିସହ ଏହା ହାତପାହାନ୍ତାରେ ସଫଳତା ହାସଲକାରୀଙ୍କ ଉପରେ ସ୍ବତନ୍ତ୍ର କଭରେଜ୍‌, ଓଡ଼ିଶାରେ ଔଦ୍ୟୋଗିକ ସୁଯୋଗ ଏବଂ ବିକାଶର ଅନେକ ପ୍ରେରଣାଦାୟୀ ଆଲେଖ୍ୟକୁ ଉପଲବ୍ଧ କରାଇବାର ମାଧ୍ୟମ ପାଲଟିଛି। ପାଠକଙ୍କ ରୁଚିକୁ ୠଦ୍ଧିମନ୍ତ କରିବା ନିମନ୍ତେ ଏହି ପୋର୍ଟାଲ ରାଜ୍ୟର ଦୂରଦୂରାନ୍ତର ବିଭିନ୍ନ ସମସ୍ୟା ଓ ପ୍ରେରଣାଦାୟୀ ପ୍ରୟାସକୁ ଲୋକଲୋଚନକୁ ଆଣିବା ସହ ସାମ୍ପ୍ରତିକ, ରାଜନୀତି, ମନୋରଞ୍ଜନ, ଖେଳ, ବାଣିଜ୍ୟ ଅର୍ଥନୀତି, ଶିକ୍ଷା, ବାଦବିବାଦ, ଅପରାଧ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, କଳା ଓ ସଂସ୍କୃତି, ଯୁବ ଜଗତ, ନାରୀ, ରୋଷେଇ, ଫ୍ୟାଶନ ଓ ଲାଇଫଷ୍ଟାଇଲ ସମ୍ପର୍କିତ ଖବର ଓ ଫିଚର ପ୍ରସ୍ତୁତିରେ ମନୋନିବେଶ କରିଛି। ମୋଟାମୋଟି କହିବାକୁ ଗଲେ, ଦେଶ ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଓଡ଼ିଆମାନଙ୍କ ପାଇଁ ନିଜ ରାଜ୍ୟ ତଥା ଜନ୍ମମାଟିର ପ୍ରତିମୁହୂର୍ତ୍ତରେ ଖବର ଓ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏହା ଏକ ଉପଯୁକ୍ତ ମଞ୍ଚ ହୋଇଛି। କୌଣସି ପରିସ୍ଥିତିରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବରିଷ୍ଠ ସମ୍ପାଦକ ପ୍ରଦୀପ୍ତ କେ. ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ପେସାଦାର ଟିମ୍‌ ସାରାବିଶ୍ବରେ ଓଡ଼ିଶା ସମ୍ପର୍କରେ ଏକ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିବା ପାଇଁ ଶତତ ଚେଷ୍ଟିତ। ପେସାଦାର ସାମ୍ବାଦିକ, ଫିଚର ଲେଖକ, ଫଟୋ ସାମ୍ବାଦିକ, ଗ୍ରାଫିକ୍ସ ଡିଜାଇନର, କାର୍ଟୁନିଷ୍ଟ ଓ ଅତିଥି ଲେଖକଙ୍କ ଦିନରାତିର ଅକ୍ଳାନ୍ତ ପରିଶ୍ରମ ସହ ଟେକ୍‌ନିକାଲ ଟିମ୍‌ର ଆବଶ୍ୟକ ସହାୟତା ବଳରେ ଏହି ପୋର୍ଟାଲର ସ୍ବପ୍ନ ସାକାର ହୋଇପାରିଛି।

Visit us at: www.pratinidhiodia.in