Boudh Watch _ ଅଡ଼ୁଆ ହେଲେ ବି ସତ

  • Home
  • India
  • Boudh
  • Boudh Watch _ ଅଡ଼ୁଆ ହେଲେ ବି ସତ

Boudh Watch _ ଅଡ଼ୁଆ ହେଲେ ବି ସତ Contact information, map and directions, contact form, opening hours, services, ratings, photos, videos and announcements from Boudh Watch _ ଅଡ଼ୁଆ ହେଲେ ବି ସତ, News & Media Website, Bagicha sahi, Boudh.

Collector & DM Boudh Nac Boudhgarh             ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୌଦ୍ଧ ସହର ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କ୍ର...
16/08/2023

Collector & DM Boudh
Nac Boudhgarh
ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୌଦ୍ଧ ସହର ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କ୍ରମ ଚାଲିଚି । ବିଭିନ୍ନ ଯୋଜନା ମାଧ୍ୟମ ରେ ଭିନ୍ନ ଭିନ୍ନ ପ୍ରକଳ୍ପ ର ନିର୍ମାଣ ଜାରି ରହିଛି। ଏହି କ୍ରମ ରେ ଗୋଟିଏ ପ୍ରକଳ୍ପ ବାବଦରେ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି ।
୧୦ ନମ୍ବର ୱାର୍ଡ ରେ ସ୍ଥିତ ମୁଖ୍ୟ ରାସ୍ତା କଡ଼ରେ କରା ଯାଇଥିବା ଖୋଲା ବ୍ୟାୟାମଶାଳ। ର ଅବସ୍ଥା । ପ୍ରକଳ୍ପ ନିର୍ମାଣ ସରିଗଲା ପରେ ତାହାର ରକ୍ଷଣା ବେକ୍ଷଣ ଦାୟିତ୍ଵ କାହାର ? କର୍ତ୍ତୃପକ୍ଷ ଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ ଦୀର୍ଘଦିନ ହେଲା ଏହି ବ୍ୟାୟାମ ଶାଳ ଟି ଅସ୍ୱାସ୍ଥ୍ୟ କର ପରିବେଶ ମଧ୍ୟରେ ଅବ୍ୟବହୃତ ହୋଇ ପଡ଼ି ରହିଛି ।
ପ୍ରଥମେ ବ୍ୟାୟାମ ଶାଳ ନିର୍ମାଣ , ତା ପରେ ପାର୍ଶ୍ଵବର୍ତ୍ତୀ ପୋଖରୀ ର ପୁନରୁଦ୍ଧାର କାମ । ଏହା ଫଳରେ ମାଟି ଖସି ବ୍ୟାୟାମ ଶାଳ କୁ କିଛି ଅଂଶ ପୋତି ଦେଇଥିଲା । ଯେହେତୁ ମାଟି ସଫା କରାଯାଇନଥିଲା , ପ୍ରବଳ ବର୍ଷା ଯୋଗୁଁ ସେହି ସ୍ଥାନ ଟି ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି ।
ପୂନରୁଦ୍ଧାର କାର୍ଯ୍ୟ ର ଶୁଭ ଫଳକ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଲକ୍ଷ୍ୟ "ଏକ ସ୍ୱଚ୍ଛ, ସୁସ୍ଥ, ସବୁଜ ସୁନ୍ଦର ଓ ସମ୍ବୃଦ୍ଧ ବୌଦ୍ଧ ଗଡ ଗଠନ " ବୋଲି ଦାବି କରାଯାଇଅଛି । କିନ୍ତୁ ଆଜି ର ପୋଷ୍ଟ ରେ ଫଟୋ ସବୁ ଦେଖିଲେ ଏହି ଦାବି ପ୍ରତି ସଚେତନତା ର ତିଲେମାତ୍ର ପ୍ରତିଫଳନ ଦେଖିବାକୁ ମିଳିବ ନାହିଁ ।
ଏଣୁ ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ ଯେ , ଯଥା ଶୀଘ୍ର ଏହି ବ୍ୟାୟାମ ଶାଳ ର ପରିବେଶ କୁ ସ୍ବଚ୍ଛ କରନ୍ତୁ ଏବଂ ଜନସାଧାରଣଙ୍କ ଦାବି ଅନୁଯାୟୀ ଯଥା ଶୀଘ୍ର ବ୍ୟବହାର ଉପଯୋଗୀ କରନ୍ତୁ । ଜନସାଧାରଣଙ୍କ ପାଖରେ ପ୍ରକଳ୍ପ ର ସୁଫଳ ମିଳିବା ଦିଗ ପ୍ରତି ସଚେତନ ରହନ୍ତୁ ।

Collector & DM Boudh ,   EO Boudhgarh NAC ,   Mrutyunjay Mishra    SE Irrigation division Boudh   ଆଜି ର ପୋଷ୍ଟ ରେ ଦେଇଥିବା...
13/08/2023

Collector & DM Boudh ,
EO Boudhgarh NAC ,
Mrutyunjay Mishra
SE Irrigation division Boudh

ଆଜି ର ପୋଷ୍ଟ ରେ ଦେଇଥିବା ଫଟୋ ଟି ବୌଦ୍ଧ ସହର ର ନୂତନ ପରିବା ବଜାର ଅଞ୍ଚଳ ର । ବହୁ ବାଦ ବିବାଦ ପରେ ଏହି ବିଜୁ କୃଷକ ବଜାର ପରିସର ରେ ଦୈନିକ ଓ ସାପ୍ତାହିକ ପରିବା ବିକ୍ରୀ ସୁରୁଖୁରୁରେ ଚାଲିଛି । ଚଳିତ ଅଗଷ୍ଟ ମାସ ପ୍ରଥାର୍ଦ୍ଧରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି ବଜାର ର ଗୋଟିଏ ପାର୍ଶ୍ଵ ର ପ୍ରାଚୀର ଭାଙ୍ଗିଯାଇ ସଂଲଗ୍ନ ନାଳ ଭିତରେ ପଡ଼ି ଯାଇଛି ।
ଫଟୋ ଟି ଯଦି ୧୯୮୨ ମସିହା ପୂର୍ବ ର ହୋଇଥାନ୍ତା ତାହା ହେଲେ ଆମେ ଆଶ୍ଚର୍ଯ୍ୟ ହେବା ର ଯଥାର୍ଥ କାରଣ ଥିଲା । ମୁଁ ଏଠାରେ ମନେ ପକାଇ ଦେବାକୁ ଚାହେଁ ଯେ ୧୯୮୨ ର ବନ୍ୟା ରେ ବୌଦ୍ଧ ସହର ର ପ୍ରଭୂତ କ୍ଷୟକ୍ଷତି କରିଥିଲା । ସେହି ପ୍ରକାର ପରିସ୍ଥିତି ର ପୁନରାବୃତ୍ତି ଆଜି ପର୍ଯ୍ୟନ୍ତ ହୋଇନାହିଁ ।
ଏହି ବଜାର ପାଖ ଦେଇ ଯାଇଥିବା ନାଳ ରେ ବର୍ଷା ଦିନ ରେ ସହର ର ଉଦ୍ ବୃତ୍ତ ଜଳ ମହାନଦୀ କୁ ନିଷ୍କାସିତ ହୋଇଥାଏ । ସେହି ଦୃଷ୍ଟି ରୁ ଏହା ଏକ ବନ୍ୟାଜଳ ପ୍ଲାବିତ ସମ୍ବେଦନଶୀଳ ଅଞ୍ଚଳ । ଏହି ଅଞ୍ଚଳ ରେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ସତର୍କତା ର ସହ କରିବା କଥା ।
୧୯୮୨ ବନ୍ୟା କୁ ୪୧ ବର୍ଷ ବିତି ଗଲାଣି , ଏହି ସମୟ ଭିତରେ ସହର ର ଅନେକ ଖାଲୁଆ ସ୍ଥାନ ପୋତା ଯାଇ ନିର୍ମାଣ କାର୍ଯ୍ୟ କରାଯାଇଛି ତାହାଦ୍ୱରା ସହର ଭିତରେ ଜଳ ଧାରଣ କ୍ଷମତା କମି ଯାଇଛି । ତେଣୁ ବର୍ଷା ଜଳ ନିଷ୍କାସନ ପାଇଁ ଆମେ ସମ୍ପୁର୍ଣ୍ଣ ଭାବେ ଡ୍ରେନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଯାଇଛୁ । ଯଦି କିଛି ପରିବର୍ତ୍ତନ ହୋଇନାହିଁ , ସେଇଟା ହେଲା ପ୍ରତ୍ୟେକ ବର୍ଷ ବର୍ଷା ର ପ୍ରାଦୁର୍ଭାବ । ଜଳ ନିଷ୍କାସନ ପଥରେ କିଛି ବାଧା ହେଲେ ସହର ଭିତରେ କିଛି ଅଞ୍ଚଳ ଜଳମଗ୍ନ ହୋଇଯିବା ଅତି ସାଧାରଣ ଘଟଣା
ଏ ସବୁ ବର୍ଣ୍ଣନା କରିବା ର କାରଣ ହେଲା ଯେ , ଯେହେତୁ ଏହି ଘଟଣା ଟି ୨୦୨୩ ର , ଏବଂ ଏହି ସମୟ ରେ ଆମ ପାଖରେ ଅର୍ଥ, ବୈଷୟିକ ଜ୍ଞାନ ଓ କାର୍ଯ୍ୟ କୁଶଳତା ର ଅଭାବ ନାହିଁ ତେଣୁ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ ଯେ , କେଉଁ ସ୍ତର ରେ ତ୍ରୁଟି ଥିଲା ଯାହା ପାଇଁ ଏହି ଘଟଣା ଘଟିଲା ତାହାର ତଦନ୍ତ କରାଯାଉ । ଦୋଷ ଏବଂ ଦୋଷୀ ଚିହ୍ନଟ ହେଲେ ଭବିଷ୍ୟତ କାର୍ଯ୍ୟ ରେ ଏହି ଭୁଲ ର ପୁନରାବୃତ୍ତି ହେବ ନାହିଁ ବୋଲି ମୋର ବିଶ୍ବାସ ଓ ନିର୍ମାଣ କାର୍ଯ୍ୟ କରୁଥିବା ସରକାରୀ ବିଭାଗ ଏପରି କ୍ଷେତ୍ର ରେ ଆହୁରି ଅଧିକ ଦାୟିତ୍ଵବାନ୍ ହେବେ ।
ଲୋକଙ୍କ ଟଙ୍କା ର ସୁଫଳ ଲୋକଙ୍କୁ ମିଳୁ ଏହା ହିଁ ଆଶା
ଆପଣ ଙ୍କ ମତାମତ ଅପେକ୍ଷାରେ ।

02/08/2023

ନମସ୍କାର,
ଅଡ଼ୁଆ ହେଲେ ବି ସତ ପୃଷ୍ଠା କୁ ଆପଣ ସମସ୍ତଙ୍କୁ ସ୍ବାଗତ । ଜନ୍ମ ମାଟି "ବଉଦ" ଆଜି ବୌଦ୍ଧ ସହର ଭାବରେ ପରିଚିତ ହୋଇଛି । ଏକଦା ଗଡ଼ଜାତ ରାଜ୍ୟ ଥିବା ବଉଦ, ୧୯୯୪ ରୁ ଜିଲ୍ଲା ର ମାନ୍ୟତା ପାଇଛି । ତିନି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଏବେବି ସମ୍ପୁର୍ଣ୍ଣ ବିକାଶ ହାସଲ୍ କରିବା ଦିଗରେ ପଛୁଆ ହୋଇ ରହିଛି ।
ଛୋଟ ଜିଲ୍ଲା ହେଲେ ବି ଆମକୁ ଆମର ଜିଲ୍ଲା ସୁନ୍ଦର୍ ।
ସତ କଥା ସବୁ ବେଳେ ଅଡ଼ୁଆ , ଅନ୍ୟ ଅର୍ଥ ରେ କହିଲେ ସତ କଥା ଲାଗେ ପିତା ।
ଏକ ଛୋଟ ଚେଷ୍ଟା
ଅଡୁଆ କଥା ସାଧାରଣ ଲୋକଙ୍କ ସମ୍ମୁଖ କୁ ଆଣିବା ।

Address

Bagicha Sahi
Boudh
762014

Website

Alerts

Be the first to know and let us send you an email when Boudh Watch _ ଅଡ଼ୁଆ ହେଲେ ବି ସତ posts news and promotions. Your email address will not be used for any other purpose, and you can unsubscribe at any time.

Share