26/04/2025
#ନିରବ_କାନ୍ଦଣା
ଆଖିରୁ ଲୁହ ନୁହେଁ ହୃଦୟରୁ ଝରୁଛି ରକ୍ତ
ପହଲଗାମର ସେହି ଶାନ୍ତ ଉପତ୍ୟକା, ଯେଉଁଠି ଲିଡର ନଦୀର କୁଳୁକୁଳୁ ସ୍ୱର ଆଉ ଦେବଦାରୁ ଗଛର ସୁଗନ୍ଧ ମନକୁ ଏକ ଅଜଣା ଶାନ୍ତି ଦେଉଥିଲା । ସେହି ଜାଗାରେ ହିମାଂଶୀ ଓ ରାହୁଲଙ୍କର ନୂଆ ଜୀବନ ଆରମ୍ଭ ହୋଇଥିଲା । ମାତ୍ର ସାତ ଦିନ ହୋଇଥିଲା ତାଙ୍କର ବିବାହ । ଏପ୍ରିଲ ୧୯ ତାରିଖରେ ବାହାଘର ସରିବା ପରେ ୨୨ ତାରିଖ ଦିନ ବେଳ ବୁଡ଼ିବା ପୂର୍ବରୁ ବୁଡିଗଲା ସଂସାର । ଲିଭିଗଲା ଜୀବନ ଦୀପ । ହଁ ଜୀବନ ଦୀପ ସିନା ଲୀଭିଗଲା ହେଲେ ନିଇତି ହୃଦୟକୁ ଜାଳିବ । ହଁ ବିଧାତା ଏମିତି ହିଁ ଲେଖିଥିଲା ବୋଧେ ।
''ହିମାଂଶୀ'' ଙ୍କ ମଥାରେ ନାଲି ସିନ୍ଦୁର, ଆଉ ହାତରେ ମେହେନ୍ଦୀର ଗାଢ଼ ରଙ୍ଗ ପୁରା ତାଜା ଦେଖାଯାଉଛି । ଯେମିତି ବାହାଘର ଦିନ ଝଲସୁଥିଲ ଦୁହେଁ । "ରାହୁଲ" ଜଣେ ସୁନ୍ଦର ମନର ଯୁବକ, କୁହନ୍ତି ଦେଖିବାକୁ ଯେମିତି କାମରେ ବି ଠିକ ସେମିତି । ତାଙ୍କ ପ୍ରେମ ଓ ସ୍ୱପ୍ନରେ ଏକ ସୁନ୍ଦର ସ୍ମୃତିକୁ ସାଉଁଟି ରଖିବା ପାଇଁ ନୁଆନୁଆ କରି ନିଜ ଜୀବନକୁ ଅନ୍ୟ ପାଖରେ ଅଧା ଦାନ କରିଦେଇଥିବା ଅର୍ଦ୍ଧାଙ୍ଗିନୀ "ହିମାଂଶୀ"କୁ ଏକ ନୂଆ ଦୁନିଆଁ ଦେଖାଇବାକୁ ପହଲଗାମ ଆସିଥିଲେ।
ସବୁଦିନ ପରି ସେଦିନର ବି ସେହି ସକାଳ । "ହିମାଂଶୀ" ଆଉ "ରାହୁଲ" ପାହାଡ଼ର ମଝିରେ ଏକ ଛୋଟ ଚା’ ଦୋକାନରେ ବସି ଗରମଗରମ ଚା' କୁ ଫଙ୍କିଫୁଙ୍କି ନରମନରମ ଓଠରେ ସ୍ମିତହାସ୍ୟ ଦେଇ ଆଖିରେ ଆଖି ମିଶାଇ ଚା' ପିଉଥିଲେ । "ରାହୁଲ" "ହିମାଂଶୀ" ର ହାତ ଧରି କହୁଥିଲା, “ତମେ ଦେଖୁଛୁ ହିମା, ଏ ପାହାଡ଼, ଏ ନଦୀ... ଏସବୁ ଆମ ଜୀବନ ପରି । କେବେ ଶାନ୍ତ, କେବେ ଉଥାଳପାଥାଳ। କିନ୍ତୁ ଆମେ ଏକା ସାଙ୍ଗରେ ସବୁ ପାର କରିବା । "ହିମାଂଶୀ" ଲାଜୁଆ ହସି ତାଙ୍କ ଆଖିକୁ ଚାହିଁ ରହିଥିଲା।
କିନ୍ତୁ ସେହି ଶାନ୍ତ ମୁହୂର୍ତ୍ତ ହଠାତ୍ ଭାଙ୍ଗିଗଲା। ଦୂରରୁ ଗୁଳିର ଶବ୍ଦ ଆସିଲା । ପହଲଗାମର ସେହି ଶାନ୍ତ ବଜାର ଏକାଏକ ଆତଙ୍କରେ ଭରିଗଲା । ଆତଙ୍କୀମାନେ ଅନ୍ଧାଧୁନ ଗୁଳି ଚଳାଇବା ଆରମ୍ଭ କଲେ । "ରାହୁଲ" ତୁରନ୍ତ "ହିମାଂଶୀ"କୁ ଧରି ଏକ ଦୋକାନ ଭିତରେ ଲୁଚିବାକୁ ଚେଷ୍ଟା କଲା । କିନ୍ତୁ ସେ ସମୟ ଦେଲା ନାହିଁ । ଏକ ଗୁଳି "ରାହୁଲ"ଙ୍କ ଛାତିକୁ ବିନ୍ଧିଗଲା । ସେ "ହିମାଂଶୀ"ର ଆଖି ଆଗରେ ତଳେ ପଡ଼ିଗଲେ। “ରାହୁଲ..! ରାହୁଲ....! ଉଠ....ମୁ ଏକା ହେଇଯିବି, ଏଇ ଟିକକ ପୂର୍ବରୁ ତୁମେ କେତେ କଣ କହୁଥିଲ....ସେ ସବୁ କେମିତି ହେବ...ଆରେ ଉଠ ...... ଉଠ"ରାହୁଲ" ଉଠ” "ହିମାଂଶୀ" ଚିତ୍କାର କରି "ରାହୁଲ"ଙ୍କୁ ଜାବୁଡ଼ି ଏକା ଧାରରେ ଉଠାଇ ଚାଲିଥାଏ । ମଥାରେ ସିନ୍ଦୂର ଲାଗିଥିବା ମୁହଁ ଟି "ରାହୁଲ"ଙ୍କ ରକ୍ତରେ ଭିଜିଗଲା । ସେ କାନ୍ଦୁଥିଲା, ଚିତ୍କାର କରୁଥିଲା, କିନ୍ତୁ "ରାହୁଲ"ଙ୍କ ଆଖି ଆସ୍ତେ ଆସ୍ତେ ବନ୍ଦ ହୋଇଗଲା। ସେହି ମୁହୂର୍ତ୍ତରେ "ହିମାଂଶୀ"ର ସଂସାର ସମାପ୍ତ ହୋଇଗଲା ପରି ଲାଗିଲା।
ସେଦିନ ଆତଙ୍କୀ ହମଲାରେ ଅନେକ ଜୀବନ ନଷ୍ଟ ହେଲା, କିନ୍ତୁ "ହିମାଂଶୀ" ପାଇଁ ତା’ର ସମସ୍ତେ "ରାହୁଲ" ଥିଲେ । ସେ ତାଙ୍କ ମୃତ ଶରୀରକୁ ଜାବୁଡ଼ି ଧରି କାନ୍ଦୁଥିଲା, “ତୁମେ କାହିଁକି ମୋତେ ଏକା ଛାଡ଼ି ଚାଲିଗଲ ? ଆମର ସବୁ ସ୍ୱପ୍ନ ମୁ କଣ ଏକା ଦେଖିଥିଲି !” ତା’ର ସେହି କାନ୍ଦଣା, "ପାହାଡ଼ରେ ପ୍ରତିଧ୍ୱନି ହେଉଥିଲା, କିନ୍ତୁ କାହାରି ପାଖରେ ତା’ର ଦୁଃଖର ଉତ୍ତର ନ ଥିଲା । ଗହଳି ଚହଳିରେ ସର୍ବଦା ଫାଟି ପଡ଼ୁଥିବା ପହଲଗାମ୍ ସତେ ଯେମିତି ମୁକ ପାଲଟିଗଲା । ଲିଡର ନଦୀର ଶବ୍ଦ ହେଉ କି ବରଫ ଚାଦର, ଦେବଦାରୁ ଗଛ ହେଉ କି ଘାସ ଗାଲିଚା ସବୁ ଯେମିତି ଆଖି ବୁଝିଦେଲେ । ଜାଣିଶୁଣି କାଲ୍ହା ହେଇଗଲେ ।
ଏପ୍ରିଲ ୨୩ ତାରିଖ । "ହିମାଂଶୀ" ଘରକୁ ଫେରିଛି, କିନ୍ତୁ ତା’ର ଜୀବନରୁ ସମସ୍ତ ରଙ୍ଗ ଲିଭିଯାଇଛି । ସେ "ରାହୁଲ"ଙ୍କୁ ଦେଇଥିବା ଛୋଟ ଛୋଟ ଉପହାର, ତାଙ୍କ ଲେଖିଥିବା ଚିଠି, ଆଉ ତାଙ୍କ ସେହି ହସ, ଆଖିରେ ନାଚି ଉଠୁଛି । ଆଉ କହୁଛନ୍ତି ମୁଁ ଶୋଇ ପଡୁଛି , ମୋତେ ଆଉ ଉଠାଇ ବନି "ହୀମାଂଶୀ" । ପ୍ରତି ରାତିରେ ସେ ନୀରବରେ କାନ୍ଦଣା, ତାହା ପୁଣି ଆଖିରୁ ଲୁହ ନୁହେଁ ହୃଦୟରୁ ଝରୁଛି ରକ୍ତ । କାରଣ ସିନ୍ଦୂରର ଅର୍ଥ "ହୀମାଂଶୀ" ପାଇଁ ରଙ୍ଗହୀନ ହୋଇ ଯାଇଛି । ନର ସଂହାର ଦଶ୍ୟୁ ମାନେ ମଥାରୁ ସିନ୍ଦୂର ହାତରୁ ଶଙ୍ଖା ଛଡ଼ାଇ ନେଇଛନ୍ତି । "ହିମାଂଶୀ" ଏବେ ବି ଜୀଇଁଛି, କିନ୍ତୁ ତା’ର ଜୀବନ ଏକ ନୀରବ ଯୁଦ୍ଧ । ସେ ପହଲଗାମର ସେହି ଦୁଃଖଦ ଦିନକୁ ଭୁଲିପାରୁନି, ଯେଉଁ ଦିନ ତା’ର ସମସ୍ତ ସ୍ୱପ୍ନ ଆତଙ୍କର ଗୁଳିରେ ଚୁରମାର ହୋଇଗଲା । ତଥାପି, ସେ ରାହୁଲଙ୍କ ସ୍ମୃତିକୁ ହୃଦୟରେ ଧରି ଆଗକୁ ବଢ଼ୁଛି, ବଢିବ । କାରଣ ତା’ର ମନେପଡ଼ୁଛି ରାହୁଲର ସେହି କଥା— “ଆମେ ଏକା ସାଙ୍ଗରେ ସବୁ ପାର କରିବା ।”
ଲେଖା
mahibe vlog