Pmj News Odisha

Pmj News Odisha Contact information, map and directions, contact form, opening hours, services, ratings, photos, videos and announcements from Pmj News Odisha, Media/News Company, ODISHA, Boudh.

*ମୁହଁ ଖୋଲିଲେ ଯୁବତୀ...**-ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ**'-ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲ...
08/05/2026

*ମୁହଁ ଖୋଲିଲେ ଯୁବତୀ...*

*-ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ*
*'-ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ'*
*'-ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି'*
*'-ମୁଁ ଓ ମୋ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ'*
*'-ବାଟରେ ସେମାନେ ଆମକୁ ପ୍ରଥମେ କିଛି କହିଥିଲେ'*
*-'ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ*
*-ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି କହିଲେ ଯୁବତୀ*

*ମଧ୍ୟାହ୍ନରେ ବିଧାୟକ ଦଳ ବୈଠକ...**-ପଶ୍ଚିମବଙ୍ଗରେ ସରକାର ଗଠନ ପ୍ରକ୍ରିୟା; ଆଜି ବିଧାୟକ ଦଳ ବୈଠକ**-ମଧ୍ୟାହ୍ନ ୨ଟାରେ ବିଜେପି ବିଧାୟକ ଦଳ ବ...
08/05/2026

*ମଧ୍ୟାହ୍ନରେ ବିଧାୟକ ଦଳ ବୈଠକ...*

*-ପଶ୍ଚିମବଙ୍ଗରେ ସରକାର ଗଠନ ପ୍ରକ୍ରିୟା; ଆଜି ବିଧାୟକ ଦଳ ବୈଠକ*
*-ମଧ୍ୟାହ୍ନ ୨ଟାରେ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ*
*-ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ*
*-ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ*
*-ଶାହ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି*
*-ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ସମାରୋହ*

*ଜଗଦିଶପୁର ଛକ ଠାରୁ 30 ଗ୍ରାମ ବ୍ରାଉନ ସୁଗର ଜବତ, 4 ଜଣକୁ ଗିରଫ କଲା ପୋଲିସ* 👉 ବୌଦ୍ଧ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର 👉  ...
06/05/2026

*ଜଗଦିଶପୁର ଛକ ଠାରୁ 30 ଗ୍ରାମ ବ୍ରାଉନ ସୁଗର ଜବତ, 4 ଜଣକୁ ଗିରଫ କଲା ପୋଲିସ*

👉 ବୌଦ୍ଧ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର
👉 ଜଗଦିଶପୁର ଛକ ଠାରୁ 30 ଗ୍ରାମ ବ୍ରାଉନ ସୁଗର ଜବତ
👉 4 ଜଣ ଯୁବକଙ୍କୁ ଗିରଫ କଲା ବୌଦ୍ଧ ପୋଲିସ
👉 ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

06/05/2026

*ଥାନାରେ ପୁଲିସ-ଜନତା ଖଣ୍ଡଯୁଦ୍ଧ: କାର୍ଯ୍ୟାନୁଷ୍ଠାନ ବିଳମ୍ବ, ୭ ଅଟକ, ବୌଦ୍ଧ ଏସ୍‌ଡିପିଓଙ୍କ ତଦନ୍ତ*

*ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାରେ ମଙ୍ଗଳବାର ଅପରାହ୍ଣରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ପ୍ରଥମେ ପାଟିତୁଣ୍ଡରୁ କଥା ହାତାହାତି ଯାଏଁ ଯାଇଥିଲା। ପୁଲିସକୁ ଆକ୍ରମଣ କରିବାକୁ ଲୋକେ ପଛଘୁଞ୍ଚା ଦେଇ ନଥିଲେ। ପୁଲିସ ମଧ୍ୟ ଆତ୍ମରକ୍ଷା ପାଇଁ ଲଢ଼େଇ କରିଥିଲା। ଥାନା ପରିସରରେ ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ବୌଦ୍ଧ ଏସ୍‌ଡିପିଓ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଜିଲ୍ଲାରେ ପୁଲିସ ଉପରେ ଆକ୍ରମଣ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବୌଦ୍ଧ ଥାନାରେ ଏଭଳି ସ୍ଥିତି ଉପୁଜିଥିଲା। ପୁରୁଣାକଟକ ଥାନାରେ ପୁଲିସକୁ ଆକ୍ରମଣ ମାମଲା ସମ୍ବେଦନଶୀଳ ରହିଛି। ଏ ସଂପର୍କରେ ଏସ୍‌ପି ରାହୁଲ ଗୋୟଲ କିମ୍ବା ତଦନ୍ତକାରୀ ଏସ୍‌ଡିପିଓ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି*

*ନୂଆ ମୋଡ଼ ନେଲା ପଶ୍ଚିମବଙ୍ଗ ରାଜନୀତି; ହାରିନି, ଇସ୍ତଫା ଦେବିନି: ମମତା**କୋଲକାତା: ପଶ୍ଚିମବଙ୍ଗରେ ଲଗାତାର ୩ ପାଳି କ୍ଷମତାରେ ରହିବା ପରେ ...
06/05/2026

*ନୂଆ ମୋଡ଼ ନେଲା ପଶ୍ଚିମବଙ୍ଗ ରାଜନୀତି; ହାରିନି, ଇସ୍ତଫା ଦେବିନି: ମମତା*

*କୋଲକାତା: ପଶ୍ଚିମବଙ୍ଗରେ ଲଗାତାର ୩ ପାଳି କ୍ଷମତାରେ ରହିବା ପରେ ଗତକାଲି ବିଜେପିଠାରୁ ଶୋଚନୀୟ ପରାଜୟବରଣ କରିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ମେ ୯ ତାରିଖ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ପାଇଁ ବିଜେପି ପ୍ରସ୍ତୁତି ଚଳାଇଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି, ମୁଁ ନିର୍ବାଚନ ହାରିନାହିଁ, ତେଣୁ ମୁଁ ରାଜଭବନ ଯିବିନାହିଁ। ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମମତା ଦାବି କରିଛନ୍ତି ଯେ ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରାଯାଇନି। ନିର୍ବାଚନକୁ ବଳପୂର୍ବକ କବ୍‌ଜା କରିବା ପାଇଁ ବିଜେପି ଅନୁଚିତ ହସ୍ତ‌କ୍ଷେପ କରିଛି ଏବଂ କେନ୍ଦ୍ରୀୟ ବାହିନୀ ବ୍ୟବହାର କରିଛି।*

*୧୦୦ କୋଟିର ଗଞ୍ଜେଇ ତେଲ ଜବତ...**-ମାଲକାନଗିରି: ଏସ୍‌ଆର୍‌ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ**-ଜବତ ଗଞ୍ଜେଇ ତେଲର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ...
03/05/2026

*୧୦୦ କୋଟିର ଗଞ୍ଜେଇ ତେଲ ଜବତ...*

*-ମାଲକାନଗିରି: ଏସ୍‌ଆର୍‌ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ*
*-ଜବତ ଗଞ୍ଜେଇ ତେଲର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ*
*-ଚିତ୍ରକୋଣ୍ଡା ପୋଲିସ୍ ଦ୍ୱାରା ୫୦ କେଜି ଗଞ୍ଜେଇ ମଧ୍ୟ ଜବତ*
*-ମୋବାଇଲ୍ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଗାଡ଼ି ଜବତ*

*ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା...**- କେନ୍ଦୁଝରରେ ଭଉଣୀ କଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣା**- ଭଉଣୀ ପାଇଁ ଶୁଦ୍ଧି ହେବାକୁ ଥିବା ଜି...
03/05/2026

*ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା...*

*- କେନ୍ଦୁଝରରେ ଭଉଣୀ କଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣା*
*- ଭଉଣୀ ପାଇଁ ଶୁଦ୍ଧି ହେବାକୁ ଥିବା ଜିତୁଙ୍କ କାର୍ଯ୍ୟ ହୋଇପାରିଲାନି*
*- ଛେଳି କୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧି କାର୍ଯ୍ୟ ସ୍ଥଗିତ*
*- ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ ସମ୍ପ୍ରଦାୟ ଭାଇ*
*- ମଶାଣିରୁ ଶବ ଖୋଳି କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ*
*- ଶୁଦ୍ଧି ପରେ ଜାତି ସମାଜ ସହ ମିଶିଥାନ୍ତେ ଜିତୁ ମୁଣ୍ଡା*
*- ବୁଧବାର ଜାତି ସମାଜର ନିଷ୍ପତ୍ତି କ୍ରମେ ଶୁଦ୍ଧି ପରେ ନିଜ ଜାତିରେ ମିଶିବେ*

*ଜାଳିଦେଲେ ଗୋରୁ ଚାଲାଣ ଗାଡ଼ି...**ଭଦ୍ରକ: ଗୋରୁ ଚାଲାଣ ବେଳେ ଗାଡ଼ି ଜାଳିଦେଲେ ଲୋକେ**- ବାସୁଦେବପୁରରୁ ଭଦ୍ରକ ଆସୁଥିଲା ବେଆଇନ ଗୋ-ଚାଲାଣ ଗ...
03/05/2026

*ଜାଳିଦେଲେ ଗୋରୁ ଚାଲାଣ ଗାଡ଼ି...*

*ଭଦ୍ରକ: ଗୋରୁ ଚାଲାଣ ବେଳେ ଗାଡ଼ି ଜାଳିଦେଲେ ଲୋକେ*
*- ବାସୁଦେବପୁରରୁ ଭଦ୍ରକ ଆସୁଥିଲା ବେଆଇନ ଗୋ-ଚାଲାଣ ଗାଡ଼ି*
*- ବରାଙ୍ଗ ଛକ ନିକଟରେ ଗୋରୁଙ୍କୁ ଉଦ୍ଧାର କରିବା ପରେ ଗାଡ଼ି ଜାଳିଦେଲେ*
*- ଘଟଣାସ୍ଥଳରେ ସାବରଙ୍ଗ ଥାନା ପୋଲିସର ତଦନ୍ତ*

*CMଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା...**-କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା**-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡି...
29/04/2026

*CMଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା...*

*-କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା*
*-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନର ସହାୟତା*
*-ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଗଲା*
*-ଏଥିସହ ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ*
*-ଡେଥ୍ ସାର୍ଟିଫିକେଟ ଓ ଲିଗାଲ୍ ହେୟାର ସାର୍ଟିଫିକେଟ ପ୍ରଦାନ କରାଗଲା*
*-ଫାଷ୍ଟ ଟ୍ରାକ୍ ମୋଡ୍‌ରେ ମେଡିକାଲ ଅଫିସର ପହଞ୍ଚି ପ୍ରଦାନ କଲେ*
*-ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ଥିତିକୁ ପୁନର୍ବାର ସାମ୍ନା ନ କରନ୍ତି ତଦାରଖ ନିର୍ଦ୍ଦେଶ*
*-ଗ୍ରାମାଞ୍ଚଳରେ ସରକାରୀ ଓ ବ୍ୟାକିଂ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ*
*-ଏହି ଅଭାବନୀୟ ଘଟଣା ପଛରେ କାହାର ଅବହେଳା ଅଛି ନା ନାହିଁ ଜଣାନ୍ତୁ- ସିଏମ୍‌*
*-ଅସୁବିଧାକୁ ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ*

27/04/2026

Address

ODISHA
Boudh

Alerts

Be the first to know and let us send you an email when Pmj News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pmj News Odisha:

Share