Brajrajnagar LIVE

Brajrajnagar LIVE Brajrajnagar Live

28/08/2026

ଇବ ନଦୀରୁ ମିଳିଲା ନିଖୋଜ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ, ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ । ମୃତ୍ୟୁର କାରଣ ଖୋଜୁଛି ପୁଲିସ

28/08/2026

ସମାଜସେବୀ ରବି ସୋନିଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ। ରବି ସୋନିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ସ୍ତ୍ରୀ।

28/08/2026


ଝାରସୁଗୁଡା ଜିଲ୍ଲା ଇବ ନଦୀ ଓପିଏମ ଘାଟ ନିକଟରୁ ସମାଜସେବୀ ରବି ସୋନିଙ୍କ ମୃତଦେହ ଉଦ୍ଧାର। ଗତ ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲେ ରବି। ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଓପିଏମ ଘାଟ ନିକଟରେ ସ୍କୁଟି ମିଳିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଆଜି ମୃତଦେହ ଉଦ୍ଧାର କରିଛନ୍ତି।

27/08/2026

ଏମ୍‌ଏମ୍‌ଟିଆର୍ ବିଲ୍ ସଂଶୋଧନ ପ୍ରତିବାଦରେ ବ୍ରଜରାଜନଗରରେ କଂଗ୍ରେସର ଶୋଭାଯାତ୍ରା ।
ଏମ୍‌ଏମ୍‌ଟିଆର୍ ସଂଶୋଧନ ଦ୍ୱାରା ଓଡିଶାର ପ୍ରଚୁର କ୍ଷତି ହେବାକୁ ଯାଉଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ଶାସକ ଦଳର ୨୦ ଜଣ ସାଂସଦଙ୍କ ନିରବତାକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା ।

26/08/2026

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳିଆ ସ୍ଥିତ ମା କାଳୀ ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରରେ BLA-2 ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ବ୍ରଜରାଜନଗର ପୌରପାଳିକା ପକ୍ଷରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ।ଚଢ଼ାଉ ବେଳେ ପ୍ରାୟ ୧୬ କିଲୋଗ୍ରାମ ନିଷିଦ୍ଧ ପ୍...
21/08/2026

ବ୍ରଜରାଜନଗର ପୌରପାଳିକା ପକ୍ଷରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ।
ଚଢ଼ାଉ ବେଳେ ପ୍ରାୟ ୧୬ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ ଜବତ ହେବା ସହ ୬,୨୦୦/- ଟଙ୍କା ଜରିମାନା ଆଦାୟ କରିଛି ବ୍ରଜରାଜନଗର ପୌରପରିଷଦ।

ଓରିଏଣ୍ଟ ପୋଲିସ ଦ୍ୱାରା ୫.୬୪୪ କେଜି ଗଞ୍ଜେଇ ଜବତ, ୧ ଜଣ ଗିରଫନଶା ମୁକ୍ତ ଓଡ଼ିଶା ଅଭିଯାନର ଆଉ ଏକ ସଫଳତା। ଝାରସୁଗୁଡା ପୋଲିସ ହାତରେ ଧରାପଡିଲ...
20/08/2026

ଓରିଏଣ୍ଟ ପୋଲିସ ଦ୍ୱାରା ୫.୬୪୪ କେଜି ଗଞ୍ଜେଇ ଜବତ, ୧ ଜଣ ଗିରଫ
ନଶା ମୁକ୍ତ ଓଡ଼ିଶା ଅଭିଯାନର ଆଉ ଏକ ସଫଳତା। ଝାରସୁଗୁଡା ପୋଲିସ ହାତରେ ଧରାପଡିଲା ୫ କେଜିରୁ ଅଧିକ ଗଞ୍ଜେଇ।
ଝାରସୁଗୁଡା ପୋଲିସର "ନଶା ମୁକ୍ତ ଓଡ଼ିଶା ଅଭିଯାନ" ଅଧୀନରେ ଓରିଏଣ୍ଟ ଥାନା ପୋଲିସ ଆଉ ଏକ ବଡ ସଫଳତା ହାସଲ କରିଛି।

ଅପରେସନ ନେତ୍ରର ବଡ଼ ସଫଳତା। ଓରିଏଣ୍ଟ ପୋଲିସ ହାତରେ ଧରାପଡିଲେ ୫ ଜଣ ଜୁଆଡି।ଓରିଏଣ୍ଟ ଥାନା ପୋଲିସ ଗତକାଲି ଏକ ସଂଗଠିତ ଜୁଆ ରାକେଟ୍ ଉପରେ ଚଢା...
19/08/2026

ଅପରେସନ ନେତ୍ରର ବଡ଼ ସଫଳତା। ଓରିଏଣ୍ଟ ପୋଲିସ ହାତରେ ଧରାପଡିଲେ ୫ ଜଣ ଜୁଆଡି।
ଓରିଏଣ୍ଟ ଥାନା ପୋଲିସ ଗତକାଲି ଏକ ସଂଗଠିତ ଜୁଆ ରାକେଟ୍ ଉପରେ ଚଢାଉ କରିଛି।
ପୋଲିସ ସୂଚନା ଅନୁଯାୟୀ, ମଣ୍ଡଳିଆ ଅଞ୍ଚଳରେ ଅନୁମତି ବିନା ବେଟିଂ ଓ ଜୁଆ ଖେଳ ଚାଲିଥିବା ଖବର ପାଇ ଚଢାଉ କରାଯାଇଥିଲା। ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରାଯିବା ସହ ୩୩ ହଜାର ୬୦୦ ଟଙ୍କା ନଗଦ, ୩ ସେଟ୍ ତାସ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

19/08/2026

#ଅନଲାଇନ୍_ଟାକ୍ସି_ଚାଳକଙ୍କ_ଉନ୍ମତ_କାଣ୍ଡ
ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ୍। ଅନଲାଇନ୍ ଟାକ୍ସି ଚାଳକଙ୍କ ଉନ୍ମତ କାଣ୍ଡ। ଭୁବନେଶ୍ବରରେ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। ଆନ୍ଦୋଳନବେଳେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଆନ୍ଦୋଳନକାରୀ ଅଟୋ ଓ ଟ୍ୟାକ୍ସି ଚାଳକ।

19/08/2026

ଭୁବନେଶ୍ବରରେ ଆନ୍ଦୋଳନ ନାଁରେ ବିଶୃଙ୍ଖଳା କରାଯିବନି ବରଦାସ୍ତ ।

Address

Brjnlive Office
Brajrajnagar
768216

Alerts

Be the first to know and let us send you an email when Brajrajnagar LIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Brajrajnagar LIVE:

Shortcuts

Share