Lopa Classes

Lopa Classes LopaClasses on YouTube channel & Lopa Didi

14/11/2024
19/05/2024

Matric results 2024 // ମ୍ୟାଟ୍ରିକ ପରୀକ୍ଷା 2024 ଫଳ କେମିତି ଦେଖିବା

10/02/2024

ମାଧ୍ୟମିକ ଶିକ୍ଷା ପରିଷଦର ଏକପାଖିଆ ନିଷ୍ପତ୍ତି।
(BOARD OF SECONDARY EDUCATION ODISHA)
-------------------------------------------------------------
ବିଚିତ୍ର ନିଷ୍ପତ୍ତି। ଏକପାଖିଆ ନିଷ୍ପତ୍ତି।ପ୍ରତି ବର୍ଷ କିଛି ନା କିଛି ପରୀକ୍ଷାରେ ପରିବର୍ତ୍ତନ ଆଣୁଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। କେତେବେଳେ ସେମିଷ୍ଟର ପରୀକ୍ଷା ପରି ଛ'ମାସର କୋର୍ସକୁ ନେଇ ପରୀକ୍ଷା କେତେବେଳେ ପୂରା ବର୍ଷର ପାଠକୁ ନେଇ ପରୀକ୍ଷା। କେତେବେଳେ ପ୍ରତି ବିଷୟର ପୂର୍ଣ୍ଣ ସଂଖ୍ୟା ୧୦୦। କେତେବେଳେ ପୂର୍ଣ୍ଣ ସ‍ଂଖ୍ଯା ୫୦। କେତେବେଳେ ନବମ ଓ ଦଶମ ଉଭୟ ଶ୍ରେଣୀର ପରୀକ୍ଷାରେ ରଖିଥିବା ନମ୍ବରକୁ ହିସାବ କରାଯିବ କେତେବେଳେ କେବଳ ଦଶମ ଶ୍ରେଣୀ ପରୀକ୍ଷାରେ ରଖିଥିବା ନମ୍ବରକୁ ନେଇ ପାଶ୍ ଫେଲ୍ ନିର୍ଦ୍ଧାରଣ। କେତେବେଳେ ଉଭୟ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ବୋର୍ଡ ପରୀକ୍ଷା,କେତେବେଳେ ଦଶମ ଶ୍ରେଣୀରେ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । କେତେବେଳେ ନିଜ ସ୍କୁଲରେ ପିଲାମାନେ ବୋର୍ଡ ପରୀକ୍ଷା ଦେବେ କେତେବେଳେ ଅନ୍ଯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପଡ଼ିବ। କେତେବେଳେ ଓ ଏମ୍ ଆର ଜରିଆରେ କଳା ବୁଲେଇ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ କେତେବେଳେ ପୁଣି ଲିଖିତ। କେତେବେଳେ ଦୀର୍ଘ ପ୍ରଶ୍ନର ପୂର୍ଣ୍ଣ ସ‍ଂଖ୍ଯା ୫୦, କେତେବେଳେ ୩୦। ଏମିତି ଘଡିକେ ଘୋଡ଼ା ଛୁଟୁଛି ଯେ ଘୋଡ଼ା ଚଢାଳି ବି ଜାଣି ପାରୁନି ଘୋଡ଼ା କେତେବେଳେ ଛୁଟିବ, କେମିତି ଛୁଟିବ, କେତେ ବାଟ ଛୁଟିବ। ଶିକ୍ଷକ, ଶିକ୍ଷାର୍ଥୀ, ଅଭିଭାବକ ସଭିଏଁ ଦ୍ବନ୍ଦରେ।
ଚଳିତ ବର୍ଷ ଆଉ ଏକ ଏକପାଖିଆ ନିଷ୍ପତ୍ତି ଶୁଣିବାକୁ ମିଳିଲାଣି। ପରୀକ୍ଷାର୍ଥୀମାନେ କୁଆଡେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ସକାଳ ୭.୩୦ ଘଟିକା ସମୟରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଏଭଳି ଏକ ମେରିରାୟ ନିଷ୍ପତ୍ତି ନେବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ବିଚାର କଲେ ନାହିଁ ପରୀକ୍ଷାର୍ଥୀମାନେ ଘରୁ ବାହାରିବେ କେତେବେଳେ। ଦେଢ଼ ଘଣ୍ଟା ଧରି ପରୀକ୍ଷାର୍ଥୀମାନେ କରିବେ କ'ଣ? ପରୀକ୍ଷା କେନ୍ଦ୍ରରେ ଦୀର୍ଘ ଚାରି ଘଣ୍ଟା ରହିବା ପରେ ସେମାନଙ୍କର ମାନସିକ ଅବସ୍ଥା କ'ଣ ହେବ? ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଅବସ୍ଥିତ ପରୀକ୍ଷା କେନ୍ଦ୍ର ଗୁଡିକରେ ଯେଉଁ ପିଲାମାନେ ପରୀକ୍ଷା ଦିଅନ୍ତି ସେମାନଙ୍କୁ ପନ୍ଦର କୋଡ଼ିଏ କିଲୋମିଟର ଦୂରରୁ ଆସିବାକୁ ପଡ଼ିଥାଏ। ଏମିତି ନିଷ୍ପତ୍ତିଟି କାର୍ଯ୍ୟକାରୀ ହେଲେ ପରୀକ୍ଷାର୍ଥୀମାନଙ୍କୁ ସକାଳ ୬ଘଟିକା ପୂର୍ବରୁ ବାହାରିବାକୁ ପଡ଼ିବ
। ପୁନଶ୍ଚ ପରୀକ୍ଷାର୍ଥୀ ମାନଙ୍କ ଉପରେ ଏହା ପ୍ରବଳ ମାନସିକ ଚାପ ପକାଇବ। ସରକାର ପରୀକ୍ଷାର୍ଥୀଙ୍କ ଉପରୁ ଚାପ ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବୋର୍ଡର ଏହି ନିଷ୍ପତ୍ତି କାହା ସପକ୍ଷରେ ବୁଝିହେଉ ନାହିଁ। ଶୁଣିବାକୁ ମିଳୁଛି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି। ସମୁଦ୍ରରେ ହଜାଇ ଗାଡ଼ିଆରେ ଖୋଜିବା ଯାହା କପି ରୋକିବା ପାଇଁ ଏଭଳି ବିଚିତ୍ର ନିଷ୍ପତ୍ତି ନେବା ସେଇଆ । ପରୀକ୍ଷାକୁ ପ୍ରହସନରେ ପରିଣତ କରିପାରିବା ପରେ ଏ ନିଷ୍ପତ୍ତିରୁ କେତେ ସୁଫଳ ମିଳିବ ସମୟ କହିବ। ବିଦ୍ୟାଳୟ ନ ଆସିଲେ ବି ପାଶ୍, ପରୀକ୍ଷା ଦେଇନଥିଲେ ବି ଶ୍ରେଣୀ ଉତ୍ତୀର୍ଣ୍ଣ, ବିଦ୍ୟାଳୟକୁ ଆଦୌ ଆସିନଥିଲେ ବି ଖୋଜି ଆଣି ପରୀକ୍ଷାରେ ବସାଇବାକୁ ନିର୍ଦ୍ଦେଶ, ପରୀକ୍ଷା ବହୁ ପୂର୍ବରୁ ପାନ ଦୋକାନ,ତା'ଦୋକାନରେ ପ୍ରଶ୍ନ ପତ୍ର ମିଳିବା,ୟୁ ଟ୍ଯୁବରେ ବହୁ ପୂର୍ବରୁ ଉତ୍ତର ଉପଲବ୍ଧ ହେବା ଇତ୍ୟାଦି ଆତ୍ମଘାତୀ ହେଉଛି। ଏସବୁ ପ୍ରତି ନଜର ନଦେଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସମୟରେ ମାନସିକ ଚାପ ଭିତରେ ରଖିବା ଆଦୌ ଯୁକ୍ତି ସଂଗତ ନୁହେଁ। ବୋର୍ଡ ଏ ଦିଗରେ ପୁନର୍ବିଚାର କରିବା ଆବଶ୍ୟକ। ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ନିର୍ଦ୍ଧେଶ ପ୍ରତ୍ୟାହାର କରନ୍ତୁ।
ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ସମ୍ପର୍କରେ ବୋର୍ଡର ନିଷ୍ପତ୍ତି ମଧ୍ଯ ଆଉ ଏକ ଅବାସ୍ତବ ନିଷ୍ପତ୍ତି। ଏହି ପରୀକ୍ଷା ପାଇଁ ବୋର୍ଡ ପ୍ରତି ବିଷୟରେ ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ମେଲକୁ ପ୍ରଶ୍ନ ପତ୍ରର ପି ଡି ଏଫ୍ ପଠାଇବେ। ପ୍ରଧାନଶିକ୍ଷକ କମ୍ପ୍ୟୁଟର ମାଧ୍ଯମରେ ପ୍ରିଣ୍ଟ କପି ବାହାର କରିବେ । ତା'ପରେ ଜେରକ୍ସ କରି ଏକ ଅବିକଳ ପ୍ରଶ୍ନ ପତ୍ର ପ୍ରସ୍ତୁତ କରି ପରୀକ୍ଷା କରାଇବେ। ନେଟୱର୍କ ନଥିଲେ, ବିଦ୍ୟାଳୟରେ କମ୍ପ୍ୟୁଟର ନଥିଲେ ଏହା କେମିତି ସମ୍ଭବ ହେବ?ଯଦି ଘରୋଇ କମ୍ପ୍ୟୁଟର ଲ୍ଯାବର ସାହାଯ୍ୟ ନିଆଯାଏ ତେବେ ପ୍ରଶ୍ନ ପତ୍ର ପ୍ରଘଟ ହେବ ହିଁ ହେବ। ପୁଣି ପ୍ରତ୍ୟେକ ବିସୟରେ ପ୍ରଶ୍ନ ପତ୍ରଟି ଯଦି ପୂର୍ବ ଭଳି ଷୋହଳରୁ କୋଡିଏ ପୃଷ୍ଠା ହୋଇଥିବ ତେବେ ଜଣେ ପିଲା ପାଇଁ ଅତି କମରେ ଏକ ଶତ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ପୁଣି ଠିକ୍ ସମୟରେ ପରୀକ୍ଷା କରିବାକୁ ହେଲେ ହାତରେ ଦୁଇ ଘଣ୍ଟା।ଦୁଇ ଘଣ୍ଟାରେ ଏହା କରିବା ସମ୍ଭବ ହେବ କି?ଯେଉଁ ବିଦ୍ୟାଳୟରେ ପିଲା ସଂଖ୍ୟା ଅଧିକ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରିବେ କ'ଣ? ଅର୍ଥାତ୍ ସବୁ ବୋଝକୁ ନିଜ ମୁଣ୍ଡରୁ ଓହ୍ଲାଇ ଦେଇ ପ୍ରଧାନଶିକ୍ଷକ ମୁଣ୍ଡରେ ଲଦି ଦିଆଯାଇଛି । ଅନ୍ଯ କତାରେ କହିଲେ ନବମ ଶ୍ରେଣୀର ପରୀକ୍ଷାକୁ ଗୁରୁତ୍ବ ହୀନ କରିଦେବା। ଯେମିତି ହେଉଛି ହେଉ । ବଙ୍ଗଳାରେ ଗୋଟିଏ କଥା ଅଛି "ଆମରା ସବ୍ ଭଦ୍ର ମାନୁଷ '।ଏହି ରାସ୍ତାରେ ଥିବା ଯାଏଁ କପି ରୋକିବ ନା ସମସ୍ୟା ତୁଟିବ ବରଂ ନୂତନ ସମସ୍ୟା ସୃଷ୍ଟି ହେବ । ବୋର୍ଡ ଏଭଳି କିଛି ନିଷ୍ପତ୍ତି ନନେଉ ଯାହା ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରିବ, ବୋର୍ଡର ଯେଉଁ ସୁନାମ ଅଛି ସେଥିରେ ଆଞ୍ଚ ଲାଗିବ, ଶିକ୍ଷକମାନଙ୍କର ଭରସା ତୁଟିଯିବ।

ଦଶମ ଶ୍ରେଣୀ ମାର୍କ ଆମ ଛାତ୍ରୀ ମାନଙ୍କ ର୍  💜💜💜 551,540,528 ❤️
18/05/2023

ଦଶମ ଶ୍ରେଣୀ ମାର୍କ ଆମ ଛାତ୍ରୀ ମାନଙ୍କ ର୍ 💜💜💜 551,540,528 ❤️

14/05/2022

ରାଘବଙ୍କ ଲଙ୍କା ଯାତ୍ରାନୁକୂଳ __ Raghabanka Lanka jatranukula __ Class 10 Odia __ Sa_HD

14/05/2022

ସୁଶିଷ୍ୟଃ ଉପମନ୍ୟୁ -୪- Sushishya upamanyu - Class 10 Sanskrit- Class 10_Osepa -par_HD

14/05/2022

All Things Bright and Beautiful __ Class 10 English __ LiveClass __

14/05/2022

ଜନନୀ ଜନ୍ମଭୂମି-୪-Janani janmabhumi -Part-4- Class 10 Sahitya -Lopaclasses-Class 1_HIGH

14/05/2022

ସୁଶିଷ୍ୟଃ ଉପମନ୍ୟୁ-୩ - Sushisya upamanyu- class 10 Sanskrit -Class 10 osepa-lopacl_HD

14/05/2022

ଜନନୀ ଜନ୍ମଭୂମି -୫ -Janani janmabhumi -Class 10 Sahitya-part-5- Lopaclasses_HIGH

14/05/2022

ଜନନୀ ଜନ୍ମଭୂମି ୩ __ Class 10 sahitya __ @ସାହିତ୍ୟ Jananijanmabhumi 3 __ LiveClass _HIGH

14/05/2022

ସୁଶିଷ୍ୟଃ ଉପମନ୍ୟୁ -୨- Sushishya upamanyu - Class 10 Sanskrit- Class 10_Osepa -par_HD

Address

Chandbali
756133

Alerts

Be the first to know and let us send you an email when Lopa Classes posts news and promotions. Your email address will not be used for any other purpose, and you can unsubscribe at any time.

Share