02/09/2026
#ଛତ୍ରପୁର ନିର୍ବାଚନମଣ୍ଡଳୀରେ #ବିଜେପିର ଶକ୍ତି ବୃଦ୍ଧି
ଛତ୍ରପୁର ପୌରପରିଷଦ ର ଉପାଧ୍ୟକ୍ଷ, ଆଇନଜୀବି ଏବଂ ୯ ବିଜେଡି କାଉନସିଲରଙ୍କ ସମେତ ବହୁ ଛାମୁଆ ନେତା ଓ କର୍ମୀ ମାନେ ସାମିଲ ହେଲେ ବିଜେପିରେ
ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେପିର ସାଙ୍ଗଠନିକ ଶକ୍ତି ଆହୁରି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟଧାରା ଓ ବିଜେପିର ନୀତି-ଆଦର୍ଶରେ ଅନୁପ୍ରାଣିତ ହୋଇ ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ତଥା ବିଜେଡି ନେତା ଜି. ପାପା ରାଓ ଏବଂ ଯୁବ ଆଇନଜୀବୀ ତଥା ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ସଂଗଠକ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ୯ ଜଣ ବିଜେଡି କାଉନସିଲରଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ଓ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ନବାଗତମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।
ବିଜେପିରେ ସାମିଲ ହୋଇଥିବା କାଉନସିଲରମାନେ ହେଲେ ଦେବାଶିଷ ମିଶ୍ର, ସନ୍ତୋଷୀ ସେଠୀ, କେ. ରମେଶ, ସୁମନ୍ତ ନାହାକ, ବି. ନିଶ୍ଚଳା ସ୍ୱାମୀ, ପ୍ରୀତି ଛନ୍ଦା ସାମଲ, ମାମା ସେଠୀ ଓ ମମତା ପାତ୍ରଙ୍କ ସମେତ ଅନ୍ୟମାନେ। ଏହାସହ ଯୁବ ନେତା ଅକ୍ଷୟ ସ୍ୱାଇଁ, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ପୂର୍ବତନ ବିଧାୟକଙ୍କ ପ୍ରତିନିଧି ଏନ. ୱାର୍ଦ୍ଧରାଜୁଲୁ ରେଡ୍ଡୀ,ଜି. ଗୋପାଳ ରାଓ, ରବୀନ୍ଦ୍ର ସାହୁ, ରମେଶ ଛଟେଇ, ସନମୁଖ ପଟ୍ଟନାୟକ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ନିବାସୀ ଗୌଡ଼ ଓ ପୁରୁଷୋତ୍ତମ ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଦଳରେ ଯୋଗଦେଇଥିଲେ।