Kranti Odisha News

Kranti Odisha News Kranti Odisha is No 1 bilingual digital media of Odisha

20/08/2026

ଲଗାଣ ବର୍ଷା ରେ ବଞ୍ଜାରୀ ସରବାହାଲ ଭାଙ୍ଗିଥିବା ବ୍ରିଜ ପରିଦର୍ଶନ କଲେ ବିଧାୟକ, ଅସ୍ଥାୟୀ ବ୍ରିଜ ନିର୍ମାଣ ପାଇଁ ନିର୍ଦେଶ

ଝାରସୁଗୁଡ଼ା : ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡର ବଞ୍ଜାରି ସରବାହାଳ ସଂଯୋଗକାରୀ ରାସ୍ତାରେ ଥିବା ବ୍ରିଜ୍‌ଟି କ୍ଷତିଗ୍ରସ୍ତ ହୋଇ କିଛି ଅଂଶ ଭାଙ୍ଗିଯାଇଛି। ଫଳରେ ଗତ ଦୁଇଦିନ ହେବ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।​ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ବୁଧବାର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିଷଦର ସିଡିଓ ତଥା ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ , ବିଜେପି ନେତା ବିମଳେନ୍ଦୁ ଭୋଲ, ପୌରପାଳିକା ଓ ବେଦାନ୍ତର ଯନ୍ତ୍ରୀଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।​ସାଧାରଣ ଜନତାଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଭାବେ ବ୍ରିଜ୍‌ ନିର୍ମାଣ ଶେଷ କରି ଯାତାୟାତ ସ୍ୱାଭାବିକ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାସହ ବର୍ଷା ଋତୁ ଶେଷ ହେବା ପରେ ଏହି ରାସ୍ତା ଓ ପୋଲର ସ୍ଥାୟୀ ନୂତନ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ବିଧାୟକ ତ୍ରିପାଠୀ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Report Malaya Pattnaik

ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେବା ପରେ ସେହି ସ୍ଥାନଟି “ଅପବ...
14/08/2026

ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେବା ପରେ ସେହି ସ୍ଥାନଟି “ଅପବିତ୍ର” ହୋଇଯାଇଛି ବୋଲି ଦର୍ଶାଇ ଏହାର “ଶୁଦ୍ଧିକରଣ” କରାଯିବ ବୋଲି କିଛି ବିଜେପି କର୍ମୀଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଘଟଣାକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ତୀବ୍ର ନିନ୍ଦା କରିଛି।

ଏହି ଘଟଣାକୁ ବିରୋଧ କରି ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କଂଗ୍ରେସ ନେତା ଓ କର୍ମୀମାନେ ବିଜେପିର ଏହି ପଦକ୍ଷେପକୁ ଘୃଣ୍ୟ, ଅଗଣତାନ୍ତ୍ରିକ ଓ ସଂକୀର୍ଣ୍ଣ ମାନସିକତାର ପରିଚୟ ବୋଲି ଅଭିହିତ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଦେଶର ଜଣେ ବରିଷ୍ଠ ରାଜନେତା ତଥା ବିରୋଧୀ ଦଳର ଜାତୀୟ ସଭାପତିଙ୍କ ପ୍ରତି ଏଭଳି ଆଚରଣ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ଓ ସାମାଜିକ ସଦ୍ଭାବକୁ କ୍ଷୁଣ୍ଣ କରୁଛି। ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଜଣେ ନେତାଙ୍କ ଉପସ୍ଥିତିକୁ “ଅପବିତ୍ର” ବୋଲି କହିବା ଏକ ନିନ୍ଦନୀୟ ଘଟଣା ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପିକୁ ଏଭଳି ବିଭାଜନକାରୀ ଓ ଘୃଣା ସୃଷ୍ଟିକାରୀ ରାଜନୀତିରୁ ନିବୃତ୍ତ ରହିବାକୁ ଆହ୍ୱାନ କରାଯାଇଥିଲା। ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ,ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ, ଉପସଭାପତି ଅଲେଖ କୁମାର, ରିୟାଜ ହୁସେନ, ସାଧାରଣ ସମ୍ପାଦକ ସାଲିମ ଖାନ, ନଗର ସଭାପତି ଦେବାନନ୍ଦ ବାରିକ, ଭାଗିରଥି ପାତ୍ର, ସଞ୍ଜୟ ମହାପାତ୍ର,, ଝିସନ ମଲ୍ଲିକ, ସଉକି ଲୁହା, ଏମଡ଼ି ଇକବାଲ ଙ୍କ ସହିତ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

Report Malaya Pattnaik

ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଗଣତାନ୍ତ୍ରିକ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସମୟରେ ବାରମ୍ବାର କଂଗ୍ରେସ କର୍ମୀମାନଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯା...
12/08/2026

ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଗଣତାନ୍ତ୍ରିକ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସମୟରେ ବାରମ୍ବାର କଂଗ୍ରେସ କର୍ମୀମାନଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଉଥିବା ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଅଧିକ୍ଷକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି କଂଗ୍ରେସ ନେତା କହେଁୟା କୁମାର ଙ୍କ ଗସ୍ତ ସମୟରେ ମଧ୍ୟ କଂଗ୍ରେସ କର୍ମୀ ଙ୍କୁ ଅଟକ କରିଥିବା ଓ କୌଣସି ବିଜେପି ନେତା ଆସିଲେ ମଧ୍ୟ କଂଗ୍ରେସ କର୍ମୀ ମାନଙ୍କୁ ଅଟକ ରଖିବା ସହ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରିବା ଓ ନିଜ ଦାବି ଉପସ୍ଥାପନ କରିବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ହୋଇଥିବାରୁ ଅଯଥାରେ କଂଗ୍ରେସ କର୍ମୀଙ୍କୁ ଅଟକ ନକରିବା ପାଇଁ ପ୍ରତିନିଧିମଣ୍ଡଳୀ ଏସ୍‌ପିଙ୍କ ନିକଟରେ ଦାବି ରଖିଥିଲେ।

ଆଇନଶୃଙ୍ଖଳା ରକ୍ଷା ନାମରେ ଗଣତାନ୍ତ୍ରିକ ଅଧିକାରକୁ ଦମନ କରାଯିବା ଉଚିତ ନୁହେଁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ଭବିଷ୍ୟତରେ କୌଣସି ଆନ୍ଦୋଳନ କିମ୍ବା ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ପୋଲିସ ଓ କଂଗ୍ରେସ ନେତୃତ୍ୱ ମଧ୍ୟରେ ସମନ୍ୱୟ ରଖିବା ସହ ଅନାବଶ୍ୟକ ଅଟକଦାରୀ ବନ୍ଦ କରିବା ନେଇ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ଜିଲ୍ଲା ସଭାପତି ଙ୍କ ସହିତ କଂଗ୍ରେସ ଦଳର ପୂର୍ବତନ ସଭାପତି ଭରତ ଅବସ୍ତି, ସୁବ୍ରତ ପ୍ରଧାନ,ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ , ଦେବାନନ୍ଦ ବାରିକ,ଶାହରୁଖ ଖାନ, ମନମୋହନ ଝା,ସଞ୍ଜୟ ମହାପାତ୍ର,ରିୟାଜ ହୁସେନ, ଅଶୋକ ଖର୍ଷେଲ,ପ୍ରମୁଖ ଉପସ୍ଥିତ ରହି ପୋଲିସ ପ୍ରଶାସନର ସହଯୋଗ ଆଶା କରିଥିଲେ।

Report Malaya Pattnaik

Address

Manik Ghosh Bazar
Cuttack
753002

Alerts

Be the first to know and let us send you an email when Kranti Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kranti Odisha News:

Shortcuts

Share