JNE ODIA News

JNE ODIA News This is the official web channel of an unit of ''M/S.JANATA NEWS EXPRESS (JNE ODIA)'' to connect peo

ସତ୍ୟର ଅନୁସନ୍ଧାନରେ ଜେ.ଏନ୍.ଇ ଓଡିଆ । ଯାହା ସତ ତାହା ନିଛକ ଭାବରେ ଆପଣଙ୍କ ନିକଟରେ ପହଂଚାଇବା ଆମର କାମ । ଆମେ ଯାହା ଦେଖୁ, ତାହା ଦେଖାଇ । ଆଜିର ଡିଜିଟାଲ ଦୁନିଆରେ ସମସ୍ତ ସତ୍ୟତମ ସମ୍ବାଦ ଜାଣିବା ପାଇଁ ସମସ୍ତ ଆଗ୍ରହୀ । ଆଉ ଏହାକୁ ଆପଣ ମାନଙ୍କ ନିକଟରେ ପହଂଚାଇବା ଆମର ଦାୟିତ୍ୱ । ଏହା ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଆମର ଅହରହ ପ୍ରଚେଷ୍ଟା ଜାରି ରହିଛି ।

14/01/2025

ବାରଙ୍ଗ ଆଞ୍ଚଳିକ ବରିଷ୍ଠ ନାଗରିକ ସଙ୍ଘର ସାମ୍ୱାଦିକ ସମ୍ମିଳନୀ || Baranga Regional Senior Citizens Association Conference

02/12/2024

ବାରଙ୍ଗ ତହସିଲର ମୁଖା ଖୋଲିବ JNE ଓଡ଼ିଆ, ବାରଙ୍ଗ ତହସିଲରେ ବାବୁ ଜଣକ କିଏ ? || What is going on in Barang Tehsil?

27/11/2024
ମୃତ ବ୍ୟକ୍ତିର ଚାଉଳ ଖାଉଛି କିଏ ? ବାରଙ୍ଗ: ରାସନକାର୍ଡରେ ଦିଆଯାଇଥିବା ସଦସ୍ୟଙ୍କ ମଧ୍ୟରୁ ଜଣେ ଦୁଇଜଣ ମୃତ୍ୟୁ ବରଣ କଲେଣି ହେଲେ ତାଙ୍କ ନାମରେ...
15/11/2023

ମୃତ ବ୍ୟକ୍ତିର ଚାଉଳ ଖାଉଛି କିଏ ?

ବାରଙ୍ଗ: ରାସନକାର୍ଡରେ ଦିଆଯାଇଥିବା ସଦସ୍ୟଙ୍କ ମଧ୍ୟରୁ ଜଣେ ଦୁଇଜଣ ମୃତ୍ୟୁ ବରଣ କଲେଣି ହେଲେ ତାଙ୍କ ନାମରେ ଚାଉଳ ଉଠାଣ ହେଉଛି । ଏମିତି ଅନେକ ରାସନକାର୍ଡ ରହିଛି ଯାହାକୁ ପରବର୍ତ୍ତୀ ସମୟରେ ସଂଶୋଧନ କରାଯାଇନାହିଁ । ଡିଲର ଅତି ଚଞ୍ଚକତା କରି ମୃତ ହିତାଧିକାରୀଙ୍କ ନାମରେ ଚାଉଳ ଉଠାଣ କରୁଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କଟକ ଜିଲ୍ଲା ବାରଙ୍ଗ ବ୍ଳକ ବେଲଗଛିଆ ପଞ୍ଚାୟତର ଜଣେ ହିତାଧିକାରୀ ହେଉଛନ୍ତି ରଞ୍ଜନା ଦାଶ । ରାସନ କାର୍ଡ ନଂ- ୦୭୦୪୦୧୧୧୨୧୫ ରଞ୍ଜନା ଦାଶଙ୍କ ସମେତ ୭ ଜଣ ସଦସ୍ୟଙ୍କ ନାଁ ତାଲିକାରେ ରହିଛି । ହେଲେ ଇତି ମଧ୍ୟରେ ରଞ୍ଜନା ଦାଶଙ୍କ ଆଜକୁ ୨ବର୍ଷ ଉର୍ଦ୍ଧ ହେବ ତାଙ୍କର ଦେହାନ୍ତ ହୋଇସାରିଛି ହେଲେ ରାସନକାର୍ଡରେ ସେହି ୭ ଜଣଙ୍କ ନାଁ ରହିଛି, ଯାହାକି ପରିବାର ସଂଖ୍ୟା ୬ଜଣ ହେବା କଥା । ଏବେ ସୁଧା ରଞ୍ଜାନା ନାମରେ ଚାଉଳ ଉଠାଣ କରାଯାଉଛି ।

ସେହିପରି ଭାବରେ ରାସନ କାର୍ଡ ନଂ- ୦୭୦୪୦୧୧୧୫୨୩ ରୁଷିକେଶ ଘଡ଼େଇ, ରାସନ କାର୍ଡ ନଂ- ୦୭୦୪୦୧୧୧୪୯୩ ଅଲେଖ ସାହୁ ଓ ରମା ସାହୁ, ରାସନ କାର୍ଡ ନଂ- ୦୭୦୪୦୧୧୧୩୮୯ ରଜିତ ପ୍ରସାଦ ରାଉତ, ରାସନ କାର୍ଡ ନଂ- ୦୭୦୪୦୧୧୧୨୨୨ ଜହରେନ୍ଦ୍ର ସାମଲ, ରାସନ କାର୍ଡ ନଂ- ୦୭୦୪୦୧୧୧୫୫୪ ଭାଗ୍ୟଧର ରାଉତ, ରାସନ କାର୍ଡ ନଂ- ୦୭୦୪୦୧୧୧୩୧୦ ବାବାଜୀ ଚ଼ରଣ ବେହେରା, ରାସନ କାର୍ଡ ନଂ- ୦୭୦୪୦୧୧୧୩୭୧ ଚାନ୍ଦ ନାୟକ, ରାସନ କାର୍ଡ ନଂ- ୦୭୦୪୦୧୧୧୧୧୬ ରାଜେଶ କୁମାର ଦାଶ ମୃତ ହୋଇ ସାରିଲେଣି ।

ସେହିପରି ଅନେକ ହିତାଧିକାରୀଙ୍କ ଦେହାନ୍ତ ହୋଇସାରିଲାଣି, ହେଲେ କାର୍ଡରେ ସଂଶୋଧନ କରାଯାଇନାହିଁ । ଯୋଗାନଣ ବିଭାଗ ଏମ୍.ଆଇ. ଓ ଡ଼ିଲରଙ୍କୁ ନେଇ କାର୍ଯ୍ୟ ଦକ୍ଷତାକୁ ପ୍ରଶ୍ନ ଉଠିଛନ୍ତି ଅଞ୍ଚଳବାସୀ ।

କେଉଁଠି ଭୁତ ହିତାଧିକାରୀ ଓ ବଡ଼ବଡ଼ିଆଙ୍କୁ ଅନାୟାସରେ ରାସନକାର୍ଡ ମିଳିଛି ତ ଆଉ କେଉଁଠି ଗରିବ, ଖଟିଖିଆ, ଦିନ ମଜୁରିଆ ବାରମ୍ବାର ଦୌଡିବା ନୟାନ୍ତ ହେଲେ ବି ସେମାନଙ୍କ ଭାଗ୍ୟରେ ରାସନ କାର୍ଡ ଜୁଟୁନି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ ପରଠାରୁ ପ୍ରତ୍ୟେକ ଗରିବ ପରିବାରର ସଦସ୍ୟ ପ୍ରତି ମାସରେ ପାଞ୍ଚ କେଜି ଚାଉଳ ଯୋଗାଇ ଦିଆଯାଉଛି । ଯଦି ୧୦ ରୁ ୧୫ ଭୂତ ରାସନ କାର୍ଡ ହିତାଧିକାରୀମାନଙ୍କ ନାଁରେ ଚାଉଳ ପ୍ରତି କାର୍ଡ ଜଣ ପିଛା ଅନୂନ୍ୟ କୋଡ଼ିଏ ପଚିଶ କେଜି ହଡ଼ପ ହେଉଥାଏ, ତେବେ ମାସକ ହିସାବରେ ବର୍ଷକୁ ଲକ୍ଷ ଟଙ୍କା ହଡ଼ପ ହେଉଛି। କେତେବର୍ଷ ହେଲାଣି ଏମିତି ଭୂତ କାର୍ଡରେ ଚାଉଳ ହଡପ ହେଉଛି ତାହା ତଦନ୍ତ ହେଲେ ଜଣାପଡ଼ିବ ବୋଲି ପ୍ରକୃତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

ସେପଟେ ବାରଙ୍ଗ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ବିଷ୍ଣୁପ୍ରିୟା ନାୟକଙ୍କ କହିବା କଥା, ଏମିତି ହେବା କଥା ନୁହେଁ I ମୃତ ବ୍ୟକ୍ତିଙ୍କ ତଥ୍ୟ ପାଇବା ପରେ ରାସନକାର୍ଡକୁ ଡିଲର ମାନେ ସଂଶୋଧନ କରିବା କଥା I ଯଦି ସେଭଳି କରାଯାଇନାହିଁ ଏବଂ ମୃତ ହିତାଧିକାରୀନ ନାମରେ ଚାଉଳ ଉଠାଣ ହେଉଛି ତେବେ ସେନେଇ ତଦନ୍ତ କରାଯିବ I ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି I

ଖାଲି ବେଲଗଛା ଗ୍ରାମ ପଞ୍ଚାୟତ ନୁହେଁ । ଯଦି ଜିଲ୍ଲା ଯୋଗାଣ ବିଭାଗ ସଠିକ୍ ତଦାରଖ କରାଯାଆନ୍ତା ତେବେ ବାରଙ୍ଗ ବ୍ଳକ ୧୬ ଗୋଟି ଗ୍ରାମ ପଞ୍ଚାୟତର ଡିଲରଙ୍କ ଠାରୁ ମୃତ ବ୍ୟକ୍ତି ନାମ କଟା ଯାଇ ପାରନ୍ତା । ବ୍ଲକରେ ଆବେଦନ କରିଥିବା ୧୩୬୫ଜଣ ନୂତନ ହିତାଧିକାରୀ ସାମିଲି ହୋଇ ପାରନ୍ତେ ।

09/10/2023

ନବୀନ ଥିଲେ ସବୁ ସମ୍ଭବ.. || Odisha CM Naveen Patnaik approves DPR for Bhubaneswar Metro Project

କିଏ କହୁଛି ସତ ? ପ୍ରମାଣ ଆପଣଙ୍କ ସାମ୍ନାରେ
03/10/2023

କିଏ କହୁଛି ସତ ? ପ୍ରମାଣ ଆପଣଙ୍କ ସାମ୍ନାରେ

ନନ୍ଦନକାନନ କୁ ଆସିଲା ନୂଆ ଅତିଥି.ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ଆସିଲା ନୂଆ ଅତିଥି । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ର...
26/07/2023

ନନ୍ଦନକାନନ କୁ ଆସିଲା ନୂଆ ଅତିଥି.
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ଆସିଲା ନୂଆ ଅତିଥି । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଜୁ କୁ ଗସ୍ତ କରିଥିବା ୬ଜଣିଆ ଦଳଙ୍କ ଦ୍ୱାରା ବିରଳ ପ୍ରଜାତିର ଜନ୍ତୁ ଆଣି ନନ୍ଦନକାନନ ପ୍ରାଣୀଉଦ୍ୟାନ ଆଜି ସନ୍ଧ୍ୟା ୭:୩୦ ସମୟରେ ପହଁଚିଛନ୍ତି । ବିରଳ ପ୍ରଜାତିର ୨ଟି ଉଲକ ଗିବନ ଓ ୨ଟି ଚିତ୍ରା ବିରାଡ଼ି ଅଣାଯାଇଛି । ଗତ ୧୪ ତାରିଖରେ ପ୍ରତି ବଦଳରେ ନନ୍ଦନକାନନ ଋ ଦିଆଯାଇଥିଲା ୨ଟି ମହାବଳ ବାଘ ଓ ୩ଟି ଘଡ଼ିଆଳ କୁମ୍ଭୀର ।

03/06/2023

ଆମ୍ବୁଲାନ୍ସ ରହଣିକୁ ନେଇ ରାଜନୀତି, ମୁହାଁମୁହିଁ ଦୁଇ ସରପଞ୍ଚ

26/05/2023

ଅଧାରୁ ଉଠିଗଲେ ବିଧାୟକ-ବିଡ଼ିଓ || ବୈଠକ ମଝିରେ ବାଜିଲା ଘଣ୍ଟ || baranga panchayat committee meeting was closed for protest

25/05/2023

ଜମିରୁ ମାଟି ନେବାକୁ, କିଏ ଦେଲା ଅନୁମତି || RKD company is taking soil from Barang Naraj Marthapur farm land

21/02/2023

ରାସ୍ତା ଏଠି ମରଣଯନ୍ତା ! || Road widening scam from Barang block Netal to Sanmundali

ଭୁବନେଶ୍ୱର : ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାସ୍ତା ନିର୍ମାଣ କରାଯାଉଛି I ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି I ଯଦି ସେହି ରାସ୍ତା ଜନସଧାରଣଙ୍କ ପାଇଁ ମରଣଯନ୍ତା ପାଲଟିବ ତେବେ ଦାୟୀ କିଏ ରହିବ I

ଏ ହେଉଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ନେତଲ ଠାରୁ ସାନମୁଣ୍ଡଳୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଉଛି I ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ପ୍ରାୟ ୭.୫୦୦ କିମି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଅତି ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ

ଠିକାଦାର ଯେଉଁ ଅନୁପାତରେ ରାସ୍ତା ନିର୍ମାଣ କରିବା କଥା ତାହା କରିନାହାନ୍ତି I ରାସ୍ତାରର ବାମ ପାର୍ଶ୍ଵକୁ ମାତ୍ର ଦେଢ଼ ଇଞ୍ଚ ଖୋଲି ତାକୁ ପ୍ଲେଟ ଭୈବ୍ରେଟି କରିଦେଇ ତା ଉପରେ ମେଣ୍ଟାଲ, ଚିପ୍ସ ଓ ଡଷ୍ଟ ପକେଇ ଦେଇ ଛାଡି ଦେଇଛନ୍ତି ଠିକାଦାର I ଗୋଟିଏ ମାସ ହେଲାଣି କାମ ସେମିତି ଅଧାପନ୍ତରିଆ ହୋଇ ପଡି ରହିଛି I ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି I

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଏହି ରାସ୍ତାକୁ ଅଧାପନ୍ତରିଆ ଭାବେ ଛାଡିଦେଇ ଚାଲିଯାଇଛନ୍ତି ଠିକାଦାର I ୧ କୋଟିରୁ ଉର୍ଦ୍ଧ ବେୟବରାଦରେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ନେଇ ଏବେ ହୀନସ୍ତା ହେଉଛନ୍ତି ସାଧାରଣ ଲୋକେ I ଯାହାର ତଦାରଖ କରିବାର ଆବଶ୍ୟକତ ରହିଛି I ନଚେତ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି I

Address

Naraj Maharathapur

Alerts

Be the first to know and let us send you an email when JNE ODIA News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JNE ODIA News:

Share