Khabar Odisha

Khabar Odisha Contact information, map and directions, contact form, opening hours, services, ratings, photos, videos and announcements from Khabar Odisha, Media/News Company, Cuttack.

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋକ୍ସୋ ମାମଲାରେ ପଞ୍ଚାୟତ କରିପାରିବନି ସାଲିସପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍...
11/03/2026

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋକ୍ସୋ ମାମଲାରେ ପଞ୍ଚାୟତ କରିପାରିବନି ସାଲିସ

ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ମାମଲା ବା କୌଣସି ନାବାଳକ/ନାବାଳିକା ସହ ଘଟିଥିବା ଅପରାଧିକ ମାମଲାର ସମାଧାନ ପଞ୍ଚାୟତ ସ୍ତରରେ କରାଯାଇପାରିବ ନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏଭଳି ଘଟଣାକୁ ପଞ୍ଚାୟତର ସରପଞ୍ଚ ହୁଅନ୍ତୁ ବା କିଛି ବରିଷ୍ଠ ବ୍ୟକ୍ତି ହାତକୁ ନେବା ଉଚିତ୍ ନୁହେଁ ।

ପଞ୍ଚାୟତ କୌଣସି ପ୍ରକାରର ଅଦାଲତ ନୁହେଁ । ଏଭଳି ଘଟଣାକୁ ଆଇନର ଉଲ୍ଲଂଘନ ଧରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀମାନେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରିବା ଲାଗି ପଦକ୍ଷେପ ନେବେ । ଯଦି କେହି ବି ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପଞ୍ଚାୟତ ମଧ୍ୟରେ ସୀମିତ ରଖିବାକୁ ବା ସମାଧାନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

-ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ୍ ରୋଭର୍ ଗାଡ଼ି ଜବତ-ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ-ଦୀର୍ଘ ୧୦ ମାସ ପରେ ଜବତ ହେଲା ଏହି ଦାମୀ...
24/12/2025

-ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ୍ ରୋଭର୍ ଗାଡ଼ି ଜବତ
-ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ
-ଦୀର୍ଘ ୧୦ ମାସ ପରେ ଜବତ ହେଲା ଏହି ଦାମୀ ଗାଡ଼ି

 #ପର୍ଯ୍ୟଟକଙ୍କ_ପ୍ରଥମ_ପସନ୍ଦ_ଓଡ଼ିଶା-ଓଡ଼ିଶାକୁ  ଛୁଟିଛି ପର୍ଯ୍ୟଟକଙ୍କ ସୁଅ l-୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ l-...
06/12/2025

#ପର୍ଯ୍ୟଟକଙ୍କ_ପ୍ରଥମ_ପସନ୍ଦ_ଓଡ଼ିଶା
-ଓଡ଼ିଶାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ l
-୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ l
-୨୦୨୩-୨୪ ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଆସିଥିଲେ ଓଡ଼ିଶା l
-୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛି l
-ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

 #ରାଜ୍ୟରେ_ଅଛି_୧୩୦ପାନ୍ଥ_ନିବାସ -ରାଜ୍ୟରେ ଅଛି  ୧୩୦ ପାନ୍ଥ ନିବାସ ! -୩୨ ପାନ୍ଥନିବାସ କୁ  କରାଯାଇଛି ଘରୋଇ କରଣ l-୭ଟି ଲାଭରେ ଥିବା ବେଳେ ...
06/12/2025

#ରାଜ୍ୟରେ_ଅଛି_୧୩୦ପାନ୍ଥ_ନିବାସ
-ରାଜ୍ୟରେ ଅଛି ୧୩୦ ପାନ୍ଥ ନିବାସ !
-୩୨ ପାନ୍ଥନିବାସ କୁ କରାଯାଇଛି ଘରୋଇ କରଣ l
-୭ଟି ଲାଭରେ ଥିବା ବେଳେ ବାକି ସବୁ ଚାଲିଛି କ୍ଷତିରେ l
-ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

 ୍ଷ_ରେ_ଜବତ_ହେଲାଣି  ୍ଷ_୬୬_ହଜାର_୯୪୧_କେଜି_ଗଞ୍ଜେଇସେହିପରି ୫୨ ହଜାର ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କଲେଣି ରାଜ୍ୟ ସରକାର ...
06/12/2025

୍ଷ_ରେ_ଜବତ_ହେଲାଣି
୍ଷ_୬୬_ହଜାର_୯୪୧_କେଜି_ଗଞ୍ଜେଇ
ସେହିପରି ୫୨ ହଜାର ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କଲେଣି ରାଜ୍ୟ ସରକାର । ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୨୨ ହଜାର ୩୮୦ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୪୩୬୪ ଏକର ଜମି ରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସର୍ବାଧିକ କନ୍ଧମାଳ ରେ ୩୬୪୯, ବୌଦ୍ଧ ରେ ୩୩୭, କୋରାପୁଟ ରେ ୨୦୯ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ନିଜର ଜନ୍ମଦିନରେ ପିତା, ମାତାଙ୍କ ଆଶୀର୍ବାଦ ନେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ।
06/12/2025

ନିଜର ଜନ୍ମଦିନରେ ପିତା, ମାତାଙ୍କ ଆଶୀର୍ବାଦ ନେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ।

 #ଖସିଗଲେ_ମାଓବାଦୀ-ଫୁଲବାଣୀରେ ମାଓ ଅପରେସନ ଜାରି l-ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ l-ସର୍ଚ୍ଚ ଅପରେସନ ବେଳେ ଖସିଗଲେ ମାଓବା...
06/12/2025

#ଖସିଗଲେ_ମାଓବାଦୀ
-ଫୁଲବାଣୀରେ ମାଓ ଅପରେସନ ଜାରି l
-ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ l
-ସର୍ଚ୍ଚ ଅପରେସନ ବେଳେ ଖସିଗଲେ ମାଓବାଦୀ l

ପିପ୍ପଳିରୁ ଭଲ ହେବ କ୍ୟାନ୍ସର !କମ୍ ଟଙ୍କାରେ କ୍ୟାନ୍ସରକୁ ହରାଇବେ ରୋଗୀ.... ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ ...
30/11/2025

ପିପ୍ପଳିରୁ ଭଲ ହେବ କ୍ୟାନ୍ସର !କମ୍ ଟଙ୍କାରେ କ୍ୟାନ୍ସରକୁ ହରାଇବେ ରୋଗୀ.... ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ lଏନଆଇଟି ରାଉରକେଲାର ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚ ବିଶେଷଜ୍ଞଙ୍କୁ ମିଳିଲା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଉଦ୍ଭାବନ । ଏକ ତିନି ଜଣିଆ ରିସର୍ଚ୍ଚ ଟିମ କ୍ୟାନ୍ସର ପାଇଁ ରିସର୍ଚ୍ଚ ଜାରି ରଖିଥିବା ବେଳେ ବର୍ତ୍ତମାନ ଏହି ଉଦ୍ଭାବନ ସମ୍ପୂର୍ଣ୍ଣ ମେଡିକାଲ ଏବଂ ବାୟୋ ଟେକ୍ନୋଲୋଜି ବା ଲାଇଫ ସାଇନ୍ସ କ୍ଷେତ୍ରରେ ଚହଳ ପକାଇଛି । NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି।ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏହି ମେଡ଼ିସିନ୍ ସେ ସବୁରୁ ମୁକ୍ତି ଦେବ ବୋଲି କୁହାଯାଉଛି ।ସାଧାରଣତଃ କ୍ୟାନ୍ସର ହେଲେ ମଣିଷ ଶରୀରରେ କୋଲନ କ୍ୟାନ୍ସର ସେଲ ଲଗାତାର ଭାବରେ ବଢିଥାଏ ଯାହା ଫଳରେ କ୍ୟାନ୍ସର ରୋଗ ଧୀରେ ଧୀରେ ବଢ଼ିଥାଏ । କିନ୍ତୁ ବର୍ତ୍ତମାନ ଏହି ପିପ୍ପଳି ଫଳ ଏବଂ ଏହାର ଗଛର ଚେରରୁ ମିଳୁଥିବା ଆଣ୍ଟିବଡି କ୍ୟାନ୍ସର ରୋଗକୁ ରୋକିବ । କୋଲନ୍ କ୍ୟାନ୍ସର ସେଲ୍ ସହ ଲଢ଼ି ଏହାକୁ ନଷ୍ଟ କରିବ । ଏକ ପରୀକ୍ଷା କରି ରିସର୍ଚ୍ଚ ଟିମ ଏହାକୁ ସଫଳ କରି ଦେଖାଇଛନ୍ତି । ତେବେ ଏହି ଟିମର ମୁଖ୍ୟ ରିସର୍ଚ୍ଚର କହିଛନ୍ତି ଯେ “MTT ଟେଷ୍ଟ ରେ ଏହି “ପାଇପର ଲଙ୍ଗୟୁମାଇନ” ସିଧାସଳଖ କୋଲନ୍ କ୍ୟାନ୍ସର ସେଲ୍ ସହ ଲଢ଼ି ଏହାକୁ ନଷ୍ଟ କରୁଛି । ଗବେଷଣା ପରେ ରାଉରକେଲା NITର ଏହି ଟିମକୁ ବର୍ତ୍ତମାନ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

24/08/2025

ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଛକରେ ଥିବା ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ସିସିଟିଭି ରେ କଏଦ ହେଲା ଭିଡିଓ.....

ଆଇପିଏସ ସ୍ତରରେ ଅଦଳବଦଳ, ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତଭୁବନେଶ୍ୱର : ଆଇପିଏସ ସ୍ତରରେ ଅଦଳବଦଳ ।  ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ...
21/08/2025

ଆଇପିଏସ ସ୍ତରରେ ଅଦଳବଦଳ, ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର : ଆଇପିଏସ ସ୍ତରରେ ଅଦଳବଦଳ । ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ । ପ୍ରବୀଣ କୁମାର ଆଇଜି ପୋଲିସ ପ୍ରୋଭିଜନିଂ । ଗଜଭିୟେ ସତୀଶ କୁମାର ଆଇଜି ସ୍ପେଶାଲ ଆର୍ମଡ ପୋଲିସ । ସଞ୍ଜୟ କୌଶଲ ଆଇଜି EOW । ଅବିନାଶ କୁମାର ନିର୍ଦ୍ଦେଶକ, ଷ୍ଟେଟ କ୍ରାଇମ ରେକର୍ଡ ବ୍ଯୁରୋ । ସତ୍ୟଜିତ ନାୟକ ଡିଆଇଜି ସେଣ୍ଟ୍ରାଲ ରେଞ୍ଜ । ବଦଳିଲେ ପୁରୀ ଏସପି । ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ। ପିନାକ ମିଶ୍ର ଡିଆଇଜି ଇଷ୍ଟର୍ଣ୍ଣ ରେଞ୍ଜ ଭାବେ ନିଯୁକ୍ତ। ପରମାର ସ୍ମିତ ପର୍ଶୋତ୍ତମ ଦାସ ଏସପି କ୍ରାଇମବ୍ରାଞ୍ଚ । ବିବେକାନନ୍ଦ ଶର୍ମା ଏସପି ଖୋର୍ଦ୍ଧା । ବଦଳିଛନ୍ତି ୭ଜିଲ୍ଲାର ଏସପି ।

ନିମ୍ନରେ ଦେଖନ୍ତୁ ତାଲିକା :



1. SCRB ନିର୍ଦ୍ଦେଶକ ଏବଂ SFSL ନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ସନ୍ତୋଷ ବାଲାଙ୍କୁ SFSL (ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ)ର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି।
2. ପୋଲିସ IG ପ୍ରବୀଣ କୁମାରଙ୍କୁ ପୋଲିସ ପ୍ରୋଭିଜନିଂର I.G. ଭାବରେ ନିଯୁକ୍ତି ଦିଆଯାଇଛି।

3. ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର I.G. ଭାବରେ ନିଯୁକ୍ତି ଦିଆଯାଇଛି।

4. ପୋଲିସ I.G. ସଞ୍ଜୟ କୁମାର କୌଶଳଙ୍କୁ EOW (ଅର୍ଥନୈତିକ ଅପରାଧ ଶାଖା)ର ପୋଲିସ IG ଭାବରେ ନିଯୁକ୍ତି ଦିଆଯାଇଛି।

5. ପୋଲିସ I.G. ଅଭିନାଶ କୁମାରଙ୍କୁ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି।
6. ବାଲେଶ୍ୱରର ER ପୋଲିସ DIG ଡକ୍ଟର ସତ୍ୟଜିତ ନାୟକଙ୍କୁ ପୋଲିସ କେନ୍ଦ୍ରୀୟ ରେଞ୍ଜର DIG ଭାବରେ ନିଯୁକ୍ତି ଦିଆଯାଇଛି।
7. ଡିଆଇଜିପି ପଦରେ ଥିବା ପୁରୀର S.P. ପିନାକ ମିଶ୍ରଙ୍କୁ ପୋଲିସ ପୂର୍ବ ରେଞ୍ଜର DIG ଭାବରେ ନିଯୁକ୍ତି ଦିଆଯାଇଛି।
8. ଝାରସୁଗୁଡା ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

9. କଟକ ରେଳବାଇ ଏସପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

10. କଟକ (ଗ୍ରାମୀଣ) ଏସପି ପ୍ରତୀକ ସିଂହଙ୍କୁ ପୁରୀ ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

11. ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ୱର ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

12. ରାଜ୍ୟ ପୋଲିସ ମୁଖ୍ୟାଳୟର ଓଏସଡି ବିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମୀଣ) ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

13. ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚର ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

14. ନୂଆପଡା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ରଙ୍କୁ ଝାରସୁଗୁଡା ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

15. ଅତିରିକ୍ତ ଡିସିପି ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂପୁର ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

16. ଅମୃତପାଲ ସିଂହଙ୍କୁ ନୂଆପଡା ଏସପି ଭାବରେ ନିଯୁକ୍ତି ଦିଆଯାଇଛି।

17. ଅମୃତପାଲ କୌରଙ୍କୁ ସୁନ୍ଦରଗଡ ଏସପି ଭାବରେ ନିଯୁକ୍ତି ଦିଆଯାଇଛି।
18. ଭବାନୀ ଶଙ୍କର ଉଦଗାତା, ଜଗତ୍ସିଂହପୁର ଏସପି ରେଳବାଇ, କଟକ ଭାବରେ ପୋଷ୍ଟ କରାଯାଇଛି।

ସୌମ୍ୟାଶ୍ରୀ ସାଙ୍ଗ କହିଲେ ! ଘଟଣାର ପୂର୍ବ ରାତି କଥା |ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍...
17/07/2025

ସୌମ୍ୟାଶ୍ରୀ ସାଙ୍ଗ କହିଲେ ! ଘଟଣାର ପୂର୍ବ ରାତି କଥା |

ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି ଆସୁଥିଲି। ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ ଏମିତି କେମିତି କରିପାରିବ?’ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌। କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା। ହେଲେ ଆତ୍ମହତ୍ୟା କରିପାରିବ କି। ଘଟଣାର ସଠିକ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି ସୌମ୍ୟାଶ୍ରୀ ସାଙ୍ଗ

08/06/2025

କୋଉଠି ଅଛ ଧନ ତମେ ଫେରିଆସ..........
#ଟୁଙ୍ଗୁରୁ .

Address

Cuttack

Alerts

Be the first to know and let us send you an email when Khabar Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Odisha:

Share