Khabar Odisha

Khabar Odisha Contact information, map and directions, contact form, opening hours, services, ratings, photos, videos and announcements from Khabar Odisha, Media/News Company, Cuttack.

08/06/2025

କୋଉଠି ଅଛ ଧନ ତମେ ଫେରିଆସ..........
#ଟୁଙ୍ଗୁରୁ .

03/06/2025

ଶେଷରେ ନିରାଶ ହୋଇ ଟୁଙ୍ଗୁରୁ ଘରୁ ଫେରିଲେ ବର୍ଷା.....

02/06/2025

ଟୁଙ୍ଗୁରୁ ଘରେ ଜୋର ଜବରଦସ୍ତ ପଶିଲା ବର୍ଷା ..

 #ସନ୍ନ୍ୟାସ_ନେଲେ_ରଘୁନନ୍ଦନ_ଦାସପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତାଙ୍କ ସନ୍ନ୍ୟାସ, ଏନେଇ ରଘୁନନ୍ଦନଙ୍କ ପ୍ରତିକ୍ରିୟା lଟିକେଟ ମିଳିଲାନ...
21/04/2025

#ସନ୍ନ୍ୟାସ_ନେଲେ_ରଘୁନନ୍ଦନ_ଦାସ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତାଙ୍କ ସନ୍ନ୍ୟାସ, ଏନେଇ ରଘୁନନ୍ଦନଙ୍କ ପ୍ରତିକ୍ରିୟା lଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ l
ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, BJD ହାରିଥାନ୍ତା’ lସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ’ l
‘ଧରିନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇ ଗଲି’

ଅନଲାଇନ ଗେମରେ ହାରିଯିବାରୁ ଜୀବନ ହାରିଲେ ଯୁବକ।ଭୁବନେଶ୍ବର ଲକ୍ଷ୍ମୀସାଗର ଚମ୍ପା ପୋଖରୀ ଅଞ୍ଚଳର ଘଟଣା।ଏହି ଅତ୍ୟାଧୁନିକ ଜୁଆଖେଳକୁ ନେଇ ଆଜି ର...
20/04/2025

ଅନଲାଇନ ଗେମରେ ହାରିଯିବାରୁ ଜୀବନ ହାରିଲେ ଯୁବକ।ଭୁବନେଶ୍ବର ଲକ୍ଷ୍ମୀସାଗର ଚମ୍ପା ପୋଖରୀ ଅଞ୍ଚଳର ଘଟଣା।ଏହି ଅତ୍ୟାଧୁନିକ ଜୁଆଖେଳକୁ ନେଇ ଆଜି ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୩ ବର୍ଷୀୟ ଯୁବକ ଏହି ଖେଳରେ ୭ଲକ୍ଷ ଟଙ୍କା ହରାଇବା ପରେ ନିଜ ଜୀବନ ହାରିଦେଇଛନ୍ତି। ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଚମ୍ପାପୋଖରୀ ଅଞ୍ଚଳରେ ରହୁଥିବା ବିରଞ୍ଚି ନାୟକଙ୍କ ପୁଅ ବିକାଶ। ବିକାଶ ଏକ ଘରୋଇ ସଂସ୍ଥାରେ ପାଥୋଲୋଜି ଟେକ୍‌ନିସିଆନ୍‌ ଭାବେ କାମ କରୁଥିଲେ। କିନ୍ତୁ ସେ ଅଧିକ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଅନ୍‌ଲାଇନ୍‌ ଗେମ୍‌ରେ ମୁଣ୍ଡ ପୂରାଇଥିଲେ। ନିଜ ପାଖରେ ଥିବା ସମସ୍ତ ସଂଚିତ ଅର୍ଥ ହରାଇବା ସତ୍ତ୍ବେ ସେ ଏହି ଖେଳ ଛାଡ଼ିପାରି ନଥିଲେ। ゚viralシ

ଅନର୍‌  କିଲିଂ: ବାପାମା’ଙ୍କୁ ଆଜୀବନ ସଜା, ଗର୍ଭବତୀ ନାବାଳିକା ଝିଅକୁ ମାରି ପୋଡ଼ିଥିଲେଯାଜପୁରଟାଉନ/ସଦର: ବିଞ୍ଝାରପୁରର ଏକ ଅନର୍‌ କିଲିଂ ମାମ...
20/04/2025

ଅନର୍‌ କିଲିଂ: ବାପାମା’ଙ୍କୁ ଆଜୀବନ ସଜା, ଗର୍ଭବତୀ ନାବାଳିକା ଝିଅକୁ ମାରି ପୋଡ଼ିଥିଲେ

ଯାଜପୁରଟାଉନ/ସଦର: ବିଞ୍ଝାରପୁରର ଏକ ଅନର୍‌ କିଲିଂ ମାମଲାର ବିଚାର କରି ଯାଜପୁର ପୋକ୍‌ସୋ କୋର୍ଟ ନାବାଳିକା ଗର୍ଭବତୀ ଝିଅକୁ ହତ୍ୟା କରିଥିବା ବାପା ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁସାରେ, ୨୦୧୬ ଫେବ୍ରୁଆରି ୧୪ ତାରିଖ ରାତିରେ ବିଞ୍ଝାରପୁର ଥାନା ଅଞ୍ଚଳର ନକୁଳ ଜେନା ଓ ସଞ୍ଜୁ ଜେନା ତାଙ୍କ ଝିଅକୁ ପ୍ରବଳ ମାଡ଼ ମାରିଥିଲେ। ଏହି ସମୟରେ ‌ତାଙ୍କ ଘର ବାଟ ଦେଇ ଯାଉଥିବା ସେହି ଗାଁର ଜଣେ ମହିଳା ମାତାଜୀ ଜେନା ଝିଅର ଚିତ୍କାର ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ସେ ଫେରିବା ବେଳେ ଆଉ କିଛି ସୋରଶବ୍ଦ ନଥିଲା। ପରେ ଏହି ଦମ୍ପତି ନିଜ ଝିଅକୁ ଘର ପଛପଟେ ପୋଡ଼ି ଦେଇ ପାଉଁଶକୁ ନିକଟସ୍ଥ ‌ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ। ଘଟଣାକୁ ନେଇ ସନ୍ଦେହ ହେବାରୁ ମାତାଜୀ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ (ନଂ ୩୬/୨୦୧୬)ରେ ଏକ ମାମଲା ରୁଜୁ କରି ତନାଘନା କରିଥିଲା। ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବାରୁ ପରିବାର ଲୋକ ହତ୍ୟାକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ହତ୍ୟା ଅପରାଧରେ ଅଭିଯୁକ୍ତ ବାପାମା’ଙ୍କୁ କୋର୍ଟଚାଲାଣ କରିଥିଲା ପୁଲିସ। ଏହି ମାମଲାରେ ୩୦ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଅଧାର କରି ଯାଜପୁର ଫାଷ୍ଟଟ୍ରାକ୍ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ବିଜୟ ଜେନା ଉଭୟ ବାପାମା’ଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ୬ ମାସ ଅଧିକ ଜେଲଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି। ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ। ତେବେ ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।

 #ନାମାଙ୍କନ_ଦାଖଲ_କଲେ_ନବୀନଶଙ୍ଖ ଭବନରେ ସଭାପତି ପଦ ଲାଗି ନବମ ଥର ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ        Naveen Patnaik
17/04/2025

#ନାମାଙ୍କନ_ଦାଖଲ_କଲେ_ନବୀନ
ଶଙ୍ଖ ଭବନରେ ସଭାପତି ପଦ ଲାଗି ନବମ ଥର ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
Naveen Patnaik

*SRI DIPTI RANJAN MOHAPATRA, RI, KENDRAPATI, DIST-PURI AND HIS ASSOCIATE SRI SAMPAD KUMAR DAS  (PRIVATE PERSON) NABBED B...
25/03/2025

*SRI DIPTI RANJAN MOHAPATRA, RI, KENDRAPATI, DIST-PURI AND HIS ASSOCIATE SRI SAMPAD KUMAR DAS (PRIVATE PERSON) NABBED BY ODISHA VIGILANCE FOR TAKING BRIBE RS.7000/-*.......................................

Today ie on 25.3.2025, a short while ago,Sri Dipti Ranjan Mohapatra, Revenue Inspector (RI), Kendrapati under Astaranga Tehsil, Dist-Puri and Sri Sampad Kumar Das( Pvt. Person) have been apprehended by Odisha Vigilance *while demanding and taking bribe of Rs. 7,000/- from a Complainant for giving Homestead Enquiry Report in respect of the landed property in the name of his father, a must for sale of land which is executed by the DSR concerned*. For about a month, complt had been requesting Sri Mohapatra, RI to furnish the said report. Still, Sri Mohapatra, RI and his associate Sri Das (Private Person) were demanding bribe Rs 7,000/- to get his work done. Finding no other means, complt. approached the Vigilance authorities, alleging his harassment by the duo Sri Mohapatra and Sri Das( Private Person). Following which, Vigilance Sleuths nabbed today the accused Sri Mohapatra, RI and his associate Sri Das( Private Person), *while taking bribe Rs 7,000/- from the complainant. The entire tainted bribe money has been recovered from their possession and seized*.

Following the trap, simultaneous searches are going on at two locations linked to Sri Mohapatra, RI from DA angle.

In this connection, Bhubaneswar Vigilance PS Case No. 03/2025, U/s 7 PC (Amendment) Act, 2018 has been registered against accused RI Kendrapati, Sri Dipti Ranjan Mohapatra and Private Person, Sri Sampad Kumar Das. Detailed report follows.

20/03/2025

କିଏ ଠିକ, ହିନ୍ଦୁ ରୁ ଖ୍ରୀଷ୍ଟିଆନ ଧର୍ମ ଆପଣେଇଥିବା ବନସ୍ମିତା ପତି ନା ତପି ମିଶ୍ର ?

ଗିରଫ ହେଲେ ତପି ମିଶ୍ର। ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନି ପରୀକ୍ଷାରେ ପ୍ରକାଶିତ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁ...
19/03/2025

ଗିରଫ ହେଲେ ତପି ମିଶ୍ର। ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନି ପରୀକ୍ଷାରେ ପ୍ରକାଶିତ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ବିବାଦରେ ଫସିଥିଲେ। ଶେଷରେ ବନସ୍ମିତା କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ୧୭ ତାରିଖରେ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରିଛି !

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପତ୍ନୀ-ଝିଅ-ପୁଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନ...
19/03/2025

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପତ୍ନୀ-ଝିଅ-ପୁଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି ନବ ଦାସଙ୍କ ପରିବାର।

 #ସ୍ବାଗତମ୍_ସୁନୀତା...ମହାକାଶରୁ ମାଟି ଛୁଇଁବା ପରର ପ୍ରଥମ ଝଲକ। ଦୀର୍ଘ ୯ ମାସ ପରେ ପୃଥିବୀରେ ପାଦ ଦେଲେ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋ...
19/03/2025

#ସ୍ବାଗତମ୍_ସୁନୀତା...
ମହାକାଶରୁ ମାଟି ଛୁଇଁବା ପରର ପ୍ରଥମ ଝଲକ। ଦୀର୍ଘ ୯ ମାସ ପରେ ପୃଥିବୀରେ ପାଦ ଦେଲେ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର

Address

Cuttack

Alerts

Be the first to know and let us send you an email when Khabar Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Odisha:

Share