Republic Odissa News

Republic Odissa News ଓଡ଼ିଶାର ସ୍ୱର ଦୁନିଆ ଜାଣିବ

  #ପକୃତିର ଏକ ଉପହାର ପକୃତି ମିଶ୍ର...
06/06/2026

#ପକୃତିର ଏକ ଉପହାର ପକୃତି ମିଶ୍ର...

27/05/2026

🕉️ଜୟ ମା ସାରଳା🕉️

07/02/2026

Celebrating my 4th year on Facebook. Thank you for your continuing support. I could never have made it without you. 🙏🤗🎉

  #  #କଟକ ମୁଣ୍ଡୁଳି ବ୍ୟାରେଜ ଠାରେ ଏବର୍ଷର ପ୍ରଥମ ବନ୍ୟାଜଳ...
09/07/2025

# #କଟକ ମୁଣ୍ଡୁଳି ବ୍ୟାରେଜ ଠାରେ ଏବର୍ଷର ପ୍ରଥମ ବନ୍ୟାଜଳ...

  #ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆସୁଆରୋଗ୍ୟ ପାଇଁ କଟକ ଗଡ଼ଗଡ଼େଶ୍ୱର ମନ୍ଦିର ପ୍ରାଗଣରେ ସମୂହ ଦୀପଦାନ... ...
22/06/2025

#ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆସୁଆରୋଗ୍ୟ ପାଇଁ କଟକ ଗଡ଼ଗଡ଼େଶ୍ୱର ମନ୍ଦିର ପ୍ରାଗଣରେ ସମୂହ ଦୀପଦାନ...

  #ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଜୟଦେବ ଭବନରେ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ସମାରୋହରେ ...
05/03/2025

#ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୟଦେବ ଭବନରେ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ସମାରୋହରେ ଯୋଗ ଦେଇଛନ୍ତି।

  #କଟକ ବାରଙ୍ଗ ବ୍ଲକସ୍ଥିତ ରାମଦାସପୁର ଠାରେ ନୂତନ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟ ଉଦଘାଟନ କଲେ ରାଜ୍ୟପାଳ..."ଯୁବପୀଢ଼ି ଉଦ୍ୟୋଗୀ ହେବା ସହ ର...
02/03/2025

#କଟକ ବାରଙ୍ଗ ବ୍ଲକସ୍ଥିତ ରାମଦାସପୁର ଠାରେ ନୂତନ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟ ଉଦଘାଟନ କଲେ ରାଜ୍ୟପାଳ..."ଯୁବପୀଢ଼ି ଉଦ୍ୟୋଗୀ ହେବା ସହ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ"-ରାଜ୍ୟପାଳ। କଟକ, ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟର ଉଦଘାଟନ କରି ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି।ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଏହି ନବନିର୍ମିତ ପ୍ୟକେଜିଂ ୟୁନିଟ ଓଡ଼ିଶାର ଶିଳ୍ପ ଆତ୍ମନିର୍ଭରଶୀଳ ଯାତ୍ରାରେ ଏକ ମାଇଲଖୁଣ୍ଟ ସଦୃଶ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉଚ୍ଚ ମାନର ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ ପାଇଁ ଉତ୍ସର୍ଗୀକୃତ ଏହି ସୁବିଧା ଅନ୍ୟ ରାଜ୍ୟରୁ ଫ୍ଲେକ୍ସିବଲ ପ୍ୟାକେଜିଂ ସାମଗ୍ରୀ ଉପରେ ଓଡିଶାର ନିର୍ଭରଶୀଳତା ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକୁ ସେବା ଯୋଗାଇବା ଉପରେ ବିଶେଷ ଧ୍ୟାନ ଦେଇଛି।ଏହି ପ୍ରକଳ୍ପ କେବଳ ଶିଳ୍ପ ଇକୋସିଷ୍ଟମକୁ ମଜବୁତ୍ କରିବ ନାହିଁ ବରଂ ନିଯୁକ୍ତି ଏବଂ ନବ ସୃଜନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟପାଳ କହିଥିଲେ। ଏତଦବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମ୍ଭାବନାରେ ପରିପୂର୍ଣ ଏବଂ ଯେଉଁମାନେ ଆଗକୁ ବଢ଼ିବାକୁ ସାହସ କରନ୍ତି ସେମାନଙ୍କ ପାଇଁ ଅସୀମ ସୁଯୋଗ ରହିଛି।ରାଜ୍ୟ ସରକାର ଉଦ୍ୟୋଗ ଓ ଶିଳ୍ପ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଏଣୁ ଆମର ଯୁବପୀଢ଼ିକୁ ଉଦ୍ୟୋଗୀ ହେବା ସହ ନବ ସୃଜନକୁ ଆପଣେଇବା, ସାହସୀ ପଦକ୍ଷେପ ନେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବା ନିମନ୍ତେ ଉତ୍ସାହିତ କରିବାକୁ ସମସ୍ତେ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ । ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଦୁଇ ଜଣ ଉଦ୍ୟୋଗୀ ଶ୍ରୀକାନ୍ତ ଖଟୁଆ ଓ ପ୍ରୀତିଶ ସାହୁଙ୍କର ଉଲେଖନୀୟ ପଦକ୍ଷେପ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା,ଅନୁକରଣୀୟ ନେତୃତ୍ଵ ଓ ପ୍ରତିବଦ୍ଧତା ପାଇଁ ରାଜ୍ୟପାଳ ଖୁସି ପ୍ରକଟ କରିବା ସହ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଯାତ୍ରା ଓଡ଼ିଶାର ଯୁବପୀଢ଼ି ଓ ଉଦ୍ୟୋଗୀ ମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିବ ବୋଲି କହିଥିଲେ। ଯୁବପୀଢ଼ି ସଠିକ୍ ଦୃଷ୍ଟିକୋଣ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆହ୍ବାନକୁ ମୁକାବିଲା କରିବାର ସାହସ ନେଇ ଉଦ୍ୟୋଗୀ ହେବା ସହ "ବିକଶିତ ଓଡ଼ିଶା - ବିକଶିତ ଭାରତ"ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ଼ଃ କମ୍ଭମପାଟି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ଏମ ଏସ ଏମ ଇ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଯୁବପିଢୀକୁ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଓଡ଼ିପାକ ସୋଲ୍ୟୁସନର ମ୍ୟାନେଜିଂ ପାର୍ଟନର ଶ୍ରୀକାନ୍ତ ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲାବେଳେ ପାର୍ଟନର ପ୍ରୀତିଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଇଣ୍ଡଷ୍ଟ୍ରିଜ ଫେଡେରେସନର ଚେୟାରମ୍ୟାନ ଡ଼ଃ ଶରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

  #ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ହେବ ଉନ୍ନତିକରଣ। ଏଥିପାଇଁ ଆନୁଷଙ୍ଗିକ ₹୫୦ କୋଟି ମଂଜୁର କରିବା ପାଇଁ ମ...
01/03/2025

#ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ହେବ ଉନ୍ନତିକରଣ। ଏଥିପାଇଁ ଆନୁଷଙ୍ଗିକ ₹୫୦ କୋଟି ମଂଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖିଚିଂ ମହୋତ୍ସବ ଅବସରରେ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ₹୬୫ କୋଟିର ୫୩ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି। ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପୀଢ଼ ଅଞ୍ଚଳର ବିକାଶ ଘଟିବ। ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ। ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ୩ ଶହ ୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଖିଚିଂ ମନ୍ଦିର ଏବଂ ଏହି ଅଞ୍ଚଳର ବିକାଶ ସମେତ ଶିମିଳିପାଳର ସମନ୍ୱିତ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମରେ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ଐତିହ୍ୟକୁ ପାଳନ କରିବା ଏବଂ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Address

Budhithakurani,Kaligali
Cuttack
753001

Website

Alerts

Be the first to know and let us send you an email when Republic Odissa News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share