UTKAL News

UTKAL News "Welcome to Utkal news your source for timely and trustworthy news updates. Stay informed with our latest stories on politics,culture,local issue,etc.

Join us as through the headline & Like and subscribe Chanel and our page to stay updated!"

20/04/2025

@

12/02/2025

*ନମସ୍କାର*
*ଆଜି ୧୨/୦୨/୨୫, ବୁଧବାର*
*ମୁଖ୍ୟ ଖବର*
୧-ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତ

୨-କଟକ:ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ

୩-ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

୪-ଢେଙ୍କାନାଳ: ଗାଦି ମନ୍ଦିର ଚାରି ଦ୍ଵାରରେ ଜଳିଲା ଝାଡ, ଅଲେଖ ମହିମା ଧ୍ବନିରେ କମ୍ପିଲା ମହିମା ଗାଦି

୫-କୋହେନୂରକୁ ମନା,ଅସଲି ଖଡ଼ି ରତ୍ନ ପଞ୍ଜିକାକୁ ଗୁରୁତ୍ଵ: ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

୬-ଚିଲିକା ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିରୋଧ

୭-ପୁରୀ:୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ, ଗଜଉଦ୍ଧାରଣ ନୀତି ପାଇଁ କାର୍ଯ୍ୟ ସ୍ଥଗିତ

୮-ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା, ଦଳ ଆଗକୁ ଆହୁରି ସଂଗଠିତ ହେବ: ସୋଫିଆ

୯-ଦିନକ ପରେ ବିଧାନସଭା ଅଧିବେଶନ, ଆଜି ସୁରକ୍ଷା ତଦାରଖ କରିବେ DGP

୧୦-ଭୁବନେଶ୍ୱର:ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ରାସ୍ତା ଖୁବଶୀଘ୍ର: ମନ୍ତ୍ରୀ

୧୧-ଟ୍ରେଣ୍ଡ ପାଲଟିଲାଣି ବିବାହ ବିଛେଦ : ରାଜ୍ୟ ସରକାରଙ୍କ ନିଷ୍ପତ୍ତି 'ମାଆର ଛାଟ' ନାଁରେ ପ୍ରତିଷ୍ଠା ହେବ ମଦର୍ସ କୋର୍ଟ

୧୨-ସୁବର୍ଣ୍ଣପୁର:ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା, ପାଦୁକା ଦର୍ଶନ କରି ଭକ୍ତ ହେଉଛନ୍ତି ଆନନ୍ଦିତ

୧୩-ବ୍ରହ୍ମପୁର, ଗୋଳନ୍ଥରା ଥାନା ଅଞ୍ଚଳ:ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା, ଦୁଇ ବିଜେଡି ନେତାଙ୍କୁ ଗିରଫ କଲା ପୋଲିସ

୧୪-ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

୧୫-ବାରିପଦା:ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ

୧୬-ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କ ହାତରେ ଲାଗିଲା ଆଉ ଏକ ବଡ଼ ପ୍ରୋଜେକ୍ଟ। ଏକ ବଡ଼ ଅଳଙ୍କାର ବ୍ରାଣ୍ଡ ନିଜର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଦେଇଛି

୧୭-ଜଳ , ସ୍ଥଳ , ଆକାଶରେ ୧୩୩ ଆମ୍ବୁଲାନ୍ସ ଯୋଗାଇବେ ସେବା । ମାଇନର୍ ଅପରେସନରୁ ମେଜର୍ ସର୍ଜରୀ ପର୍ଯ୍ୟନ୍ତ ମହାକୁମ୍ଭରେ ସବୁ କରାଯାଇଛି ବ୍ୟବସ୍ଥା

୧୮-ସରକାରଙ୍କ ନିର୍ଦ୍ଦେଶ ପରେ ଅଟକିଲା ଆଲ୍ଲାବାଦିଆଙ୍କ ଅଭିନୀତ ‘India Got Latent’ ଏପିସୋଡ୍

୧୯-ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ

୨୦-ସୁପ୍ରିମକୋର୍ଟଙ୍କ ନିର୍ବାଚନ ଆୟୋଗକୁ ବଡ଼ ଆଦେଶ, କହିଲେ- EVMରୁ ଡାଟା ନଷ୍ଟ କରନ୍ତୁ ନାହିଁ

୨୧-ନାଗପୁର:କାର୍ ଶିଖିବାବେଳେ ବଢ଼ିଗଲା ଗତି, କୂଅରେ ପଡ଼ିଲା କାର୍, ଚାଲିଗଲା ୩ ଜଣଙ୍କ ପ୍ରାଣ

୨୨-ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ:ଉତ୍ତରପ୍ରଦେଶ ସରକାର

୨୩-ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା

12/02/2025
*କିଛି ଜରୁରୀ ଜାଣିବା କଥା -:*୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ...
12/01/2025

*କିଛି ଜରୁରୀ ଜାଣିବା କଥା -:*

୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ ।
*RED SOCIETY*-:୯୯୪୦୨୧୭୮୧୬ । ରେଡ୍ ସୋସାଇଟି ସଂସ୍ଥା ଏପରି ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରେ ।

୨-: ଯଦି ଆପଣଙ୍କୁ କୌଣସି ଗ୍ରୁପ୍ ବ୍ଲଡ ଆବଶ୍ୟକ ଆପଣ ଏହି ଓ୍ବେବସାଇଟ୍ର ସାହାଯ୍ୟ ନେଇ ପାରିବେ । ଆପଣଙ୍କ ରକ୍ତ ଦାତାଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମିଳିଯିବ । *www.friendstosupport.org/*

୩-: ହ୍ୟାଣ୍ଡିକ୍ୟାପ ଓ ଶାରୀରିକ ବିକଳାଙ୍ଗ ପିଲାମାନଙ୍କ ପାଇଁ ନିଶୁଳ୍କ ଶିକ୍ଷା ଓ ନିଶୁଳ୍କ ଛାତ୍ରାବାସ ପାଇଁ ସମ୍ପର୍କ କରନ୍ତୁ । *MOB-୯୮୪୨୦୬୨୫୦୧ ଓ ୯୮୯୪୦୬୭୫୦୬*

୪-: ନିଆଁରେ ଜଳି ଯାଇଥିବା ଲୋକ, ଜନ୍ମରୁ କାନ, ନାକ ଓ ଚେହେରା ପ୍ଲାଷ୍ଟିକ ସର୍ଜରୀ ପାଇଁ ସମ୍ପର୍କ କରନ୍ତୁ *KODIKANAL PASAM HOSPITAL* । ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା । ଯୋଗାଯୋଗ-: *୦୪୫୪୨୦-୨୪୦୬୬୮ ଓ ୨୪୫୭୩୨*

୫-: ଯଦି ଆପଣ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ ଓ ସାର୍ଟିଫିକେଟ୍ କେଉଁଠି ପଡିଥିବାର ଦେଖିବେ, ଦୟା କରି ଡାକ ବିଭାଗରେ ଜମା କରି ଦିଅନ୍ତୁ । ଡାକ ବିଭାଗ ଏହାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବ ଓ ଏଥି ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ ଲାଗିବ ନାହିଁ ।

୬-: ୦-୧୦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମାଗଣା ହାର୍ଟ ସର୍ଜରୀ *SRI VALLI BABA INSTITUTE* ରେ ଉପଲବ୍ଧ । ଯୋଗାଯୋଗ- *୯୮୧୬୭୩୭୪୭୧*

୭-: ବ୍ଲଡ କ୍ୟାନ୍ସର ପାଇଁ ଚିକିତ୍ସା:
Lmitinef mercliet ନାମକ ଏକ ଔଷଧ ଯାହା ବ୍ଲଡ କ୍ୟାନସର ପାଇଁ ବ୍ୟବହାର କରାଯାଏ, ଏହା *ADYAR CANCER INSTITUTE* CHENNAI ରେ ମାଗଣାରେ ଉପଲବ୍ଧ ।
Adyar cacer institute
DEPT-Cancer
Address-East cannal road
Gandhi Nagar,Adyar, Chennai-୬୦୦୦୨୦
ଯୋଗାଯୋଗ- ୦୪୪-୨୪୯୧୦୭୫୪,୨୪୯୧୧୫୨୬ ଓ ୨୨୩୫୦୨୪୧

୮-: ଆପଣଙ୍କୁ ଅନୁରୋଧ ଯଦି ଆପଣଙ୍କ ଘରେ କୌଣସି ବିବାହ, ବ୍ରତ ଓ କୌଣସି ସମାରୋହରେ ଖାଦ୍ୟ ବଳକା ହୁଏ, ଏହାକୁ ନଷ୍ଟ ନକରି ୧୦୯୮ରେ ଯୋଗାଯୋଗ କରନ୍ତୁ । ୧୦୯୮ ଏକ ଶିଶୁ ସହାୟକ ସଂସ୍ଥା । ସଂସ୍ଥାର ଲୋକମାନେ ଆସି ବଳକା ଖାଦ୍ୟ ନେଇଯିବେ । ଆପଣଙ୍କର ନଷ୍ଟ ହେବାକୁ ଥିବା ଖାଦ୍ୟ ଅନ୍ୟ କାହା ମୁହଁରେ ହସ ଟିକେ ଭରିଦେବ ।

ଆପଣ ପ୍ରତ୍ୟକଦିନ ମଜା କଥା, ଗଳ୍ପ, କବିତା ଓ ଫଟୋ ସାଙ୍ଗମାନଙ୍କ ସହିତ ସେୟାର କରୁଛନ୍ତି । ଆପଣମାନେ ଏହି ମେସେଜ୍ ବହୁ ମାତ୍ରାରେ ସେୟାର କରି କାହା ମୁହଁରେ ହସ ଟିକେ ଫୁଟାଇଲେ କେତେ ଭଲ ନହେବ? ସାହାଯ୍ୟକାରୀ ହାତ ପ୍ରାର୍ଥନା କରୁଥିବା ହୃଦୟଠାରୁ ଅଧିକ ଶକ୍ତିଶାଳୀ । ମୁଁ ଜାଣିନାହିଁ ଭଗବାନଙ୍କ ଫଟୋ ସେୟାର କଲେ ପୁଣ୍ୟ ମିଳେ କି ନାହିଁ । କିନ୍ତୁ ଏପରି ହୋଇପାରେ ଯେ ଆପଣ ଥରୁଟିଏ ଏହାକୁ ସେୟାର କଲେ ଏହା କାହା ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । 🌷

friendstosupport.org

21/12/2024

*ନମସ୍କାର*
*ଆଜି ୨୧/୧୨/୨୪, ଶନିବାର*
*ମୁଖ୍ୟ ଖବର*
୧-ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ

୨-ଚିନ୍ତା ବଢାଇଲାଣି ଲଘୁଚାପ ବର୍ଷା,ଧାନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା

୩-ଭୋପାଳ:ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା,ନଗଦ ଦଶ କୋଟି ଜବତ

୪-ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି।ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର

୫-ସମ୍ବଲପୁର:'ବିଶ୍ବ' ରୁ ୫୦୫ ଜାଲ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜବତ,୭୨ ଲକ୍ଷ ଟଙ୍କା ଅକାମୀ, ସେୟାର ବଜାରରେ ଦଶ ଲକ୍ଷ ଜବତ୍

୬-ମନେରଗାରେ କଟକ ଜିଲ୍ଲାର ଖରାପ୍ ପ୍ରଦର୍ଶନ,୧୨ ଏଡିଇଓଙ୍କ ଦରମା ବନ୍ଦ

୭-କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଶିକ୍ଷକଙ୍କୁ ଦିଆଗଲା ଇଂରାଜୀ ପ୍ରଶିକ୍ଷଣ

୮-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିସେମ୍ବର୨୩ରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ

୯-ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେଣି କୋରାପୁଟ ଚାଷୀ। ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ

୧୦-ଦଶ ଘଣ୍ଟା ପରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ED ଟିମ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ଜବତ

୧୧-ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା, ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ

୧୨-ବୌଦ୍ଧ:ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍‌ସପେକ୍ଟର, ସମବାୟ ସମିତିର ବିଲ୍‌ ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ।ଇନ୍‌ସପେକ୍ଟର ଦ୍ବୟ ହେଲେ – କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ

୧୩-ଅନୁଗୁଳ:ଡ୍ୟୁଟିକୁ ଯାଉଥିବା ବେଳେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଆହତ

୧୪-ଫେଲ୍ ମାରିଲା ଯୋଗାଣ ବିଭାଗର ଯୋଜନା । ଏବେ ବି ରାଜ୍ୟର ୫୬ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ଅପଡେଟ୍ । ବାଧକ ସାଜିଛି ନେଟୱାର୍କ, ବୟସ୍କ ବର୍ଗ ଓ ପିଲାଙ୍କ ତଥ୍ୟ

୧୫-ଡ.ଜ୍ଞାନେଶ୍ବର ମୂଳେ ପାଇବେ ସମ୍ମାନଜନକ ନୀଳିମାରାଣୀ ସାହିତ୍ୟ ପୁରସ୍କାର-୨୦୨୫।ମାନପତ୍ର, ଫଳକ ଏବଂ ଉପଢୌକନ ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

୧୬-ଓଡ଼ିଶାରେ ପୁଣି ବଢ଼ିପାରେ ବିଜୁଳି ବିଲ୍‌ । କୋଟିଏ ଖାଉଟି ଗଣିବେ ବିଦ୍ୟୁତ୍ ତଣ୍ଡ । ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ

୧୭-ସାମ୍ନାକୁ ଆସିଲା ରାଜସ୍ଥାନ ଦୁର୍ଘଟଣାର ସିସିଟିଭି ଭିଡିଓ । ଏବେ ସୁଦ୍ଧା ୧୧ ମୃତ,୪୦ ରୁ ଅଧିକ ଆହତ

୧୮-ଜମା ଉପରେ ସୁଧହାର ସମ୍ପର୍କିତ ମାନଦଣ୍ଡରେ କିଛି ପ୍ରାବଧାନକୁ ପାଳନ ନ କରିବାରୁ ଇଣ୍ଡସଇଣ୍ଡ ବ୍ୟାଙ୍କ ଉପରେ RBI ଲଗାଇଲେ ୨୭.୩୦ଲକ୍ଷ ଟଙ୍କାର ଜରିମନା

୧୯-ବିଶାଖାପାଟଣା: ବୈଦୁତିକ ସାମଗ୍ରି ମଗାଇଥିଲେ ମହିଳା,ପାର୍ସଲରେ ଆସିଲା ମୃତ ଦେହ

୨୦-ସଂସଦରେ ଧସ୍ତାଧସ୍ତି ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ, ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ FIR ବି ଟ୍ରାନ୍ସଫର୍ କଲା ଦିଲ୍ଲୀ ପୋଲିସ

୨୧-ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ବିୟୋଗରେ ହରିୟାଣାରେ ୩ ଦିନିଆ ଶୋକ

୨୨-‘ବଜ୍ର’ ତୋପ କ୍ରୟ ନିମନ୍ତେ L&T ସହିତ ୭,୬୨୯ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କଲେ ପ୍ରତିରକ୍ଷା ମନ୍ତ୍ରାଳୟ

୨୩-ବାଂଲାଦେଶରେ ହିନ୍ଦୁ ବିରୋଧରେ ୨୨୦୦ ହିଂସା ମାମଲା ଓ ପାକିସ୍ତାନରେ ୧୨୦ ମାମଲା ହୋଇଛି: କେନ୍ଦ୍ର ସରକାର

18/12/2024

*ଖବର ଆଜିର*
ତାରିଖ:୧୮/୧୨/୨୪, ବୁଧବାର

୧-୮ ହଜାର ପଞ୍ଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ,ପୂରଣ ହେବ ୧.୫ଲକ୍ଷ ଶିକ୍ଷକ ପଦ: ମୁଖ୍ୟମନ୍ତ୍ରୀ

୨-ସ୍ବାସ୍ଥ୍ୟ ବିଭାଗ ସହିତ ଆଲେଚନା ବିଫଳ,୨୦ରେ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

୩-ଲାଠିକଟା: ବନ୍ଦ ଫାଟକ ପାର ବେଳେ ଦୁର୍ଘଟଣା,ରେଳ ଧକ୍କାରେ ୨ମୃତ,ଜଣେ ଗୁରୁତର।

୪-ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା।

୫-ଚିଲିକା ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ବିଦେଶାଗତ ପକ୍ଷୀଙ୍କ ଗହଣରେ ବିତୁଛି ସମୟ।

୬-ନବରଙ୍ଗପୁର:ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ

୭-ଭୁବନେଶ୍ୱର:ଏମ୍ସରେ ଜୀବନ ହାରିଲେ ରୋଗୀ, ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ମୃତଦେହ ଉଦ୍ଧାର।

୮-IAS ବିଷ୍ଣୁପଦ ସେଠୀଙ୍କୁ ବଦଳି; ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ପାଇଲେ ନିଯୁକ୍ତି।

୯-କଳାହାଣ୍ଡି:ଥରିଲା କୋକସରା ଅଞ୍ଚଳ, ଭୂମିକମ୍ପ ଭୟରେ ଘରୁ ବାହାରିଲେ ଲୋକେ।

୧୦-IAS ସ୍ତରରେ ଅଦଳବଦଳ, ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ।

୧୧-ଭୁବନେଶ୍ୱର:କମିଶନରେଟ ପୋଲିସର ଅପରେସନ ‘ଅଦୃଶ୍ୟ’ ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ଆଣ୍ଟି ଡକାୟତି ସ୍କ୍ବାଡ୍।

୧୨-ବାଲେଶ୍ୱରର ସୁନା ଝିଅ ମେଧା ନାୟକ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଆଣିଲେ ଗର୍ବ।

୧୩-ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ।ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ ।

୧୪-ଭୁବନେଶ୍ୱର:ଲୋକାର୍ପିତ ହୋଇଛି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶାର ଓ୍ବେବ ପୋର୍ଟାଲ।

୧୫-ନୂଆ ରୂପ ପାଇବ ବଡ଼ମ୍ବା ଚିନିକଳ, ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ।

୧୬-ନିଜ ସହ ଯୋଡ଼ିବା ପାଇଁ ଲୋଭନୀୟ ମିଛ ଦାବି ଯୋଗୁଁ ୪୫ କୋଚିଂ ସେଣ୍ଟର ବିରୋଧରେ କେନ୍ଦ୍ରର ଆକ୍ସନ, ୬୧ ଲକ୍ଷ ଟଙ୍କା ଜରିମାନା ଆଦାୟ।

୧୭-ନୂଆ ଦିଲ୍ଲୀ:ଦେଶରେ ୭% ଲୋକ ଦେଉଛନ୍ତି ଆୟକର।୮.୦୯କୋଟି ଲୋକ ଆୟକର ଦାଖଲ କରିଛନ୍ତି।

୧୮-SBIରେ ପୂରଣ ହେବ ଦମଦାର ୧୩୭୦୦ ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ,ଗ୍ରାଜୁଏସନ୍‌ କରିଥିବା ଉଭୟ ପୁରୁଷ ଓ ମହିଳା ଅନଲାଇନ୍ ରେ ଆବେଦନ କରିପାରିବେ।

୧୯-ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ,ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବାବେଳେ ବିରୋଧ‌ରେ ପଡ଼ିଛି ୧୯୮ ଭୋଟ୍।

୨୦-BGT:ଫଲୋଅନ ଏଡାଇଲେ ଭାରତୀୟ ବୋଲର, ଟିମ୍ କଙ୍ଗାରୁର ବିଗାଡିଲେ ପ୍ଲାନ।

୨୧-ମସ୍କୋରେ ଲେଫ୍ଟନାଣ୍ଟ ଜେନେରାଲ କିର୍ଲୋଭଙ୍କ ହତ୍ୟା ପଛରେ ୟୁକ୍ରେନର ହାତ ଥିବା ୟୁକ୍ରେନର ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି।

୨୨-ବେଇଜିଙ୍ଗ:ପୁରାତନ ସଭ୍ୟତା ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ, ମାଟି ତଳୁ ପାଇଲେ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର।

୨୩-ବିନା ଭିସାରେ ଚୀନ୍‌ରେ ପ୍ରବେଶ କରିପାରିବେ ୫୪ ଦେଶର ନାଗରିକ, ତାଲିକାରେ ନାହିଁ ପାକିସ୍ତାନର ନାଁ।

୨୪-ଆମେରିକାରେ ଫାୟାରିଂ:ଛାତ୍ରୀଙ୍କ ଅଖିବୁଜା ଗୁଳିମାଡ଼,ଜଣେ ଶିକ୍ଷକଙ୍କ ସମେତ ମୋଟ୍ ୫ଜଣ ପ୍ରାଣ ହରାଇଥିବା ବେଳେ ୬ଜଣ ଆହତ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

13/12/2024

*ଖବର ଆଜିର*
ତାରିଖ:୧୩/୧୨/୨୪, ଶୁକ୍ରବାର

୧-ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

୨-ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ଓ ଗୃହରକ୍ଷୀଙ୍କ ୫ ହଜାର ପଦବୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୩-ଧାନ ସଂଗ୍ରହ ପ୍ରକ୍ରିୟା ସମୀକ୍ଷା, ୩୭ ହଜାରରୁ ଅଧିକ ଚାଷୀ ବିକ୍ରି କଲେଣି ଧାନ।

୪-କମିଶନରେଟ୍ ପୋଲିସକୁ ମିଳିଲା ୩୦ଟି ERSS ଯାନ, ଅପ୍ରୀତିକର ପରିସ୍ଥିତିରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ ପୋଲିସ।

୫-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ କେନ୍ଦ୍ର ଉଦଘାଟିତ।

୬-ଶ୍ରୀମନ୍ଦିରରେ ଅମୁଲ ମୂଲ ମହାପ୍ରସାଦ; ୨ ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ !

୭-ଭୁବନେଶ୍ୱର:ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ମେଡ଼ିକାଲ ଅଫିସର,୨୩୯ ଜଣ ରେଡ଼ିଓଗ୍ରାଫର ଓ୫୨ ଜଣ SSBଙ୍କୁ ଆଜି ମିଳିବ ନିଯୁକ୍ତି ପତ୍ର।

୮-ଜୟପୁର:୪କୋଟି ଟଙ୍କାର ଠକେଇ ଅଭିଯୋଗରେ CT GST ବିଭାଗର ଆସିଣ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅବିନାଶ ପ୍ରଧାନ ଗିରଫ।

୯-ଭୁବନେଶ୍ୱର:ବାଧୁଛି ଦରଦାମ୍,ସୁଧୁରୁନି ସ୍ଥିତି,ପରିବା ଦର ୭୦/୮୦ରୁ କମୁନି।

୧୦-ସମସ୍ତ ପ୍ରସ୍ତୁତି ଶେଷ,ଆଜି କୋଣାର୍କରେ ଇକୋରିଟ୍ରିଟ୍ ଉଦଘାଟନ ହେବ।

୧୧-ଧାରଣାରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ଲୋୟର ପିଏମଜିରେ ପାଳିଲେ ମାଣବସା।

୧୨-ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ।

୧୩-ପାଟଣା: ନକଲି ଡାକ୍ତର ସାଜି ଔଷଧ ଦୋକାନୀ ଦେଲେ ଇଞ୍ଜେକ୍ସନ। ୪ ମିନିଟ ଭିତରେ ଉଡ଼ିଗଲା ଛାତ୍ରଙ୍କ ପ୍ରାଣବାୟୁ।

୧୪-ଗେମିଙ୍ଗ ଆପ୍ ମାଧ୍ୟମରେ ଠକେଇ କରୁଥିଲେ ସାଇବର ଠକ, ଭୁବନେଶ୍ୱରରୁ ୪ ଅଭିଯୁକ୍ତ ଗିରଫ।

୧୫-ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ପ୍ରମାଣ ସଂଗ୍ରହ କରୁଛି ସାଇଣ୍ଟିଫିକ୍ ଟିମ୍

୧୬-୧୩ ରୁ କିଟ୍ ରେ ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ।

୧୭-ଯାଜପୁର ବିରଜା ହାଟ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଆସନ୍ତା ରବିବାର ଖୋଲିବ ପୁରୁଣା ହାଟ

୧୮-ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ରିପିଟ୍‌ ହେବେ ମନମୋହନ ନା ଆଉ କିଏ ?

୧୯-'ୱାନ୍ ନେସନ୍-ୱାନ୍ ଇଲେକ୍ସନ୍' ବିଲକୁ ମିଳିଲା କ୍ୟାବେନଟ ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ହୋଇପାରେ ଆଗତ।

୨୦-ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଗୁକେଶ ଡି।

୨୧-ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍।

୨୨-ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଖେଳିଲା ମହିଳା କାର୍ଡ । ଏବେ ମହିଳାଙ୍କୁ ମିଳୁଛି ମାସିକ ୧ ହଜାର, ପୁଣି ସରକାରକୁ ଆସିଲେ ମିଳିବ ୨୧୦୦।

୨୩-UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ,ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।

୨୪-'ଟାଇମ ମ୍ୟାଗଜିନ’ ତରଫରୁ ଡୋନାଲ୍ଡ ଟ୍ରମ୍ପ ହେଲେ ‘ପର୍ସନ ଅଫ ଦି ଇୟର-୨୦୨୪’।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

08/12/2024

*ନମସ୍କାର*
*ଆଜି ୦୮/୧୨/୨୪, ରବିବାର*
*ମୁଖ୍ୟ ଖବର*
୧-ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ୮ ଶହ ଟଙ୍କା ସହାୟତା ଦେବେ ସହାୟତା

୨-ଏଣିକି ରାଜପଥରୁ ସିଧା ରେଳ ଷ୍ଟେସନ,କଟକ ଷ୍ଟେସନ ପୂର୍ବ ଭବନ ଲୋକାର୍ପିତ କଲେ ଅଶ୍ବିନୀ ବୈଷ୍ଣବ

୩-ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

୪-ବହୁତ ବାଧୁଛି : କଞ୍ଚା ପରିବା ସାଙ୍ଗକୁ ଆଳୁ ଓ ପିଆଜ ଦର ହେଲାଣି ଆକାଶଛୁଆଁ

୫-ଆଳୁ ପରେ ଅଣ୍ଡା ଚିନ୍ତା,ପାଇକାରୀ ବଜାରରେ ୬ଟଙ୍କା ୪୨ପଇସାରେ ବିକ୍ରି ହେଉଥିବାବେଳେ ଖୁଚୁରା ଦର ରହିଛି ୯ଟଙ୍କା

୬-ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା କଥା । ଏଯାଏଁ ଟଙ୍କା ପାଇଛନ୍ତି ୮୦ ଲକ୍ଷ ଲୋକ । ଅଯୋଗ୍ୟ ହେଇଛନ୍ତି ୨ ଲକ୍ଷ ୨୦ ହଜାର

୭-ଟିଟିଲାଗଡ଼,ଡେଙ୍ଗପଦର ଉପ୍ରା ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ,ମେଡିକାଲରେ ହେଲେ ଭର୍ତ୍ତି

୮-ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନ ଖାଇ ୫ ଛାତ୍ରଛାତ୍ରୀ ଗୁରୁତର, ଅସୁସ୍ଥ ସଂଖ୍ୟା ୩୬ରେ ପହଞ୍ଚିଲା

୯-ରାଜସ୍ଥାନର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ

୧୦-ଖୁବ୍‌ ଶୀଘ୍ର ଦୂରଦର୍ଶନରେ ’ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢାଯିବ, ୬ ରୁ ୭ ଦିନରେ ଏହା କରାଯିବ: ମନ୍ତ୍ରୀ

୧୧-ମେ' ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍,ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା ! ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି

୧୨-ସମ୍ବଲପୁର:ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା

୧୩-ଓଡ଼ିଶା ସିଟିଜେନ୍ସ ଆୱାର୍ଡ:ବିଭିନ୍ନ କ୍ଷେତ୍ରର ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଗଲା ସମ୍ମାନିତ

୧୪-ମାଲକାନଗିରି:BSF ଏବଂ DRG ଯବାନଙ୍କ ମିଳିତ ଅପରେସନ, ମାଓ ବନ୍ଧୁକ କାରଖାନା ଠାବ ସହ ବିସ୍ଫୋରକ ସାମଗ୍ରୀ ଜବତ

୧୫-ମଦରେ ଭାସୁଛି ଓଡ଼ିଶା, ବିଧାନସଭାରୁ ଆସିଲା ଚମକାଇଦେବା ଭଳି ତଥ୍ୟ । ୭ ହଜାର ୨୧୬ କୋଟି ଟଙ୍କାର ହୋଇଛି ମଦ ବିକ୍ରି

୧୬-ଡେପୁଟେସନରେ ଯିବେ ବିବାଦୀୟ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଆଶିଷ ସିଂ । ୫ ବର୍ଷ ପାଇଁ ଆଇଜି ଭାବେ ଆଇଟିବିପିରେ କରିବେ କାର୍ଯ୍ୟ

୧୭-ଭୁବନେଶ୍ୱର:ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା

୧୮-କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି

୧୯-ଦୁଇ ଦିନରେ ୪୧୫ କୋଟି ଟଙ୍କା ବ୍ୟବସାୟ କଲା ପୁଷ୍ପା ୨

୨୦-ବାଃ.. ବାଃ..ରେ ଗୁଗୁଲ ମ୍ୟାପ୍‌, ଆଉ କେତେ ଧୋକା ଦେବ..!ବିହାରରୁ ଗୋଆ ଯାଉଥିଲେ ଏକ ପରିବାର,ନେଇଥିଲେ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ, ପହଞ୍ଚିଲେ ଜଙ୍ଗଲରେ

୨୧-ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ

୨୨-ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

୨୩-ପାଞ୍ଚଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୪-ସିରିଆକୁ କବଜା କଲେ ବିଦ୍ରୋହୀ: ଦେଶ ଛାଡ଼ି ଋଷ ପଳାଇଲେ ରାଷ୍ଟ୍ରପତି

02/12/2024

*ନମସ୍କାର*
*ଆଜି ୦୨/୧୨/୨୪, ସୋମବାର*
*ମୁଖ୍ୟ ଖବର*
୧-ଭୁବନେଶ୍ୱର:ଆଳୁ ୬୦ ଟପିଲା, ଷ୍ଟକ୍ ନାହିଁ,ହୁ ହୁ ହୋଇ ବଢୁଛି ଦର

୨-ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ,ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

୩-ଭାରତର ସୁରକ୍ଷା ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତ ହେଲା ରୋଡମ୍ୟାପ୍ । ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ରଖି ରଣନୀତି କରିବା ଉପରେ ଗୁରୁତ୍ୱ

୪-ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ

୫-ମାଲକାନଗିରି:ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ

୬-ଧଉଳି/ ପିପିଲି: ରାଜଧାନୀ ଉପକଣ୍ଠରେ ମାତିଲେ ସିନ୍ଧିଚୋର, ୩୦ ଲକ୍ଷର ସୁନା ଗହଣା ଲୁଟି ନେଲେ

୭-ଦୂର ହେବ ଆଳୁ ସଂକଟ, ଉତ୍ତରପ୍ରଦେଶରୁ ଆସୁଛି ୩ଶହ ଟ୍ରକ ଆଳୁ । ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

୮-ଭୁବନେଶ୍ୱର - ଜୟପୁର ମଧ୍ୟରେ ଆରମ୍ଭ ହୋଇଛି ସବୁଦିନିଆ ବିମାନ ସେବା

୯-ବରଗଡ଼:ସରିଲା କଂସ ଚୟନ ପାଇଁ ଅଡିସନ, ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ

୧୦-ରାଜ୍ୟରେ ସକ୍ରିୟ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର, ଗଞ୍ଜାମରେ ସର୍ବାଧିକ: ସ୍ୱାସ୍ଥ୍ୟ ମନ୍ତ୍ରୀ

୧୧-ରାଜ୍ୟ କାର୍ଯ୍ୟାଳୟରେ ଜୟନାରାୟଣଙ୍କ ବୟାନକୁ ନେଇ ରାଜନୀତି ସରଗରମ । ସମାଲୋଚନା ଲାଗି ବିଜେଡିକୁ ମିଳିଲା ସୁଯୋଗ

୧୨-ଉଦଳା:ସରକାରୀ ଅର୍ଥ ଆତ୍ମସାତ ପଡିଲା ମହଙ୍ଗା, ୫ ପୂର୍ବତନ ସରପଞ୍ଚ ଓ ଯୋଗାଣକାରୀଙ୍କୁ ୩ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ

୧୩-ଭାରତୀୟ ବିବାହରେ ହାରାହାରି ଖର୍ଚ୍ଚ ୩୬ ଲକ୍ଷ ଓ ଡେସ୍‌ଟିନେସନ୍‌ ୱେଡିଂ ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି

୧୪-କର୍ମଚାରୀଙ୍କ ପାଇଁ ଇନଫୋସିସର ବଡ଼ ଘୋଷଣା, ମିଳିବ ୮୫ % ବୋନସ। ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ବିତୀୟ କ୍ବାର୍ଟର ପାଇଁ ଏହି ବୋନସ ଦେବାକୁ କମ୍ପାନି ଘୋଷଣା କରିଛି

୧୫-ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ’, ୩ ଦିନ ପ୍ରବଳ ବର୍ଷା,ବ୍ୟାପକ କ୍ଷୟକ୍ଷତି ହେଲା

୧୬-ନୌସେନା ଦିବସ ସମାରୋହ ପାଇଁ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କଲେ ନୌସେନା ଅଧିକାରୀ

୧୭-ଆଇସିସିର ଚେୟାରମ୍ୟାନ କାର୍ଯ୍ୟଭାର ସମ୍ଭାଳିଲେ ଜୟ ଶାହ

୧୮-ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା

୧୯-ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁଟିନଙ୍କ ଟାର୍ଗେଟ, ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ

୨୦-ନୂଆ ଗ୍ରହ ଆବିଷ୍କାର କଲା ନାସା- TOI 3246B,ଏଠାରେ ମାତ୍ର ୨୧ ଘଣ୍ଟାରେ ବର୍ଷେ ପୂରଣ ହୋଇ ଥାଏ

27/11/2024

*ଖବର ଆଜିର*
ତାରିଖ:୨୭/୧୧/୨୪, ବୁଧବାର

୧-ଫେସବୁକ୍ ରେ ଫେକ୍ ଆଇଡି ଓ ହ୍ବାଟସପ୍ ରେ ଫେକ୍ ଆକାଉଣ୍ଟ ଖୋଲି ପଇସା ପତ୍ର ମାଗିବା ଆରମ୍ଭ କଲେଣି ସାଇବର ଠକ, ଏଥି ପ୍ରତି ସାବଧାନ ରୁହନ୍ତୁ।

୨-ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ( ଅପରାହ୍ନ ୫ଟାରୁ ରାତ୍ର ୧୦ଟା) ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ।

୩-ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର: ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା।

୪-ଆଇଏଏସ ସୁଜାତାଙ୍କ ପୁଣି ଛୁଟି ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାର।ଏହି ବର୍ଦ୍ଧିତ ଛୁଟି ଆବେଦନ ନେଇ ସରଗରମ ରାଜ୍ୟ ରାଜନୀତି।

୫-ମାସକୁ ଆୟ ୧୦ ହଜାର ୫୦୦ ଟଙ୍କାରୁ କମ୍ ଥିଲେ, ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବଡ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ।

୬-ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍।କେନ୍ଦୁଝରରେ ପହଞ୍ଚିଯାଇ କହିଥିଲେ- ନିରୁଭାଇ ଚିର ବିଦାୟ ।

୭-ମୋହନ ଚରଣ ମାଝୀଙ୍କ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ୧୨ ହଜାର ୧୫୬ କୋଟି ଟଙ୍କା , ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା।

୮-ଭିଜିଲାନ୍ସ ଜାଲରେ ବାହାଡ଼ଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଂଜନ ଭୂୟାଁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଲେ।

୯-ରାଜ୍ୟରେ ୫ ମାସରେ ଯାଇଛି ୪୦ ହାତୀଙ୍କ ଜୀବନ । ଆଖି ବୁଜିଛନ୍ତି ୫ କଲରାପତରିଆ । ଗୃହରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

୧୦-ନୂଆ ସରକାର, ନୂଆ ନିୟମ; ତଥାପି ଯାଉନି ଚାଷୀଙ୍କ ଚିନ୍ତା!ଚାଷୀଙ୍କ ଚିନ୍ତା ବଢ଼ାଇଛି ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ ।

୧୧-ସମ୍ବିଧାନ ଦିବସ:କାରାଗାରରୁ ମୁକୁଳିଲେ ୧୪ କଏଦୀ

୧୨-ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରିବେ, ପ୍ରସ୍ତୁତି ନେଇ ଛତିଶାନିଯୋଗ ବୈଠକ।

୧୩-SCBରେ ସ୍ଥାପନ ହେବ ରକ୍ତ ଶିକୁଳି ଦକ୍ଷତା କେନ୍ଦ୍ର,ରୋଗ ଚିହ୍ନଟ ଓ ଚିକିତ୍ସାରେ ହେବ ଉନ୍ନତି।

୧୪-ଚୋରଙ୍କ ନୂଆ ଟାର୍ଗେଟ ବିବାହ ମଣ୍ଡପ, ବାହାଘର ଭୋଜିରୁ ଟଙ୍କା ଭର୍ତ୍ତି ଲଫାପା ବ୍ୟାଗକୁ ନେଇ ମାରୁଛନ୍ତି ଛୁ।

୧୫-ଗଞ୍ଜାମ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ. ଭେଙ୍କେଟସଙ୍କ ଘରେ ରେଡ୍ କରିଛି ଗୋଳନ୍ଥରା ଥାନା ପୋଲିସ,ଘରୁ ମିଳିଲା ନଗଦ ଟଙ୍କା।

୧୬-ବୈକୁଣ୍ଠଧାମ ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ସଙ୍ଗୀନ ଅଭିଯୋଗ, ଥାନାକୁ ଆସିଲା ମାମଲା।

୧୭-ଘୁଞ୍ଚିଲା ଚାର୍ଟାଡ଼ ଆକାଉଣ୍ଟାଣ୍ଟ ୨୦୨୪ ଫାଉଣ୍ଡେସନ ପରୀକ୍ଷା ତାରିଖ,ଏବେ ଜାନୁଆରୀ ୧୬ରେ ଅନୁଷ୍ଠିତ ହେବ।

୧୮-ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ! CCTV ଫୁଟେଜ୍‌ରେ ଦୃଶ୍ୟ କଏଦ, ସୀମା ସିଲ୍‌ କଲା ପ୍ରଶାସନ।

୧୯-ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣା, ଏସସିସିବିରୁ ଡିସଚାର୍ଜ ହେଲେ ଟୁନି ମାଝୀ।

୨୦-ସାନପୁଅର ବାହାଘର କରିବେ ମେଗା ଷ୍ଟାର୍ ନାଗାର୍ଜୁନ: ଏକ୍ସରେ ଶେୟାର କଲେ ନିର୍ବନ୍ଧ ଫଟୋ।

୨୧-ଆରମ୍ଭ ହେଲାଣି ଶୀତ, ଆଗାମୀ ଦିନରେ ବଢିବ ଥଣ୍ଡାର ପ୍ରକୋପ!ସକାଳ ଓ ସନ୍ଧ୍ୟାରେ ଧିରେ ଧିରେ ତାପମାତ୍ରା ହ୍ରାସ ହୋଇ ଥଣ୍ଡା ଅନୁଭୂତ ହେଉଛି ।

୨୨-ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ।

୨୩-ପୁଣି ଥରେ ପେପର୍ ବାଲଟ୍ ସିଷ୍ଟମ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।

୨୪-ଜାନୁୟାରୀରୁ ଆମେରିକାରେ TRUMP ରାଜ୍, ଶପଥ ନେବା ପରେ ଚୀନ୍, ମେକ୍ସିକୋ ଏବଂ କାନାଡା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଆମର ପ୍ରାୟାସ ଆପଣ ଙ୍କ ସହଜୋଗ ରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ
25/11/2024

ଆମର ପ୍ରାୟାସ ଆପଣ ଙ୍କ ସହଜୋଗ ରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ

Address

Cuttack, Odisha
Cuttack
754112

Alerts

Be the first to know and let us send you an email when UTKAL News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to UTKAL News:

Share