Roja Literacy World

Roja Literacy World Roja's Creativity

মৃত্যুর পর আমি যদি মাটিতে ছাই হয়ে যাই  আমার আত্মা বলবে আমি তোমায় ভালোবাসি মুক্ত বাতাসে......                          ...
27/03/2023

মৃত্যুর পর আমি যদি মাটিতে ছাই হয়ে যাই আমার আত্মা বলবে আমি তোমায় ভালোবাসি মুক্ত বাতাসে......
রোজা পান্ডা

27/04/2022
08/04/2022

#ଆସରେଶିଖିବା"କୋଣ" #ଗଣିତମଜା
#ରୋଜାରଫଖାତା
#ଚଟପଟାଖୁସି
#ମଜାମସ୍ତି
#ଗଣିତମଜା
#ରଚନା- #ରୋଜାପଣ୍ଡା

ଆସରେ ପିଲାଏ ଦିଅରେ ମନ
ଗୀତରେ ଗୀତରେ ଶିଖିବା କୋଣ ||
ମୂଳ ବିନ୍ଦୁ ଗୋଟେ ରଶ୍ମି ଦୁଇଟି
ହୁଅଇ ଉତ୍ପନ୍ନ କୋଣ ସେଇଠି ||
କୋଣ ଅଟେ ତିନି ପ୍ରକାର ଜାଣ
ସୂକ୍ଷ୍ମ, ସମ ଆଉ ସ୍ଥୁଳ କୋଣ ||
ନବେ ଡିଗ୍ରୀ ଠାରୁ ଉଣା ଯେ ଥିବ
ଶୂନ ଡିଗ୍ରୀ ଠାରୁ ଅଧିକା ହେବ ||
ଏପରି ଯେତେକ କୋଣ ଦେଖିବ
ସୂକ୍ଷ୍ମ କୋଣ ତାର ନାମ ଜାଣିବ ||
ସମକୋଣ ସବୁ ପରଖୁଥିବ
ନବେ ଡିଗ୍ରୀ ଯେତେ କୋଣ ହୋଇବ ||
ଯେତେ ନବେ ଡିଗ୍ରୀ କୋଣ ଦେଖିବ
ସମକୋଣ ତାଙ୍କ ନାମ ରଖିବ ||
ନବେ ଡିଗ୍ରୀ ଠାରୁ ହୁଏ ଅଧିକ
ଶହେଅସି ଠାରୁ ଉଣା ଯେତେକ ||
ସେହିପରି ଯେତେ କୋଣ ଦେଖିବ
ସ୍ଥୁଳ କୋଣ ତାର ନାମ ରଖିବ ||
ଏହିପରି ତିନି ପ୍ରକାର କୋଣ
ପିଲାଏ ବୁଝରେ ଦେଇଣ ମନ ||

#ରୋଜା #ରଫଖାତା

 #ବୃତ୍ତାଙ୍କନ #ରୋଜାପଣ୍ଡା #ଗଣିତମଜା #ମଜାମସ୍ତି  #ଚଟପଟାଖୁସି #ରୋଜାରଫଖାତାଆସରେ ପିଲାଏ ପାଠ ପଢିବାଗୀତରେ ଗୀତରେ ଅଙ୍କ କସିବା  ।।ଆମପରି ଛୋ...
07/04/2022

#ବୃତ୍ତାଙ୍କନ
#ରୋଜାପଣ୍ଡା
#ଗଣିତମଜା
#ମଜାମସ୍ତି #ଚଟପଟାଖୁସି
#ରୋଜାରଫଖାତା

ଆସରେ ପିଲାଏ ପାଠ ପଢିବା
ଗୀତରେ ଗୀତରେ ଅଙ୍କ କସିବା ।।
ଆମପରି ଛୋଟ ପିଲାଟେ ଥିଲା
ବୃତ୍ତାଙ୍କନ ପାଇଁ ଜିଜ୍ଞାସା କଲା ।।
ସୁତୁଲି ଖଣ୍ଡିଏ ହାତରେ ଧରି
ଦାଣ୍ଡଦୁଆର କୁ ଗଲା ଦଉଡି ।।
ହାତେ ଧରିଥିଲା କଣ୍ଟା ଦୁଇଟି
ସୁତୁଲି ମୁଣ୍ଡରେ ଦେଲା ସେ ଛନ୍ଦି ।।
ଦୁଇ ମୁଣ୍ଡେ ଦୁଇ କଣ୍ଟା ବାନ୍ଧିଲା
ଗୋଟେ ମୁଣ୍ଡ ମାଟି ତଳେ ପୋତିଲା ।।
ଆର ପଟ କଣ୍ଟା ହାତରେ ଧରି
ବୁଲିଗଲା ଘେରେ ନକରି ଡେରି ।।
କଣ୍ଟା ଦାଗ ମାଟି ଉପରେ ପଡି
ଆଙ୍କିହେଲା ଗୋଟେ ଗୋଲକ ପରି ।।
ଗୋଲକ ଚିତ୍ରଟି ବୃତ୍ତ ଆମର
ପୋତା କଣ୍ଟା କେନ୍ଦ୍ରବିନ୍ଦୁ ତାହାର ।।
ପୋତା କଣ୍ଟା ଠାରୁ ସୁତୁଲି ଯେତେ
ବୃତ୍ତର ବ୍ୟାସାର୍ଦ୍ଧ ତା ନାମ ସତେ ।।
ବ୍ୟାସାର୍ଦ୍ଧରେ ଦୁଇ ଗୁଣନ କରି
ବ୍ୟାସ ନାମ ଦେଲା କଲମ ଧରି ।।
ଏହିପରି ଆମ ପ୍ରିୟ ଗଣିତ
ଗୀତରେ ଗୀତରେ ଆଙ୍କିଲେ ବୃତ୍ତ ।।

*ରୋଜା ରଫଖାତା*

25/01/2022

କାନ୍ଧରେ ଗାମୁଛା ଖଣ୍ଡେ ପକେଇ ଡାକ ଛାଡି ଛାଡି ମଞ୍ଚ ଉପରେ ପ୍ରବେଶ କଲା ହରିଆ----ହେଇଟି ଗୁଡୁ ବୋଉ,ଏ କୁଆଡେ ଗଲୁ ବା ? ଏ ଦେଲୁ ଦେଲୁ । ମୁନ୍ଦାଏ ତୋରାଣି କାଞ୍ଜି ବାଢ଼ିଦେଲୁ, ମୁଁ ପେଟରେ ପକେଇ ଧାଇଁଯାଏ । ବେଳ ଆସି ଉଛୁର ହେଲାଣି । ବିଲରେ ସେଣେ କେତେ ପାଇଟି ।
****************
ଅଣ୍ଟାରେ ହାତ ଦେଇ ହଲି ଝୁଲି ବିଲକୁଲ ଜଣେ ୮୦ ବର୍ଷର ବୁଢ଼ୀ ପରି ନଇଁ ନଇଁ ମଞ୍ଚରେ ପ୍ରବେଶ କଲା ହରିଆର ସ୍ତ୍ରୀ କବିତା -----ଓଃ ହୋ ଗୁଡୁ ବାପା । ସକାଳୁ ସକାଳୁ କିଆଁ ଏତେ ତରତର । ଦେଖୁଛ ପରା ମୁଁ ବୁଢ଼ୀ ହେଲିଣି । ଆଉ କ'ଣ କାମକୁ ପାରୁଛି । ନିଆଁନଗା ଅଣ୍ଟା ଟା ଆଉ ସଳଖୁନି ବା , ତା ସାଙ୍ଗକୁ ଏ ଆଣ୍ଠୁଗଣ୍ଠି ଗୁଡା ଖାଲି କଟ କଟ ହେଇ ବିନ୍ଧୁଛି ।
ହରିଆ---କଅଣ କହିଲୁ ଗୁଡୁ ବୋଉ । ଏ ତୁ କେତେବେଳେ ବୁଢ଼ୀ ହେଲୁ । ଏଇ ଭୋଦୁଅକୁ ପା ତତେ ଚୌରାଳିସି ପୁରି ପଇଁଚାଳିସି ଚାଲିଲା ଆଉ କଥା କହୁଛୁ ୮୦ ବରଷର ବୁଢ଼ୀ ପରି ।
କବିତା--ନାଇଁ ହୋ ଗୁଡୁ ବାପା । ଭାରି ପୀଡା ଲାଗୁଛି ପରା । ସକାଳୁ ସକାଳୁ ଯୋଉ ପୀଡା ,ଆଉ ସହି ହେଉନି । କେତେ ଆଉ ଗାଁ ବଇଦ ପାଖକୁ ଯିବି ? କେତେ ଆଉ କବିରାଜି ଓସଦ ଖାଇବି ? ଏତେ ତ ଟଙ୍କା ପଇସା ଖରଚ କଲଣି । କାଇଁ ଏ ନିଆଁନଗା ବେମାରୀ କ'ଣ ମତେ ଛାଡିକି ଯାଉଛି ।
ହରିଆ--(କବିତାର ତଳଓଠକୁ ଟିକିଏ ଚିମୁଡ଼ି ଏପଟ ସେପଟ କରି)ହୋଉ ହୋଉ ଆଉ ମନଉଣା କର ନାହିଁ ଲୋ ମୋ ବୁଟିଫୁଲୁ । କାଆଲି ସକାଳୁ ତତେ ବଡ଼ ଡାକତରଖାନା ନେଇଯିବି । ସେଇଠି ବଡ ବଡ ଡାକତର ସବୁ ଅଛନ୍ତି । ତୋ ଦିହ ଭଲ କରିଦେବେ ।
******************
(ତାପର ଦିନ ଦୁହେଁ କଟକ ବଡ଼ ଡାକ୍ତରଖାନାରେ ଯାଇଁ ପହଁଚିଲେ)
କବିତା-ଏ ଗୁଡୁ ବାପା ଏଠି କ'ଣ ଏତେ ଭିଡ଼ ? ଏକା ଥରକେ ଚାରିଶହ କି ପାଞ୍ଚଶହ ରୋଗୀ ଠିଆ ହେଇଛନ୍ତି । ଏ ଆଜି ଆମେ ଡାକତର ବାବୁଙ୍କୁ ଦେଖେଇ ପାରିବା ତ ?
ହରିଆ-- ଆଲୋ ମୋ ସୁନ୍ଦରୀ ଗୁଡୁ ବୋଉ ଶୁଉଣୁ । ଏ ଡାକତର କ'ଣ ଏମିତି ସେମିତି ଡାକତର କି । ନାଁଇ ଲୋ , ମୁଁ ପରା ନୋକ ମାନଙ୍କଠାରୁ ଶୁଣିଛି , ଏଠି ସବୁ ରୋଗୀଙ୍କୁ ନଦେଖିବା ପର୍ଯ୍ୟନ୍ତ ଡାକତର ବାବୁ କୁଆଡେ ଯାଆନ୍ତିନି ମ । ରାତି ଦଅସ ହେଲେ ବି ସେ ଆମକୁ ଦେଖିବେ ଲୋ । ତୁ ଦେଖିବୁ ଆଜି ଆମେ ଦିହ ଦେଖେଇକି ଫେରିବା ଲୋ ।
କବିତା-(ହାତ ଯୋଡି ମୁଣ୍ଡରେ ଲଗାଇ) ହେ ମାଆ ସମଲେଇ ତମ ତୁଣ୍ଡ ସୁତୁଣ୍ଡ ହେଉ ।
ରୋଗୀର ନାମ ଡାକୁଥିବା ବ୍ୟକ୍ତି-- କବିତା ଭୋଇ....କବିତା ଭୋଇ....ଟିକେଟ ନମ୍ବର ୩୨୨..କବିତା ଭୋଇ
ହରିଆ--ଧଡପଡ ହେଇ---ହଇ ଲୋ ଗୁଡୁ ବୋଉ ,ଏ ଚାଆଲେ ଚାଆଲେ ଡାକିଲେଣି ପା ।
(ଦୁହେଁ ଭିତରକୁ ଗଲେ)
ଡାକ୍ତରଙ୍କ ସାମ୍ନାରେ ହାତ ଯୋଡି--ଆଜ୍ଞା ଓଳିକି ।
ଡାକ୍ତର---କୁହ ମାଆ କ'ଣ ହେଇଛି ତୁମର?
କବିତା--ଆଜ୍ଞା ଅଣ୍ଟା, ଆଣ୍ଠୁ ଗଣ୍ଠି ପୀଡା ହେଉଛି ।
ଡାକ୍ତର-କେବେଠୁ ହେଲାଣି ?
କବିତା--ଆଜ୍ଞା ବରଷେ ହେବ ପୀଡା ହେଉଛି ,ଯେତେ ଓସଦ ଖାଇଲେ ଜମା କମୁନି ।
ଡାକ୍ତର--କଣ ଔଷଧ ଖାଉଥିଲ ?
କବିତା--(କବିରାଜି ଔଷଧ ସବୁ କାନିରୁ ଫିଟେଇ ଦେଖେଇଲା)ଆଜ୍ଞା ଆମ ଗାଁ ବଇଦ ପାଖରୁ ଏଇସବୁ ଓସଦ ଖାଉଛି ।
ଡାକ୍ତର- ଏଇସବୁ ଖାଉଛ ! ଆଛା ହୋଉ । କହିଲ ଯୋଉ ଆଣ୍ଠୁ ଗଣ୍ଠି ପୀଡା ହେଉଛି କହୁଛ ତାହା କେଉଁ ସମୟରେ ହେଉଛି ? ମାନେ ସକାଳେ, ନା ରାତିରେ । ବେସି କାମ କରିବା ପରେ ନା ସବୁବେଳେ ?
କବିତା---ଆଜ୍ଞା ସକାଳେ ତ ଜମାରୁ ଉଠି ହେଉନି । ଭାରି ପୀଡା । ତାପରେ ବେଳେବେଳେ ଟିକିଏ କମୁଛି । ସିଡ଼ି ଚଢିପାରୁନି । ପାଇଖାନା ବସିପାରୁନି । ବସିକି ବାସନ ମାଜିଲେ ବି ପୀଡା ହେଉଛି ।
ଡାକ୍ତର--- ହୋଉ ବୁଝିଲି । କିଛିଟା ରକ୍ତ ପରୀକ୍ଷା ପାଇଁ ଲେଖିଦେଉଛି । ଯାଇକି ରକ୍ତ ପରୀକ୍ଷା କରି ରିପୋର୍ଟ ନେଇକି ଆସି ମତେ ଦେଖାଅ ।
(କବିତା ଓ ହରିଆ ବାହାରକୁ ବାହାରନ୍ତି ତ ସଙ୍ଗେ ସଙ୍ଗେ ଜଣେ ଦଲାଲ ହାବୁଡ଼ରେ ପଡିଗଲେ)
ଦଲାଲ--କ'ଣ blood test କରିବାପାଇଁ ଡାକ୍ତର କହିଲେ ? ହୋଉ ଆସ । ଡାକ୍ତରଖାନା ବାହାରେ ଖୁବ କମ ପଇସାରେ ଆଉ ଖୁବ କମ ସମୟରେ ଏସବୁ blood ପରୀକ୍ଷା ହେଇ ରିପୋର୍ଟ ମିଳିଯିବ ।
ହରିଆ--ବାବୁରେ ତୁ କିଏ ? ଆମେ ତ ଜାଣିପାରୁନି ।
ଦଲାଲ-ଓଃ ହୋ ମଉସା କାହିଁକି ଘାବରା ହୋଉଛ କହିଲ । ଏଇ ନିଅ କ ଦଳା ଦଳି କଦଳୀ ଗୋଟେ ଖାଅ । ମୁଁ ପରା ତମ ଗାଁ ପାଖ ଲୋକ । ଏ ମତେ ଜାଣିପାରୁନ । ମୁଁ ଏଠି ଚାକିରୀ କରିଛି ପା । ମୁଁ ଏଠିକୁ ଆସୁଥିବା ରୋଗୀମାନଙ୍କୁ ପୁରା ଭାଆବେ ରେ ଫିଟିଙ୍ଗ କରେ ମାନେ ସାହାଯ୍ୟ କରେ । ହୋଉ ଆସ । ଆଉ ଡେରି କରନି । ପରେ ବସି କଥାବାର୍ତ୍ତା ହେବା । ଆ ଆ ବୁଝିଲ ତମେ ଆଉ ହବନି । ଆସ ଆସ ଶୀଘ୍ର ଆସ । ନହେଲେ ସବୁ ଲ୍ୟାବ ବନ୍ଦ ହେଇଯିବ ଆଉ ଡାକ୍ତରମାନେ ପଳେଇବେ । ଆଉ ମାଉସୀକୁ ଦେଖେଇପାରିବନି ।
ହରିଆ--ହୋଉ ଚାଲେ । ଆଗେ ମାଉସୀ ଦେହ ଭଲ ହେଉ । ଭଗବାନ ତୋର ମଙ୍ଗଳ କରନ୍ତୁ ରେ ବାପା । ଏ ବିପଦ ସମୟରେ ସାହାଯ୍ୟ କରିବାକୁ ଆସିଛୁ । ଚାଲେ ଚାଲେ ସଅଳ ।
(କିଛି ସମୟ ପରେ ରିପୋର୍ଟ ନେଇ ଡାକ୍ତର ଦେଖୁଥିବା କୋଠରୀକୁ କବିତାର ପ୍ରବେଶ)
କବିତା--ଡାକ୍ତର ବାବୁ ! ଏଇ ନିଅନ୍ତୁ ରିପୋର୍ଟ ।
ଡାକ୍ତର---ଆରେ ବାଃ ,ଏତେ ଶୀଘ୍ର ରିପୋର୍ଟ ମିଳିଗଲା । ଯାହାହେଉ ମାଆ ଏତେ ଗହଳି ଭିତରେ ଏତେ ଶୀଘ୍ର ରିପୋର୍ଟ ନେଇଆସିଲ ।
କବିତା--ନାଇଁ ଆଜ୍ଞା ଭିଡ଼ ଜମା ନଥିଲା । ଏଇ ଆମେ ଦୁଇ କି ଚାରିଜଣ ଲୋକ ସେଠି ଥିଲୁ । ବାହାରେ ଦୁଇଜଣ ପୁଲିସିବାବୁ ବ ଅନ୍ଧୁ ଅନ୍ଧୁ କ ବନ୍ଧୁକ ଧରି ଠିଆ ହେଇଥିଲେ ଆଜ୍ଞା । ଭିତରେ ଥଣ୍ଡା ମେସିନି ବି ନାଗିଥିଲା । ଆମକୁ ଆରାମ ନାଗୁଥିବା ଗଦି ଚିଆରରେ ବସେଇ ଥଣ୍ଡା ପାଣି ଦେଲେ । ଆଉ କିଛି ସମୟ ପରେ ଆମ ରିପୋର୍ଟ ଦେଇ ଛାଡିଲେ ।
ଡାକ୍ତର- କୋଉଠି ଟେଷ୍ଟ କଲ କି ?
କବିତା- ତା ନାଁ ତ ଜାଣିନି ହେଲେ ଜଣେ ବାବୁ ଆମକୁ ଡାକ୍ତରଖାନା ବାହାରେ କମ ପଇସାରେ ରିପୋର୍ଟ କରେଇଦେଲେ ।
ଡାକ୍ତର--ଓଃ କେତେ ପଇସା ?
କବିତା --- ଆଜ୍ଞା ୧୨୦୦ ଟଙ୍କା । କହୁଥିଲେ ଆମର ୨୦୦୦ ଟଙ୍କା ହେଉଛି । ମୂଲଚାଲ ପରେ ୧୨୦୦ ଦେଲୁ ।
ଡାକ୍ତର-- ଆରେ ମାଆ ସରକାରୀ ନିରାମୟରେ ସବୁ ମାଗଣାରେ ଟେଷ୍ଟ ରିପୋର୍ଟ ହେଉଛି । ତମେ ବାହାରକୁ ଯାଇ ଏତେ ଖର୍ଚ୍ଚ କଲ ।
କବିତା--କଣ ହେଲା ,ଏସବୁ ଟେଷ୍ଟ ମାଗଣାରେ ହେଉଛି ? ସେ ପିଲା ଖଣ୍ଡକ ଏଡିକି ବାହାସ୍ପଟିଆ । ଆମକୁ ତାହାଲେ ଭୁଆଁ ବୁଲେଇ ଚିତା କାଟିଲା । ହୋଉ ଆଜ୍ଞା ଆମର ଦୁର୍ଭାଗ୍ୟ । ଏଇ ଦେଖନ୍ତୁ ଆମ ରିପୋର୍ଟ ।
ଡାକ୍ତର ରିପୋର୍ଟ ଉପରେ ନଜର ପକେଇ--ମାଆ ତୁମର ଅର୍ଥାଇଟିସ ଅଛି । ଔଷଧ ଠିକ ଭାବରେ ଖାଇଲେ ଧୀରେଧୀରେ କମିବ । ତଳେ ବସିବନାହିଁ । ସିଡ଼ି ଚଢ଼ିବ ନାହିଁ । ସବୁବେଳେ ଚେୟାର ବ୍ୟବହାର କରିବାକୁ ଚେଷ୍ଟା କରିବ କିମ୍ବା ଠିଆ ହେଇ କାମ କରିବାକୁ ଚେଷ୍ଟା କରିବ । କମୋଡ଼ ପାଇଖାନା ବ୍ୟବହାର କରିବ । ଆଉ ନିୟମିତ ଔଷଧ ଖାଇବ । ଏକ ମାସ ପରେ ଆଉଥରେ ଦେଖେଇବ ।
କବିତା --ଆଜ୍ଞା । ଆସୁଛି ଆଜ୍ଞା । ଓଳିକି ।
କବିତା ବାହାରକୁ ଆସି ହରିଆକୁ କହିଲା--- ହେଇଟି ଗୁଡୁ ବାପା ଡାକତର ବାବୁ ଭାରି ଭଲ । କେତେ ସମୟ ଧରି ପରୀକ୍ଷା ନିରୀକ୍ଷା କଲେ । ପୁରା ରୋଗର ଇତିହାସ ପଚାରିଲେ । ତାପରେ ଯାଇଁ କହିଲେ ନିୟମିତ ଓସଦ ଖାଇଲେ ମୋ ଦିହ ଭଲ ହେଇଯିବ । ପୁଣି ମାସେ ପରେ ଆସି ଦେଖେଇବାକୁ କହିଲେ ।
ହରିଆ--ମୁଁ କହୁନଥିଲି ଗୁଡୁ ବୋଉ , ଡାକତର ବାବୁ ଭାରି ଭଲ । ତୁ ଦେଖିବୁ ଲୋ ତୋ ଦିହ ଏକଦମ ଭଲ ହେଇଯିବ ।
************************
(ଏକମାସ ପରେ)
କବିତା-- ବୁଝିଲ ଗୁଡୁ ବାପା । ମତେ ଏବେ ଟିକିଏ ଆରମ୍ ଲାଗୁଛି । ହେଲେ ଡାକତର ବାବୁ କହିଥିଲେ ମାସେ ପରେ ଆଉ ଥରେ ଦେଖେଇବାକୁ । ଓସଦ ବି ସରିଗଲାଣି । କ'ଣ କରିବା ? କେମିତି ଯିବା ? କଟକ ଏଠୁ ଏତେ ଗୁଡ଼ାଏ ବାଟ । ପାଖରେ ପଇସାଟିଏ ନାହିଁ ଗାଡି ଭଡା ଦେବାକୁ ।
ହରିଆ-- ଆଲୋ ଗୁଡୁ ବୋଉ । ତୁ ତ କହୁଛୁ ତତେ ଏବେ ଟିକିଏ ଆରମ୍ ଲାଗିଲାଣି । ଏ ଆଉ କାହିଁକି ଯିବା ? ଓସଦ ଆଉ କଣ ହେବ ?
କବିତା--ହଁ ହଁ ଏ ଠିକ କଥା । ଏବେ ତ ମୁଁ ପୁରାପୁରି ଭଲ ହେଲିଣି । ଆଉ ଯିବାନି ।
**********************
ଦୁଇମାସ ପରେ--- ହରିଆ---ଆଲୋ ଗୁଡୁ ବୋଉ , ତୁ ତ କହୁଥିଲୁ ତୋ ଦିହ ଭଲ ହେଇଗଲାଣି ବୋଲି । ଏବେ କ'ଣ ପୁଣି ଭେଳିକି ଲଗେଇଛୁ ଲୋ । ଆଲୋ କ'ଣ ହେଲା ତୋର ?
କବିତା--ଭାରି ପୀଡା ରେ ଗୁଡୁ ବାପା । ଆଉ ସହି ହେଉନି । ଗୋଡ଼ ଗୁଡା ଫୁଲିଗଲାଣି । କ'ଣ କରିବା ?
ହରିଆ--ଆମେ ଡାକ୍ତର ବାବୁଙ୍କ କଥା ମାନିଲେନି । ଠିକ ସମୟରେ ଡାକ୍ତରଖାନା ଗଲେନି ।
ଏବେ କ'ଣ କରିବା ? ଅଣ୍ଟିରେ ପଇସାଟିଏ ନାହିଁ ଗାଡି ଭଡା ଦେବାକୁ । ପୁଣି ଓସଦପତ୍ର କେତେ କ'ଣ ଖରଚ ଅଛି ।
ହୋଇ ମୁଁ ଦେଖେ କୋଉଠୁ କିଛି ଧାର ଉଧାର କରି ଆଣେ । ତତେ କାଲି ଯେମିତି ହେଲେ କଟକ ନେଇକି ଯିବି ।
*****************
(ତାପରଦିନ ସକାଳରେ ଦୁହେଁ ବସରେ ବସି କଟକ ଆସିଲେ)
ଡାକ୍ତର ---ଆରେ ମାଆ ମାସେ ପରେ ଦେଖେଇବାକୁ କହିଥିଲି , ଦେଖେଇଲନି । ଆଉ ଏତେ ଅବସ୍ଥା ଖରାପ କରି ଆସିଛ । ଗୋଡ଼ ଫୁଲିଗଲାଣି ।
କବିତା--ଆଜ୍ଞା ଡାକତର ବାବୁ କ୍ଷମା କରିବେ । ଆମେ ତ ଗରିବ ଲୋକ । ଖଟିଲେ ଖାଇବୁ । ନହେଲେ ଉପାସ ରହିବୁ । ଦିନରେ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ଆମପାଇଁ । ସେଥିରେ ପୁଣି ଗାଡିଭଡା ଏତେ ଗୁଡ଼ାଏ ଟଙ୍କା । କୋଉଠୁ ଆଣିବୁ ଆଜ୍ଞା । ସେଇଥିପାଇଁ ଆସିପାରିଲୁନାହିଁ । ଏଇ ଅତିଶୟ ହେବାରୁ ମରଦ ମୋର ଧାର କରଜ କରି ଟଙ୍କା ଆଣିଲାରୁ କଟକ ଆସିବାକୁ ଅଣ୍ଟା ଭିଡ଼ିଲୁ । ନହେଲେ ତ ଘରେ ପଡି ମରିଥାନ୍ତି ।
ଡାକ୍ତର--ଆରେ ମାଆ ତମେ ସେଇଟି ରହିକି ବି ଆମକୁ ମାସକୁ ମାସ ଦେଖେଇ ପରିଥାନ୍ତ । ଆଉ ଏତେ ଟଙ୍କା ଗାଡ଼ିଭଡା ଦେଇ ଆସିବାକୁ ପଡିନଥାନ୍ତା ।
କବିତା--କେମିତି ଆଜ୍ଞା ?
ଡାକ୍ତର-- ଆମର ଏଠି ଗୋଟେ ଟେଲିମେଡିସିନର ସୁବିଧା ଅଛି । ମାନେ ଅନଲାଇନ ମାଧ୍ୟମରେ ଦୂରରେ ଥିବା ରୋଗୀ ତଥା ଡାକ୍ତରଖାନାକୁ ଆସିପାରୁନଥିବା ରୋଗୀମାନେ ଡାକ୍ତରଙ୍କ ସହ ଏହି ମାଧ୍ୟମରେ ପରାମର୍ଶ ନେଇ ଔଷଧ ଖାଇ ପାରିବେ ଏବଂ ଏହା ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଥିବା ସ୍ୱାସ୍ତ୍ୟକେନ୍ଦ୍ର ମାନଙ୍କରେ ଉପଲବ୍ଧ ଅଛି । ତମେ ବି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସେବା ପାଇପାରିଥାନ୍ତ । ଆହୁରି ମଧ୍ୟ ଟେଲିଫୋନ , whatsapp ଅଡିଓ କିମ୍ବା ଭିଡିଓ କଲ ମାଧ୍ୟମରେ ଦୂରରେ ଥିବା ରୋଗୀମାନଙ୍କୁ ପରାମର୍ଶ ଦିଆଯାଉଛି ।
କବିତା--ଏତେ କଥା ଅଛି ତାହାଲେ । ଆମେ ତ ମୁରୁଖ ଲୋକ । ଏତେ ହୁନ୍ଦର କେଉଁଠୁ ବା ଜାଣିବୁ । ଯାହାହେଉ ଏବେ ଆମ ଗରିବ ,ମଳିମୁଣ୍ଡିଆ ମାନଙ୍କର ଦୁଃଖ ଗଲା । ଏହା ତ ଖୁବ ସହଜ ଆଉ ଅଳ୍ପ ଅର୍ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବାର ଉତ୍ତମ ମାଧ୍ୟମ । ଏହା ହେଉଛି ସଙ୍କଟ କାଳରେ ସଂଯୋଗର ସେତୁ ।
ଡାକ୍ତର--ହଁ ,ଏହି ଟେଲିମେଡିସିନ ଦ୍ୱାରା ଆଭ୍ୟନ୍ତରିଣ ଗାଁ, ଯେଉଁଠାରେ ଉନ୍ନତ ଚିକିତ୍ସା ଅପହଞ୍ଚ, ସେଭଳି ଲୋକେ ମଧ୍ୟ ଶଙ୍କାଗ୍ରସ୍ତ ନହୋଇ ଫୋନ ଯୋଗେ ପରାମର୍ଶ ନେଇପାରୁଛନ୍ତି। ଆଲୋଚନା ମାଧ୍ୟମରେ ଦୁଃସାଧ୍ୟ ରୋଗକୁ ମଧ୍ୟ ଭଲ କରାଯିବା ସହ ମାନସିକ ଚାପ ଓ ଆର୍ଥିକ ବୋଝ କମ କରାଯାଇପାରୁଛି ।

https://youtu.be/aWRvvrHTX6k
24/01/2022

https://youtu.be/aWRvvrHTX6k

A short play on the occasion of 75 for 75 celebration by the Dept of Rheumatology depicting the plight of patients during COVID and how telemedicine has beco...

07/01/2020

ନମସ୍ତେ, ମୋତେ ସାହିତ୍ୟ ଓ ପ୍ରକାଶନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପୁରସ୍କାର ଏବଂ ମାନ୍ୟତା ନିମନ୍ତେ ମନୋନୀତ କରାଯାଇଛି – ବର୍ଷର ଶ୍ରେଷ୍ଠ ଲେଖକ – ୨୦୧୯ ଷ୍ଟୋରିମିରର୍ ଯାହା ଭାରତର ଏକ ବହୁ ଭାଷୀୟ ଲେଖକ ଓ ପାଠକ ମଞ୍ଚ । ବର୍ତ୍ତମାନ ମୋତେ ଏହି ପୁରସ୍କାର ଜିତିବା ପାଇଁ ଆପଣଙ୍କ ସମର୍ଥନର ଆବଶ୍ୟକତା ରହିଛି ।
ଦୟାକରି ଏହି ଲିଙ୍କରେ ପରିଦର୍ଶନ କରନ୍ତୁ https://awards.storymirror.com/author-of-the-year/oriya/author/chdxhxki ଏବଂ ଭୋଟ୍ ( Vote ) ବଟନ ଉପରେ ଛୁଅଁନ୍ତୁ ।
ଦୟାକରି ମୋତେ ଭୋଟ୍ କରନ୍ତୁ ଓ ଏହି ପୁରସ୍କାର ଜିତିବା ପାଇଁ ସାହାଯ୍ୟ କରନ୍ତୁ ।

03/01/2020

Hello friends, I am really glad that I have been nominated for the biggest award & recognition in the digital literature & publishing field - StoryMirror Author of the Year Award - 2019 by StoryMirror which is India's largest multilingual platform for readers & writers. Now I need your support to win the title. Please visit this link: https://awards.storymirror.com/author-of-the-year/oriya/author/chdxhxki and click on the vote button. You will have to log in to StoryMirror to vote for me. Please Vote and help me to win this award!
Thank you
Roja panda 😊

Address

Cuttack

Website

Alerts

Be the first to know and let us send you an email when Roja Literacy World posts news and promotions. Your email address will not be used for any other purpose, and you can unsubscribe at any time.

Share

Category